ହୋମ / କୃଷି / ଉତ୍ତମ ଅଭ୍ୟାସ / ଫସଲ ଉତ୍ପାଦନ (ଫସଲ ପର୍ଯ୍ୟାୟ )
ସେଆର କରନ୍ତୁ

ଫସଲ ଉତ୍ପାଦନ (ଫସଲ ପର୍ଯ୍ୟାୟ )

କୌଣସି ଜମିରେ ବିଭିନ୍ନ ଫସଲର ଅଥବା ଫସଲ ଓ ପଡିଆର ପୌନଃ ପୌନିକ କ୍ରମାନ୍ଵୟ ଚାଷକୁ ଫସଲ ପର୍ଯ୍ୟାୟ କୁହାଯାଏ ।


କୌଣସି  ଜମିରେ   ବିଭିନ୍ନ  ଫସଲର  ଅଥବା   ଫସଲ  ଓ  ପଡିଆର  ପୌନଃ  ପୌନିକ   କ୍ରମାନ୍ଵୟ   ଚାଷକୁ   ଫସଲ  ପର୍ଯ୍ୟାୟ   କୁହାଯାଏ   ।

ଫସଲ ପର୍ଯ୍ୟାୟ ପାଇଁ ଆବଶ୍ୟକତା

ପର୍ଯ୍ୟାୟ   କ୍ରମେ   ଫସଲ  ଚାଷ   ପାଇଁ   କେତେକ  ଆବଶ୍ୟକତା   ପୂରଣ   କରିବା   ଦରକାର  ।

  1. ଯେତେ  ବର୍ଷିଆ  ଫସଲ  ପର୍ଯ୍ୟାୟ   ଅବଲମ୍ବନ  କରାଯିବା   ବ୍ଲକ ବା  କିଆରୀ  ସଂଖ୍ୟା   ସେତିକି   ବା  ତାର   ଗୁଣିତକ   ହେବା  ଆବଶ୍ୟକ   ଏବଂ  କିଆରୀଗୁଡିକର  କ୍ଷେତ୍ରଫଳ  ସମାନ  ହେବା   ଆବଶ୍ୟକ   ।
  2. ପ୍ରତ୍ୟକ  ବ୍ଲକ  ବା  କିଆରୀ  ଅପେକ୍ଷାକୃତ   ସମତଳ   ହେବା  ଉଚିତ   ଏବଂ  ଗୋଟିଏ  ବ୍ଲକରେ  ଥିବା  ପ୍ରତ୍ୟକ   କିଆରିସ୍ଥ   ମୃତ୍ତିକାର  ଭୌତିକ , ରାସାୟନିକ  ଓ  ଜୈବିକ  ଧର୍ମ  ଏବଂ   ଉତ୍ପାଦନ  କ୍ଷମତା   ସମାନ  ହେବା   ଆବଶ୍ୟକ    । ସବୁ  କିଆରୀ   ପାଇଁ   ଜଳସେଚନ  ଓ  ନିଷ୍କାସନ  ସୁବିଧା   ସମାନ  ରହିବା  ଆବଶ୍ୟକ   ।
  3. ଫସଲ  ପର୍ଯ୍ୟାୟରେ   ପ୍ରତ୍ୟକ  ଫସଲର  କ୍ଷେତ୍ରଫଳ   ସମାନ   ରହେ   । ଯଦି   କୌଣସି   ଗୌଣ   ଫସଲକୁ   ଅପେକ୍ଷାକୃତ   କମ୍  ଜମିରେ  ଚାଷ   କରିବା  ଦରକାର  । ସେଥିପାଇଁ   ଏପରି  କିଆରୀ  ବାଛିବାକୁ  ହେବ  ଯେପରି  ମୁଖ୍ୟ  ଫସଲ  ପର୍ଯ୍ୟାୟ   ପାଇଁ   ଚାଷ  ଏବଂ   ଅନ୍ୟାନ୍ୟ  କୃଷିକାର୍ଯ୍ୟ   କରିବା  ପାଇଁ   କୌଣସି  ଅସୁବିଧା   ହେବନାହିଁ   ।

ଆବଶ୍ୟକ   ସ୍ଥଳେ  ଫସଲ  ପର୍ଯ୍ୟାୟ   ଅନ୍ତର୍ଭୁକ୍ତ   ଫସଲ  ବଦଳରେ   ଅନ୍ୟ   ଫସଲ  ଚାଷ   କରାଯାଇପାରୁଥିବ  । ଏହି  ସୁବିଧା   ଥିଲେ   କୌଣସି   କାରଣରୁ   ଗୋଟିଏ   ଫସଲ  ନଷ୍ଟ  ହୋଇଗଲେ   ତା  ବଦଳରେ   ଅନ୍ୟ  ଏକ  ଫସଲ  ଚାଷ   କରାଯାଇପାରିବ  ଏବଂ   କୌଣସି   ଫସଲ  ଅଧିକ   ଲାଭଜନକ   ହେଲେ  ତାହାକୁ  ଫସଲ  ପର୍ଯ୍ୟାୟରେ   ଅନ୍ତର୍ଭୁକ୍ତ   କରିହେବ   ।

ଫସଲ  ପର୍ଯ୍ୟାୟ  ବିଧି

ପର୍ଯ୍ୟାୟକ୍ରମେ  ଚାଷ   ପାଇଁ   ଫସଲ   ବାଛିବାବେଳେ   ମୃତ୍ତିକା  ପ୍ରକାର  ଓ  ଉର୍ବରତା, ସ୍ଥାନୀୟ   ପାଣିପାଗ, ପାଖ ଜମିରେ   ଚାଷ  କରାଯାଉଥିବା  ଫସଲ, କୃଷି  ଉପକରଣର   ସୁଲଭତା  ଓ  ଦର, ଫସଲକୁ  ବିକ୍ରି  କରିବା  ପାଇଁ   ସୁବିଧା   ଅମଳ  ପରବର୍ତ୍ତୀ   ଯତ୍ନପାଇଁ  ସୁବିଧା, କୃଷକର   ଜ୍ଞାନ  କୌଶଳ , ପ୍ରଚଳିତ   ଚାଷ   ପଦ୍ଧତି , ସାମାଜିକ   ବିଧି  ବ୍ୟବସ୍ଥା ଓ  ଚଳଣି  ଆଦି  ଗୁରୁତ୍ଵପୂର୍ଣ୍ଣ   ବିଷୟଗୁଡିକୁ   ନେବାକୁ   ହେବ   । ସମ୍ବଳର   ଉପଯୁକ୍ତ   ବିନିଯୋଗ   କରାଇ   ହେକ୍ଟର   ପିଛା   ଦିନକୁ  ଉତ୍ପାଦନ   ବୃଦ୍ଧି   କରିବାକୁ   ହେବ   । ଏଥି ସହିତ  ଆଉ   କେତେକ   ବିଧିକୁ   ଭିତ୍ତିକରି   ଫସଲ  ପର୍ଯ୍ୟାୟ   ପାଇଁ   ଫସଲ   ଯୋଜନା  କରିବାକୁ   ହେବ   ।

  1. ଛୁଇଁ  ଓ  ଅଣଛୁଇଁ  ଜାତୀୟ  ଫସଲକୁ  ପର୍ଯ୍ୟାୟକ୍ରମେ   ଚାଷ  କରିବା  ଉଚିତ   । ଛୁଇଁ  ଜାତୀୟ  ଫସଲ  ବାୟୁର  ଯବକ୍ଷାରଜାନକୁ   ବିବନ୍ଧନ  କରି  ଏବଂ  ଜୈବ  ପଦାର୍ଥ  ଯୋଗକରି  ମୃତ୍ତିକାର  ଉର୍ବରତା  ବୃଦ୍ଧିକରେ   । ଅଣଛୁଇଁ  ଜାତୀୟ  ଫସଲ   ସେହିପରି  କରିପାରେ  ନାହିଁ   । ଏହାଛଡା  ଛୁଇଁ  ଓ  ଅଣଛୁଇଁ   ଜାତୀୟ  ଫସଲ  ପୋଷକ  ଉପାଦାନ  ଚାହିଦା   ପୃଥକ୍  ଅଟେ   ।  ଛୁଇଁ   ଜାତୀୟ   ଫସଲ  ଅଧିକ  ଫସଫରସ୍  ଓ  କମ୍  ଯବକ୍ଷାରଜାନ ଆବଶ୍ୟକ  କରେ  ଅଥଚ  ଅଣଛୁଇଁ  ଜାତୀୟ  ଫସଲ  ଅଧିକ  ଯବକ୍ଷାରଜାନ ଓ  ଅପେକ୍ଷାକୃତ  କମ୍  ଫସଫରସ୍  ଆବଶ୍ୟକ  କରେ  । ଉଭୟ  ପ୍ରକାର  ଫସଲକୁ  ଚାଷ  କରିବା  ଦ୍ଵାରା  ସାର ଓ  ଖର୍ଚ୍ଚ  କମ୍ ହୁଏ  ।
  2. ଉର୍ବରତାହାରୀ ଓ  ଉର୍ବରତା    ପୂରକ   ଫସଲକୁ   ପର୍ଯ୍ୟାୟ   କ୍ରମେ  ଚାଷ  କରିବା  ଉଚିତ   । ଯଥା – ଆଖୁ / ରାଶି / ପେଶୀ / ମୁଗ / ବିରି / ବରଗୁଡି   ।
  3. ଗଭୀର   ମୂଳୀ ଓ  ଅଭଗୀର  ମୂଳୀ  ଫସଲକୁ   ପର୍ଯ୍ୟାୟକ୍ରମେ  ଚାଷ  କରିବା  ଉଚିତ   । ଏହା  ଫଳରେ  ପୋଷକ  ଉପାଦାନ   ମୃତ୍ତିକାର  ବିଭିନ୍ନ   ସ୍ତରରୁ   ସମାନ  ପରିମାଣରେ  ଅପସାରିତ  ହୁଏ   । ଯଥା – କପା / ଜଡା / ହରଡ – ଆଳୁ / ଗହମ   ।
  4. ସବୁଜ – ଖତ  ଫସଲ  ପରେ   ଶସ୍ୟ  ଜାତୀୟ   ଫସଲ  ଫସଲ  ଚାଷ   କରିବା  ଉଚିତ   । ଯଥା – ଧଣିଚା, ଧାନ , ବରଗୁଡି – ଗହମ / ମକା   ।
  5. ଏକ  ପରିବାର  ଫସଲକୁ  କ୍ରମାନ୍ଵୟରେ  ଚାଷ  କରିବା  ଅନୁଚିତ   । କାରଣ  ସେମାନେ   ଅନିଷ୍ଟକାରୀ   କୀଟ  ଏବଂ   ରୋଗ  ଜୀବାଣୁ   ପାଇଁ  ବିକଳ୍ପ  ପୋଷକ  ପାଦକ  ରୂପେ   କାର୍ଯ୍ୟ  କରନ୍ତି   । ଫଳରେ  ଅନିଷ୍ଟକାରୀ  କୀଟ  ଏବଂ   ରୋଗ  ନିୟନ୍ତ୍ରଣ  ଅକ୍ଷୟ  ସମସ୍ୟା  ହୋଇ  ରହେ   । ମୃତ୍ତିକା   ଜନିତ   ଅନିଷ୍ଟକାରୀ  କୀଟ  ଏବଂ  ରୋଗଜୀବାଣୁ   ଦ୍ଵାରା  ଆକ୍ରାନ୍ତ   ହେଉଥିବା  ଫସଲ   ପରେ   ସହିଷ୍ଣୁ / ରୋଧକ / ଯନ୍ତା  ଫସଲ  ଚାଷ  କରିବା  ଉଚିତ   । ଉଦାହରଣ   ସ୍ୱରୂପ  ସୂତ୍ରଜୀବକୁ   ନିୟନ୍ତ୍ରଣ  କରିବା  ପାଇଁ  ଆଖୁ  ପରେ  ଗେଣ୍ଡୁଫୁଲ  ଚାଷ  କରିବା  ଉଚିତ   ।
  6. ଫସଲର   କୌଣସି  କୌଣସି   ଅବସ୍ଥାରେ   ଚିହ୍ନି   ହେଉନଥିବା   ତୃଣକକୁ  ନିୟନ୍ତ୍ରଣ  କରିବାପାଇଁ   ସଫାକାରୀ   ଫସଲ / ବହୁକୀଟ  ଫସଲ / ବାହ୍ୟ  ଗଠନରେ  ସାମଞ୍ଜସ୍ୟ   ନଥିବା   ଅନ୍ୟ  କୌଣସି  ଫସଲକୁ   ପର୍ଯ୍ୟାୟ   କ୍ରମେ   ଚାଷ  କରିବା  ଉଚିତ  । ଜଙ୍ଗଲୀ  ନଳିତାକୁ   ନିୟନ୍ତ୍ରଣ   କରିବା   ପାଇଁ   ନଳିତା  ଓ  ବହୁକୀଟ  ଗୋଖାଦ୍ୟ  ଫସଲ / ପନିପରିବା / ଜାତୀୟ  ଫସଲକୁ   ପର୍ଯ୍ୟାୟକ୍ରମେ   ଚାଷ  କରିବା  ଉଚିତ   । ସେହିପରି   ପରଜୀବୀ  ତୃଣକ  ଶଣ୍ଢା  କୁ  ନିୟନ୍ତ୍ରଣ  କରିବା  ପାଇଁ   ବାଇଗଣ / ବିଲାତି ବାଇଗଣ / ଆଳୁ / ଧୂଆଁପତ୍ର  ପରେ   ଧାନ  କିମ୍ବା  ଡାଲି  ଜାତୀୟ   ଫସଲ   ଚାଷ କରିବା  ଉଚିତ   । ଜୁଆର ଓ ଜଡାକୁ   ପର୍ଯ୍ୟାୟକ୍ରମେ  ଚାଷକରି   ପରଜୀବୀ   ତୃଣକ   ଷ୍ଟ୍ରାଇଗାକୁ   ନିୟନ୍ତ୍ରଣ  କରିହେବ   ।
  7. ଅଧିକ  ଖତସାର  ଓ  କମ୍  ଖତସାର   ଆବଶ୍ୟକ   କରୁଥିବା  ଫସଲକୁ   ପର୍ଯ୍ୟାୟକ୍ରମେ   ଚାଷ   କରିବା  ଉଚିତ   । ଯଥା – ମକା – ମୁଗ / ବିରି   ।
  8. ଦୂଷିତକାରୀ  ଫସଲ  ପରେ  ସଫାକାରୀ  ଫସଲ  ଚାଷ   କରିବା  ଉଚିତ  । ଯଥା – ମକା– ଆଳୁ /ଚିନାବାଦାମ  ।
  9. ଟାଣ  ଖୁଣ୍ଟା   ରହୁଥିବା   ଫସଲି   ପରେ  ଅଳ୍ପ  ଅନ୍ତଃଚାଷ  ଆବଶ୍ୟକ   କରୁଥିବା   ଫସଲ  ଚାଷ   କରିବା  ଉଚିତ, ଯଥା – ଆଖୁ / ଜୁଆର / କପା  ଗୋ – ଖାଦ୍ୟ   ଫସଲ  ।
  10. ଆର୍ଦ୍ର   ମୃତ୍ତିକା  ଆବଶ୍ୟକ   କରୁଥିବା   ଫସଲ   ପରେ   ଶୁଷ୍କ   ମୃତ୍ତିକା  ଆବଶ୍ୟକ   କରୁଥିବା   ଫସଲ   ଚାଷ   କରିବା  ଉଚିତ ; ଯଥା – ଧାନ – ତୈଳବୀଜ / ଡାଲି  ଜାତୀୟ   ଫସଲ   ।
  11. ଫସଲ  ନିର୍ବାଚନ   ଆବଶ୍ୟକତା   ଭିତ୍ତିରେ  ହେବା  ଉଚିତ   । ଏପରି   ଫସଲ  ବାଛିବାକୁ   ହେବ  ଯେପରିକି   ପରିବାରର  ଆବଶ୍ୟକତା   ପୂରଣ   ହେଉଥିବ  ଏବଂ  କିଣିବା   ପାଇଁ   ସ୍ଥାନୀୟ   ଲୋକଙ୍କର  ଚାହିଦା   ଥିବ   ।
  12. ଫସଲ   ନିର୍ବାଚନ  ମଧ୍ୟ  ସମସ୍ୟାଭିତ୍ତିକ  ହେବା  ଉଚିତ । ଅଣଜଳସେଚିତ   ଜମି  ପାଇଁ   ମରୁଡି   ସାଜୁଥିବା   ଫସଲ  । ଖାଲୁଆ   ଜମିପାଇଁ   ଠିଆପାଣି   ସାହୁଥିବା  ଫସଲ । ଢାଲୁ  ଓ  ମୃତ୍ତିକା   କ୍ଷୟ  ପ୍ରବଣ   ଜମି   ପାଇଁ   ମୃତ୍ତିକା  କ୍ଷୟରୋଧି  ଫସଲ । ବହୁବର୍ଷୀ  ତୃଣକକୁ   ନିୟନ୍ତ୍ରଣ  କରିବା  ପାଇଁ   ମୂଳ  ଜାତୀୟ  ଫସଲ  ଚାଷ  କରିବା  ଉଚିତ ।

ଫସଲ ପର୍ଯ୍ୟାୟର ଉପକାର

  1. ଫସଲ  ପର୍ଯ୍ୟାୟ  ଯୋଗୁ   ଅଧିକ   ଖର୍ଚ୍ଚ  ଲାଗେ  ନାହିଁ   କିନ୍ତୁ  ଅପେକ୍ଷାକୃତ   ଅଧିକ  ଆଦାୟ  ମିଳେ   ।
  2. ବାୟୁମଣ୍ଡଳର  ଯବକ୍ଷାରଜାନ  ବିବନ୍ଧନ  କରି,  ମୃତ୍ତିକାରେ  ଜୈବ   ପଦାର୍ଥ   ଯୋଗକରି , ମୃତ୍ତିକାକୁ  ଅଣୁଜୀବଗୁଡିକର  କାର୍ଯ୍ୟଦକ୍ଷତା   ବୃଦ୍ଧି   କରି  ମୃତ୍ତିକାରେ  ଗର  ପଦାର୍ଥ  ଜମିବାକୁ   ନଦେଇ  ଏବଂ  ମୃତ୍ତିକାର  ଭୌତିକ  ଓ ରାସାୟନିକ  ଧର୍ମ  ସୁରକ୍ଷିତ  ରଖି  ଫସଲ ପର୍ଯ୍ୟାୟ  ମୃତ୍ତିକାର  ଉର୍ବରତା  ସୁରକ୍ଷିତ  ରଖେ । ଫସଲ  ପର୍ଯ୍ୟାୟ  ଯୋଗୁ  ମୃତ୍ତିକାକ୍ଷୟ  ନିରୋଧ  ହୁଏ  ଏବଂ  ମୃତ୍ତିକାର  ଅମ୍ଳତା  ଓ  ଲବଣତା  ବୃଦ୍ଧିପାଏ  ନାହିଁ  ।
  3. ଗୋଟିଏ  ଆଦର୍ଶ  ଫସଲ  ପର୍ଯ୍ୟାୟ  ପୋକ, ରୋଗ ଓ ତୃଣକ  ନିୟନ୍ତ୍ରଣରେ  ସହାୟକ  ହୁଏ   । ଉଦାହରଣସ୍ୱରୂପ ସବୁ  ବର୍ଷ  ବରସିମ  ଚାଷ  କଲେ  କଷନି  ତୃଣକ   ସମସ୍ୟା  ଏବଂ  ସବୁବର୍ଷ  ଗହମ  ଚାଷକଲେ  ଜଙ୍ଗଲ   ଓଟ  ସମସ୍ୟା  ବୃଦ୍ଧିପାଏ   । ଗହମ  ଓ  ବରସିମକୁ   ପର୍ଯ୍ୟାୟକ୍ରମେ  ଚାଷକଲେ   ଉଭୟ   ତୃଣକକୁ   ନିୟନ୍ତ୍ରଣ   କରିହୁଏ । ବରସିମ  କାଟିବାବେଳେ   ଜଙ୍ଗଲୀ   ଓଟ  କାଟି   ହୋଇଯାଏ   ଏବଂ   ଗହମ  କ୍ଷେତ୍ରରେ  ୨.୪ – ଡି  ପ୍ରୟୋଗ   କରି  କଷନିକୁ   ନିୟନ୍ତ୍ରଣ  କରିହୁଏ ।
  4. ବିଭିନ୍ନ   କୃଷିକାର୍ଯ୍ୟ   ଏକ  ସମୟରେ  କରିହୁଏ, କାରଣ   ବିଭିନ୍ନ  ଫସଲ  ଚାଷକରିବା  ଦ୍ଵାରା   କାର୍ଯ୍ୟ  ବାଣ୍ଟି   ହୋଇ  ରହେ ।
  5. ଫସଲ  ପର୍ଯ୍ୟାୟ  ଯୋଗୁ  ସମ୍ବଳ  ଏବଂ  ବିଭିନ୍ନ  କୃଷି  ଉପକରଣର  ଉପଯୁକ୍ତ  ବିନିଯୋଗ   କରିହୁଏ  । ଶ୍ରମିକ,  ହଲ, କୃଷି  ଯନ୍ତ୍ରପାତି  ଅଧିକ  ବିନିଯୋଗ  କରିହୁଏ ।
  6. ଅଧିକ  ଜୈବ  ପଦାର୍ଥ  ଯୋଗ  କରି  ମୃତ୍ତିକାର  ଭୌତିକ, ରାସାୟନିକ  ଓ  ଜୈବିକ  ଧର୍ମ   ବୃଦ୍ଧି  କରିବା  ପାଇଁ   ଅଧିକ  ସୁଯୋଗ   ମିଳେ ।
  7. ବିଭିନ୍ନ  ଫସଲ  ଚାଷ   କରିବା  ଦ୍ଵାରା   ପ୍ରାକୃତିକ  ବିପତ୍ତିଯୋଗୁଁ   ସବୁ   ଫସଲ  ନଷ୍ଟ   ହେବାରୁ  ରକ୍ଷା  ମିଳେ   ।  ଏଣୁ  ଫସଲ  ପର୍ଯ୍ୟାୟ   ଫସଲ   ସୀମା   ରୂପେ   କାର୍ଯ୍ୟ   କରେ   । ଏକ  ପ୍ରକାର  ଉତ୍ପନ୍ନ   ଦ୍ରବ୍ୟ   ବହୁ   ପରିମାଣରେ  ବଜାରକୁ   ଆଣି   କମ୍  ବଜାର   ଦର  ଯୋଗୁ  କ୍ଷତି  ସହିବାରୁ  ରକ୍ଷା   ମିଳେ ।
  8. ମୃତ୍ତିକାର  ଉର୍ବରତା  ଏବଂ   ପ୍ରୟୋଗ   କରାଯାଇଥିବା   ଖତସାରର   ଅଧିକ  ବିନିଯୋଗ   ହୁଏ ।
  9. ଫସଲ ଚାଷ  ବାବଦରେ   ଖର୍ଚ୍ଚ  କମ୍  ହୁଏ  ଏବଂ  ବର୍ଷସାରା   ଆୟ  ବାଣ୍ଟି  ହୋଇ  ମିଳେ ।
  10. ଫସଲ   ପର୍ଯ୍ୟାୟରେ  ଅଧିକ  ଗଭୀରମୂଳୀ   ଫସଲ  ଅନ୍ତର୍ଭୁକ୍ତ   କରିବା   ଦ୍ଵାରା ଚାଷ  କରାଯାଉଥିବା  ସ୍ତରର  ତଳ   ମୃତ୍ତିକାକୁ   ମଧ୍ୟ  ଫସଲ  ପାଇଁ  କାର୍ଯ୍ୟକ୍ଷମ   କରିହୁଏ ।

ଫସଲ ପର୍ଯ୍ୟାୟର  ଅବଲମ୍ବନରେ ଅସୁବିଧା

  1. ବିଭିନ୍ନ  ଫସଲକୁ   ପର୍ଯ୍ୟାୟକ୍ରମେ  ଚାଷ   କରିବାକୁ   ହେଲେ   ବିଭିନ୍ନ   ପ୍ରକାର  ବିହନ ଓ  କୃଷି   ଯନ୍ତ୍ରପାତିକୁ  ସାଇତି   ରଖିବା  ବା  ସଂଗ୍ରହ   କରିବା   ଦରକାର । ସ୍ଥାନୀୟ   ବଜାରରେ   ଏସବୁ   ମିଳି  ନପାରେ ।  କୁଶଳୀ  ଶ୍ରମିକ   ଅଭାବରୁ   କୌଣସି  ଫସଲ  ପାଇଁ   ଆବଶ୍ୟକ   ହେଉଥିବା  ସ୍ଵତନ୍ତ୍ର  ଯତ୍ନ  ବା  ପରିଚାଳନା  ସୂଚାରୁ  ରୂପେ   କରି   ହୁଏନାହିଁ  । ଫସଲକୁ   ଅମଳ  ପରେ  ବିକ୍ରି  କରିବାରେ  ମଧ୍ୟ   ଅସୁବିଧା   ଦେଖା  ଦେଇପାରେ  ।
  2. ସ୍ଥାନୀୟ  ଚାହିଦା   ଭିତ୍ତିରେ   ଫସଲ  ପରିବର୍ତ୍ତନ  କରିବା  କଷ୍ଟକର   ହୋଇପାରେ  ।
  3. କୌଣସି  ଫସଲ  ପର୍ଯ୍ୟାୟକୁ   ବହୁବର୍ଷ   ଚାଷ   କରିବା  ଦ୍ଵାରା   ଅନିଷ୍ଟକାରୀ  କୀଟ, ରୋଗ ଓ  ତୃଣକ  ସମସ୍ୟା   ଦେଖାଦେଇପାରେ   ଯାହାକୁ  ନିୟନ୍ତ୍ରଣ   କରିବା  କଷ୍ଟକର   ହୋଇପଡେ  । ଫଳରେ  ବହୁବର୍ଷ   ପରେ   ଫସଲ  ପର୍ଯ୍ୟାୟରୁ   ଯେଉଁ   ଉପକାର   ଆଶା  କରାଯାଏ  ତାହା  ମିଳେ  ନାହିଁ   ।

ଫସଲ ପର୍ଯ୍ୟାୟ  ସଘନତା

ଗୋଟିଏ  ଜମିରେ  ଫସଲ  ପର୍ଯ୍ୟାୟର  ଫସଲ  ବର୍ଷ  ସଂଖ୍ୟା  ଦ୍ଵାରା  ହରି  ଏବଂ  ହରଣଫଳକୁ  ୧୦୦ ଦ୍ଵାରା  ଗୁଣି  ଫସଲ  ପର୍ଯ୍ୟାୟର  ସଘନତା  ହିସାବ   କରାଯାଏ   ।  ଉଦାହରଣ  ସ୍ୱରୂପ   ଗୋଟିଏ   ତିନି   ଫସଲି  ଦୁଇ  ବର୍ଷିଆ   ଫସଲ  ପର୍ଯ୍ୟାୟ  କଥା    ବିଚାର   କରାଯାଉ   ।

ମକା – ଆଳୁ – ରାଶି    - ପ୍ରଥମ ବର୍ଷ

ମକା-ସୋରିଷ-ମୁଗ      - ଦ୍ଵିତୀୟ  ବର୍ଷ

ଫସଲ  ପର୍ଯ୍ୟାୟ   ସଘନତା  =  X 100

=  X 100  = 300%

ଫସଲ   ପର୍ଯ୍ୟାୟ   ଉଦାହରଣ

ଫସଲ  ପର୍ଯ୍ୟାୟ  ଏକ, ଦୁଇ, ତିନି   କିମ୍ବା  ଚାରିବର୍ଷିଆ   ହୋଇପାରେ   ଏବଂ  ଏକ, ଦୁଇ,  ତିନି  କିମ୍ବା  ବହୁ  ଫସଲି  ହୋଇପାରେ   । ଅର୍ଥାତ୍  ବର୍ଷକ  ମଧ୍ୟରେ  ଏକ  ବା  ତହିଁରୁ   ଅଧିକ  ଫସଲ   ଚାଷ  କରାଯାଇପାରେ   ଏବଂ  ଗୋଟିଏ  ଚକ୍ର  ଏକରୁ   ଚାରି  ବର୍ଷରେ   ସମ୍ପୂର୍ଣ୍ଣ   ହୋଇପାରେ   ।

ଏକ  ଫସଲି  ତିନି  ବର୍ଷିଆ  ପର୍ଯ୍ୟାୟ

୧ମ ବର୍ଷ

୨ୟ ବର୍ଷ

୩ୟ ବର୍ଷ

୪ର୍ଥ ବର୍ଷ

ଧାନ

ହରଡ

ରାଶି

ଧାନ

ଦୁଇ  ଫସଲି  ତଳି  ବର୍ଷିଆ   ପର୍ଯ୍ୟାୟ

୧ମ ବର୍ଷ

୨ୟ ବର୍ଷ

୩ୟ ବର୍ଷ

୪ର୍ଥ ବର୍ଷ

ଧାନ – ମୁଗ

ମକା – କୋଳଥ

ନଳିତା – ସୋରିଷ

ଧାନ – ମୁଗ

ତିନି ଫସଲି   ତିନି  ବର୍ଷିଆ   ପର୍ଯ୍ୟାୟ

୧ମ ବର୍ଷ

୨ୟ ବର୍ଷ

୩ୟ ବର୍ଷ

୪ର୍ଥ ବର୍ଷ

ଧାନ – ଆଳୁ – ରାଶି

ମକା – ଗହମ – ମୁଗ

ନଳିତା – ମକା – ଚିନାବାଦାମ

ଧାନ – ଆଳୁ – ରାଶି

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top