ହୋମ / କୃଷି / ବଜାର ଖବର / ମସଲା ଚାଷରେ ଦୃଢ଼ ହୋଇପାରିବ ଆର୍ଥିକ ଅବସ୍ଥା
ସେଆର କରନ୍ତୁ

ମସଲା ଚାଷରେ ଦୃଢ଼ ହୋଇପାରିବ ଆର୍ଥିକ ଅବସ୍ଥା

ମସଲା ହେଉଛି ଏକ ଅର୍ଥକାରୀ ଫସଲ । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ ।

ମସଲା  ଅର୍ଥକାରୀ ଫସଲ

ମସଲା ହେଉଛି ଏକ ଅର୍ଥକାରୀ ଫସଲ । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ । ପ୍ରତ୍ୟେକ ଦିନ ଖାଦ୍ୟରେ  ଏହାର ଏକାନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ଆମକୁ କିଛି କାଟ ଶରେ ବାହାର ଦେଶ। ଉପରେ ନିର୍ଭର କରିବାକୁ ପଡ଼େ । ଯଦି ଏହି ଚାଷ ପ୍ରଚୁର ମାତ୍ରାରେ ଆମ ରାଜ୍ୟ ତଥା ଦେଶରେ  କରାଯାଆନ୍ତା  ତାହାଲେ ଆମର ଆର୍ଥିକ ଅବସ୍ଥା ସୁଦୃଢ ହୋଇପାରନ୍ତା ।

ମସଲା ହେଉଛି ଏକ ଅର୍ଥକାରୀ ଫସଲ । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ । ଭାରତ, ଇଜିପ୍ଟ, ଚାଇନା, ଇଣ୍ଡୋନେସିଆ, ମାଲାସିଆ, ମେକ୍ସିକୋ, ତୁର୍କି ଓ ବାଜିଲରୁ ଅଧିକ ପରିମାଣରେ ମସଲା ଉତ୍ପାଦିତ ହୁଏ । ପ୍ରତ୍ୟେକ ଦେଶର ମସଲା ଆବଶ୍ୟକତା ରହିଛି । ଅଧିକ ମସଲା ଉତ୍ପାଦିତ ହେଉଥିବା ଦେଶରୁ ଅନ୍ୟ ଦେଶମାନେ ମସଲା ଆମଦାନୀ କରନ୍ତି । ଇଂଲଣ୍ଡ, ଇରୋପ, ଜାପାନ, ପୂର୍ବ ଏସିଆ ଓ ମଧ୍ୟ ପୂର୍ବ ଦେଶଗୁଡ଼ିକ ବେଶି ମସଲା ଆମଦାନୀ କରିଥାନ୍ତି । ଆମ ଦେଶ ଭାରତରୁ ପ୍ରାୟ ୧୨୦ ଟି ଦେଶକୁ ମସଲା ରପ୍ତାନି କରାଯାଏ । ଇଂଲଣ୍ଡ, ଇରୋପ ଓ ଜାପାନ ଭାରତରୁ ଅଧିକ ମସଲା ଆମଦାନୀ କରିଥାନ୍ତି । ଭାରତର ମସଲା ଚାହିଦା କାହିଁ କେଉଁ ଦିନରୁ ରହିଆସିଛି । ବେଦ, ବାଇବେଲ, କୋରାନରେ ଭାରତର ମସଲା ବିଷୟରେ ବର୍ଣ୍ଣନା ହୋଇଥିବା ନଜିର ରହିଛି । ଏହା ସହିତ ଯଜୁର, ଶାମା ଓ ଅର୍ଥବ ଏହି ତିନି ବେଦରେ ମଧ୍ୟ ଭାରତୀୟ ମସଲା ବିଷୟରେ ବର୍ଣ୍ଣନା ରହିଛି । ଅଦା, ହଳଦି, ରସୁଣ, ପିଆଜ, ଗୋଲମରିଚ, ଧନିଆ, ପ୍ରଭୃତି ମସଲା ବିଷୟରେ ଉଲ୍ଲେଖ ରହିଛି । ଚାଷ ଭିତରେ ମସଲା ହେଉଛି ଏକ ମୁଖ୍ୟ ଚାଷ ।

ମସଲା ଆମଦାନୀ ଓ ରପ୍ତାନି

ଭାରତର ମସଲାର ଉତ୍ପାଦିତ ଅଧିକ ହେଉଥିବାରୁ ୧୯୮୭ ମସିହାରେ ଦ ସ୍କାଇସେସ୍ ଅଫ୍ ବୋର୍ଡ଼, ଇଣ୍ଡିଆ ଖୋଲାଯାଇଥିଲା। ଏହି ବୋର୍ଡ ଅନୁସାରେ, ମସଲା ଆମଦାନୀ ଓ ରପ୍ତାନି କରାଯାଏ । କିନ୍ତୁ ଏବେ ଧୀରେ ଧୀରେ ମସଲାର ଉତ୍ପାଦନ ଭାରତରୁ ହ୍ରାସ ପାଇବାରେ ଲାଗିଛି । ଚାଷୀମାନେ ଏହାକୁ ବେଶି ଚାଷ କରୁନାହାଁନ୍ତି । ଚାଷ କରୁଥିଲେ ବି ଆଗ ଭଳି ଏହାର ଉତ୍ପାଦନ ଭଲ କରିପାରୁନାହାଁନ୍ତି । ଅନୁନ୍ନତ ଚାଷ ପ୍ରଣାଳୀ, ଫସଲରେ ପୋକ ଲାଗିବା, ପାଣି ସମସ୍ୟା ଓ ଚାଷୀ ଉପଯୁକ୍ତ ଲାଭ ନ ପାଇବା ଯୋଗୁଁ ଏହି ଚାଷର ଚାହିଦା କମିଗଲାଣି। କିନ୍ତୁ ପ୍ରତ୍ୟେକ ଦିନ ଖାଦ୍ୟରେ ଏହାର ଏକାନ୍ତ ଆବଶ୍ୟକତା ରହିଛି ।

ତେଣୁ ବାହାର ଦେଶରୁ ବିଭିନ୍ନ ମସଲାକୁ ଆମଦାନୀ କରିବାକୁ ପଡୁଛି । ଭାରତ ଆଗରୁ ୧୨୦ ଟି ଦେଶକୁ ମସଲା ରପ୍ତାନି କରୁଥିଲା ଆମ ଦେଶର ଉତ୍ତରାଞ୍ଚଳରୁ ଅଧିକ ପରିମାଣରେ ଲଙ୍କା, ଅଦା ଓ ହଳଦି ରପ୍ତାନି କରାଯାଏ । କିନ୍ତୁ ଏବେ ଏହି ଦେଶ ଅଧିକ ଲଙ୍କା, ଅଦା ଓ ହଳଦି ଅଧିକ ଉତ୍ପାଦନ କ୍ଷେତ୍ରରେ କେତେକ ସମସ୍ୟା ସମ୍ମୁଖୀନ ହେଉଛି । ବିଶେଷ କରି ଆମ ଦେଶର ମାର୍କେଟିଙ୍ଗ ପଦ୍ଧତି ବହୁତ ଖରାପ । ମସଲାର ବଜାର ଚାହିଦା ଭଲ ରହିଥିଲେ ବି ଚାଷୀ ସିଧାସଳଖ ଭାବେ ଖାଉଟିଙ୍କଠୁ ଅର୍ଥ ପାଇପାରେ ନାହିଁ । ବେପାରୀମାନେ ଚାଷୀଙ୍କଠୁ କମ୍ ଅର୍ଥରେ ମସଲା କିଣି ଚଢ଼ା ମୂଲ୍ୟରେ ବିକ୍ରି କରନ୍ତି । ଯାହା ଫଳରେ ଚାଷୀ ଉପଯୁକ୍ତ ଲାଭ ଉଠାଇପାରୁ ନାହିଁ । ଏଥିପାଇଁ ସେ ଚାଷ କ୍ଷେତ୍ରରୁ ଦୂରେଇ ଆସୁଛି ।

ବିଶ୍ଵ ବଜାରରେ ଭାରତର ମସଲା ଚାହିଦା

ଯଦିଓ ଆମ ଦେଶରେ ମସଲା ଚାଷର ଚାହିଦା ରହିଛି, କିନ୍ତୁ ଉପଯୁକ୍ତ ପରିମାଣରେ ବୃଦ୍ଧି ହେଉନାହିଁ। ବିଶ୍ଵର ସବୁ ଦେଶ ତୁଳନାରେ ଆମ ଦେଶର ଉତ୍ପାଦନ ଉପରେ ଦୃଷ୍ଟି ପକାଇଲେ ଜଣାପଡୁଛି, ଆବଶ୍ୟକ ଅନୁସାରେ ମସଲା ଉତ୍ପାଦନ ବୃଦ୍ଧି ହେଉନାହିଁ । ବିଶ୍ଵ ବଜାରରେ ଭାରତର ମସଲା ଚାହିଦା ମାତ୍ର ୨୩ ଶତକଡ଼ା ଭାଗ ରହୁଛି। ଗୋଲମରିଚ ମାତ୍ର ୨୫୩୦ ଶତକଡ଼ା ଉତ୍ପାଦନ କରାଯାଉଛି । ଅଦା ୩୫ ଶତକଡ଼ା, ହଳଦି ପ୍ରାୟ ୯୦ ଶତକଡ଼ା ଉତ୍ପାଦନ ରହିଛି । ଭାରତର କେରଳରେ ଗୋଲମରିଚ ୯୬ ଶତକଡ଼ା, ଧନିଆ ୫୩ ଶତକଡ଼ା, ଅଦା ୨୫ ଶତକଡ଼ା ଉତ୍ପାଦନ ରହିଛି। ଆନ୍ଧ୍ରପ୍ରଦେଶରେ ଲଙ୍କା ଓ ହଳଦି ୪୯ ଶତକଡ଼ା ଓ ୫୭ ଶତକଡ଼ା ରହିଛି । ୧୯୯୭-୯୮ ଓ ୨୦୦୧-୨୦୦୨ ମଧ୍ୟରେ ମାତ୍ର ୧.୨ ୦ ଶତକଡ଼ା ରପ୍ତାନି ବୃଦ୍ଧି ପାଇଛି । ସର୍ବେରୁ ଜଣା ପଢ଼ିଛି, ୧୯୯୯-୨୦୦୦ରେ ୮୮୪.୮୮ କୋଟି ଟଙ୍କାର ଗୋଲମରିଚ ରପ୍ତାନି କରାଯାଇଥିବାବେଳେ ୨୦୦୦ - ୨୦୦୧ ମସିହାରେ ମାତ୍ର ୩୨୬, ୩୩ କୋଟି ଟଙ୍କାର ଗୋଲମରିଚ ରପ୍ତାନି କରାଯାଇଛି । ୧୯୯୯ – ୨୦୦୦ରେ ୨୫୦.୬୫ କୋଟି ଟଙ୍କାର। ଲଙ୍କା ରପ୍ତାନି ହୋଇଥିବାବେଳେ ୨୦୦୦-୨୦୦୧ରେ ୧୯୫, ୨୩ କୋଟି ଟଙ୍କାର ରପ୍ତାନି ହୋଇଥିଲା । ୧୯୯୯ – ୨୦୦୦ରେ ୩୦.୬୦ କୋଟି ଟଙ୍କାର ଅଦା ରପ୍ତାନି ହୋଇଥିବାବେଳେ ୨୦୦୦ - ୨୦୦୧ ମସିହାରେ ୨୨.୯୫ କୋଟି ଟଙ୍କାର ଅଦା ରପ୍ତାନି ହୋଇଥିଲା। ସେହିପରି ହଳଦି ୧୨୧.୬୮ କୋଟି ଟଙ୍କାରୁ ହ୍ରାସ ପାଇ ୯ ୧.୦.୬ କୋଟି ଟଙ୍କାର ହଳଦି ୨୦୦୦୨୦୦୧ ମସିହାରେ ରପ୍ତାନି ହୋଇଥିଲା । ଏହିପରି ସବୁ ମସଲାର ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ମସଲା ହେଉଛି ଅର୍ଥକାରୀ ଫସଲ । ମସଲା ଉତ୍ପାଦନ ବୃଦ୍ଧି ଘଟିଲେ ଦେଶର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ ନିଶ୍ଚିତ । କିନ୍ତୁ ଏପରି ଉତ୍ପାଦନ ହ୍ରାସ ପାଇବାର ବିଭିନ୍ନ ପ୍ରକାର କାରଣ ରହିଛି ।  ଉନ୍ନତମାନର ବିହନର ଅଭାବ, ଆଧୁନିକ ପ୍ରଣାଳୀରେ ଚାଷ ପଦ୍ଧତି ଚାଷୀଙ୍କୁ ଭଲ ଜଣାନାହିଁ, ପାଣିପାଗ ପରିବର୍ତ୍ତନରେ ଚାଷ ଭଲ ହୁଏ ନାହିଁ, ଫସଲରେ ପୋକ ଲାଗିବା ଓ ଉପଯୁକ୍ତ ସମୟରେ ସାର ପ୍ରୟୋଗ ନକରିବା ଏବଂ ପାଣିର ଅଭାବ ଯୋଗୁଁ ଏହି ଚାଷ ଭଲ ହେଉନାହିଁ । ଏତଦବ୍ୟତୀତ ଚାଷୀ ତାର ଉତ୍ପାଦନ ଅନୁଯାୟୀ ଲାଭ ପାଇପାରେ ନାହିଁ । ଖାଉଟି ଚଢ଼ା ଦରରେ କିଣୁଥିବାବେଳେ ଚାଷୀ ସେହି ମୂଲ୍ୟ ପାଇପାରେ ନାହିଁ । ଏହା ଦ୍ଵାରା ଚାଷୀ କମ୍ ଅର୍ଥରେ ଅଧିକ ପରିଶ୍ରମ କରିବାକୁ ଚାହୁଁନି । ସେଥିପାଇଁ ସେ ଚାଷ କ୍ଷେତ୍ରରୁ ମୁହଁ ବୁଲାଉଛି । ଉତ୍ପାଦନ ହ୍ରାସର ଏହା ହେଉଛି ମୁଖ୍ୟ କାରଣ । ଏହା ଉପରେ ଦୃଷ୍ଟି ଦିଆଯାଇ ଯଦି ଚାଷୀକୁ ତା' ପରିଶ୍ରମର ଉପଯୁକ୍ତ ଅର୍ଥ ଯୋଗାଇ ଦିଆଯାଆନ୍ତା ଓ ଉନ୍ନତମାନର ବିହନ ସାଙ୍ଗକୁ କୀଟନାଶକ ଔଷଧ, ସାର ଯୋଗାଇ ଦିଆଯାଆନ୍ତା, ତେବେ ଚାଷୀମାନେ ମସଲା। ଚାଷ ଅଧିକ କରନ୍ତେ । ଏହି ଚାଷ ଦ୍ଵାରା ହିଁ ଆମ ଦେଶ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇପାରନ୍ତା  ।

ଆଧାର – କୃଷି ବିଭାଗ

2.96153846154
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top