ହୋମ / କୃଷି / ବଜାର ଖବର / ଖରାଦିନିଆ ଫସଲରେ ଜଳ ପରିଚାଳନା
ସେଆର କରନ୍ତୁ

ଖରାଦିନିଆ ଫସଲରେ ଜଳ ପରିଚାଳନା

ଖରାଦିନେ କିପରି ଫସଲରେ ଜଳପରିଚାଳନା କରିବା ।

ଫସଲରେ ଜଳ ପରିଚାଳନା

ତାପମାତ୍ରା ବଢୁଥିବାରୁ ଫସଲରେ ଜଳ ପରିଚାଳନା ଅପରିହାର୍ଜ୍ୟ ହୋଇପଡିଥାଏ । ପାଣିର ଅଭାବ ଥିଲେ ଧାଡିକୁ ଧାଡିଏ ଛାଡି ଜଳସେଚନ କରନ୍ତୁ । ଏହାଦ୍ଵାରା ୫୦% ପାଣି ସଞ୍ଚୟ କରିହେବ । ସୁବିଧା ଥିଲେ ଫଳ ବଗିଚା କିମ୍ବା ଅଧିକ ଚଉଡାରେ ବୁଣାଯାଇଥିବା ଫସଲରେ ବୁନ୍ଦା କିମ୍ବା ସିଞ୍ଚନ ଜଳସେଚନ କରନ୍ତୁ । ବାଲିଆ କିମ୍ବା ବାଲିଆ ଦୋରସା ମାଟିରେ ପାଣିର ଅପବ୍ୟବହାର କମାଇବା ପାଇଁ ଜଳସେଚନ ନାଳୀରେ ପାଣି ମଡାଇବା ପୂର୍ବରୁ ପଲିଥିନ ବିଛାଇ ଦିଅନ୍ତୁ । ନଡିଆ ଗଛ ଚାରିପଟେ (୧.୮ ମିଟର ବ୍ୟାସାର୍ଦ୍ଧ) ନଡିଆ ପାତ୍ର ବିଛାଇ ଦିଅନ୍ତୁ । କାଜୁ ଗଛରେ (୨ବର୍ଷିଆ)୧୫ ଦିନ ଅନ୍ତରରେ ଗଛ ପିଛା ୨୦ ରୁ ୨୫ ଲିଟର ପାଣି ଦିଅନ୍ତୁ । ନୂଆ କରି ଗଛ ଲଗାଉଥିଲେ ବାଷ୍ପିକରଣ କ୍ଷମତା କମାଇବା ପାଇଁ ମୂଳ ଚାରିପଟେ ଶୁଖିଲା ପତ୍ର ବହଳିଆ ଆକାରରେ ଦିଅନ୍ତୁ । ନୂଆ କରି ପନିପରିବା ତଳି ରୋଉଥିଲେ ଦିନବେଳେ ତା’ଉପରେ କାଗଜ ଠୁଙ୍ଗା ଦିଅନ୍ତୁ । ଶୁଖିଲା ମାଟି ଓ ଅଧିକ ତାପମାତ୍ରା ହେତୁ ଚିନାବାଦାମ ଫସଲରେ ଧବଳ ଭୃଙ୍ଗର ପାଦୁର୍ଭାବ ଦେଖାଯାଏ । ମାଛଚାଷୀ ଭାଇମାନେ ଫିଙ୍ଗରଲୀଙ୍ଗସ ଅମଳ କରିଦିଅନ୍ତୁ ଏବଂ ଆଉ କଲଚର କରନ୍ତୁ ନାହିଁ । ମାଛ ବିହନ ଛାଡିବା ପୂର୍ବରୁ ପୋଖରୀରେ ଯଥେଷ୍ଟ ପାଣି ରହିବା ଆବଶ୍ୟକ ।

ଡାଳୁଅ ଧାନ

ସମୟୋପଯୋଗୀ ଜଳସେଚନ କରନ୍ତୁ । ସାରପ୍ରୟୋଗର ୧ଦିନ ପୂର୍ବରୁ କ୍ଷେତରୁ ଜଳ ନିଷ୍କାସନ କରି ସାର ପ୍ରୟୋଗର ୪୮ଘଣ୍ଟା ପରେ ୫ସେମି ଜଳ ବାନ୍ଧି ରଖନ୍ତୁ । ଧାନ ଫୁଲ ଉଡାଇବାର ୨୦ଦିନ ଆଗରୁ ଓ ୧୦-୧୫ ଦିନ ପର୍ଯ୍ୟନ୍ତ କ୍ଷେତ୍ରରେ ୩-୫ ସେମି ପାଣି ବାନ୍ଧି ରଖନ୍ତୁ । ଧାନକେଣ୍ଡାର ୮୫% ପାଚିଗଲେ ଅମଳ କରନ୍ତୁ ।

ଗହମ

ଗହମ ଗଛ ଶୁଖି ହଳଦିଆ ପଡିଗଲେ ଓ କେଣ୍ଡାକୁ ବଙ୍କେଇ ଦେଲେ ଯଦି ସହଜରେ ଭାଙ୍ଗିଯାଏ ତେବେ ଗହମ ଫସଲ ଅମଳ ପାଇଁ ଉପଯୁକ୍ତ । ଅମଳ ପରେ ୩/୪ଟି ଟାଣ ଖରାରେ ଶୁଖାଇ ସାଇତି ରଖନ୍ତୁ ।

ନଳିତା

ନଳିତା ବୁଣିବା ପାଇଁ ମାଟିକୁ ଭଲଭାବରେ ଗୁଣ୍ଡକରି ହେକ୍ଟର ପ୍ରତି ୧୨ ଗାଡି ଶଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । ଶେଷ ଓଡ ଚାଷରେ ପିତା ନଳିତାରେ ହେକ୍ଟର ପ୍ରତି ୩୦ କିଗ୍ରା ପଟାସ ସାର ଏବଂ ମଧୁର ନଳିତାରେ ହେକ୍ଟର ପ୍ରତି ୩୦କିଗ୍ରା ଯବକ୍ଷାର ଜାନ , ୩୦କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସ ସାର ଏବଂ ମଧୁର ନଳିତାରେ ୨୦କିଗ୍ରା ପଟାସ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।

ଧାଡିରେ ବୁଣିଲେ ନିର୍ବାଚିତ କିସମରୁ ହେକ୍ଟର ପ୍ରତି ୭୫ କିଗ୍ରା ପିତା ନଳିତା ବା ୫କିଗ୍ରା ମଧୁର ନଳିତା ବୁଣନ୍ତୁ । ଛଟା ବୁଣା କରୁଥିଲେ ହେକ୍ଟର ପ୍ରତି ୧୦କିଗ୍ରା ପିତା ନଳିତା ବା ୭.୫ କିଗ୍ରା ମଧୁର ନଳିତା ବୁଣନ୍ତୁ । ମଧୁର ନଳିତା ୨୫ସେମି ,୧୦ସେମି ବ୍ୟବଧାନ ଓ ପିତା ନଳିତା ୩୦ସେମି, ୧୦ସେମି ବ୍ୟବଧାନରେ ବୁଣନ୍ତୁ ।

ବୁଣିବା ପୂର୍ବରୁ ଏକ କିଗ୍ରା ମଞ୍ଜି ପ୍ରତି ୪ଗ୍ରାମ ଆଗ୍ରୋସାନ ଜି.ଏନ କିମ୍ବା କ୍ୟାପଟାନ ଗୋଳାଇ ବିହନ ବିଶୋଧନ କରନ୍ତୁ ।

ଆଖୁ

ପ୍ରଥମ ସାର ପ୍ରୟୋଗର ୩୦ଦିନପରେ ଅର୍ଥାତ ଆଖୁ ଲଗାଇବାର ୬୦ଦିନ ପରେ ହେକ୍ଟର ପ୍ରତି ୧୨୫ କିଗ୍ରା ଯବକ୍ଷାର ଜାନ ଦ୍ଵିତୀୟ କିସ୍ତିରେ ପ୍ରୟୋଗ କରି ହୁଡା ଟେକନ୍ତୁ ଓ ଜଳସେଚନ କରନ୍ତୁ ।

ଆଖୁ ଲଗାଇବାର ୬୦ଦିନରେ ହେକ୍ଟର ପ୍ରତି ୫ କିଗ୍ରା ଆଯୋସ୍ପିରିଲିୟମ ଓ ୨୫୦ କିଗ୍ରା ଶୁଖିଲା ଗୁଣ୍ଡ ଖତ ମିଶାଇ ପ୍ରୟୋଗ କରନ୍ତୁ ।

ଫସଲରେ ସହଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ହେକ୍ଟର ପ୍ରତି ୧ଲିଟର କ୍ଳୋରୋପାଇରିଫସକୁ ୫୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଡାଲିଜାତୀୟ ଫସଲ

ଖରାଟିଆ ମୁଗରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟକାଳରେ ଅର୍ଥାତ ଫୁଲ, ଫଳ ଓ ଛୁଇଁ ଧରିବା ଅବସ୍ଥା , ଦାନା ଗଠନ ଓ ଚୁଇନର ଦାନା ପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ ।

ଡାଲି ଫସଲରେ ପତ୍ରଖିଆ ପୋକ, ଧଳାମାଛି, ଜଉପୋକ, ପତ୍ର ଉଙ୍କୁଣି ଝାଉଁଳା ରୋଗ , ପତ୍ରଦାଗ ରୋଗ, ସାହେବୀ ରୋଗ ଆଦି ଲାଗିବା ଆଶଙ୍କା ରହିଛି । ପୋକଗୁଡିକ ଓ ସାହେବୀ ରୋଗ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୧ଲିଟର ଏଣ୍ଡୋସଲଫାନ ୫୦୦ଲିଟର ପାଣିରେ ସିଞ୍ଚନ କରନ୍ତୁ ।

ରୋଗଗୁଡିକ ନିୟନ୍ତ୍ରଣ କରିବାକୁ ହେକ୍ଟର ପ୍ରତି ୧୫୦ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ ଓ ୧୨୫୦ ଗ୍ରାମ କପର ଅକ୍ଷିକ୍ଲୋରାଇଡ ୫୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଫୁଲ ଆସିବା ସମୟରେ ହେକ୍ଟର ପ୍ରତି ୨୫୦ ମିଲି ଟ୍ରାଇକୋଣ୍ଟାନାଲ ବା ୧୨୫ ମିଲି ଫାଣ୍ଟାକ୍କୁ ୨୫୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡିକ ଲାମ୍ବା ଓ ହୃଷ୍ଟପୁଷ୍ଟ ହୁଏ ।

ତୈଳବୀଜ ଫସଲ

ଚିନାବାଦାମ

ଚିନାବାଦାମ ଫସଲ ଅମଳ କରି ୨-୩ ଦିନ ଖରାରେ ଶୁଖାଇ ବସ୍ତାରେ ସାଇତି ରଖନ୍ତୁ । ଆଦ୍ରତା କମାଇ ଏବଂ ପୋକ ନ ଲାଗିବା ପାଇଁ ୩୦ କିଗ୍ରା ବିହନରେ ୨୫୦ଗ୍ରାମ କ୍ୟାଲସିୟମ କ୍ଳୋରାଇଡ ବସ୍ତା ଭିତରେ ରଖନ୍ତୁ ।

ସୂର୍ଯ୍ୟମୁଖୀ

ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି ୧ ଲିଟର ଏଣ୍ଡୋସଲଫାନ ବା ମେଟାସିଡ ଔଷଧ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଝାଉଁଳା ରୋଗ ଦମନ ଲାଗି ହେକ୍ଟର ପ୍ରତି ୨.୫ କିଗ୍ରା ବ୍ଳାଇଟକ୍ସ -୫୦ ବା ୫୦୦ ଗ୍ରାମ ବାଭିଷ୍ଟିନ ସିଞ୍ଚନ କରନ୍ତୁ । ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି ୧କିଗ୍ରା ୮୭୫ ଗ୍ରାମ ଇଣ୍ଡୋଫିଲ ଏମ-୪୫ ବା ୫୦୦ଗ୍ରାମ ବାଭିଷ୍ଟିନ ବା ଟପସିନ ଏମକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ ପଡିବ ।

କଳଙ୍କି ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ ୧ଗ୍ରାମ ଟାଇଡିଫର୍ମ କିମ୍ବା ବେନୋମିଲ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ଫୁଲଶଢା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ ୪ଗ୍ରାମ କପର ଆକ୍ସିକ୍ଲୋରାଇଡ ମିଶାଇ ସିଞ୍ଚନ କରନ୍ତୁ ।

ଆଧାର: କୃଷି ବୈଷୟିକ ସୂଚନା କେନ୍ଦ୍ର , ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି , ଭୁବନେଶ୍ଵର -୩

2.94594594595
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top