ହୋମ / କୃଷି / ମତ୍ସ୍ୟପାଳନ / ଆଙ୍ଗୁଳିକା ଯାଆଁଳ ଉତ୍ପାଦନ
ସେଆର କରନ୍ତୁ

ଆଙ୍ଗୁଳିକା ଯାଆଁଳ ଉତ୍ପାଦନ

ଆଙ୍ଗୁଳିକା ଯାଆଁଳ ଉତ୍ପାଦନ ସମ୍ବନ୍ଧରେ ସୂଚନା ।

ଯାଆଁଳ ଉତ୍ପାଦନ

କେତେକ ଚାଷୀ ଯାଆଁଳକୁ ଆଙ୍ଗୁଳିକା (ଫିଙ୍ଗର ଲିଙ୍ଗ) କରିବା ପାଇଁ ସୁବିଧା ନଥିବାରୁ ନିଜସ୍ଵ ବଡ ପୋଖରୀରେ ଏକ କୋଣରେ କିଛି ଅଂଶକୁ ସରୁ ପତଳା ଜାଲ ଓ ବାଉଁଶ ଖୁଣ୍ଟ ଦେଇ ଆବଦ୍ଧ କରି ସେଠାରେ ଧାନୁଆ ଯାଆଁଳ ( ଫ୍ରାଏ) ଛାଡିଥାନ୍ତି ।

ଯାଆଁଳ ୪୦ ମିଲିଲିଟର ହେଲେ ସେହି ଘେରରୁ ଗଣତି କରି ପୋଖରୀରେ ଛାତି ଦିଅନ୍ତି ଓ ବଳକା ଆଙ୍ଗୁଳିକା ଯାଆଁଳ ବିକ୍ରି କରି ଲାଭବାନ୍ ହୁଅନ୍ତି । ଉନ୍ନତ ଯାଆଁଳ ପାଇଁ ଦୁଇ ପ୍ରକାର ପୋଖରୀର ଆବଶ୍ୟକ ଯଥା ନର୍ସରୀ ଓ ରିୟରିଙ୍ଗ ପୋଖରୀ । ଗୁଣ୍ଡ ଯାଆଁଳ ଫ୍ରାଏ ହେବା ପାଇଁ ବ୍ୟବହୃତ ପୋଖରୀକୁ ରିୟରିଙ୍ଗ ପୋଖରୀ କୁହାଯାଏ ।

ଯାଆଁଳ ଗୁଡିକ ଛୋଟ ମାଛର ନମୁନା ସେଥିପାଇଁ ତାକୁ ସ୍ଵତନ୍ତ୍ର ଧାନ ଦେବା ଆବଶ୍ୟକ । ପ୍ରାୟତଃ ଏକ ସ୍ଵତନ୍ତ୍ର ଭାବେ ତିଆରି ନର୍ସରୀ ପୋଖରୀରେ ଗୁଣ୍ଡ ଯାଆଁଳର ଫ୍ରାଏ ତିଆରି କରିବା ପାଇଁ ୧୫ ରୁ ୨୧  ଦିନ ଲାଗେ ତାହାର ପରବର୍ତ୍ତୀ ପର୍ଯ୍ୟାୟରେ ଫ୍ରାଏରୁ ଫିଙ୍ଗରଲିଙ୍ଗ ହେବା  ପାଇଁ  ଦେଢରୁ ଅଢେଇ ମାସ ସମୟ ଲାଗେ ।

ଯାଆଁଳ ଛାଡିବା ପୂର୍ବରୁ ପୋଖରୀରେ ଅଣୁଖାଦ୍ୟ ପ୍ରୟୋଗ

ଯାଆଁଳ ଛାଡିବା ପୂର୍ବରୁ ପୋଖରୀରେ ଅଣୁଖାଦ୍ୟ ବା ପ୍ଲାଙ୍କଟନ୍ ହେବା ପାଇଁ ସାର ପ୍ରୟୋଗ କରାଯାଏ । ଏହି ପ୍ଲାଙ୍କଟନ୍  ହେଉଛି ମାଛ ଯାଆଁଳମାନଙ୍କର ମୁଖ୍ୟ ଖାଦ୍ୟ । ସାଧାରଣତଃ ଜୈବିକ ସାର, କଞ୍ଚା ଗୋବର ହେକ୍ଟର ପ୍ରତି ୧୦, ୦୦୦ କିଗ୍ରା ଯାଆଁଳ ଛାଡିବାର ୧୫ ଦିନ ପୂର୍ବରୁ ପ୍ରୟୋଗ କରାଯାଏ । ଅତିରିକ୍ତ ଖାଦ୍ୟ ଭାବେ ଗୁଣ୍ଡ ହୋଇଥିବା ବାଦାମ ପିଡିଆ  ଏବଂ ଭଲ ମାନର ଚାଉଳ କୁଣ୍ଡା ୧:୧ ଅନୁପାତରେ ମିଶାଇ ଯାଆଁଳଗୁଡିକ ଭଲ ବଢନ୍ତି । ଫିଙ୍ଗର ଲିଙ୍ଗ ପ୍ରସ୍ତୁତି ପାଇଁ ହେକ୍ଟର ପ୍ରତି ରୁ ୫ ଲକ୍ଷ ଗୁଣ୍ଡ ଯାଆଁଳ ଛଡାଯାଏ । ଏହା ଦ୍ଵାରା ଯାଆଁଳ ବଢିବାର ହାର ବୃଦ୍ଧି ପାଏ ଏବଂ ୩ ମାସରେ ଉନ୍ନତ ଫିଙ୍ଗର ଲିଙ୍ଗ ମିଳିଥାଏ । ନର୍ସରୀ ପୋଖରୀରୁ ଗୁଣ୍ଡ ଯାଆଁଳରୁ ଯାଆଁଳ ପ୍ରସ୍ତୁତ କରାଯାଏ । ନର୍ସରୀ ପୋଖରୀରେ ୧୫ ଦିନ ବେଳକୁ ଯାଆଁଳ ଆକାର ୨୫-୩୦ ମିମି ପର୍ଯ୍ୟନ୍ତ ହୋଇଥାଏ । ଏହାକୁ ଫ୍ରାଏ କୁହାଯାଏ । ପ୍ରଶ୍ନଟିଏରୁ ଫିଙ୍ଗର ଲିଙ୍ଗ କରିବା ପାଇଁ ୨୫-୩୦ ମିମି ଆକୃତିର ପ୍ରାଏ। ୨-୩ ଲକ୍ଷ ପ୍ରତି ହେକ୍ଟର ଛଡାଯାଏ । ମାସକରେ ଏହି ଯାଆଁଳ ଫିଙ୍ଗର ଲିଙ୍ଗ୍ ହୁଏ। ଅନ୍ୟୂନ ୮୦ ମିଲିଲିଟର ପରେ ଏହାକୁ ସଂଗ୍ରହ କରଯାଏ I

ଉନ୍ନତ ଯାଆଁଳ ଉତ୍ପାଦନରେ ସତର୍କତା

ଭାରତରେ ଦୁଇ ଶହରୁ ଅଧିକ କାର୍ପ (କାତି ଜାତୀୟ ମାଛ) ହାଚେରୀ ଅଛି ତଥା ଓଡ଼ିଶାରେ ମଧ୍ୟ ୧୦୦ରୁ ଅଧିକ ହାଚେରୀ ଅଛି । ତେଣୁ ପରିମାଣ ଅନୁସାରେ ଯାଆଁଳ ଉତ୍ପାଦନରେ ଆମ ଦେଶ ସ୍ଵାବଲମ୍ବୀ ହୋଇଛି, କିନ୍ତୁ ଉନ୍ନତମାନର ଜାଆଁଳ ଉତ୍ପାଦନ ପାଇଁ ପ୍ରଚେଷ୍ଟାର ଅଭାବ ପରିଲକ୍ଷିତ ହୋଇଛି । କେତୋଟି ପଦକ୍ଷେପ ଦ୍ଵାରା ମାଛ ଯାଆଁଳ ମାନର ଉନ୍ନତି ଅଣାଯାଇ ପାରିବ ।

  • ପ୍ରଜନନ ସମୟରେ ବିଭିନ୍ନ ଜାତିର କାର୍ପ ମାଛମାନଙ୍କୁ ଅଲଗା ଅଲଗା ପ୍ରଜନନ କରାଯିବା କଥା, ମାତ୍ର ହାଜୋଟରୀ ପରିଚାଳକମାନେ ରୋହି, ଭାକୁର, ମିରିକାଳୀ ମାଛମାନଙ୍କୁ ଏକା ସାଙ୍ଗରେ ହରମୋନ୍ ଇଞ୍ଜେକସନ୍ ଦେଇ ଛାଡି ଦେଉଛନ୍ତି । ତା ଦ୍ଵାରା ସଂକରୀ କରଣର ସମ୍ଭାବନା ଥାଏ ଏବଂ ଏହା ଦ୍ଵାରା ସୁଦ୍ଧ ଉତ୍ପାଦନର ବାଧା ସୃଷ୍ଟି ହୁଏ । ତେଣୁ ଏକକାଳିନ ପ୍ରଜନନ ହାଚେରୀ ପରିଚାଳକମାନେ ନେବା ଉଚିତ ନୁହେଁ ।
  • ଗୋଟିଏ ମାଛକୁ ବାରମ୍ବାର ପ୍ରଜନନ କରାଇବା ଉଚିତ ନୁହେଁ । ଯେତେ ଅଧିକ ସଂଖ୍ୟାରେ ପୋଖତା ମାଛ ପ୍ରତିବର୍ଷ ବ୍ୟବହାର କରିବେ  ସେତେ ଭଲ ।
  • ଫର୍ମରେ ପୋଖତା ମାଛ ବଢାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଉଚିତ । ବିଭିନ୍ନ ଦିନର ପ୍ରଜନନ ହେଉଥିବା ମାଛ ଯାଆଁଳ ଆକ୍ର ଆକ୍ର ନେଇ ନିଜ ଫର୍ମରେ ପୋଖତା ମାଛ ଉତ୍ପାଦନ ପାଇଁ ବ୍ୟବହାର କରିବା ଉଚିତ । ତା' ଦ୍ଵାରା ଅନ୍ତପ୍ରଜନନ ପତନ କିମିବାର ସମ୍ଭାବନା ଥାଏ ।
  • ନଦୀ, ଅନ୍ୟ ହାଚେରୀ କିମ୍ବା ଉନ୍ନତ କିସମର ଯାଆଁଳ ଯେପରି ଉନ୍ନତ ଭାକୁର ମାଛ ‘ଜୟନ୍ତୀ ରୋହି'। ସଂଗ୍ରହ କରି ନିଜ ଫାର୍ମରେ ରଖିବେ ଏବଂ ତାକୁ ନିୟମ ଅନୁସାରେ ବ୍ୟବହାର କରିବେ ।

ସଂଗୃହିତ  -

  1. ସତୀଶ ରଞ୍ଜନ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ (ଅବସରପ୍ରାପ୍ତ)
  2. କୃଷି ବ୍ୟୁରୋ
3.09090909091
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top