ହୋମ / କୃଷି / ଉତ୍ତମ ଅଭ୍ୟାସ / କୃଷି ଅନୁକୂଳର ପର୍ବ
ସେଆର କରନ୍ତୁ

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳ ପର୍ବ ଅକ୍ଷୟ ତୃତୀୟା ସମ୍ବନ୍ଧିତ ତଥ୍ୟ ।

କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାର କରିବାର ମାସରେ ତେର ପର୍ବ ପାଳନ କରାଯାଉଛି । ତନ୍ମଧ୍ୟରେ ମହାନ୍ କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଅନ୍ୟତମ । ବୈଶାଖ  ଶୁକ୍ଳ ତୃତୀୟା ତିଥରେ ଆମ ଚାଷୀ ଭାଇମାନେ ଏହି ପର୍ବକୁ ପାରମ୍ପରିକ ରୀତିରେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ଦିନରେ ଯାହା ଆରମ୍ଭ ହୁଏ, ତାହା କ୍ଷୟ ହୁଏନାହିଁ ବରଂ ତାହା ବୃଦ୍ଧି ପାଉଥାଏ ବୋଲି ଏହାକୁ ଅକ୍ଷୟ ତୃତୀୟା କୁହାଯାଏ । ଅପରପକ୍ଷରେ ଆମ ରାଜ୍ୟ ତଥା ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ କୃଷି ଓ କୃଷକର ଗୁରୁତ୍ଵକୁ ଉପଲବ୍ଧି କରି ଏହି ଦିବସଟିକୁ କୃଷକ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ସାଧାରଣତଃ ଖରିଫ ଋତୁ ଏହି ଅକ୍ଷୟ ତୃତୀୟା ଠାରୁ ହିଁ ଆରମ୍ଭ ହୋଇଥାଏ ।

ଚାଷପାଇଁ ଅନୁକୂଳ ପରିବେଶ

ସେହିପରି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିବେଚନା କରାଯାଏ, ଆମେ ଦେଖି ବା ଯେ ଯେକୌଣସି ବିହନ ବା ବୀଜର ଅଙ୍କୁରୋଦ୍‌ଗମ ପାଇଁ ମୁଖ୍ୟତଃ ତିନିଗୋଟି ଉପାଦାନ ଉପରେ ନିର୍ଭର କରେ । ତାହା ହେଲା ଉତ୍ତାପ, ଜଳ ଓ ଅମ୍ଳଜାନ । ଏଥିସହିତ କେତେକ ବୀଜ ବା ମଞ୍ଜିର ଠିକ୍ ଅଙ୍କୁରୋଦଗମ ହେବା ପାଇଁ ଆଲୋକର ମଧ୍ୟ ଆବଶ୍ୟକ ହୋଇଥାଏ । ଅନେକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ-୦ ସେଣ୍ଟିଗ୍ରେଡ୍ ଉତ୍ତାପରୁ କମ୍ ଏବଂ ୪୮୦ ସେଣ୍ଟିଗ୍ରେଡ୍ ଉତ୍ତାପରୁ ଅଧିକ ହେଲେ, ମଞ୍ଜିର ଅଙ୍କୁରୋଦ୍‌ଗମ ପ୍ରକ୍ରିୟା ଠିକ୍ ଭାବେ ସଙ୍ଗଠିତ ହୋଇପାରେ ନାହିଁ । ଖରିଫ ଋତୁରେ ଧାନ ବିହନ ପାଇଁ ଆବଶ୍ୟକ ହେଉଥବା ମାଟିର ଉଷ୍ମତା ବା ଉତ୍ତାପ ଏହି ଅକ୍ଷୟ ତୃତୀୟାଠାରୁ ହିଁ ମିଳିଥାଏ । କିନ୍ତୁ ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ଯୋଗୁ ପାଣିପାଗର ସମୟରେ ବ୍ୟାପକ ପରିବର୍ତ୍ତନ ଦେଖାଦେବା ସହିତ ଅକ୍ଷିମୁଠି ପ୍ରଚଳନ ବା ବିହନ ବିପଣନ ନିମନ୍ତେ ଅନୁକୂଳ ପାଗ ଓ ପରିବେଶରେ ବିଶେଷ ତାରତମ୍ୟ ଦେଖାଦେଇଛି । କୃଷକ ଏହି ଖରାଟିଆ ଚାଷ କରିବା ଦ୍ଵାରା ମାଟି ଭିତରେ ଥିବା  ଅନିଷ୍ଟକାରୀ ପୋକଜୋକ, ଗୋଣ୍ଡା ଶାମୁକା ଓ ଘାସ ଲତାର ଚେର ମାଟି ଉପରକୁ ଉଠିଆସି ଟାଣ ଖରାରେ ମରିଯାଆନ୍ତି । ଫଳରେ ମାଟି ବିଶୋଧୂତ ହୁଏ ଏବଂ ଧାନର ଖରୁତି ବୁଣା ପାଇଁ ଏହା ପ୍ରକୃଷ୍ଟ ସମୟ ଅଟେ । ତା'ପରେ ପ୍ରାକ୍ ମୌସୁମୀ ବର୍ଷାରେ ଧାନ ବିହନରେ ଗଜା ସୃଷ୍ଟି ହୋଇ ଧାନ ଗଛରେ ପରିଣତ ହୁଏ । ଜମି ଭଲକରି କର୍ଷଣ ହେବା ଦ୍ଵାରା ଧାନ ବିହନର ଅଙ୍କୁରୋଦଗମ ହେବା ପାଇଁ ଅମ୍ଳଜାନ ସହଜରେ ମିଳିଥାଏ । ଖରାଟିଆ ଚାଷ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି ହେବା ଦ୍ଵାରା ଧାନ ଗଛର ବୃଦ୍ଧି ଘଟିଥାଏ । ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆକାଶରେ ମେଘ ବାଦଲକୁ ଚାହିଁ କୃଷକମାନଙ୍କ ବିହନ ବୁଣିବା ହେଉଛି ପ୍ରକୃଷ୍ଟ ସମୟ ।

ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍.ଡି) ଏବଂ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ମୁତାବକ ଚଳିତ ବର୍ଷ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ହେବାର ଆଶଙ୍କା ରହିଛି । ଆମ ରାଜ୍ୟ ତଥା ଦେଶର ସବୁ ପ୍ରାନ୍ତରେ ସମାନୁପାତ ବର୍ଷା ହେବା ସହ ଅର୍ଥନୀତି ପାଇଁ ମଧ୍ୟ ଏକ ଅନୁକୂଳ ପରିବେଶ ରହିବ ବୋଲି ପରିକଳ୍ପନା କରାଯାଇଛି ।

ଆମ ରାଜ୍ୟରେ ଆଗରୁ ଯେଭଳି ଚାଷୀଙ୍କ ଘରେ ଘରେ ବଡ଼ ବଡ଼ ହଳ ବଳଦ ମାନ ଗାଁ ଦାଣ୍ଡରେ ବନ୍ଧା ହେବାର ଦେଖାଯାଉଥିଲା, ତାହା ଏବେ ଆଉ ଦେଖାଯାଉ ନାହିଁ । ବଳଦ ଗାଁରେ ଖୋଜିଲେ ଆଉ ମିଳୁନାହିଁ । ଗାଁଗୁଡିକରେ ଟ୍ରାକ୍ଟର ଦ୍ଵାରା ଚାଷକାର୍ଯ୍ୟକୁ ଚାଷୀ ଭାଇମାନେ ପ୍ରାୟ ଆଦରି ନେଉଛନ୍ତି । ବର୍ତ୍ତମାନ ବଳଦ ଦ୍ଵାରା ଗଭୀର ଚାଷ ପ୍ରଣାଳୀ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ମାଟିର ଉର୍ବରତା ରକ୍ଷା ସହିତ ଜୈବିକ ଉପାୟରେ ଫସଲ ଉତ୍ପାଦନ ବୃଦ୍ଧି ନେଇ ପ୍ରଶ୍ନବାଚୀ ହୋଇ ଉଠିଛି । ଗ୍ରାମାଞ୍ଚଳରେ ଟ୍ରାକ୍ଟର ବା ପାୱାର ଟିଲରର ବହୁଳ ବ୍ୟବହାର ଯୋଗୁ ବଳଦଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ବା ଆଉ ଦେଖିବାକୁ ମିଳୁନାହିଁ । ଛୋଟ ଛୋଟ ଜମି ଥବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବଳଦ ନ ଥବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଅଣ୍ଡିର ବାଛୁରିକୁ ବଳଦ ହେବା ପୂର୍ବରୁ ବିକ୍ରିକରି ଦେଉଛନ୍ତି କିମ୍ବା ଷଣ୍ଢ କରି ବାହାରକୁ ଛାଡ଼ି ଦେଉଛନ୍ତି । ଗାଁଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହି କ୍ଷଣମାନଙ୍କର ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ଘଟୁଛି ।

କୃଷି ଓ କୃଷକ ସଶକ୍ତୀକରଣ

କୃଷି ଓ କୃଷକର ଉନ୍ନତିରେ ରାଜ୍ୟ ତଥା ଦେଶର ପ୍ରଗତି ସମ୍ଭବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କୃଷି ବିଭାଗକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନାମରେ ନାମିତ କରିଛନ୍ତି । ରାଜ୍ୟରେ କୃଷକଙ୍କର ସର୍ବାଙ୍ଗୀନ ଉନ୍ନତି ସହିତ କୃଷିର ବିକାଶ ପାଇଁ କର୍ଣ୍ଣାଟକ ରାଜ୍ୟ ପରେ ଓଡ଼ିଶା ସରକାର ସ୍ଵତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରିଛନ୍ତି । ଉକ୍ତ ଦିବସର ଗୁରୁତ୍ଵକୁ ଉପଲବ୍ଧ କରି ସରକାର ଏହି ଦିବସଟିକୁ କୃଷକ ଦିବସ ଭାବରେ ପାଳନ କରୁଛନ୍ତି । ପ୍ରତିବର୍ଷ ପରିଚଳିତ ବର୍ଷ ଏପ୍ରିଲ ୨୯ ଶନିବାର ଦିନ ଆମ ରାଜ୍ୟ ତଥା ଦେଶରେ ଏହି ମହାନ୍ କୃଷିଭିତ୍ତକ ପର୍ବ ପାରମ୍ପରିକ ରୀତିରେ ପାଳନ କରାଯାଉଛି । ଏହି ଉପଲକ୍ଷେ ପ୍ରାତଃ ସକାଳେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଭୂମିପୂଜା, ଅକ୍ଷିମୁଠି ଅନୁକୂଳ, ଭଜନ କାଉଁନ, ସଭା ଓ କୃଷକଙ୍କୁ ସମ୍ବର୍ଦନା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି । ପୁରୀ ଜିଲ୍ଲାର ପିପିଲି ବ୍ଳକସିତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯିବାର ବ୍ୟବସ୍ଥା ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କ ଦ୍ଵାରା ଅକ୍ଷିମୁଠି) ଶୁଭାରମ୍ଭ ଓ କୃଷକଙ୍କୁ ସମ୍ବର୍ଦ୍ଦିତ କରାଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆମ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଅନୁରୋଧ ପରିବର୍ତ୍ତିତ ଜଳବାୟୁକୁ ଆଖଆଗରେ ରଖ୍ ଦୃଢ ମନୋବଳ ନେଇ ଚାଷକାର୍ଯ୍ୟ ଅବ୍ୟାହତ ରଖପାରିଲେ ଏହି ଅକ୍ଷୟ ତୃତୀୟା ଉପବର ପ୍ରକୃତ ଉଦ୍ଦେଶ୍ୟ ସାଧୁତ ହେବା ସହିତ ଆମ ରାଜ୍ୟ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହୋଇପାରିବ ।

ଲେଖା ଏବଂ ପ୍ରାପ୍ତ - ଡା. ବୀର କିଶୋର ପରିଡା ଉପନିର୍ଦେଶକ,ମୋ – ୯୪୩୭୬୦୭୩୧୨, ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ,

2.90243902439
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top