ହୋମ / କୃଷି / ପ୍ରାଣୀ ଧନ / ପ୍ରାଣୀଙ୍କ ଉପରେ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ
ସେଆର କରନ୍ତୁ

ପ୍ରାଣୀଙ୍କ ଉପରେ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ

ପ୍ରାଣୀଙ୍କ ଉପରେ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ ଓ ତା’ର ପ୍ରତିକାର ସମ୍ପର୍କରେ ସମ୍ବନ୍ଧିତ ତଥ୍ୟ ।

ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ସହିତ ବ୍ୟାପକ ଶିଳ୍ପୀୟନ, ଜଙ୍ଗଲରେ ଗଛକଟା ବୃଦ୍ଧି ଓ ଅନବରତ ନିଆଁ ଲାଗିରହିବା, ବାସସ୍ଥାନ ପାଇଁ ବ୍ୟାପକ କୋଠାବାଡ଼ି ନିର୍ମାଣ ସହ କଂକ୍ରିଟ୍ ରାସ୍ତାଘାଟ ନିର୍ମାଣ, ଯାନବାହନ ଓ କଳକାରଖାନାରୁ ନିର୍ଗତ ଦୂଷିତ ଧୂଆଁ, ଦେବାମା ବିସ୍ତୋରଣ, ଇଟାଭାଟିରୁ ନିର୍ଗତ ନିଆଁ ଆଦି ସହିତ ଜଳବାୟୁର ପ୍ରଦୂଷଣ ଆଜି ବିଶ୍ଵବ୍ୟାପୀ ଉତ୍ତାପ ବୃଦ୍ଧିର କାରଣମାନ ପାଲଟିଛି । ସାଧାରଣତଃ ପ୍ରାଣୀଙ୍କ ଉତ୍ପାଦନ ପ୍ରଣାଳୀରେ ଦୁଇ ପ୍ରକାର ପ୍ରଭାବ ଜଳବାୟୁର ପରିବର୍ତ୍ତନ ବା ବାହ୍ୟ ଉତ୍ତାପ ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥାଏ । ପ୍ରଥମଟି ହେଲା- ଏହା ସିଧାସଳଖ ଭାବେ ପ୍ରାଣୀଙ୍କ ସ୍ଵାସ୍ଥ୍ୟ, ବୃଦ୍ଧି ହେବା ପ୍ରକ୍ରିୟା, ପ୍ରଜନନ ଓ ପୁଷ୍ଟି ଉପରେ ପ୍ରଭାବ ଯୋଗୁ ଦୁର୍ବଳ କାର୍ଯ୍ୟଦକ୍ଷତା, ନୂଆ ନୂଆ ରୋଗର ପ୍ରାଦୁର୍ଭବ, ପ୍ରାଣୀଙ୍କ ରୋଗ ବିସ୍ତାରରେ ପରିବର୍ତ୍ତନ ଓ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ଆଦି ଦେଖା ଦେଇଥାଏ ।

ଅନ୍ୟ ପକ୍ଷରେ ଉତ୍ତାପ ବୃଦ୍ଧି ପରୋକ୍ଷ ଭାବରେ ପ୍ରାଣୀଙ୍କ ଖାଦ୍ୟ ଶସ୍ୟର ଉପଲବ୍ଧତା, ତନ୍ତୁ ବହୁଳ ଘାସ ଓ ସବୁଜ ଘାସର ଅଭାବ, ଚାରଣ ଭୂମି ଉପରେ ପ୍ରଭାବ, ଶସ୍ୟ ଜାତୀୟ ଖାଦ୍ୟ ଉତ୍ପାଦନ, ଏହାର ଗୁଣାତ୍ମକ ମାନ ଓ ମୂଲ୍ୟ ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ । ଉତ୍ପାଦିତ ଗୋଖାଦ୍ୟର ପରିମାଣ ଓ ଗୁଣାତ୍ମକ ମାନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ ପଡିଥାଏ । ଉତ୍ତାପରେ ଏକାନ୍ତର ପରିବର୍ତ୍ତନ ଏବଂ ଅଧଃକ୍ଷେପଣ ପ୍ରଚଳିତ ବ୍ୟବସ୍ଥା ପ୍ରାଣୀଙ୍କ ରୋଗ ବ୍ୟାପିବାରେ ବିଶେଷ ସହାୟକ ହୋଇଥାଏ । ଏଥିସହିତ ପରଜୀବୀମାନେ ନୂତନ ଅଞ୍ଚଳକୁ ସ୍ଥାନାନ୍ତରିତ ହେବା ସଙ୍ଗେ ସଙ୍ଗେ ଅନେକ ରୋଗ ବୃଦ୍ଧିରେ ସହାୟକ ହୋଇଥାନ୍ତି । ଯାହାଫଳରେ ପ୍ରାଣୀଙ୍କ ଉତ୍ପାଦନ ଦକ୍ଷତା ହ୍ରାସ ସହିତ ମୃତ୍ୟୁ ହାର ବଢିଥାଏ । ଜଳବାୟୁରେ ଉତ୍ତାପ ବିକିରଣ, ଉତ୍ତାପ, ଆର୍ଦ୍ଦତା ଓ ପବନର ବେଗ ଆଦି ଉଭୟ ପ୍ରାଣୀ ଓ ପରିବେଷ୍ଠିତ ଜଳବାୟୁ ମଧ୍ୟରେ ଉତ୍ତାପ ବିନିମୟର ସିଧାସଳଖ ପ୍ରଭାବ ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଉପରେ ହିଁ ପଡିଥାଏ ।

ଗୋରୁଙ୍କ ଉପରେ ଉତ୍ତାପ ବୃଦ୍ଧିର ପ୍ରଭାବ

ଖରାଦିନେ ଗୋରୁଙ୍କୁ ଥଣ୍ଡା ପରିବେଶରେ ରଖଲେ । ଋତୁ ଅନୁଯାୟୀ ଜଳବାୟୁର ପରିବର୍ତ୍ତନ ଘଟିଲେ ମଧ ଦୁଗ୍ଧ ଉତ୍ପାଦନ ଓ ପ୍ରଜନନ ଶକ୍ତି ବା ଜନନ କ୍ଷମତା ଉପରେ କୌଣସି ପ୍ରଭାବ ପଡ଼ି ନ ଥାଏ । ତେଣୁ ଏମାନଙ୍କୁ ଥଣ୍ଡା ପରିବେଶରେ ପାଳନ କରିବା ବିଧେୟ ।

ଯେତେବେଳେ ପାରିପାର୍ଶିକ ଉତ୍ତାପ ବୃଦ୍ଧି ଘଟେ, ସେତେବେଳେ ପ୍ରାଣୀମାନେ ଶାରୀରିକ ଉତ୍ତାପ ନିୟନ୍ତ୍ରଣାଧୀନ ରଖିବା ପାଇଁ ଶାରୀରିକ କ୍ରିୟା ଓ ବିପାକ ପ୍ରକ୍ରିୟାରେ ଏକାନ୍ତର ପରିବର୍ତ୍ତନ ଘଟାଇଥାନ୍ତି । ଉପରୋକ୍ତ ପ୍ରକ୍ରିୟା ଦ୍ଵୟରେ ପରିବର୍ତ୍ତନ ଘଟିବା ଯୋଗୁ ପ୍ରାଣୀଙ୍କ ବ୍ୟବହାର, ସ୍ଵାସ୍ଥ୍ୟ ଓ କାର୍ଯ୍ୟ ସମ୍ପାଦନରେ ତାରତମ୍ୟ ବା ବିଚଳନ ଦେଖା ଦେଇଥାଏ । ଉତ୍ତାପ ବୃଦ୍ଧି ପ୍ରାଣୀଙ୍କ ସ୍ଵାସ୍ଥ୍ୟ, ପ୍ରଜଜନ, ପୁଷ୍ଟି ଆଦି ଉପରେ ପ୍ରଭାବ ଯୋଗୁ ଉତ୍ପାଦନ ପ୍ରଣାଳୀରେ ବାଧକ ସୃଷ୍ଟି କରିଥାଏ । ଯାହା କି ଦୁର୍ବଳ କାର୍ଯ୍ୟଦକ୍ଷତା, ନିମ୍ନମାନର ପ୍ରାଣୀଜ ଦ୍ରବ୍ୟ, ନୂତନ ରୋଗର ଆବିର୍ଭବ ଓ ପ୍ରାଦୁର୍ଭାବର ପରିସ୍ଥିତି ସୃଷ୍ଟି କରିଥାଏ । ଅଧିକ ଉତ୍ପାଦନ କ୍ଷମା ଗାଈଙ୍କ ଠାରେ ଉଚ୍ଚ ବିପାକ ପ୍ରକ୍ରିୟା ହାର ଓ ଅଧିକ ଉତ୍ତାପ ସୃଷ୍ଟି ସହିତ ବୃକକ, ପାକସ୍ଥଳୀ, ଆନ୍ତ୍ରିକ ଅଂଶରେ ଜଳଧାରଣ ରହିତ କ୍ଷମତା କମ୍ ଥିବା ହେତୁ ଅନ୍ୟାନ୍ୟ ରୋମନ୍ଥନ  ପ୍ରାଣୀଙ୍କ ଅପେକ୍ଷା ଉତ୍ତାପ ସହନଶୀଳ ଶକ୍ତି କମ୍ ଦେଖାଯାଏ । ସେହିପରି ଗର୍ଭିଣୀ ଗାଈ, ପ୍ରସବିତ ଗାଈ ଓ ଦୁଗ୍ଧ ଦେଉଥିବା ଗାଈଙ୍କ ଉପରେ ବାହ୍ୟ ଉତ୍ତାପର ପ୍ରଭାବ ବିଶେଷ ଭାବେ ଦେଖା ଦେଇଥାଏ ।

ପ୍ରାଣୀଜ ବିଭିନ୍ନ ପଦାର୍ଥ ଉତ୍ପାଦନ ତଥା ବିଭିନ୍ନ ପ୍ରଜାତିର ଉତ୍ପାଦନ ଦକ୍ଷତା, ପୂର୍ବ ଅଭିଜ୍ଞତା ଅନୁଯାୟୀ ଶରୀର ଉପରେ ଉତ୍ତାପ ବୃଦ୍ଧିର ପ୍ରଭାବ ଫରକ୍ ବା କମ୍ ବେଶି ହୋଇଥାଏ । ଆମ ଦେଶ ତଥା ରାଜ୍ୟରେ ଦେଶୀ ବା ଜେବୁ ପ୍ରଜାତି (ବସ୍ ଇଣ୍ଡିକସ୍) ର ଗୋରୁଙ୍କ ଉତ୍ତାପ ସହନଶୀଳ ଗୁଣସୂତ୍ର ଶକ୍ତି ଅଧିକ ନିହିତ ଥିବା ଯୋଗୁ ସଙ୍କର ଗାଈ(ବସ୍ ଟରସ୍) ପ୍ରଜାତି ଅପେକ୍ଷା ଏମାନେ ଜଳବାୟୁ ପରିବର୍ତ୍ତନ ଓ ବାହ୍ୟ ଉତ୍ତାପ ବୃଦ୍ଧି ହେଲେ ମଧ୍ୟ ପରିବେଶ ସହିତ ଖାପଖୁଆଇ ବେଶ୍ ଚଳିପାରନ୍ତି । ଉତ୍ତାପ ବୃଦ୍ଧି ବିଭିନ୍ନ ପ୍ରାଣୀ ବା ଗୋରୁଙ୍କ ଉପରେ ପଡୁଥିବା ପ୍ରଭାବ ଏବଂ ତା'ର ପ୍ରତିକାର ନିମ୍ନରେ ପ୍ରଦାନ କରାଯାଉଛି ।

ଶୁଷ୍କ ଖାଦ୍ୟ ଖାଇବା ଉପରେ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ

ପ୍ରାଣୀମାନଙ୍କ ଉତ୍ତାପ ନିୟନ୍ତ୍ରଣ ଜନିତ ଶାରୀରିକ ପ୍ରୟାସ କ୍ଷୁଧା' ଶକ୍ତି କମାଇବାର ଏକ କୌଶଳ ବା ମାଧ୍ୟମ ହୋଇଥାଏ । ଯଦ୍ବାରା ବିକାଶ ପ୍ରକ୍ରିୟାର ହାର କମିଯିବା ସହିତ ଶରୀରର ପୁଷ୍ଟି ସାଧନ ଉପାଦାନର ରାସାୟନିକ ପ୍ରକିୟା ଦ୍ଵାରା ଜାତ ଉତ୍ତାପ ଶକ୍ତି ହ୍ରାସ ପାଇଥାଏ । ତେଣୁ ପ୍ରାଣୀମାନେ କମ୍ ଶୁଷ୍ପଜାତୀୟ ଖାଦ୍ୟ ବା ନଡ଼ାକୁଟା, ଦାନା ଆଦି ଖାଇବା ଦ୍ଵାରା ସେମାନଙ୍କର ପାକସ୍ଥଳୀ ବା ରୁମେନ୍‌ରେ ଫରମେଣ୍ଟେଶନ୍ ବା କ୍ୱିଣନ ପ୍ରକ୍ରିୟା ଓ ପୁଷ୍ଟି ବିକାଶ କ୍ରିୟା ହ୍ରାସ ପାଇବା ଫଳରେ ପ୍ରକାରନ୍ତରେ କମ୍ ଶାରୀରିକ ଉତ୍ତାପ ସୃଷ୍ଟି ହେବା ଯୋଗୁ ଶାରୀରିକ ଉତ୍ତାପର ଭାରସାମ୍ୟ ରକ୍ଷା ହୋଇଥାଏ । ଯେତେବେଳେ ବାୟୁମଣ୍ଡଳରେ ଉତ୍ତାପ ୨୫ରୁ ୨୬ ଡିଗ୍ରୀ ସେଣ୍ଟିଗ୍ରେଡରୁ ବୃଦ୍ଧିପାଏ, ସେତେବେଳେ ପ୍ରାଣୀ ବା ଗାଈଙ୍କର କ୍ଷୁଧାଶକ୍ତି କମି କମି ଆସେ ଏବଂ ଯେତେବେଳେ ବାହ୍ୟ ଉତ୍ତାପ ୩୫ ଡିଗ୍ରୀ ସେଣ୍ଟିଗ୍ରେଡରୁ ଉର୍ଦ୍ଧରେ ରୁହେ, ସେତେବେଳେ ପ୍ରାଣୀଙ୍କ ଖାଦ୍ୟ ଖାଇବା ଇଚ୍ଛା ଶକ୍ତି ୧୦ରୁ ୩୫ ପ୍ରତିଶତ କମିଯାଏ । ବୈଜ୍ଞାନିକମାନେ ଗବେଷଣା କରି ଦେଖୁଛନ୍ତି ଯେ - ଯେଉଁ ଗୋରୁ ଖରାଦିନେ ଭୌଦ୍ରତାପ ସମୟରେ ଦିନତମାମ ବାହାରେ ରୁହନ୍ତି, ସେମାନଙ୍କର ୫୬ ପ୍ରତିଶତ କ୍ଷୁଧା ବା ଭୋକ କମିଯାଏ ।

ରାତ୍ରର ଥଣ୍ଡା ପ୍ରହରରେ ଏହି ଖାଇବା ଇଚ୍ଛାଶକ୍ତି, ୧୯ ପ୍ରତିଶତକୁ ବୃଦ୍ଧି ପାଇଥାଏ । । ତେଣୁ ମୋଟ ଉପରେ କହିବାକୁ ଗଲେ, ଦିନବେଳେ ବାହ୍ୟ ଉତ୍ତାପ ବୃଦ୍ଧି ସମୟରେ ଗୁହାଳରେ ରହିଥିବା ପ୍ରାଣୀ ବା ସଙ୍କର ଜାତୀୟ ଗାଈଙ୍କ ଅପେକ୍ଷା ବାହାରେ ରହିଥିବା ଗାଈଙ୍କ କ୍ଷୁଧାଶକ୍ତି ।୧୩ ପ୍ରତିଶତ ଡ୍ରାସ ପାଇଥାଏ । ଦାନା ଅପେକ୍ଷା ଶୁଷ୍କ ଜାତୀୟ ତନ୍ତୁ ଯୁକ୍ତ ଖାଦ୍ୟ କମ୍ ଖାଇବା ଗୋରୁଙ୍କଠାରେ ପରିଲକ୍ଷିତ ହୁଏ । ଏତଦବ୍ୟତୀତ, ଅତ୍ୟଧୁକ ଖରା ସମୟରେ ରୁମେନ୍ ବା ପାକସ୍ଥଳୀର ଗତିଶୀଳ ପ୍ରକ୍ରିୟା କମିଯିବା ସହିତ ପ୍ରାଣୀମାନେ ଅଧିକ ପାଣି ପିଇବା ଯୋଗୁ ପାକସ୍ଥଳୀ ଭରପୁର ରହିବା ଫଳରେ ମଧ୍ୟ ଶୁଷ୍କ ଜାତୀୟ ଖାଦ୍ୟ ଖାଇବା ଶକ୍ତି କମିଯାଏ । ଏହି ଉତ୍ତାପ ଚାପ ପ୍ରାଣୀଙ୍କର ମସ୍ତିଷ୍କରେ ଥିବା ହାଇପୋଥାଲାମସ ସ୍ଥିତ ଆପେଟାଇଟ୍ ସେଣ୍ଟରରେ ସିଧାସଳଖ ପଡିବା ଯୋଗୁ ଶୁଷ୍କ ବା ଦାନାଜାତୀୟ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ଗୋରୁଙ୍କର କମିଯାଏ ।

ଖରାଦିନେ ଗାଈଙ୍କୁ ସୁରକ୍ଷା

ତେଣୁ ଜଳବାୟୁର ଉପରୋକ୍ତ ପ୍ରଭାବରୁ ଗାଈଙ୍କୁ ସୁରକ୍ଷା ଦେବାକୁ ହେଲେ ଖରାଦିନେ ଦିନବେଳେ ବାହାରକୁ ନ ଛାଡ଼ିବା ସହିତ (କେବଳ ସକାଳେ ଓ ବିଳମ୍ବା ଅପରାହ୍ନରେ ) ଗୁହାଳେ ବା ଥଣ୍ଡା ଛାଇ ସ୍ଥାନରେ ରଖି ରୋଷେଇ ଘରର ପନିପରିବା ଚୋପା, ଶାଗକାଣ୍ଡ, ପେଯ, ତୋରାଣି, କାକୁଡି, ତରଭୁଜ ଚୋପା ଆଦି ସହିତ ସବୁଜ ଘାସ, ସାଇଲେଜ୍ ଘାସ, ଆଡୋଲା, ଗଛଲତାର ଡାଳପତ୍ର ଯଥା ଡିମିରି, ଅଶ୍ଵତ୍ଥ, ବର, କଞ୍ଚନ, ସୁବାବୁଲ. କଦଳୀ, ବାଉଁଶ, ଆମ୍ବ, ଶାଳଗଛ ଆଦିର ପତ୍ର ମଧ୍ୟ ଖାଇବାକୁ ଦେବା ଆବଶ୍ୟକ । ରାତ୍ରର ଥଣ୍ଡା ପ୍ରହରରେ ଦାନାଯୁକ୍ତ ଖାଦ୍ୟ ଖାଇବାକୁ ଦେବା ପ୍ରୟୋଜନ । ଗୋଖାଦ୍ୟ ବା ଦାନା ସହିତ ଲୁଣ ୫୦ ଗ୍ରାମ୍ ଓ ଧାତବ ଲବଣ ମିଶ୍ରିତ ଗୁଣ୍ଡ ପାଉଡର ୪ରୁ ୬ ଚାମଚ ଦୈନିକ ଗୋଟିଏ ପ୍ରାପ୍ତ ବୟସ୍କ  ଗାଈ ପିଛା ଖାଇବାକୁ ଦେବା ଦରକାର । ଏହି ତିରୋଟ ସମୟରେ ଆତେଜାଲା ଚାଷ କରି ଆବଶ୍ୟକତା ଅନୁଯାୟୀ ଦାନାର ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଖାଇବାକୁ ଦେବା ଆବଶ୍ୟକ । କାରଣ ଏହି ଆଜୋଲାରେ ୯୦ରୁ ୯୨ ପ୍ରତିଶତ। ଜଳୀୟ ଅଂଶ ବା ଜଳ ଥିବାବେଳେ ୧୦ରୁ ୧୨ ପ୍ରତିଶତ ଜୈବ-କର୍ମଠ ପଦାର୍ଥ ନିହିତ ଥାଏ । ଏଥିରେ ଶର୍କରା ଜାତୀୟ ଉପାଦାନ କମ୍ ଏବଂ ପୁଷ୍ଟିସାର ଜାତୀୟ ଉପାଦାନ ଏଥିରେ ବେଶି ପରିମାଣର ଥାଏ । ତେଣୁ ଏହା ଗାଈଙ୍କୁ ଖାଇବାକୁ ଦେବା ଦ୍ଵାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥାଏ ଏବଂ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ ଏମାନଙ୍କ ଉପରେ ପଡ଼ି ନ ଥାଏ । ତେଣୁ ଗୁହାଳକୁ ଖରାଦିନେ ଥଣ୍ଡା ପରିବେଶରେ ରଖିବାକୁ ହେଲେ ଗୁହାଳ ଚତୁଃପାର୍ଶ୍ଵରେ ଝଙ୍କାଳିଆ ପତ୍ର ବହୁଳ ଗଛ ଲଗାଇବା ଜରୁରୀ ଖରାଦିନେ ଗୋରୁଙ୍କୁ ଦିନକୁ ଥରେ ଏବଂ ଆବଶ୍ୟକ ସ୍ଥଳେ ୨ରୁ ୩ଥର ଗାଧୋଇଦେବା ଭଲ ।

ଶରୀର କ୍ରିୟାତତ୍ତ୍ଵ ପୁରିମାପ ଉପରେ ଉତ୍ତାପ ବୃଦ୍ଧିର ପ୍ରଭାବ

ବାହ୍ୟ ଉତ୍ତାପ ବୃଦ୍ଧି ସମୟରେ ପ୍ରାଣୀଙ୍କ ଶାରୀରିକ ଉତ୍ତାପ ସ୍ଥିର ରଖିବାକୁ ହେଲେ ପ୍ରାଣୀର ଶରୀର କ୍ରିୟାତତ୍ତ୍ଵ ଓ ବିପାକ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଥାଏ । ଉତ୍ତାପ ବୃଦ୍ଧିଜନିତ ଚାପରେ ପୀଡ଼ିତ ପ୍ରାଣୀଙ୍କର ଶାରୀରିକ ଉତ୍ତାପ ଓ ଶ୍ଵାସକ୍ରିୟା ହାର ବୃଦ୍ଧି ପାଏ । ଏକାଭଳି ପରିବେଷ୍ଠିତ ଉଷ୍ଣ ଜଳବାୟୁରେ ଦେଶୀ ପ୍ରଜାତିର ଗାଈଗୋରୁ ଅପେକ୍ଷା ସଙ୍କର ଗାଈଗୋରୁ ଅଧିକ। ମାତ୍ରାରେ ପୀଡ଼ିତ ହେବା ସହିତ ସେମାନଙ୍କର ଶ୍ରାସକ୍ରିୟା ବେଗ ଓ ଶାରିରୀକ ଉତ୍ତାପ ବୃଦ୍ଧି ପାଇଥାଏ । ସେହିପରି ଶରୀରରେ ଉତ୍ତାପ ବୃଦ୍ଧି ପାଇଲେ ହୃତ୍‌ପିଣ୍ଡର ବେଗ ବୃଦ୍ଧି ପାଇବା ସହିତ ଶରୀରର ଆଭ୍ୟନ୍ତରୀଣ ଜୀବକୋଷଗୁଡିକୁ ଅଧିକ, ରକ୍ତ ସଞ୍ଚାଳନ ହୋଇ ଉତ୍ତାପ ଶରୀରରୁ ଚର୍ମକୁ ଏବଂ ଶେଷରେ ବାୟୁମଣ୍ଡଳକୁ ନିର୍ଗତ ବା ନିର୍ବାପିତ ହୋଇଥାଏ ।

ତେଣୁ ପ୍ରାଣୀଙ୍କ ରହିବା ବାସସ୍ଥାନ ବା ଗୁହାଳର ଭିତର ଓ ବାହାର ପରିବେଶକୁ ଥଣ୍ଡା ଏବଂ ବାୟୁ ଚଳାଚଳ ପାଇଁ ମୁକ୍ତ ରଖିବା ଆବଶ୍ୟକ । ଗୁହାଳର ଖୋଲା ଅଂଶରେ ଅଖା ଝୁଲାଇ ମଝିରେ ମଝିରେ ଡିପର ମାଧ୍ୟମରେ ଓଦା ରଖିବା ଆବଶ୍ୟକ । ଗୁହାଳର ଛାତ ଉପରେ ଚୂନ ଲେପନ କିମ୍ବା କଞ୍ଚା ଡାଳପତ୍ର ଦ୍ଵାରା ଘୋଡ଼ାଇ ରଖିବା ବିଧେୟ । ଗୁହାଳର ଭିତର ପରିବେଶ ଥଣ୍ଡା ରହିବାକୁ ହେଲେ ଫଗର ଯନ୍ତ୍ର ଦ୍ଵାରା ଘନ କୁହୁଡ଼ି ପରିବେଶ ସୃଷ୍ଟି କରାଯାଇ ଥଣ୍ଡା ରଖିବା ଜରୁରୀ । ଯଦି ସୁବିଧା ହୁଏ, ଅତ୍ୟଧିକ ଉତ୍ତାପ ବୃଦ୍ଧି ସମୟରେ ସ୍ପ୍ରେୟର ସାହାଯ୍ୟରେ ପ୍ରାଣୀଙ୍କୁ ପାଣି ସିଞ୍ଚନ କରି ଓଦା କରିବା ସହିତ ଫ୍ୟାନ୍ ମାଧ୍ୟମରେ ବାଷ୍ପୀକରଣ କରିଲେ ପ୍ରାଣୀମାନେ ଆରାମ ଅନୁଭବ କରନ୍ତି ।

ଲେଖା ଏବଂ ପ୍ରାପ୍ତ - ଡା. ବୀରକିଶୋର ପରିଡ଼ା, ଉପନିର୍ଦେଶକ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ମୋ : ୯୪୩୭୬୦୭୩୧୨

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top