ହୋମ / କୃଷି / ମତ୍ସ୍ୟପାଳନ / ଉନ୍ନତ ଯାଆଂଳ ଯୋଗାଣ ପାଇଁ ସ୍ଵତନ୍ତ୍ର ପଦକ୍ଷପ
ସେଆର କରନ୍ତୁ

ଉନ୍ନତ ଯାଆଂଳ ଯୋଗାଣ ପାଇଁ ସ୍ଵତନ୍ତ୍ର ପଦକ୍ଷପ

ଉନ୍ନତ ଯାଆଂଳ ଯୋଗାଣ ସୂଚନା

ଉପକ୍ରମ

ଓଡିଶାର  ମତ୍ସ୍ୟଚାଷୀଙ୍କୁ  ଚଳିତବର୍ଷ   ମତ୍ସ୍ୟ   ବିଭାଗ  ପକ୍ଷରୁ   ଉନ୍ନତ  ଯାଆଂଳ  ଯୋଗାଣ   ପାଇଁ   ପଦକ୍ଷେପ  ଗ୍ରହଣ   କରାଯାଉଛି  ।

ସ୍ଵତନ୍ତ୍ର   ପଦକ୍ଷପ

ରାଜ୍ୟ  ମତ୍ସ୍ୟ  ବିଭାଗ   ଅଧିନସ୍ଥ   ୬ ଟି  ଗବେଷଣା  ଉଦ୍ଦିଷ୍ଟ  ମାଛଫାର୍ମ ଓ  ଓଡିଶା  ମାଛଚାଷ  ଉନ୍ନୟନ  ନିଗମ  ଅଧୀନ  ଫାର୍ମରେ  ମୌସୁମୀ   ବର୍ଷା  ପୂର୍ବରୁ  ଉନ୍ନତ  ଯାଆଂଳ   ଉତ୍ପାଦନ   ପାଇଁ   ପଦକ୍ଷେପ  ଗ୍ରହଣ   କରାଯାଉଛି   ।   ଏହାବ୍ୟତୀତ    ଘରୋଇ  ଉଦ୍ୟୋଗରେ  ପ୍ରତିଷ୍ଠିତ  ୨୦୫ ଟି ଯାଆଂଳ  ଉତ୍ପାଦନ  ପାଇଁ   ପ୍ରସୋହିତ    କରାଯାଉଛି   । ଗତ  ଆର୍ଥିକ  ବର୍ଷରେ  ରାଜ୍ୟରେ  ମଧୁର  ଜଳ , ଖାରିପାଣି ଓ ସାମୁଦ୍ରିକ   ସ୍ରୋତରୁ  ମୋଟ  ୫.୨୧  ଲକ୍ଷ  ମେଟ୍ରିକ  ଟନ  ମାଛ  ଉତ୍ପାଦିତ  ହୋଇଛି    । ଏହା  ପୂର୍ବ  ବର୍ଷ  ତୁଳନାରେ  ୧୧  ପ୍ରତିଶତ  ଅଧିକ   ।  ରାଜ୍ୟରେ   ନୂତନ  ମସ୍ୟନୀତି -୨୦୧୫  ପ୍ରଚଳନ  ପରିପ୍ରେକ୍ଷୀରେ  କେତେକ   ନୂତନ  ଓ  ସ୍ଵତନ୍ତ୍ର   କାର୍ଯ୍ୟକ୍ରମ  ମାଧ୍ୟମରେ   ମାଛ  ଉତ୍ପାଦନକୁ  ଦୁଇଗୁଣ  ଓ   ମାଚଜାତ   ଦ୍ରବ୍ୟ  ରପ୍ତାନିକୁ  ୩ ଗୁଣ  କରିବା  ପାଇଁ   ସ୍ଵତନ୍ତ୍ର  ପଦକ୍ଷେପ  ଗ୍ରହଣ  କରାଯାଉଛି    ।

ରାଜ୍ୟରେ  ଗତ  ଆର୍ଥିକ  ବର୍ଷରେ   ୮୯.୮୫  କୋଟି  ଉନ୍ନତ  ଯାଆଁଳ  ଉତ୍ପାଦନ  କରାଯାଇ   ମସ୍ୟଚାଷୀଙ୍କୁ  ଯୋଗାଇ   ଦିଆଯାଉଛି  ।  ନୂତନ  ଆର୍ଥିକ  ବର୍ଷରେ  ମଧ୍ୟ  ଉନ୍ନତ  ଯାଆଁଳ  ଯୋଗାଇବା  ପାଇଁ  ସ୍ଵତନ୍ତ୍ର  ପଦକ୍ଷେପ   ଗ୍ରହଣ  କରାଯାଉଛି  ।  ରାଜ୍ୟରେ  କେତେକ  ସରକାରୀ  ଫାର୍ମ  ଅତି  ପୁରୁଣା  ଯୋଗୁଁ   ସେ  ଗୁଡିକର  ଉତ୍ପାଦନ  ବୃଦ୍ଧି  ପାଇଁ  ଆରଆଇଡିଏଫ    କାର୍ଯ୍ୟକ୍ରମ  ମାଧ୍ୟମରେ  ତାହାର  ପୁନରୁଦ୍ଧାର  କରିବା  ପାଇଁ   ପ୍ରକଳ୍ପ  ବିବରଣୀ  ପ୍ରସ୍ତୁତ  କରିବା  ଉପରେ   ଗୁରୁତ୍ଵ  ଦିଆଯାଉଛି   ।  ରାଜ୍ୟରେ  ବିଭିନ୍ନ  ଜିଲାରେ   ଗତ ଆର୍ଥିକ  ବର୍ଷରେ  ମୋଟ  ୨୭୨୮ .୫୬  ହେକ୍ଟର  ନୂତନ  ପୋଖରୀ   ଖନନ  କରାଯାଇଛି   । ସେଥିରେ  ମାଛଚାଷ  ପାଇଁ  ରିହାତି  ପ୍ରଦାନ  କରାଯାଇଛି  ରାଜ୍ୟରେ  ମାଛଚାଷ  ଉନ୍ନୟନ ସଂସ୍ଥା , ଜାତୀୟ  ମତ୍ସ୍ୟ ଉନୟନ  ବୋର୍ଡ  ଏବଂ  ରାଷ୍ଟ୍ରୀୟ  କୃଷି  ବିକାଶ  ଯୋଜନା  ମାଧ୍ୟମରେ  ନୂତନ  ପୋଖରୀ  ଖନନ  ଏବଂ  ମାଛଚାଷ  କରିବା ପାଇଁ  ୫୦  ପ୍ରତିଶତ  ପର୍ଯ୍ୟନ୍ତ  ରିହାତି  ପ୍ରଦାନ  ଓ ବ୍ୟାଙ୍କ  ରୁଣର  ସୁଧ ଉପରେ  ମଧ୍ୟ  ସ୍ଵତନ୍ତ୍ର  ରିହାତି  ମାଧ୍ୟମରେ  ଚାଷୀମାନେ   ଉପକୃତ  ହେଉଛନ୍ତି

ମାଛଚାଷ   ବ୍ୟତୀତ   ସମୁଦ୍ରରେ  ମାଛ  ଧରିବା  ପାଇଁ   ନୂତନ  ଇଞ୍ଜିନ  ଯୋଗାଣ  ଓ  ଉପକୂଳସ୍ଥିତ  ସରକାରୀ  ଜମିକୁ  ଖାରିପାଣି   ଚିଙ୍ଗୁଡି   ଚାଷ  କରିବା  ପାଇଁ  ଦୀର୍ଘମିଆଦି   ଲିଜ  ପ୍ରଦାନ  କରିବା  ପାଇଁ  ପଦକ୍ଷେପ  ଗ୍ରହଣ   କରାଯାଉଛି  ।  ଇତିମଧ୍ୟରେ  ଏକ  ସ୍ଵତନ୍ତ୍ର   ଯୋଜନା  ମତ୍ସ୍ୟଜୀବୀଙ୍କୁ  ବାସଗୃହ   ମଧ୍ୟ  ଯୋଗାଇ  ଦିଆଯାଉଛି   ଏହି କାର୍ଯ୍ୟକ୍ରମରେ  ରାଜ୍ୟର  ଅନ୍ୟ   କେତେକ  ବିଭାଗ  ସାମିଲ  କରାଯାଇଛି   ।  ଏହା ଦ୍ଵାରା  ସମସ୍ତ   ଜିଲାର   ମତ୍ସ୍ୟଜୀବୀ  ଉପକୃତ  ହେବେ   ।


ଆଧାର :ମତ୍ସ୍ୟ ନିର୍ଦ୍ଦେଶାଳୟ , କଟକ

3.07692307692
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top