ହୋମ / କୃଷି / ବଜାର ଖବର / ଜାତୀୟ କୃଷି ବଜାର (ଇ-ନାମ)
ସେଆର କରନ୍ତୁ

ଜାତୀୟ କୃଷି ବଜାର (ଇ-ନାମ)

ଇ-ନାମ ଏକ ସମାନ୍ତରାଳ ମାର୍କେଟିଂ ସଂରଞ୍ଚନା ନୁହେଁ ବରଂ ବାସ୍ତବ ମଣ୍ଡିଗୁଡିକର ଏକ ଜାତୀୟ ସଂଯୋଗପତ୍ର ସୃଷ୍ଟି କରିବାର ଏକ ଡିଭାଇସ୍‌ ଯାହା ଅନଲାଇନରେ ଆକସେସ୍‌ କରାଯାଇପାରେ।

ଜାତୀୟ କୃଷି ବଜାର (ଇ-ନାମ) କଣ?

ଇ-ନାମ ଏକ ଭାରତ-ବ୍ୟାପୀ ଇଲେକଟ୍ରୋନିକ୍ ବ୍ୟବସାୟ ପୋର୍ଟାଲ୍‌ ହିସାବରେ ପରିକଳ୍ପିତ ଯାହା କୃଷିଜାତ ଉତ୍ପାଦଗୁଡିକ ପାଇଁ ଏକ ସମନ୍ୱିତ ଜାତୀୟ ବଜାର ସୃଷ୍ଟି କରିବାକୁ ପୂର୍ବରୁ ଥିବା ଏ.ପି.ଏମ୍.ସି ଏବଂ ଅନ୍ୟ ବଜାରର ପ୍ରାଙ୍ଗଣଗୁଡିକ ମଧ୍ୟରେ ସଂଯୋଗସୂତ୍ର ସୃଷ୍ଟି କରେ। ଇ-ନାମ ହେଉଛି ଏକ “ଭର୍ଚୁୟାଲ୍‌” ବଜାର କିନ୍ତୁ ପଛପଟରେ ଏହାର ଏକ ବାସ୍ତବ ବଜାର (ମଣ୍ଡି) ଅଛି।

ଇ-ନାମ ଏବଂ ବିଦ୍ୟମାନ ମଣ୍ଡି ପଦ୍ଧତି ମଧ୍ୟରେ ପାର୍ଥକ୍ୟ କଣ?

ଇ-ନାମ ଏକ ସମାନ୍ତରାଳ ମାର୍କେଟିଂ ସଂରଞ୍ଚନା ନୁହେଁ ବରଂ ବାସ୍ତବ ମଣ୍ଡିଗୁଡିକର ଏକ ଜାତୀୟ ସଂଯୋଗପତ୍ର ସୃଷ୍ଟି କରିବାର ଏକ ଡିଭାଇସ୍‌ ଯାହା ଅନଲାଇନରେ ଆକସେସ୍‌ କରାଯାଇପାରେ। ଏହା ଏକ ଅନଲାଇନ୍‌ ବ୍ୟବସାୟ ପୋର୍ଟଲର ମାଧ୍ୟମରେ ମଣ୍ଡିଗୁଡିକର ବାସ୍ତବ ସଂରଞ୍ଚନାର ସୁବିଧା ପ୍ରଦାନ କରେ, ଯାହା ଫଳରେ ରାଜ୍ୟର ବାହରେ ବସବାସ କରୁଥିବା କ୍ରେତାଙ୍କ ସ୍ଥାନୀୟ ପର୍ଯ୍ୟାୟରେ ବ୍ୟବସାୟରେ ଅଂଶଗ୍ରହଣ କରିବାକୁ ସକ୍ଷମ ହୁଏ।

ଇ-ନାମ ଆବଶ୍ୟକ କାହିଁକି ?

କୃଷିଜାତ ଉତ୍ପାଦଗୁଡିକ ପାଇଁ ଏକ ସାଧାରଣ ଜାତୀୟ ବଜାରର ସୃଷ୍ଟିରେ ସହାୟତା କରିବାକୁ ଇ-ନାମ ସୃଷ୍ଟି କରିବା ଆବଶ୍ୟକ। ବର୍ତ୍ତମାନ ଏ.ପି.ଏମ୍‌.ସି ନିୟନ୍ତ୍ରିତ ବଜାରର ପ୍ରାଙ୍ଗଣଗୁଡିକ କୃଷିଜାତ ଉତ୍ପାଦର ବ୍ୟବସାୟ ବିକ୍ରିରେ ପ୍ରଥମେ କେନ୍ଦ୍ର (ଅର୍ଥାତ ଯେତେବେଳେ କୃଷକ ମାନେ ଚାଷ ପରେ ଉତ୍ପାଦିତ ଉତ୍ପାଦ ବିକ୍ରୟ କରିବାର ପ୍ରସ୍ତାବ କରେ) ସ୍ଥାନୀୟ ମଣ୍ଡିରେ, ସାଧାରଣତ ତାଲୁକା/ତହସିଲ କିମ୍ୱା ଅଧିକ ବେଶି ହେଲେ ଜିଲ୍ଲା ପର୍ଯ୍ୟାୟରେ ସୀମିତ କରେ। ଏପରିକି ଏକ ରାଜ୍ୟ ଏକ ସମନ୍ୱିତ କୃଷିଗତ ପାଇକରୀ ବିକ୍ରୟ ବଜାର ନୁହେଁ ଏବଂ ଏହି ରାଜ୍ୟର ମଧ୍ୟରେ କୃଷିଜାତ ଉତ୍ପାଦ ଏକ ବଜାରରୁ ଆଉ ଏକ ବଜାରକୁ ନେଇ ଯିବାକୁ ଆଦାନପ୍ରଦାନ ଖର୍ଚ୍ଚ ହୁଏ। ଏହି ବଜାରର ଭିନ୍ନ ଅଞ୍ଚଳରେ ବ୍ୟବସାୟ କରିବାକୁ ଏକାଧିକ ଲାଇସେନ୍ସ ଆବଶ୍ୟକ ହୁଏ। ଏହି ସବୁ ଫଳରେ ଅତ୍ୟାନ୍ତ ଛୋଟ ଛୋଟ ବିକ୍ରେତା ବଜାର ଏବଂ ଉଚ୍ଚ-ବ୍ୟାୟରେ କୃଷିଗତ ଅର୍ଥନୀତି ସୃଷ୍ଟି ହୁଏ, ଯାହା ଅର୍ଥନୀତିର ଉନ୍ନୟନରେ ଏବଂ କୃଷିଜାତ ଉତ୍ପାଦ ସ୍ୱଚ୍ଛାରେ ଜିଲ୍ଲା ଏବଂ ରାଜ୍ୟର ସୀମାନ୍ତରେ ଯିବା ଆସିବାକୁ ବାଧା ସୃଷ୍ଟି କରେ। ଇ-ନାମ ବଜାରଗୁଡିକ ଛୋଟ ଛୋଟ ବିକ୍ରେତା ହେବାର ପଦ୍ଧତିର ସମାଧାନ ଏବଂ ସମ୍ପୂର୍ଣ୍ଣ ବିପରୀତ କରେ ଏବଂ ଚୁଡ଼ାନ୍ତଭବରେ ମଧ୍ୟବର୍ତ୍ତୀ ଖର୍ଚ୍ଚ ହ୍ରାସ କରେ, ଅପବ୍ୟୟ ଏବଂ ଚୂଡ଼ାନ୍ତ ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ହ୍ରାସ କରେ। ଏହା ସ୍ଥାନୀୟ ମାଣ୍ଡିଟିର ଶକ୍ତି ଉପରେ ନିର୍ମିତ ଏବଂ ଏହାର ଉତ୍ପାଦିତ ଉତ୍ପାଦ ଜାତୀୟ ସ୍ଥରରେ ପ୍ରସ୍ଥାବ କରେ।

ଇ-ନାମ କିପରି ସଂଚାଳନ ହେବ?

ଇ-ନାମ ଇଲେକଟ୍ରୋନିକ୍ ବ୍ୟବସାୟ ପ୍ଲାଟଫର୍ମଟି ଭାରତ ସରକାରଙ୍କ ବିନିଯୋଗରେ ସୃଷ୍ଟି କରା ହୋଇଛି (କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟଙ୍କ ମାଧ୍ୟମରେ)। ଏହା ରାଜ୍ୟରେ ବିଦ୍ୟମାନ କୌଣସି ବଜାର ପ୍ରାଙ୍ଗଣରେ “ସଂଯୋଗ କରିବା” ପ୍ରସ୍ତାବ କରେ (ନିୟନ୍ତ୍ରିତ ହେଉ କିମ୍ୱା ବେସରକାରୀ ହେଉଁ)। ଇ-ନାମ ପାଇଁ ସୃଷ୍ଟି କରିଥିବା ବିଶେଷ ସଫ୍ଟୱେୟାର୍‌ ପ୍ରତ୍ୟେକ ମଣ୍ଡି ପାଇଁ ଉପଲବ୍ଧ ଯାହା ଜାତୀୟ ନେଟୱାର୍କକୁ ଯୋଗଦାନ କରିବାକୁ ସମ୍ମତ ହେବା ସହ ଏହା ପ୍ରତ୍ୟେକ ରାଜ୍ୟର ମଣ୍ଡି ଆଇନର ନିୟମାବଳୀର ସହ ସାମଞ୍ଜସ୍ୟ ରଖି ମାଗଣାରେ ଆବଶ୍ୟକୀୟ କଷ୍ଟୋମାଇଜେଶନ।

ଇ-ନାମରେ ଯୋଗଦାନ କରିବା ପାଇଁ କୌଣସି ସର୍ତ୍ତାବଳୀ ଅଛି?

ନିଜ ରାଜ୍ୟର ମଣ୍ଡିକୁ ଇ-ନାମ ସହ ସମନ୍ୱିତ କରିବାକୁ ଆଗ୍ରହୀ ରାଜ୍ୟଗୁଡିକୁ ଏ.ପି.ଏମ୍‌.ସି ଆଇନର ନିମ୍ନଲିଖିତ ସଂଷ୍କରଣଗୁଡିକ କରିବାକୁ ହେବ।

  • ଇଲେକଟ୍ରୋନିକ୍ ବ୍ୟବସାୟ ପାଇଁ ନିର୍ଦ୍ଦିଷ୍ଟ ବିଧାନ।
  • ରାଜ୍ୟର ସମସ୍ତ ମଣ୍ଡିଗୁଡିକରେ କ୍ରୟବିକ୍ରୟ କରିବା ପାଇଁ ଏକକ ଟ୍ରେଡିଂ ଲାଇସେନ୍ସ।
  • ଥରକ ପାଇଁ ବିନିମିୟ ଶୁଳ୍କ ଆରୋପ କରିବା।

ଏ.ପି.ଏମ୍‌.ସି ମଣ୍ଡିଗୁଡିକ କଣ ଇ-ନାମ ପାଇଁ ବ୍ୟବସାୟ ହରେଇବେ?

ପ୍ରକୃତପକ୍ଷରେ ଇ-ନାମ କୃଷକଙ୍କ ବିକଳ୍ପ ବୃଦ୍ଧି କରେ ଯେତେବେଳେ ସେ ତାହା ଉତ୍ପାଦିତ ଉତ୍ପାଦ ବିକ୍ରୟ ପାଇଁ ମଣ୍ଡିକୁ ନେଇ ଆସେ। ସ୍ଥାନୀୟ ବ୍ୟବସାୟୀ ଉତ୍ପାଦିତ ଉତ୍ପାଦ ପାଇଁ ନିଲାମୀ କରିପାରେ, ଯେପରି ଇଲେକଟ୍ରୋନିକ ପ୍ଲାଟଫର୍ମରେ ଅନ୍ୟ ରାଜ୍ୟସ୍ଥିତ ବ୍ୟବସାୟୀ ମଧ୍ୟ କରିପାରେ। କୃଷକଟେ ସ୍ଥାନୀୟ ପ୍ରସ୍ଥାବଟି କିମ୍ୱା ଅନଲାଇନର ପ୍ରସ୍ତାବଟି କୌଣସି ଏକ ଗ୍ରହଣ କରିପାରେ। ଉଭୟ କ୍ଷେତ୍ରରେ ଲେନଦେନର ସ୍ଥାନୀୟ ମଣ୍ଡିର ବୋହିବାକୁ ହେବ ଏବଂ ତାହାର ଲେନଦେନର ଫୀ ଉପାର୍ଜନ କରିପାରିବେ। ପ୍ରକୃତପକ୍ଷରେ, ବ୍ୟବସାୟ ପରିମାଣ ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇବ, ଯେହେତୁ ନିର୍ଦ୍ଧିଷ୍ଟ ଉତ୍ପାଦିତ ଉତ୍ପାଦରେ ଅଧିକ ପ୍ରତିଯୋଗୀତା ହେବ, ଫଳସ୍ୱରୂପ ମଣ୍ଡିରେ ଲେନଦେନର ଫୀ ବାବଦ ଆୟ ଅଧିକ ହେବ।

ଇ-ନାମର ଖର୍ଚ୍ଚ କିଏ ବହନ କରିବ ?

ଜାତୀୟ ସ୍ତରରେ ପ୍ଲ୍ୟାଟଫର୍ମଟି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଗଠିତ, ଯାହା ରକ୍ଷଣାବେକ୍ଷଣର ଖର୍ଚ୍ଚ ବହନ କରିବ। ଉପରେ ଯେଉଁ ପ୍ରକାରର କୁହାଯାଇଛି, ମାଣ୍ଡିଟିକୁ ଜାତୀୟ ନେଟୱାର୍କରେ ଗ୍ରହଣ କରିବା ସମୟରେ ସ୍ଥାନୀୟ ମଣ୍ଡିଗୁଡିକରେ ସମନ୍ୱିତ କରିବାର ଖର୍ଚ୍ଚ ଏବଂ ସଫ୍ଟୱେୟାର୍‌ କଷ୍ଟୋମାଇଜେଶନ୍‌, ପ୍ରଶିକ୍ଷଣ ଇତ୍ୟାଦି ସମସ୍ତ କୃଷି ଏବଂ କୃଷକଙ୍କ କଲ୍ୟାଣ ମନ୍ତ୍ରକ ଦ୍ୱାରା ଏକ ସମୟରେ ଅନୁମୋଦିତ ହିସାବରେ ପ୍ରଦାନ କରା ହେବ। ତାପରେ, ସ୍ଥାନୀୟ ପର୍ଯ୍ୟାୟରେ ସଫ୍ଟୱେୟରଟି ଚାଳନ କରିବାର ଖର୍ଚ୍ଚ, ଗୁଣମାଣ ପରୀକ୍ଷା ପାଇଁ କର୍ମୀର ଖର୍ଚ୍ଚ ଇତ୍ୟାଦି ଉତ୍ପାଦିତ ଉତ୍ପାଦର ବିକ୍ରୟର ମାଧ୍ୟମରେ ପ୍ରାପ୍ତ ଲେନଦେନର ଖର୍ଚ୍ଚରୁ ବହନ କରିବାକୁ ହେବ। ଲକ୍ଷ୍ୟଟି ହେଉଛି ଇ-ନାମରେ ଏହାର ସଂମନ୍ୱିତ ହେବାର ମଣ୍ଡି ଦ୍ୱାରା କୌଣସି ବିନିଯୋଗ ଏଡ଼ାଇବା, ଏବଂ ଅତିରିକ୍ତ ଆୟ ସୃଷ୍ଟିର ମାଧ୍ୟମରେ ଏହା ଚାଳନର ଖର୍ଚ୍ଚରେ ସହୟତା କରିବାକୁ ସକ୍ଷମ କରିବା।

ପ୍ରକୃତରେ ଇ-ନାମ ପ୍ଲ୍ୟାଟଫର୍ମଟି କିଏ ଚାଳନ କରିବ ?

ଇ-ନାମ କୁ ବାସ୍ତବାୟିତ କରିବାକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାରଙ୍କ, କ୍ଷୁଦ୍ତ କୃଷକଙ୍କର କୃଷିଭିର୍ତ୍ତିକ ବ୍ୟବସାୟର ସଂଘ (ଏସ୍‌.ଏଫ୍‌.ଏ.ସି) କୁ ଅଗ୍ରଣୀ ଋପାୟନକାରୀ ସଂସ୍ଥା ହିସାବରେ ନିୟୋଗ କରିଛି। ଏସ୍‌.ଏଫ୍‌.ଏ.ସି ଏହି ଉଦ୍ଦେଶ୍ୟରେ ନିର୍ବାଚିତ ଏକ କୌଶଳଗତ ଅଂଶୀଦାରର ସହାୟତାରେ ଇ-ନାମ ପ୍ଲ୍ୟାଟଫର୍ମଟି ଚାଳନା ଏବଂ ରକ୍ଷଣାବେକ୍ଷଣ କରିବ।

ଇ-ନାମରେ ସମ୍ଭାବ୍ୟ ସୁବିଧାଗୁଡିକ କଣ ?

ଇ-ନାମ ସମସ୍ତ ଅଂଶୀଦାରଙ୍କ କ୍ଷେତ୍ରରେ ଏକ ଉଇନ-ଉଇନ (ଉଭୟ ଲାଭବାନ) ସମାଧାନ ହିସାବରେ ବିବେଚିତ ହୁଏ। କୃଷକଙ୍କ ପାଇଁ, ଇ-ନାମ ତାହାର ନିକଟବର୍ତ୍ତୀ ମଣ୍ଡିରେ ବିକ୍ରୟ ପାଇଁ ଅଧିକ ବିକଳ୍ପର ପ୍ରତିଶ୍ରୁତି ଦିଏ। ମଣ୍ଡିର ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ, ଇ-ନାମ ପରବର୍ତ୍ତୀ ବ୍ୟବସାୟ ପାଇଁ ଏକ ଅଧିକ ବଡ଼ ଜାତୀୟ ବଜାରରେ ପ୍ରବେଶର ସୁଯୋଗ ଦିଏ। ପ୍ରଚୁର ପରିମାନରେ କ୍ରୟ କରିଥିବା କ୍ରେତା, ପ୍ରକ୍ରିୟାକରଣକାରୀ, ରପ୍ତାନୀକରକ ଇତ୍ୟାଦିର ଇ-ନାମ ପ୍ଲ୍ୟାଟଫର୍ମର ମାଧ୍ୟମରେ ସ୍ଥାନୀୟ ମଣ୍ଡି ସ୍ତରରେ ସିଧାସଳଖ କ୍ରୟବିକ୍ରୟରେ ଅଂଶଗ୍ରହଣର ସୁବିଧା ଲାଭ କରେ, ଫଳସ୍ୱରୂପ ସେମାନଙ୍କ ମଧ୍ୟବର୍ତ୍ତୀ ଖର୍ଚ୍ଚ ହ୍ରାସ କରିପାରେ। ରାଜ୍ୟଗୁଡିକର ପ୍ରଧାନ ମଣ୍ଡିଗୁଡିକୁ ଧିରେ ଧିରେ ସମନ୍ୱିତ କରା ହେଲେ ଇ-ନାମ ଲାଇସେନ୍ସଗୁଡିକ ଇସ୍ୟୁ କରିବା ପାଇଁ ଫୀ ଆରୋପ କରିବା ଏବଂ ଉତ୍ପାଦିତ ଉତ୍ପାଦ ଚାଳନର ପ୍ରଚଳିତ ପଦ୍ଧତି ନିଶ୍ଚିତ କରିବ। ଅଦୂର ଭବିଷ୍ୟତରେ ଆମେ କୃଷକଙ୍କ ଅଧିକ ଆୟ, କ୍ରେତାଙ୍କ କ୍ଷେତ୍ରରେ ନିମ୍ନ ଲେନଦେନର ଖର୍ଚ୍ଚ ଏବଂ ଉପଭୋକ୍ତାଙ୍କ ସ୍ଥିତିଶୀଳ ମୂଲ୍ୟ ଏବଂ ଉପଲବ୍ଧତାର ମାଧ୍ୟମରେ ଉଲ୍ଲେଖଯୋଗ୍ୟ ସୁବିଧାଗୁଡିକ ପ୍ରତ୍ୟାଶା କରିପାରେ। ଇ-ନାମ ପ୍ରଦାନ କୃଷିଜାତ ଉତ୍ପାଦଗୁଡିକରେ ଦେଶ ବ୍ୟାପି ସମନ୍ୱିତ ମୂଲ୍ୟ ଚକ୍ରର (ଇନ୍ଟିଗ୍ରେଟେଡ୍ ମୂଲ୍ୟା ଚେନ) ଉଦ୍ଭାବନକର ସୁବିଧା ପ୍ରଦାନ କରିବ ଏବଂ କୃଷିଜାତ ଉତ୍ପାଦଗୁଡୀକ ବିଜ୍ଞାପନଭିତ୍ତିକ ମଜୁତ ଏବଂ ଚଳାଚଳ ଉନ୍ନତ କରିବାକୁ ସହାୟତ କରିବ।

ସମ୍ପ୍ରତି ସ୍ଥିତି

୩୧ ଅକ୍ଟବର ୨୦୧୭ ଅନୁସାରେ ଇ-ନାମ ସହ ଏକିଭୁତ ୧୪ ରାଜ୍ୟରେ ୪୭୦ ମଣ୍ଡିଗୁଡିକ("ମଣ୍ଡି ତାଲିକା ପାଇଁ ଏଠାରେ କ୍ଲିକ୍ କରନ୍ତୁ"(Click here for Mandi List) ନାମ ହିମାଚଳ ପ୍ରଦେଶ (୧୯ ମଣ୍ଡି) ହରିୟାଣା (୫୪ ମଣ୍ଡି), ତାମିଲନାଡୁ (୧୫ ମଣ୍ଡି), ରାଜସ୍ଥାନ (୨୫ ମଣ୍ଡି), ଗୁଜୁରାଟ (୪୦ ମଣ୍ଡି), ମହାରାଷ୍ଟ୍ର (୪୫ ମଣ୍ଡି), ମଧ୍ୟ ପ୍ରଦେଶ (୫୮ ମଣ୍ଡି), ଛତିଶଗଡ଼ (୧୪ ମଣ୍ଡି), ଆନ୍ଧ୍ର ପ୍ରେଦଶ(୨୨ ମଣ୍ଡି), ତେଲେଙ୍ଗାନା (୪୪ ମଣ୍ଡି ), ଝାଡଖଣ୍ତ (୧୯ ମଣ୍ଡି), ଓଡିଶା (୧୦ ମଣ୍ଡି) ଉତ୍ତରାଖଣ୍ଡ (୫ ମଣ୍ଡି) ଏବଂ ଉତ୍ତର ପ୍ରଦେଶ (୧୦୦ ମଣ୍ଡି)।

ଇ-ନାମ କେତେ ଶୀଘ୍ର କାର୍ଯ୍ୟକ୍ଷମ ହେବ?

ପାଇଲଟ୍ ଟ୍ରେଡିଙ୍ଗ୍ ୨୪ ଫସଲର ନାମଗୁଡିକ ଆପେଲ , ଆଳୁ, ପିଆଜ, ଗ୍ରୀନ୍ ମଟର, ମହୁଲ ଫୁଲ, ଗୋଟା ହରଡ (ରେଡ୍ ଗ୍ରାମ), ମୁଗ ଡାଲି (ଗ୍ରୀନ୍ ଗ୍ରାମ୍), ଗୋଟା ମସୁର (ମସୁର ଡାଲି) ଗୋଟା ବିରି (ବ୍ଲାକ ଗ୍ରାମ୍) ଗହମ, ମକା, ଗୋଟା ଚଣା , ବାଜାରା, ବାର୍ଲି, ଜୁଆର, ଧାନ, ଜଡା ମଞ୍ଜି, ସୋରିଷ ମଞ୍ଜି, ସୋୟାବିନ୍, ବାଦାମ, ତୁଳା, ଜିରା , ଲାଲ ଲଙ୍କା ଏବଂ ହଳଦୀ 8ଟି ରାଜ୍ୟରେ ୧୪ତମ ଏପ୍ରିଲ୍, ୨୦୧୬ରେ ୨୧ ମଣ୍ତିରେ ଉନ୍ମୋଚିତ ହୋଇଛି। ୩୧ ଅକ୍ଟବର ୨୦୧୭ ଅନୁସାରେ ଇ-ନାମ ସହ ଏକିଭୁତ ୧୪ ରାଜ୍ୟରେ ୪୭୦ ମଣ୍ଡିଗୁଡିକ("ମଣ୍ଡି ତାଲିକା ପାଇଁ ଏଠାରେ କ୍ଲିକ୍ କରନ୍ତୁ"(Click here for Mandi List) ଲାଇଭ ଅଛି ଏବଂ ୯୦ ଫସଲ ("ଫସଲ ତାଲିକା ପାଇଁ ଏଠାରେ କ୍ଲିକ କରନ୍ତୁ"(Click here for Commodity List) ବାଣିଜ୍ୟ ହଉଛି।

କ୍ରମାଙ୍କ ନମ୍ୱର୍

ନିର୍ଦ୍ଦିଷ୍ଟ

ସମୟ-ସୀମା

୧.

ଇଲେକଟ୍ରୋନିକ୍ ଟ୍ରେଡିଙ୍ଗ୍ ପୋର୍ଟାଲର ଉନ୍ନତିକରଣ

୦୧.୦୪.୨୦୧୬ ଦ୍ୱାରା

୨.

୨୧ ମଣ୍ତିରେ ପାଇଲଟ୍ ଉନ୍ମୋଚନ

୧୪.୦୪.୨୦୧୬ ରେ

୩.

୨୦୦ ମଣ୍ତିରେ ସଫ୍ଟଓ୍ୱେୟାର୍ କାର୍ଯ୍ୟକାରୀ

୩୦.୦୯.୨୦୧୬ ଦ୍ୱାରା

୪.

ପରବର୍ତ୍ତୀ ୨୦୦ ମଣ୍ତିରେ ସଫ୍ଟଓ୍ୱେୟାର୍ କାର୍ଯ୍ୟକାରୀ

୩୧.୦୩.୨୦୧୭ ଦ୍ୱାରା

୫.

ଅବଶିଷ୍ଟ ୧୮୫ ମଣ୍ତିରେ ସଫ୍ଟଓ୍ୱେୟାର୍ କାର୍ଯ୍ୟକାରୀ

୩୧.୦୩.୨୦୧୮ ଦ୍ୱାରା

ଅଧିକ ସୂଚନା

ଦେୟ ମୁକ୍ତ ନମ୍ୱର୍ ୧୮୦୦-୧୮୦-୧୫୮୧ କିମ୍ୱା ଛୋଟ ଚାଷୀଙ୍କ କୃଷିବ୍ୟବସାୟ ସଂଘ ଫୋନ୍ ନମ୍ୱର ୦୧୧-୪୧୦୬୦୦୭୫ ଏବଂ ୦୧୧-୪୧୦୬୦୦୭୬ ରୁ ବାହାର କରିହେବ ।

ଇ-ନାମ ୱେବସାଇଟ୍ "www.enam.gov.in"ରୁ କିମ୍ୱା ଏସ୍‌.ଏଫ୍‌.ଏ.ସି କୁ nam@sfac.in ରେ ଲେଖି ଚାହୁଁଥିବା ସୂଚନା ମଧ୍ୟ ଦେଖିପାରିବେ ।

ଆଧାର - କୃଷି ବିଭାଗ, ସହଯୋଗ ଏବଂ କୃଷକ କଲ୍ୟାଣ,କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top