ହୋମ / କୃଷି / ମତ୍ସ୍ୟପାଳନ / ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିଃ
ସେଆର କରନ୍ତୁ

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିଃ

ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡିଶା ମାଛ ଜାଁଆଳ ଉନ୍ନୟନ ନିଗମ ଲିଃ ଏବଂ ଅଭିଭକ୍ତ ଓଡିଶା ବେଳାଭୂମି ।

ଓଡିଶା ମତ୍ସ୍ୟଚାଷ ଉନ୍ନୟନ

ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡିଶା ମାଛ ଜାଁଆଳ ଉନ୍ନୟନ ନିଗମ ଲିଃ ଏବଂ ଅଭିଭକ୍ତ ଓଡିଶା ବେଳାଭୂମି ଓ ଚିଲିକାଞ୍ଚଳ ଉନ୍ନୟନ ନିଗମ ଲିଃକୁ ମିଶ୍ରଣ କରି ତା ୧୫.୧୦.୧୯୯୮ ରୁ ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ (ଓ.ପି.ଡି.ସି) ଗଠନ କରାଯାଇଛି । ତତ୍କାଳୀନ ନିଗମଦ୍ଵୟର କାର୍ଯ୍ୟଶୈଳୀ ଓ ଆଭିମୁଖ୍ୟ କୁ ନେଇ ମତ୍ସ୍ୟଚାଷ ଉନ୍ନୟନ ନିଗମ କାର୍ଯ୍ୟ କରୁଅଛି ।

ଉନ୍ନତ ମାଛ ଜାଁଆଳ ଉତ୍ପାଦନ ଏବଂ ବିତରଣ

ମତ୍ସ୍ୟଚାଷ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ନିଜସ୍ଵ ୫ଗୋଟି ଜାଁଆଳ ଉତ୍ପାଦାନ କେନ୍ଦ୍ର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ଷମ। ସେଗୁଡିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ,ସମ୍ବଲପୁର ଜିଲ୍ଲାର ଚିପିଲିମା, ଭଦ୍ରକର ସରମଙ୍ଗା, କଳାହାଣ୍ଡିର ବାୟାସାଗର, ଏବଂ ସୁବର୍ଣ୍ଣପୁର ବିନିକା,ଠାରେ ଅବସ୍ଥିତ । ଏହାଛଡା ମତ୍ସ୍ୟବିଭାଗ ଠାରୁ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ୨୨ଗୋଟି ମାଛ ଜାଁଆଳ ଫାର୍ମକୁ ଉକ୍ତ ନିଗମ ପରିଚାଳନା କରୁଅଛି । ଉକ୍ତ ମାଛଜାଁଆଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଭାରତୀୟ ଜାତୀୟ ମାଛଜାଁଆଳ ଉତ୍ପାଦନ କରାଯାଇ ଓଡିଶା ସରକାରଙ୍କ ଧାର୍ଯ୍ୟ ଦରରେ ମତ୍ସ୍ୟଚାଷୀମାନଙ୍କୁ ଯୋଗାଇ ଦିଆଯାଏ । ଏତଦ ବ୍ୟତୀତ ମତ୍ସ୍ୟଚାଷୀମାନଙ୍କୁ ଆବଶ୍ୟକ କରୁଥିବା ମତ୍ସ୍ୟ ଉପକରଣ ଏବଂ ବୈଷୟିକ ଜ୍ଞାନ,କୌଶଳ,ଯୋଗାଇ ଦିଆଯାଏ । ବିଭିନ୍ନ ଜାଁଆଳ ଉତ୍ପାଦନ କେନ୍ଦ୍ରରେ ଅବସ୍ଥାପିତ କୁଶଳୀ କର୍ମଚାରୀଙ୍କ ଦ୍ଵାରା ସର୍ବୋକୃଷ୍ଟ ମାଛଜାଁଆଳ ଉତ୍ପାଦନ କରାଯାଏ । ଉକ୍ତ ନିଗମ ଦ୍ଵାରା ଉତ୍ପାଦିତ ଜାଁଆଳ

  1. ଖୁବ ଶୀଘ୍ର ବଢନ୍ତି
  2. ରୋଗ ପ୍ରତିରୋଧକ ଶକ୍ତି ସମ୍ବଳିତ
  3. ବଳିଷ୍ଠ ଏବଂ ସ୍ଵାସ୍ଥ୍ୟବାନ ଥିବା ହେତୁ ପରିବହନ ସମୟରେ ମୃତାହତ ସଂଖ୍ୟା କମ ଥାଏ
  4. ଚାଷ ପୋଖରୀରେ ବଞ୍ଚିବାର ସଂଖ୍ୟା ଅନ୍ୟ ଜାଁଆଳମାନଙ୍କ ଅପେକ୍ଷା ସର୍ବାଧିକ । ଯଥା- ୧ହଜାର କ୍ଷୁଦ୍ର ଜାଁଆଳରୁ ଚାଷୀ ୮୦୦ରୁ ଉର୍ଦ୍ଧ୍ଵ ମାଛ ଉତ୍ପାଦନ କରିଥାଏ
  5. ଏହା ଅନ୍ୟ ଜାଁଆଳ ତୁଳନାରେ ଅତ୍ୟନ୍ତ ସୁସ୍ଵାଦୁ ଓ ପୁଷ୍ଟିକାରକ । ମତ୍ସ୍ୟଚାଷ ଉନ୍ନୟନ ନିଗମ ସର୍ବଦା ଓଡିଶାର ମତ୍ସ୍ୟଚାଷୀମାନଙ୍କ ହିତାର୍ଥେ ଉତ୍ସର୍ଗୀକୃତ । ଉକ୍ତ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ବୈଷୟିକ କର୍ମଚାରୀମାନଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କଲେ ମତ୍ସ୍ୟଚାଷୀମାନେ ଅଧିକରୁ ଅଧିକ ଲାଭବାନ ହୋଇ ପାରିବେ । ମତ୍ସ୍ୟଚାଷୀମାନଙ୍କୁ ଅନୁରୋଧ ସେମାନେ ମତ୍ସ୍ୟଚାଷ ଉନ୍ନୟନ ନିଗମ ସହିତ ଯୋଗାଯୋଗ କରନ୍ତୁ ।

ଡିଜେଲ/ପେଟ୍ରୋଲ ପମ୍ପ

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ମାଧ୍ୟମରେ ୭ଗୋଟି ତେଲ ଟାଙ୍କି ପରିଚାଳିତ ହେଉଅଛି । ପୁରୀର ପେଣ୍ଠକଟା ଏବଂ ଆସ୍ତରଙ୍ଗ, ବାଲେଶ୍ଵରର କଷାଫଳ ଏବଂ ଚାନ୍ଦିପୁର,ଗଞ୍ଜାମର ଛତ୍ରପୁର, ମୟୂରଭଞ୍ଜର ବାରିପଦା ଏବଂ ଭଦ୍ରକର ଧାମରାଠାରେ ଅବସ୍ଥିତ । ଏଠାରେ ସରକାରୀ ଦରରେ ଉନ୍ନତମାନର ଡିଜେଲ,ପେଟ୍ରୋଲ ଏବଂ ମୋବିଲ ଯୋଗାଇ ଦିଆଯାଏ । ଉକ୍ତ ଟାଙ୍କିଗୁଡିକରେ ନିମ୍ନଲିଖିତ କାରଣଗୁଡିକ ପାଇଁ ଜନସାଧାରଣମାନଙ୍କ ଦ୍ଵାରା ଦିନକୁ ଦିନ ଆଦୃତ ଲାଭ କରୁଅଛି । ଉକ୍ତ ଟାଙ୍କିର ଡିଜେଲ,ପେଟ୍ରୋଲ ଏବଂ ମୋବିଲ ଉନ୍ନତମାନର ।

ଏହା ଅପମିଶ୍ରିତ ନୁହେଁ ବୋଲି ସର୍ବସାଧାରଣରେ ଆଦୃତ ।

ଏଠାରେ ଉଚିତ ମାପରେ ଜନସାଧାରଣଙ୍କୁ ତୈଳ ଯୋଗାଇ ଦିଆଯାଏ ।

ତେଲ ଟାଙ୍କିରେ ନିୟୋଜିତ କର୍ମଚାରୀମାନଙ୍କ ସହଯୋଗ, ସହାନୁଭୁତି ଏବଂ ବ୍ୟବହାର ଜନସାଧାରଣଙ୍କୁ ଆକୃଷ୍ଟ କରିଥାଏ । ଏହି ତେଲ ଟାଙ୍କିଗୁଡ଼ିକର ସଦୁପଯୋଗ ସକାଶେ ଜନସାଧାରଣମାନଙ୍କୁ ବିନମ୍ର ଅନୁରୋଧ ।

ଜାଲ ତିଆରି କାରଖାନା

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ଏବଂ ଜାଲ ତିଆରି କାରଖାନା ଭୁବନେଶ୍ଵର ମଞ୍ଚେଶ୍ଵରଠାରେ ଅବସ୍ଥାପିତ ହୋଇଅଛି । ୧୯୮୬-୮୭ ମସିହାଠାରୁ ଏହା ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଅଛି । ଉକ୍ତ କାରଖାନାରେ ଅମିଟେକ କମ୍ପାନୀ,ଜାପାନ ଦ୍ଵାରା ଉତ୍କୃଷ୍ଟମାନର ଜାଲ ଉତ୍ପାଦିତ ହେଉଅଛି । ଖୁବଶୀଘ୍ର ଆଉ ୨ଗୋଟି ଜାଲବୁଣା ମେସିନ ଅବସ୍ଥାପିତ କରାହେବ । ଏଠାରେ ଉନ୍ନତମାନର HDPE Nylon Monofilament ସୂତାରେ ବିଭିନ୍ନ ପ୍ରକାର Mesh ସାଇଜର ଜାଲ ବୁଣାଯାଇ ଉଚିତ ମୂଲ୍ୟରେ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯାଇଥାଏ । ଉକ୍ତ କାରଖାନାରୁ ବାର୍ଷିକ ୭୦ଟନ ପର୍ଯ୍ୟନ୍ତ ଜାଲ ଉତ୍ପାଦନ ହୋଇପାରୁଅଛି । ଏହା ନିମ୍ନ କାରଣ ସକାଶେ ଆଜି ସମସ୍ତ ମତ୍ସ୍ୟ ଜୀବୀମାନଙ୍କର ଅଧିକ ପସନ୍ଦର ସ୍ଥାନ ନିରୂପଣ କରିଛି ।

  • ଜାଲରେ ବ୍ୟବହୃତ ସୂତାର ଗୁଣବତ୍ତା ଏବଂ ସ୍ଥାୟିତ୍ଵ ।
  • ଜାଲଗୁଡିକ ଗଣ୍ଠି ଅତ୍ୟନ୍ତ ଶକ୍ତ ଥିବାରୁ ଏହା ସହଜରେ ଖସି ଯାଏ ନାହିଁ ।
  • ସୂତା ଗୁଡିକ ସହଜରେ ଛିଣ୍ଡେ ନାହିଁ ।
  • ଏହା ଅନ୍ୟ ଜାଲ ଅପେକ୍ଷା ଦୀର୍ଘଦିନ ପର୍ଯ୍ୟନ୍ତ ବ୍ୟବହୃତ ହୋଇଥାଏ ।
  • ଓଡିଶାର ଜନସାଧାରଣ, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଚାଷୀମାନଙ୍କ ସେବାରେ ମତ୍ସ୍ୟଚାଷ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ଜାଲକାରଖାନା ସର୍ବଦା ଉତ୍ସର୍ଗୀକୃୟ ।

ଆଧାର : ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିଃ ନୟାପଲ୍ଲୀ,ଭୁବନେଶ୍ଵର – ୭୫୧୦୧୨

2.25
sudhansu sekhar mallick Jan 27, 2017 03:21 PM

ମାଛ ଚାଷ ପାଇଁ ସରକାରଙ୍କ ଠାରୁ ମିଳୁଥିବା ଅନୁଦାନ ବିଷୟରେ ଜାଣିବାକୁ ପାଇଲୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top