ହୋମ / କୃଷି / ଉତ୍ତମ ଅଭ୍ୟାସ / ଖାଦ୍ୟ ନିରାପତ୍ତା
ସେଆର କରନ୍ତୁ

ଖାଦ୍ୟ ନିରାପତ୍ତା

ଦାରିଦ୍ର୍ୟ ଓ କ୍ଷୁଧା ମୁକ୍ତ ବିଶ୍ଵ ଗଠନ ହେଉଛି ବିଶ୍ଵ ଖାଦ୍ୟ ଦିବସ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ବିଶ୍ଵ ଖାଦ୍ୟ ଦିବସ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ

ଚଳିତ ବର୍ଷ ବିଶ୍ଵ ଖାଦ୍ୟ ଦିବସର ମୁଖ୍ୟ ବାର୍ତ୍ତା ଥିଲା - " ଅନୁପ୍ରବେଶକାରୀଙ୍କ ଭବିଷ୍ୟତ ପରିବର୍ତ୍ତନ । ଖାଦ୍ୟ ନିରାପତ୍ତା ଓ ଗ୍ରାମ ବିକାଶରେ ଅର୍ଥବିନିଯୋଗ।’ ଦାରିଦ୍ର୍ୟ ଓ କ୍ଷୁଧା ମୁକ୍ତ ବିଶ୍ଵ ଗଠନ ହେଉଛି ବିଶ୍ଵ ଖାଦ୍ୟ ଦିବସ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଅନୁପ୍ରବେଶର ଅର୍ଥ ହେଉଛି ଶିଶୁ ସମେତ ଲୋକମାନଙ୍କ ଦେଶ ଦେଶ ମଧ୍ୟରେ କିମ୍ବା ଆନ୍ତର୍ଜାତିକ ସୀମାରେଖାର ଏପାଖରୁ ସେପାଖ ସ୍ଥାନ ପରିବର୍ତ୍ତନ । ଏହି ଦେଶାନ୍ତର ଗମନ କରୁଥିବା ବ୍ୟକ୍ତିଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି ।

ପ୍ରଥମଟି ହେଲା

ଆନ୍ତର୍ଜାତିକ ଅନୁପ୍ରବେଶକାରୀ ବା ଆଗନ୍ତୁକ ବ୍ୟକ୍ତି ଯେଉଁମାନେ ନିଜ ଦେଶର ସୀମାରେଖା ଅତିକ୍ରମ କରି ଅନ୍ୟ ଦେଶରେ ଆସି ଆଶ୍ରୟ ନେଇଥାଆନ୍ତି ।

ଦ୍ଵିତୀୟଟି ହେଲା

ଆଭ୍ୟନ୍ତରୀଣ ଅନୁପ୍ରବେଶକାରୀ ଯେଉଁମାନେ ଦେଶ ମଧ୍ୟରେ ସ୍ଥାନ ପରିବର୍ତ୍ତନ କରନ୍ତି । ଏକ ଆକଳନରୁ ଜଣାଯାଇଛି ଯେ ୨୦୧୫ ରେ ସମଗ୍ର ବିଶ୍ଵରେ ୨୪୦ ନିୟୁତ ଆନ୍ତର୍ଜାତିକ ଅନୁପ୍ରବେଶକାରୀ ଥିବାବେଳେ ୨୦୧୩ ମସିହାରେ ୭୬୦ ନିୟୁତ ଆଭ୍ୟନ୍ତରୀଣ ଅନୁପ୍ରବେଶକାରୀ ରହିଥିବାର ଜଣାପଡ଼ିଛି।

ଲୋକମାନେ ସ୍ଥାନ ପରିବର୍ତ୍ତନ କରନ୍ତି କାହିଁକି ?

ସାଧାରଣତଃ ଲୋକମାନେ ନୂତନ ବସତି ସ୍ଥାପନ, ନୂତନ ଚାକିରି ଅନ୍ୱେଷଣ, ଉଚ୍ଚଶିକ୍ଷା କିମ୍ବା ପରିବାର ସହିତ ପୁନଃଯୋଡ଼ି ହେବା ଆଦି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିଥାନ୍ତି । କିନ୍ତୁ ଦେଖାଯାଇଛି ଯେ ବେଳେବେଳେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ଜୀବନ ବିପନ୍ନ ଘଟଣା, ସଂଘର୍ଷ ବା ଯୁଦ୍ଧ, ଭୂମିକମ୍ପ ଆଦି ଯୋଗୁ ଲୋକେ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି । ଦାରିଦ୍ର୍ୟ ଓ କ୍ଷୁଧା, ଚାକିରି, ସରକାରଙ୍କର ସହାୟତା ନ ମିଳିବା, ପ୍ରାକୃତିକ ସମ୍ବଳ ଯଥା – ପାଣି, ଜମିର ଉର୍ବରତା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଦି ଯୋଗୁ ମଧ୍ୟ ଲୋକମାନେ ସ୍ଥାନ ପରିବର୍ତ୍ତନ କରିବାର ସେମାନଙ୍କ ପାଇଁ ଏକମାତ୍ର ପନ୍ଥା ଅଟେ ।

କ୍ଷୁଧା ଏବଂ ଦାରିଦ୍ର୍ୟ

ସମଗ୍ର ବିଶ୍ଵ ଜନସଂଖ୍ୟାର ୨୧୦ କୋଟି ଲୋକ କେବଳ ଗରିବ ଶ୍ରେଣୀର ଏବଂ ବିଶ୍ଵର ୮୦୦ ନିୟୁତ କ୍ଷୁଧାର୍ତ୍ତ ଲୋକ ମଧ୍ୟରୁ ଅଧିକାଂଶ ସହରାଞ୍ଚଳରେ ନିଜର ଜୀବନ ଜୀବିକାରେ ଉନ୍ନତି ଆଣିବା ନିମନ୍ତେ ସ୍ଥାନ ପରିବର୍ତ୍ତନ କରିଥାନ୍ତି । ଯଦ୍ୱାରା ସେମାନେ ସହରାଞ୍ଚଳରେ କାମ କରି ନିଜ ପରିବାର ପାଇଁ ଟଙ୍କା ପଠାଇବାରେ ସକ୍ଷମ ହୁଅନ୍ତି । ଅଧିକାଂଶ ଚାଷୀ ପରିବାରର ଲୋକେ ଗ୍ରାମାଞ୍ଚଳରେ ବସବାସ କରନ୍ତି କାରଣ ସେମାନେ କୃଷି ଉପରେ ନିର୍ଭର କରି ଚଳନ୍ତି । ଅଭାବୀ ବିକ୍ରି ବା ଅନ୍ୟାନ୍ୟ କାରଣରୁ ସେମାନେ ନିଜ ଜମିରୁ ଅଧିକ ଫସଲ ଉତ୍ପାଦନ କରି ବଜାରକୁ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । କେତେକ ସ୍ଥାନରେ ଅନେକ ଚାଷୀ ଯଥେଷ୍ଟ ଖାଦ୍ୟଶସ୍ୟ ଉତ୍ପାଦନ କରୁଛନ୍ତି, କିନ୍ତୁ ବିକ୍ରି ବଟା ପାଇଁ ସୁବିଧା ନ ଥିବା ସହିତ ଉପଯୁକ୍ତ ସଂରକ୍ଷଣର ସୁବିଧା ନ ଥିବା ଯୋଗୁ ଖାଦ୍ୟଶସ୍ୟ, ପନିପରିବା ଇତ୍ୟାଦି ପଡ଼ି ପଡ଼ି ନଷ୍ଟ ହେଉଛି । ଅନେକ ଚାଷୀ ଭବିଷ୍ୟତରେ ନିଜର ଜରୁରିକାଳୀନ ମୁକାବିଲା ପାଇଁ ଅର୍ଥ ସଞ୍ଚୟ କରିନଥାନ୍ତି । ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମରୁଡ଼ି ପରିସ୍ଥିତି ଯୋଗୁ ଶସ୍ୟହାନିର ସମ୍ମୁଖୀନ ହୁଅନ୍ତି,ସେତେବେଳେ ସେମାନେ ବାଧ୍ୟ ହୋଇ ଭୋକ ଉପାସରେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ କେତେକ ଲୋକ ଖାଦ୍ୟ ବା କାମ ପାଇଁ ନିଜର ଭିଟାମାଟିକୁ ମଧ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ ଆମ ପୃଥିବୀ ରୂପକ ଗ୍ରହର ସ୍ଵାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଛି। ଏହାର ପ୍ରଭାବ ବିଶ୍ଵରେ ପଡ଼ିବା ଯୋଗୁ ବନ୍ୟା, ବାତ୍ୟା ଓ ମରୁଡ଼ି ସହ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେବା ଯୋଗୁ ଖାଦ୍ୟଶସ୍ୟ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକମାନେ ନିଜର ଘରଦ୍ଵାର ଛାଡ଼ି ଅନ୍ୟତ୍ର ବସବାସ କରିବାକୁ ଚାଲିଯାଉଛନ୍ତି । ୨୦୧୫ ମସିହାରେ ଏଥିଯୋଗୁ ୧୯ ନିୟୁତରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର ବା ନିଜର ବାସସ୍ଥାନ ଛାଡ଼ିବାକୁ ପଡ଼ିଥିଲା  । ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟାୟ ସମୟରେ ବା ପରେ କ୍ଷତିଗ୍ରସ୍ତ ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲେ ଗରିବ । କୃଷକ, ମତ୍ସ୍ୟଚାଷୀ ବା ଧୀବର, ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକ । ଜଳବାୟୁ ପରିବର୍ତ୍ତନ ସହ ବିଶ୍ଵ ଉତ୍ତାପ ବୃଦ୍ଧି ଯୋଗୁ ପରିବେଶ ଉପରେ ବ୍ୟାପକ ପରିବର୍ତ୍ତନ ବା କୁପ୍ରଭାବ ପକାଇଥାଏ । ଚାଷୀଙ୍କ ବିହନ ଉତ୍କଡ଼ିଯାଏ । ଚାରଣ ଭୂମିରେ ଘାସ ଅଭାବ ଯୋଗୁ ପ୍ରାଣୀଙ୍କର ଖାଦ୍ୟାଭାବ ଦେଖାଦିଏ । ଉର୍ବର ଜମି ଶୁଷ୍କ ଓ ଅନୁର୍ବର ହୁଏ । ମଶା, ମାଛି, ଡାଆଁଶ, ଚିଙ୍କ ଆଦି କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ମନୁଷ୍ୟଙ୍କଠାରେ ଜାପାନିଜ୍ଏନ୍ସେଫାଲାଇଟିସ, ଡେଙ୍ଗୁ ଜୁର ଆଦି ରୋଗ ସହିତ ପ୍ରାଣୀଙ୍କଠାରେ ଏମାନଙ୍କ ମାଧ୍ୟମରେ ବିଭିନ୍ନ ରୋଗ ଯଥା - ଥୋଇଲେରିଆ, ସରା, ବାବିସିଓସିସ୍, ଆନାପ୍ଲାଜ୍‌ମୋସିସ୍, ଅଢ଼େଇଆ ଜ୍ଵର ଆଦି ଦେଖାଯାଉଛି । ତେଣୁ ମରୁଡ଼ି ଓ ରୋଗ ପୋକ ସହନଶୀଳ ବିହନ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ବ୍ୟବହାର କରିବାକୁ ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି । ଏଥିସହିତ ଜମିର ସୁରକ୍ଷା ସହିତ ଜୈବିକ ଉପାୟରେ ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ପ୍ରାଧାନ୍ୟ ଦିଆଯାଇଛି । ବର୍ତ୍ତମାନ ଦେଶୀ ଗୋରୁଙ୍କ ସଂରକ୍ଷଣ ଓ ବିକାଶ ଉପରେ ସରକାର ଗୁରୁତ୍ଵାରୋପ କରିଛନ୍ତି । ଏକ ଆକଳନରୁ ଜଣାଯାଇଛି ଯେ, ଏହି ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୦୮ରୁ ୨୦୧୫ ମଧ୍ୟରେ ବାର୍ଷିକ ହାରାହାରି ୨୭.୪ ନିୟୁତ ଲୋକଙ୍କୁ ନିଜର ବାସସ୍ଥାନ ଛାଡ଼ିବାକୁ ପଡ଼ିଛି ଏବଂ ବିଶ୍ଵର ଏକ ତୃତୀୟାଂଶ ଏହି ବାସଟୁତ ଲୋକ ଚିହ୍ୟୁଜିବା ଅନୁପ୍ରବେଶକାରୀ କେବଳ ୩ଟି ଦେଶ ତୁର୍କି, ପାକିସ୍ତାନ ଓ ଲେବାନନ୍‌ରେ ଆଶ୍ରିତ ହୋଇ ରହିଛନ୍ତି । ଆମ ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ଆଞ୍ଚଳ ଯଥା- ରାଜନଗର (ଗୁପ୍ତି), ଚିଲିକା (ଭୂଷଣ୍ଡପୁର), ଗୋପାଳପୁର ଆଦି ଅଞ୍ଚଳରେ ଅନେକ ବଙ୍ଗଲାଦେଶୀ ରିଫୁଜି ବସବାସ କରୁଥିବା ଦେଖାଯାଇଛି।

ସଂଘର୍ଷ

୨୦୧୫ ମସିହାରେ ଦେଶ ବିଦେଶରେ ସଂଘର୍ଷ ସୃଷ୍ଟି ଯୋଗୁ ୬୫ ନିୟୁତରୁ ଊର୍ଦ୍ଧ୍ଵ ଲୋକ ବାଧ୍ୟ ହୋଇ ସେମାନଙ୍କୁ ବାସସ୍ଥାନ ଛାଡ଼ିବାକୁ ପଡିଥିଲା । ଦେଶ ଦେଶ ମଧ୍ୟରେ ସଂଘର୍ଷ, ସାମ୍ପ୍ରଦାୟିକ ଦଙ୍ଗା, ଗୋଷ୍ଠୀ ସଂଘର୍ଷ ଆଦି ଅନବରତ ଲାଗିରହିବା ସହିତ ଜୀବନ ପ୍ରତି ସଦାସର୍ବଦା ବିପଦ ଆଶଙ୍କା କରି ଲୋକମାନଙ୍କୁ ସ୍ଵଦେଶ ଛାଡ଼ି ଦେଶାନ୍ତର ହେବାକୁ ପଡୁଛି। ଯେଉଁଥିପାଇଁ ବିଶ୍ଵ ଖାଦ୍ୟ ନିରାପତା ପ୍ରତି ଏକ ଆହ୍ଵାନ ସୃଷ୍ଟି କରୁଛି।

ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ନିରାପତ୍ତା

ଖାଦ୍ୟ ନିରାପଭାର ଅର୍ଥ ସୁଦୂର ପ୍ରସାରୀ । ଖାଦ୍ୟ ମିଳିବାର୍ତ୍ତି ଆରମ୍ଭ କରି ନ ମିଳିବା ଓ ପୁଷ୍ଟିହୀନତା ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତାର ଅର୍ଥ ହିଁ ବୁଝାଇଥାଏ । ଖାଦ୍ୟ ନିରାପତ୍ତା ମୁଖ୍ୟତଃ ତିନିଗୋଟି ବିଷୟକୁ ନେଇ ପର୍ଯ୍ୟବସିତ ।

  1. ଖାଦ୍ୟ ଉତ୍ପାଦନ ଓ ତା’ର ସହଜ ଉପଲବ୍ଧତା
  2. ଖାଦ୍ୟ କ୍ରୟ କରିବାର କ୍ଷମତା
  3. ଶରୀରକୁ ଉପଯୁକ୍ତ ଶକ୍ତି ଯୋଗାଇବା ପାଇଁ ସ୍ଵାସ୍ଥ୍ୟକର ପରିବେଶରୁ ଖାଦ୍ୟ ଉପଲବ୍ଧ । ସଭ୍ୟତା ଓ ସଂସ୍କୃତିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଖାଦ୍ୟ ନିରାପରା ଏକାନ୍ତ ଜରୁରୀ ।
ସଂଗୃହିତ - ଡା. ବୀରକିଶୋର ପରିଡ଼ା, ଉପନିର୍ଦ୍ଦେଶକ, ଜିଲା ପ୍ରାଣୀ ଚିକିତ୍ସାଳୟ, କେନ୍ଦ୍ରାପଡା,
3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top