ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ନିର୍ମଳ କୃଷି ଓ କୀଟ ନିୟନ୍ତ୍ରଣ
ସେଆର କରନ୍ତୁ

ନିର୍ମଳ କୃଷି ଓ କୀଟ ନିୟନ୍ତ୍ରଣ

ଅଣରାସାୟନିକ କୃଷି ପଦ୍ଧତି କିପରି କରିବେ ସେ ସମ୍ବନ୍ଧରେ ଗୁରୁତ୍ଵ ଦିଆଯାଇଛି ।

ଅଣରାସାୟନିକ କୃଷି ପଦ୍ଧତି ଉପରେ ଗୁରୁତ୍ଵ

କ୍ରମବର୍ଦ୍ଧିଷ୍ଣୁ  ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ ପରିଶ୍ରମରେ ଅଧିକ ଅମଳ ପାଇବା ଆଶାରେ କୀଟନାଶକର ବହୁଳ ପ୍ରୟୋଗ, ପରିବେଶ ଜୈବବିବିଧତା ଉପରେ ଅନେକ କୁପ୍ରଭାବ ପକାଇବା ସହିତ ଅନେକ ନୂତନ ସମସ୍ୟା ପାଇଁ ପଥପରିଷ୍କାର କରିଛି । ତେଣୁ ଆଜି ବୈଜ୍ଞାନିକ, ପରିବେଶବିତ୍ ତଥା କୃଷକ ଅଣରାସାୟନିକ କୃଷି ପଦ୍ଧତି ଉପରେ ଗୁରୁତ୍ଵ ଦେଉଛନ୍ତି ।

ପରିଚ୍ଛନ୍ନ କୃଷି ପ୍ରଣାଳୀ କୀଟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ୧୮୮୭ ମସିହାରେ ବାକ୍ଲୋର୍ କୃଷିରେ ପରିଚ୍ଛନ୍ନତାର ଗୁରୁତ୍ଵ ଉପଲବ୍ଧି କରିଥିଲେ । ଫସଲ ଅମଳ ପରେ ଫସଲର ଅବଶେଷକୁ ନଷ୍ଟ କରିବା ଦ୍ଵାରା କୀଟ ନିୟନ୍ତ୍ରଣ କରିହୁଏ । ଖରାଟିଆ, ଚାଷ, ଅମଳ ପରବର୍ତ୍ତୀ ଫସଲ ଅବଶେଷକୁ ଜମିରେ ହଳ କରିବା ବା ଏକାଠି କରି ପୋଡି ଦେବା ଦ୍ଵାରା କୀଟ ଆକ୍ରମଣକୁ ପତିହତ କରିହୁଏ, କାରଣ ଫସଲ । ଅବଶେଷରେ କୀଟଗୁଡିକର ଅଣ୍ଡା, ଶୁକ୍ଳ ବା ପୁଷ୍ପା ଅବସ୍ଥାରେ ରହିଯାଏ, ଯାହା ଏହାର ବଂଶବିସ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରେ । କେତୋଟି ଉଦାହରଣ ନିମ୍ନରେ ଦିଆଗଲା ।

ବୈଜ୍ଞାନିକ ଅନୁସନ୍ଧାନ

କପା ଫସଲ ଅମଳ ପରେ ଏହାର କାଠି ଗୁଡିକୁ ବା ଅବଶେଷକୁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ସଫା କରିଦେଲେ, ପରବର୍ତ୍ତୀ ଫସଲରେ ଚକରା ପୋକର ପ୍ରଦୁର୍ଭାବ କମିଯାଏ । ଭାରତରେ ଧାନ ଚାଷରେ ପରିଚ୍ଛନ୍ନତା, ଚକଡା, ପତ୍ରଡିଆଁ ଧଳାପିଠିଆ, ପତ୍ରମୋଡା ଓ କାଣ୍ଡା ବିନ୍ଧା ପ୍ରଭୃତି ପ୍ରମୁଖ ଅନିଷ୍ଟକାରୀ କୀଟର ପ୍ରଦୁର୍ଭାବ ମଧ୍ୟ ଜମାଇବାରେ  ସାହାଯ୍ୟ କରେ । ଫସଲ ଅମଳ ପରେ ଧାନ ଗଛର ନଡାଗୁଡିକୁ ଜମିରେ ନପକାଇ ଏଗୁଡିକୁ ସଫା କରିଦେଲେ କାଣ୍ଡବିନ୍ଧା ପୋକର ଆକ୍ରମଣର ମାତ୍ରା କମିଯାଏ । ଅନୁସନ୍ଧାନରୁ ଜଣାଯାଏ ଧାନ ଫସଲର ନଡା ଯଦି ଗୋଟିଏ ହେକ୍ଟରରେ ଅମଳ ପରେ ରହିଥାଏ ୬, ୮ ପ୍ରତିଶତ ଅଧିକ ଅପ୍ରାପ୍ତ ବ୍ୟୟ ଅବସ୍ଥା ରହିଥାଏ ଯାହା ୧,୨୦,୦୦୦ ପୂର୍ଣ୍ଣାଙ୍ଗ କାଣ୍ଡବିନ୍ଧା ପୋକ ସୃଷ୍ଟି କରିଥାଏ ।

ଅନ୍ୟ ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡଛି ଯେ ଧାନ ଅମଳ ପରେ ନଡାଗୁଡିକୁ ପୋଡି ଦେବା ଦ୍ଵାରା କାଣ୍ଡବିନ୍ଧା ପୋକର ପ୍ରଦୁର୍ଭାବ୬୭ ପ୍ରତିଶତ ହ୍ରାସ ପାଏ । ସେହିପରି ଗଛର ଆକ୍ରମିତ ବା ସଂକ୍ରମିତ ଅଂଶକୁ ନଷ୍ଟ କରିବା ବା ଆକ୍ରମିତ ଗଛକୁ ଉପାଡି ନଷ୍ଟ କରିଦେବା ଦ୍ଵାରା ମକା, ଫସଲରେ କାଣ୍ଡବିନ୍ଧା, ଜାହାଜ, ଜୋପାକ, ଜଉ ପୋକ ତଥା ଉଈ ଆକ୍ରମଣର ମାତ୍ରା ହ୍ରାସ ପାଏ ।

ଅଣଫସଲ ଗୁଡିକୁ ନଷ୍ଟ ପଦ୍ଧତି

ମୁଖ୍ୟ ଫସଲ ସହିତ ଜମିରେ ଅନେକ ଅନାବନୀ ଘାସ ତଥା ଅନ୍ୟ ଫସଲର କେତୋଟି ଗଛ ରହିଯାଇଥାଏ । ଏହି ଅଣଫସଲ ଗୁଡିକ ଅନେକ ଅନିଷ୍ଟକାରୀ କୀଟର ପୋଷକ ଗଛ ଭାବେ କାର୍ଯ୍ୟକରେ ଏବଂ କୀଟର ବଂଶବିସ୍ତାରରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ତେଣୁ ଜମିରେ ମୁଖ୍ୟ  ଫସଲ ସହିତ ଥିବା ଅନାବନା ଘାସ ତଥା ଅଦରକାରୀ ଅଣଫସଲ ଗୁଡିକୁ ନଷ୍ଟ କରିଦେବା କାଣ୍ଡବିନ୍ଧା ତଥା ପବନ୍ଧା ପୋକର ଆକ୍ରମଣକୁ ଆବଶ୍ୟକ । ଏହାଦ୍ଵାରା  ଫସଲରେ କାଣ୍ଡବିନ୍ଧା ଓ ଶୋଷକ ପୋକଗୁଡିକର ମାତ୍ରା କମିଥାଏ । କପା ଫସଲରେ ଅନାବନା ଗଛ ନଷ୍ଟ କରିଦେବା ଦ୍ଵାରା ଚିତ୍ରିତ ଚକରା ପୋକ, ଧଳା ମାଛି ଭଳି କ୍ଷତିକାରୀ କୀଟର ପ୍ରାଦୁର୍ଭାବ ମଧ୍ୟ କମିଥାଏ । ଯଦି କପା, ଫସଲ ଜମି ବା ଜମି ଚାରି ପାଖେ ଦୁବୁରା ଗଛ ଥାଏ। ଏହାକୁ ତୁରନ୍ତ କାଟି ପରିଷ୍କାର କରିଦେବା ଉଚିତ୍ । ଅଗଷ୍ଟ ମାସ ପର ଠାରୁ ଆଖୁ ଗଛର ଶୁଖିଲାପତ୍ରକୁ କାଢ଼ି ନଷ୍ଟ କରିଦେବା ଦ୍ଵାରା ଜାହାଜ ପୋକର ନିୟନ୍ତ୍ରଣ ସମ୍ଭବ ହୋଇଥାଏ । ଅକ୍ଟୋବର ବା ନଭେମ୍ବର ମାସରେ ଆଖୁର ପୁରୁଣାପତ୍ର ନଷ୍ଟ କରିଦେଲେ କାଣ୍ଡବିନ୍ଧା ତଥା ପବବିନ୍ଧା ପୋକର ଆକ୍ରମଣକୁ କମାଇ ଦିଆଯାଇପାରେ ।  ହରଡ ଫସଲ ଅମଳ ପରେ ଅବଶେଷର ଉପଯୁକ୍ତ ବିନିଯୋଗ କରିବା ଦ୍ଵାରା ହରଡ,ସ୍ଟେରିଲିଟି ମୋଜାଇକ୍  ଭୂତାଣୁରୁ ସଂକ୍ରମଣରୁ  ରକ୍ଷା ମିଳିଥାଏ । ସେହିପରି କପା ଫସଲ ଅମଳ ପରେ ମାଈଛେଳିମାନଙ୍କୁ ଜମିରେ ଛାଡିଦେବା ଉଚିତ୍ । ସେହିପରି  କପାର କିସମ ଯେଉଁଥିରୁ ମଞ୍ଜିରୁ  ତେଲ ନିର୍ଗତ ହୁଏ, ତେଲ ନିଷ୍କାସନ । ପଦ୍ଧତିକୁ ଏପ୍ରିଲ-ମେ ମଧ୍ୟରେ ସାରିଦେବା ଉଚିତ୍ । ଫଳ, ପନିପରିବା ଫସଲରେ ମଧ୍ୟ ପରିଚ୍ଛନ୍ନତା ଜରୁରୀ ।

ଗଛକୁ ଗଛ ବା ଧାଡିକୁ ଧାଡିର ଦୂରତା  ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଠିକ୍‌ କରିବା ଉଚିତ୍ । ସଂକ୍ରମିତ ଗଛର ଅଂଶ ବା ସଂପୂର୍ଣ୍ଣ ସଂକ୍ରମିତ ଗଛକୁ ଉପାଡି ନଷ୍ଟ କରଦେବା ଉଚିତ୍ । ତେଣୁ କୃଷି ରେ ପରିଚ୍ଛନ୍ନତା ଯେ ଅଣରାସାୟନିକ କୃଷି ପଦ୍ଧତିର ଏକ ପ୍ରମୁଖ ଅଙ୍ଗ, ଏ କଥା ନିଃସନ୍ଦେହ ।

ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତତ୍ତ୍ଵବିଭାଗ, ଭୁବନେଶ୍ଵର

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top