ହୋମ / କୃଷି / ଉତ୍ତମ ଅଭ୍ୟାସ / ପ୍ରକାର ଭେଦରେ ଧିଙ୍ଗିରି ଛତୁ
ସେଆର କରନ୍ତୁ

ପ୍ରକାର ଭେଦରେ ଧିଙ୍ଗିରି ଛତୁ

ଧିଙ୍ଗିରି ଛତୁ ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ସେହି ସମୟ ଧିଙ୍ଗିରି ଛତୁଚାଷର ।

ଧିଙ୍ଗିରି ଛତୁ ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ସେହି ସମୟ ଧିଙ୍ଗିରି ଛତୁଚାଷର  । ଧିଙ୍ଗିରି ଛତୁର ରଙ୍ଗ, ଆକାର ଓ ବାସ୍ନା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହି ଛତୁ ବ୍ୟବସାୟିକ ଦୃଷ୍ଟିରୁ ଚାଷୀଙ୍କୁ ଭଲ ଲାଭ ଦେଇଥାଏ ।

ଓଡ଼ିଶାର ଜଳବାୟୁକୁ ଆଧାରକରି ମୁଖ୍ୟତଃ ଦୁଇପ୍ରକାରର ଛତୁଚାଷ କରାଯାଇଥାଏ । ଏହି ଦୁଇପ୍ରକାରର ଛତୁ ମଧ୍ୟରୁ ପାଳ ଛତୁଟି ବର୍ଷର ମୁଖ୍ୟତଃ ମାର୍ଚ୍ଚଠାରୁ ଅକ୍ଟୋବର ଯାଏ ଚାଷ ହୋଇଥାଏ । ଅନ୍ୟ ଛତୁଟି ହେଲା ଧିଙ୍ଗିରି ଛତୁ । ଏହା ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏବେ ଧିଙ୍ଗିରି ଛତୁଚାଷର ସମୟ । ଧିଙ୍ଗିରି ଛତୁର ରଙ୍ଗ, ଆକାର ଓ ବାସ୍ନା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହି ଛତୁ ବ୍ୟବସାୟିକ ଦୃଷ୍ଟିରୁ ଚାଷୀକୁ ଭଲ ଲାଭ ଦେଇଥାଏ । କମ୍ ସ୍ଥାନ, କମ୍ କଞ୍ଚାମାଲ୍ ଓ କମ୍ ମୂଳଧନରେ ଏହି ଛତୁଚାଷ କରାଯାଇପାରେ । ଏତଦ୍ ବ୍ୟତୀତ ଏହାର ଜୈବଦକ୍ଷତା ଶତପ୍ରତିଶତ ଅର୍ଥାତ ଯେତିକି ଓଜନର କଞ୍ଚାମାଲ୍। ଏଥୁରେ ପ୍ରୟୋଗ ହୋଇଥାଏ। ସେହି ପରିମାଣର କିମ୍ବା ତାହାଠାରୁ ଅଧୁକ ପରିମାଣର ଛତୁ ଉତ୍ପାଦିତ ହୋଇଥାଏ । ଥରେ ଗୋଟିଏ ବ୍ୟାଗ ତିଆରି କରିଦେଲେ ଏହା ନିୟମିତ ବ୍ୟବଧାନରେ ୨/ ୩ ମାସ ପର୍ଯ୍ୟନ୍ତ ଅମଳ ଦେଇଚାଲେ । ପୃଥିବୀର ବିଭିନ୍ନ ଦେଶରେ ଅନେକ ପ୍ରକାରର ଧିଙ୍ଗିରିଛତୁ ଚାଷ ହେଉଥିଲା ବେଳେ, ଏବେ ଏଠାରେ ଧଙ୍ଗିରି ଛତୁର କେତୋଟି ଲୋକପ୍ରିୟ ପ୍ରଜାତି ସଂପର୍କରେ ସୂଚିତ କରାଯାଉଛି ।

ଏରି

ଏହି ପ୍ରଜାତିର ଛତୁ ଆକାରରେ ପାଳଛତୁ / ଦୁଗ୍ଧ ଛତୁର ଆକାର ସହିତ ସାମଞ୍ଜସ୍ୟ ରଖେ । ମୂଳ ଅଂଶଟି ଦଣ୍ଡାକୃତି ହୋଇଥିବାବେଳେ ଉପର ଅଂଶଟି ସାମାନ୍ୟ ଛତ୍ରାକାର । ଏହା ବୁଦା ବୁଦା ହୋଇ ଫୁଟିଥାଏ । ଏହାର ସମଗ୍ର ଅଂଶଟି ମାଂସାଳ । ଖାଇବା ପାଇଁ ଗୁଚିକର । ଆଚାର ପ୍ରଣାଳୀରେ ଏହା ଏକ ବର୍ଷ ପାଇଁ ସଂରକ୍ଷଣ ହୋଇ ରହିପାରେ । ଏହାର ଜୈବ ଦକ୍ଷତା ଶତ ପ୍ରତିଶତ ଏଥିପାଇଁ  ରୁ  ତାପମାତ୍ରା   ରୁ  ଆର୍ଦ୍ରତା ଦରକାର ପଡ଼ିଥାଏ। ଏହାକୁ ଧିଙ୍ଗିରିଛତୁ ମଧ୍ୟରେ ରାଜା କୁହାଯାଏ ।

ହିପ୍ସିଜାଇଗସ୍

ଏହି ଛତୁଟିର ଅନ୍ୟନାମ ହେଲା ବ୍ଲୁ ଅୟଷ୍ଟର । ଏହା ଏକ ଲୋକପ୍ରିୟ ପ୍ରଜାତି । ଗତ କିଛି ବର୍ଷ ହେବ ଓଡ଼ିଶାର ଛତୁଚାଷୀଙ୍କ ପାଇଁ ଏହି ଛତୁଟି ବରଦାନ ସଦୃଶ ହୋଇଛି । ଏହାର ଜୈବ ଦକ୍ଷତା ଶତ ପ୍ରତିଶତଠାରୁ ଅଧୁକ । ଏହି ପ୍ରଜାତି ଛତୁଟି ଦେଖ୍ବାକୁ ନୀଳରଙ୍ଗର ହୋଇଥିବାରୁ ଏହାକୁ ବ୍ଲୁ ଅୟଷ୍ଟର ନାମରେ ଅଧିକାଂଶ ଚାଷୀ ଜାଣନ୍ତି । ଛତୁଟି ବୁଦା ବୁଦା ହୋଇ ବ୍ୟାଗରେ ଫୁଟିଥାଏ । ପ୍ରଥମେ ଗାଢ଼ କଳାରଙ୍ଗର କଢ଼ ସୃଷ୍ଟି ହୋଇ ଏହା କ୍ରମଶ: ନୀଳରଙ୍ଗର ହୋଇଥାଏ । ଅଧୁକଦିନ ବ୍ୟାଗରେ ରହିଗଲେ ଏହା ମାଟିଆ ରଙ୍ଗର ହୋଇଯାଇଥାଏ । ଏହି ଛତୁଟି ପାଇଁ ୧୫° ରୁ ୨୫° ସେଣ୍ଟିଗ୍ରେଡ଼୍ ତାପମାତ୍ରା ଏବଂ ୮୦% ରୁ ୯୦% ଆର୍ଦ୍ରତା ଆବଶ୍ୟକ ହୋଇଥାଏ । ଯାହାକି ଶୀତ ଋତୁରେ ଓଡ଼ିଶାରେ ମିଳିଥାଏ । ଏବେ ଏହା ଓଡ଼ିଶାର ଛତୁଚାଷୀଙ୍କର ପ୍ରଥମ ପସନ୍ଦର ଛତୁ।

ଫ୍ଲୋରିଡ଼ା

ସଫେଦ୍ ଧଳାରଙ୍ଗ ସହିତ ବ୍ୟାଗରେ ବୁଦା ବୁଦା ହୋଇ ଫୁଟୁଥିବା ଛତୁଟି ହେଉଛି ଫ୍ଲୋରିଡ଼ା ପ୍ରଜାତିର ଧଗିରି ଛତୁ। ଏହା ଦେଖିବାକୁ ଆକର୍ଷଣୀୟ । ଥରେ ବ୍ୟାଗରେ ଏହି ପ୍ରଜାତିର ଫିମ୍ପିଟି ମାଡ଼ିଗଲେ ଏହା ଅମଳଦେବା ନିଶ୍ଚିତ ହୋଇଯାଏ । ଏହାର ଉତ୍ପାଦିକା ଶକ୍ତିଶତ ପ୍ରତିଶତଠାରୁ ଅଧିକ । ଏହା ବ୍ୟାଗରେ କଢ଼ ହୋଇ ଫୁଟିବାର ଦୁଇଦିନ ମଧ୍ୟରେ ତୋଳିବା ଦରକାର । ଅଧିକ ଦିନ ହୋଇଗଲେ ଏହା ସିଝିବା ପାଇଁ ଅଧିକ ସମୟ ନେଇଥାଏ। ଏବଂ ଖାଇବାକୁ ଭଲ ଲାଗେନାହିଁ। ତେଣୁ ଏହାକୁ କଢ଼ ବାହାରିବାର ୨/୩ ଦିନ ମଧ୍ୟରେ ତୋଳି ବଜାରକୁ ପଠାଇବା ଦରକାର । ଏହି ପ୍ରଜାତିଟି ପାଇଁ ୧୫ରୁ ୨୫° ସେଣ୍ଟିଗ୍ରେଟ୍ ଉତ୍ତାପ ସହିତ ୮୦% ରୁ ୯୦% ଆର୍ଦ୍ରତା ଦରକାର ପଡ଼ିଥାଏ ।

ସାଜୋରକାଜୁ

ଶୀତ ଦିନର ପାଳଛତୁ କହି ଏହି ପ୍ରଜାତିର ଧିଙ୍ଗିରି ଛତୁକୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଅନ୍ୟାନ୍ୟ ଧିଙ୍ଗିରି ଛତୁ ଅପେକ୍ଷା ଏହି ପ୍ରଜାତିର ଛତୁଟିର ସ୍ଵାଦ ଗ୍ରାହକଙ୍କର ପ୍ରଥମ ପସନ୍ଦ । ଆକାଶିଆ, ନୀଳରଙ୍ଗର ଏହି ଛତୁଟି ବ୍ୟାଗରେ ଗୋଟି ଗୋଟି ହୋଇ ଫୁଟିଥାଏ । ଏଥିପାଇଁ ବ୍ୟାଗଟିକୁ ସମ୍ପୂର୍ଣ୍ଣ ଖୋଦେଇବାକୁ ପଡ଼ିଥାଏ । ବ୍ୟାଗ୍ ସାରା ଭର୍ତ୍ତି ହୋଇ ଏହି ଛତୁଟି ଫୁଟିଥାଏ । ବଜାରରେ ଗ୍ରାହକଙ୍କର ଚାହିଦା ମୁତାବକ ଏହା ନିୟମିତ ଅମଳ ଦେଇ ନ ଥାଏ । ଏହାର ଜୈବ ଦକ୍ଷତା ଅନ୍ୟ ଧିଙ୍ଗିରି ଛତୁ ଅପେକ୍ଷା କମ୍ ତେଣୁ ଏହା ଚାଷୀକୁ ଅନ୍ୟ ଛତୁ ତୁଳନାରେ ଅଧିକ ଲାଭ ଦେଇପାରେ ନାହିଁ । ଏହା ୧୫° ରୁ ୩୦° ଉତ୍ତାପ ଏବଂ ୮୦% ରୁ ୯୦% ଆର୍ଦ୍ରତାରେ ଅମଳ ଦେଇଥାଏ ।

ଅଷ୍ଟ୍ରିଆଟସ୍

ଆକାରରେ ବଡ଼, ନରମ ଏବଂ ମାଂସଳ ଧିଙ୍ଗିରି ଛତୁ ପ୍ରଜାତିଟିର ନାମ ହେଲା ଅଷ୍ଟ୍ରିଆଟସ୍ । ଏହି ଛତୁଟି ଅଧିକ ନରମ ହୋଇଥିବାରୁ ଠିକ୍ ସମୟରେ ଅମଳନ କଲେ ଏହା ବ୍ୟାଗରୁ ଛିଣ୍ଡିପଡ଼େ । ବୁଦା ବୁଦା ହୋଇ ବ୍ୟାଗରେ ଫୁଟିଥାଏ । ଏହି ଛଦ୍ମରେ ଔଷଧୀୟ ଗୁଣ ଥିବା କାରଣରୁ ଶରୀରରେ ଟୁମର ହେବାକୁ ଦିଏନାହିଁ । ଏହା କ୍ୟାନସର ରୋଗକୁ ପ୍ରତିରୋଧ କରିଥାଏ । ଅନ୍ୟ ଧିଙ୍ଗିରି ଛତୁଭଳି ଏହାର ସ୍ଵାଦ ସାଧାରଣ ଉତ୍ପାଦନ ପାଇଁ ୧୦° ରୁ ୨୦° ସେଣ୍ଟିଗ୍ରେଡ୍ ତାପମାତ୍ରା ସହିତ ୮୦% ରୁ ୯୦% ଆର୍ଦ୍ରତା ଦରକାର ।

ଡି-ଜାମୁର

ଗୋଲାପି ରଙ୍ଗର ଏହି ଧଙ୍ଗିରି ଛତୁଟି ଦେଖିବାକୁ ସୁନ୍ଦର । ଏହି ଛତୁର ଅନ୍ୟଏକ ପ୍ରଜାତି ହେଲା ଇଓସ୍ । ଏହି ଦୁଇଟିଯାକ ପ୍ରଜାତିର ଛତୁସବୁଠାରୁ କମ୍ ଦିନରେ ଅମଳ ଦେଇଥାଏ । ଅର୍ଥାତ୍ ଅନ୍ୟ ଧିଙ୍ଗିରି ଛତୁ ୨୦ ଦିନ ପରେ ଅମଳ ଦେଉଥିବା ବେଳେ ଏହି ଛତୁଟି ପାଳଛତୁର ସମୟସୀମା ଅର୍ଥାତ୍ ୧୨/୧୫ ମଧ୍ୟରେ ଅମଳ ଦେଇଥାଏ । ଏହି ପ୍ରଜାତିଟି ଗୋଲାପି ରଙ୍ଗର ହୋଇ କଢ଼ ବାହାରିଥାଏ । କ୍ରମଶଃ ଏହା ବଡ଼ ହୋଇ କସରା ରଙ୍ଗର ହୋଇଥାଏ । ଗୋଲାପି ରଙ୍ଗ ଅବା ସମୟରେ ଏହା ଖାଇବାକୁ ସୁସ୍ୱାଦୁ ଲାଗେ କିନ୍ତୁ କସରା ରଙ୍ଗ ହୋଇଗଲେ ଏହା ଦାନ୍ତରେ ଛିଣ୍ଡିବା କଷ୍ଟକର । ତେଣୁ ଏହାକୁ ଗୋଲାପି ରଙ୍ଗ ଥିବା ସମୟରେ ତୋଳି ବିକ୍ରୟ କରିବା ଆବଶ୍ୟକ । ଏହା ୧୫° ରୁ ୩୦° ସେଣ୍ଟିଗ୍ରେଡ୍ ଉତ୍ତାପ ଏବଂ ୮୦% ରୁ ୯୦% ଆର୍ଦ୍ରତା ଦରକାର କରିଥାଏ । ଏହାର ଜୈବ ଦକ୍ଷତା ୫୦ରୁ ୬୦ ପ୍ରତିଶତ ।

ସିଟ୍ରିନୋପିଲେଟସ୍

ହଳଦୀ ରଙ୍ଗର ଏହି ଛତୁଟି ରଙ୍ଗ ଦୃଷ୍ଟିରୁ ଧିଙ୍ଗିରି ଛତୁ ମଧ୍ୟରେ ଏକ ଅନ୍ୟତମ ଆକର୍ଷଣୀୟ ଛତୁ । ଏହାର ଅନ୍ୟନାମ ସୁନେଲି ଛତୁ । ବ୍ୟାଗରେ ଘଞ୍ଚ ହୋଇ ଫୁଟୁଥିବା ଏହି ଛତୁଟି । ଛତୁ ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ଏହା ଖାଇବାପାଇଁ ବେଶ୍ ରୁଚିକର । ଏହି ପ୍ରଜାତିଟି କମ୍ ଥଣ୍ଡାରେ ଅମଳ ଦିଏନାହିଁ। ଏହା ପାଇଁ ୧୦/୧୫° ସେଣ୍ଟିଗ୍ରେଡ଼୍ ତାପମାତ୍ରା ସାଙ୍ଗକୁ ୮୦% — ୯୦% ଆର୍ଦ୍ରତା ଦରକାର ପଡ଼ିଥାଏ । ଏହାର ଜୈବ ଦକ୍ଷତା ୫୦ ରୁ ୬୦ ପ୍ରତିଶତ। ଏହା ବ୍ୟତିରେକ ଅନେକ ପ୍ରଜାତିର ଧିଙ୍ଗିରି ଛତୁ ପୃଥିବୀର ବିଭିନ୍ନ ଦେଶରେ ଚାଷ କରାଯାଇଥାଏ ।

ସଂଗୃହିତ - ସନ୍ତୋଷ କୁମାର ମିଶ୍ର, କଳିଙ୍ଗ ଛତୁ ଫାର୍ମ, ଦାଣ୍ଡମୁକୁନ୍ଦପୁର, ପିପିଲି, ପୁରୀ,

2.88235294118
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top