ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଦେଶୀ ବିହନ ସଂରକ୍ଷଣରେ 'ଅହିଂସା'
ସେଆର କରନ୍ତୁ

ଦେଶୀ ବିହନ ସଂରକ୍ଷଣରେ 'ଅହିଂସା'

ଦେଶୀ ବିହନ ସଂରକ୍ଷଣ ପାଇଁ ‘ଅହିଂସା' ସ୍ଵେଚ୍ଛାସେବୀ ଅନୁଷ୍ଠାନ ।

ଦିନକୁ ଦିନ ଓଡିଶା ଚାଷୀଙ୍କ ମଧ୍ୟରେ ବଢୁଛି ହାଇବ୍ରିଡ ବିହନର ଆଦର । ଆଉ ଲୋପ ପାଇବାରେ ଲାଗିଛି ଦେଶୀ ବିହନ । ଅଧିକ ଲାଭ ପାଇବା ଆଶାରେ ଚାଷୀମାନେ ଦେଶୀକୁ ଛାଡ଼ି ହାଇବ୍ରିଡ ବିହନ ପଛରେ ପଡ଼ିଛନ୍ତି । କିନ୍ତୁ ଜାଣି ରଖିବା ଦରକାର ଯୋ, ଦେଶୀ ବିହନ ଲୋପ ପାଇଗଲେ ନୂତନ କିସମ ବିହନ ଉଭାବନ ଅସମ୍ଭବ ।

ତେବେ ଏହି ସମସ୍ୟାର ସମାଧାନ ଆଗେଇ ଆସିଛି ଏକ ସଂସ୍ଥା- “ଅହିଂସା' । ଦେଶୀ ବିହନ ସଂରକ୍ଷଣ ଅଭିଯାନରେ ସାମିଲ ହେବା ସହ ଜୈବିକ ଚାଷ ଦିଗରେ ଚାଷୀଙ୍କୁ ପ୍ରୋସାହିତ କରିବା ପାଇଁ ଚଳାଇଛି  ଅହରହ ଉଦ୍ୟମ ।

‘ଅହିଂସା' ସ୍ଵେଚ୍ଛାସେବୀ ଅନୁଷ୍ଠାନ

କୃଷି ଓ କୃଷକଙ୍କର ଉନ୍ନତି ପାଇଁ କାମ କରୁଥିବା ବରଗଡ଼ର ‘ଅହିଂସା' ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ନିକଟରେ ମିଳୁଛି ୧୦ ଲକ୍ଷ ଟଙ୍କାର ପୁରଷ୍କାର । ଗତ ୧୯ ତାରିଖରେ ବିହାରର  ଚମ୍ପାରନ୍‌ରେ ହୋଇଥିବା କେନ୍ଦ୍ର କୃଷି ମହୋତ୍ସବରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ‘ଅହିଂସା'କୁ ପୁରସ୍କୃତ କରିଛନ୍ତି । ଏହି କ୍ଳବ୍ କୁ ସମ୍ମାନଜନକ ଉଦ୍ଭିଦ ଗୁଣସୂତ୍ର ସଂରକ୍ଷଣ ଗୋଷ୍ଠୀ ପୁରସ୍କାର (Plant genome Saviour  Community Award)ପ୍ରଦାନ କରାଯାଇଛି ।  ସମଗ୍ର ଭାରତବର୍ଷରେ ୫ଟି ଗୋଷ୍ଠୀ ଏହି ପୁରସ୍କାର ପାଇଥିବା ସୁଲେ ବରଗଡ଼ ଜିଲ୍ଲା ଭୂତି ବା ହଲ ଅଞ୍ଚଳର ‘ଅହି°ସା କ୍ଳବ୍‘ ସେଥି ମଧ୍ୟରୁ ଅନ୍ୟତମ । ଏହି ଅବସରରେ ‘ଆହି°ସା'ର ସମ୍ପାଦକ ଶିବ ପ୍ରସାଦ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ସମ୍ପାଦକ ଶିବପ୍ରସାଦଙ୍କ କହିଛନ୍ତି, ଏହି ଅନୁଷ୍ଠାନ ୧୯୯୫ରୁ ପଞ୍ଜିକୃତ ହୋଇଥିଲେ ମଧ୍ୟ ୨୦୦୪ରୁ ବିଭିନ୍ନ ପ୍ରକାରର କିସମ ସଂଗ୍ରହ କରିବା ଆରମ୍ଭ କରିଥିଲା ।

ଏବେ ଅନୁଷ୍ଠାନ ସହ ୫ଶହ ଚାଷୀ ଜଡ଼ିତ ଥିବାବେଳେ ୧୫ ଜଣ କ୍ଳବ୍ ର ସଦସ୍ୟ ମଧ୍ୟ ରହିଛନ୍ତି । ଅନୁଷ୍ଠାନ ତରଫରୁ ୧୩୦ ପ୍ରକାରର ଧାନ, ୮୦ ପ୍ରକାରର ପନିପରିବା, ୩୦ ପ୍ରକାରର ଡାଲିଜାତୀୟ, ୧୩ ପ୍ରକାରର ମାଣ୍ଡିଆ ଓ ୫ ପ୍ରକାରର ତୈଳବୀଜ ସଂଗ୍ରହ କରି ରଖାଯାଇଛି । ଏହି ଅନୁଷ୍ଠାନକୁ କିଛି ବେସରକାରୀ ସଂସ୍ଥା ପାଣ୍ଠି ଯୋଗାଇ ଦେଉଥିବା ବେଳେ ନାବାର୍ଡ ପକ୍ଷରୁ ମଧ୍ୟ କିଛି ଅର୍ଥ ସହାୟତା ମିଳୁଛି ।

ବିହନ ସଂରକ୍ଷଣ ଅଭିଯାନ

“ଅହିଂସା' ସଂଠନର ସମ୍ପାଦକ ଶିବପ୍ରସାଦ ସାହୁ, ଯିଏକି ପେଷାରେ ଜଣେ ଚାଷୀ । ସେ ତାଙ୍କ ନିଜର ୫ ଏକର ଜମିରେ ମଧ୍ୟ ଦେଶୀ ଧାନ ଓ ପନି ପରିବା ଚାଷ କରିଛନ୍ତି । ଶିବପ୍ରସାଦ ଗ୍ରାଜୁଏସନ୍ କରିବା ପରେ ଚାଷ କାମରେ ନିଜକୁ ନିୟୋଜିତ କରିଥିଲେ । ଚାଷ କରିବା ସହ ସମାଜସେବା ଲକ୍ଷ୍ୟରେ ସେ ‘ଅହିଂସା କ୍ଳବ୍'ର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ । ଶିବପ୍ରସାଦ କୁହନ୍ତି, ୨୦୦୪ ମସିହାରେ ପ୍ରଥମେ ଦେଶୀ ବିହନ ସଂରକ୍ଷଣ ଅଭିଯାନ ଏହି ସଂସ୍ଥା ଆରମ୍ଭ କରିଥିଲା । ପ୍ରଥମେ ଏହି ସଂସ୍ଥା ଧାନର ୭ ପ୍ରକାର ଦେଶୀ ବିହନ ସଂରକ୍ଷଣ କରିଥିଲା । ପରେ ବିଭିନ୍ନ ଜିଲ୍ଲାରୁ ବିହନ ସଂଗ୍ରହ କରି ଆଜି ଧାନର ୧୩୦ କିସମ ସଂଗ୍ରହ କରିବାରେ ସଫଳ ହୋଇଛି । ଧାନର ସରିଆ, ପୁଲିହା, କଳାସୁ , ପୁସୁମା, ମହିପାଲ, ଝୁଲି, ଶଙ୍କରି, କମଳାଶଙ୍କରି, ୯୨, ଆକୁଲ, ଡେଙ୍ଗବରି, ଜଳପୁଡି, ଲାଲକଇଁଭଳି ଦେଶୀ କିସମ ସଂରକ୍ଷିତ କରାଯାଇଛି । ଏହା ସହ ବାସୁମତୀ ଧାନ ଯେଭଳି କଳାକୃଷ୍ଣ, ସୋରିଷ ଫୁଲ, ସାର ସମାଲ, ସାରସ ଭୋଗ, ଯୁବରାଜ ଭଳି କିସମ ଏହି ସଂସ୍ଥା ସଂରକ୍ଷିତ କରିଛି । ଏହା ସହ ପନିପରି ବା ମଧ୍ୟରେ ଟମାଟୋ, ବାଇଗଣ, ଜହ୍ନି, ଭେଣ୍ଡି, କାକୁଡି, କଖାରୁ, ଲାଉ, କନ୍ଦମୂଳ, ଧନିଆ, ଶିମ୍ବର ବିଭିନ୍ନ ପ୍ରକାର ଦେଶୀ କିସମ ମଞ୍ଜି ଏହି ସଂସ୍ଥା ସଂରକ୍ଷିତ କରି ରଖିବାରେ ସଫଳ ହୋଇପାରିଛି । ୨୦୦୮ ମସିହାରୁ ‘ବିହନ ପରବ’ କାର୍ଯ୍ୟକ୍ରମ ମାଧମରେ ଦେଶୀ ବିହନ ସଂଗ୍ରହ କରାଯାଉଛି । ଓଡିଶାର ବିଭିନ୍ନ ପ୍ରାନ୍ତର ଚାଷୀମାନଙ୍କୁ ଏଥିରେ ଆମନ୍ତ୍ରଣ କରାଯାଇ ସେମାନଙ୍କ ଠାରୁ ବିହନ ସଂଗ୍ରହ କରାଯାଇଥାଏ ବୋଲି ଶିବପ୍ରସାଦ କୁହନ୍ତି । ଏହା ସହ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଏପ୍ରିଲ ୨୬ ତାରିଖକୁ ‘ଆନ୍ତର୍ଜାତିକ ବିହନ ଦିବସ ଭାବେ ପାଳନ କରିଆସୁଛି। ଏହି ସଂସ୍ଥା । ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କୁ ଦେଶୀ ବିହନ ସଂରକ୍ଷଣ ଓ ଜୈବିକ ଚାଷ ଉପରେ ଏହି ସଂସ୍ଥା ତାଲିମ ଦେଉଛି । ଚାଷୀଙ୍କ ସମସ୍ୟା ଓ ସରକାରୀ ଯୋଜନା କିପରି ଚାଷୀଙ୍କ ନିକଟରେ ପହଁଞ୍ଚିପାରିବ  ସେ ନେଇ ମଧ୍ୟ ସଂସ୍ଥା କାର୍ଯ୍ୟ କରୁଛି । ଶିବ ପ୍ରସାଦଙ୍କ କହିବା ଅନୁଯାୟୀ ପୁରସ୍କାର ପାଇଁ ଏହି ସଂସ୍ଥା କାମ କରୁନି । ଦେଶୀ ବିହନ ବଞ୍ଚି ରହିଲେ ଆଗାମୀ ଦିନରେ ନୂତନ ବିହନ ସୃଷ୍ଟି ଦିଗରେ ଏହା ସହାୟକ ହୋଇପାରିବ । ଦେଶୀ ବିହନକୁ ବଞ୍ଚାଇ ରଖିବା ଏହି ସଂସ୍କାର ମୂଳ ଆଭିମୁଖ୍ୟ ।

ଆଧାର – କୃଷି ବିଭାଗ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top