অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଣୀପାଳକ ଓ ପ୍ରାଣୀଚିକିତ୍ସା

ଉପକ୍ରମ

ମାନବ ଶରୀରରେ ଆସୁଥିବା ବିଭିନ୍ନ ସଂକ୍ରମିତ ରୋଗ ବିଭିନ୍ନ ପଶୁ ଓ ପକ୍ଷୀ ମାନଙ୍କର ଶରୀରରୁ ଆରମ୍ଭ ହେଉଥିବା କାରଣରୁ ପଶୁଧନ ମାନଙ୍କର ରୋଗର ନିରାକରଣ ଅତ୍ୟନ୍ତ ଜରୁରୀ। ପଶୁ ଧନରେ ରୋଗ ନିରାକରଣ ହେଲେ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହିତ ଉତ୍ପାଦନ ବୃଦ୍ଧି ହୋଇ ପାରିବ।

ପ୍ରାଣୀପାଳକ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ କାର୍ଯ୍ୟକ୍ରମ

  • ବିଗତ ପାଞ୍ଚ ବର୍ଷରେ ପ୍ରାୟ ୭୩ ଲକ୍ଷ ଗୋ- ମହିଷାଦିଙ୍କ ଠାରୁ କୃତ୍ରିମ ପ୍ରଜନନ ଜରିଆରେ ୨୬ ଲକ୍ଷ ଉନ୍ନତ ବାଛୁରି ସୃଷ୍ଟି କରାଯାଇଛି   । ରାଜ୍ୟରେ ୬୩୦୦ କୃତିମ ପ୍ରଜନନ କେନ୍ଦ୍ରରେ ଏହି ସେବା ଉପଲ୍ଲବ୍ଧ ହେଉଅଛି
  • ରାଜ୍ୟର ସମସ୍ତ ୩୧୪ ଟି ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା କେନ୍ଦ୍ର ମାଧ୍ୟମରେ , ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ନିର୍ଦ୍ଧିଷ୍ଟ ଗ୍ରାମକୁ ଭ୍ରାମ୍ୟମାଣ ଗାଡି ମାସରେ ୨୦ ଦିନ ଯାଇ ପ୍ରାଣୀଚିକିତ୍ସା ସେବା ଯୋଗାଇ ଦେଉଛନ୍ତି    ।
  • ଗୋ- ମହିଷାଦି ପ୍ରଜନନ ନୀତି, ୨୦୧୫ ଏବଂ କୁକ୍ଳୁଟ ନୀତି ୨୦୧୫ ପ୍ରଣୟନ କରାଯାଇଛି   ।
  • ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟର ମିଳିତ ପ୍ରଚେଷ୍ଟାରେ ବିଗତ ୫ ବର୍ଷରେ ଚାରିଗୋଟି ଗୋ ପ୍ରଜାତି ଯଥା ବିଞ୍ଝାରୀପୁରୀ, ମୋଟୁ, ଖରିଆର ଓ ଘୁମୁସରୀ  : ଦୁଇ ଗୋଟି ମଇଁଷି ପ୍ରଜାତି ଯଥା ଚିଲିକା ଓ କଳାହାଣ୍ଡି  । ଗୋଟିଏ ମେଣ୍ଢା ପ୍ରଜାତି ଯଥା କେନ୍ଦ୍ରାପଡା  ଜାତୀୟ ସ୍ତରରେ ସ୍ଵୀକୃତି ପ୍ରାପ୍ତ ହୋଇପାରିଛି   ।  ।
  • ମାରାତ୍ମକ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଓଡିଶା ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଖୋର୍ଦ୍ଧା ଜିଲାର ଅରୁଗୁଳ ଠାରେ ଅନ୍ତ୍ରର୍ଜାତିକ  ଫାଟୁଆ ରୋଗ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯାଇଛି   ।
  • ଚାଷୀମାଣଙ୍କୁ ନିଜ ଜମିରେ ଗୋଖାଦ୍ୟ ଫସଲ ଉତ୍ପାଦନ ପାଇଁ ଚଳିତ ବର୍ଷରେ ହେକ୍ଟର ପିଛା ୩୦୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ   ।
  • ରାଜ୍ୟ ପଶୁରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା ଠାରେ ଅବସ୍ଥିତ ଜୈବ ନିରାପତ୍ତା ଦ୍ଵିତୀୟ ଶ୍ରେଣୀ ପରୀକ୍ଷାଗାରରେ ବାର୍ଡଫ୍ଲୁ ରୋଗର ପ୍ରାଥମିକ ନିରୂପଣ ହୋଇପାରୁଛି   ।
  • ମରୁଡି ପ୍ରଭାବିତ ବ୍ଲକ,75 ହଜାର ହେକ୍ଟର ଜମିରେ ଗୋଖାଦ୍ୟ ଫସଲ ଉତ୍ପାଦନ ପାଇଁ ଅବଶ୍ୟକ ଘାସ ମଞ୍ଜି , ସାର ଇତ୍ୟାଦି ଆଗ୍ରହୀ ଚାଷୀମାନଙ୍କୁ ମାଗଣାରେ ଯୋଗାଇ  ଦିଆଯାଊଛି   ।
  • ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କୁକୁଡା ଘର, ଛେଳିଗୁହାଳ , ଗାଈଗୁହାଳ ଏବଂ ଅଜୋଲା ଗୋଖାଦ୍ୟ ଚାଷ ପାଇଁ ସହାୟତା ଚଳିତ ବର୍ଷ ଦିଆଯିବ   ।
  • ଓଡିଶା ଜୈବ ଟୀକା ପ୍ରତିଷ୍ଠାନ, ଭୁବନେଶ୍ଵର ଠାରେ ଅତ୍ୟାଧୁନିକ ଉପାୟରେ ଟୀକା ପ୍ରସ୍ତୁତ କରିବା ଦ୍ଵାରା ଟୀକା ଉତ୍ପାଦନ ପରିମାଣ 2000 ମସିହା ତୁଳନାରେ ପାଞ୍ଚଗୁଣ ଅଧିକ ହୋଇପାରିଛି   ।
  • ଉଦ୍ୟୋଗ ବିକାଶ ଏବଂ ସ୍ଵରୋଜଗାର ସୃଷ୍ଟି ପାଇଁ, ଛେଳିପାଳନ, ମେଣ୍ଢାପାଳନ, ଘୁଷୁରି ପାଳନ ଏବଂ କୁକୁଡା ପାଳନ ପାଇଁ ଜାତୀୟ ପ୍ରାଣୀଧନ ମିଶନ ଆନୁକୁଲ୍ୟରେ ମୋଟ ପ୍ରକଳ୍ପର 25 ଭାଗ ରିହାତି ଯୋଗାଇ ଦିଆଯାଉଛି   ।
  • ଡାଏରୀ ଉଦ୍ୟୋଗ ପ୍ରୋତ୍ସାହନ  ଯୋଜନାରେ ଗୋପାଳନ ପାଇଁ ବ୍ୟାଙ୍କ ଋଣ ଉପରେ ରିହାତି ବ୍ୟବସ୍ଥା ଅଛି   ।
  • ଗାଈ , ମଇଁଷି, ଛେଳି , ମେଣ୍ଢା ଏବଂ ବଳଦମାନଙ୍କୁ ରିହାତି ହାରରେ ବୀମାକରଣ କରାଯାଇଛି   ।
  • 30 ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା 45 ଟି ଚିଆଁ ଉତ୍ପାଦନ କେନ୍ଦ୍ରରୁ ରଙ୍ଗୀନ କୁକୁଡା ଚିଆଁ ଉତ୍ପାଦନ କରି ଚାଷୀମାଣଙ୍କୁ ସୁଲଭ ଦରରେ ଯୋଗାଇ ଦିଆଯାଉଛି   ।
  • ଆଦିବାସୀ ଅଧୁସିତ ଜିଲ୍ଲାରେ ଗୋସମ୍ପଦ ବିକାଶ ନିମନ୍ତେ ଏକ ସ୍ଵତନ୍ତ୍ର ଯୋଜନା ମାଧ୍ୟମରେ ଆଦିବାସୀ ମହିଳା ଦୁଗ୍ଧ ସମବାୟ ସମିତି ଗଠନ କରି ଦୁଗ୍ଧ ସଂଗ୍ରହ ଏବଂ ବିକ୍ରି ପାଇଁ ପଦକ୍ଷେପ ନିଆଯାଇଛି   ।
  • ଜେ. କେ ଟ୍ରଷ୍ଟ ମାଧ୍ୟମରେ ରାଜ୍ୟରେ 574 ଟି ସମନ୍ଵିତ ପ୍ରାଣୀଧନ ଉନ୍ନୟନ କେନ୍ଦ୍ର ସ୍ଥାପନ କରି ଗୋମହିଷାଦିଙ୍କ କୃତିମ ପ୍ରଜନନ ସେବା ଯୋଗାଇ ଦିଆଯାଇଛି   ।
  • ରାଜ୍ୟରେ 2000 ମସିହାରେ କ୍ଷୀର ଅଣ୍ଡା, ମାଂସ ଉତ୍ପାଦନ ଯଥାକ୍ରମେ 8.75 ଟନ , 730 ନିୟୁତ 37 ହଜାର ଟନ ଥିଲା , ଯାହାକି 2015 ମସିହାରେ ବୃଦ୍ଧି ପାଇ ଯଥାକ୍ରମେ 19.38 ଲକ୍ଷ ଟନ 1927 ନିୟୁତ ଏବଂ 180 ହଜାର ଟନରେ ପହଞ୍ଚି ପାରିଛି    ।

ଅଧିକ ତଥ୍ୟ ଜାଣିବା ପାଇଁ ସୂଚନା ସରବରାହ ସଂସ୍ଥା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ କଟକ ସହିତ ଯୋଗାଯୋଗ କରନ୍ତୁ   ।

ଆଧାର – ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଜନହିତରେ ଜାରି ।

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate