ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବୈଜ୍ଞାନିକ ପଦ୍ଧତିରେ ଧାନ ସଂରକ୍ଷଣ
ସେଆର କରନ୍ତୁ

ବୈଜ୍ଞାନିକ ପଦ୍ଧତିରେ ଧାନ ସଂରକ୍ଷଣ

ବୈଜ୍ଞାନିକ ପଦ୍ଧତିରେ ଧାନ ସଂରକ୍ଷଣ ସମ୍ବନ୍ଧିତ ସୂଚନା ।

ଧାନ ଆମ ରାଜ୍ୟର ମୁଖ୍ୟ ଫସଲ ।  ବର୍ଷକୁ  ଦୁଇଥର ଅମଳ କରାଯାଉଥିବା ଧାନକୁ ବର୍ଷସାରା ଖାଦ୍ୟ ହିସାବରେ ବ୍ୟବହାର କରାଯାଏ । ତେବେ ବିଭିନ୍ନ କାରଣରୁ ସଂରକ୍ଷଣ ସମୟରେ ଧାନ ନଷ୍ଟ ହୋଇଥାଏ । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ମୂଷା ଓ କୀଟ ଦ୍ଵାରା ଶତକଡ଼ା ୬ ଭାଗ ଧାନ ନଷ୍ଟ ହୁଏ । ପୁନଶ୍ଚ ଅମଳ ପରବର୍ତ୍ତୀ ତ୍ରୁଟି ପୂର୍ଣ୍ଣ ପଦ୍ଧତି ଯୋଗୁଁ ଶତକଡ଼ା ୧୦ ଭାଗ ଧାନ ବଭନ୍ନ ଭାବରେ ନଷ୍ଟ ହେଉଛ । ନଷ୍ଟ ହେଉଥିବା ୧୬ ପ୍ରତିଶତ ଧାନକୁ ବିଭିନ୍ନ ସମୟରେ ବିଶେଷ କରି ଧାନ କାଟିବା ସମୟର ପଦକ୍ଷେପ, ମୂଷାଙ୍କ କବଳରୁ ଧାନ ରକ୍ଷା, ପୁରାତନ ଧାନ ସଂରକ୍ଷଣ ପଦ୍ଧତିର ଆଧୁନିକୀକରଣ, ଆଧୁନିକ ଧାନ ସଂରକ୍ଷଣ ପଦ୍ଧତି, ବୃହତ୍ତ ସଂରକ୍ଷଣ ଭଣ୍ଡାରରେ ଧାନ ସାଇତିବେ କିପରି ଓ ଧାନ ଅମଳ ପରବର୍ତ୍ତୀ ନଷ୍ଟକୁ କିପରି ରୋକାଯାଇପାରିବ, ସେ ସମ୍ବନ୍ଧରେ ଏଠାରେ ଉପସ୍ମାପନା କରାଯାଇଛି ।

ଜନ ସଂଖ୍ୟା ବୃଦ୍ଧି ହେତୁ ଆମ ଦେଶରେ ପ୍ରତିବର୍ଷ ଚାଷଜମି କମି କମି ଯାଉଛି । କମ୍ ଚାଷ ଜମିରୁ ବନ୍ଧିତ ଜନସଂଖ୍ୟାକୁ ଆଗାମୀ ଦିନରେ ଖାଦ୍ୟ ଯୋଗାଇବା ଏକ ଗୁରୁତର ସମସ୍ୟା ଗ୍ଳାଦେବ ଦେଖାଦେବ । ଖାଦ୍ୟ ସମସ୍ୟା ସମାଧାନ ପାଇଁ କୃଷି ବୈଜ୍ଞାନିକମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ଆସୁଛନ୍ତି । ସେଗୁଡ଼ିକ ମଧ୍ୟରୁ ବୈଜ୍ଞାନିକ ପଦ୍ଧତିରେ ଧାନ ସଂରକ୍ଷଣା ଅନ୍ୟତମ।

ଧାନ ସଂରକ୍ଷଣ

ଧାନ କଟା ହେବାଠାରୁ ସାଇତି ରଖିବା ପର୍ଯ୍ୟନ୍ତ ଯଥେଷ୍ଟ ପରିମାଣର ଧାନ ବିଭିନ୍ନ ଉପାୟରେ ନଷ୍ଟ ହୋଇଥାଏ । ଏବେ ଆମ ରାଜ୍ୟରେ ଖରିଫ ଋତୁରେ ହେଉଥିବା ଧାନକୁ ନଭେମ୍ବର ଡ଼ିସେମ୍ବର ମାସରେ ଏବଂ ଖରାଦିନେ ହେଉଥିବା ଦାଳୁଆ ଧାନକୁ ଏପ୍ରିଲା ମେ ମାସରେ ଏପରି ଦୁଇଥର ଅମଳ କରାଯାଏ । ମାତ୍ର ଏହାକୁ ବର୍ଷସାରା ଖାଦ୍ୟ ହିସାବରେ  ବ୍ୟବହାରକରାଯାଏ ଓ ବିହନ ଆକାରରେ କିଛି ପରିମାଣର ଧାନକୁ ସାଇତି ରଖାଯାଏ । ଏହାବ୍ୟତୀତ ବଜାର ଚାହିଦା ଅନୁଯାୟୀ, ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଧାନକୁ ମଧ୍ୟ ସଂରକ୍ଷଣ କରାଯାଏ । ଏ ସବୁ ଦୃଷ୍ଟିରୁ ଧାନ ସଂରକ୍ଷଣ ଦିଗରେ ସଚେତନ ରହି ଆମ ଦେଶରୁ ଖାଦ୍ୟ ସମସ୍ୟା ଦୂର କରିବାର ସମୟ ଆସିଛି ।

ଧାନ କାଟିବା ସମୟର ପଦକ୍ଷେପ

ଧାନ ବିଲରେ ଶତକଡ଼ା ୮୦ ରୁ ୯୦ ଭାଗ ଧାନ ପାଚିଗଲେ ଏହାକୁ କାଟିବା ଉଚିତ୍ । ଧାନ କାଟିବାର ୧୦୧୫ ଦିନ ପୂର୍ବରୁ ଜଳ ନିଷ୍କାସନ କରିବା ନିତାନ୍ତ ଆବଶ୍ୟକ । ବର୍ଷା, ଖୁଡ଼ା, ବତାସ ସମୟରେ ଧାନ କାଟନ୍ତୁ ନାହିଁ। ପାଣିପାଗ  ସୂଚନା କେନ୍ଦ୍ର ରୁ ମିଳୁଥିବା ସୂଚନା ଅନୁଯାୟୀ, ଶୁଖିଲା ପାଗ ଦେଖି ଧାନକୁ ଉନ୍ନତ ଓ ଆଧୁନିକ ଦା' ସାହାଯ୍ୟରେ କାଟନ୍ତୁ। ଦୁଇଦିନ ଟାଣ ଖରାରେ ବିଲରେ ଶୁଖାଇ ହଳାବାନ୍ଧି ଟ୍ରାକ୍ଟର କିମ୍ବା ପାଞ୍ଜାର ଟିଲର ସାହାଯ୍ୟରେ ଧାନ ଅମଳ କରନ୍ତୁ । ପବନ ବହୁଥିବା ସମୟରେ କିମ୍ବା ଧାନ ଉଡ଼ାଇବା ଯନ୍ତ୍ର ସାହାଯ୍ୟରେ ଧାନ ଉଡ଼ାଇ ସଫା କରି ସଂରକ୍ଷଣ କରନ୍ତୁ ।

ସଂରକ୍ଷଣ ସମୟରେ କ୍ଷତି

ଧାନ ସଂରକ୍ଷଣ ସମୟରେ ମୂଷା, ପକ୍ଷୀ, ପୋକ, ଅସରପା ଆଦି କ୍ଷତି ଘଟାଇଥାନ୍ତି । ଗୋଟିଏ ମୂଷା ଦିନକୁ ୨୫ ଗ୍ରାମ୍ ଖାଦ୍ୟ ଖାଇଥାଏ ଓ ଏହି ହାରରେ ବର୍ଷକୁ ପ୍ରାୟ ୧୦ କିଗ୍ରା ଖାଦ୍ୟ ନଷ୍ଟ ହୋଇଥାଏ । ଏକ ସର୍ବେକ୍ଷଣରୁ ଜଣାଯାଏ, ଆମ ଦେଶର ଉତ୍ପାଦିତ ଖାଦ୍ୟଶସ୍ୟର ଶତକଡ଼ା ପ୍ରାୟ ତିନି ପ୍ରତିଶତ ମୂଷାମାନେ ଓ ଶତକଡ଼ା ପ୍ରାୟ ତିନି ପ୍ରତିଶତ ପୋକମାନେ ଏହିପରି ୬ ପ୍ରତିଶତ ଶସ୍ୟ ନଷ୍ଟ ହୋଇଥାଏ ।

ମୂଷା କବଳରୁ ଧାନ ସଂରକ୍ଷଣ

ମୂଷାକୁ ବିଭିନ୍ନ ପ୍ରକାର ଯନ୍ତାରେ ଧରି କିମ୍ବା ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ତାକୁ ମାରି ଦିଅନ୍ତୁ । ଛୋଟ ଛୋଟ ପକ୍ଷୀ, ପୋକ ଇତ୍ୟାଦିକୁ ମାରିବା ପାଇଁ ମିଥାଇଲ ବ୍ରୋମାଇଡ଼, କାର୍ବନ ଟେଟ୍ରା କ୍ଲୋରାଇଡ,  ଏଥିଲିନ୍, ଅକ୍ସାଇଡ୍ କୁ ବାଷ୍ପ ଆକାରରେ ପ୍ରୟୋଗ କରନ୍ତୁ । ପୁନଶ୍ଚ ଭାଇ ୱେବ୍ର ଟର ଯନ୍ତ୍ର ବ୍ୟବହାର କରି ଖାଦ୍ୟଶସ୍ୟ ମଧ୍ୟରୁ ମୂଷାକୁ ବାହାର କରି ମାରି ଦିଅନ୍ତୁ ।

ପୁରାତନ ଧାନ ସଂରକ୍ଷଣ ପଦ୍ଧତିରେ ଆଧୁନିକୀକରଣ

ଆମ ରାଜ୍ୟରେ ଭିନ୍ନ ଭିନ୍ନ ସ୍ନାନରେ ବେତ, ବାଉଁଶ, କାଠ, ଇଟା ଆଦିରେ  ତିଆରି ପୁରୁଣାକାଳିଆ କୋଠି, ଅମାର, ଘୁମ, ନନ୍ଦ ଇତ୍ୟାଦିରେ ଧାନ ସଂରକ୍ଷଣ କରାଯାଏ । ଅନ୍ନ ଖର୍କରେ ହେଉଥିଲେ ମଧ୍ୟ ମୂଷା ଓ କୀଟ ଦାଉରୁ ଧାନକୁ ରକ୍ଷା କରିବା କଷ୍ଟକର ହୋଇପଡ଼େ । ସମୟେ ସମୟେ କୋଠି ଓ ଅମାର ତଳଭାଗରେ ଜଳୀୟ ଅଂଶ ଜମିଯିବାରୁ ଧାନ ଗମୁରା ହୋଇ ନଷ୍ଟ ହୋଇଯାଏ । ଏହି ପୁରୁଣାକାଳିଆ ଶସ୍ୟ ସଂରକ୍ଷଣ ଭଣ୍ଡାର ଗୁଡ଼ିକର ତଳ ପାଖରେ ସିମେଣ୍ଟ ପଲସ୍ତରା କିମ୍ବା ଟିଣ, ଦସ୍ତା ବ୍ୟବହାର କରି ଜଳୀୟ ଅଂଶକୁ ନିୟନ୍ତ୍ରଣ କରାଯାଇପାରିବ । ପୁନଶ୍ଚ ଏହି ପୋଡ଼ାଲି ବା କୋଠି ଗୁଡ଼ିକୁ ଭୂମି ପତ୍ତନରୁ ତିନି ଫୁଟ ଉଚ୍ଚରେ ରଖିଲେ ମୂଷାମାନେ ସହଜରେ ଏହା ମଧ୍ୟକୁ ଯାଇପାରିବେ ନାହିଁ । ଏହାଛଡ଼ା ଏଗୁଡ଼ିକରେ ମୁକ୍ତ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବା ଦରକାର ।

ଆଧୁନିକ ଧାନ ସଂରକ୍ଷଣ ପଦ୍ଧତି

ଆଧୁନିକ ଧାନ ସଂରକ୍ଷଣ ପଦ୍ଧତିରେ ଧାନକୁଟିଣ ବା ଦସ୍ତାରେ ତିଆରି ସାଇଲେ ଓ ଡ୍ରମ ଦ୍ଵାରା ସାଇତି ରଖାଯାଏ । ଏଗୁଡ଼ିକରେ ପ୍ରାୟ ଏକ ମେଟ୍ରକ୍, ଟନ୍ ପର୍ଯ୍ୟନ୍ତ ଧାନ ମୂଷା ଓ କୀଟଙ୍କ କବଳରୁ ରକ୍ଷା କରି ସାଇତି ରଖାଯାଏ । ସରକାରଙ୍କ କୃଷି ଇଞ୍ଜିନିୟରିଂ ବିଭାଗ ତରଫରୁ କୃଷକଙ୍କୁ ରିହାତି ମୂଲ୍ୟରେ ପ୍ରତି ଜିଲାରେ ଯୋଗାଇ ଦିଆଯାଉଛି ।

ବୃହତ୍ତ ସଂରକ୍ଷଣ ଭଣ୍ଡାରରେ ଧାନ ସାଇତା

ବଡ଼ ବଡ଼ ସଂରକ୍ଷଣ ଭଣ୍ଡାରରେ ଧାନକୁ ବସ୍ତାରେ ରଖି ଥାକ ଥାକ ହୋଇ ଗଦେଇ ରଖିବା ଉଚିତ । ଏହି ଘରର ସମସ୍ତ ଝରକାକୁ ତାର ଜାଲି ଦ୍ଵାରା ନିବୁଜ ରଖାଯାଏ, ଯାହାଦ୍ଵାରା ମୁକ୍ତ ବାୟୁ ଚଳାଚଳରେ ଅସୁବିଧା ହୁଏ ନାହିଁ । ସ୍ପ୍ରେ ଲାଇଟ୍ ବା ପଙ୍ଗୀର ବ୍ୟବସ୍ଥା ରଖାଯିବା ଉଚିତ ।

ଧାନ ଅମଳ ପରବର୍ତ୍ତୀ ନଷ୍ଟକୁ ରୋକିବେ କିପରି

ଅମଳ ପରେ ଧାନ ଶୁଖାଇବା, ଉଷେଇଁବା, କୁଟିବା ଆଦି ପଦ୍ଧତିରେ କିଛି କିଛି ପରିମାଣରେ ଧାନ ନଷ୍ଟ ହୋଇଥାଏ । ଏକ ହିସାବରୁ ଜଣାଯାଏ ଯେ, ଧାନ ଅମଳର ପ୍ରାୟ ଶତକଡ଼ା ୧୦ ଭାଗ ଧାନ ଅମଳ ପରବର୍ତ୍ତୀ ପଦ୍ଧତିରେ ନଷ୍ଟ ହୋଇଥାଏ । ଏଣୁ ଧାନ ସଂରକ୍ଷର ପଦ୍ଧତିରେ ଆଧୁନିକ ଜ୍ଞାନ ଯେ କୈଶଳ ବ୍ୟବହାର କରିବା ଉଚିତ୍ ।

ଅତଏବ ଉତ୍ପାଦନ ଭଳି ସଂରକ୍ଷଣ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକ ଉପାୟ ଚୋର ଏହା କରାଯାଇପାରିଲେ ଖାଦ୍ୟ ସମସ୍ୟାର ସମାଧାନ ଅନେକାଂଶରେ ହୋଇପାରିବ ।

ଆଧାର - ଓୟୁଏଟି, ଭୂବନେଶ୍ଵର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top