ହୋମ / କୃଷି / ପ୍ରାଣୀ ଧନ / ବତକମାନଙ୍କର ରୋଗ ଓ ତାର ପ୍ରତିକାର
ସେଆର କରନ୍ତୁ

ବତକମାନଙ୍କର ରୋଗ ଓ ତାର ପ୍ରତିକାର

ବତକମାନଙ୍କର ରୋଗ ଓ ତାର ପ୍ରତିକାର ସମ୍ବନ୍ଧରେ ସୂଚନା ।

ରୋଗର ଲକ୍ଷଣ

  1. ବତକ ଏବଂ ବତକ ଛୁଆ ଖାଦ୍ୟ ଓ ପାଣିନେବା ବନ୍ଦ କରିଦିଅନ୍ତି ।
  2. ଧିରେ ଧିରେ ଚାଲନ୍ତି ଏବଂ ଗୋଟିଏ ସ୍ଥାନରେ ବସନ୍ତି ।
  3. ପର ମଇଳା ହୋଇଯାଏ ଏବଂ ମଳଦ୍ଵାରା ପାଖପର ମଳ ହୋଇଯାଏ ।
  4. ଝାଡ଼ା ସହିତ ନାକରୁ ପାଣି ବାହାରେ ।
  5. ଗୋଡ଼ ଓ ଡେଣାରେ ପାରାଲିସିସ୍ ଲକ୍ଷଣ ଦେଖାଯାଏ ।
  6. ହଠାତ୍ ମୃତ୍ୟୁ ହୋଇଯାଏ କିମ୍ବା ବେଳେବେଳେ ମୃତ୍ୟୁ ଲାଗିରହେ ।

ବତକ ପ୍ଲେଗ୍ -

ଏହା ଏକ ଭୂତାଣୁ ଜନିତ ରୋଗ । ଏହା ପିଇବା ପାଣି ଦ୍ଵାରା ବ୍ୟାପିଥାଏ । ଏହି ରୋଗ ହେଲେ ସବୁକ ହଳଦିଆ ଝାଡ଼ା ହୁଏ ଏବଂ ସମୟେ ସମୟେ ରକ୍ତ ମଧ୍ୟ ଝାଡ଼ାରେ ଆସେ । ଡେଣାଗୁଡ଼ିକ ତଳକୁ ଝୁଲିପଡ଼େ । ଚଲାବୁଲା କିମ୍ବା ପାଣିରେ ପହଁରିବା ପାଇଁ ସେମାନେ ଇଚ୍ଛା କରନ୍ତି ନାହିଁ । ଆଖିଗୁଡ଼ିକ ଫୁଲିଯାଏ ଏବଂ ସେଥିରୁ ହଳଦିଆ ପଦାର୍ଥ ବାହାରେ । ଫଳରେ କେତେକ ବତକ ଅନ୍ଧ ହୋଇଯାଆନ୍ତି । ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରନ୍ତି । ଅଣ୍ଡାଦେବା କମିଯାଏ । ଏହାର ପ୍ରତିକାର ନିମନ୍ତେ ପ୍ରଥମେ ୩ ଥର ପାଇଁ (ଦୁଇ ସପ୍ତାହରେ, ୧୦ ସପ୍ତାହରେ ଏବଂ ୨୪ ସପ୍ତାହରେ) ଏବଂ ତାପରେ ପ୍ରତ୍ୟେକ ୬ ମାସରେ ଥରେ ଟୀକା ଦେବାକୁ ହୁଏ ।

ବତକମାନଙ୍କର ଭୂତାଣୁ ଜନିତ ଯକୃତ ପ୍ରବାହ

ଏହା ଏକ ଭୂତାଣୁ ଜନିତ ରୋଗ । ପାଞ୍ଚ ସପ୍ତାହ ବୟସ ମଧ୍ୟରେ ବତକ ଛୁଆମାନେ ଏହି ରୋଗରେ ଆକ୍ରମିତ ହୋଇଥାନ୍ତି । ଏହି ରୋଗ ବତକମାନଙ୍କ ଝାଡ଼ା, ବତକମାନଙ୍କ ପାଖରେ କାମ କରୁଥିବା ଲୋକମାନଙ୍କର ପୋଷାକ ଦ୍ଵାରା ବ୍ୟାପିଥାଏ । ଏହି ରୋଗ ଆକ୍ରମଣ କରିବାର ୧-୨ ଘଣ୍ଟା ମଧ୍ୟରେ ଛୁଆଗୁଡ଼ିକ ମରିଯାଆନ୍ତି । ଛୁଆମାନେ ଦଳରୁ ଅଲଗା ହୋଇ ରୁହନ୍ତି । ଚାଲ ବୁଲା କରିବା ବନ୍ଦ କରି ଦିଅନ୍ତି, ଏକ କଡ଼କିଆ ହୋଇ ପଡ଼ି ରହନ୍ତି । ଉଭୟେ ଗୋଡ଼କୁ ମଝିରେ ମଝିରେ ଚାଟନ୍ତି ଏବଂ ମୁଣ୍ଡକୁ ପଛପଟକୁ ମୋଡ଼ି ହୋଇ ମରିଯାଆନ୍ତି । ଏହାର ପ୍ରତିକାର ମଧ୍ୟ ଟୀକା ଦ୍ଵାରା ହୋଇଥାଏ । ଦିନିକିଆ ବତକ ଛୁଆଙ୍କୁ ଏହା ଦିଆଯାଇଥାଏ । କିନ୍ତୁ ଯଦି ବତକ ଛୁଆର ବାପା ଓ ମାଙ୍କୁ ଟୀକା ଦିଆଯାଇଥାଏ, ତେବେ ବତକ ଛୁଆଙ୍କୁ ଟୀକା ଦେବା ଦରକାର ପଡ଼େ ନାହିଁ । ବଡ଼ ବତକଙ୍କୁ ୧୦୧୨ ସପ୍ତାହରେ ଥରେ ଏବଂ ଆଉ ଥରେ ଠିକ୍ ଅଣ୍ଡା ଦେବା ଆରମ୍ଭ କଲାବେଳେ ଟୀକା ଦିଆହୁଏ ।

ରାଣୀକ୍ଷେତ ରୋଗ

ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ସବୁଜ ରଙ୍ଗର ଝାଡ଼ା ହୁଏ । ମୁହଁ, ଆଖି ଓ ଗଳା ଫୁଲିଯାଏ । ବତକର ଛିଙ୍କିବା ଓ ଥରିବା ଆରମ୍ଭ ହୋଇଯାଏ । ଗୋଟିଏ କିମ୍ବା ଉଭୟ ଗୋଡ଼ ସ୍ଵାଭାବିତ ଦୁର୍ବଳତା ହେତୁ ଅଚଳ ହୋଇଯାଏ । ଏହି ରୋଗର ପ୍ରତିଷେଧ ପାଇଁ ବତକ ଛୁଆ ଓ ଅଣ୍ଡାଦିଆ ବତକମାନଙ୍କୁ ଟୀକା ଦିଆଯାଏ ।

ବତକ ବସନ୍ତ -

ଏହା ଏକ ଭୂତାଣୁ ଜନିତ ରୋଗ । ସମସ୍ତ ବୟସର ବତକ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଚର୍ମ ବସନ୍ତରେ ଫୋଟକା ମୁଣ୍ଡ, ଗୋଡ଼ ଆଦି ଯାଗାରେ ଦେଖାଯାଏ । ଆଖିରେ ହେଉଥିବା ବସନ୍ତରେ ଆଖିରୁ ପୂଜ ବାହାରେ ଏବଂ ଆଖିପତା ବନ୍ଦ ହୋଇଯାଏ । ସମୟ ସମୟରେ ବତକ ଅନ୍ଧ ହୋଇଯାଏ । ବେଳେ ବେଳେ ପାଟି ଭିତରେ ମଧ୍ୟ ଦେଖାଯାଇଥାଏ । ଅଣ୍ଡା ଦେଉଥିବା ବତକ ଏହି ରୋଗରେ ଆକ୍ରାନ୍ତ ହେଲେ ଅଣ୍ଡା ଦେବା କମିଯାଏ । ଏହି ରୋଗରେ ବତକ ବେଶୀ ମରନ୍ତି ନାହିଁ ।

ପାରାଟାଇଫଏଡ –

ଏହା ଏକ ଜୀବାଣୁ ଜନିତ ରୋଗ । ବତକ ଛୁଆ ଏହି ରୋଗରେ ଆକ୍ରାନ୍ତ ହେଲେ ଡେଣା ଗୁଡ଼ିକ ତଳକୁ ଝୁଲିପଡ଼େ । ଖାଇବା କମିଯାଏ । ବେଶି ଶୋଷ ହୁଏ  ଏବଂ ପାଣିଆ ଝାଡ଼ା ହୁଏ । ଛୁଆଗୁଡ଼ିକ ଆଲୁଅ ପାଖରେ ଏକାଠି ରହନ୍ତି ଏବଂ ୨-୩ ସପ୍ତାହ ଭିତରେ ଅଧିକାଂଶ ଛୁଆ ମରିଯାଆନ୍ତି । ଅଣ୍ଡାଦିଆ ବତକମାନଙ୍କୁ ଏହି ରୋଗ ହେଲେ ଅଣ୍ଡାଦେବା କମିଯାଏ ଏବଂ ଅଣ୍ଡା ଭିତରେ ଅଧିକାଂଶ ଛୁଆ ମରିଯାଆନ୍ତି । ଫ୍ୟୁରା ଜଲିଡନ୍ ନାମକ ଏକ ଔଷଧ ଦେଲେ ଅନେକାଂଶରେ ଏହି ରୋଗ ଉପଶମ ହୋଇଥାଏ ।

ଆଫଲାଟକସି କୋସିସ୍ -

ଏହା ଆଫ୍ଲାଟସିନ୍ ନାମକ ଏକ ବିଷାକ୍ତ ପଦାର୍ଥ (ଫିମ୍ପି ଲାଗିଥିବା ଦାନାରେ ଥାଏ) ଖାଇଲେ ହୋଇଥାଏ । ଏହା ଖାଇଲେ ବତକ ଛୁଆ ମରିଯାଆନ୍ତି । ତେଣୁ ଫିମ୍ପି ଲାଗିଥିବା ଦାନା ଖାଇବାକୁ ଦେବେ ନାହିଁ । ବତକ ଘରର ଅଳିଆ ସେଜ ଶୁଖିଲା ରଖିବେ ।

ଡଙ୍କିଭଙ୍ଗା  ରୋଗ –

ଏହା ଏକ ଜୀବାଣୁ ଦ୍ଵାରା ତିଆରି ହୋଇଥିବା ବିଷ ଖାଇଲେ ହୋଇଥାଏ । ସାଧାରଣତଃ ପଚାମାଂସ ହାଡ଼ରେ ଏହି ଜୀବାଣୁ ବଢ଼ନ୍ତି ଏବଂ ଏପରି ଜିନିଷ ଖାଇଲେ ବତକମାନେ ଏହି ରୋଗରେ ପଡ଼ନ୍ତି । ଏହି ରୋଗ ଦ୍ଵାରା ପକ୍ଷାଘାତରେ ଡଙ୍କି ଭାଙ୍ଗିପଡ଼େ । ତେଣୁ ବତକ ଘରେ, ଚରାଭୂମିରେ ଏବଂ ଜଳାଶୟରେ ପଚାସଢ଼ା ମାଂସ, ହାଡ଼, ମାଛ ଓ ପୋକଜୋକ ରଖିବାକୁ ଦେବେ ନାହିଁ ।

କକ୍ସିଡିଓସିସ୍ -

ଏହା ଏକ ଆଦିଜନ୍ତୁ ଜନିତ ରୋଗ । ଏହି ରୋଗ ସାଧାରଣତଃ ବତକ ଛୁଆମାନଙ୍କୁ ହୋଇଥାଏ । ଏହି ରୋଗରେ ପୀଡ଼ିତ ଛୁଆଗୁଡ଼ିକ ଏକାଠି ରୁଣ୍ଡ ହୋଇ ଆଖି ମୁଦିଦେଇ ଜୁଳାନ୍ତି । ଡେଣା ଝୁଲିପଡ଼େ । ପର ଟାଆଁସ ଦେଖାଯାଏ । ପାଣି ଝାଡ଼ା ହୁଏ । ଝାଡ଼ାରେ ଅଧିକାଂଶ ସମୟରେ ରକ୍ତ ପଡ଼େ । ଆସ୍ତେ ଆସ୍ତେ ଛୁଆଗୁଡ଼ିକ ମରିବାକୁ ଆରମ୍ଭ କରନ୍ତି । ଏହାର ପ୍ରତିରୋଧ କରିବା ପାଇଁ ଦାନାରେ କସିଡ଼ିଆ ଆରୋଧୁ ଔଷଧ ଦାନାରେ ମିଶାଇ ଖାଇବାକୁ ଦେବାକୁ ହେବ ।

ଅସପରଜିଲୋସିସ୍ -

ଏହା ଏକ ଫିମ୍ପି ଜନିତ ରୋଗ । ଏହା ସାଧାରଣତଃ ବତକ ଛୁଆ (ପ୍ରଥମ ଦୁଇ ସପ୍ତାହ ମଧ୍ୟରେ) ଛୁଆମାନଙ୍କୁ ହୋଇଥାଏ । ଏହି ରୋଗରେ ନିଶ୍ଵାସ ପ୍ରଶ୍ଵାସ ନେବା କଷ୍ଟକର ହୋଇଥାଏ, ଖାଇବା କମିଯାଏ ଏବଂ ବତକ ଛୁଆଗୁଡ଼ିକ ମୁତ୍ୟୁମୁଖରେ ପଡ଼ନ୍ତି । ଏହାକୁ ପ୍ରତିରୋଧ କରିବା ପାଇଁ ବତକ ଘର ସଫା ଓ ଶୁଖିଲା ରଖିବେ । ଛୁଆ ଫୁଟାଇବା ପାଇଁ ରଖିଥିବା ଅଣ୍ଡାଗୁଡ଼ିକୁ ଭଲ ଭାବରେ ସଫା କରିବା ଦରକାର ।

ବତକମାନଙ୍କର ପ୍ରତିଷେଧକ ଟୀକାର ସାରଣୀ

ନିମ୍ନଲିଖିତତ ଟୀକା ବତକମାନଙ୍କୁ ଦିଆଯାଏ ।

 

ରୋଗ

ଟୀକା

ବୟସ

ପରିମାଣ ଏବଂ ପଥ

ବତକ ଭୂତାଣୁ

ଲାଇଫ୍ ମଡିଫାଏଡ଼୍

ପ୍ରଥମ ଦିନ

୦.୨ ମି.ଲି. ଚମଡା କିମ୍ବା

ମାଂସ ତଳେ

ହେପାଟାଇଟିସ୍

  • ଚିକଏମ୍ବ୍ରିଓ ଆଡାପ୍ଟେଡ

କିମ୍ବା

  • ଫରମାଲିନ୍ ଇନ୍ ଆକ୍ଟିଭେଟେଡ ଭୂତାଣୁ ଚିକଏମ୍ବ୍ରିଓ କିମ୍ବା ବତକ ଏମ୍ବ୍ରିଓ ଆଡାପଟେଡ୍ ଲାଇଭ

୬ – ୭ ଦିନ

 

ପ୍ରଜନନକ୍ଷମ ବତକଙ୍କୁ ୨-୩ ଥର ପ୍ରତିମାସ ମାସ ଅନ୍ତରରେ ଟୀକା ଦେବା ଦରକାର

 

 

 

୦.୫ ମି.ଲି. ଚମଡା କିମ୍ବା ମାଂସ ତଳେ

ବତକ ପ୍ଲେଗ୍

ଲାଇଭ ଆଟିନୁଏଟେଡ୍ ଭୂତାଣୁ

୨ ସପ୍ତାହ

୦.୫ ମି.ଲି ଚମଡା ତଳେ

ବତକ ପ୍ଲେଗ୍

 

ବୁଷ୍ଟର ଟୀକା

  • ଚିକ୍ ଏମ୍ବ୍ରିଓ ଆଡାପ୍ଟେଡ ସେଲ କଲଚର
  • ଚିକ୍ ଏମ୍ବ୍ରିଓ ଆଡାପ୍ଟେଡ ସେଲ କଲଚର

 

୮ ସପ୍ତାହ

 

 

ପ୍ରତି ୬ ମାସ ଅନ୍ତରରେ

୦.୫ ମି.ଲି ଚମଡା

 

 

୦.୫ ମି.ଲି ଚମଡା

 

ବତକ ହଇଜା

( ଡକ କଲେରା )

ବତକ ହଇଜା ( ଡକ କଲେରା ) ବୁଷ୍ଟର ଟୀକା

ପାସ୍ତୁରେଲା ମଲଟୋସିଡା ଏ ୱାନ୍ ଷ୍ଟ୍ରେନ୍, ଫରମାଲିନ କିଲଡ

ପାସ୍ତୁରେଲା ମଲଟୋସିଡା ଏ ୱାନ୍ ଷ୍ଟ୍ରେନ୍, ଫରମାଲିନ କିଲଡ

 

୩ ରୁ ୪ ସପ୍ତାହ

 

 

୮ ସପ୍ତାହ

୧. ମି.ଲି ଚମଡା ତଳେ

 

୧. ମି.ଲି ଚମଡା ତଳେ

ବତକ ସେପ୍ଟିସେମିଆ

 

ବତକ ସେପ୍ଟିସେମିଆ

ବୁଷ୍ଟର ଟୀକା

ଫରମାଲିନ୍ କିଲଡ ପାସ୍ତୁରେଲା ଆଣ୍ଟି ପେଷ୍ଟିଫର୍

 

ଫରମାଲିନ୍ କିଲଡ ପାସ୍ତୁରେଲା ଆଣ୍ଟି ପେଷ୍ଟିଫର୍

୨ ସପ୍ତାହ

 

 

୯ ସପ୍ତାହ

୦.୫ ମି.ଲି ଚମଡା ତଳେ

 

୧. ମି.ଲି ଚମଡା ତଳେ

ଏରିସିପିଲାସ୍

ଫରମାଲିନ୍ କିଲଡ ଇ. ଇନ୍ସିଡିଓସା

୪ ସପ୍ତାହ

୦.୫ - ୧ ମି.ଲି ଚମଡା ତଳେ କିମ୍ବା ମାଂସ ତଳେ ରୋଗ ଲାଗିଥିବା ସମୟରେ

(ରୋଗ ଚିକିତ୍ସା ପୂର୍ବରୁ ପଶୁଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ)

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ ପ୍ରସବ କୁମାର ମିଶ୍ର

ସଂଶୋଧିତ ବିଷୟବସ୍ତୁ -

  • ଡଃ ପ୍ରସନ୍ନ କୁମାର ମିଶ୍ର,  ପ୍ରଫେସର. କୁକ୍କୁଟ ବିଜ୍ଞାନ ବିଭାଗ, ଓୟୁଏଟି, ଭୁବନେଶ୍ଵର
2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top