ନଡ଼ିଆ ଫସଲକୁ ମୁଖ୍ୟତଃ ଗଣ୍ଡାପୋକ, ନାଲି ପୋକ, ଇରିଓଫାଇଡ୍ ଅଷ୍ଟପଦୀ ଓ କାଳିମୁଣ୍ଡି ପୋକ ଆକ୍ରମଣ କରନ୍ତି ଏବଂ ଫସଲରେ ଅତ୍ୟଧିକ ପରିମାଣର କ୍ଷତି ଘଟାନ୍ତି । ଏମାନଙ୍କ ମଧ୍ୟରୁ କାଳିମୁଣ୍ଡି ପୋକ ବିଶେଷ କ୍ଷତିକାରକ । ଏହି ପୋକର ମୁଣ୍ଡର ରଙ୍ଗ କଳା ହୋଇଥିବାରୁ ଏହାକୁ କାଳିମୁଣ୍ଡି ପୋକ କୁହାଯାଏ ।
ମାଈ ପୋକଟି ନଡିଆ ବାହୁଙ୍ଗାରେ ଥିବା ପତ୍ରର ତଳ ଅଂଶରେ ଅଣ୍ଡା ଦିଏ । ଥରକେ ୧୪୦ଟି ଅଣ୍ଡା ଦେଇଥାଏ । ଅଣ୍ଡାରୁ ଶୂକ ବାହାରି ନଡିଆ ପତ୍ରର ସବୁଜ କଣାଗୁଡିକୁ ଖାଇଦିଅନ୍ତି । ନଡିଆ ପତ୍ରର କେବଳ ମଧ୍ୟଶିରା ରହିଯାଏ । ଶୁକଗୁଡିକ ନଡିଆ ପତ୍ରରେ ସୁଡଙ୍ଗ ତିଆରି କରନ୍ତି ଏବଂ ସବୁଜକଣାଗୁଡିକୁ ଖାଇ ସେଥିରେ ମଳ ତ୍ୟାଗ କରନ୍ତି ।
ବହୁ ଦୂରକୁ ଆକ୍ରମିତ ନଡିଆ ବଗିଚା ପୋଡିଗଲା ପରି ଦୃଶ୍ୟମାନ ହୁଏ । ଶୁକ୍ଳ ନିଜ ଶରୀରର ଚାରିଥର ବିମୋଚନ କଲାପରେ ୪୦ ଦିନରେ ପୂର୍ଣ୍ଣାଙ୍ଗପ୍ରାପ୍ତ ହୁଏ ।
ପୂର୍ଣ୍ଣାଙ୍ଗପ୍ରାପ୍ତ ଶୂକ ସୁଡଙ୍ଗ ମଧ୍ୟରେ କୋଷାବସ୍ତା ପ୍ରାପ୍ତ ହୁଏ । ଏହି ପୋକ ଅଣ୍ଡା ବସ୍ଥାରୁ ପୂର୍ଣ୍ଣାଙ୍ଗପ୍ରାପ୍ତ ପର୍ଯ୍ୟନ୍ତ ୬୦ ରୁ ୭୫ ଦିନରେ ସଂପୂର୍ଣ୍ଣ କରେ । ଏହି ପୋକ ଗୋଟିଏ ବଂଶ ସଂପୂର୍ଣ୍ଣ କରିବାକୁ ଦୀର୍ଘଦିନ ନେଇଥାଏ ।
କାଳିମୁଣ୍ଡି ପୋକ ଦ୍ଵାରା କ୍ଷତ ବିକ୍ଷତ ଅଂଶଗୁଡିକୁ ସୁଡଙ୍ଗ ସହିତ ବାହୁଙ୍ଗାରୁ କାଟି ସେଗୁଡିକୁ ପୋଡି ଦିଅନ୍ତୁ । ନଡିଆ ଗଛର ମୂଳରେ ସୃଷ୍ଟି ହେଉଥିବା ଦୁଇଟି ସଦ୍ୟ ଚେରକୁ ଚିହ୍ନଟ କରି ସେଗୁଡିକୁ ତୀର୍ଯକ ଭାବେ କାଟିବା ପରେ ସେହି ଦୁଇ ଚେରକୁ ଦୁଇଟି ହୋମିଓପାଥୁକ ଟୁବ୍ରେ ମନୋକ୍ରୋଟୋଫସ ଦ୍ରବଣ । ୨୦ ମିଲି ଲିଟର ଦୁଇଟି ଟୁବ୍ରେ ରଖି ଚେର ଦୁଇଟିକୁ ପୋଡି ଦିଅନ୍ତୁ। ଏହା ବ୍ୟତୀତ ଆକ୍ରାନ୍ତ ଛୋଟ ଛୋଟ ନଡିଆ ଗଛରେ o୪ ଲିଟର ପାଣିରେ ଡାଇକ୍ଲୋରୋଭସ୍ ୦୧ ମିଲି ଲିଟର ମିଶାଇ ଦ୍ରବଣ ତିଆରି କରି ତାହାକୁ ଆକ୍ରାନ୍ତ ଗଛଗୁଡିକରେ ସିଞ୍ଚନ କରିବା ଦ୍ଵାରା ପୋକ ଦ୍ଵାରା କ୍ଷତିର ପରିମାଣ ହ୍ରାସ କରାଯାଇପାରିବ ।
ସଂସ୍କୃତର ଏକ ଶ୍ଳୋକ ‘କଣ୍ଟକେନୈବ କଣ୍ଟକମ୍’ ପଦ୍ଧତି ଅବଲମ୍ବନ କରି କାଳିମୁଣ୍ଡି ପୋକକୁ ବିନାଶ କରାଯାଏ । କଣ୍ଟାକୁ ଯେପରି କଣ୍ଟା ଦ୍ଵାରା କଢାଯାଏ ସେହିପରି କାଳିମୁଣ୍ଡି ପୋକକୁ ମାରିବା ପାଇଁ ଏହାର ଶତ୍ରୁ ପୋକ ଯଥା ବ୍ରାକନ ହିବେଟର ଓ ବ୍ରାକନ ବ୍ରେଭିକର ନିଶ ନାମକ ଦୁଇଟି ଭଅଁର ଜାତୀୟ ପୋକକୁ ନଡିଆ, ଫସଲରେ ପ୍ରୟୋଗ କରାଯାଏ । ପୋକ ଆକ୍ରମିତ ଗଛ ପ୍ରତି ୫୦ଟି କୋଷା (ପ୍ୟୁପା) ସଂଧ୍ୟା ସମୟରେ ନଡିଆ ଗଛରେ ଛାଡିବାକୁ ପଡେ । ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ ଥର ଏହି ଭଅଁର ପୋକଗୁଡିକୁ ନଡିଆ ବଗିଚାରେ ପ୍ରୟୋଗ କରାଯାଏ । ମାଈ ଭଅଁର କାଳିମୁଣ୍ଡି । ପୋକର ଶୁକ ଶରୀରରେ ଅଣ୍ଡା ଦିଏ । ଅଣ୍ଡାରୁ ଛୁଆ ବାହାରି କାଳିମୁଣ୍ଡି ପୋକର ଶରୀରରେ ପ୍ରବେଶ କରି ଏହାକୁ ଖାଇ ଦିଅନ୍ତି । ଯାହା ଫଳରେ କାଳିମୁଣ୍ଡି ପୋକର ବଂଶ ଲୋପପାଏ ଏବଂ ନଡିଆ ଗଛ ଗୁଡିକ କାଳିମୁଣ୍ଡି ପୋକର ଆକ୍ରମଣରୁ ରକ୍ଷା ପାଏ । ଏହି ଉପାଯ ଚାଷୀମାନଙ୍କ ପାଛୋଗ ଅତବ୍ଯନ୍ତ ଲାଭଦାୟକ । ଏହି ଉପକାରୀ ପୋକ ଭୁବନେଶ୍ଵରଠାରେ ଅବସ୍ଥିତ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଥିବା ଭୁବନେଶ୍ଵରର ବରମୁଣ୍ଡା, ନୟାଗଡ, ଟାଙ୍ଗୀ, ଜଗତସିଂହପୁର ଓ ଗଞ୍ଜାମର ଛତ୍ରପୁରଠାରେ ଥିବା ଜୈବ ପ୍ରଜନନ କେନ୍ଦ୍ରରେ ଉପଲବ୍ଧ । ଚାଷୀ ଭାଇମାନେ ଏହି ସବୁ କେନ୍ଦ୍ରରୁ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ ।
ସଂଗୃହିତ - ଡ. ବିଷୁଚରଣ ଜେନା, ପୁର୍ବତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟ ତତ୍ତ୍ୱ ବିଭାଗ, କୃଷି ମହାବିଦ୍ୟାଳୟ, ଓ ୟୁଏଟି, ଭୁବନେଶ୍ଵର,
Last Modified : 2/21/2020