ହୋମ / କୃଷି / ପ୍ରାଣୀ ଧନ / ଶୀତଦିନିଆ ସବୁଜ ଗୋଖାଦ୍ୟ-ଯବଧାନ
ସେଆର କରନ୍ତୁ

ଶୀତଦିନିଆ ସବୁଜ ଗୋଖାଦ୍ୟ-ଯବଧାନ

ଶୀତଦିନିଆ ଗୋ ଖାଦ୍ୟ ସମ୍ବନ୍ଧୀୟ ସୂଚନା ।

ଉପକ୍ରମ

ଶୀତଦିନିଆ ଘାସ ଚାଷ ଏବେ ଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସରେ ସରିଥାଏ । ଅବଶ୍ୟ ଏବେ ବର୍ଷ ଦିନିଆ ଘାସ ଚାଷର ଉତ୍ପାଦନ ସରି ସରି ଆସିଲାଣି । ଅର୍ଥାତ୍  ଏଇ ସମୟରେ ସୁଷମ କଞ୍ଚା ଘାସର ଅଭାବ ସହିତ ଶୀତର ପ୍ରଭାବରେ ଗାଈଗୋରୁ ପୁଷ୍ଟିହୀନତାର ଶିକାର ହୋଇ ଦୁର୍ବଳ ହୋଇ ଯାଆନ୍ତି ଓ ଗାଈଙ୍କର ଦୁଗ୍ଧ ଉତ୍ପାଦନ ଏବଂ ପ୍ରଜନନ ଦକ୍ଷତା ହ୍ରାସ ପାଇବାର ଆଶଙ୍କା ଦେଖାଯାଇଥାଏ ।

ଗୋରୁଙ୍କ ଖାଦ୍ୟ ପାଇଁ  ଶସ୍ୟ ଉତ୍ପାଦନ

ଶୀତଦିନିଆ ଘାସ ଚାଷ କରି ଗୋରୁଙ୍କୁ ଖୁଆଇବା ଦ୍ଵାରା ଏସବୁ ସମସ୍ୟାର ସମାଧାନ ହୋଇପାରିଥାଏ । ଜଳସେଚନ ର ସୁବିଧା ଥିଲେ। ମାତ୍ର ହାତଗଣତି କେତୋଟି ପ୍ରକାରର ଘାସ ଶୀତଋତୁରେ ଆମ ଓଡ଼ିଶାର କୃଷି ଜଳବାୟୁରେ ଚାଷ କରାଯାଇପାରେ। ତାହା ମଧ୍ୟରେ ଯବଧାନ ବା ଓଟ୍ ଅନ୍ୟତମ । ଯବଧାନ ଏକ ଶସ୍ୟଜାତୀୟ ଫସଲ । ଉର୍ବର, ନିଗିଡା, ଦୋରସା,  ମଟାଳ ଦୋରସା ମାଟିରେ ଯବଧାନ ଭଲ ହୋଇଥାଏ । ଏହା ଶ୍ଵେତସାରଯୁକ୍ତ ଗୋଖାଦ୍ୟ ଫସଲ ହୋଇଥିଲେ ମଧ୍ୟ ଏଥିରୁ ୧୦ରୁ ୧୨ ଶତକଡା ପର୍ଯ୍ୟନ୍ତ ପୁଷ୍ଟିସାର ମିଳି ପାରିଥାଏ । ଏହା ୧୫ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭଲ ଅମଳ ଦେଇଥାଏ । ଏହାର ଉତ୍ତମ  କିସମ ମଧ୍ୟରେ କେଣ୍ଟଓଏସ-୬, ଓଏସ୬, ଓଏଲ-୯, ୟୁପିଓ ୯୪, ବୁନ୍ଦେଲ ଜାଇ୮୨୨, ଜେ.ଓ. -୧ ପ୍ରଧାନ । ଏହାର ମଞ୍ଜି ବଡ଼ ଓ ହାଲକା ହୋଇଥିବାରୁ ଏକର ପ୍ରତି ୪୦ କି.ଗ୍ରା. ମଞ୍ଜି ଆବଶ୍ୟକ ହୋଇଥାଏ । ଜମିକୁ ତିନି ଓଡ, ହଳ କରି ମାଟିକୁ ଗୁଣ୍ଡ କରାଯାଏ । ଏକର ପ୍ରତି ଦୁଇ ଟ୍ରାକ୍ଟର ଟ୍ରଲି ବୋଝେଇ ଗୋବରଖତ ଓ ୧୦୦କି.ଗ୍ରା. ସିଙ୍ଗଲ ସୁପର ଫସଫେଟ କିମ୍ବା ୫୦ କି.ଗ୍ରା. ଡି.ଏ.ପି. ୨୦ କି.ଗ୍ରା, ପଟାସ ସାର ନେଇ ମଞ୍ଜି ବୁଣି ମଇ ଦିଆଯାଇଥାଏ । ବୁଣିବାର ୩ ସପ୍ତାହ ପରେ ଓ ପ୍ରତିଥିର ଅମଳ ପରେ ଏକର ପ୍ରତି ୩୦ କି.ଗ୍ରା. ୟୁରିଆ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳି ପାରିଥାଏ । ବୁଣା ହେବାର ୫୦ ଦିନରେ ଏବଂ ପ୍ରତି ୪୦ ଦିନ ଅନ୍ତରରେ ୩ ଥିର ପର୍ଯ୍ୟନ୍ତ ଘାସ ଅମଳ କରାଯାଇଥାଏ । ଯବଧାନ ଫସଲରୁ ଏକର ପ୍ରତି ୧୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଘାସ ଅମଳ ମିଳିଥାଏ । ଯବଧାନ ଫସଲ ସମୁଦାୟ ୪ରୁ ୫ଟି ଜଳସେଚନ ଆବଶ୍ୟକ କରିଥାଏ ।

ଯେଉଁମାନଙ୍କ ପାଖରେ ଶୀତଦିନରେ ଘାସ ଚାଷ ପାଇଁ ସୁବିଧା ନାହିଁ ସେମାନେ ସଙ୍କର ହାତିଆ ଘାସ କିଆରିର ଦୁଇ ଧାଡି ମଧ୍ୟରେ ଯବଧାନ ଚାଷ କରିପାରିବେ । ସୁଷମ ଓ ସନ୍ତୁଳିତ ଗୋଖାଦ୍ୟ ପାଇବା ପାଇଁ ବରସିମ କିମ୍ବା ଲୁସର୍ଣ୍ଣ ସହିତ ଯବଧାନ ଚାଷ କଲେ ଗାଈଗୋରୁଙ୍କୁ ପୁଷ୍ଟିସାରଯୁକ୍ତ ଘାସ ସହିତ ଶ୍ଵେତସାର ଜାତୀୟ ଘାସର ମିଶ୍ରିତ ଗୋଖାଦ୍ୟ ମିଳିପାରିବ । ସୁବିଧା ଥିଲେ ଶୀତଦିନରେ ଅଧିକ ଜମିରେ ଘାସ ଚାଷ କରି ତାହାକୁ ଖରାରେ ଶୁଖାଇ ଘାସ ଶୁଖୁଆ ପ୍ରସ୍ତୁତ କରି ତିରୋଟ ସମୟ ପାଇଁ ସଂରକ୍ଷଣ କରାଯାଇପାରିବ । ଚଳିତ ବର୍ଷ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ୩୬୪୩, ୬ ଏକର ଜମିରେ ଯବଧାନ ଚାଷ କରିବା ପାଇଁ ଯୋଗାଣର ବ୍ୟବସ୍ଥା କରାଯାଇଛି । ଇଚ୍ଛୁକ ଚାଷୀ ଭାଇଭଉଣୀମାନେ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ପ୍ରାଣୀଧନ ନିରୀକ୍ଷକଙ୍କ ସହିତ ଯୋଗାଯୋଗ କଲେ ତାହା ବିନା ମୂଲ୍ୟରେ ଯାଇପାରିବେ ।

ଆଧାର - କେଶବ କୁମାର ମହାପାତ୍ର

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top