অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଲାତି ଦଳରୁ କମ୍ପୋଷ୍ଟ

ବିଲାତି ଦଳ ପ୍ରାୟ ପ୍ରତ୍ୟେକ ଗାଁର ପୋଖରୀ ତଥା ସହରାଞ୍ଚଳ ମାନଙ୍କରେ ଥିବା ଖାଲୁଆ ପାଣିଜମି ରହିଥିବା ଜାଗାମାନଙ୍କରେ ଭରି ରହିଥାଏ ।

ଯଦିଓ କେତେକ ମାଛଙ୍କର ଖାଦ୍ୟ ରୂପେ ଏହା ବ୍ୟବହୃତ ହୁଏ ମାତ୍ର ଅଧିକାଂଶ କ୍ଷେତ୍ରରେ ଏଗୁଡିକ ମାଛ ଧରିବାରେ ଅସୁବିଧା ସୃଷ୍ଟି କରିଥାନ୍ତି ।

ତେବେ ଏହି ବିଲାତି ଦଳରୁ ମଧ୍ୟ ଉତ୍କୃଷ୍ଟ ଜୈବିକ ଖତ ପ୍ରସ୍ତୁତ କରାଯାଇପାରେ।

ଆବଶ୍ୟକ ସାମଗ୍ରୀ

ବିଲାତି ଦଳ, ଦେଶୀ ଗାଈର ସଦ୍ୟ ଗୋବର ୧୫ କି.ଗ୍ରା, ଗୋମୁତ୍ର ୫ ଲିଟର, କିଛି ପଙ୍କ ମାଟି ବା ଗୋମୂତ୍ର ଭିଜା କାଦୁଆମାଟ, ପାଣି ଆବଶ୍ୟକ ଅନୁଯାୟୀ ।

କମ୍ପୋଷ୍ଟ ପ୍ରସ୍ତୁତି ପ୍ରଣାଳୀ

୧୨ ଫୁଟ ଲମ୍ବା, ୮ ଫୁଟ ଓସାର ଓ ୪ ଫୁଟ  ଗଭୀରର ଏକ ଗତ ଖୋଳନ୍ତୁ । ପୋଖରୀ ବା ଖାଲୁଆ ଅଞ୍ଚଳରୁ ଦଳକୁ  କାଢି ୩ ରୁ ୪ ଦିନ ମାଟି ଉପରେ ଶୁଖିବାକୁ ଦିଅନ୍ତୁ । ଏମିତି କରିବା ଦ୍ଵାରା ଦଳରୁ ପାଣି ନିଗିଡି ଯାଇଥାଏ ଏବଂ ଦଳ ଝାଉଁଳି ଯାଇ ନରମ ହୋଇଯାଏ ।

  • ଗୋବର, ଗୋମୂତ୍ର ପଙ୍କ ମାଟି ବା ଗୋମୂତ୍ର ଭିଜା ମାଟିରେ କିଛି ପାଣି ମିଶାଇ ଏକ ମିଶ୍ରଣ ବା ଷ୍ଟାର୍ଟର ତିଆରି କରନ୍ତୁ । ପ୍ରଥମେ ଦେଢ ଇଞ୍ଚ ବହଳର ଷ୍ଟାର୍ଟର ଦେଇ ତା ପରେ ୧ ଫୁଟ ବହଳର ଦଳ ବିଛାଇ ଦିଅନ୍ତୁ । ବିଲାତି ଦଳର ଗୋଟିଏ ସ୍ତର ଉପରେ ଏହି ଷ୍ଟାର୍ଟରରୁ ଅଧା ଇଞ୍ଚ ଛିଞ୍ଚି ଦେବା ପରେ ଦଳକୁ ଚାପିଦିଅନ୍ତୁ । ବିଲାତି ଦଳ ଉପରେ ଗୋଟିଏ ସ୍ତର ଷ୍ଟାର୍ଟର ଏହିପରି ଗଦାଟି ତଳୁ ୨ ଫୁଟ ଉଚ୍ଚ ହେବା ଯାଏ ଦଳ ଜମା କରନ୍ତୁ ।
  • ଉପର ଅଂଶକୁ ଅଳ୍ପ, ଢାଲୁ ରଖି ତା' ପରେ କଞ୍ଚା ଗୋବର ଓ ମାଟି ମିଶାଇ ଗଦାଟିର ଭାଗକୁ ଲିପି ଦିଅନ୍ତୁ । ଏକ ସମୟରେ ଏହିପରି ଚାରି ପାଞ୍ଚଟି ବିଲାତି ଦଳର ଖତ ଗଦା କରିପାରିବେ । ପ୍ରାୟ ଏକ ମାସ ପରେ ଦଳ  ସବୁ ଶୁଖ କଳା ପଡିଯାଏ ଏବଂ ଗଦଟି ପ୍ରାୟ ଏକ ଫୁଟ ଦବି ଯାଇଥାଏ । ଏହି ସମୟ ମଧ୍ୟରେ ଗଦା ଭିତରେ ଥିବା ଦଳ ଅନେକ ସଢିଯାଇଥିଲେ ମଧ୍ୟ ଗଦା କଡରେ ଅବା ଦଳ ସବୁ ଭଲ ଭାବରେ ସଜିନଥାଏ । ଏଣୁ ଗଦା ମଝିରେ ଲମ୍ବାରେ ଦଳକୁ ଆଡେଇ ଖାଲ ପରିକା କରି କଡ ଆଡୁ ଦଳ ସବୁକୁ ଟାଣି ଏହି ଖାଲରେ ଭରି କରନ୍ତୁ । ପରେ ଗଦାର ଉପର ଅ°ଶ ଗଡାଣିଆ କରି ଚାରିପଟେ ମାଟି ଲେପ ଦିଅନ୍ତୁ । ଏହିପରି କଲେ ୩ରୁ ୪ ମାସରେ କମ୍ପୋଷ୍ଟ ତିଆରି ହୋଇଯିବ । ସମସ୍ତ ସବୁଜ ପତ୍ରଗୁଡିକ ଯେପରି ସଢିନଯାଏ ସେଥିପ୍ରତି ଦୃଷ୍ଟି ଦେବେ । ପ୍ରତି ୧୦ ଟନ୍ ବିଲାତି ଦଳରୁ ୧ ଟନ୍ (୧୦ କ୍ଵିଣ୍ଟାଲ ବା ୧୦୦୦ କି.ଗ୍ରା) ଉତ୍କୃଷ୍ଟ ସଢା କମ୍ପୋଷ୍ଟ ମିଳିପାରିବ । ଏହି କମ୍ପୋଷ୍ଟରେ ଯବକ୍ଷାରଯାନ ଶତକତା 9 ଭାଗ ଫସଫରସ । ଶତକଡା ୧ ଭାଗ ଏବଂ ପଟାସ ଶତକଡା ୨ରୁ ୩ ଭାଗ ଥାଏ । ଏହି ପରି  ଭାବରେ ପୋଖରୀରୁ ମିଳୁଥିବା ଚିନି ଦଳ, ଚିଙ୍ଗୁଡିଆ ଦଳ ବୋର ଝାଞ୍ଜିରୁ ମଧ୍ୟ କମ୍ପୋଷ୍ଟ ପ୍ରସ୍ତୁତ କରିପାରିବେ । ଏଥିରେ ରକ୍ ଫସଫେଟ୍ ବା ହାଡ ଗୁଣ୍ଡ ଦେଇ କମ୍ପୋଷ୍ଟ ମାନ ବଢାଇପାରିବେ ।

କମ୍ପୋଷ୍ଟ ବ୍ୟବହାରରେ ସାବଧାନତା

କମ୍ପୋଷ୍ଟ ଖତରୁ ବାହାରିବା ପରେ ଯେତେ ଶୀଘ୍ର ସମ୍ଭବ ବତର ଥିବା ଜମିରେ ପ୍ରୟୋଗ କରନ୍ତୁ । କମ୍ପୋଷ୍ଟକୁ ଟାଣ ଖରାରେ ଶୁଖାଇବା ଉଚିତ ନୁହେଁ, ଏପରି କଲେ ଖାଦ୍ୟ ସାର ନଷ୍ଟ ହେବା ସହିତ ଏଥିରେ ଥିବା ଉପକାରୀ ଅଣୁଜୀବ ମାନଙ୍କର ମୃତ୍ୟୁ ହୋଇଥାଏ ଯାହା ଫଳରେ କମ୍ପୋଷ୍ଟର ମାନ କମିଯାଇଥାଏ । କମ୍ପୋଷ୍ଟ ପ୍ରସ୍ତୁତ ସମୟରେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ନୁହେଁ ।

ଲେଖା ଏବଂ ପ୍ରାପ୍ତ - ଜୈବିକ କୃଷି ପରାମର୍ଶଦାତା କିଶୋରଚନ୍ଦ୍ର ପଣ୍ଡା ମୋ : ୯୮୬୧୩୯୭୬୪୩

Last Modified : 2/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate