ହୋମ / କୃଷି / ଉତ୍ତମ ଅଭ୍ୟାସ / ଛାତ ଉପରେ ବଗିଚା କରିବା ପ୍ରଣାଳୀ
ସେଆର କରନ୍ତୁ

ଛାତ ଉପରେ ବଗିଚା କରିବା ପ୍ରଣାଳୀ

ଛାତ ଉପରେ ବଗିଚା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । କିପରି ବଗିଚା କରିବେ ସେ ସମ୍ବନ୍ଧରେ ସୂଚନା ।

ଛାତ ଉପରେ ବଗିଚା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ସିମେଣ୍ଟ ମୁଣି, ପଲିଥିନ୍, ବ୍ୟାଗ, ଫଳ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ ।

ଏହି ବଗିଚା କରିବା ପୂର୍ବରୁ ନିମ୍ନଲିଖିତ କେତୋଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ ।

  • ଛାତ ମଜ୍ ଭୂତ ଓ ଜଳ ନିରୋଧକ ହେବା ଦରକାର । ପାଣି ଭେଦିବାର ଆଶଙ୍କା ଥିଲେ। ପଲିଥିନ୍ ର ଆବରଣ ଦିଆଯାଏ । ଛାତ ଉପରେ ଅତି କମରେ ୬-୮ ଘଣ୍ଟା ଖରା ପଡୁଥିବା ଭଲ ।
  • ଛାତରୁ ପାଣି ସମ୍ପୂର୍ଣ୍ଣ ଭାବରେ ନିଗିଡ଼ି ଯିବାର ସୁବନ୍ଦୋବସ୍ତ ଥିବା ଆବଶ୍ୟକ ।
  • ଖରାଦିନେ ପ୍ରବଳ ଖରାରୁ ବୃକ୍ଷଲତାମାନଙ୍କୁ ରକ୍ଷା କରିବା ପାଇଁ ‘ସେଡ୍ ନେଟ୍'ର ବ୍ୟବସ୍ଥା କରାଯାଏ । ସର୍ବୋପରି ପାଣିର ସୁବନ୍ଦୋବସ୍ତ କରାଯାଏ ।

ବଗିଚା ପାଇଁ ପ୍ରସ୍ତୁତି

କି କି ଫଳ ପନିପରିବା ଲଗାଯିବ, ତଦନୁଯାୟୀ ଉପଯୁକ୍ତ ପାତ୍ର ଯୋଗାଡ଼ କରାଯାଏ ।

ଫଳ ବା ପନିପରିବାର ନାମ

  • ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କୋବି, ଗୁଆଁର ଇତ୍ୟାଦି ।
  • କଖାରୁ, ମକା, କଲରା, ଲାଉ, ଜହ୍ନି, ଶିମ୍ବା ଇତ୍ୟାଦି ଲଟା, ଫସଲ । କୋଶଳା, ଖଡ଼ା, ଲେଉଟିଆ, ପାଳଙ୍ଗ, ଧନିଆଁ, ମେଥି, ଗାଜର, ମୂଳା, ଓଲକୋବି ଇତ୍ୟାଦି । ଖମ୍ବଆଳୁ, ଓଲୁଅ, ପାଳୁଅ, ସାକର କନ୍ଦା ଇତ୍ୟାଦି । ଅଦା, ହଳଦୀ, ଆମ୍ବଅଦା । ଆମ୍ବ, ସପେଟା, ପିଜୁଳି, ଡାଳିମ୍ବା, ସଜନା, ଅମୃତଭଣ୍ଡା । ଆଖୁ । ଟଗର, ମନ୍ଦାର, କନିଅର, କାଠ ଚମ୍ପା, ଇତ୍ୟାଦି ସବୁଦିନିଆ ଫୁଲ ଗଛ ।

କେଉଁ ପାତ୍ର ବ୍ୟବହାର କରିବେ

  • ୧୨ – ୧୪ ଇଞ୍ଚ x ୧୦ – ୧୨ ଇଞ୍ଚ ମାପର ପଲିଥିନ୍ ମୁଣି ।
  • ସିମେଣ୍ଟ ମୁଣି, ସାର ଅଖା ।
  • ୩ ଫୁଟ x ୧.୫ ଫୁଟ x ୦.୫ ଫୁଟ୍ ମାପର ଫଳ ପେଟି । ଛୋଟ ଛୋଟ ସିମେଣ୍ଟ ମୁଣି ।
  • ୩ ଫୁଟ୍ x ୧.୫ ଫୁଟ୍ x ୦.୫ ଫୁଟ୍ ମାପର ଫଳ ପେଟି । ବଡ଼ ବଡ଼ ଆକାରର ସାରଥଖା । ୧.୫ଫୁଟ୍ x
  • ୧.୫ ଫୁଟ୍ x ୧.୫ ଫୁଟ୍ ଆକାରର ଟମାଟୋ ପେଟି, ବିଭିନ୍ନ ମାପର ସିମେଣ୍ଟ ମୁଣି ।

ମାଟି ପ୍ରସ୍ତୁତି

ବାଲିଆ ଦୋରସା ମାଟି, ତାହାର ଅଧା ପରିମାଣର ଶତ୍ମା ଗୋବର ଖତ କିମ୍ବା କମୋଷ୍ଟ), ଏକ ଚତୁର୍ଥାଂଶ ଜିଆ ଖତ, ଏକ ଚତୁର୍ଥାଂଶ ଶତ୍ମା ପତ୍ର ଗୁଣ୍ଡ, ଏକ ଚତୁର୍ଥାଂଶ ଘସି ପାଉଁଶ ମିଶାଇ ମାଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଆବଶ୍ୟକ ସ୍ଥଳେ କିଛି ପରିମାଣର ନିମ୍ବା ବା କରଞ୍ଜ ପିଡ଼ିଆ ମିଶା ଯାଇପାରେ ।

ପାତ୍ର ପୂରଣ ଓ ଚାରା ଲଗାଇବା

ଯୋଗାଣ କରାଯାଇଥିବା ବିଭିନ୍ନ ପାତ୍ର ମଝିରେ ପ୍ରଥମେ ଦୁଇରୁ ତିନି ଇଞ୍ଚ ବହଳର କାଠଗୁଣ୍ଡ, କରତ କଳ ଗୁଣ୍ଡ, ଶଢ଼ା ବିଲାତି ଦଳ ଦେଲେ ତାହା ଜଳ ଧାରଣାରେ ସାହାଯ୍ୟ କରେ । ତା'ପରେ ପ୍ରସ୍ତୁତ ହୋଇଥିବା ମାଟିର ମିଶ୍ରଣକୁ ନେଇ ଯାତ୍ରର ତିନି-ଚତୁର୍ଥାଂଶ ପୂରଣ କରାଯାଏ । ପ୍ରସ୍ତୁତ ପାତ୍ରରେ ଯନ୍ତ୍ରର ସହ ଯୋଗାଡ଼ କରିଥିବା ଚାରା ରୋପଣ କରାଯାଏ ବା ମଞ୍ଜି ବୁଣାଯାଏ । ପରେ ପରେ ପାଣି ଦିଆଯାଏ ।

ସାର ପ୍ରୟୋଗ ଓ ପୋଚ ପ୍ରସ୍ତୁତି ପ୍ରଣାଳୀ

ଛାତ ଉପର ବଗିଚାରେ ଅତ୍ୟଧକ ମାତ୍ରାର ରାସାୟନିକ ସାର ପ୍ରୟୋଗ କରାଯାଏ ନାହିଁ । ପ୍ରାରମ୍ଭିକ ଅବସ୍ଥାରେ ଗଛର ଅଙ୍ଗୀୟ ବୃଦ୍ଧି ପାଇଁ ୟୁରିଆ ବା ଗ୍ରେନେମାର ବା ଡି.ଏ.ପି. ଆଦି ସାର ଅଳ୍ପ ମାତ୍ରାରେ ଖତ ସହ ମିଶାଇ ପ୍ରୟୋଗ କରାଯାଏ । ପରବର୍ତ୍ତୀ ଅବସ୍ଥାରେ କେବଳ ଗୋବର ଓ ସୋରିଷ ପିଡ଼ିଆର ପୋଚ ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଏ ।

ପୋଚ ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ବଡ଼ ପାତ୍ରରେ ୫ କି.ଗ୍ରା. ତାଜା ଗୋବରକୁ ନେଇ ସେଥରେ ୧-୨ କି.ଗ୍ରା. ସୋରିଷ ପିଡ଼ିଆ କିମ୍ବା ବାଦାମ ପିଡ଼ିଆ ମିଶାଯାଏ ।

ତହିଁରେ ୧୦୦-୧୫୦ ଗ୍ରାମ୍ ୟୁରିଆ ସାର ମିଶାଯାଏ । ଉପରୋକ୍ତ ସବୁ ମିଶି ଯେତିକି ପରିମାଣ ହେଲା, ତା’ର ଦୁଇଗୁଣ ପାଣି ମିଶାଯାଏ । ଶେଷରେ ଯାତ୍ରର ମୁହଁକୁ ଏକ ଧଳା ପଲିଅନ୍‌ରେ ବାନ୍ଧି ଖରାରେ ୩ ସପ୍ତାହ ଶଢ଼ିବାକୁ ଦିଆଯାଏ ।

ଆବଶ୍ୟକ ହେଲେ ମଝିରେ ଥରେ ଦୁଇଥର ଜରି ଖୋଲି ପାଣି ଦିଆଯାଏ । ତିନି ସପ୍ତାହ ପରେ ଉକ୍ତ ପାତ୍ରରେ ୨୫୦ ଗ୍ରାମ୍ ଯେକୌଣସି ଏନ୍.ପି.କେ. ସାର ଓ ୨୫ ଗ୍ରାମ୍, ଅଣୁସାର ମିଶ୍ରଣ ଢାଳି ଭଲ ଭାବରେ ଘାଣ୍ଟି ଓ ଆବଶ୍ୟକ ସ୍ଥଳେ ପାଣି ଦେଇ ଆଉ ଏକ ସପ୍ତାହ ଶଢ଼ାଯାଏ ।

ଚାରି ସପ୍ତାହ ପରେ ପୋଚ ପ୍ରସ୍ତୁତି ହୋଇଗଲେ, ଯେତିକି ପୋଚ ଆଣିବେ ସେଥରେ ତା’ର ୨-୩ ଗୁଣ ପାଣି ମିଶାଇ ପତଳା କରାଯାଏ ଓ ପ୍ରତି ଗଛ ମୂଳରେ ଏକ ସପ୍ତାହ ଅନ୍ତରରେ ନିୟମିତ ପ୍ରୟୋଗ କରାଯାଏ।

ଅନ୍ତଃ ଚାଷ

ପ୍ରତି ସପ୍ତାହ କି ଦୁଇ ସପ୍ତାହ ଅନ୍ତରରେ ଅନାବନା ଘାସ ବାଛି ଦା' କିମ୍ବା ଖୁରୁପି ସାହାଯ୍ୟରେ କୋଡ଼ା ଖୁସା କରାଯାଏ । ସବୁ ଦିନିଆ। ଫଳ କିମ୍ବା ଫୁଲ ଗଛ ମୂଳ ଚାରିପଟ୍ରେ ଧାରୁଆ ଦାଆ ଭଉଁ କରି ତଳ ଉପର କରି ପ୍ରତି ୩ ମାସରେ ଥରେ ଚେର ଛେଦନ କରାଯାଏ । ଛାତ ଉପର ବଗିଚାରେ ଜଳସେଚନ ନିୟମିତ କରାଯାଏ । ବିଶେଷ କରି ଖରାଦିନମାନଙ୍କରେ ଏ ବାବଦରେ ବିଶେଷ ଧ୍ୟାନ ଦେଇ ଦୁଇଥର ଜଳସେଚନ କରାଯାଏ । ପାରିଲେ ଫୁଆରା ବା ସିଞ୍ଚନ ଜଳସେଚନ ର ବ୍ୟବସ୍ଥା କରାଯାଏ ।

ପାତ୍ର ପରିବର୍ତ୍ତନ

ଜରି ମୁଣି ହେଉ ବା କାଠ ପେଟି ହେଉ, ଏସବୁ ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଏ । ନଷ୍ଟ ହୋଇଗଲେ ସେ ସବୁକୁ ଭିଡ଼ି ବାହାର କରି ମାଟି ସହ ଚେର ଛେଦନ କରି ଓ ଭଲ ଖତମାଟି ଦେଇ ନୂଆ ପାତ୍ରରେ ପୁନଃ ରୋପଣ କରିବା ଦରକାର ।

ସଂଗୃହିତ - ଡ. ପରେଶ କୁମାର ପଣ୍ଡା ସହକାରୀ ବିହନ ପ୍ରମାଣନ ଅଧିକାରୀ, ଓସୋପ୍କା, ଭୁବନେଶ୍ଵର,

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top