অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଓ ନଳିତା ଚାଷ ପୂର୍ବରୁ କ’ଣ କରିବେ

ଫସଲ ଓ ନଳିତା ଚାଷ ପୂର୍ବରୁ କ’ଣ କରିବେ

ଖରାଟିଆ ଚିନାବାଦାମ

ବିଳମ୍ବରେ ଲଗାଯାଇଥିବା ଚିନାବାଦାମ କୋଡାଖୁସା କରି ଡିପ୍ସମ୍. ଏକର ପ୍ରତି ୫୦ କି.ଗ୍ରା ଧାଡିରେ ବା ଛାଟିବାକୁ ଥିଲେ ଏକର ପ୍ରତି ୧୦୦କି.ଗ୍ରା ପ୍ରୟୋଗ କରନ୍ତୁ । ତା’ପରେ ହାଲୁକା ଜଳସେଚନ କରନ୍ତୁ । ଧବଳ ଭୁଙ୍ଗ ଓ ଉଇର ପ୍ରାଦୁର୍ଭାବ ଦେଖାଯାଉଥିଲେ ଏହାର ଦମନ ପାଇଁ କ୍ଲୋରୋପାଇରିଫସ ୧.୫% ସେଚିତ ଗୁଣ୍ଡ ଏକର ପ୍ରତି ୧୦କି.ଗ୍ରା ହିସାବରେ ପ୍ରୟୋଗ କରନ୍ତୁ ।

ଯେ କୌଣସି ପତ୍ରଖିଆ ପୋକ ଏବଂ ଉକୁଣିଆ ପୋକର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ମନୋକ୍ରୋଟଫସ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ଫସଲରେ ଫୁଲ ଆସିବା ସମୟରେ କୋଡାଖୁସା କରନ୍ତୁ ନାହିଁ। ପତ୍ର ସୁଡଙ୍ଗା, ମୁକୁଳବିନ୍ଧା ପୋକର ପ୍ରାଦୁର୍ଭାବ ଦେଖାଯାଉଥିଲେ ତେବେ ଏମାନଙ୍କର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ମନୋକ୍ରୋଟଫସ୍ କିମ୍ବା କ୍ଲୋରୋପାଇରିଫସ୍ ମିଶାଇ ସିଞ୍ଚନ କରନ୍ତୁ । ବୀଜାଣୁ ଜନିତ ଝାଉଁଳା ରୋଗର ନିୟନ୍ତ୍ରଣ ପାଇଁ ପ୍ରତି ୧୦ ଲିଟର ପାଣିରେ ଏକ ଗ୍ରାମ ହିସାବରେ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ମୂଳକୁ ଦେଖାଇ ସିଞ୍ଚନ କରନ୍ତୁ । ଅତି କମରେ ୭ଦିନ ବ୍ୟବଧାନରେ ୩ଥର ସିଞ୍ଚନ କରିବା ଆବଶ୍ୟକ ।

ପୋଟଳ

ପୋଟଳ ଫୁଲ ଫଳ ଧରିବା ଅବସ୍ଥାକୁ ଆସିବା ବେଳକୁ ଜମିକୁ ଘାସୁଆ ରଖନ୍ତୁ । କାରଣ ଘାସ ଜମିର ଆର୍ଦ୍ରତା ବଜାୟ ରଖବାରେ ସାହାଯ୍ୟ କରେ ଓ ମାଟି ଉପରେ ମାଡୁଥିବା ଲତାର ଫଳକୁ ନିରାପଦରେ ଧରିରଖେ ।

ଏହାଦ୍ଵାରା ଫଳଗୁଡିକ ମାଟି ସଂସ୍ପର୍ଶରେ ଆସି ନଷ୍ଟ ହୁଏନାହିଁ । ଡେରିରେ ଲଗାଯାଇଥିବା ପୋଟଳରେ ଫୁଲ ଆସିବା ପୂର୍ବରୁ କୋଡାଖୁସା କରି ଅନୁମୋଦିତ ପ୍ରଣାଳୀରେ ସାର ପ୍ରୟୋଗ କରି ଜଳସେଚନ କରନ୍ତୁ ।

ତାପମାତ୍ରା ଅଧିକ ଥିଲେ ପୋଟଳରେ କବକ ଜନିତ ଝାଉଁଳା ରୋଗ ଲାଗିବାର ଆଶଙ୍କା ରହେ । ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୧.୫ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ମେଟାଲାକ୍ସିଲ୍ ଓ ମାଙ୍କୋଜେବ୍ ମିଶ୍ରଣରୁ ୧ଗ୍ରାମ ହିସାବରେ  ମିଶାଇ ମୂଳ ମାଟି ଭିଜାଇ ରଖନ୍ତୁ ।

ନଳିତା ଚାଷ ପୂର୍ବରୁ

ନିଳିତା ମାର୍ଚ୍ଚ ମାସ ଶେଷରୁ ଆରମ୍ଭ କରି ଏପ୍ରିଲ ଶେଷ ପର୍ଯ୍ୟନ୍ତ ବୁଣାଯାଇଥାଏ । ଜେ.ଆର.ଓ. -୫୨୪ (ନବୀନ) କିସମ ମଧୁର ନଳିତା ଆମ ରାଜ୍ୟ ପାଇଁ ଅନୁମୋଦିତ କିସମ । ଏହା ୧୩୦ରୁ ୧୪୦ଦିନ ମଧ୍ୟରେ ଅମଳ ହୁଏ ଓ ଏହାର ହଳଦିଆ, ଅଷ୍ଟପଦୀ ପୋକ ସହଣୀ ଶକ୍ତି ଅଛି ।

ଏହି କିସମର ତନ୍ତୁର ମାନ ଉନ୍ନତ ଏବଂ ଏଥିରୁ ତନ୍ତୁ ବାହାର କରିବା ମଧ୍ୟ ଖୁବ୍ ସହଜ । ଫସଲରେ କାଣ୍ଡଶଢା ଓ ମୂଳଶଢା ରୋଗ ନ ହେବା ପାଇଁ ପ୍ରତିଷେଧକ ସ୍ଵରୂପ ବିହନ ବିଶୋଧନ ନିତାନ୍ତ ଆବଶ୍ୟକ । ଜମିକୁ ଭଲଭାବେ ଗୁଣ୍ଡ ଚାଷକରି ଘାସ ବାଛି ଦିଅନ୍ତୁ । ଏକର ପ୍ରତି ୫ଗାଡ଼ି ଗୋବରଖତ ଗଷ ବେଳେ ପ୍ରୟୋଗ କରନ୍ତୁ ।

ଶେଷ ଓଡ଼ ଚାଷରେ ଏକର ପ୍ରତି ପିତା ନଳିତାରେ ୧୨କି.ଗ୍ରା.। ଯବକ୍ଷାରଜାନ, ୧୨କି.ଗ୍ରା.. ଫସଫରସ୍ ଓ ୧୨ କି.ଗ୍ରା, ପଟାସ ଏବଂ ମଧୁର ନଳିତାରେ ୮ କି.ଗ୍ରା. ଯବକ୍ଷାରଜାନ, ୮ କି.ଗ୍ରା ଫସଫରସ୍ ଓ ୮ କି.ଗ୍ରା ପଟାସ ମୂଳ ସାର ଆକାରରେ ପ୍ରୟୋଗ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate