অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫଳଚାଷ ଲାଗି ବଗିଚା ପ୍ରସ୍ତୁତି

ଉପକ୍ରମ

ଫଳ ବଗିଚା ବର୍ଷେ ବା ୨ବର୍ଷର ଯୋଜନା ନୁହେଁ । ଏଥିପାଇଁ ଦୀର୍ଘକାଳୀନ ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରାଯାଇପାରେ । ଚାଷୀର ମାନସିକ ପ୍ରସ୍ତୁତି ଓ ଆର୍ଥିକ ସ୍ୱାବଲମ୍ବନଶୀଳତା ଥିବା ଜରୁରୀ । ଏକରୁ ଦୁଇ ଦଶନ୍ଧି ପରେ ବଗିଚାର ସ୍ଥିତି ବିଷୟରେ ଧାରଣା ରଖିବା ପ୍ରୟୋଜନ । ବଗିଚା ମଧ୍ୟରେ ପାରିନାଳ, ଯାତାୟାତ ପାଇଁ ରାସ୍ତା, ଘର,ପ୍ରବେଶପଥ,ଗୋଦାମ ଗୃହ ଆଦିର ବ୍ୟବସ୍ଥା ରଖିବା ଆବଶ୍ୟକ । ଗଛ ଲଗାଇବା ପୂର୍ବରୁ କଞ୍ଚା ଓ କଣ୍ଟାବାଡ ସହ ନିୟମିତ ବାଡର ବ୍ୟବସ୍ଥା କରିବା ଜରୁରୀ । ବଗିଚାର ମାଟି ଉର୍ବରିଆ , ନିଗିଡା ହୋଇଥିବା ଦରକାର ।ମାଟି ପରୀକ୍ଷା କରିବା ଆବଶ୍ୟକ । ଜମି ଘାସ ମୁକ୍ତ ହେଲେ ଭଲ ।

ଜଙ୍ଗଲି ବୁଦାକୁ ସଫା

ଜଙ୍ଗଲି ବୁଦାକୁ ସଫା କରିବା ଜରୁରୀ । ଚାଷ ପୂର୍ବରୁ ସମୁଦାୟ ଘାସ ନିୟନ୍ତ୍ରଣ କରିବାକୁ ଗ୍ଲାଇଫୋସେଟ ,ଗ୍ରାମକ୍ସୋନ ବା ନୋୱିଡ ୩ରୁ ୪ମିଲି ଲିଟର ପ୍ରତି ମିଶାଇ ଭଲ ଭାବେ ସିଞ୍ଚନ କରନ୍ତୁ । ସିଞ୍ଚନର ୩ରୁ ୪ଦିନ ମଧ୍ୟରେ ଘାସ  ହଳଦିଆ ପଡି ମରିବାକୁ ଆରମ୍ଭ କରେ ।

ଜଳସେଚନ

ଆବଶ୍ୟକସ୍ଥଳେ ସିଞ୍ଚନ ବା ବୁନ୍ଦା ଜଳସେଚନର ବ୍ୟବସ୍ଥା କରିବା ଆବଶ୍ୟକ । ବଗିଚା ମଧ୍ୟରେ ଚୁଆ ବା ଗଡିଆ ରହିଲେ ଭଲ । ସଙ୍କଟ କାଳ ସମୟରେ ଜଳସେଚନ ସହ ମାଛ ଉତ୍ପାଦାନ ଓ ବତକ ଚାଷରୁ କିଛି ରୋଜଗାର ହୋଇଥାଏ । ବଗିଚା ଫାଙ୍କା ଜାଗାରେ ଥିଲେ କଦଳୀ ଓ ଅମୃତଭଣ୍ଡା ପରି ଫଳଗଛ ଲାଗି ପବନ ନିରୋଧକ ଗଛ ଯଥା ଦେବଦାରୁ,ୟୂକାଲିପଟାସ , ଝାଉଁ ,ଆକାଶିଆ,ଅଷ୍ଟ୍ରେଲିଆ ଶାଗୁଆନ ଇତ୍ୟାଦି ଗଛକୁ ପାଖାପାଖି ଲଗାଯାଇ ପାରିବ । ବର୍ଗାକାର ବା ଆୟତାକାର ପ୍ରଣାଳୀରେ ଫଳଗଛ ଲଗାଇଲେ ଭଲ ।

ଫଳଗଛ ଲଗାଇବା ପାଇଁ

ଫଳଗଛ ଲଗାଇବା ପୂର୍ବରୁ ଖରାଦିନେ ୫୦ସେମିରୁ ୧ମିଟର ବିଶିଷ୍ଟ ଲମ୍ବ, ଓସାର ଓ ଗଭୀର ଗାତ ଖୋଳାଯାଏ । ଗାତ ଖୋଳିବାର ଦୁଇ ସପ୍ତାହ ପରେ ଗାତରେ ଅନାବନା ଗଛ ଶୁଖିଲା ଡାଳ ପକାଇ ପୋତି ଦିଆଯାଏ । ସ୍ଵିକୃତିପ୍ରାପ୍ତ ସଂସ୍ଥାଠାରୁ ସୁସ୍ଥ ,ସବଳ ଚାରା ଗଛ କିଣିବା ଆବଶ୍ୟକ । ଖୋଳା ଯାଇଥିବା ଗାତରେ ହାଡଗୁଣ୍ଡ ବା ଫସଫରସ ସାର ,ନିମ୍ବ କରଞ୍ଜ ପିଡିଆ ଓ ଶଢା ଖତ ସହ ଉପର ଅଧା ମାଟିକୁ ମିଶାଇ ଗାତରେ ଭରାଯାଏ । ଉଇର ଆଶଙ୍କା ଥିଲେ ଆଲଡ୍ରିନ ବା କ୍ଳୋରୋପାଇରିଫସ ବା ମିଥାଇଲ ପାରାଥିଆନ ଗୁଣ୍ଡ ଗାତ ପ୍ରତି ୫୦ ଗ୍ରାମ ପ୍ରୟୋଗ କରାଯାଏ । କୁଣ୍ଡ ବା ପଲିଥିନରୁ ଆସ୍ତେ ଆସ୍ତେ ଚାରା ଗଛକୁ ଯତ୍ନର ସହ କାଢି ନେବା ଉଚିତ , ଯେପରି ଗଛ ମାଟି ପିଣ୍ଡୁଳା ଭାଙ୍ଗି ନଯାଏ । ପଲିଥିନକୁ ବ୍ଲେଡରେ କାଟି ବାହାର କରିଦେବା ଆବଶ୍ୟକ । ଗଛକୁ ନରମ ଓ ଗୁଣ୍ଡ ମାଟି ସହ ନେଇ ଧୀରେ ଧୀରେ ଚାରା ମାଟି ପତ୍ତନ ଓ ଗାତର ମାଟି ପତ୍ତନକୁ ସମାନ ରଖି ପୋତନ୍ତୁ । ତାପରେ ମୂଳକୁ ହାତରେ ଅଳ୍ପ ଚପାନ୍ତୁ । ଗଛକୁ ସିଧା ଭାବେ ଲଗାଯାଇ ପାରିବ । କଲମୀ ଗଛର କଲମୀ ତଳୁ ବାହାରୁଥିବା ଶାଖାକୁ ନଷ୍ଟ କରିଦିଅନ୍ତୁ ।

ଆଧାର :  ସମାଜ  ଖବର  କାଗଜ

Last Modified : 4/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate