অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମନ୍ଦା ପ୍ରଣାଳୀ ଚାଷ ଓ ନୀଳହରିତ ଶୈବାଳୟର ପ୍ରୟୋଗ

ମନ୍ଦା ପ୍ରଣାଳୀ ଚାଷ ଓ ନୀଳହରିତ ଶୈବାଳୟର ପ୍ରୟୋଗ

ମନ୍ଦା ପ୍ରଣାଳୀରେ ଆଖୁ ଚାଷ

ମନ୍ଦା ପ୍ରଣାଳୀରେ ଆଖୁ ଚାଷ ପାଇଁ ନିଗିଡା ନିଶ୍ଚିତ ଜଳସେଚିତ ମଧ୍ୟମ କିସମ ଜମି ଚୟନ କରନ୍ତୁ । ଏକ ଫୁଟ୍ ଲମ୍ବା ଏକ ଫୁଟ୍ ଓସାର ଓ ଏକ ଫୁଟ ଗଭୀରର ମନ୍ଦା ଖୋଳନ୍ତୁ । ମନ୍ଦାକୁ ମନ୍ଦା ଅଢ଼େଇ ଫୁଟ୍ ଓ ଧାଡିକୁ ଧାଡି ଅତିକମରେ ୩ଫୁଟ୍ ବ୍ୟବଧାନ ରଖନ୍ତୁ । ଡେରିରେ ଲଗାଇଲେ (ମାର୍ଚ୍ଚ ମାସ ପରେ) ବ୍ୟବଧାନ କମ୍ କରନ୍ତୁ ।

  • ପ୍ରତି ମନ୍ଦାର ଅଧା ପର୍ଯ୍ୟନ୍ତ ଖତ ସହ ଗୁଣ୍ଡ ମାଟି ମିଶାଇ ପୋତନ୍ତୁ । ପ୍ରତି ମନ୍ଦାରେ ୧୫ ଗ୍ରାମ୍ ଡିଏପି ସାର ମୂଳ ସାର ହିସାବରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ଦିଅନ୍ତୁ । ପ୍ରତି ମନ୍ଦାରେ ଏକ ଆଖବିଶିଷ୍ଟ ତିନୋଟି ଆଖୁ ଖଣ୍ଡ ଲଗାଇ ଅଳ୍ପ ମାଟି ଘୋଡାଇ ଝରା ସାହାଯ୍ୟରେ ପାଣି ସିଞ୍ଚନ କରନ୍ତୁ ।
  • ଉଇ, ଆକ୍ରମଣରୁ ଆଖୁକୁ ରକ୍ଷା କରିବା ପାଇଁ କ୍ଲୋରୋପାଇରିଫସ୍ (ଗୁଣ୍ଡ କିମ୍ବା ତରଳ) ପ୍ରୟୋଗ କରନ୍ତୁ । ମନ୍ଦାରେ ମଡା ପାଣି ନ ଦେଇ ପାଣି ସିଞ୍ଚନ କରନ୍ତୁ ।
  • ୩୦-୪୫ ଦିନ ମଧ୍ୟରେ ଘାସ ବାଛି ମନ୍ଦା ପିଛା ୧୫ ଗ୍ରାମ ୟୁରିଆ ଓ ୧୦ ଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ । ସେହିପରି ୬୦ ଦିନ ଏବଂ ୧୦୦ଦିନ ମଧ୍ୟରେ ମନ୍ଦା ପିଛା ୧୦ ଗ୍ରାମ ଲେଖାଏଁ ୟୁରିଆ ପ୍ରୟୋଗ କରନ୍ତୁ ।

ଶେଷଥର ସାର ପ୍ରୟୋଗ ପରେ ସମସ୍ତ ମନ୍ଦାକୁ ମାଟି ଦ୍ଵାରା ଘୋଡାଇ ଦିଅନ୍ତୁ । ସାଧାରଣ ଆଖୁ ଫସଲ ଭଳି ସମସ୍ତ ଶସ୍ୟ ସଂରକ୍ଷଣ ବ୍ୟବସ୍ଥା, ଜଳସେଚନ ଓ ଭେଳା ବନ୍ଧନ କାର୍ଯ୍ୟ ଶେଷ କରନ୍ତୁ ।

ଧାନ ଚାଷରେ ନୀଳହରିତ ଶୈବାଳୟର ପ୍ରୟୋଗ

  • ଧାନ ଗୁଆର ୭ଦିନ ପରେ ଏକ ରକୁ ୬ କି. ଗ୍ରା. ହିସାବରେ ବି.ଜି.ଏ. ପ୍ରୟୋଗ କରନ୍ତୁ । ୫୦କି.ଗ୍ରା. ସୁପର ଫସଫେଟ୍ ସାର ପ୍ରୟୋଗ କରନ୍ତୁ ।
  • ଜମିରୁ ପାଣି ଶୁଖିବା ପାଇଁ ଦିଅନ୍ତୁ ନାହିଁ । ବି.ଜି.ଏ. ପଡିଥବା ଜମିରେ ସାଧାରଣତଃ ଏକର ପ୍ରତି ପ୍ରାୟ ୧୦କି.ଗ୍ରା. ହିସାବରେ ଯବକ୍ଷାରଜାନ ଫସଲକୁ ମିଳିଥାଏ । ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ ଅଧିକ ରହିଲେ
  • ତଳିଘରା ଓ ମୁଖ୍ୟ କିଆରିରେ ମହିଷା ରୋଗ ଲାଗିବାର ଦେଖାଯାଏ । ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୦.୬ ଗ୍ରାମ ହିସାବରେ ଟ୍ରାଇସାଇକ୍ଲାଭୋଲ୍ ମିଶାଇ ସିଞ୍ଚନ କରନ୍ତୁ ।
  • ଧାନ, ତଳି ୪ ରୁ ୫ ପତ୍ର ହୋଇଗଲେ ଗୁଆକାମ କରନ୍ତୁ । ମାଟିଆ ଗୁଣ୍ଡି ପୋକ ଉପଦ୍ମତ ଅଞ୍ଚଳରେ ୧ ମିଟର ଓସାର ପଟିରେ ଧାନ ଗୁଅନ୍ତୁ। ଦୁଇପଟି ମଝିରେ ୩୦ ସେ.ମି. ବ୍ୟବଧାନ ରଖନ୍ତୁ ।

ଆଧାର – କୃଷି ବିଭାଗ

Last Modified : 3/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate