ହୋମ / କୃଷି / ଉତ୍ତମ ଅଭ୍ୟାସ / ଫସଲ ଉତ୍ପାଦନ (ନିରୁତା ଏବଂ ମିଶ୍ରିତ ଫସଲ ଚାଷ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ନିରୁତା ଏବଂ ମିଶ୍ରିତ ଫସଲ ଚାଷ)

ନିରୁତା ଏବଂ ମିଶ୍ରିତ ଫସଲ ଚାଷ ବିଧି ସମ୍ବନ୍ଧରେ ସୂଚନା ।

ନିରୁତା  ଫସଲ  ଚାଷ

ଏକ  ସମୟରେ  ଜମିର  ଯେକୌଣସି  ଗୋଟିଏ  ଫସଲକୁ   ଅନୁକୂଳତମ   ବ୍ୟବଧାନରେ   ଲଗାଯାଏ  ।

ମିଶ୍ରିତ ଫସଲ ଚାଷ

ଦୁଇ  ବା  ତହିଁରୁ   ଅଧିକ  ଫସଲକୁ   ଗୋଟିଏ   ଜମିରେ  ଏକ   ସମୟରେ   ମିଶାମିଶି  ଚାଷ  କରିବାକୁ  ମିଶ୍ରିତ   ଫସଲ  ଚାଷ  କୁହାଯାଏ   । ଏହି  ପଦ୍ଧତିରେ   ଫସଲଗୁଡିକୁ  ବିକଳ୍ପ   ଧାଡିରେ  ଲଗାଯାଏ  ନାହିଁ କିମ୍ବା  ଜମିର   କୌଣସି  ଅଂଶରେ   ଫସଲ  ଗୁଡିକର  ଏକତ୍ଵ   ରକ୍ଷା   କରାଯାଏ  ନାହିଁ   । ବୁଣିବା  ପୂର୍ବରୁ  ଫସଲର  ମଞ୍ଜିକୁ  ମିଶାଇ  ଛଟା  ବୁଣା  କରାଯାଇପାରେ   ବା  ଧାଡିରେ   ବୁଣାଯାଇପାରେ  ଅଥବା   ଗୋଟିଏ  ଫସଲକୁ   ବୁଣି  ସାରିବା   ପରେ  ଆଉ   ଗୋଟିଏ   ଫସଲକୁ  ବୁଣାଯାଇପାରେ   । ଫସଲଗୁଡିକର   ବୁଣିବା  ସମୟ   ପ୍ରାୟ   ସମାନ   ହୋଇଥାଏ  କିନ୍ତୁ   ଅମଳ   ସମୟ  ସମାନ   କିମ୍ବା  ପୃଥକ୍  ହୁଏ   । ଗହମ + ବୁଟ   ମିଶ୍ରିତ   ଫସଲ  ଚାଷରେ  ଉଭୟ  ଫସଲର  ଅମଳ  ସମୟ   ସମାନ   ଅଟେ  । କିନ୍ତୁ  ହରଡ + ଧାନ  ମିଶ୍ରିତ   ଫସଲ  ଚାଷରେ  ଉଭୟ   ଫସଲର  ଅମଳ   ସମୟ  ପୃଥକ୍  ଅଟେ  । ବନ୍ୟା, ମରୁଡି,  ତୁଷାରପାତ  ଆଦି  ପ୍ରାକୃତିକ  ବିପତ୍ତି  ପଡୁଥିବା   ଅଞ୍ଚଳରେ  ଏବଂ  ଜୀବନଧାରଣ  କୃଷିରେ   ପରିବାରର  ଶସ୍ୟ , ଡାଲି, ପନିପରିବା  ଆବଶ୍ୟକତା   ପୂରଣ  କରିବା   ପାଇଁ  ସାଧାରଣତଃ  ମିଶ୍ରିତ  ଫସଲ   ଚାଷ  ଅନୁସୃତ   ହୁଏ   ।

ମିଶ୍ରିତ ଫସଲ ଚାଷ ବିଧି

  1. ଛୁଇଁ   ଜାତୀୟ  ଫସଲ  ସହିତ  ଅଣଛୁଇଁ  ଜାତୀୟ   ଫସଲ  ମିଶାଇ  ଚାଷ  କରିବା  ଉଚିତ୍ , ଯଥା : ହରଡ + ଧାନ, କପା +ମୁଗ,  ଗହମ + ବୁଟ  ।
  2. ଡେଙ୍ଗା  ଫସଲ  ସହିତ  ଗେଡା  ଫସଲ  ମିଶାଇ  ଚାଷ  କରିବା  ଉଚିତ, ଯଥା : ହରଡ + ଧାନ, ମକା + ବରଗୁଡି  ।
  3. ପ୍ରଧାନ  ମୂଳ  ଫସଲ  ସହିତ  ଗୁଚ୍ଛ – ମୂଳ   ଫସଲ  ମିଶାଇ   ଚାଷ   କରିବା  ଉଚିତ , ଯଥା : ହରଡ + ଧାନ , ମକା+ ବରଗୁଡି   ।
  4. ଠିଆରେ  ବଢୁଥିବା  ଫସଲ  ସହିତ  ଝଙ୍କାଳିଆ  ଫସଲକୁ  ମିଶାଇ  ଚାଷ   କରିବା  ଉଚିତ୍  । କୋଳଥ,  ସୋରିଷ  ।
  5. ସମାନ   ପ୍ରକାର  ଅନିଷ୍ଟକାରୀ  କୀଟ  ଓ  ରୋଗ  ସୃଷ୍ଟିକାରୀ  ଜୀବ  ଦ୍ଵାରା   ଆକ୍ରାନ୍ତ  ହେଉଥିବା   ଫସଲକୁ   ଏକତ୍ର   ଚାଷ   କରିବା  ଅନୁଚିତ   ।
  6. ଅଧିକ   ବ୍ୟବଧାନ ଓ  କାମ   ବ୍ୟବଧାନ  ଆବଶ୍ୟକ   କରୁଥିବା   ଫସଲକୁ  ଏକତ୍ର   ଚାଷ   କରିବା  ଉଚିତ  ।
  7. ଛାୟା   ପ୍ରଦାନ  କରୁଥିବା  ଓ  ଛାୟା  ଆବଶ୍ୟକ  କରୁଥିବା   ଫସଲକୁ   ଏକତ୍ର  ଚାଷ  କରିବା   ଉଚିତ   ।
  8. ଅଧିକ  ଦିନରେ  ଏବଂ  କମ   ଦିନରେ   ଅମଳ  ହେଉଥିବା  ଫସଲକୁ  ମିଶାଇ   ଚାଷ  କରିବା  ଉଚିତ   ।

ମିଶ୍ରିତ ଚାଷ ଫସଲର ଚାଷର ଉପକାର

  1. ପ୍ରତିକୂଳ  ପାଖରେ   ସବୁ   ଫସଲ   ଏକାଭଳି  କ୍ଷତିଗ୍ରସ୍ତ  ହୁଏ  ନାହିଁ   ।  ତୁଷାରପାତ   ହେଲେ  ଛୁରୀ  ଜାତୀୟ  ଫସଲ, ବନ୍ୟା   ହେଲେ   ଦ୍ଵିବୀଜ  ପତ୍ରୀ   ଫସଲ  ଏବଂ  ମରୁଡି  ପଡିଲେ   ଏକବୀଜ  ପତ୍ରୀ  ଫସଲ   ଅଧିକ  ନଷ୍ଟ   ହୁଏ   । ଏଣୁ   ମିଶ୍ରିତ   ଫସଲ  ଚାପ ଦ୍ଵାରା   ସମ୍ପୂର୍ଣ୍ଣ  କ୍ଷତିରୁ   ରକ୍ଷା  ମିଳେ   ।
  2. କୌଣସି  ଅନିଷ୍ଟକାରୀ   କୀଟ  କିମ୍ବା  ରୋଗ   ବ୍ୟାପିଗଲେ   ସବୁ   ପ୍ରକାର  ଫସଲ  ଏକ  ସମୟରେ  ନଷ୍ଟ  ହୁଏ  ନାହିଁ   ।
  3. ବିଭିନ୍ନ  ଫସଲ   ମିଶାଇ   ଚାଷ  କରିବା ଦ୍ଵାରା  ପରିବାରର   ଶସ୍ୟ , ଡାଲି  ଓ  ତୈଳ  ଆବଶ୍ୟକତା  ପୂରଣ   କରିହୁଏ   ।
  4. ମିଶ୍ରିତ  ଫସଲ  ଚାଷ  ଦ୍ଵାରା   ମୃତ୍ତିକାକ୍ଷୟ  ଏବଂ   ତୃଣକ   ବୃଦ୍ଧି   କମ୍ ହୁଏ   ।
  5. ମୃତ୍ତିକା   ଉତ୍ପାଦକତା  ବୃଦ୍ଧିପାଏ  କିମ୍ବା  ସୁରକ୍ଷିତ   ରହେ   ।
  6. ବର୍ଷସାରା   ପରିବାରକୁ  ଏବଂ   ଗୃହପାଳିତ   ପଶୁଙ୍କୁ   କାମ  ମିଳେ   ।
  7. ଜମି, ଶ୍ରମ,  ଖତସାର, ଜଳ   ଆଦି   ଚାଷ  ଉପକରଣ   ସର୍ବାଧିକ  ବିନିଯୋଗ   ହୁଏ   ।
  8. ମିଶ୍ରିତ  ଫସଲ   ଗୁଡିକରୁ  ସାଧାରଣତଃ   ନିରୁତା   ଫସଲ  ଅପେକ୍ଷା  ଅଧିକ  ଆଦାୟ   ମିଳେ   ।

ମିଶ୍ରିତ  ଫସଲ   ଚାଷର   ଅପକାର

  1. କମ୍  ସମୟ   ଆବଶ୍ୟକ   କରୁଥିବା   କୃଷି   ଯନ୍ତ୍ରପାତି   ବ୍ୟବହାର  କରିହୁଏ   ନାହିଁ   ।
  2. କେତେକ  ଫସଲର  ଅନିଷ୍ଟକାରୀ  କୀଟକୁ   ନିୟନ୍ତ୍ରଣ   କରିବା  ପାଇଁ   ମୃତ୍ତିକାକୁ  ଖୁସାଇବା   ଏବଂ  ସଫା   ରଖିବା   ଆବଶ୍ୟକ   ହୁଏ   । କିନ୍ତୁ  ମିଶ୍ରିତ   ଚାଷରେ   ଏହା   ସମ୍ଭବ   ହୁଏ   ନାହିଁ   ।
  3. ଜଳସେଚନ   ସୁବିଧା  ନଥିବା   ଜମିରେ  ଫସଲ  ଅମଳ   ପରେ  ପରେ   ଜମିକୁ   ଚାଷ  କରିଦେବା   ଉଚିତ   । କିନ୍ତୁ   ମିଶ୍ରିତ   ଫସଲ  ଚାଷ   କରିବା  ଦ୍ଵାରା  ଏ  ପଦକ୍ଷେପ   ନେବା  ସମ୍ଭବ   ହୁଏ  ନାହିଁ   ।
  4. ଆଗେ   ପାଚୁଥିବା  ଫସଲ  କାଟିବାବେଳେ  ବା  ଉପାଡିବାବେଳେ  ପଛେ  ପାଚୁଥିବା  ଫସଲ   କେତେକାଂଶରେ   କ୍ଷତିଗ୍ରସ୍ତ   ହୁଏ   ।

ମିଶ୍ରିତ   ଫସଲ  ଏକ  ପୁରୁଣାକାଳିଆ  ଚାଷ   ପଦ୍ଧତି  । ଏବେ  ତା   ବଦଳରେ   ଅନ୍ତଃ   ଫସଲ  ଚାଷ  କରିବା  ଉପରେ   ଗୁରୁତ୍ଵ   ଦିଆଯାଉଛି   । ଅନ୍ତଃ  ଫସଲ  ଚାଷରୁ  ମିଶ୍ରିତ  ଫସଲ  ଚାଷର   ଉପକାର  ମିଳେ, ନିରୁତା  ଫସଲଠାରୁ  ଅଧିକ   ଆଦାୟ   ମିଳେ  ଏବଂ   ଅନ୍ତଃ   ଫସଲ  ଦ୍ଵାରା   ମିଶ୍ରିତ  ଫସଲ   ଚାଷର  ଅପକାରକୁ  ଦୂର   କରି   ହୁଏ    ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

2.92
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top