ପ୍ରତି ପରିବାରର ରୋଷେଇ ଘରେ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ମାତ୍ର ଓଡ଼ିଶାରେ ଯେତିକି ପରିମାଣର ପିଆଜ ଉତ୍ପାଦନ ହେଉଛି, ତାହା ଯଥେଷ୍ଟ ନୁହେଁ । ପିଆଜ ଚାହିଦା ମେଣ୍ଟାଇବାକୁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଚାହିଁଲେ ଆମେ ଉନ୍ନତ ପ୍ରଣାଳୀରେ ପିଆଜ ଚାଷ କରି ଉତ୍ପାଦନକୁ ବୃଦ୍ଧି କରିପାରିବା । ଅନେକ ସମୟରେ ବିଭିନ୍ନ ରୋଗରେ ପାକ କାରଣରୁ ଚାଷୀକୁ କ୍ଷତି ସହିବାକୁ ପଡିଥାଏ । ଏନେଇ କେତେକ ବିଶେଷ ସତର୍କତା ଅବଲମ୍ବନ କଲେ ପିଆଜରୁ ରୋଗପୋକ ସମସ୍ୟାକୁ ରୋକାଯାଇପାରିବ ।
ଏହା ଏକ କବକ ଜନିତ ରୋଗ । ସାଧାରଣତଃ ଦୁଇ ପ୍ରକାର ମୂଳ ସଢା ପିଆଜରେ ଦେଖାଯାଏ । ଗୋଟିଏ ପିଆଜର ମୂଳ ସଢା ଅଙ୍କୁରୋଦଗମ ପୂର୍ବରୁ ଯାହା ଦ୍ଵାରା ବିହନ ଏବଂ ଅଙ୍କୁରିତ ବିହନ ଉଭୟ ସଢିଯାଇ ନଷ୍ଟ ହୋଇଯାଏ ।
ଅନ୍ୟ ମୂଳ ସଢାଟି ଅଙ୍କୁରୋଦ୍ଗମ ପରେ ହୋଇଥାଏ, ଯେଉଁଥିରେ ମାଟିକୁ ଲାଗିଥିବା ପିଆଜର କାଣ୍ଡ ଅଂଶଟି ସଢିଯାଏ ଏବଂ ଗଛଗୁଡିକ ପଢିଯାଏ । ଅଧିକ ଆକ୍ରାନ୍ତ ଗଛଗୁଡିକ ମରି ଯାଆନ୍ତି । ସାଧାରଣତଃ ଖରିଫ ଋତୁରେ ଅଧିକ ଉଷ୍ଣତା ଓ ଆର୍ଦ୍ରତା ପାଇଁ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହୋଇଥାଏ ଏବଂ ଏହା ୬୦-୭୫% କ୍ଷତି କରିଥାଏ ।
ପରିଚାଳନା :
ପ୍ରତି କିଲୋଗ୍ରାମ୍ ମଞ୍ଜି ପିଛା ୨ ଗ୍ରାମ୍ ଥିରାମ ଦେଇ ବିହନ ବିଶୋଧନ କରନ୍ତୁ । ଗୋଟିଏ ସ୍ଥାନରେ ବାରମ୍ବାର ଚାରା ଉତ୍ପାଦନ କରନ୍ତୁ ନାହିଁ । ବିହନ ବୁଣିବାର ୧୦ ଦିନ ପୂର୍ବରୁ ମାଟି ଉପରେ ଧଳା ପଲିଥିନ୍ ଘୋଡାଇ ମୃତ୍ତିକା ବିଶୋଧନ କରନ୍ତୁ । ହେକ୍ଟର ପ୍ରତି ୨.୫ କିଗ୍ରା ଟ୍ରାଇକୋଡର୍ମ ମିଶାଇ ମୃତ୍ତିକା ବିଶୋଧନ କରନ୍ତୁ । ରୋଗାକ୍ରାନ୍ତ ହେଲେ ଲିଟର ପିଛା ୧ ଗ୍ରାମ୍ ରିଡୋମିଲ୍ ମିଶାଇ ଗଛର ମୂଳ ଅଂଶରେ ସ୍ପ୍ରେ କରନ୍ତୁ ।
ଏହା ପିଆଜକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଥିବା ରୋଗ । ଉଭୟ ପିଆଜ ପତ୍ରରେ ଏବଂ ଫୁଲ କଢ କାଣ୍ଡରେ ଧଳା ରଙ୍ଗର ଖାଲୁଆ ଛଉ ଦେଖାଯାଏ । ଯାହାର କେନ୍ଦ୍ର ଅଂଶରେ ବାଇଗଣୀ ରଙ୍ଗର ଚିହ୍ନ ଥାଏ । ଏହି କବକର ସଂକ୍ରମଣ ବୃଦ୍ଧି ପାଇ ପତ୍ରଗୁଡିକରେ ଏକ ଚିହ୍ନ କ୍ରମଶଃ ଅଗ୍ରସର ହୋଇ ପତ୍ରଗୁଡିକ ପଚିଯାଏ । ଏହି ରୋଗରେ ଆକ୍ରାନ୍ତ ଗଛଗୁଡିକରେ ପିଆଜ କନ୍ଦା ସୃଷ୍ଟି ହୋଇପାରେ ନାହିଁ । ସାଧାରଣତଃ ବାୟୁମଣ୍ଡଳର ତାପମାତ୍ରା କ୍ରମଶଃ ବୃଦ୍ଧିପାଇ ୨୦-୩୦ ଡିଗ୍ରୀ ସେଣ୍ଟିଗେଡ ହୋଇ ଗଲେ ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଇଥାଏ ।
ପରିଚାଳନା :
ପିଆଜ ଶୀଘ୍ର ଅମଳ ପାଇଁ ନଭେମ୍ବର ମାସର ଦ୍ଵିତୀୟ ସପ୍ତାହ, ଶୁଦ୍ଧା ପିଆଜ ଲଗାନ୍ତୁ ।
ପିଆଜ ଫସଲର ପ୍ରଧାନ ଶତ୍ରୁ ଭାବେ ଉକୁଣିଆ ପୋକକୁ ଗଣନା କରାଯାଏ । ଏହାର ଆକ୍ରମଣ ଫଳରେ ସାଧାରଣ ଭାବେ ଫସଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ଏହା ପରପଲ ବ୍ଳାଚ୍ ରୋଗ ପାଇଁ ମଧ୍ୟ ସମ୍ଭାବନା ସୃଷ୍ଟି କରିଥାଏ ।
ଉକୁଣିଆ ପୋକର ଉଭୟ ପ୍ରାପ୍ତ ବୟଷ୍କ ଓ ଶୁକଗୁଡିକ ପତ୍ରସନ୍ଧିରେ ରହି ପତ୍ରର ରସ ଶୋଷି ନିଅନ୍ତି । ସେହି ସ୍ଥାନରେ ଧଳା ରଙ୍ଗର ଛଉ ସୃଷ୍ଟି ହୁଏ । ଅତ୍ୟଧିକ ରୋଗାକ୍ରାନ୍ତ ସ୍ଥିତିରେ ଏହା ରୂପା ରଙ୍ଗର ଛଉ ଭଳି ଦେଖାଯାଏ ଏବଂ ଚାରା ଗଛଟି ମରିଯାଏ।
ପରିଚାଳନା :
ଚାରା ଲଗାଇବା ସମୟରେ ୧ ମିଲି ଇମିଡାକ୍ଲୋପିଡ୍ / ୩ ଲିଟର ଜଳରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରନ୍ତୁ ।
ସଂଗୃହିତ - ସ୍ପର୍ଣ୍ଣସାରିକା ବେହେରା, ବୈଜ୍ଞାନିକ ଅଧିକାରୀ ୱାଲ୍ଡ ,ଭେଜିଟେବୁଲ ସେଣ୍ଟର
Last Modified : 3/4/2020