অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିହନ ଅମଳ ପ୍ରଣାଳୀ

ଅମଳ

ସମସ୍ତ ଚାଷୀ ଚାଷ ଶେଷରେ ବିହନ ଅମଳ କରନ୍ତି । ହେଲେ ଯଦି ବିହନ ଅମଳର ସଠିକ୍ ପ୍ରଣାଳୀ ଜଣା ନଥାଏ, ତେବେ ଉକ୍ତ ବିହନରୁ ଭଲ ଫସଲ ଉତ୍ପାଦନ କରିହେବ ନାହିଁ । ସେଥିପାଇଁ ଆସନ୍ତୁ ଜାଣିବା ବିହନ ଅମଳର ସଠିକ୍ ପ୍ରଣାଳୀ ।

ବିହନ ଅମଳର ସଠିକ୍ ପ୍ରଣାଳୀ

  • ଫଳ ପୁରା ପାଚିଲା ପରେ ବିହନ ଅମଳ କରନ୍ତୁ ।
  • ପକ୍‌କା ଚଟାଣ ଉପରେ ବିହନ ଅମଳ କରନ୍ତୁ ।
  • ବିହନକୁ ଭଲ ଭାବରେ ଖରାରେ ଶୁଖାନ୍ତୁ ଯେପରି ବିହନରେ ଜଳୀୟ ଅଂଶର ପରିମାଣ ଶତକଡ଼ା ୬-୮ ଭାଗ ମଧ୍ୟରେ ରହିବ । ଅଧିକ ଜଳୀୟ ଅଂଶ ରହିଲେ ବିହନ, ଶୀଘ୍ର ଗଜା ହେବା ଶକ୍ତି ହରାଇଥାଏ ଓ ବିହନକୁ ରୋଗ ପୋକ ଆକ୍ରମଣ କରିଥାନ୍ତି ।
  • ବିହନକୁ ସାଧାରଣତଃ ଅଳ୍ପଦିନ ପାଇଁ ସାଇତି ରଖହେବ । ଛଅ ମାସରୁ ଏକବର୍ଷ ପାଇଁ ବା ଅଧିକ ଦିନ ପାଇଁ (୧ ବର୍ଷରୁ ୪ ବର୍ଷ ପାଇଁ) ବା ଅଧିକା ବର୍ଷ ପର୍ଯ୍ୟନ୍ତ ( ୫ ରୁ ୨୦ ବର୍ଷ ପାଇଁ) ମଧ ସାଇତି ରଖୁହେବ । ୫-୨୦ ବର୍ଷ ପର୍ଯ୍ୟନ୍ତ ବିହନ ସାଇତି ରଖିବାକୁ ହେଲେ ବିହନକୁ ତରଳ ଯବକ୍ଷାରଜାନ ଭିତରେ ରଖାଯାଇଥାଏ ।
  • ବିହନକୁ ଅଳ୍ପ ତାପମାତ୍ରାରେ ସାଇତି ରଖିବା ଭଲ । ଅଧିକ ତାପମାତ୍ରାରେ ବିହନ ଶୀଘ୍ର ନଷ୍ଟ ହୋଇଯାଏ ।
  • ତାପମାତ୍ରାରକମବେଶି (ତାରତମ୍ୟା) ହେଲେ ବିହନ ସହଜରେ ନଷ୍ଟ ହୋଇଯାଏ ।
  • ବିହନକୁ ସିଧା ସୂର୍ଯ୍ୟ କିରଣଠାରୁ ଦୂରରେ ରଖିବା ଆବଶ୍ୟକ ।
  • ବିହନକୁ ଏକ କିଲୋଗ୍ରାମ୍ ପ୍ୟାକେଟ୍ କରି  ମୋଟା, ପଲିଥୁନ୍ ବା ଆଲୁମିନିୟମ ମୁଣାରେ ବନ୍ଧକରି ଅଳ୍ପ ତାପମାତ୍ରାରେ ରଖଲେ ବିହନ ବହୁତ ଦିନ ଯାଏ ରହେ ।
  • ହୃଷ୍ଟପୁଷ୍ଟ ବିହନକୁ ଭଲ ଭାବରେ ଶୁଖାଇ ରୋଗ ବିଶୋଧନ ଔଷଧ ଯଥା କାପଟାନ, ଥୁରାମ ଆଦି ଔଷଧ ଏକ କେଜି ବିହନ ପିଛା ୨ ଗ୍ରାମ ହିସାବରେ ଗୋଳାଇ ରଖନ୍ତୁ ।
  • ପାକଳ ହୋଇଥିବା ହୃଷ୍ଟପୃଷ୍ଟ ମଞ୍ଜିକୁ ଭଲ ଭାବରେ ଶୁଖାଇ, ଅଳ୍ପ ତାପମାତ୍ରା ଥିବା ଜାଗାରେ ସୂର୍ଯ୍ୟକିରଣ ଓ ଆର୍ଦ୍ରତାଠାରୁ ଦୂରରେ ରଖଲେ, ବିହନ ବହୁତ ଦିନ ଯାଏ ରହେ । ଅଖା ବସ୍ତା, ବାଉଁଶ ପାଚିଆ, ମାଟିହାଣ୍ଡି, ଆଦିରେ ବିହନ ରଖିବା  ଆଦୌ ଉଚିତ ନୁହେଁ।

ଆଧାର – କୃଷି ବିଭାଗ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate