ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ସୋରିଷ ଫସଲରେ ଜଉପୋକ ପରିଚାଳନା
ସେଆର କରନ୍ତୁ

ସୋରିଷ ଫସଲରେ ଜଉପୋକ ପରିଚାଳନା

ସୋରିଷ ଫସଲରେ ଜଉପୋକଜନିତ ସମସ୍ୟା ଅନ୍ୟତମ ।ଏହି ସମସ୍ୟାରୁ କିପରି ରକ୍ଷା ପାଇବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ସୋରିଷ ମଞ୍ଜି ବୁଣିବାଠାରୁ ଆରମ୍ଭ କରି ତୈଳ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଆମ ଚାଷା ଭାଇଙ୍କ ଆର୍ଥକ ତଥା ମାନସିକ ସମସ୍ୟାର କାରଣ ପାଲଟିଥାଏ । ତନ୍ମଧରୁ ଜଉପୋକଜନିତ ସମସ୍ୟା ଅନ୍ୟତମ । ଏହି ଜଉପୋକର ଜୀବନ ଓ ଏହାର ସମନ୍ୱିତ ପରିଚାଳନା ବିଷୟରେ ଏଠାରେ ସୁଚିତ କରାଯାଉଛି ।

ଜୀବନ ଚକ୍ର

ଆପାତତଃ ୨୦ ବା ତଦୂର୍ଦ୍ଧ୍ଵ ପ୍ରଜାତିର ଜଉପୋକ ସୋରିଷ ଫସଲକୁ ଆକ୍ରମଣ କରନ୍ତି । ସେଥି ମଧ୍ୟରୁ ସୋରିଷ, ଜଉପୋକ ବା ଲିପାଫିସ୍ଏରିସିମି  ମାରାତ୍ମକ । ଯାହା ସମସ୍ତ ବିଶ୍ଵରେ ସୋରିଷ ବା ସୋରିଷ ପ୍ରଜାତିର ସମସ୍ତ ଫସଲର ପ୍ରମୁଖ ଶତ୍ରୁ ରୂପେ ଦଣ୍ଡାୟମାନ । ଏହାର ଅଭିଜ୍ଞ ଏବଂ ପୂର୍ଣ୍ଣଙ୍ଗ ଅବସ୍ଥା ଦ୍ଵାରା ଗଛରେ ବିଶେଷ କ୍ଷତି ପହଞ୍ଚେ ବୋଲି ବୈଜ୍ଞାନିକଙ୍କ ମତ । ପୋକଟି ଆକାରରେ ଦେଖିବାକୁ ଫିକା, ସବୁଜ ରଙ୍ଗର ଓ ଏମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇ ଫୁଲ, କଜ୍ ରେ ବସି ରହିଥବା ଲକ୍ଷ୍ୟ କରାଯାଏ । ଏହି ଅନିଷ୍ଟକାରୀ କୀଟ ଡିସେମ୍ବରରୁ ମାଇଁ ମାସ ମଧ୍ୟରେ ମାତ୍ରାଧାକ ପରିମାଣରେ ଦେଖାଯାଆନ୍ତି । ଖରାଦିନେ ଏମାନେ ଯାହାଡ଼ ଉପରକୁ ଚାଲିଯାଆନ୍ତି ଓ କେତେକ ଅନାବନା ଘାସ ବା ଅନ୍ୟାନ୍ୟ ପୋଷକ ବୃକ୍ଷରେ ସେମାନଙ୍କ ଜୀବନ ନିର୍ବାହ କରନ୍ତି ବୋଲି ବିଶ୍ଵାସ କରାଯାଏ । ଏକ ନିର୍ଦ୍ଦିଷ୍ଟ ପ୍ରକାର ପ୍ରଜନନ ପଦ୍ଧତି (ପାର୍ଥନୋଜେନେସିସ୍) ଦ୍ଵାରା ଏହାର ସ୍ତ୍ରୀ ପୋକଟି ସିଧାସଳଖ ୨୬-୧୦୦ଟି ଅର୍ଭକ ଜନ୍ମ ଦେଇଥାଏ । ଉକ୍ତ ଅର୍ଭକ ଗୁଡ଼ିକ ଖୁବ୍ ଦୃତଗତିରେ ବଢିଚାଲନ୍ତି ଓ ୭-୧୦ ଦିନ ମଧ୍ୟରେ ବଡ଼ ହୋଇଯାଆନ୍ତି । ମେଘୁଆ ପାଗ ଏହି ପୋକର ବିସ୍ତାର ପାଇଁ ଅନୁକୂଳ ।

କ୍ଷତି

ଉଭୟ ଅର୍ଭକ ଏବଂ ପୂର୍ଣ୍ଣଙ୍ଗ ଅବସ୍ଥାଗୁଡ଼ିକ ଫସଲରେ ବିଶେଷ କ୍ଷତି ପହଞ୍ଚାଇ ଥାଆନ୍ତି । ଉକ୍ତ ଅବସ୍ଥାଗୁଡ଼ିକ ଗଛର ଶାଖା, ପ୍ରଶାଖା, ପତ୍ର ଓ ଛୁଇଁରୁ ରସ ଶୋଷି ଦିଅନ୍ତି, ଯାହା ଫଳରେ ଗଛଟି ଶୁଖଯାଏ । ଗଛର ବଞ୍ଚବାର ଶକ୍ତି ଓ କ୍ଷମତା ଆଶାତୀତ ଭାବେ ହ୍ରାସ ପାଏ । ପତ୍ରଗୁଡ଼ିକ ମୋଡ଼ି ମୋଡ଼ି ହୋଇଯାଏ । ଫୁଲରୁ ଛୁଇଁବା ଛୁଇଁରୁ ଭଲ ମଞ୍ଜି ବାହାରିବାରେ ଅସୁବିଧା ହୋଇଥାଏ । ଏହି ପୋକଙ୍କ ଦେହରୁ ମଧୁକଣିକା ନିର୍ଗତ ହୁଏ ଏବଂ ଏହି ମଧୁକଣିକାକୁ ଖାଇବା ପାଇଁ ଢନ୍ଦା ଓ ପିମ୍ପୁଡ଼ି ସେହି ସ୍ଥାନରେ ଜମା ହୁଅନ୍ତି । ଏହା ଯୋଗୁ ସେହି ସ୍ଥାନରେ କଳା ଫିମ୍ପି ବୃଦ୍ଧିପାଏ । ମୋଟାମୋଟି ଭାବରେ ସୋରିଷ ଗଛରେ ଖାଦ୍ୟ ପ୍ରକ୍ରିୟାକରଣ ବାଧାପ୍ରାପ୍ତ ହୁଏ ଓ ଅମଳ ହ୍ରାସ ପାଏ ।

ପରିଚାଳନା

ପ୍ରଥମତଃ ଜଉପୋକର ପ୍ରାଦୁର୍ଭବରୁ ରକ୍ଷା ପାଇବାକୁ ହେଲେ ସଅଳ ବିହନ ବୁଣିବା ଆବଶ୍ୟକ । ଅକ୍ଟୋବର ଦ୍ଵିତୀୟରୁ ତୃତୀୟ ସପ୍ତାହ ବିହନ ବୁଣିବା ପାଇଁ ଉପଯୁକ୍ତ । ସଅଳ କିସମ ବିହନ ଏମ୍-୨୭ର ବ୍ୟବହାର ଚାଷା ଭାଇଙ୍କୁ ସୁଫଳ ଦିଏ ।

  • ଅନୁମୋଦିତ ପରିମାଣର ସାର ପ୍ରୟୋଗ ଏହି ପୋକର ପରିଚାଳନାର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ବୋଲି ବିଚାର କରାଯାଏ । ସ୍ଵଳ୍ପ ବା ମାତ୍ରାଧକ ଯବକ୍ଷାରଜାନ । ସାର ପ୍ରୟୋଗ ଫସଲ ପ୍ରତି ବିପଜ୍ଜନକ । ମାତ୍ରାଧକ ଯବକ୍ଷାରଜାନ ସାର ପ୍ରୟୋଗ ଗଛକୁ ଅତ୍ୟଧିକ ହୃଷ୍ଟପୁଷ୍ଟ କରିଥାଏ, ଯାହା କୀଟ ଆକ୍ରମଣ ପାଇଁ ଅନୁକୂଳ ହୋଇଥାଏ । ତେଣୁ ହେକ୍ଟର ପିଛା ୪୦ କି. ଗ୍ରା ଯବକ୍ଷାରଜାନ, ୮୦ କି.ଗ୍ରା.. ଫସଫରସ୍ ଓ ୪୦ କି.ଗ୍ରା. ପଟାସ୍ ପ୍ରୟୋଗ ବିଧେୟ ।
  • ଅନିୟମିତ ଜଳସେଚନ ମଧ୍ୟ ଜଉପୋକର ପ୍ରାଦୁର୍ଭବ ବୃଦ୍ଧିରେ ସହାୟକ ହୋଇଥାଏ । ତେଣୁ ଫସଲକୁ ଅନ୍ୟୁନ ଦୁଇଥର (ଏକମାସ ହେବା ପରେ ଓ ଫୁଲ ହେବା ସମୟରେ) ଜଳସେଚିତ କରିବା ଆବଶ୍ୟକ ।

ଆଧାର - ଭୁବନାନନ୍ଦ ଅଧିକାରୀ କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ ଓୟୁଏଟି ଭୁବନେଶ୍ଵର, ମୋ: ୯୫୮୩୨୮୫୪୯୯

1.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top