অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କମ୍ ଖର୍ଚ୍ଚରେ ଅଧିକ ଲାଭ ଅମୃତଭଣ୍ଡା ଚାଷ

କମ୍ ଖର୍ଚ୍ଚରେ ଅଧିକ ଲାଭ ଅମୃତଭଣ୍ଡା ଚାଷ

କମ୍ ଖର୍ଚ୍ଚରେ ଅଧିକ ଲାଭ । ଏଥିପାଇଁ ମାଟିର କିସମର ଆବଶ୍ୟକତା ନାହିଁ । ସବୁ ପ୍ରକାର ମାଟିରେ ଅମୃତଭଣ୍ଡା ଚାଷ କରିହେବ ବୋଲି ଓ ୟୁଏଟିର କୃଷି ବିଶାରଦମାନେ ପରାମର୍ଶ ଦେଇଛନ୍ତି । ବାଡ଼ି ବଗିଚା ହେଉ ବା ପଡ଼ିଆ ଜମି ସବୁ ପ୍ରକାର ଜମିରେ ଅମୃତଭଣ୍ଡା ଚାଷ ହୋଇଥାଏ । ଏହାଦ୍ଵାରା ପରିବେଶ ସୁରକ୍ଷା ସହ ଚାହିଦା ମେଣ୍ଟାଯାଇପାରିବ ।

ଏଭଳି ଏକ ପଦାର୍ଥ ଯାହାକୁ ଆମେ ଫଳ ଏବଂ ପରିବା ରୂପେ ବ୍ୟବହାର କରୁଛେ । ଏଥିରୁ ଖାଦ୍ୟ ପ୍ରକ୍ରିୟା କରଣରେ ଜେଲି ଜାମ ମଧ୍ୟ ପ୍ରସ୍ତୁତ ହୋଇପାରୁଛି । ଔଷଧୀୟ ଭାବେ ଏହାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଅମୃତ ଭଣ୍ଡା ଖାଇବା ଦ୍ଵାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ ସି ଓ ଏ ଭରପୁର ରହିଛି ।

ଜଳବାୟୁ

ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅମୃତଭଣ୍ଡା ଚାଷପାଇଁ ଅତ୍ୟନ୍ତ ଅନୁକୂଳ । ନିଗିଡ଼ା ଭୂମିରେ ଏହି ଚାଷ ବେଶ ଉପଯୋଗୀ । ଗଛମୂଳେ ପାଣି ଜମି ରହିଲେ ଗଛଗୁଡ଼ିକ ପଚି ନଷ୍ଟ ହୋଇଯାଇଥାଏ । ତେଣୁ ଏଥିପାଇଁ ଚାଷୀମାନେ ଧ୍ୟାନ ଦେବା ଉଚିତ । କାଣ୍ଡଶଢା ରୋଗରୁ ରକ୍ଷା କରିବା ପାଇଁ ଉଚ୍ଚ ନିଗିଡ଼ା ଦୋରସା, ପଟୁମାଟି, ବାଲିଆମାଟି ଏହି ଚାଷପାଇଁ ଉପଯୋଗୀ ।

ବିହନ

ପୁଷା ମାଜିଷ୍ଟିକ, ସୂର୍ଯ୍ୟ, ପୁଷା ଜାଏଣ୍ଟ, ପୁଷା ଡେସିସିଅସ, ହନିତ୍ୟ, କୁର୍ଗ ହନିଡ୍ୟୁ, ସନରାଇଜ ସାଲୋ, କୋଇମ୍ବାଟୁର ଓ ରାଞ୍ଚ ପ୍ରଭୃତି ଉତ୍କୃଷ୍ଣ ମାନର ବିହନ । ଏତଦବ୍ୟତୀତ ରେଡଲେଡି ଓ ଲାଲ ପୁରୀ ପ୍ରଭୃତି ଶଙ୍କର ଜାତୀୟ ।

ମଞ୍ଜି ବୁଣିବା

  • ଏକ ଏକର ଜମି ପାଇଁ ୨୫୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।
  • ୧୦ ଫୁଟ ଲମ୍ବ ୩ଫୁଟ ପ୍ରସ୍ତୁ ଓ ୬ ଇଞ୍ଚ ଉଚ୍ଚର ତଳ ଘେରା ପ୍ରସ୍ତୁତ କରିବା ଉଚିତ ।
  • ୨ ଇଞ୍ଚ ବ୍ୟବଧାନରେ ଧାଡ଼ିରେ ୦.୫ ଇଞ୍ଚ ଗଭୀରତାରେ ମଞ୍ଜିକୁ ପୋତିବାକୁ ହୁଏ ।

ମଞ୍ଜି ପୋତିବା ପୂର୍ବରୁ କଣ କରିବେ

ତେବେ ମଞ୍ଜି ପୋତିବା ପୂର୍ବରୁ ସେ ରସାନ କିମ୍ବା ଥିରାମରେ ବିଶୋଧନ କରିବା ଉଚିତ । ତିନି ସପ୍ତାହ ପରେ ମଞ୍ଜି ଗଜା ହୋଇଥାଏ । ଚାରା ଦୁଇପତ୍ର  ବିଶିଷ୍ଟ ହୋଇଗଲେ ତାହାକୁ ମୂଳ ମାଟିସହ  ରାତି ୧୫୦ ରେଜର  ୪ ରୁ ୬ ଇଞ୍ଚ ଆକାରର ପଲିଥିନ ମୁଣିରେ ଉଠାଇ ରଖିବାକୁ ପଡ଼ିଥାଏ । ଗରା ୭ ରୁ ୮ଇଞ୍ଚ ହୋଇଗଲେ ପ୍ରସ୍ତୁତ ହୋଇଥିବା ଜମିରେ ଲଗାଇବାକୁ ପଡ଼େ । ତେବେ ଲଗାଇଲା ବେଳେ ମୂଳକୁ ଭରା ରଖିବା ପ୍ରତି ଚାଷୀ ଧ୍ୟାନ ଦେଇଥାଏ । ସାଧାରଣତଃ ବର୍ଷର ଫ୍ରେବୃଆରୀ ମାର୍ଚ୍ଚ କିମ୍ବା ଜୁନ ଓ ସେପ୍ଟେମ୍ବର ମାସରେ ଚାରା ରୋପଣ କରାଗଲେ ଭଲ ।

ଆଧାର – କୃଷି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate