অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନର ହଳଦିଆ କାଣ୍ଡବିନ୍ଧା ପୋକ ଦମନ

ହଳଦିଆ କାଣ୍ଡବିନ୍ଧା ପୋକ ଧାନର ଏକ ମାରାତ୍ମକ କ୍ଷତିକାରକ କୀଟ। ‘ପ୍ରାକୃତିକ ସମ୍ପଦ ଅନୁଷ୍ଠାନ । ଇଂଲଣ୍ଡର ଆକଳନ ଅନୁସାରେ ସାରା ପୃଥିବୀରେ ଚାଷ କରାଯାଉଥିବା ସମସ୍ତ ଫସଲର ଅନିଷ୍ଟକାରୀ (ପୋକ)ଙ୍କ ମଧ୍ୟରେ ଏହାର ସ୍ଥାନ ଦ୍ଵିତୀୟ । ଏହା କେବଳ ଧାନକୁ ଆକ୍ରମଣ କରୁଥିବାରୁ ଆଜି ପର୍ଯ୍ୟନ୍ତ ଏହି କୀଟ ପାଇଁ କୌଣସି ସମ୍ପୂର୍ଣ୍ଣ ନିରୋଧକ କିସମ ଆବିଷ୍ଣୁତ ହୋଇପାରିନାହିଁ । ଆହୁରି ମଧ୍ୟ ଏହି କୀଟ ଧାନକୁ ଚାରା ଅବସ୍ଥାରୁ ପାଚିବା ପର୍ଯ୍ୟନ୍ତ ସମସ୍ତ କିସମ ଜମିରେ ଆକ୍ରମଣ କରିଥାଏ ଓ ଏହାର ମଧ୍ୟମ ଆକ୍ରମଣରେ ଶତକଡ଼ା ୨୫-୩୦ ଭାଗ ଅମଳ କମ୍ ଥିବା ବେଳେ ଅତ୍ୟଧିକ ଆକ୍ରମଣରେ ଏହି ପରିମାଣ ୮୦ ଭାଗ ପର୍ଯ୍ୟନ୍ତ ହୋଇପାରେ। ଏହାର ଆକ୍ରମଣ ଯୋଗୁ ବିଳମ୍ବା ମଧ୍ୟମ ଓ ବିଳମ୍ବା କିସମ ଚାଷ ହେଉଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନଜମିରେ ଥୋଡ ବାହାରିବା ପରେ ଅତ୍ୟଧିକ କ୍ଷତି ଘଟିଥାଏ । ଏବର୍ଷ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିବା ଯୋଗୁ ଆଗାମୀ ଦିନରେ ଏହି ପୋକର ଆକ୍ରମଣ ବିଳମ୍ବ ମଧ୍ୟମ ଓ ବିଳମ୍ବ କିସମ ଚାଷ ହୋଇଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନ ଫସଲରେ ଅତ୍ୟଧିକ ହୋଇ ଅମଳ କମିଯିବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ଚାଷୀ ଭାଇମାନଙ୍କ ଅବଗତି ନିମନ୍ତେ ଏ ପୋକକୁ ଚିହ୍ନିବା ସହିତ ଏହାର ଆକ୍ରମଣ ଜନିତ ଲକ୍ଷଣ ଓ ସମନ୍ୱିତ ନିୟନ୍ତ୍ରଣ ପ୍ରଣାଳୀ ବିଷୟରେ ସୂଚନା ଦିଆଗଲା ।

ଆକ୍ରମଣ ଜନିତ ଲକ୍ଷଣ

ଏହି ପୋକର ଶୁକ ଅବସ୍ଥା କ୍ଷତିକାରକ ଓ ଅଣ୍ଡାରୁ ଫୁଟିବା ପରେ ପତ୍ରାଜଦରେ କିଛି ସମୟ ବୁଲିବା ପରେ କାଣ୍ଡ ଭିତରକୁ ପଶିଯାଏ ଓ ଅଙ୍ଗୀୟ ବୃଦ୍ଧି (ଭେଜିଟେଟିଭ) ଅବସ୍ଥାରେ ପିଲର ଭିତର ଅଂଶର ନିମ୍ନଭାଗକୁ ଖାଇବା ପରେ ମଞ୍ଜିଟି ଶୁଖି ମରିଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ମଲା ମଞ୍ଜ (ଡେଡ୍ ହାର୍ଟ) ଆଖ୍ୟା ଦିଆଯାଏ । ଜନନ ଅବସ୍ଥାରେ ଏହା ଥୋଡ କିମ୍ବା ଥୋଡର ପରବର୍ତ୍ତୀ ଅବସ୍ଥାରେ କାଣ୍ଡ ଭିତରକୁ ପଶିଯାଇ ଏହାର ତଳଭାଗକୁ ଖାଇବା ଯୋଗୁ କେଣ୍ଡା ବାହାରିବା ପରେ ମରିଯାଇ ଧଳା ଦେଖାଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ବଗପଖିଆ କେଣ୍ଡା (ଦ୍ଵାଇଟ୍ ଇୟର ହେଡ୍) ଆଖ୍ୟା ଦିଆଯାଏ । ଏହି କୀଟ ଫସଲକୁ ‘ଜନନ ଅବସ୍ଥାରେ ଖାଇବାକୁ ଅଧିକ ପସନ୍ଦ କରୁଥିବାରୁ ଏବଂ ସମ୍ପୂର୍ଣ୍ଣ କେଣ୍ଡାଟି ମରିଯାଉଥିବାରୁ ଏହି ଆକ୍ରମଣ ଯୋଗୁ ଅଧିକ କ୍ଷତି ଘଟିଥାଏ ।

ପୋକକୁ ଚିହ୍ନିବେ କିପରି

ହଳଦିଆ କାଣ୍ଡବିନ୍ଧା ପୋକର ପୂର୍ଣ୍ଣଙ୍କ ମାଈ ପୋକର ଉପର ଡେଣା ହଳଦିଆ ରଙ୍ଗର ଓ ଏହାର ଉପର ଡେଣାର ମଧ୍ୟଭାଗରେ ଏକ କଳାରଙ୍ଗର ଦାଗ ରହିଥାଏ। ଏବଂ ତଳ ଡେଣା ଦୁଇଟି ଫିକା ମାଟିଆ, ନଡା ରଙ୍ଗର। ଏହାର ଉଦରର ଶେଷ ଭାଗରେ ସ୍ଵଚ୍ଛ ସରୁ ଲୋମ ଗୁଚ୍ଛ ଥାଏ ଓ ଏହା ପତ୍ର ଉପରେ ପୁଞ୍ଜ ପୁଞ୍ଜ କରି ଅଣ୍ଡା ଦେଇଥାଏ । ଅଣ୍ଡା ଦେବା ପରେ ସେଗୁଡ଼ିକୁ ଲୋମ ଦ୍ଵାରା ଆବୃତ କରିଦିଏ । ଅଣ୍ଡିରା କୀଟ, ମାଈ କୀଟଠାରୁ ଆକାରରେ ଛୋଟ ଓ ପାଉଁଶିଆ ରଙ୍ଗର ହୋଇଥାଏ । ଏହାର ଆଗ ଡେଣାର ତଳ ଅଂଶର ଅଗ୍ରଭାଗରେ ୮/୯ଟି ଛୋଟ ଛୋଟ କଳା ଦାଗ ଥାଏ । ଏହାର ଉଦର ଅପେକ୍ଷାକୃତ ସରୁ ଓ ଲମ୍ବାଳିଆ । ପୂର୍ଣ୍ଣଙ୍ଗ ଶୁକ୍ଳ ଧଳା-ହଳଦିଆ ରଙ୍ଗର ଏବଂ ଏହାର ଲମ୍ବ ୨.୫ ସେ.ମି. ପର୍ଯ୍ୟନ୍ତ ହୋଇଥାଏ।

ନିୟନ୍ତ୍ରଣ

ଜୈବ ଭିତ୍ତିକ

ପତ୍ର ଓ ପତ୍ରାଚ୍ଛଦରେ ଦେଇଥିବା ଅଣ୍ଡା ପୁଞ୍ଜ ଗୁଡିକୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ ।

  • ଦେଶୀୟ ପଦ୍ଧତିରେ ତିଆରି ଆଲୋକ ଯନ୍ତା । ଆଲୋକ ଉତ୍ସ ବିଲ ଚାରିପାଖରେ ରଖି କୀଟଗୁଡ଼ିକୁ ଆକୃଷ୍ଟ କରି ମାରିଦିଅନ୍ତୁ ।
  • ପାଞ୍ଚ ଲିଟର କିରୋସିନ ତେଲରେ ୧୦ କି. ଗ୍ରା. କୁଣ୍ଡା ମିଶାଇ କିଆରିର ବିଭିନ୍ନ ସ୍ଥାନରେ ପ୍ରୟୋଗ କରି ମଧ୍ୟ ଏହି କୀଟର ସଫଳ ନିୟନ୍ତ୍ରଣ କରାଯାଇପାରିବ ।
  • ଶତକଡା ୫ ଭାଗ ନିମ୍ବ ମଞ୍ଜି ଉନ୍ଧୁତରାଂଶ (୫ କି. ଗ୍ରା. ଗୁଣ୍ଡ ସହିତ ୧୦୦ ଲି. ପାଣି) କିମ୍ବା ଶତକଡ଼ା ୫ ଭାଗ କୋଚିଳା ମଞ୍ଜି ଉନ୍ଧୁତରାଂଶ କିମ୍ବା ଶତକଡ଼ା ୫ ଭାଗ ବେଗୁନିଆ ପତ୍ର ଉନ୍ଧୁତାଳଂଶ ବ୍ୟବହାର କରି ଏହାକୁ ମଧ୍ୟ ନିୟନ୍ତ୍ରଣ କରିହେବ ।
  • କରଡ଼ା ଏବଂ କୋଚିଲା ଗଛର ଡାଳଗୁଡିକୁ ପ୍ରତିଷେଧକ ବ୍ୟବସ୍ଥା ଭାବେ ୧୦ ମିଟର ଏବଂ ଅତ୍ୟଧିକ ଆକ୍ରାନ୍ତ କିଆରିରେ ୩.୫ ମି. ବ୍ୟବଧାନରେ ପୋତିଲେ । ଏହି କୀଟର ଆକ୍ରମଣ ଯଥେଷ୍ଟ କମିଯାଏ ।
  • ଏକର ପିଛା ୧୨ କି. ଗ୍ରା. ନିମ୍ବ/ କରଞ୍ଜ  କୋଚିଳା ମଞ୍ଜି/୫୦ କି. ଗ୍ରା. ପିଡ଼ିଆ ଗୁଣ୍ଡ ପ୍ରୟୋଗ କରି ଏହି ପୋକର ପ୍ରାଦୁର୍ଭାବ ଯଥେଷ୍ଟ କମ୍ କରାଯାଇପାରିବ ।
  • ୧୦ କି.ଗ୍ରା. ନିମ୍ବ କରଞ୍ଜ ପତ୍ରକୁ ଅଳ୍ପ ଛେଚି ୨୦ କି. ଗ୍ରା. ଗୋବର ସହିତ ମିଶାଇ କିଆରିରେ ୨୦ଟି ସ୍ଥାନରେ ପୋତିଲେ ଏହି କୀଟର ପ୍ରାଦୁର୍ଭାବ ଯଥେଷ୍ଟ କମିଯାଏ ।
  • ୧ ଲିଟର ପାଣିରେ ୪ ମି.ଲି. ନିମତେଲ ନିମ୍ନ ଜାତୀୟ ଔଷଧ ଏବଂ ୨ ମି.ଲି., ସାବୁନା ସୂର୍ଯ୍ୟା ସାମେଖ୍ୟା ପାଣି (୩୦) ଗ୍ରା. ୧ ଲି. ପାଣି ମିଶ୍ରଣ) ମିଶାଇ ସିଞ୍ଚନ କଲେ ଏହି ପୋକର ପ୍ରାଦୁର୍ଭାବ ଯଥେଷ୍ଟ କମିଯାଏ ।
  • ଦୁଦୁରା ଗଛର ପତ୍ର ଏବଂ ଛୋଟ ଡାଳଖଣ୍ଡଗୁଡିକୁ କିଆରିର ବିଭିନ୍ନ ଜାଗାରେ ପୋତିଦେଇ ପାଣି ବାନ୍ଧି ରଖିଲେ ଏହି କୀଟର ଆକ୍ରମଣ ଯଥେଷ୍ଟ କମିଯାଏ ।
  • ଜମିରେ ଏକର ପିଛା ୧୨ଟି ଫେରୋମୋନ ଯନ୍ତା ୨୦-୨୫ ମିଟର ବ୍ୟବଧାନରେ ବସାଇ ପୋକଗୁଡିକୁ ସମୂହ ଭାବେ ଧରି ସେମାନଙ୍କ ସଂଖ୍ୟା ଯଥେଷ୍ଟ କମାଯାଇପାରିବ ।
  • ରୋଇବାର ୧ ମାସ ପରେ ଏକର ପିଛା ୨୦,୦୦୦ ଟ୍ରାଇକୋଗ୍ରାମା, ଜାପୋନିକମ ୬ ଥର ବ୍ୟବହାର କରି ମଧ୍ୟ ଏହି ପୋକ ସଂଖ୍ୟା ଆର୍ଥିକ ଦେହଳୀ ସୀମା ତଳକୁ ଆଣିହେବ ।

ରାସାୟନିକ ନିୟନ୍ତ୍ରଣ

ଆର୍ଥିକ ଦେହଳୀ ସୀମା ଏକ ବର୍ଗମିଟର ପ୍ରତି ୧ଟି ଶଲଭା, ଅଣ୍ଡା ପୁଞ୍ଜ ଦେଖାଗଲେ ଟ୍ରାଇଆନ୍ଦୋଫସ ୪୦% ଇ.ସି./ କାର୍ଟାପ ହାଇଡ୍ରୋକ୍ଲୋରାଇଡ ୫୦% ଏସ୍ପି, ଫିଫ୍ରେନିଲ ୫% ଏସ୍‌ସି. ଇଣ୍ଡୋକୁ କାର୍ବ ୧୪.୫% ଏସସି, କ୍ଲୋରାଣ୍ଟାନିଲିପ୍ରେଲେ ୧୮.୫% ଏସସି ୧ ମି.ଲି. ଏବଂ ଫୁବେଣ୍ଡ ଆମାଇଡ ୨୦% ଡବଲ୍ଲୀଜି ୦.୫ ଗ୍ରା. ୧ ଲିଟର ପାଣିରେ ଗୋଳାଇ ଏବଂ ଲିଟର ପିଛା ୨ ମି.ଲି. ସର୍ପ ପାଣି ଗୋଳାଇ ସିଞ୍ଚନ କରି ଏହି କୀଟକୁ ଦମନ କରାଯାଇପାରିବ ।

ବି.ଦ୍ର: ଏହି କୀଟ ଡାଳୁଅ ରବି ଧାନରେ ଜାନୁୟାରୀ ଶେଷ ସପ୍ତାହ ଫେବୃୟାରୀ ୧ମ ସପ୍ତାହରୁ ଏପ୍ରିଲ ଶେଷ ସପ୍ତାହ ମଧ୍ୟରେ ଯଥେଷ୍ଟ କ୍ଷତି କରିଥାଏ । ତେଣୁ ଚାଷୀ ଭାଇମାନେ ଉପରୋକ୍ତ ନିୟନ୍ତ୍ରଣ ପ୍ରଣାଳୀଗୁଡିକୁ ଅବଲମ୍ବନ କରି ଡାଳୁଅ ଧାନକୁ ଏହି ପୋକର ଆକ୍ରମଣ ଜନିତ କ୍ଷତିରୁ ରକ୍ଷା କରିପାରିବେ ।

ସଂଗୃହିତ - ଡ. ଦେବବ୍ରତ ପାଣିଗ୍ରାହୀ ବରିଷ୍ଟ ବୈଜ୍ଞାନିକ (କୀଟତତ୍ତ୍ଵ ବିଜ୍ଞାନ) ଓ ସହଯୋଗୀ ଗବେଷଣା ନିର୍ଦେଶକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate