অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚିନାବାଦାମ ର ମୁଖ୍ୟ ରୋଗ ଓ ତାର ପ୍ରତିକାର

ଚିନାବାଦାମ ର ମୁଖ୍ୟ ରୋଗ

ଆମ ରାଜ୍ୟ ରେ ଚିନାବାଦାମ ଏକ ଅର୍ଥକାରି ଫସଲ ଭାବରେ ଚାଷ କରାଯାଏ।ରାଜ୍ୟ ରେ ଚାଷ ହେଉଥିବା ସମସ୍ତ ତୈଳ ବୀଜର ଶତକଡା 60 ଭାଗ ଚିନାବାଦାମ ରୁ ମିଳିଥାଏ। ଓଡିଶାରେ ଚିନାବାଦାମ ସାଧାରଣତଃ ବର୍ଷା ଓ ଶିତ ଋତୁରେ ଚାଷ କରାଯାଏ ।ଚିନାବାଦାମ ମୁଖ୍ୟତଃ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ ।ଚିନାବାଦାମ ରେ ହେଉଥିବା ମୁଖ୍ୟ ରୋଗ ମାନଙ୍କ ମଦ୍ୟ ରେ ଉଚ୍ଛୁର ପତ୍ର ଦାଗ ରୋଗ (ଟୀକା ରୋଗ),କାଣ୍ଡଶଢା ରୋଗ ,ଚେରଶଢାରୋଗ,ଗଳାପଚା ରୋଗ ,ଅଗ୍ରମୁକୁଳ ପୋଡା ରୋଗ ,କଳଙ୍କି ରୋଗ ଅନ୍ୟତମ  ।

ଉଚ୍ଛୁର ପାତ୍ର ଦାଗ ରୋଗ(ଟୀକା ରୋଗ)

ଚିନାବାଦାମରେ ମୁଖ୍ୟତଃ ଦୁଇ ପ୍ରକାରର ଟୀକା ରୋଗ

ଦେଖାଯାଏ -୧.ସହଳ ଟୀକା ରୋଗ ୨.ବିଳମ୍ବ ଟୀକା ରୋଗ

ସହଳ ଟୀକା ରୋଗ ସାଧାରଣତଃ ଚିନାବାଦାମ ଲଗେଇବାର ୩୫ ଦିନ ପରେ ଦେଖାଯାଏ।ଏହି ରୋଗରେ ଚିନାବାଦାମ ପାତ୍ର ର ଉପର ପଟେ କଳା ରଙ୍ଗର ଚିହ୍ନ ଦେଖାଯାଏ ଏବଂ ଏହାର ଚାରିପାଖ ରେ ହଳଦିଆ ରଙ୍ଗର ପଟି ଘେରି ରହିଥାଏ। ବିଳମ୍ବ ଟୀକା ରୋଗ ଖରିଫ ଋତୁରେ ମଞ୍ଜି ଲଗେଇବାର ୫୫-୫୬ ଦିନ ପରେ ଓ ରବି ଋତୁରେ ୪୨-୪୬ ଦିନ ପରେ ଦେଖାଯାଏ। ଏହି ରୋଗରେ ପାତ୍ର ର ତଳ ପଟେ ଗାଢ କଳା ରଙ୍ଗ ର ଦାଗ ଦେଖାଯାଏ ।ବିଳମ୍ବ ଟୀକା ରୋଗରେ ଚିହ୍ନ ଚାରିପାଖରେ ହଳଦିଆ ରଙ୍ଗର ପଟି ନ ଥାଏ ।

 

ଉଭୟ ସହଳ ଏବଂ ବିଳମ୍ବ ଟୀକା ଦାଗ ଗୁଡିକ ମିଶିଯାଇ ପୁରା ପାତ୍ର କୁ ମାଡିଯାଏ। ଅଧିକ ଆକ୍ରାନ୍ତ ହେଲେ ଟୀକା ଗଛ ର ଡେମ୍ଫ ଏବଂ କାଣ୍ଡ କୁ ମଧ୍ୟ ଆକ୍ରାନ୍ତ କରେ ଏବଂ ପାତ୍ର ସବୁ ଝଡିପାରେ ।ପାତ୍ର ଝଡିପଡିବା ଫଳରେ ଫସଲର ବୃଦ୍ଧି ଓ ଅମଳ କାମିଯାଏ।

ପ୍ରତିକାର:

  • କବକ ନାଶକ କାପଟନ କିମ୍ବା ଥିରାମ ୩ ଗ୍ରାମ ପ୍ରତି ଏକ କେଜି ।ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ ।
  • ଜୈବ ବିଶୋଧକ ଟ୍ରାଇତ୍କୋଡୋର୍ମ। ୪ ଗ୍ରାମ ପ୍ରତି ଏକ କେ।ଜି ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ।
  • ଜମିରେ ୧୦ ଦିନ ବ୍ୟବଧାନରେ ୩ ଗ୍ରାମ ମାନକୋଜେବ କିମ୍ବା ୧.୫ ଗ୍ରାମ କରବେଣ୍ଡ।ଜୀମ ପ୍ରତି ଲିଟର ପାଣି ରେ ମିଶାଇ ସିଂଚନ କରନ୍ତୁ।

କାଣ୍ଡସଢା ରୋଗ

ଏହି ରୋଗରେ ମାଟି ସ୍ତର ପାଖରେ କାଣ୍ଡ ଉପରେ ପାଣି ଫୋଟକା ଦାଗ ଦେଖାଯାଏ କାଣ୍ଡର ଆକ୍ରାନ୍ତ ଅଂଶରେ ସୋରିଷ ମଞ୍ଜି ଭଳି କବକ ଦେଖାଯାଏ। ପରେ ଆକ୍ରାନ୍ତ ଗଛ ଅନିୟମିତ ଭାବେ ଝାଉଂଳି ପଡେ ।

ପ୍ରତିକାର:

  • Ø ପ୍ରତି ଲିଟର ପାଣି ରେ 1 ଗ୍ରାମ ହିସାବରେ ଥିଓଫେନଟ ମିଶାଇ କାଣ୍ଡ ମୂଳରେ ଓ ପତ୍ର ରେ ସିଂଚନ କରନ୍ତୁ।
  • Ø ମାଟି ତଳେ ରହିଥିବା କବକ କୁ ମାରିବା ପାଇଁ ଗଭୀର କ୍ଷରଖିଆ ଚାଷ କରନ୍ତୁ।
  1. ଚେରସଢା ରୋଗ: ଆକ୍ରାନ୍ତ ଗଛଟି ହଠାତ ଝାଉଂଳି ମରି ମରିଯାଏ । ଆକ୍ରାନ୍ତ ସଗୃହିତ ମଞ୍ଜିକୁ ବିହନ ଭାବେ ବ୍ୟବହାର କଲେ  ସେଥିରୁ ଗଜା ବାହାରେ ନାହିଁ।

ପ୍ରତିକାର :

  • କବକ ନାଶକ କାପଟନ କିମ୍ବା ଥିରାମ ୩ ଗ୍ରାମ ପ୍ରତି ଏକ କେଜି ବିହନ ହିସାବରେ ମିଶାଇ

କିମ୍ବା

  • ଜୈବ ବିଶୋଧକ ଟ୍ରାଇତ୍କୋଡୋର୍ମ। ୪ ଗ୍ରାମ ପ୍ରତି ଏକ କେଜି। ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ ।
  • ଜମିରେ ୧୦ ଦିନ ବ୍ବ୍ୟବଧାନରେ ୩ ଗ୍ରାମ ମାନକୋଜେବ ପ୍ରତି ଲିଟର ପାଣି ରେ ମିଶାଇ ସିଂଚନ କରନ୍ତୁ ।
  1. ଗଳାପଚା ରୋଗ :

ଏହି ରୋଗରେ ମୂଳ ପାଖରୁ କାଣ୍ଡ ସଡିଯାଏ  ଓ ତା ପରେ ଫିମ୍ପି ମାଡିଯାଏ।ଗଛ ହଳଦିଆ ପଡିଯାଏ ଏବଂ ପରେ ଶଢା ମୂଳ କଳା ପଡିଯାଏ । ବେଳେ ବେଳେ ଫଳ,ମୂଳ ଏବଂ ମାଟି ଭିତରେ ଥିବା ଓହଳ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଅଧିକ ଆକ୍ରାନ୍ତ ଫସଲ ମରିଯାଏ।ଆକ୍ରାନ୍ତ ଚିନାବାଦାମ ଫଳ ମଧ୍ୟରେ ଥିବା ମଞ୍ଜି ଗୁଡିକ ଉପରେ କଳା ଛପା ଦେଖାଯାଏ।

ପ୍ରତିକାର:

  • ବିହନ ଜମିରେ ବୁଣିବା ପୂର୍ବରୁ ବିହନ କୁ କବକ ନାଶକ ୩ ଗ୍ରାମ ଥିରମ କିମ୍ବା ୧.୫ ଗ୍ରାମ କରବେଣ୍ଡ।ଜିମ ପ୍ରତି ଏକ କେଜି ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ ।
  • ଜମିରେ ୧.୫ ଗ୍ରାମ କ।ରବେଣ୍ଡ।ଜିମ କିମ୍ବା ୩.୫ ଗ୍ରାମ ମାନକୋଯାଏବ ପ୍ରତି ଲିଟର ପାଣି ରେ ମିଶାଇ ଫସଲର ମୂଳ ଅଂଶ ରେ ଓ ମୂଳ ପାଖରେ ଥିବା ମାଟିରେ ସିଂଚନ କରନ୍ତୁ।
    • ଗଛ ଚ।ରା ଅବସ୍ଥା ରେ ଥିବା ସମୟ ରେ ଜଳସେଚନ ନିୟନ୍ତ୍ରଣ କରନ୍ତୁ।
  1. କଳଙ୍କି ରୋଗ

ଏହି ରୋଗରେ ପତ୍ର ଉପରେ ଈଷତ ଲାଲ ରଙ୍ଗର କଳଙ୍କି ଭଳି ଦାଗ ପତ୍ରର ତଳ ପଟେ ଦେଖାଯାଏ।ପରେ ପୁରା ପତ୍ରରେ ଦାଗ ହୋଇଯାଏ।ଆକ୍ରାନ୍ତ ପାତ୍ର ଗୁଡିକ କଳା ପଡି ଶୁଖିଯାଏ।ଏହା ସାଧାରଣତଃ ଉଚ୍ଛୁର ପାତ୍ର ଦାଗ ରୋଗ(ଟୀକା ରୋଗ)ସମୟରେ ଫସାଲେରେ ଦେଖାଯାଏ।ଗଛ ଛୋଟ ଥିବାବେଳେ ଏହାର ଆକ୍ରମଣ ହେଲେ ଅମଳ ବହୁତ କମିଯାଏ ଏବଂ ଆକ୍ରାନ୍ତ ଚିନାବାଦାମ ଗଛ ରେ ମଞ୍ଜି ସୁଖି ଛୋଟ ହୋଇଯାଏ।

ପ୍ରତିକାର:

  • ରୋଗାକ୍ରାନ୍ତ ଗଛ ର ମଞ୍ଜି କୁ ବିହନ ଭାବେ ବ୍ୟବହାର କରନ୍ତୁ ନାହିଁ।
  • ପ୍ରତି ଲିଟର ହିସାବରେ ୩-୪ ଗ୍ରାମ ହିସାବରେ ମାନକୋଜଏବ ୭୫% ପ୍ରତି ଲିଟର ହିସାବରେ ୩-୪ ଗ୍ରାମ ହିସାବରେ ମାନକୋଜଏବ ୭୫% ଡବ୍ଲୁ .ପି. ମିଶାଇ ସିଂଚନ କରନ୍ତୁ ।
  • ଯବକ୍ଷାରଜନ ଖାଦ୍ୟ ସାର ପ୍ରୟୋଗ ବନ୍ଦ କରନ୍ତୁ ।
  1. ଅଗ୍ରମୁକୁଳ ପୋଡା ରୋଗ

ଏହା ଏକ ଭୂତାଣୁ ଜନିତ ରୋଗ ଓ ଉକୁଣିଆ ପୋକ ଦ୍ଵାରା ବ୍ୟାପିଥାଏ ।ଅଗ୍ରମୁକୁଳ  ପୋଡି ଗଲା ପରି ଦେଖାଯାଏ ଏବଂ ଏହା ଆଗ୍ର ରୁ ନିମ୍ନ ଅଡୁକୁ ବ୍ୟାପି ଥାଏ ।ଆକ୍ରାନ୍ତ ଗଛ ର ପାତ୍ର ଗୁଡିକ ଛୋଟ,ବିକୃତ ଆକାର ଏବଂ ମୋଟା ହୋଇଯାଏ। ଗଛ ଭଲ ଭାବରେ ବାଡି ପରେ ନାହିଁ ।ଏହା ଶୁଷ୍କ ଦେଖାଯାଏ ପାତ୍ର ଓ ଫୁଲ ମଳିନ ପଡିଯାଏ।ଫଳର ସଂଖ୍ୟା କମିଯାଏ।ଓ ଏଥିରୁ ମୁରୁକୁଟିଆ ମଞ୍ଜି ବାହାରେ ।

ପ୍ରତିକାର:

  • ଉକୁଣିଆ ପୋକର ଦମନ ପାଇଁ ଆକାର ପ୍ରତି 400 ମି.ଲି.ଡାଇମିଥୋଏଟ 200 ଲିଟର ପାଣି ରେ ମିଶାଇ ସିଞ୍ଚନ କରନ୍ତୁ।
  • ଖରିଫ ଋତୁରେ ଜୁନ ମଝିଆମାଝି ରୁ ବିହନ ବୁନନ୍ତୁ ଓ ଅଧିକା ବହଳରେ ଗଛ ଲଗାନ୍ତୁ ।
  • ସହନ ଶକ୍ତି ଥିବା ବିହନ ବ୍ୟବହାର କରନ୍ତୁ।

ଉଚ୍ଛୁର ପତ୍ର ଦାଗ ରୋଗ (ଟୀକା ରୋଗ):

  1. ସହଳ ଟୀକା ରୋଗ
  2. ବିଳମ୍ବ ଟୀକା ରୋଗ

ଆଧାର : କୃଷି  ଜାଗରଣ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate