ହୋମ / କୃଷି / ବଜାର ଖବର / ଇ-କୃଷି ଏବଂ କୃଷିର ବିକାଶ
ସେଆର କରନ୍ତୁ

ଇ-କୃଷି ଏବଂ କୃଷିର ବିକାଶ

ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଜ୍ଞାନ ଏବଂ ବୈଷୟିକ ଶିକ୍ଷାର ମାନବ ସମାଜକୁ ଅବଦାନ ।

ବିଜ୍ଞାନ ଏବଂ ବୈଷୟିକ ଶିକ୍ଷା

 

ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଜ୍ଞାନ ଏବଂ ବୈଷୟିକ ଶିକ୍ଷାର ମାନବ ସମାଜକୁ ଅବଦାନ । ସୂଚନା ପ୍ରଯୁକ୍ତି ଦ୍ଵାରା କୃଷି ସମ୍ବନ୍ଧୀୟ ବିଭିନ୍ନ ସୂଚନାଗୁଡିକୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ପରିବେଷଣ କରାଯିବାର ବ୍ୟବସ୍ଥାକୁ ଇ-କୃଷି କୁହାଯାଏ । ଜାତିସଂଘର ଖାଦ୍ୟ ଏବଂ କୃଷି ସଂସ୍ଥା ଇ-କୃଷିର ପ୍ରଚଳନ ପାଇଁ ପଦକ୍ଷେପ ନେଇଛି । ଇ-କୃଷିର ପ୍ରଚଳନ ପାଇଁ ପଦକ୍ଷେପ ନେଇଛି । ଇ-କୃଷିଚାଷ ଏବଂ ଚାଷ ସହିତ ଜଡିତ ବ୍ୟକ୍ତିଙ୍କର କାର୍ଯ୍ୟକୁ ସହଜସାଧ୍ୟ ଏବଂ ସମୟସାପେକ୍ଷ କରିଥାଏ । ବର୍ତ୍ତମାନ ସୂଚନା ପ୍ରଯୁକ୍ତି ମାଧ୍ୟମରେ ଚାଷୀ ଭାଇମାନେ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ । ସ୍ମାର୍ଟ ଫୋନ ଦ୍ଵାରା ଘରେ ବସି ଚାଷୀ ନିଜ ଜମିର ଗୁଣ, କୃଷି ସମ୍ବନ୍ଧୀୟ ଅତ୍ୟାଧୁନିକ ଜ୍ଞାନକୌଶଳ , ଜଳବାୟୁ,ଫସଲ ସଂରକ୍ଷଣ, ଆର୍ଥିକ ସହଯୋଗ, ବୀମା ଇତ୍ୟାଦି ସମ୍ବନ୍ଧୀୟ ଉପାଦେୟ ତଥ୍ୟ ପାଇପାରିବ ।

କୃଷକ ମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ

ଠିକ ସମୟରେ ଏହିସବୁ ଖବର ଚାଷୀ ପାଖରେ ପହଞ୍ଚିଲେ ଅମଳ ବାଧାପ୍ରାପ୍ତ ହେବ ନାହିଁ କି ଚାଷୀ ତା’ର ସମ୍ବଳ ହରାଇବସିବ ନାହିଁ । ପ୍ରତିକୂଳ ପାଣିପାଗରୁ ଫସଲକୁ ରକ୍ଷା କରିବା , ଜ୍ଞାନକୌଶଳ ଚାଷୀଙ୍କ ପାଖରେ ଥିଲେ ଚାଷୀ ଆତ୍ମହତ୍ୟା କରିବେନାହିଁ । ଜଳ,ସାର ଓ କୀଟନାଶକ ଔଷଧର ଠିକ ପ୍ରୟୋଗ ଏହି ଇ-କୃଷିର ଅନ୍ତର୍ଗତ । କୃଷକ ମାନେ ଯେପରି ତାଙ୍କର ଉତ୍ପାଦିତ ଶସ୍ୟର ସୁବିଧାରେ ଓ ଉଚିତ ଦରରେ ବିକ୍ରି କରିପାରିବେ ସେଥିପାଇଁ କେତୋଟି ଇ-ମଣ୍ଡୀ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , କେନିଆରେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ହାତୀ ପଲ ଦ୍ଵାରା ଫସଲର କ୍ଷୟକ୍ଷତି ରୋକାଯାଇପାରୁଛି ।

ଦେଶ ଓ ବିଦେଶର ଉନ୍ନତ କୃଷି ପଦ୍ଧତି

ଇ-କୃଷି ଦ୍ଵାରା ଦେଶ ଓ ବିଦେଶର ଉନ୍ନତ କୃଷି ପଦ୍ଧତିଗୁଡିକ ବିଦେଶ ଆକାରରେ ଚାଷୀ ପାଖରେ ପହଞ୍ଚି ଯାଇପାରୁଛି । ଫଳରେ ଚାଷୀ ସେହିସବୁ କୌଶଳଗୁଡିକୁ ସହଜରେ ନିଜ ଜମିରେ ପ୍ରୟୋଗ କରି ଲାଭବାନ ହୋଇପାରୁଛି । ରିମୋର୍ଟ ସେନସିଂ , ଜି.ଆଇ.ଏସ ପଦ୍ଧତି ସବୁ ଇ-କୃଷି ମାଧ୍ୟମରେ ଅବଲମ୍ବନ କରାଯାଇପାରୁଛି ।

କୃଷିର ବିଭିନ୍ନ ଅଂଶୀଦାର

କୃଷିର ବିଭିନ୍ନ ଅଂଶୀଦାର ଗୁଡିକ ହେଉଛନ୍ତି ଜମି,ଚାଷୀ, ଚାଷ ଉପକରଣ ଯୋଗାଉଥିବା ସରକାରୀ ଓ ବେସରକାରୀ ସଂସ୍ଥା, ଅମଳ ହେଉଥିବା ଫସଲ, ବଜାର, ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା, ଖାଉଟି ଓ ସାଧାରଣ ଜନତା । ଏହିସବୁ ଅଂଶୀଦାରଙ୍କୁ ନେଇ ସାମଗ୍ରିକ କାର୍ଯ୍ୟ ସମ୍ପାଦନ ପାଇଁ ଯେଉଁ ସୃଙ୍କ୍ଖଳ ସୃଷ୍ଟି ହୁଏ , ତାହାକୁ କୃଷି ମୂଲ୍ୟଭିତ୍ତିକ ଶୃଙ୍ଖଳ କୁହାଯାଏ । ଇ-କୃଷି ଦ୍ଵାରା ଏହି ଶୃଙ୍ଖଳର ପ୍ରତ୍ୟେକ ଅଂଶୀଦାର ଉପକୃତ ହୋଇ ପାରିବେ । ତେଣୁ ଚାଷ କାର୍ଯ୍ୟରେ ଉନ୍ନତି ହେବା ସହିତ ଚାଷୀ ମାନଙ୍କର ଉନ୍ନତି ସମ୍ଭବ ହୋଇପାରିବ । ଚାଷୀ ମାନେ କେଉଁ ସମୟରେ କେଉଁ ଫସଲ ଚାଷ କାଲେ ଅଧିକ ଲାଭବାନ ହୋଇପାରିବେ ତତ ସମ୍ବନ୍ଧୀୟ ଜ୍ଞାନ ମିଳିପାରୁଛି । ବର୍ତ୍ତମାନ ଉପରୋକ୍ତ ଚାଷ ସମ୍ବନ୍ଧୀୟ ସୂଚନା ଗୁଡିକ ମିଳୁଥିଲେ ମଧ୍ୟ ଉପଯୁକ୍ତ ବୈଷୟିକ ଜ୍ଞାନ ଅଭାବରୁ ଠିକ ସମୟରେ ଚାଷୀ ଏବଂ ଅନ୍ୟ ଅଂଶୀଦାରଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେଣୁ ଶୃଙ୍ଖଳରୁ ଆଶାଜନକ ଫଳ ମିଳିପାରୁନାହିଁ ।

ଶିକ୍ଷାର ଅଭାବ ଇ-କୃଷିର କାର୍ଯ୍ୟ କାରିତାରେ ବାଧା

ଆମ ରାଜ୍ୟରେ ହେକ୍ଟର ପିଛା ହାରାହାରି ଉତ୍ପାଦନ ଜାତୀୟ ହାର ଠାରୁ କମ ରହିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଶିକ୍ଷାର ଅଭାବ ଇ-କୃଷିର କାର୍ଯ୍ୟ କାରିତାରେ ବାଧା ସୃଷ୍ଟି କରିପାରେ କିନ୍ତୁ ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇପାରିବ । ଆଜିକାଲି ଗାଁ ଗହଳିରେ କମ୍ପୁଟର ଲ୍ୟାପଟପ ସ୍ମାର୍ଟ ଫୋନ ଇତ୍ୟାଦିର ଚାହିଦା ବଢିଲାଣି । ଏଥିପାଇଁ ରାଜ୍ୟ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ପଦକ୍ଷେପ ନେଲେ ଆମ ରାଜ୍ୟରେ ଇ-କୃଷି ମାଧ୍ୟମରେ ଚାଷର ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ଚାଷୀମାନେ ମଧ୍ୟ ଉପକୃତ ହୋଇ ପାରିବେ । କୃଷକ ମାନଙ୍କୁ ଶିକ୍ଷିତ ଓ ସଚେତନ କରିବା ପାଇଁ ସରକାର ବ୍ୟାପକ କାର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ ।

ଆଧାର -ଡ.ମାନସ ରଞ୍ଜନ ସେନାପତି

3.10714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top