ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଧାନ ଫସଲରେ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ
ସେଆର କରନ୍ତୁ

ଧାନ ଫସଲରେ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ

ଧାନ ଫସଲରେ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ଧାନ ଫସଲର ମୁଖ୍ୟ ପୋକଗୁଡ଼ିକ ହେଲା କାଣ୍ଡବିନ୍ଧାପେକ, ବଙ୍ଗୀ ପୋକ, ଚକଡ଼ା ପୋକ, ପତ୍ର ମୋଡ଼ା ପୋକ, ବଙ୍କି ପୋକ, ବିରିହା ପୋକ, ପତ୍ରଡ଼ିଆଁ ପୋକ, ଲେଡ଼ା ପୋକ, କେଣ୍ଡାକଟା ପୋକ ଓ ଗନ୍ଧି ପୋକ ।

କାଣ୍ଡବିନ୍ଧା ପୋକ

କଣ୍ଡ ବିନ୍ଧପୋକର ହଳଦିଆ ରଙ୍ଗର ଗୋଟିଏ ମଥା । ଏହା ପତ୍ରର ଉପର ଅଂଶରେ ମେଞ୍ଚାଏ ଅଣ୍ଡା ଦେଇଥାଏ । ଅଣ୍ଡା ଫୁଟି ଶୂକଟି ଗଛ ଭିତରକୁ ଚାଲିଯାଏ ଓ ପିଲ ର ମଝି କନ୍ଦାର ମୂଳକୁ କାଟି ଖାଇଯାଏ । ଫଳରେ ମଝି କନ୍ଦଟି ଶୁଖିଯାଏ । ଏହାକୁ ମୃତ ମଞ୍ଜି କହନ୍ତି । ମଲା ମଞ୍ଜ ପତ୍ରଟିକୁ ଧୀରେ ଟାଣି ଦେଲେ ତାହା ବାହାରି ଆସେ ଓ ଏହି ମୂଳରେ ଶୂକ ପୋକଟି ଦେଖୁବାକୁ ମିଳେ । କେଣ୍ଡା ବାହାରିବା ସମୟରେ ଏହି ପୋକ ଆକ୍ରମଣ କଲେ କେଣ୍ଡାଟି ଶୁଖୁ ଧଳା ପଡ଼ିଯାଏ । ଏହାକୁ ଚାଷୀମାନେ ଚିଲା ମାରିଗଲା ବୋଲି କହନ୍ତି । ଖରିଫ ଓ ରବି ଉଭୟ ଋତୁରେ ଏହି ପୋକ ଧାନ ଫସଲର କ୍ଷତି କରିଥାଏ ।

ନିୟନ୍ତ୍ରଣ

କାଣ୍ଡବିନ୍ଧାପେକର ପ୍ରଦୁର୍ଭବ ଦେଖାଯାଉଥିବା ଅଞ୍ଚଳରେ କାଣ୍ଡବିନ୍ଧ ପୋକ ସହଣୀ ଶକ୍ତି ଥିବା ବିହନ ଯଥା ଆଇ.ଆର.୩୬ ଖଣ୍ଡଗିରି, ଘଣ୍ଟେଶ୍ଵରୀ, ଲଲାଟ, କୋଣାର୍କ, ପ୍ରଭୃତି କିସମ ଚାଷ କରାଯିବା ଉଚିତ ।

  • ଧାନକଟା ହେଲାପରେ ଜମିକୁ ଖରାଟିଆ,ଚାଷ କଲେ ଧାନ ଗଛ ମୂଳରେ ଅବା କାଣ୍ଡବିନ୍ଧା ପୋକର ଶୂକଗୁଡ଼ିକ ଖରାରେ ନଷ୍ଟ ହୋଇ ଯାଆନ୍ତି ଓ କେତେକଙ୍କୁ ବଗ ପ୍ରଭୃତି ପକ୍ଷୀମାନେ ଖାଇଯାଆନ୍ତି ।
  • ତଳି ଉପାଡ଼ିବାର ୫ ଦିନ ପୂର୍ବରୁ ପ୍ରତି ୧୦ ଡେସିମିଲ ପହ୍ଲା ଘାରୀରେ ୧ କି.ଗ୍ରା. କାରଟାପ୍ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ୧୨୦୦ ଗ୍ରାମ କାର୍ବୋଫୁରାନ୍ କିମ୍ବା ୮୦୦ ଗ୍ରାମ ଫିପ୍ରୋନିଲ କିମ୍ବା ୫୦୦ ଗ୍ରାମ ଫୋରେଟ୍ ପ୍ରୟୋଗ କଲେ ଧାନ ବିଲରେ କାଣ୍ଡବିନ୍ଧା ଓ ବଙ୍ଗୀ ପୋକର ପ୍ରାଦୁର୍ଭବ ୧ ମାସରୁ ଦେଢମାସ ପର୍ଯ୍ୟନ୍ତ ଦେଖାଯାଏ ନାହିଁ ।

ନିୟମିତ ପର୍ଯ୍ୟବେକ୍ଷଣ ଓ ଆବଶ୍ୟକ ମୁତାବକ

କୀଟନାଶକ ପ୍ରୟୋଗ :

ନିୟମିତ ପୋକ ସର୍ବେକ୍ଷଣ କରି ସେଗୁଡ଼ିକର ସଂଖ୍ୟା ଆର୍ଥିକ ନିୟନ୍ତ୍ରଣ ସୀମାରେଖାରେ ପହଞ୍ଚିଲେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରିବାକୁ ପଡ଼ିଥାଏ । ପିଲା ଦେବା ସମୟରେ ଶତକଡ଼ା ୫ ଭାଗ ମଞ୍ଜକିଳା ଦେଖାଗଲେ କିମ୍ବା ବର୍ଗମିଟର ପ୍ରତି ଗୋଟିଏ ମୋଞ୍ଚା ଅଣ୍ଡା ଦେଖାଗଲେ କିମ୍ବା ଫୁଲ ବାହାରିବା ସମୟରେ ପ୍ରତି ଗୋଟିଏ ମେଞ୍ଚା ଅଣ୍ଡା ଦେଖାଗଲେ କିମ୍ବା ଫୁଲ ବାହାରିବା ସମୟରେ ପ୍ରତି ବର୍ଗମିଟରରେ ଗୋଟିଏ ମା ପୋକର ଉପସ୍ଥିତି ଦେଖା ହେଲେ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ପହଞ୍ଚିଲା ବୋଲି ଜାଣିବାକୁ ହେବ । ଏହି ପରିସ୍ଥିତିରେ ଏକର ପ୍ରତି ୪୦୦ ମି.ଲି. ମନୋକ୍ରୋଟେଫସ୍ କିମ୍ବା କୁଇନାଲ ଫସ୍ କିମ୍ବା କେତ୍କାର ପାଇରିଫସ୍ କିମ୍ବା ୨୦୦ ଲିଟର ପାଣିରେ ଗୋଳାଇ ପତ୍ର ସିଞ୍ଚନ କରନ୍ତୁ କିମ୍ବା ଦାନାଦାର ବିଷ ଯଥା କାରଟପ୍ ଏକରକୁ ୧୦ କି.ଗ୍ରା. କିମ୍ବା ଫିପ୍ରୋନିଲ ୮ କି.ଗ୍ରା. କିମ୍ବା କାଟେର୍ବପୁରାନ ୧୨ କି.ଗ୍ରା. ହିସାବରେ ପ୍ରୟୋଗ କରି କାଣ୍ଡବିନ୍ଧା ପୋକକୁ ଦମନ କରନ୍ତୁ ।

ଫେରୋମୋନ୍ ଯନ୍ତାର ବ୍ୟବହାର :

ଏବେ ଫେରୋମୋନ୍ ଯନ୍ତା ବ୍ୟବହାର କରି କାଣ୍ଡବିନ୍ଧା ପୋକକୁ ଫଳପ୍ରଦ ଭାବରେ ନିୟନ୍ତ୍ରଣ କରାଯାଇ ପାରୁଛି । ଧାନ ବିଲରେ ୨୦ ମିଟର ବ୍ୟବଧାନରେ ଫେରେମେନ୍ ଯନ୍ତା ଲଗାଇ ଦେଲେ ପୋକର ପୁରୁଷ ପ୍ରଜାତିମାନେ ଆକୃଷ୍ଟ ହୋଇ ଏହି ଯନ୍ତା ଭିତରେ ପଡ଼ିଯାଆନ୍ତି । ଏଣୁ ମାଈ ପୋକ ଗୁଡ଼ିକ ସଙ୍ଗମ ଅଭାବରୁ ଆଣ୍ଡା ଦେଇ ପାରନ୍ତି ନାହିଁ କିମ୍ବା ଯେଉଁ ଅଣ୍ଡଦିଅନ୍ତି ସେଗୁଡ଼ିକ ପୁରେଟ ନାହିଁ। ଏହି ଉପାୟରେ ସେମାନଙ୍କର ବଂଶବିସ୍ତାରକୁ ନିୟନ୍ତ୍ରଣ କରାଯାଇପାରିବ । ଏକର ପ୍ରତି ୮ ଟି ଫେରୋମୋନ୍ ଯନ୍ତା ବ୍ୟବହାର କରାଯାଉଥିବା ବେଳେ ଏହାର ଦାମ୍ ୨୦୦ ଟଙ୍କା ।

ସଂଗୃହିତ  - ବରିଷ୍ଠ ବୈଜ୍ଞାନିକ କ୍ଷୀରୋଦ କୁମାର ବିଶ୍ୱାଳ, କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ା,

 

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top