ହୋମ / କୃଷି / ପ୍ରାଣୀ ଧନ / ବାଛୁରୀର ରୋଗ ଓ ତା'ର ପ୍ରତିକାର
ସେଆର କରନ୍ତୁ

ବାଛୁରୀର ରୋଗ ଓ ତା'ର ପ୍ରତିକାର

ଦୂଷିତ ଖାଦ୍ୟ, ପାନୀୟ, ଅପରିଛନ୍ନ ବାସସ୍ଥନ ମଧ୍ୟ ବାଛୁରୀକୁ ରୋଗାକ୍ରାନ୍ତ କରେ । ଏନେଇ କେତୋଟି ଦିଗ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ ।

ଗୋପାଳନର ସୁପରିଚାଳନା

ଗୋପାଳନର ସୁପରିଚାଳନା ଦ୍ଵାରା ଚାଷାର ଆର୍ଥିକ ବିକାଶ ସମ୍ଭବ । ଜନ୍ମିତ ବାଛୁରୀର ରକ୍ତରେ ସ୍ୱଚ୍ଛ ମାତ୍ରାରେ ଗାମାକ୍ଟୋବୁଲିନ୍  ଅବା ଯୋଗୁଁ ଏହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ।

ଯଦ୍ଵାରା ଅଧିକାଂଶ ବାଛୁରୀ ନାନାଦି ରୋଗର ଶିକାର ହୋଇ ଅସମୟରେ ମରିଯାନ୍ତି । ଦୂଷିତ ଖାଦ୍ୟ, ପାନୀୟ, ଅପରିଛନ୍ନ ବାସସ୍ଥନ ମଧ୍ୟ ବାଛୁରୀକୁ ରୋଗାକ୍ରାନ୍ତ କରେ ।

ଜନ୍ମିତ ବାଛୁରୀର ଯତ୍ନବାନ

ଏନେଇ କେତୋଟି ଦିଗ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ ।

  1. ଜନ୍ମର ଏକ ଘଣ୍ଟା ମଧ୍ୟରେ ମା'ର କଷକ୍ଷୀର ବାଛୁରୀ ରକ୍ତରେ ଲାଜେକ୍ଟୋବୁଲିନ୍ ନାମକ ରୋଗ ନିରୋଧକ ରସାୟନ ସୃଷ୍ଟି କରେ । ଜନ୍ମର ୬ରୁ ୮ ଘଣ୍ଟା ମଧ୍ୟରେ ବାଛୁରୀ ଅନ୍ତଃନଳୀରୁ ଏହି ଉପାଦାନ ଅଧକ ମାତ୍ରାରେ ରକ୍ତକୁ ଅବଶେଷିତ ହୁଏ । ଶରୀର ଓଜନର ଏକ ଦଶଶକଷକ୍ଷାର ବନ୍ଧୁରା ପାଇଁ ଏକାନ୍ତ ଆବଶ୍ୟକ । କଷକ୍ଷୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଅନ୍ତଃନଳୀରେ ଜୀବାଣୁ ପ୍ରବେଶ କରିବାକୁ ଦିଏନି ।
  2. ଜନ୍ମ ପରେ ଗାଈର ମୃତ୍ୟୁ ହେଲେ କୃତ୍ରିମ କଷ କ୍ଷୀର ପ୍ରସ୍ତୁତ କରି ବାଛୁରୀକୁ ଦିଅନ୍ତୁ । ଏକ ଲିଟର କଷଷ୍ଠୀର ପାଇଁ ୧ଟା କଞ୍ଚା ଅଣ୍ଡା, ୩୦୦ ମିଲି ବିଶୁଦ୍ଧ ପାଣି, ୬୦୦ ମିଲି କ୍ଷୀର, ୧୦୦ ମିଲି ଜଡ଼ାତେଲର ମିଶ୍ରଣ ଆବଶ୍ୟକ । ଗାଈଠାରୁ କଷଷାର ବାଛୁରୀଟି ୫ ରୁ ୬ ଦିନ ପିଇବା ଉଚିତ୍ । କଷଷ୍ଠୀର ଅଭାବରୁ ୫୦% ବାଛୁରୀଙ୍କର ଅସମୟରେ ମୃତ୍ୟୁ ହୁଏ ।
  3. କଷ କ୍ଷୀରରୁ ମିଳୁଥିବା ରୋଗ ପ୍ରତିରୋଧକ ଶକ୍ତି ୨ ରୁ ୩ ମାସ ପର୍ଯ୍ୟନ୍ତ ବାଛୁରୀ ଶରୀରରେ ସକ୍ରିୟ ଥାଏ । ୨ରୁ ଅଢ଼େଇ ମାସ ବୟସ ବେଳକୁ ବାଛୁରୀକୁ ସାହାଣା, ବଜବଜିଆ ଓ ଫାଟୁଆ ରୋଗର ପ୍ରତିଷେଧକ ଟୀକା ଦିଅନ୍ତୁ। ଏହି ଟୀକାକରଣ ୬ ମାସ ବ୍ୟବଧାନରେ ଅର୍ଥାତ୍ ବର୍ଷକୁ୨ ଥର କରାଗଲେ ବାଛୁରୀ ରୋଗମୁକ୍ତ ରହେ ।
  4. କୃମିରୋଗ ଶରୀର ଅଭିବୃଦ୍ଧିରେ ବାଧକ ହୁଏ । ଗୋଲ କୃମି ନିରାକରଣ ପାଇଁ ୨୦ ଦିନ ପରେ ପାଇପରଜିନ୍ ହେକ୍‌ହାଇଡ୍ରେଟ୍ ଔଷଧ ୧୫ ମିଲିକୁ ୧୫ ଦିନ ବ୍ୟବଧାନରେ ୨ରୁ୩ ଥର ଦିଅନ୍ତୁ। ଦେଢ଼ମାସରୁ ୬ ମାସ ପର୍ଯ୍ୟନ୍ତ ପ୍ରତିମାସରେ ଥରେ ଓ ୬ ମାସରୁ ୧୨ ମାସ ପର୍ଯ୍ୟନ୍ତ ୩ ମାସରେ ଥରେ କୃମିଔଷଧ ଦିଅନ୍ତୁ । ବାହ୍ୟ କୃମି ଯେପରିକି ଟିଙ୍କ, ଉତ୍କର୍ଣ୍ଣ, ମାଇଟ୍ ଆଦିରୁ ବାଛୁରୀକୁ ରକ୍ଷା ପାଇଁ ଆଇଭରମେକ୍ସିନ୍ ଔଷଧ ପ୍ରୟୋଗ କରନ୍ତୁ ।
  5. ଉତ୍ତମ ବାୟୁ ଚଳାଚଳ ହେଉଥିବା ଗୁହାଳ ପରିବେଶ ପ୍ରତି ଦୃଷ୍ଟି ଦିଅନ୍ତୁ । ନାହି ସଂକ୍ରମଣ ଏଡ଼େଇବା ପାଇଁ ଜନ୍ମ ପରେ ଟିଙ୍କଚର ଆଓଡ଼ିନ୍ଧା ନେଟାଡ଼ିନ୍ ଔଷଧ ନାହିରେ ନିୟମିତ ଲଗାଇଲେ ଭଲ । ଏକ ମାସ ପର୍ଯ୍ୟନ୍ତ ଦୌନିକ ଟେଟ୍ରାସାଇକ୍ଲିନ୍ ଔଷଧ ୨୫୦ କେଜି ଦେଲେ ରୋଗ ଅନେକାଂଶରେ ଏଡ଼ାଇ ହୁଏ ।

ଆଧାର - "ଦୈନିକ ପ୍ରମେୟ"

3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top