ଫସଲ ଉତ୍ପାଦନ (ଫସଲ ଚାଷ ପଦ୍ଧତି)
ଫସଲ ଶ୍ରେଣୀ ବିଭାଗ
ଚାଷର ବ୍ୟାପକତା ଦୃଷ୍ଟିରୁ ତିନୋଟି ମୁଖ୍ୟ ଶ୍ରେଣୀ ହେଲା ।
- ବାଡିବଗିଚା ଫସଲ
ଏହି ଫସଲଗୁଡିକୁ ଅଳ୍ପ ଜମିରେ ବାଡିବଗିଚା ପାକଶାଳା ବଗିଚା ଏବଂ ଫୁଲ ବଗିଚାରେ ଚାଷ କରାଯାଏ । ଯଥା – ପିଆଜ, ବାଇଗଣ
- ସ୍ଥାୟୀ ବଗିଚା ଫସଲ
ଅପେକ୍ଷାକୃତ ବିସ୍ତ୍ରୁତ ଅଞ୍ଚଳରେ ଲଗାଯାଉଥିବା ଫସଲକୁ ରୋପଣ ଫସଲ କୁହାଯାଏ ଏ ସବୁ ଫସଲ ସ୍ଥାୟୀ । ଥରେ ଲଗାଇଲେ ଅନେକ ଦିନ ପର୍ଯ୍ୟନ୍ତ ଅମଳ ମିଳେ ଏବଂ ପ୍ରତି ଅମଳ ପରେ ପୁନଃ ରୋପଣ କରିବାକୁ ପଡେନାହିଁ ।ଚା, କଫି, କୋକୋ ଏହି ଶ୍ରେଣୀର ଫସଲ ।
- ବିଲ ଫସଲ
ଏସବୁ ଫସଲ ଋତୁକାଳୀନ ଏବଂ ବ୍ୟାପକ ଅଞ୍ଚଳରେ ଚାଷ କରାଯାଏ ଯଥା – ଧାନ, ଗହମ, କପା ।
ଉଦ୍ଭିଦ ବିଦ୍ୟା ଭିତ୍ତିରେ ଶ୍ରେଣୀ ବିଭାଗ
- ପୋଏସି କିମ୍ବା ଘାସ ବଂଶ – ଧାନ, ଗହମ, ମକା, ବାର୍ଲି, ଓଟ, ନେପିଅର ଘାସ, ପାରା ଘାସ ।
- ପାପିଲିଓନେସି ବା ମଟର ବଂଶ – ମୁଗ , ବିରି, ବରଗୁଡି, ଚିନାବାଦାମ, ବରସିମ୍ , ରତି ।
- କ୍ରୁସିଫେରି ବା ସୋରିଷ ବଂଶ - ସୋରିଷ, ମୂଳା, ବନ୍ଧାକୋବି , ଫୁଲକୋବି ।
- କୁକୁଡ଼ା ବିଟେସ ବା ବୋଇତାଳୁ ବଂଶ - ଲାଉ, କଖାରୁ , ଜହ୍ନି ।
- ମାଲଭେସି ବା କପା ବଂଶ - କପା, ଭେଣ୍ଡି ।
- ସୋଲାନେସି ବା ବାଇଗଣ ବଂଶ – ଆଳୁ, ବିଲାତି ବାଇଗଣ, ଧୂଆଁପତ୍ର , ଲଙ୍କାମରିଚ, ବାଇଗଣ ।
- ଟିଲଏସି ବା ନଳିତା ବଂଶ - ନଳିତା ।
- ଆସ୍ଟେରେସି ବା ସୂର୍ଯ୍ୟମୁଖୀ ବଂଶ - ସୂର୍ଯ୍ୟମୁଖୀ, କୁସୁମୀ, ଅଳସି ।
- ଚେନୋପୋଡିଏସି ବା ପାଳଙ୍ଗ ବଂଶ – ପାଳଙ୍ଗ, ବିଟ୍, ସୁଗାର ବିଟ୍ ।
- ପେଡାଲିଏସି ବା ରାଶି ବଂଶ – ରାଶି
- ଇଉଫରବିଏସି ବା ଜଡା ବଂଶ - ଜଡା
- କନ୍ ରୋଲଭୁଲେସି ବା କନ୍ଦମୂଳ ବଂଶ – କନ୍ଦମୂଳ
- ଅମ୍ବେଲି ଫେରି ବା ଧନିଆ - ଧନିଆ, ଜିରା, ପାନରା ।
- ଲିଲିଏସି ବା ପିଆଜ ବଂଶ - ପିଆଜ, ରସୁଣ ।
- ଜିଞ୍ଜିବରେସି ବା ଅଦାବଂଶ – ଅଦା, ହଳଦୀ ।
ବ୍ୟବସାୟିକ ଶ୍ରେଣୀ
- ଖାଦ୍ୟ ଫସଲ - ଧାନ, ଗହମ, ମୁଗ, ବିରି, ଚିନାବାଦାମ ।
- ଗୋଖାଦ୍ୟ ଫସଲ – ମକା, ଜୁଆର, ଓଟ୍ , ନେସିଅଇ, ଷ୍ଟାଇଲୋ, ବରସିମ ।
- ଶିଳ୍ପ ବା ବ୍ୟବସାୟିକ ଫସଲ - କପା, ନଳିତା, ଆଖୁ, ଧୂଆଁପତ୍ର ।
- ଖାଦ୍ୟ ସହାୟକ ଫସଲ – ହଳଦୀ, ଜିରା, ରସୁଣ ।
ବ୍ୟବହାର ଭିତ୍ତିରେ ଶ୍ରେଣୀ ବିଭାଗ
- ମୁଖ୍ୟ ଶସ୍ୟ ଜାତୀୟ ଫସଲ – ଧାନ, ଗହମ, ମକା, ବାର୍ଲି , ଜୁଆର ।
- କ୍ଷୁଦ୍ରଶସ୍ୟ ଜାତୀୟ ଫସଲ – ବାଜରା ମାଣ୍ଡିଆ ସୁଆଁ, ଚିନା, କାଙ୍କୁ ।
- ତୈଳବୀଜ ଫସଲ ଚିନାବାଦାମ ସୋରିଷ , ରାଶି, ଜଡା, ପେଶୀ ।
- ଡାଲିଜାତୀୟ ଫସଲ – ମୁଗ, ବିରି, ବୁଟ, ମଟର, ହରଡ ।
- ଗୋ – ଖାଦ୍ୟ ଫସଲ – ମକା, ଜୁଆର, ଷ୍ଟାଇଲୋ, ଟିଓସିଣ୍ଟେ , ପାରା ଘାସ, ଗିନି ଘାସ, ନେପିଲର ଘାସ ।
- ତନ୍ତୁପ୍ରଦ ଫସଲ – କପା, ନଳିତା, ମେସ୍ତା, ଛଣପଟ, ବାରମାସି ।
- ଚିନି ଓ ସ୍ଵେତସାରପ୍ରଦ ଫସଲ – ଆଖୁ, ଆଳୁ, କନ୍ଦମୂଳ ସୁଗାରବିଟ୍ ।
- ମସଲା ଜାତୀୟ ଫସଲ – ଅଦା, ହଳଦୀ, ପିଆଜ, ରସୁଣ, ଲଙ୍କା, ଜିରା, ମେଥି ଧନିଆ ।
- ମାନକ ଫସଲ ଧୂଆଁପତ୍ର , ଗଞ୍ଜେଇ ।
- ପାରିବା ଫସଲ – ବାଇଗଣ, ଭେଣ୍ଡି କଲରା ।
- ଔଷଧ ଫସଲ – ଧୂଆଁପତ୍ର ପୋଦିନା ।
ଚାଷ ଋତୁଭିତ୍ତିରେ ଶ୍ରେଣୀ ବିଭାଗ
- ବର୍ଷାକାଳୀନ ବା ଖରିଫ ଫସଲ – ଜୁନ – ଜୁଲାଇରୁ ସେପ୍ଟେମ୍ବର – ଅକ୍ଟୋବର ମାସରେ ଏହି ଫସଲଗୁଡିକ ଚାଷ କରାଯାଏ । ବଢିବା ବେଳେ ଉଷ୍ମ – ଆର୍ଦ୍ର ପାଗ ଏବଂ ଫୁଲ ଧରିବା ପାଇଁ କ୍ଷୁଦ୍ର ଦିବାଲୋକ ଆବଶ୍ୟକ ହୁଏ । ଉଦାହରଣ ସ୍ୱରୂପ ଶାରଦ ଧାନ, ନଳିତା, ମେସ୍ତା ଜୁଆର, ହରଡ ହଳଦୀ ।
- ଶୀତକାଳୀନ ବା ରବି ଫସଲ - ଅକ୍ଟୋବର ନଭେମ୍ବର ମାସରୁ ଜାନୁୟାରୀ – ଫେବୃୟାରୀ ମାସ ମଧ୍ୟରେ ଏହି ଫସଲ ଚାଷ କରାଯାଏ । ଯଥା - ଗହମ, ଓଟ, ବାର୍ଲି, ସୋରିଷ , ଆଳୁ, ବୁଟ, ମଟର, ପେଶୀ ବନ୍ଧାକୋବି, ଫୁଲକୋବି । ବଢିବା ବେଳେ ଥଣ୍ଡା ଓ ଶୁଷ୍କ ପାଗ ଏବଂ ଫୁଲ ଫୁଟିବା ପାଇଁ କ୍ଷୁଦ୍ର ଦିବାଲୋକ ଏସବୁ ଫସଲ ଆବଶ୍ୟକ କରନ୍ତି ।
- ଖରାଟିଆ ଫସଲ ଫେବୃୟାରୀ – ମାର୍ଚ୍ଚରୁ ମେ – ଜୁନ୍ ମାସ ମଧ୍ୟରେ ଚାଷ କରାଯାଏ । ଯଥା – ମୁଗ, ବିରି, ରାଶି, ବରଗୁଡି । ବଢିବାବେଳେ ଉଷ୍ମ ଓ ଶୁଷ୍କପାଗ ଏବଂ ଫୁଲ ଧରିବା ପାଇଁ ଦୀର୍ଘ ଦିବାଲୋକ ଏସବୁ ଫସଲ ଆବଶ୍ୟକ କରନ୍ତି । ମକା, ଚିନାବାଦାମ ମାଣ୍ଡିଆ , ରାଶି, ପିଆଜ ପ୍ରଭୃତି ଫସଲର ଭିନ୍ନ ଭିନ୍ନ କିସମ ଋତୁରେ ଚାଷ କରାଯାଇପାରେ ।
ବିକାଶ ଭିତ୍ତିରେ ଶ୍ରେଣୀ ବିଭାଗ
- ଏକବର୍ଷୀ ଫସଲ – ଏହି ଫସଲଗୁଡିକ ଗୋଟିଏ ଋତୁ ବା ଗୋଟିଏ ବର୍ଷ ଭିତରେ ଜୀବନ ଚକ୍ର ଶେଷ କରନ୍ତି । ଯଥା – ଧାନ, ଗହମ, ମକା, ମୁଗ ବିରି , ସୋରିଷ ।
- ଦ୍ଵିବର୍ଷୀ ଫସଲ – ଏହି ଫସଲ ଗୁଡିକ ଲାଗ ଲାଗ ଦୁଇ ବର୍ଷରେ ଜୀବନ ଚକ୍ର ଶେଷ କରନ୍ତି । ପ୍ରଥମ ବର୍ଷ ଅଙ୍ଗୀୟ ବୃଦ୍ଧି ଘଟେ ଏବଂ ଦ୍ଵିତୀୟ ବର୍ଷ ଫୁଲ ଫଳ ଧରି ଗଛ ମରିଯାଏ । ଯଥା – ମୂଳା , ବନ୍ଧାକୋବି, ଗାଜର ସୁଗାରବିଟ୍ ।
- ବହୁବର୍ଷୀ ଫସଲ – ଏହି ଫସଲଗୁଡିକ ତିନି ବା ତହିଁରୁ ଅଧିକ ବର୍ଷ ବଞ୍ଚନ୍ତି ।ସେମାନଙ୍କର ବଂଶ ବିସ୍ତାର ମଞ୍ଜିରୁ ବା ଅଙ୍ଗଦ ପ୍ରଣାଳୀରେ ହୁଏ । ଆଖୁ, ଅଦା, ନେପିଅର ଘାସ, କନ୍ଦମୂଳ ।
ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ବା ସ୍ଵତନ୍ତ୍ର ଆବଶ୍ୟକତା ପୂରଣପାଇଁ କେତେକ ବିଶେଷ ଉପଯୋଗୀ ଯଥା :
- ମଧ୍ୟବର୍ତ୍ତୀ/ଜରୁରୀ/ ଆକସ୍ମିକ ଫସଲ ପ୍ରଧାନ ଫସଲ ନଷ୍ଟ ହୋଇଗଲେ ଚାଷ ଋତୁରେ ଅବଶିଷ୍ଟ ସମୟ ବିନିଯୋଗ କରିବାପାଇଁ, ତିରୋଟ ସମୟରେ ଗୋଖାଦ୍ୟ, ଯୋଗାଇବାପାଇଁ ତୃଣକ ରୋକିବା ପାଇଁ , ମୃତ୍ତିକା ସଂରକ୍ଷଣ ପାଇଁ ଏବଂ ଅବଶେଷିୟ ସାର ଓ ଜଳକୁ ବିନିଯୋଗ କରିବା ପାଇଁ ଏହା ବୁଣାଯାଏ । ଏହି ଫସଲ ଶୀଘ୍ର ବଢେ । ଖୁବ୍ କମ୍ ଦିନରେ ଅମଳ ହୁଏ ଏବଂ ଯେକୌଣସି ଅବସ୍ଥାରେ ବ୍ୟବହାର କରାଯାଇପାରେ , ଯଥା- ମୁଗ, ବିରି, ବରଗୁଡି, ମକା, ଜୁଆର, ବାଜରା, ମୂଳା, ଧନିଆ ପାଳଙ୍ଗ ପିଆଜ ।
- ଉର୍ବରତା ପୂରକ ଫସଲ ଭଲ ଆଦାୟ ଦେବା ସହିତ ଏ ଜାତିର ଫସଲ ମୃତ୍ତିକାକୁ ଉର୍ବର କିମ୍ବା ସୁଧାର କରେ ଯଥା - ଶିମ୍ବ ଜାତୀୟ ଫସଲ । ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ଏବଂ ପରିପକ୍ଵ ଅବସ୍ଥାରେ ପତ୍ରଝଡା ଦେଇ ଏ ଜାତିର ଫସଲ ମୃତ୍ତିକାର ଉର୍ବରତା ରକ୍ଷାକରେ ।
- ଉର୍ବରତା ଭାରି ଫସଲ ଏ ଶ୍ରେଣୀର ଫସଲ ଚାଷକଲେ ମୃତ୍ତିକାର ଉର୍ବରତା କ୍ଷୟହୁଏ । ଯଥା – ଆଖୁ, ରାଶି, ବାଇଗଣ, ପେଶୀ ।
- ରବି ଫସଲ ପ୍ରଧାନ ଫସଲ ଅମଳ ହେବାର କିଛି ଅଳ୍ପ ଦିନ ପୂର୍ବରୁ ଜମିରୁ ଚାଷ ନକରି ମାଟି ଓଦାଥିବାବେଳେ ଏହି ଫସଲଗୁଡିକୁ ବୁଣାଯାଏ ।ବିରି, ମଟର, ପେଶୀକୁ ଧାନ କଟା ପୂର୍ବରୁ ଛଟା ଫସଲ ଭାବେ ନିଆଯାଏ ।
- ଶ୍ଵାସରୋଧୀ ଫସଲ ଏହି ଫସଲଗୁଡିକ ଶୀଘ୍ର ଶୀଘ୍ର ବଢି ଶାଖାପ୍ରଶାଖା ମେଲି ଘଞ୍ଚ ପତ୍ର ଦ୍ଵାରା ବାୟୁ ଚଳାଚଳ ଏବଂ ସୂର୍ଯ୍ୟାଲୋକ ପଡିବାରେ ବାଧା ସୃଷ୍ଟି କରନ୍ତି ଏବଂ ଶ୍ଵାସରୋଧ କରି ଅନାବନା ଗଛକୁ ନିୟନ୍ତ୍ରଣ କରନ୍ତି, ଯଥା – ବରଗୁଡି, ସୋରିଷ, କନ୍ଦମୂଳ ।
- ଭୂମି ଆଚ୍ଛାଦି ଫସଲ ଏହି ଫସଲଗୁଡିକ ଘଞ୍ଚ ପତ୍ରଦ୍ଵାରା ଆବରଣ କରି କିମ୍ବା ବହଳିଆ ଛେରା ଦ୍ଵାରା ମୃତ୍ତିକା କ୍ଷୟ ନିରୋଧ କରନ୍ତି , ଯଥା – ଚିନାବାଦାମ, ବିରି, କନ୍ଦମୂଳ, ଡଙ୍ଗରାଣୀ କୁଡ୍ର ଜୁ, ପାରାଘାସ ।
- ପୋଷାକ ଫସଲ ଏହି ଫସଲଗୁଡିକ ଅନ୍ୟ ଫସଲ ପାଇଁ ଛାୟା ଏବଂ ଆରୋହଣ ପାଇଁ ଆଧାର ଯୋଗାଇଥାନ୍ତି । ମଟର ଆରୋହଣ ପାଇଁ ସୋରିଷ ଏବଂ ବରଗୁଡି ଆରୋହଣ ପାଇଁ ମକା କିମ୍ବା ଜୁଆର ଆଧାର ଯୋଗାଇଥାନ୍ତି । ଗ୍ଲରି ନଡିଆ ଚା’ ବଗିଚାରେ ଛାୟା ପ୍ରଦାନ କରେ । ହରଡ ଏବଂ ଜଡା ଛାୟାଲରୀ ଫସଲ ଅଦା । ହଳଦୀ ଓ ସାରୁକୁ ଛାୟା ଯୋଗାନ୍ତି ।
- ସଂରକ୍ଷୀ ବା ଅବରୋଧୀ ଫସଲ ଏହି ଫସଲଗୁଡିକ ଅବୈଧ ପ୍ରବେଶ ରୋଧ କରି କିମ୍ବା ପବନର ଗତିକୁ ସୀମିତ କରି ଅନ୍ୟ ଫସଲ କ୍ଷତିରୁ ରକ୍ଷାକରନ୍ତି । ବୁଟ କିଆରିରେ କୁସୁମୀ, ନଦୀକୁଳ ଜମିର କଡେ କଡେ ସାକାରମ ମୁଞ୍ଜୋ ସଂରକ୍ଷୀ ଫସଲ ଭାବେ ବ୍ୟବହୃତ ହୁଏ ।
- ସୀମାନ୍ତ ଫସଲ ଆଳୁ ସୀମାନ୍ତରେ କୁସୁମୀ, ବନ୍ଧା ଓ ଫୁଲକୋବି ସୀମାନ୍ତରେ ପିଆଜ , ଏହି ଶ୍ରେଣୀ ଫସଲର ଉଦାହରଣ ।
- ରୋଧକ ଫସଲ ବହୁ ଫସଲ ଚାଷରେ କୃଷି ପାରିସ୍ଥିତିକ ନିରନ୍ତରତାକୁ ଏହି ଫସଲ ଗୁଡିକ ରୋଧକରନ୍ତି । ଫଳରେ ମୃତ୍ତିକା ଅବସ୍ଥାରେ ଉନ୍ନତି ଘଟେ ଏବଂ ତୃଣକ ଓ ମୃତ୍ତିକା ଜନିତ ରୋଗ ପୋକ ସମସ୍ୟା କମ୍ ହୁଏ । ଧାନ ପରେ ଧାନ, ଗହମ କିମ୍ବା ମକା ନକରି ଆଳୁ ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକଲେ ଅନେକ ଅନିଷ୍ଟକାରୀ ଜୀବର ନିରନ୍ତରତାକୁ ରୋଧ କରିହେବ ।
- ଯନ୍ତାଫସଲ ଏହି ଫସଲ ଚାଷକରି ମୃତ୍ତିକାଜନିତ କ୍ଷତିକାରକ ଜୀବକୁ ଯନ୍ତାରେ ପକାଯାଇ ପାରିବ । ବାଇଗଣ ଜାତୀୟ ଫସଲ ଏବଂ ଜୁଆର ଚେର ସଂସ୍ପର୍ଶରେ ଆସିଲେ ପରଜୀବୀ ତୃଣକ ଯଥାକ୍ରମେ ଶଣ୍ଢା ଓ ଷ୍ଟ୍ରାଇଗା ବୀଜ ଅଙ୍କୁରିତ ହୁଏ । ଅଙ୍କୁରଣ ପରେ ଫସଲକୁ ନଷ୍ଟକରି ଏହି ପରଜୀବୀ ତୃଣକକୁ ନିୟନ୍ତ୍ରଣ କରିହେବ । ସେହିପରି ବାଇଗଣ ଚାଷକରି ସୂତ୍ରଜୀବନକୁ ମଧ୍ୟ ନିୟନ୍ତ୍ରଣ କରିହେବ ।
- ଆବୃତ ଫସଲ ଏହି ଶ୍ରେଣୀର ଫସଲ ଭୂମି ଉପରେ ମାଡି ବହୁସ୍ତର ବହଳିଆ ପତ୍ରଦ୍ଵାରା ଏବଂ ଅନେକ ସମୟରେ ପତ୍ରଝଡା ଦେଇ ଜମିକୁ ଆବୃତ କରି ଜଳକ୍ଷୟ ରୋକନ୍ତି । ଯଥା – ବରଗୁଡି, କୋଳଥ ।
- ଚେକା ଫସଲ ଏହି ଫସଲଗୁଡିକ ଘାସ ବଂଶର , ମୃତ୍ତିକା ପୃଷ୍ଠରେ ଗହଳିଆ ପତ୍ର ଓ ଚେର ଦିଅନ୍ତି ଏବଂ ପଡିଆ ଅନାବାଦୀ ଜମିର ମୃତ୍ତିକା ସଂରକ୍ଷଣ କରନ୍ତି ଯଥା – ଦୁବ, ମାର୍ଭେଲ ଘାସ
- ସଫାକାରୀ ଫସଲ ଯେଉଁ ଫସଲ ପାଇଁ ଅଧିକାରୀ ଚାଷ କରିବା, ଖୁସାଇବା, ହୁଡା ଟେକିବା ଖୋଳିକରି ଅମଳ କରିବା ଆଦି କୃଷି କାର୍ଯ୍ୟ ଯୋଗୁ ଜମି ଘାସ , ଲଟା ଓ ମୂଳରୁ ସଫା ରଖେ । ଯଥା – ଆଳୁ, ଚିନାବାଦାମ, ଅଦା, ହଳଦୀ, ସାରୁ, ପିଆଜ ।
- ଦୂଷିତକାରୀ ଫସଲ ଏହି ଫସଲଗୁଡିକ ଧୀରେ ଧୀରେ ବଢନ୍ତି, ଅଧିକ ବ୍ୟବଧାନରେ ଲଗାଯାନ୍ତି ଏବଂ ଜମିକୁ ଆଚ୍ଛାଦନ କରିପାରନ୍ତି ନାହିଁ । ତେଣୁ ଜମିରେ ଘାସ ପରିମାଣ ବୃଦ୍ଧିପାଏ, ଯଥା – ମକା, କପା, ଢିପ ଜମିଧାନ ।
- ଅର୍ଥକାରୀ ଫସଲ ଏହି ଫସଲଗୁଡିକୁ ବିକ୍ରିକରି ଅର୍ଥ ପାଇବା ପାଇଁ ଚାଷ କରାଯାଏ, ଯଥା ନଳିତା, ଧୂଆଁପତ୍ର , ଆଖୁ ।
- ପନିପରିବା ଫସଲ ଏହି ଫସଲଗୁଡିକୁ ବଜାରକୁ ତଟକା ପଠାଇବା ପାଇଁ ଚାଷ କରାଯାଏ , ଯଥା – ଭେଣ୍ଡି, ବାଇଗଣ, ମୂଳା, ପାଳଙ୍ଗ ବରସିମ ।
- କୋବି ଜାତୀୟ ଫସଲ ଏହି ଫସଲଗୁଡିକ କ୍ରୁସିଫେରି ବଂଶ ଅନ୍ତର୍ଗତ , ଥଣ୍ଡା ପାଗରେ ଭଲ ବଢନ୍ତି ଏବଂ ତୁଷାରପାତ ସହ୍ୟକରି ପାରନ୍ତି , ଯଥା – ବନ୍ଧାକୋବି , ଫୁଲକୋବି ।
- ସାଇଲେଜ ଫସଲ ରସାଳ ଥିବାବେଳେ ଏହି ଫସଲଗୁଡିକୁ ଖଣିରେ ଜାରଣ କରି ନିରୋଟ ସମୟରେ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବା ପାଇଁ ସାଇତି ରଖାଯାଏ, ଯଥା – ମକା, ଜୁଆର, ବାଜରା, ବରଗୁଡି ।
- ସଏଲିଙ୍ଗ ଫସଲ : ସବୁଜ ଥିବାବେଳେ କଟାଯାଇ ଗୃହପାଳିତ ପଶୁଙ୍କୁ ତଟକା ଖାଇବାକୁ ଦେବାପାଇଁ ଏହି ଫସଲଗୁଡିକୁ ଚାଷ କରାଯାଏ, ଯଥା – ଓଟ୍ , ନେପିଅର ଘାସ ଟିଏସିଣ୍ଟେ , ବରଗୁଡି ଡଙ୍କରରାଣୀ ।
- ଲେ ଫସଲ : ଯେଉଁ ଫସଲ ବା ଫସଲ ମିଶ୍ରଣକୁ ଗୃହପାଳିତ ପଶୁ ଚରିବା ପାଇଁ କିମ୍ବା କାଟି ନ ଦେଇ ଭବିଷ୍ୟତରେ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାପାଇଁ ଚାଷ କରାଯାଏ , ଯଥା – ଦିନନାଥ ଘାସ, ବରଗୁଡି, ବରସିମ , ସୋରିଷ ।
- ସବୁଜ ବୀଜ ଫସଲ : ମାଟିର ଉର୍ବରତା ବଢାଇବା ପାଇଁ ଏହି ଫସଲଗୁଡିକୁ ସବୁଜ ଅବସ୍ଥାରେ ଚାଷକରି ମାଟି ସହିତ ମିଶାଇ ଦିଆଯାଏ । ଏହା ଦୁଇ ପ୍ରକାରର ସବୁଜ ପତ୍ର ଖତ ଫସଲ ଓ ସ୍ଵସ୍ଥାନ ସବୁଜ ଖତ ଫସଲ ଯଥା – ଧଣିଚା, ଛଣପଟ, ଗ୍ଲାରିସିଡିଆ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 6/23/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.