ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଗୋମୂତ୍ରରୁ କୀଟନାଶକ
ସେଆର କରନ୍ତୁ

ଗୋମୂତ୍ରରୁ କୀଟନାଶକ

ଗୋମୂତ୍ରକୁ ବ୍ୟବହାର କରି ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବ ।

ଉପକ୍ରମ

ଫସଲରେ ଦେଖାଯାଉଥିବା ରୋଗ ପୋକ ଉପଦ୍ରବରୁ ରକ୍ଷା କରିବା ପାଇଁ ଚାଷୀ ବିଭିନ୍ନ ରାସାୟନିକ ଔଷଧ ବ୍ୟବହାର କରୁଛନ୍ତି।

ଏହି ରାସାୟନିକ ଔଷଧ ଫସଲକୁ ବିଷାକ୍ତ କରିବା ସହିତ ପରୋକ୍ଷରେ ମଣିଷ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ପ୍ରତିକୂଳ ପ୍ରଭାବ ପକାଉଛି । ଗୋ- ମୂତ୍ରର ଅନେକ ଉପକାରିତା ରହିଛି । ଗୋ- ମୂତ୍ରକୁ ବ୍ୟବହାର କରି ଜୈବିକ ପଦ୍ଧତିରେ କୀଟନାଶକ ନିୟନ୍ତ୍ରଣ କରି ପାରିବା ।

ଏନେଇ ଚାଷୀ ରାସାୟନିକ ଔଷଧ ବ୍ୟତୀତ ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବ ।

ଗୋମୂତ୍ରକୁ ଆଧାର କରି କିପରି ଜୈବିକ କୀଟନାଶକ ପ୍ରସ୍ତୁତି

କାମଧେନୁ ତରଳ କୀଟନାଶକ

ଏହାକୁ ପ୍ରସ୍ତୁତ ପାଇଁ ଗୋମୂତ୍ର ୧୦ ଲିଟର, ନିମ୍ବପତ୍ର ୨.୫ କିଗ୍ରା, ଦୁଦୁରାପତ୍ର ୧ କିଗ୍ରା, ପୁରୁଣା ମରିଚର ଡେମ୍ପ ୧ କିଗ୍ରା, ରସୁଣ  ୧ କିଗ୍ରା ଦରକାର । ଯଦି ଆପଣ ପିମ୍ପୁଡି ବା ଉଇ, ଆଦିଙ୍କୁ ନଷ୍ଟ କରିବା ପାଇଁ ଚାହୁଁଥାନ୍ତି ସେଥିପାଇଁ ଧୂଆଁ ପତ୍ର ବା ମୋତିଆର ପତ୍ର ୧୦୦ ଗ୍ରାମ୍‌କୁ ଭଲ ଭାବରେ ପାଣିରେ ଭିଜାଇ ଚକଟି ସାରିବା ପରେ କିଛି ସମୟ ଫୁଟାଇ ଘୋଳ ପ୍ରସ୍ତୁତ କରି ସେଥିରେ ମିଶାନ୍ତୁ । ଏଥିପାଇଁ ପୁରୁଷ ଜାତି ଗୋମୂତ୍ର ଅଧିକ ଉପାଦେୟ ।

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ମାଟି ହାଣ୍ଡିରେ ଗୋମୂତ୍ର ରଖି ଉପରୋକ୍ତ ସମସ୍ତ ଦ୍ରବ୍ୟକୁ ସେଥିରେ ଭରି ୩୦ରୁ ୩୫ ଦିନ ଯାଏ ସଢିବାକୁ ଦିଅନ୍ତୁ । ଏହି ଅବସ୍ଥାରେ ପାତ୍ରକୁ ପଲମ ଦେଇ ଢାଙ୍କି ରଖନ୍ତୁ । ତାପରେ ତାକୁ ଛାଣି କୀଟନାଶକ ଔଷଧକୁ ୧୦୦ ଲିଟର ପାଣିରେ ମିଶାଇ ଗଛ ଉପରେ ସିଞ୍ଚନ କଲେ କୀଟ ସବୁ ମରିଯାନ୍ତି । ୩୫ ଦିନ ପରେ ହାଣ୍ଡିରୁ ତରଳ କୀଟନାଶକ ପଦାର୍ଥ ବାହାର କରିନେଲା ପରେ ବାକି ଯେଉଁ ପଦାର୍ଥ ରହିବ ତାକୁ ଖରାରେ ଶୁଖାଇ ଚୂର୍ଣ୍ଣ କରି ଉଇ ପିମ୍ପୁଡି ମାରିବାରେ ବ୍ୟବହାର କରନ୍ତୁ ।

ସୁରଭି କୀଟ ନିୟନ୍ତ୍ରଣ ପ୍ରଣାଳୀ

ଏଥିପାଇଁ ୧୦ ଲିଟର ଗୋମୂତ୍ରରେ ୨ କି.ଗ୍ରା ନିମ୍ବପତ୍ର ମାଟି ହାଣ୍ଡିରେ ୧୦ ଦିନ ହାଣ୍ଡି ମୁହଁ ବନ୍ଦ କରି ରଖିବେ । ପଚିଗଲା ପରେ ଏହାକୁ ଛାଣି ୧ କିଲୋରେ ୧୦ ଲିଟର ପାଣି ଅନୁପାତରେ ମିଶାଇ ପ୍ରତି ୧୫ ଦିନରେ ଯେ କୌଣସି ଫସଲରେ ସିଞ୍ଚନ କଲେ ରୋଗପୋକଠାରୁ ଏହା ଫସଲକୁ ରକ୍ଷା କରିବ ।

ଶୋଷକ କୀଟ ଓ ଫଳବିନ୍ଧା କୀଟ ନିୟନ୍ତ୍ରଣ

ଏହି କୀଟନାଶକ ପାଇଁ ୩ କିଗ୍ରା ନିମ୍ବା ପତ୍ର, ୧୦ ଲିଟର ଗୋମୂତ୍ର, ୨ କିଗ୍ରା ନେଉଆ ପତ୍ର, ୨ କିଗ୍ରା ଅମୃତଭଣ୍ଡାପତ୍ର, ୨ କିଗ୍ରା ଡାଳିମ୍ବପତ୍ର ଏବଂ ୨ କିଗ୍ରା ପିଜୁଳିପତ୍ର ଆବଶ୍ୟକ । ପ୍ରଥମେ ସମସ୍ତ ପତ୍ରଗୁଡିକୁ ପାଣିରେ ମିଶାଇ ଛେଚି ଦିଅନ୍ତୁ । ତାପରେ ଉକ୍ତ ଛେଚାକୁ ୧୦ ଲିଟର ଗୋମୂତ୍ରରେ ମିଶାଇ ମୋଟ ପରିମାଣର ଅଧାଯାଏ ଶିଝାନ୍ତୁ । ଏଥିରୁ ୨ ରୁ ୨.୫ ଲିଟର ସହିତ ୧୦ ଲିଟର ପାଣି ମିଶାଇ ଏକ ଜମିରେ ସିଞ୍ଚନ କରନ୍ତୁ । ଶୋଷକ ପୋକ ଓ ଫଳବିନ୍ଧା ପୋକ ପରିଚାଳନା ପାଇଁ ଏହାକୁ ବ୍ୟବହାରକରାଯାଇଥାଏ ।

ପତ୍ରପୋଡ଼ା ଓ କାଣ୍ଡବିନ୍ଧା କୀଟନାଶକ

୫୦୦ ଗ୍ରାମ୍ । ରାଗ ଲଙ୍କା, ୫୦୦ ଗ୍ରାମ୍ ରସୁଣ, ୫ କି.ଗ୍ରା ନିମ ପତ୍ର, ୧ କି.ଗ୍ରା ଅମରିପତ୍ର, ୧ ଲିଟର ଗୋମୂତ୍ର । ସମସ୍ତ ଦ୍ରବ୍ୟକୁ ଛୋଟି ଗୋମୂତ୍ରରେ ମିଶାଇ ଅଧା ହେବା ଯାଏ ଶିଝାନ୍ତୁ । ଏବଂ ଥଣ୍ଡା ହେବା ପରେ ଛାଣନ୍ତୁ । ଏଥିରେ ୨ ରୁ ୩ ଲିଟର ସହିତ ୧୦୦ ଲିଟର। ପାଣି ମିଶାଇ ଏକ ଏକର ଜମିରେ ସିଞ୍ଚନ କଲେ ପତ୍ରମୋଡ଼ା ପୋକ, ଫଳବିନ୍ଧା ପୋକ ଓ କାଣ୍ଡବିନ୍ଧା ପୋକ ନିୟନ୍ୱିତ ହୋଇଥାନ୍ତି । ଏହାକୁ କାଚ ବା ପୁଷ୍ଟିକ ବୋତଲ ରେ ସଂରକ୍ଷିତ କରି ରଖିପାରିବେ ।

ଅମୃତସଂଜିବନୀ

ଦେଶୀ ଗାଈର ସଦ୍ୟ ଗୋବର, ୧୫ କିଗ୍ରା ଗୋମୂତ୍ର, ୧୫ ଲିଟର ପାଣି, ଗୁଡ୫୦୦ ଗ୍ରାମ୍ । ଏ ସମସ୍ତ ଦ୍ରବ୍ୟକୁ ଭଲ ଭାବରେ ଗୋଳାଇ ମିଶାନ୍ତୁ । ଗୋଟିଏ ମାଟି ମାତ୍ରରେ ଭର୍ତ୍ତି ମରି ମୁହଁ ଭଲ ଭାବରେ ବନ୍ଦ କରି ଉପରେ ଗୋଟିଏ କପଡା ବାନ୍ଧି ଗୋବରରେ ଲେପି ନିବୁଜ କରିଦିଅନ୍ତୁ । ୫ ଦିନ ଏମିତି ରଖିବା ପରେ ଷଷ୍ଠ ଦିନ ଖୋଲି ୨୦୦ ଲିଟର ପାଣିରେ ମିଶାଇ ଜମିରେ ଦିଅନ୍ତୁ । ପ୍ରାୟ ୧ ଏକର ଜମି ପାଇଁ ଏହା ଯଥେଷ୍ଟ । ଜମିରେ ୟୁରିଆ ଆବଶ୍ୟକ ହେବ ନାହିଁ ।

କାରଣ ଗୋମୂତ୍ରରେ ନାଇଟ୍ରୋଜେନ୍, ପଟସ୍, ୟୁରିକ୍ ଏସିଡ୍ ଆଦି ରହିଛି। ଜମିରେ ଏହି କୀଟନାଶକ ପ୍ରୟୋଗ ଦ୍ଵାରା ପୋକ କମ୍ ଲାଗିବା ସହ ଅମଳ ମଧ୍ୟ ବୃଦ୍ଧି ପାଇପାରିବ । ଏଥିପାଇଁ ଦେଶୀ ଗା- ପ୍ରଜାତିର ଗୋମୂତ୍ର ବ୍ୟବହାର କରନ୍ତୁ । ସମସ୍ତ ପ୍ରକାର ଗୋ-କୀଟନାଶକ ଅପରାହ୍ନ ୪ଟା ପରେ ଜିମରେ ପ୍ରୟୋଗ କରନ୍ତୁ ।

ଆଧାର - କିଶୋର ଚନ୍ଦ୍ର,  ପଣ୍ଡା ଜୈବ କୃଷି ପରାମର୍ଶଦାତା

2.0
ଚକ୍ରଧର ରାଉତ Sep 12, 2017 09:40 AM

ସମସ୍ତ ରୋଗର ନିୟନ୍ତ୍ରଣ ପାଇଁ ଲେଖା ପଠାଇଲା ଚାଷୀ ମାନଙ୍କ ଉପକାରରେ ଲାଗିପ।ରନ୍ତ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top