ହୋମ / କୃଷି / ପ୍ରାଣୀ ଧନ / ବର୍ଷା ଋତୁରେ କୁକୁଡାଙ୍କ ଯତ୍ନ
ସେଆର କରନ୍ତୁ

ବର୍ଷା ଋତୁରେ କୁକୁଡାଙ୍କ ଯତ୍ନ

ବର୍ଷା ଋତୁରେ କୁକୁଡାଙ୍କ ଯତ୍ନର ସୂଚନା।

ବର୍ଷା ଋତୁରେ କୁକୁଡାଙ୍କ ଯତ୍ନ

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠି ବାସ କରୁଥିବା ଲୋକ କୃଷି, ମାଛ ଚାଷ, ଗୋ-ପାଳନ ଓ କୁକୁଡା ପାଳନ ଆଦି କରି ନିଜର ଜୀବିକା ନିର୍ବାହ କରନ୍ତି । ଓଡିଶାର ଭୌଗଳିକ ଅବସ୍ଥିତି ଅନୁସାରେ ଏଠାରେ ଥିବା ଚାଷୀ ପୁରାତନ ସମୟରୁ ବର୍ଷା ଉପରେ ଚାଷ କାର୍ଯ୍ୟ ନିର୍ଭର କରି ଆସୁଛନ୍ତି । କଥାରେ ଅଛି “ଜଳ ବିହୁନେ ସୃଷ୍ଟି ନାସା ଓ ଜଳ ବହୁଲେ ସୃଷ୍ଟି ନାସା “ଠିକ ସେହି ପରି ବର୍ଷା ଋତୁର ଆଗମନରେ ଚାଷୀଙ୍କ ମନରେ ଚାଷକୁ ନେଇ ଯେତିକି ଆନନ୍ଦା ସଂଚାର ହୋଇଥାଏ, ବର୍ଷା ଜନିତ କୁ ପ୍ରଭାବକୁ ନେଇ ସେତିକି ଚିନ୍ତିତ ବି ହୋଇଥାନ୍ତି । ବର୍ଷା ଋତୁରେ ଦକ୍ଷିଣ-ପଶ୍ଚିମ ମୌସୁମୀର ପବନ ଯୋଗୁ ପ୍ରଚୁର ବର୍ଷା ହୁଏ। ଏହି ଋତୁରେ ଅନେକ ପ୍ରକୃତିକ ଦୁର୍ବିପାକ ର ମଧ୍ୟ ଦୃଷ୍ଟାନ୍ତ ରହିଅଛି । କୁକୁଡା ପାଳନ ଏକ ଲାଭଦାୟକ ଚାଷ ଅଟେ । ଏହି କୁକୁଡା ପାଳନ କରି ଗ୍ରାମାଞ୍ଚଳ ମାନଙ୍କରେ ଚାଷୀ ମାନେ ବହୁତ ଲାଭବାନ ହେଉଛନ୍ତି । କିନ୍ତୁ କୁକୁଡା ପାଳନ କରୁଥିବା ଚାଷୀ ବର୍ଷା ଋତୁରୀ କେତେକ ପରିଚାଳନା ଜନିତ ପରିବର୍ତନରେ ଧ୍ୟାନ ଣ ଦେବା ହେତୁ କ୍ଷତିଗ୍ରସ୍ତ ହୋଇଥାନ୍ତି ।

ବର୍ଷା ଋତୁରେ କୁକୁଡା ଘର ର ଯତ୍ନ

  • ବର୍ଷା ଆରମ୍ଭ ହେବ ପୂର୍ବରୁ କୁକୁଡା ଘରର ଛାତ ର ମରାମତି କରିବା ଆବଶ୍ୟକ । ଛାତରେ କିଛି କଣାକି ଫାଙ୍କ ଆଦି କୁ ବନ୍ଦ କରିବା ଦରକାର ।
  • ଛପର କିମ୍ବା ଛଣତିଆରି ଛାତ ହୋଇଥିଲେ ସେଥିରେ ପଲିଥିନ ଘୋଡାଇବା ଦରକାର ।
  • କୁକୁଡା ଘରର ଚଟାଣରେ ଫାଙ୍କା ଜାଗା କି ଗାତ କୁ ମଧ୍ୟ ବନ୍ଦ କରିବା ଦରକାର ।
  • କୁକୁଡା ଘର ସାଧାରଣତଃ ଭୂମିଠୁ ସାମାନ୍ୟ ଉପରେ ତିଆରି କରା ହୋଇଥାଏ କିନ୍ତୁ ଯଦି ଆପଣଙ୍କର କୁକୁଡା ଘର ଖଲୁଆ ଜାଗାରେ ଅବସ୍ଥିତ ତେବେ ଯେପରି ଘର ମଧ୍ୟକୁ ପାଣି ନ ପଶେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।
  • କୁକୁଡା ଘର ଚାରିପଟେ ଉଠିଥିବା ବୁଡ ଓ ଅନାବନା ଘାସକୁ ସଫା କରିଦେବା ଦରକାର ।

ଖାଦ୍ୟ ପରିଚାଳନା

ବର୍ଷା ଦିନରେ ଖାଦ୍ୟ ର ପରିଚାଳନା ଏକ ଜରୁରୀ ପରିଚାଳନା ଅଟେ।ବର୍ଷା ଋତୁରେ ଅଧିକ ବର୍ଷା ଯୋଗୁ ଜଳବାଯୁ ରେ ଆର୍ଦ୍ରତା ପରିମାଣ ବଢିଯାଏ ଫଳରେ କୁକୁଡା ମାନଙ୍କ ଖାଦ୍ୟ ରେ ଫାଙ୍ଗସ ଅର୍ଥାତ କବକ ବଢିବା ଆରମ୍ଭ କରିଦିଏ । ଏହାର ଫଳ ସ୍ୱରୂପ କୁକୁଡା ଦାନାରେ ଆପ୍ଳାଟକ୍ଳିନ ର ପରିମାଣ ବଢିଯାଏ । ଆପ୍ଳାଟକ୍ଳିନ ଏକ ବିସ ଅଟେ ଯେ କି କବକ ବଢିଥିବା ଖାଦ୍ୟରେ ଦେଖାଯାଏ । ଏହି ଆପ୍ଳାଟକ୍ଳିନ ବିଷ କୁକୁଡା ଖାଇଲେ ସେମାନଙ୍କର ଖାଦ୍ୟ ଖାଇବା ପରିମାଣ କମିଯାଏ,

ସେମାନେ ଝଡି ଯାନ୍ତି, ଶରୀରର ବୃଦ୍ଧି ବଦ୍ଧପ୍ରାପ୍ତ ହୁଏ ,କୁକୁଡାଙ୍କ ଯକୃତରେ ଟ୍ୟୁମର ହେବା ସହ କୁକୁଡା ମୃତ୍ୟୁବରଣ କରନ୍ତି । ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ପଡେ। ଏହି ଅସୁବିଧ୍ହ ରୁ ରକ୍ଷା ପାଇବା ପାଇଁ ସାଧାରଣତଃ ବର୍ଷା ଦିନରେ ବାହାରୁ ଦାନା କିଣନ୍ତି ନାହିଁ । ଆଗରୁ ଦାନା କିଣି ବର୍ଷା ଦିନ କୁ ସଞ୍ଚିତା କରି ରଖିଥାନ୍ତି । ସଞ୍ଚିତା ଦାନା କୁ ମଝିରେ ମଝିରେ ଖରାରେ ଦେଲେ କବକ ବଢି ପାରନ୍ତି ନାହିଁ।

କୁକୁଡା ଖାଦ୍ୟ ଅର୍ଥାତ ଦାନା ରଖାଯାଉଥିବା ଗୋଦାମ ଗୃହର ବି ସଠିକ ଯତ୍ନ ନେବାକୁ ହୁଏ। ସେ ଗୃହରେ ଯେପରି ପାଣି ପ୍ରବେଶ ଣ କରେ ସେଥିଲାଗି ଧ୍ୟାନ ଦେବାକୁ ପଡିବ । କୁକୁଡା ଦାନା କୁ ଭୂମିରେ ଣ ରାଖୀ ଇଟା କିମ୍ବା କାଠ ପଟା ଉପରେ ରଖିଲେ ଭୂମିରୁ ଆର୍ଦ୍ରତା ଶୋଷି ପାରି ନଥାଏ । ମୂଷା ଭଳି ଅନ୍ୟାନ୍ୟ ଦାନା କୁ ଖାଇଦେଉଥିବା ସରୀସୃପ ଆଦିଙ୍କୁ ଗୋଦାମ ଗୃହରୁ ବାହାର କରିଦେବା ଦରକାର।

ବର୍ଷା ଦିନରେ ପରିବେଶର ତାପମାତ୍ରା ହଠାତ କମିଯିବାରୁ କୁକୁଡା ମାନଙ୍କୁ ତାଙ୍କ ଶରୀରର ତାପମାତ୍ର। ହଠାତ କମିଯିବାରୁ କୁକୁଡା ମାନଙ୍କୁ ତାଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଧିକ କ୍ୟାଲୋରି ର ଖାଦ୍ୟ ଦରକାର ହୁଏ। ସେଥିଲାଗି ବାହାରେ ଚରୁଥିବା କୁକୁଡା ମାନେ ଘାସ ଓ ଅନ୍ୟାନ୍ୟ ପୋକଜୋକ ଖାଇ ବଢୁଥିବା କୁକୁଡା ମାନଙ୍କୁ ଏହି ଋତୁ ରେ ଦାନ ଦେବା ଦରକାର ।

ଖାଦ୍ୟରେ ଜୀବାଣୁ ପରିମାଣ କମ କରିବା ଓ ପରଜୀବୀ ରୋଗ ରୁ ମୁକ୍ତି ପାଇଁ ଦାନା ପ୍ରସ୍ତୁତି ସମୟରେ ଟିକେ ବର୍ଦ୍ଧିତ ପରିମାଣରେ ଆଣ୍ଟିବୟୋଟିକସ ଓ ପରଜୀବୀ ନିରୋଧକ (କକସିଡିଓଷ୍ଟାଟ)ମିଶାଇକି ଦେବା ଦରକାର । ଆଫ୍ଲାତକିନ ଆଦି ବିଷକୁ କମାଇବା ଲାଗି ବିଷ-ବନ୍ଧକ (ଟକସିନ ବାଇଣ୍ଡର)ମଧ୍ୟ ଟିକେ ଅଧିକ ପରିମାଣରେ ଦାନାରେ ଦିଆଯାଏ । ବର୍ଷା ଋତୁରେ ସାଧାରଣତଃ ବିଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟ କର ହୋଇଥାଏ ।

ତେଣୁ ଆମକୁ ଦୂଷିତ ପାଣି କୁ ବିଶୋଧନ କରିକି ଦେବା ଆବଶ୍ୟକ । ଖାଦ୍ୟ ଦେବା ପାତ୍ର ଓ ପାଣି ପାତ୍ର କୁ ସଫା କରିକି ବ୍ୟବହାର କରିବା ଆବଶ୍ୟକ ।

ଲିଟର ପରିଚାଳନା

କୁକୁଡା ମାନଙ୍କୁ ଡିପ ଲିଟର ବ୍ୟବସ୍ଥା ଅନୁସାରେ ଭୂମିରେ ଅଗାଡି ପକାଇକି ରଖନ୍ତି । ଏହାକୁ ଲିଟର କୁହନ୍ତି । ଏହି ଲିଟର ରେ କୁକୁଡା ମଳତ୍ଯାଗ କରନ୍ତି ଓ କିଛି ଦିନ ଗଲା ପରେ ଏହି ଲିଟର ଏକ ଉତ୍କୃଷ୍ଟ ଖତ ଭାବେ ବ୍ୟବହାର କରାଯାଏ। କିନ୍ତୁ ବର୍ଷା ଦିନରେ ଏହି ଲିଟର ରେ ପାଣି ଓ ଆର୍ଦ୍ରତା ଫଳରେ ଓଦା ହୋଇଥାଏ। ଏହି ଓଦା ଲିଟର ବିଭିନ୍ନ ଜୀବାଣୁ ଓ ପରଜୀବୀ ମାନଙ୍କ ବୃଦ୍ଧି ନିମନ୍ତେ ଉତ୍କୃଷ୍ଟ ଅଟେ। ତେଣୁ ଏହି ଜୀବାଣୁ ଓ ପରଜୀବୀ ଯୁକ୍ତ ଲିଟର ଉପରେ ଚଲାବୁଲା କରି କୁକୁଡା ମାନେ ରୋଗଗ୍ରସ୍ତ ହୁଅନ୍ତି । ତେଣୁ ଲିଟର ଯେପରି ଅଧିକ ଓଦା ନହୁଏ। ସେଥିଲାଗି ଧ୍ୟାନ ଦେବାକୁ ପଡେ ।ଯଦି ଓଦା ଠାୟେ ତେବେ ଆର୍ଦ୍ରତା ଶୋଶୁଥିବା ଜିନିଷ ଯେପରିକି ଚୂନ ଛିଞ୍ଚି ତା ଉପରେ ନୂଆ ଅଗାଡି ପକାଇବା ଦରକାର ।

ଆଲୋକ ପରିଚାଳନା

ବର୍ଷା ଋତୁ ମେଘା ଘୋଡାଇଥିବାରୁ ଆଲୋକର ପରିମାଣ କମିଯାଏ। ଏହା ଫଳରେ ଅଣ୍ଡା ଦେଉଥିବା କୁକୁଡା ଙ୍କ ଅଣ୍ଡା ଦେବା ପରିମାଣ କମିଯାଏ। ଏହାଛଡା ଚିଆଁରହୁଥିବା ଗୃହରେ ତାପମାତ୍ରା ନିୟନ୍ତ୍ରଣ କରିବା ଲାଗି ବିଦ୍ୟୁତ ଚଳିତା ଲାଇଟ ଦେବା ଆବଶ୍ୟକ ।ସାଧାରଣତଃ ୨୫-୪୦ ୱାଟ ର ବିଦ୍ୟୁତ ଛଳିତ ଲାଇଟ ବ୍ୟବହାର କରାଯାଏ।

କୁକୁଡାଙ୍କୁ ବର୍ଷାଦିନେ ହେଉଥିବା ରୋଗ ଓ ଏହାର ପ୍ରତିକାର

ବର୍ଷା ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢିଯିବାରୁ ଅନେକ ଭୂତାଣୁ ,ଜୀବାଣୁ ଓ ପରଜୀବୀ ଙ୍କ ପ୍ରଦୃଭାବ ବଢିଯାଏ । ତେଣୁ ଏହି ସମୟରେ କୁକୁଡା ଙ୍କୁ ବିଭିନ୍ନ ରୋଗ ହୁଏ। ଏହାର ଫଳ ସ୍ୱରୂପ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ। ଏହି ଋତୁରେ ହେଉଥିବା ରୋଗ ମାନଙ୍କ ମଧ୍ୟରୁ –

ରାଣୀକ୍ଷେତ ରୋଗ(ଭୂତାଣୁ ଜନିତ ରୋଗ),ଇ-କୋଲି ଓ ଶ୍ଵାସକହିୟ ଜନିତ ରୋଗ(ଜୀବାଣୁ ଜନିତ ରୋଗ) ଓ କାକ୍ଶିଡିଓସିସ(ପରଜୀବୀ ଜନିତ ରୋଗ)ଅଧିକ ଦେଖାଦିଏ।

ରଣିଖେଟ ରୋଗ

ଏହି ରୋଗରେ ପଡିଲେ କୁକୁଡା ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ କରିବା ,ଚାଲି ନ ପାରିବା ,ଠାରିବା ,ମୁଣ୍ଡ ମୋଡିକି ବସିବା, ଆଖି ଚାରିପାଖରେ ଫୁଲିବା, ପିନିଅ ଓ ସାଗୁଆ ରଙ୍ଗ ର ଝାଡା ହେବା ଆଦି ଲକ୍ଷଣ ଦେଖାଇ ମରିଯାନ୍ତି ।

ଇ-କୋଲି ଓ ଶ୍ଵାସକ୍ରିୟା ଜନିତ ରୋଗ

ଏହି ରୋଗରେ ପଡିକି କୁକୁଡା ମାନେ ପତଳା ଝାଡା ହେବା ସହ ଶ୍ଵସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ଓ ମରିଯାନ୍ତି । ଯଦି କୁକୁଡା ଅଣ୍ଡା ଦେଉଥାନ୍ତି ତେବେ ତାଙ୍କର ଅଣ୍ଡା ଉତ୍ପ।ଦନ କମିଯାଏ ଓ ପତଳା ଖୋଲୋପା କିମ୍ବା ଫଟା ଖୋଲୋପା ଯୁକ୍ତ ଅଣ୍ଡା ଦିଅନ୍ତି ।

କାକ୍ଶିଡିଓସିସ ରୋଗ

ଏହି ରୋଗରେ ପରଜୀବୀ ମାନେ କୁକୁଦର ଅନ୍ତ ନାଡି କୁ ପଚେଇ ଦିଅନ୍ତି ।ଏହି ରୋଗରେ କୁକୁଡା ମାନେ ରକ୍ତ ଝାଡା କରନ୍ତି, ଖାଦ୍ୟ ଖାଇବା କମୟ ଦିଅନ୍ତି, ଅଣ୍ଡା ଦେବା କମିଯାଏ ଓ ଶେଷରେ ମାରି ଯାନ୍ତି ।

ସଠିକ ସମୟରେ ଟୀକା କାରଣ କରିବା, ଖାଦ୍ୟରେ ତଥା ପାଣିରେ ଆଣ୍ଟିବୟୋତିକ ଦେବା ଓ ପରଜୀବୀ ନରୋଧକ କୁକୁଡାଙ୍କୁ ଦେଇ ଏହି ମାରାତ୍ମକ ରୋଗରୁ କୁକୁଡାଙ୍କୁ ରକ୍ଷା କରିପାରିବା ।

ବର୍ଷାକାଳୀନ ଅନ୍ୟାନ୍ୟ ଅସୁବିଧା ଓ ଏହାର ଉପଚାର

  • ବର୍ଷା ସମୟରେ ଭୂମିରେ ଥିବା ଗାତରେ ପାଣି ପସିବାରୁ ବିଷଧର ସାପଙ୍କ ପାଦ୍ରୁଭାବ ବଢିଯାଏ। ତେଣୁ ସେଥିଲାଗି ଧ୍ୟାନ ଦେବାକୁ ପଡେ।
  • କୁକୁଡା ଖାଦ୍ୟ ଗୋଦାମ ରେ ବର୍ଷା ଦିନରେ ସାପ ପସିବାର ଅନେକ ଦୁଷ୍ଟାନ୍ତ ରହି ଅଛି । ତେଣୁ ଦାନ କଢୁଥିବା ସମୟରେ ସଚେତନତା ଅବଲମ୍ବନ କରିବା ଉଚିତ ।
  • ବାହାରେ ବୁଲୁଥିବା କୁକୁଡା ମାନଙ୍କୁ ମଧ୍ୟ ସାପ ଆକ୍ରମଣ କରିବା ଦେଖାଯାଏ, ସେଥିଲାଗି ଧ୍ୟାନ ଦେବାକୁ ପଡେ।
  • ବାହାରେ ଚାରି ବୁଲୁଥିବା କୁକୁଡା ପୋକ ଅନ୍ଵେଷଣ ରେ ମାଟି କୁ ଆଁପୁଡୁ ଥିବାରୁ ତା ଗୋଦା ଆଗରେ ମାଟିର ଗୋଲ ଗୋଲ ବଲ ଲାଗିଯାଏ। ଓ କେତେକ କୁକୁଡାଙ୍କ ପାଦ ଫାଟିଯିବାର ଦେଖାଯାଏ । ଏହିଲାଗି ମଧ୍ୟ ସଚେତନ ହେବାକୁ ହୁଏ। ଭାରତ ତଥା ଓଡିଶାର ବର୍ଦ୍ଧିତ ଜଣ ସଂଖ୍ୟାକୁ ନଜର ରାଖୀ ସମସ୍ତଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ, ଅପପୃଷ୍ଟି ଦୂର କରିବାରେ ଓ ବେରୋଜଗାରଙ୍କୁ ରୋଜଗାର ଯୋଗାଇବାରେ କୁକୁଡା ଚାଷ ର ଭୂମିକା ଅଗ୍ରନୀୟ । କିନ୍ତୁ ଏହି ବର୍ଷ ଦିନରେ ହେଉଥିବା ଅସୁବିଧା ଯୋଗୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ଉପୋରକ୍ତ ସମସ୍ୟାକୁ ଧ୍ୟାନରେ ରଖି ସଠିକ ପଦକ୍ଷେପ ନେଲେ ଏହି ବର୍ଷାଋତୁ କାଳୀନ ସମସ୍ୟା କୁ ଦୂରେଇପାରିବା ।

ଆଧାର - କୃଷି ଜାଗରଣ

2.44444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top