অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିନ୍ ଚାଷ

ଉପକ୍ରମ

ଫ୍ରେଞ୍ଚବିନ୍ ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ, ଏହାକୁ ପରିବା ଓ ମଞ୍ଜି ପାଇଁ ଚାଷ କରାଯାଇଥାଏ । ଅପରପକ୍ଷେ ଏହା ମାଟିର ଉର୍ବରତା ବଢ଼ାଇ ଥାଏ । ଏହାକୁ ଉଭୟ ମିଶ୍ରିତ ଫସଲ ଏବଂ ଅନ୍ତଃଫସଲ ହିସାବରେ ନିଆଯାଇଥାଏ ।

ଫ୍ରେଞ୍ଚବିନ୍ ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ, ଏହାକୁ ପରିବା ଓ ମଞ୍ଜି ପାଇଁ ଚାଷ କରାଯାଇଥାଏ । ଅପରପକ୍ଷେ ଏହା ମାଟିର ଉର୍ବରତା ବଢ଼ାଇ ଥାଏ । ଏହାକୁ ଉଭୟ ମିଶ୍ରିତ ଫସଲ ଏବଂ ଅନ୍ତଃଫସଲ ହିସାବରେ ନିଆଯାଇଥାଏ । ସାଧାରଣତଃ ଏହି ବିନ୍ ଅଧିକ, ପୁଷ୍ଟିସାର ଏବଂ ଅନ୍ୟାନ୍ୟ ଖାଦ୍ୟସାରରେ ଭରପୁର। ଏଥିରୁ ବିଭିନ୍ନ ସୁସ୍ଵାଦୁ ତରକାରି, ଭଜା, ଉପମା, ପଲାଉ ଏବଂ ସୁପ୍ ପ୍ରସ୍ତୁତ କରାଯାଏ । ପାକଳ ହେବା ପୂର୍ବରୁ ନରମା କଞ୍ଚା ଛୁଇଁଗୁଡିକୁ ପରିବା ହିସାବରେ ବ୍ୟବହାର କରାଯାଏ । ଆମ ରାଜ୍ୟର ମାଳ ଅଞ୍ଚଳ ତଥା କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ଗଜପତିର ଥିଣ୍ଡା ଜଳବାୟୁରେ ଏହାକୁ ଅଦିନିଆ ଫସଲ ରୂପେ ଲଗାଯାଇପାରିବ ।

ଚାଷ କରିବା ପ୍ରଣାଳୀ

ଜଳବାୟୁ

ଏହା ଏକ ଶୀତଦିନିଆ ଫସଲ । ଏହାର ଅଧିକ ଅମଳ ପାଇଁ ୨୦ ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ହିଁ ସର୍ବୋତ୍ତମ । ୩୫ ଡିଗ୍ରୀ ସେଲସିୟସରୁ ଅଧିକ ଉତ୍ତାପ ହେଲେ ଏବଂ ଅଧିକ ବର୍ଷା ହେଲେ ଫୁଲ ଝଡିଯିବାର ଆଶଙ୍କା ରହିଛି ।

ମୃତ୍ତିକା

ଅଧିକ ଅମ୍ଳ ଓ କ୍ଷାରୀୟ ମାଟିରେ ଏହା ଭଲ ହୁଏ ନାହିଁ । ସମତଳ ଅଞ୍ଚଳରେ ଏହା ଶୀତଦିନେ ଚାଷ କରାଯାଏ । ମାଳ ଅଞ୍ଚଳରେ ଏହା ବର୍ଷସାରା ଚାଷ କରାଯାଇ ପାରିବ ।

କିସମ

ବିନ୍ ସାଧାରଣତଃ ଦୁଇ ପ୍ରକାରର –

  1. ବୁଦା ବିନ ।
  2. ଲତା ବା ରନର ବିନ୍ ।

ବୁଦା ଜାତୀୟ ବିନ୍ କିସମ-ଅର୍କ କୋମଳ,ପୁଷା ପାର୍ବତୀ, ପନ୍ନ ଅନୁପମ, ଅର୍କସୁବିଧା, ଅର୍କ ଅନୁପ ଆଦି କିସମ ସମତଳ ଅଞ୍ଚଳରେ ଅଧିକ ଚାଷ କରାଯାଏ ।

ଲତା ବା ରନର ବିନ୍ କିସମ– କୋଣ୍ଡ୍ କି ୱଣ୍ଡର, ପୁଷା ହିମଲତା, ଫୁଲେ ସୁୟାସ୍ ଇତ୍ୟାଦି । ଏହି ବିନ୍ ପାହାଡିଆ ଅଞ୍ଚଳରେ, ଜୁଲୁ ସ୍ଥାନରେ ଅଧିକ ଚାଷ କରାଯାଏ । ରନ୍‌ର ବିନକୁ ରଞ୍ଜା ଦିଆଯାଇ ଗଛକୁ ମଡାଯାଏ । ପାର୍ବତ୍ୟ ଅଞ୍ଚଳରେ ରଞ୍ଜା ଉପଲବଧ ହେଉଥିବାରୁ ଏହି ଅଞ୍ଚଳରେ ଲତା ବିନ୍ ଅଧିକ ମାତ୍ରାରେ ଚାଷ କରାଯାଇଥାଏ ।

ବିହନ

ଏକର ପ୍ରତି ୨୦-୩୦ କିଗ୍ରା(ବୁଦା) ଏବଂ ୧୦-୧୨ କିଗ୍ରା(ଲତା) ମଞ୍ଜି ଦରକାର ହୋଇଥାଏ । ମଞ୍ଜି ବୁଣିବାର ଅଧଘଣ୍ଟାଏ 'ପୂର୍ବରୁ ଜୀବାଣୁ (ରାଇଜୋବିୟମ କଲଚର) ଦ୍ଵାରା ବିଶୋଧନ କରାଯାଇ ଛାଇରେ ଶୁଖାଯାଏ ।

ଜମି ପ୍ରସ୍ତୁତି

ଜମିକୁ ଭଲ ଭାବରେ ୨-୩ ଓଡ, ଚାଷ କରନ୍ତୁ । ୧୦ରୁ ୧୨ ଶଗଡ ଶଢ଼ା ଗୋବର ଖତ ଶେଷ ଓଡ. ଚାଷରେ ମିଶାନ୍ତୁ । ଢାଲୁର ବିପରୀତ ଦିଗରେ ପଟାଳି ତିଆରି କରନ୍ତୁ । ଜଳ ନିଷ୍କାସନ ପାଇଁ ଦୁଇ ପଟାଳି ମଧରେ ବ୍ୟବସ୍ଥା କରାନ୍ତୁ ।

ବିହନ ଲଗାଇବା ପ୍ରଣାଳୀ

ପ୍ରଥିମ କରି ଜମିରେ ବିନ୍, ଫସଲ ଲଗାଉଥିଲେ ୨୦ରୁ ୨୫ ଗ୍ରାମ ରାଇଜୋବିୟମ କଲଚର ପ୍ରତି ଏକ କିଲୋ ମଞ୍ଜିରେ ମିଶାଇ ଏକର ପିଛା ୧୦କେ.ଜି. ରନର ବୁଦା ବିନ୍ ଲଗାନ୍ତୁ । ବୁଦା କିସମଗୁଡିକୁ ଧାଡିକୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୫ ସେ.ମି. ବ୍ୟବଧାନରେ ଲଗାଇଲେ ଭଲ। । ଲତା କିସମ ଗୁଡିକୁ ଧାଡିକୁ ଧାଡି ୯୦ ସେ.ମି. ଏବଂ ଗଛକୁ ଗଛ ୭ ସେ.ମି. ବ୍ୟବଧାନରେ ଲଗାନ୍ତୁ । ଗୋଟିଏ ମନ୍ଦାରେ ୪-୫ ଟି ମଞ୍ଜି ଲଗାନ୍ତୁ । ଗଛଗୁଡିକ ଗଜା ହେବା ପରେ ୨-୩ଟି ସୁସ୍ଥ ସବଳ ଗଛ ରଖ୍ ବାକି ଗଛକୁ ଉପାଡି ଦିଅନ୍ତୁ ।

ଜମିରେ ଉତ୍ତମ ଖତସାର ଓ ଜଳବାୟୁ

  • ଖତସାର ପରିଚାଳନା
  • ବିନ୍ ଏକ ଡାଲି ଜାତୀୟ ପରିବା ହୋଇଥିବାରୁ ଏହା ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରେ । ଏଣୁ କମ୍ ଯବକ୍ଷାରଜାନ ସାର ଜମିରେ ପ୍ରୟୋଗ କରନ୍ତୁ । ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୧୦-୧୨ ଟନ୍ କମେଷ୍ଟ ଏବଂ ମୂଳ ସାର ହିସାବରେ ଏକର ପିଛା) ୨୦:୨୦:୨୦ କେଜି, ଯବକ୍ଷାରଜାନ, ଫସଫରସ ଓ ପଟାସ୍ ବ୍ୟବହାର କରାଯାଏ । ଫସଫରସ୍ ଓ ପଟାସ୍ ସାର ମଞ୍ଜି ଲଗାଇବା ପୂର୍ବରୁ ମନ୍ଦାରେ ମିଶାନ୍ତୁ ।

  • ଅନ୍ତଃ ଚାଷ
  • ଗଛଗୁଡିକ ୨୦ ଦିନର ହୋଇଗଲେ ମନ୍ଦା ଗୁଡିକୁ କୋଡାଖୁସା କରି ଘାସ ବାଛନ୍ତୁ । ଏହି ସମୟରେ ଯବକ୍ଷାରଜାନ, ପ୍ରୟୋଗ କରନ୍ତୁ । ଏହା ପରେ ଗଛମୂଳକୁ ମାଟି ଟେକି ଧାଡି କରନ୍ତୁ । ଗଛର ଡଙ୍କଗୁଡିକୁ ରଞ୍ଜା ଦେଇ ମଡାନ୍ତୁ । ସାଧାରଣତଃ ବାଉଁଶ କଣି ଓ ସ୍ଥାନୀୟ ଅନ୍ୟାନ୍ୟ ଝାଟିକୁ ରଞ୍ଜା ରୂପେ ବ୍ୟବହାର କରାଯାଏ । ବିନ୍, ଫସଲରେ ସାଧାରଣତଃ ମକାରୁ ଅନ୍ତଃ ଫସଲ ଭାବରେ ବ୍ୟବହାର କରାଯାଇଥାଏ । ଏଥିପାଇଁ ମକାକୁ ବିନ୍ ଲଗାଇବାର ଏକମାସ ପୂର୍ବରୁ ଲଗାଯାଇଥାଏ ଏବଂ ଏହାଦ୍ଵାରା ବିନ୍ ମକା ଗଛରେ ମାଡିଥାଏ ।

  • ଜଳସେଚନ
  • ୭-୧୫ ଦିନ ବ୍ୟବଧାନରେ ମାଟିରେ ବତର ଦେଖି  ଜଳସେଚନ କରନ୍ତୁ । ଜମିରେ ପାଣି ଜମି ନ ରହିବା ନିହାତି ଆବଶ୍ୟକ ।

ରୋଗ ପୋକ ପରିଚାଳନା

ଆନ୍ଥାକନୋଜ-ପ୍ରତିକାର ପାଇଁ ମାନକୋଜେନ ୩ ଗ୍ରାମ/ପ୍ରତି ଲିଟର ପାଣିରେ ପକାଇ ସିଞ୍ଚନ କରନ୍ତୁ । ପତ୍ର ଦାଗ-ପ୍ରତିକାର ପାଇଁ କାର୍ବେଣ୍ଡାଜିମ୍ ବା ବାଭିଷ୍ଟିନ, ୨ ଗ୍ରାମ ପ୍ରତିଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ମୋଜାଇକ ରୋଗ-ପ୍ରତିକାର ହିସାବରେ ସହନଶୀଳ କିସମ ଯଥା: 'ପୁଷା ପାର୍ବତୀ’ ‘କଣ୍ଟେଣ୍ଟରୀକୁ ବ୍ୟବହାର କରନ୍ତୁ ।

ଅମଳ

ମଞ୍ଜି ଲଗାଇବାର ୪୦ ଦିନ ପରେ ଛୁଇଁଗୁଡିକୁ ତୋଳନ୍ତୁ । ଏହାର ସବୁଜ ଓ କୋମଳ ଛୁଇଁଗୁଡିକୁ ହାତରେ ତୋଳନ୍ତୁ । ଗୋଟିଏ ଫସଲରୁ ୫ ରୁ ୬ ଥିର ଚୁଇଁ ତୋଳାଯାଇପାରିବ । ଏହାର ମଞ୍ଜିକୁ ଶୁଖାଇ ରାଜମା ପରି ଖଆଯାଏ । ଏକର ପ୍ରତି ୨୦୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ବୁଦା ବିନ୍ ଅପେକ୍ଷା ଲତା ରନର ବିନ୍‌ରେ ଅପେକ୍ଷାକୃତ ଅଧିକ ଅମଳ ମିଳିଥାଏ ।

ପ୍ୟାକିଂ

ବିନଗୁଡିକ କୋମଳ ହୋଇଥିବାରୁ ଅଳ୍ପ ଚାପରେ ଭାଙ୍ଗିଯାଏ । ତେଣୁ ଏହାକୁ ପ୍ୟାକିଂ କଲାବେଳେ ଯନ୍ ନେବାକୁ ହୁଏ । ଅବଶ୍ୟ ଏହାକୁ ଝୁଡିରେ କିମ୍ବା ପ୍ଲାଷ୍ଟିକ ଗ୍ରେରେ ଦୂର ସ୍ଥାନକୁ ପଠାଇବା ଭଲ ।

ସଂଗୃହୀତ – ପ୍ରାର୍ଥନା ମହାନ୍ତି, କୃଷିବିଜ୍ଞାନ କେନ୍ଦ୍ର

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate