ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ନିର୍ଗୁଣ୍ଡି ଓ ଘି-କୁଆଁରୀରୁ କୀଟନାଶକ
ସେଆର କରନ୍ତୁ

ନିର୍ଗୁଣ୍ଡି ଓ ଘି-କୁଆଁରୀରୁ କୀଟନାଶକ

ନିର୍ଗୁଣ୍ଡିରୁ ଜୈବିକ କୀଟନାଶକ ମଧ୍ୟ ପ୍ରସ୍ତୁତି ଓ ଘିକୁଆଁରୀ ଏକ ଔଷଧୀୟ ଗଛ ଜୈବିକ କୃଷି କ୍ଷେତ୍ରରେ ଏହାର ଅନେକ ଉପଯୋଗିତା ରହିଛି ।

ନିର୍ଗୁଣ୍ଡିରୁ କୀଟନାଶକ

ନିର୍ଗୁଣ୍ଡିକୁ ଓଡିଆ ଭାଷାରେ ବେଗୁନିଆଁ, ବେଗୁଣ୍ଡିଆ, ବେଗୁନା, ଇନ୍ଦ୍ରାଣୀ ତଥା ପଶ୍ଚିମ ଓଡିଶାରେ ନିର୍ଗୁଣ୍ଡି କୁହାଯାଏ । ନିର୍ଗୁଣ୍ଡିରୁ ଜୈବିକ କୀଟନାଶକ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହାକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ...

୧ ଲିଟର ଦେଶୀ ଗାଈର ଗୋମୂତ୍ର ସହିତ ତିନି ଶହ ଗ୍ରାମ୍ ବା ସଙ୍ଗପତ୍ର ଓ ନିର୍ଗୁଣ୍ଡି ପତ୍ରର ବଟା ମିଶାନ୍ତୁ । ଏହି ମିଶ୍ରଣରେ ୧୦ ଲିଟର ପାଣି ମିଶାଇ ସାତରୁ ଦଶ ଦିନ ବ୍ୟବଧାନରେ ଧାନ ଫସଲରେ ଦୁଇରୁ ତିନି ଥର ସିଞ୍ଚନ କଜୋଲ ଫିମ୍ପି ଜନିତ ରୋଗ  ମୂଳ ସଜ୍ଜା, କାଣ୍ଡ ସଜ୍ଜା, ଫଳ ସଜ୍ଜା ରୋଗ ନିୟନ୍ତ୍ରିତ ହୋଇଥାଏ ।

  • ଏକ କିଗ୍ରା ନିର୍ଗୁଣ୍ଡି ପତ୍ରକୁ ଦଶ ଲିଟର ପାଣିରେ ତିରିଶ ମିନିଟ୍ ଯାଏ ସିଝାଇ ସେଥିରେ ୫୦୦ ଗ୍ରାମ୍ ରିଠା ଫଳ ରସ ମିଶାଇ ଧାନ ଫସଲରେ ସିଞ୍ଚନ କଲେ। ଧାନର ପ୍ରାୟ ସମସ୍ତ ପ୍ରକାର ରୋଗ ନିୟନ୍ତ୍ରିତ ହୋଇଥାଏ ।
  • ପ୍ରାୟ ୫୦-୬୦ଟି ନିର୍ଗୁଣ୍ଡି ପତ୍ରକୁ ୧ ଲିଟର ପାଣିରେ ସିଝାଇ ଏକ ଲିଟର ଅବଶେଷ ରହିଲେ ଓହ୍ଲାଇ ଛାଣି ରଖାଯାଏ । ପୁଣି ୧୦ ଗ୍ରାମ୍ ହିଙ୍ଗୁକୁ ଏକ ଲିଟର ପାଣିରେ ବଢୁରାଇ ସେହି ପାଣି ଓ ନିର୍ଗୁଣ୍ଡି ନିର୍ଯ୍ୟାସ ସହିତ ପାଞ୍ଚ ଲିଟର ଗୋମୂତ୍ର ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ । ପୁଣି ଏଥିରେ ୮ ଲିଟର ପାଣି ଦ୍ଵାରା ମିଶାଇ ଫସଲରେ ସିଞ୍ଚନ କରିବା ଦ୍ଵାରା  ସମସ୍ତ ପ୍ରକାର ରୋଗ ପୋକ ନିୟନ୍ତ୍ରିତ ହୋଇଥାଏ ।
  • ୨୦୦ ଗ୍ରାମ୍ ନିମ୍ବପତ୍ର, କରଞ୍ଜପତ୍ର, ଭୂଇଁନିମ୍ବାପଞ୍ଚାଙ୍ଗ, ବାସଙ୍ଗପତ୍ର, ଅରଖପତ୍ର, ଦୁଦୁରାପତ୍ର, କରତାପତ୍ର, ଆଖୁପତ୍ର, ଆତପତ୍ର, ନାଗଅଇରି ପତ୍ର, ରାମଜଡ଼ାପତ୍ର, ମହାନିମ୍ବପତ୍ର, ଅମରିପତ୍ର, ବଣତୁଲସୀ ପତ୍ର ନିଅନ୍ତୁ । ସେଥିରେ ୪୦୦ ଗ୍ରାମ୍ ନିର୍ଗୁଣ୍ଡି ପତ୍ର ମିଶାଇ ଛେଚି ସେଥିରେ ତିନି ଲିଟର ଗୋମୂତ୍ର ଓ ଛଅ ଲିଟର ଜଳ ମିଶାଇ ୧୫ ଦିନ ଯାଏ ସଢ଼ାଇ ଦିଅନ୍ତୁ । ତା'ପରେ ପାତ୍ରର ମୁହଁ ଖୋଲି ସଢିଯାଇଥିବା  ଦ୍ରବଣକୁ ଘାଣ୍ଟି ଛାଣି ସେହି ଦ୍ରବଣରେ ଦଶଗୁଣ ଜଳ ମିଶାଇ  ସାତରୁ ଦଶଦିନ  ବ୍ୟବଧାନରେ ତିନି ଚାରି ଥର ଫସଲରେ ସିଞ୍ଚନ ହୋଇଯିବ କଲେ ବିଭିନ୍ନ ପ୍ରକାର ରୋଗଯୋକ ନିୟନ୍ତ୍ରିତ ହୋଇଥାଏ ।
  • ଦୁଇମୁଠା ନିର୍ଗୁଣ୍ଡି ଓ ଦୁଇ ମୁଠା ବାସଙ୍ଗ ପତ୍ରକୁ ୧୦ ଲିଟର ପାଣିରେ ସିଝାନ୍ତୁ । ଯେତେବେଳେ ଏହା ୧ ଲିଟର ଆବଶେଷ ରହିବ ସେତେବେଳେ ଏହାକୁ ଥଣ୍ଡା କରନ୍ତୁ । ଥଣ୍ଡା ହେଲା ପରେ ଏଥିରେ ପାଞ୍ଚ ଲିଟର ଗୋମୂତ୍ର ମିଶ୍ରଣ କରନ୍ତୁ। ୧୦୦ ଗ୍ରାମ୍ ହିଙ୍ଗୁକୁ ଏକ ଲିଟର ପାଣିରେ ଏକ ରାତି ବଡ଼ୁରାଇ ସେଥିରେ ମିଶାନ୍ତୁ । ଏହି ମିଶ୍ରଣରେ ସାତ ଲିଟର ପାଣି ମିଶାଇଲେ କୀଟନାଶକ ପ୍ରସ୍ତୁତ କୀଟନାଶକକୁ ପ୍ରୟୋଗ କଲେ ସମସ୍ତ ପ୍ରକାର ପୋକ ସେହି ଦ୍ରବଣରେ ଦଶଗୁଣ ଜଳ ମିଶାଇ ନିୟନ୍ଥିତ ହୋଇଥାଏ । ଏହା ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ଦ୍ଵାରା ପରିଚାଳିତ ଶ୍ଳୋରିଆ ଫାର୍ମରେ ବ୍ୟବହୃତ ହୋଇଛି ।

ଘି-କୁଆଁରୀରୁ କୀଟନାଶକ

ଘିକୁଆଁରୀ ଏକ ଔଷଧୀୟ ଗଛ । ବିଭିନ୍ନ ରୋଗର ଚିକିତ୍ସା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଜୈବିକ କୃଷି କ୍ଷେତ୍ରରେ ଏହାର ଅନେକ ଉପଯୋଗିତା ରହିଛି । ଘିକୁଆଁରୀକୁ କୀଟନାଶକ ଭାବେ କିପରି ବ୍ୟବହାର କରିଯାଇପାରିବ ସେ ବିଷୟରେ ଜାଣନ୍ତୁ ।

  • ଏଥିରେ ଜୀବାଣୁନାଶକ ଓ ଫିମ୍ପିନାଶକ ଗୁଣ ରହିଛି । ୧ କିଗ୍ରା ଜଡାପିଡିଆ ସହିତ ୫୦୦ ଗ୍ରାମ୍ ଘିକୁଆଁରୀର ରସକୁ ମିଶ୍ରଣ କରି ଉକ୍ତ ମିଶ୍ରଣକୁ ଏକ ଚଉଡା ମୁହଁ ଥିବା ପାତ୍ରରେ ରଖିବାକୁ ପଡିଥାଏ । ଏକର ପିଛା ୪-୫ଟି ପାତ୍ର ବିଭିନ୍ନ ସ୍ଥାନରେ ରଖିଲେ ବିଭିନ୍ନ ପୋକ ଏଠାକୁ ଆକର୍ଷିତ ହୋଇ ଆସି ପାତ୍ରରେ ପତି ମରିଯାଆନ୍ତି ।
  • ପାଞ୍ଚକିଗ୍ରୀ ନିର୍ଗୁଣ୍ଡି(ବେଗୁନିଆଁ) ପତ୍ରକୁ ଛେଚି୫ ଲିଟର ପାଣିରେ ମିଶାନ୍ତୁ ଏହା ପରେ ତାକୁ ସିଝାନ୍ତୁ । ଏହାର ପରିମାଣ ୧-୫ ଲିଟର ହେଲା ପରେ ଚୁଲିରୁ କାଢି ଥଣ୍ଡା କରନ୍ତୁ ତା'ପରେ ଏହାକୁ ଛାଣି ଅଲଗା ରଖନ୍ତୁ । ତା'ପରେ ୨.୫ କିଗ୍ରା ଘିକୁଆଁରୀ ପତ୍ରରୁ ରସ ବାହାର କରନ୍ତୁ । ଏହି ଘିକୁଆଁରୀ ପତ୍ରର ରସ ଓ ନିର୍ଗୁଣ୍ଡି ନିର୍ଯ୍ୟାସକୁ ୫୦ ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ । ଶୋଷକ କୀଟ ନିୟନ୍ତ୍ରଣରେ ଏହାର ପ୍ରୟୋଗ ଅତ୍ୟନ୍ତ ପ୍ରଭାବଶାଳୀ ସିଦ୍ଧ ହୋଇଥାଏ ।
  • କପାଫସଲରେ ବକରାବିନ୍ଧା ପୋକ ଓ ଶୋଷକ କୀଟ ନିୟନ୍ତ୍ରଣ କରିବା ପାଇଁ୧ କିଗ୍ରା କରଞ୍ଜ ପିଡିଆ, ୧ କିଗ୍ରା ନିମ୍ବପିଡିଆ ଓ ୨୫୦ ଗ୍ରାମ୍ ଦୁଦୁରା ମଞ୍ଜି ଗୁଣ୍ଡ କରି ଏକ ପତଳା କନାରେ ବାନ୍ଧି ରାତି ସାରା ଭିଜାଇ ରଖନ୍ତୁ । ସକାଳୁ ଏହାକୁ ଚିପୁଡି ଏହାର ରସ ବାହାର କରନ୍ତୁ । ଏହା ସହିତ ୫୦୦ ଗ୍ରାମ୍ ଘିକୁଆଁରୀ ରସ, ୨ ଲିଟର ଦେଶୀ ଗାଈର ଗୋମୁତ୍ର ଏବଂ ୧୫ ଲିଟର ପାଣି ମିଶାନ୍ତୁ । ଏହି ମିଶ୍ରଣ ଫସଲରେ ସ୍ନେ କରନ୍ତୁ । ଏକର ପ୍ରତି ୭୦ରୁ ୧୦୦ ଲିଟର ଏପରି ମିଶ୍ରଣର ଆବଶ୍ୟକତା ଥାଏ ।
  • ନଡିଆ, ଚାରା ଲଗାଇବା ସମୟରେ ମନ୍ଦାରେ ଘିକୁଆଁରୀ ଗଛ ଲଗାଇବା ଦ୍ଵାରା ନଡିଆ ଚାରା ପିମ୍ପୁଡି ତଥା ସୁତ୍ରଜୀବମାନଙ୍କ ଆକ୍ରମଣରୁ ରକ୍ଷା ପାଇଥାଏ । ଆହୁରି ମଧ୍ୟ ଘିକୁଆଁରୀର ଗନ୍ଧରେ ଉଈମାନେ ବିକର୍ଷିତ ହୋଇ ଚାଲିଯାଆନ୍ତି । ଗଛକୁ ଉଈ ପିମ୍ପୁଡିମାନଙ୍କ ଦାଉରୁ ରକ୍ଷା ମିଳିଥାଏ ।

ଆଧାର - କିଶୋରଚନ୍ଦ୍ର ପଣ୍ଡା ଜୈବିକ କୃଷି ପରାମର୍ଶଦାତା, ୯୮୬୧୩୯୭୬୪୩

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top