অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୀନ ହାଉସ୍ ରେ ଲିଲିୟମ୍

ଫୁଲତୋଡ଼ା ତଥା ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସାଜସଜା ପାଇଁ ବ୍ୟବହୃତ ହୋଇଥାଏ ଲିଲିୟମ୍ । ଓଡ଼ିଶାରେ ଏହି ଫୁଲର ଚାହିଦା ଦିନକୁ ଦିନ ବଢୁଛି । ମାତ୍ର ଚାହିଦା ଅନୁସାରେ ଓଡ଼ିଶାରେ ଏହାର ଉତ୍ପାଦନ କମ୍ । ଏହାକୁ ବ୍ୟବସାୟୀକ ପଦ୍ଧତିରେ ସବୁଜ ଗୃହ ବା ଗ୍ରୀନ୍ ହାଉସରେ ଚାଷ କରାଯାଇପାରିବ । ଦେଖିବାକୁ କାହାଳୀ ସଦୃଶ ଏହି ଫୁଲଟି ବିଭିନ୍ନ ରଙ୍ଗଜୋର ଉପଲବ୍ଧ ।

ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଏହି ଚାଷ କଲେ ଅଧିକ ଦୁଇ ପଇସା ଲାଭ ପାଇପାରିବେ । ଧଳା, ଗୋଲାପୀ, ଲାଲ, ହଳଦିଆ, କମଳା, ମେରୁନ୍, ଗାଢ଼ ଲାଲ ଆଦି ରଙ୍ଗର ଲିଲିୟମ୍ ରହିଛି । ଗ୍ରାନ୍ ହାଉସ୍‌ରେ ଏହି ଫୁଲ ଚାଷ କିପରି କରିବେ ଆସନ୍ତୁ ଜାଣିବା ।

କିସମ

ଏସିଆଟିକ୍ ଲିଲିଅମ୍, ଲଙ୍ଗିଫୋରମ୍ ଏସିଆଟିକ୍, ଓରିଲଣ୍ଟାଲ୍ କିସମ ବଜାରରେ ଉପଲବ୍ଧ ।  ବଂଶବିସ୍ତାର ଲିଲିୟମ୍ ଏକ କନ୍ଦ ଜାତୀୟ ଫୁଲ । ଏଣୁ ଏହାର ବଂଶବିସ୍ତାର କନ୍ଦ ଦ୍ଵାରା ହୋଇଥାଏ । କନ୍ଦ ଗୁଡ଼ିକ ୩ ମାସ ପର୍ଯ୍ୟନ୍ତ ୪ - ୭ ଡ଼ିଗ୍ରୀ ସେ. ତାପମାତ୍ରାରେ ଥଣ୍ଡୀକରଣ କରିବା ପରେ ଏଥିରୁ ଗଜା ବାହାରିଥାଏ । ଫଳରେ ଏହା କୁଣ୍ଡ କିମ୍ବା ସବୁଜ ଗୁହ ଲଗାଇବା ଉପଯୋଗୀ ହୋଇଥାଏ ।

ଜଳବାୟୁ ଓ ମୃତ୍ତିକା

ଜଳବାୟୁ

ଲିଲିୟମ୍ ଏକ ତିନି ମାସିଆ ଫସଲ । କନ୍ଦ, ଲଗାଇବା ସମୟରେ ବାୟୁମଣ୍ଡଳର ତାପମାତ୍ରା ୧୨ ଡ଼ିଗ୍ରୀ - ୧୩ ଡ଼ିଗୀ ସେଲସିୟସ୍ ହେଲେ ଗଛର ଚେର ତଥା କାଣ୍ଡ ଭଲ ବଢ଼େ । ଚାଷ ସମୟରେ ଦିନର ତାପମାତ୍ରା ୧୮-୨୫ ଡ଼ିଗ୍ରୀ ସେଲସିୟସ୍ ଏବଂ ରାତିର ତାପମାତ୍ରା ୧୨-୧୩ ଡ଼ିଗ୍ରୀ ସେଲସିୟସ୍ ହେଲେ ଗଛ ଭଲ ଭାବରେ ବଢ଼େ, ଏବଂ ଏହାର ଫୁଲ ଉନ୍ନତମାନର ହୋଇଥାଏ । ବାୟୁମଣ୍ଡଳର ହାରାହାରି ଆର୍ଦ୍ରତା ଶତକଡ଼ା ୭୦-୮୦ ପ୍ରତିଶତ ହେବା ବିଧେୟ । ଛାୟା  ଲିଲିୟମ୍ ଚାଷ ପାଇଁ ସବୁଜଗୃହ ଦରକାର ହୁଏ । ସବୁଜ ଗୃହରେ ବ୍ୟବହୃତ ଛାୟା ଜାଲିରେ ଶତକଡ଼ା ୪୦-୫୦ ଭାଗ ଛାୟା ପ୍ରଦାନ କରିବା ଉଚିତ୍ । ସବୁଜ ଗୃହର ଉର୍ଦ୍ଧରେ ବାୟୁ ପ୍ରଚଳନ ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ । ତେଣୁ କରତ  ଦନ୍ତିଆ, ସବୁଜ ଗୃହ ଲିଲିୟମ୍ ଚାଷ ପାଇଁ ଉପଯୋଗୀ ।

ମୃତ୍ତିକା ମିଶ୍ରଣ

ଲିଲିୟମ୍ ଚାଷ ପାଇଁ ନିମ୍ନଲିଖିତ ମୃତ୍ତିକା ମିଶ୍ରଣ ଦରକାର ହୁଏ । ୪ ଭାଗ ଦୋରସା ମାଟି, ୨ଭାଗ ନଡ଼ିଆ କତା ଗୁଣ୍ଡ, ୧ ଭାଗ ସଢ଼ା ଗୋବର ଖତ ।

ଚାଷ ପ୍ରଣାଳୀ ଓ ଖାଦ୍ୟସାର ପ୍ରୟୋଗ

ଲିଲିୟମ୍ କନ୍ଦକୁ ମାଟିକୁଣ୍ଡ କିମ୍ବା ଶଯ୍ୟାରେ ସବୁଜଗୃହରେ ଲଗାଯାଏ । ଉପର ଲିଖିତ ମୃତ୍ତିକା ମିଶ୍ରଣକୁ ଫର୍ମାଲିନ୍‌ରେ ବିଶୋଧନ କରି କୁଣ୍ଡରେ ଭରାଯାଏ କିମ୍ବା ଶଯ୍ୟା ପ୍ରସ୍ତୁତ କରାଯାଏ ।

ଶଯ୍ୟାଗୁଡ଼ିକର ଓସାର ୧ମି. ଏବଂ ଲମ୍ବା ସବୁଜ ଗୃହର ଲମ୍ବା ଅନୁସାରେ ତିଆରି କରାଯାଏ । କନ୍ଦଗୁଡ଼ିକ ୨୦ ସେ.ମି. ୧୫ ସେ.ମି ଦୂରତାରେ ଶର୍ଯ୍ୟାରେ ଲଗାଇବା ଦ୍ଵାରା ପ୍ରାୟ ବର୍ଗମି. ପ୍ରତି ୩୦ ଜନ୍ଦ, ଲଗାଯାଏ ।

ଖାଦ୍ୟସାର ପ୍ରୟୋଗ

ଜଳରେ ଦ୍ରବୀଭୂତ ହେଉଥିବା ଏନ୍.ପି.କେ. ସାରର ଶତକଡ଼ା ୦.୨ ଭାଗ (୨ଗ୍ରା/ ଏକ ଲି /ପାଣିରେ) ମିଶାଇ ପୁଷ୍ଟିସେଚନ କରାଯାଏ । ସପ୍ତାହରେ ଥରେ ଏହି ପୁଷ୍ଟିସେଚନ କରିବା ଆବଶ୍ୟକ । ପୁଷ୍ଟିସେଚନ ଯନ୍ତ୍ର ନଥିଲେ ପାଣି ଝରା ସାହଯ୍ୟରେ ମଧ୍ୟ ଏହା ପ୍ରଯୋଗ କରାଯାଇପାରେ ।

ଅନ୍ତଃ ଚାଷ

କିସମ ଅନୁସାରେ ଲିଲିୟମ୍  ଗଛରେ ୨-୮ଗୋଟି ଫୁଲା କଢ଼ ରହୁଥିବାରୁ ଏହାର ଓଜନ ଅଧିକ ହୋଇ ଗଛ ଭାଙ୍ଗିଯିବାର ସମ୍ଭାବନା ଥାଏ, ତେଣୁ ଗଛକୁ ବାଉଁଶ କାଠିର ଠେସ ଦିଆଯାଇପାରେ । କିମ୍ବା ଝୋଟ ସୁତୁଲୀ ଓ ବାଉଁଶ ବତା ସାହାଯ୍ୟରେ ଠେସ ଦିଆଯାଏ ।

ଅମଳ

ଫୁଲ ଅମଳ

ପୁଷ୍ପ ସ୍ତବକର ପ୍ରଥମ କଢ଼ଟି ସଂପୂର୍ଣ୍ଣ ରୂପେ ବୃଦ୍ଧିପାଇ ତାର ପ୍ରକୃତ ରଂଗ ଦେଖାଦେଲେ ଭୂମି ଉପରୁ ୮-୧୦ ସେ.ମି ଛାଡ଼ି ଫୁଲ ସ୍ତବକଟି କଟାଯାଏ । ଏବଂ ଯଥାଶୀଘ୍ର ତାହାକୁ ପାଣି ବାଲଟିରେ ରଖିଦିଆଯାଏ । ପୁଷ୍ପ ସ୍ତବକର କଟା ଅଂଶରୁ ୧୦ ସେ.ମି ଉପର ପର୍ଯ୍ୟନ୍ତ ସମସ୍ତ ପତ୍ରଗୁଡ଼ିକୁ ବାହାର  କରିଦିଆଯାଏ । ଏହାପରେ ଫୁଲ ସ୍ତବକ ଗୁଡ଼ିକୁ  ରବର ବ୍ୟାଣ୍ଡରେ ବନ୍ଧାଯାଇ ବଜାରକୁ ପଠାଯାଏ ।  ମାତ୍ର ଅନ୍ୟ ରାଜ୍ୟ କିମ୍ବା ଦେଶକୁ ପଠାଇବାର ଥିଲେ। ଏହାକୁ ଭଲ ଭାବରେ ଗ୍ରେଡିଂ କରି ସି.ଏଫ୍. ବି ବାକ୍ସରେ ପ୍ୟାକ୍ କରି ପଠାଯାଏ ।

କନ୍ଦ ଅମଳ

ଫୁଲ ସ୍ତବକ କଟା ହେଲା ପରେ ଗଛକୁ ୪-୫ ସପ୍ତାହ ପର୍ଯ୍ୟନ୍ତ କୁଣ୍ଡ କିମ୍ବା ସବୁଜଗୃହରେ କନ୍ଦ ବୃଦ୍ଧି ହେବା ପାଇଁ ଛାଡ଼ି ଦିଆଯାଏ । ଜଳସେଚନ କମ୍ପରିମାଣରେ କରାଯାଏ ।  ଏହାପରେ କାଣ୍ଡ ଶୁଖିଯାଏ  । ଏହି ଶୁଖିଲା କାଣ୍ଡକୁ ବାହାର  କରିଦିଆଯାଏ ।

ଏହାପରେ କନ୍ଦ ଗୁଡ଼ିକୁ ଅମଳ କରି ପାଣିରେ  ଧୋଇ ଶତକଡ଼ା ୦.୨ ଭାଗ ବା ଭିଷ୍ଟିନ୍ ପାଣିରେ ୧୦ ମିଟର ପର୍ଯ୍ୟନ୍ତ ବିଶୋଧିତ କରାଯାଏ । କନ୍ଦଗୁଡ଼ିକୁ ଛାଇରେ ଶୁଖାଇବା  ପରେ ଜଣାଥିବା ପଲିଥିନ୍ ବା ଆର୍ଦ୍ର ଥିବା ନଡ଼ିଆକତା ଗୁଣ୍ଡ ମଧ୍ୟରେ କନ୍ଦଗୁଡ଼ିକୁ ପୁରାଇ କ୍ରେଟ୍‌ରେ ସଜାଇ ରଖାଯାଏ ।

ଏହି କ୍ରେଟ୍ ଗୁଡ଼ିକୁ ଶୀତଳ ଭଣ୍ଡାରରେ ୨ଡ଼ିଗ୍ରୀ ସେ ତାପମାତ୍ରାରେ  ଲଗାଇବା ପର୍ଯ୍ୟନ୍ତ ସାଇତି ରଖାଯାଏ । ଲିଲିୟମ୍, ୩ ମାସିଆ ଫସଲ  ହୋଇଥିବାରୁ ଏହା ଶୀତଋତୁ ତଥା ବର୍ଷା ଋତୁରେ ଆମ ରାଜ୍ୟରେ ଚାଷ କରାଯାଏ ।

ଲାଭ କ୍ଷତି

ସବୁଜ ଗୃହରେ ଅତିକମରେ ପାଞ୍ଚବର୍ଷ ପର୍ଯ୍ୟନ୍ତ  ଲିଲିୟମ୍ ଚାଷ କରାଯାଇପାରିବ । ହିସାବରୁ ଜଣାଯାଏ ଯେ,  ଜଣେ ଫୁଲ ଚାଷୀ ୧୦୦୦ ବର୍ଗ ମି. ସବୁଜ ଗୃହରେ ବର୍ଷକୁ ୨ଥର ଫୁଲ ଚାଷ କଲେ ୫ ବର୍ଷରେ ମୋଟ ଖର୍ଚ୍ଚ ୭୦,୧୫.୨୫୦ଟଙ୍କା ହେବ ଏବଂ ଆୟ ୧୩୭,୫୦,୦୦୦ ହୋଇ ପାଞ୍ଚବର୍ଷରେ ୬୭,୩୪, ୭୫୦ ଟଙ୍କା ଲାଭ ହେବ ।

ଆଧାର - ଓୟୁଏଟି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate