ହୋମ / କୃଷି / ମତ୍ସ୍ୟପାଳନ / କାର୍ପ ମାଛର ଖାଦ୍ୟ
ସେଆର କରନ୍ତୁ

କାର୍ପ ମାଛର ଖାଦ୍ୟ

କାର୍ପ ମାଛର ଖାଦ୍ୟ କଣ ସେ ସମ୍ବନ୍ଧରେ ସୂଚନା ।

ମାଛ ମାନଙ୍କ ପାଇଁ  ପ୍ରାକୃତିକ ଖାଦ୍ୟ

ଭାକୁର, ରୋହି, ମିରିକାଳି, ସିଲଭର କାର୍ପ, ଗ୍ରାସ୍‌କାର୍ପ ଓ ବିଲାତି ରୋହି ଆଦି କାର୍ଷ ମାଛ ଯାଆଁଳ ଗୁଡ଼ିକ ଶୀଘ୍ର ବଢ଼ିବା ପାଇଁ ଅଧିକ ଖାଦ୍ୟ ଆବଶ୍ୟକ ହେଉଥିବାରୁ ପ୍ରାକୃତିକ ଖାଦ୍ୟ ବ୍ୟତୀତ କୃତ୍ରିମ ଖାଦ୍ୟ ଯୋଗାଇ ଦିଆଯାଏ । ତେଣୁ ଅଧିକ ଲାଭ ପାଇଁ ମାଛଚାଷରେ କୃତ୍ରିମ ଖାଦ୍ୟ ବ୍ୟବହାର କରାଯାଏ । ସେଥିପାଇଁ ମାଛର ଏଭଳି ଖାଦ୍ୟ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଏ । ଗୋବର ଓ ରାସାୟନିକ ସାରର ନିୟମିତ ପ୍ରୟୋଗ ଭଳି ମାଛ ପାଇଁ ଦୈନନ୍ଦିନ ଖାଦ୍ୟ ଯୋଗାଣର ଆବଶ୍ୟକତା ରହିଛି ।

ଗୋବର ଓ ସାର ପ୍ରୟୋଗ ଦ୍ଵାରା ବିଭନ୍ନ ପ୍ଲାଙ୍କଟନ ଓ ଛୋଟ ଛୋଟ ଜୀବ ଇତ୍ୟାଦି ପ୍ରାକୃତିକ ଖାଦ୍ୟ ଉତ୍ପାଦନ ହୁଏ ଓ ଏଥିରୁ କେବଳ ମାତ୍ର ପ୍ରାୟ ଶତକଡ଼ା ୫୦ ଭାଗ ପୁଷ୍ଟିସାର ମାଛକୁ ମିଳିଥାଏ । ଏହା ମାଛର ଶରୀର ବୃଦ୍ଧିରେ ଠିକ୍ ଭାବରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହାର ହୋଇଥାଏ । ତେଣୁ ଶକ୍ତିକାରକ ପୌଷ୍ଟିକ ଖାଦ୍ୟ ଯୋଗାଇ ଦେବା ଦ୍ଵାରା ପୁଷ୍ଟିସାର ଓ ଶ୍ଵେତସାରର ଅନୁପାତରେ ସମତା ରକ୍ଷା କରାଯାଇପାରିଥାଏ । ତେଣୁ ଶକ୍ତିକାରକ ପୌଷ୍ଟିକ ଖାଦ୍ୟ ଯୋଗାଇ ଦେବା ଦ୍ଵାରା ପୁଷ୍ଟିସାର ଓ ଶ୍ଵେତସାରର ଅନୁପାତରେ ସମତା ରକ୍ଷା କରାଯାଇ ପାରିଥାଏ । ଏହା ଫଳରେ ପ୍ରାକୃତିକ ଖାଦ୍ୟରୁ ପାଉଥିବା ପୁଷ୍ଟିସାର ସେମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ ।

ସଘନ ମାଛ ଚାଷ ପାଇଁ ପୋଖରୀରେ ଅଧିକ ପରିମାଣରେ ଯାଆଁଳ ଛଡ଼ା ଯାଇଥିବାରୁ ପ୍ରାକୃତିକ ପୁଷ୍ଟିସାର ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ପୌଷ୍ଟିକ ପରିମାଣ କମ୍ ହୋଇଥାଏ । ଏହାଦ୍ଵାରା ମାଛର ଶରୀର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ । ତେଣୁ  ସହଜରେ ହଜମ ହୋଇପାରୁଥିବା ମିଶ୍ରିତ କୃତ୍ରିମ ଖାଦ୍ୟରେ ପୁଷ୍ଟିସାର, ଶ୍ଵେତସାର ଓ ସ୍ନେହସାର, ଜୀବସାର ଓ ଧାତୁସାର ଆଦି ଆବଶ୍ୟକ ପରିମାଣରେ ଯୋଗାଇ । ଦିଆଯାଏ । ତାଦ୍ଵାରା ମାଛ ନିରୋଗ ହେବା ସଙ୍ଗେ ସଙ୍ଗେ ଶୀଘ୍ର ଶରୀର ବୃଦ୍ଧି ଘଟାଇଥାଏ । ଏ ପ୍ରକାର ଖାଦ୍ୟକୁ ମାଛର ସୁଷମ ଖାଦ୍ୟ ବୋଲି କୁହାଯାଏ । ମାଛର ପୌଷ୍ଟିକ ଆବଶ୍ୟକତା ଅନୁଯାୟୀ ତାହାର କୃତ୍ରିମ ଖାଦ୍ୟ ପ୍ରସ୍ତୁତ କରାଯାଏ।

ପୁଷ୍ଟିସାର ସୁଷମ ଖାଦ୍ୟର ଗୋଟିଏ ମହତ୍ଵପୂର୍ଣ୍ଣ ଉପାଦାନ । ଛୋଟ ମାଛର ଶରୀର ବୃଦ୍ଧି ପାଇଁ ପୁଷ୍ଟିସାରର ଆବଶ୍ୟକତା ବେଶୀ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା କମି ଆସେ । ଶତକଡ଼ା ୩୫-୪୫ ଭାଗ ପୁଷ୍ଟିସାର ଖାଦ୍ୟରେ ମିଳୁଥିଲେ । ଯାଆଁଳ ମାଛ ଶୀଘ୍ର ବଢ଼ିପାରନ୍ତି ।

ଶ୍ଵେତସାର ମାଛକୁ ଶକ୍ତି ଯୋଗାଏ ଓ ତାହା ଆବଶ୍ୟକ ପରିମାଣରେ ଖାଦ୍ୟରେ ମିଳୁଥିଲେ ପୁଷ୍ଟିସାର ଶରୀର ବୃଦ୍ଧି କରାଏ । ଶତକଡ଼ା ୨୨-୨୬ ଭାଗ ପର୍ଯ୍ୟନ୍ତ ଶ୍ଵେତସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛର ଶରୀର ବୃଦ୍ଧି ଭଲ ହୋଇଥାଏ ।

ମାଛ ପାଇଁ ସ୍ନେହସାର ଶକ୍ତିର ଆଉ ଗୋଟିଏ ଆଧାର । ଏହା ଖାଦ୍ୟରେ କମ୍ ପରିମାଣରେ ଥିଲେ ପୁଷ୍ଟିସାର ମାଛର ଶରୀର ବୃଦ୍ଧିରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହୃତ ହୁଏ । ତଦ୍ଵାରା ମାଛର ଶରୀର ବୃଦ୍ଧିରେ ବ୍ୟାଘାତ ଘଟେ । ସୁତରାଂ ଶତକଡ଼ା ୪-୬ ଭାଗ ପର୍ଯ୍ୟନ୍ତ ସ୍ନେହସାର ମାଛର କୃତ୍ରିମ ଖାଦ୍ୟରେ ରହିବା  ଆବଶ୍ୟକ । ଖାଦ୍ୟରେ ଜୀବସାର କମ୍ ପରିମାଣରେ ଦରକାର ହେଉଥିଲେ ମଧ୍ୟ ଏହାର ଯଥେଷ୍ଟ ଗୁରୁତ୍ଵ ରହିଛି । କେତେକ ଜୀବସାର ଅଭାବରୁ ମାଛକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଅନୁପାତରେ ଖାଦ୍ୟରେ । ଏହାକୁ ଯୋଗାଇ ଦିଆଯାଏ ।

ଜୀବକୋଷ ତିଆରି, ଶରୀର ବୃଦ୍ଧି ଓ ବିକାଶ ପାଇଁ କାସିୟମ୍, ଫସ୍‌ଫରସ୍ ଭଳି କେତେକ ଧାତୁସାରର ଦରକାର ପଡ଼େ । ଶତକଡ଼ା ଏକ ଦଶମିକ ପାଞ୍ଚ ଡାଇକାଲସିୟମ୍ ଫଫେଟ୍ ଖାଦ୍ୟରେ ଯୋଗାଇ ଦିଆଯାଏ । ଏଗୁଡ଼ିକ ବ୍ୟତୀତ ଶସ୍ତା କୋବାଲଟ ଓ ମାଗ୍ନେସିୟମ୍ ଆଦି ଅନ୍ୟ କେତେକ ଦରକାରୀ ଧାତୁସାର ମଧ୍ୟ ଦରକାର ହୋଇଥାଏ ।

ତମ୍ବା, ଆୟୋଡ଼ିନ୍ ଓ ମାଙ୍ଗାନିଜ୍ ଇତ୍ୟାଦି କେତେକ ସୂକ୍ଷ୍ମ ମାତ୍ରିକ ପଦାର୍ଥ ମାଛର ଶରୀର ବୃଦ୍ଧିକୁ ତ୍ଵରାନ୍ବିତ କରାଇଥାଏ ଓ ଏଗୁଡ଼ିକ ସୂକ୍ଷ୍ମମାତ୍ରାରେ ଆବଶ୍ୟକ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଭାଗ ହିସାବରେ ଏଗୁଡ଼ିକ ଖାଦ୍ୟରେ ଯୋଗାଇ ଦିଆଯାଇ ଥାଏ ।
ଉପରୋକ୍ତ ଜୀବସାର ଏବଂ ଧାତୁସାର ଗୁଡ଼ିକୁ ଆବଶ୍ୟକ ମାତ୍ରାରେ ମିଶାଯାଇ ବଜାରରେ ଏଗ୍ରିମିନି ଫୋର୍ଟ, କନସିମିନ୍ ଫୋର୍ଟ, ମାଇନାଲ୍ ଫୋର୍ଟ, ସପ୍ଲିଭାଇଟ ଏମ୍ ପ୍ରଭୃତି ନାମରେ ବଜାରରେ ବିକ୍ରୟ କରାଯାଉଅଛି । ଏକ କି.ଗ୍ରା. ପିଡ଼ିଆ କୁଣ୍ଡା ଖାଦ୍ୟରେ ଏହି ମିଶ୍ରଣରୁ ୧୦ ଗ୍ରାମ୍ ମିଶାଯାଇ ମାଛଙ୍କୁ ଖାଇବାକୁ ଦିଆଯାଏ ।

କେତେକ ଶସ୍ତା ଓ ଦରକାରୀ ଖାଦ୍ୟ ଉପାଦାନର ପୌଷ୍ଟିକତା ମୂଲ୍ୟ

ଗାଁ ଗହଳି ପାଖ ସହରାଞ୍ଚଳରେ ଥିବା ଧାନ, ଚୂଡ଼ା, ଅଟାକଳ ଓ ତେଲ ଘଣାରୁ ମିଳୁଥିବା କେତେକ ଆନୁସଙ୍ଗିକ ଉତ୍ପାଦିତ ବସ୍ତୁ ବା ଚାଉଳ, ଅଟା, ଚୂଡ଼ା କଳରୁ ବାହାରି ଗଲାପରେ ଯେଉଁ ଅଦରକାରୀ ଖୁଦକୁଣ୍ଡା, ଚୋକଡ଼ ଓ ତେଲ ପିଡ଼ିଆ ମିଳେ ତାହାକୁ ମାଛର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ । ବାଦାମ, ସୋରିଷ, ରାଶି, ଶାଳମଞ୍ଜି, କପା ମଞ୍ଜି ଆଦିର ପିଡ଼ିଆକୁ କେତେକ ଉପଯୁକ୍ତ ଖାଦ୍ୟ ଉପାଦାନ ହିସାବରେ ବ୍ୟବହାର କରାଯାଇପାରେ । ସମପରିମାଣରେ ପିଡ଼ିଆ ଓ କୁଣ୍ଡା ମିଶାଇ ମାଛ କୃତ୍ରିମ ଖାଦ୍ୟ ରୂପେ ବ୍ୟବହାର ବହୁତ ଦିନ ଧରି ଚଳି ଆସୁଛି । ଏଭଳି ଖାଦ୍ୟ ସହିତ ୧୦-୧୫ ପର୍ଯ୍ୟନ୍ତ ପ୍ରାଣୀଜ ପୁଷ୍ଟିସାର ମିଶାଇଲେ ମାଛର ଶରୀର ବୃଦ୍ଧି ଖୁବ୍ ଶୀଘ୍ର ହୁଏ । ଅଦରକାରୀ ମାଛର ଶୁଖୁଆଗୁଣ୍ଡ, ଶୁଖୁଲା ଚିଙ୍ଗୁଡ଼ି ମୁଣ୍ଡର ଗୁଣ୍ଡ, ହାଡ଼ଗୁଣ୍ଡ, ଶୁଖୁଲା ରକ୍ତ ଗୁଣ୍ଡ, ସିଲ୍‌କ ପୋକର ଗୁଣ୍ଡ ଇତ୍ୟାଦିକୁ ପ୍ରାଣୀସାର ଭାବରେ ବ୍ୟବହାର କରାଯାଏ । ଏହି ପ୍ରସ୍ତୁତ ଖାଦ୍ୟ ସହିତ ଆବଶ୍ୟକ ପରିମାଣରେ ଜୀବସାର ଓ ଧାତୁସାର ମଧ୍ୟ ମିଶାଇ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

ସହଜରେ ମିଳି ପାରୁଥିବା କେତେକ ଶସ୍ତା ଓ ଦରକାରୀ ଖାଦ୍ୟ ଉପାଦାନର ପୌଷ୍ଟିକତା ମୂଲ୍ୟ ନିମ୍ନରେ ପ୍ରଦାନ କରାଗଲା ।

ବସ୍ତୁର ନାମ

ପୁଷ୍ଟିସାର ପରିମାଣ

(ଶତକଡ଼ା ଭାଗ)

ସ୍ନେହସାର ପରିମାଣ (ଶତକଡ଼ା ଭାଗ)

ଶ୍ଵେତସାର ପରିମାଣ (ଶତକଡ଼ା ଭାଗ)

ବାଦାମ ପିଡ଼ିଆ

୩୫-୪୫

୧୨ – ୧୫

୨୬-୨୯

ଚାଉଳ ଖୁଦ

୮-୧୫

୬-୭

୨୫-୪୫

ରାଶି ପିଡ଼ିଆ

୩୨-୪୦

୧୨ -୧୪

୨୨-୪୫

ଗହମ ଖୁଦ

୯–୧୩

୭-୮

୪୨-୬୦

ଶୁଖିଲା ମାଛ ଗୁଣ୍ଡ

୩୨-୫୫

୧୨

୨-୮

ସୋରିଷ ପିଡ଼ିଆ

୨୬-୩୦

୮-୧୨

୨-୮

ବିରିଗୁଣ୍ଡ

୫-୮

୫୬-୬୦

ଟାପିଓକା( କନ୍ଦ ଫସଲ)

୨-୫

୨-୫

୬୫-୮o

ସୋୟାବିନ୍ ପିଡ଼ିଆ

୪୦-୪୭

୧୨ ୧୪

୨୮-୩୨

କପାମଞ୍ଜି ପିଡ଼ିଆ

୨୪-୩୦

୭-୯

୩୨-୩୮

ସିଲକ ପୋକ

୫୦-୬୫

୨୨-୨୩

୨-୩

ହାଡଗୁଣ୍ଡ

୧୮ – ୨୦

୨ - ୪

୪୫ – ୫୫

ରକ୍ତ ଗୁଣ୍ଡ

୮୦ – ୯୦

୦ – ୫

୧ – ୧.୫

ଗୋବର ଗୁଣ୍ଡ

୧୦ – ୧୫

୨ – ୪

୪୦ – ୪୫

ମୋଲାସେସ୍

୧ – ୨

୮ – ୧୦

୮୦ – ୯୦

ଚାଉଳ କୁଣ୍ଡା

୧୦ – ୧୧

୧୬ – ୧୮

୫୦ – ୫୫

ନଡିଆ ପିଡିଆ

୨୦ – ୨୩

୧୦ – ୧୩

୪୦ – ୪୨

ପେଶୀ ପିଡିଆ

୨୫ – ୩୦

୪ – ୫

୪୪ – ୪୭

ମକା ଗୁଣ୍ଡ

୧୦-୧୧

୪-୫

୭୫-୮୦

ସୂର୍ଯ୍ୟମୁଖୀ ପିଡ଼ିଆ

୨୪-୨୭

୧୫-୨୦

୨୨-୨୫

ଶାଳମଞ୍ଜି ପିଡ଼ିଆ

୯–୧୧

୩-୬

୭୦-୮୦

କାଜୁବାଦାମ ପିଡ଼ିଆ

୨୨-୨୩

୩-୫

୭୫-୮o

କଦଳୀ ଚୋପା

୭ - ୮

୪-୫

୭୫-୮o

ଚିଙ୍ଗୁଡ଼ି ମୁଣ୍ଡଗୁଣ୍ଡ

୨୫ – ୩୦

୮-୯

୧-୩

ଡାଲି ଜାତୀୟ ଖୁଦ

୧୫-୧୮

୨-୩

୪୫-୪୮

ପଣସ ଚୋପା

୫-୭

୭-୮

୫୫-୬୦

ଖାଦ୍ୟ ଖୁଆଇବା ପ୍ରଣାଳୀ

ଯେଉଁ ଖାଦ୍ୟ ମାଛ ଶୀଘ୍ର ଗ୍ରହଣ କରିପାରେ ସେହିଭଳି ଖାଦ୍ୟ ଯୋଗାଇବା ଶ୍ରେୟସ୍କର । ଖାଦ୍ୟ ଖୁଆଇବା ପ୍ରଣାଳୀର ମଧ୍ୟ ଗୁରୁତ୍ଵ ରହିଛି । ଖାଦ୍ୟ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଗୁଣ୍ଡ ଯାଆଁଳ ପାଇଁ ଖାଦ୍ୟକୁ ଗୁଣ୍ଡ ଆକାରରେ ଯଥେଷ୍ଟ ପରିମାଣରେ ପୋଖରୀରେ ବିଞ୍ଚି ଖାଇବାକୁ ଦିଆଯାଏ । ଯାଆଁଳ ବଡ଼ ହେଲେ ତା ଓଜନର ପ୍ରାୟ ଶତକଡ଼ା ତିନି ଭାଗ ହିସାବରେ ଖାଦ୍ୟକୁ ଗୋଳା କରି ପୋଖରୀରେ ନିର୍ଦ୍ଦିଷ୍ଟ କୋଣ ମାନଙ୍କ ରେ ପାଣି ଭିତରେ ଝୁଡ଼ି ଟଙ୍ଗାଇ ତା । ଭିତରେ ଖାଦ୍ୟ ଯୋଗାଇ ଦିଆଯାଏ । ଏହା ବ୍ୟତୀତ ପୋଖରୀ ଭିତରେ ସ୍ଥାନେ । ସ୍ଥାନେ ଖୁଣ୍ଟ ପୋତି ସେଥିରେ ବ୍ୟାଗ ବା ଅଖା ପାଣି ଭିତରେ ଓହଳାଇ ଦିଆଯାଇପାରେ ଏବଂ ସେଥିରେ ଛୋଟ ଛୋଟ କିଛି କଣା କଲେ ମାଛ ଖୁମି ଖାଇବାକୁ ସୁବିଧା ହୋଇ ପାରିବ । ମାଛର ଓଜନ ବଢ଼ିବା ସହିତ ଖାଦ୍ୟର ପରିମାଣ ମଧ୍ୟ ସେହି ଅନୁସାରେ ବଢ଼ାଇ ଦିଆଯାଏ । କଳମ ଶାଗ, ଘାସ, ଚିଙ୍ଗୁଡ଼ି ଦଳ, ଲେମନା ଦଳ, କଅଁଳିଆ କୋବି ପତ୍ର ଓ କଦଳୀ ପତ୍ର ଆଦି ଗ୍ରାସକାର୍ପ ମାଛକୁ ଖାଇବାକୁ ଦିଆଯାଏ । ଛୋଟ ଯାଆଁଳକୁ ଏଗୁଡ଼ିକ କାଟି ଚୁନି ଚୁନି କରି ଦେବାକୁ ହୁଏ ଓ ଯାଆଁଳ ବଢ଼ିଲେ ବାଉଁଶ ଧଡ଼ା କରି ପୋଖରୀର ନିର୍ଦ୍ଦିଷ୍ଟ ଜାଗା ମାନଙ୍କରେ ଖାଇବାକୁ ଦିଆଯାଏ । ମେସିନ୍ ଦ୍ଵାରା ଆଜିକାଲି ଖାଦ୍ୟକୁ ବିଭିନ୍ନ ଆକାରର ସିମେଇ ଭଳି ପ୍ରସ୍ତୁତି  କରାଯାଇପାରୁଛି । ଏହାକୁ ଡ୍ରାଇପେଲେଟ୍ କହନ୍ତି । ଏହି ଖାଦ୍ୟରେ ଯୋଗାଇ । ଦିଆଯାଉଥିବା ସବୁ ପ୍ରକାର ପୌଷ୍ଟିକତା ମିଳିବା ସଙ୍ଗେ ସଙ୍ଗେ ଖାଦ୍ୟ ହଠାତ୍ ପାଣି ଭିତରେ ମିଳାଇଯାଇ ନଷ୍ଟ ହୁଏ ନାହିଁ । ସୁତରାଂ ଏଭଳି ଖାଦ୍ୟର ସଂପୂର୍ଣ୍ଣ ଭାବରେ ସଦୁପଯୋଗ ସମ୍ଭବ ହୋଇପାରେ । ଅଧୁନା ୨୮ ରୁ ୩୨ ପ୍ରତିଶତ ପୁଷ୍ଟିସାରଯୁକ୍ତ ଭାସମାନ ଖାଦ୍ୟ ବଜାରରେ ମିଳୁଅଛି । ମାଛ ଗ୍ରହଣ ନ କଲା ପର୍ଯ୍ୟନ୍ତ ଏହି ଖାଦ୍ୟ । ପାଣି ଉପରେ ଭାସି ରହିଥାଏ । ୧ କି.ଗ୍ରା. ଭାସମାନ ଖାଦ୍ୟ ମାଛଙ୍କୁ ଖାଇବାକୁ ଦେଇ ୧ କି.ଗ୍ରା. ମାଛ ସହଜରେ ଉତ୍ପାଦନ କରିହେବ ।

ପୋଖରୀରେ ଅନାବନା ଘାସ ଦମନ

ମାଛ ପୋଖରୀରେ ଦେଖା ଯାଉଥିବା ଅନାବନା ଘାସ ଓ ଦଳ ପ୍ରଭୃତି ମାଛଚାଷରେ ଅନେକ ଅସୁବିଧା ସୃଷ୍ଟି କରିଥାଆନ୍ତି । ପୋଖରୀରେ ଘାସ ଓ ଦଳ ରହିବା ଯୋଗୁ ମାଛ ଉତ୍ପାଦନ କମିଯିବା ସହିତ ପରିବେଶ ପ୍ରଦୂଷଣ ଘଟିଥାଏ । ଅନେକ ସମୟରେ ଦଳ ହୋଇଥିବା ସ୍ଥାନ ସନ୍ତସନ୍ତିଆ ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଆମ ଦେଶର ଜଳବାୟୁ ଅନାବନା ଘାସର ବୃଦ୍ଧି ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏପରି ଘଟିଥାଏ ।

ମୁଖ୍ୟତଃ ଅନାବନା ଘାସକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା :-

  • ଭାସମାନ ଘାସ – ଯେଉଁ ଘାସ ଗୁଡ଼ିକ ମାଟି ସହ ନ ଲାଗି ପାଣି ଉପରେ । ଭାସି ବୁଲୁଥାଏ ସେଗୁଡ଼ିକୁ ଭାସମାନ ଘାସ କୁହାଯାଏ । ଏଗୁଡ଼ିକ ମଧ୍ୟରେ ବିଲାତି ଦଳ, ଆଜୋଲା, ସାଭାନିଆ ଆଦି ପ୍ରଧାନ ।
  • ଅର୍ବଭାସମାନ ଘାସ – ଏହି ଧରଣର ଘାସ ଗୁଡ଼ିକର ଚେର ପୋଖରୀର ମାଟି ସହିତ ଲାଗିଥାଏ । କିନ୍ତୁ ସେଗୁଡ଼ିକର ପତ୍ର ଓ ଫୁଲ ଜଳ ଉପରେ ଭାସି  ବୁଲୁଥାଏ । କଇଁ ପଦ୍ମ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି ।
  • ବୁଡ଼ନ୍ତା ଘାସ – ଏଗୁଡ଼ିକ ପାଣି ଭିତରେ ବୁଡ଼ି ରହିଥାନ୍ତି । ଏଗୁଡ଼ିକର ମୂଳ ମାଟି ସହିତ ଲାଗିଥାଏ ବା ଏଗୁଡ଼ିକ ପାଣି ଭିତରେ ଭାସି ବୁଲନ୍ତି । ଚିଙ୍ଗୁଡ଼ିଆ ଦଳ, ଟାପ୍ ଘାସ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି ।
  • ପାଣିକୂଳ ଘାସ – ଏହି ଘାସ ଗୁଡ଼ିକ ପାଣି ଧାର ପାଖରେ ବା ସନ୍ତସନ୍ତିଆ ଜାଗାରେ ଦେଖାଯାଆନ୍ତି । ପାଣି ମୁଥା, ଅମରି, ବଣ ସାରୁ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି । ଏଗୁଡ଼ିକ ପାଣି କୂଳରେ ହୋଇଥିଲେ ମଧ୍ୟ ଅନେକ ସମୟରେ ପୋଖରୀ ଭିତରକୁ ମାଡ଼ି ଯାଇଥାଆନ୍ତି ।
  • ଶିଉଳି ଜାତୀୟ ଘାସ – ଏଗୁଡ଼ିକ ପୋଖରୀ ପାଣି ଉପରେ ବା ଅଳ୍ପ ପାଣିଥିଲେ । ପୋଖରୀ ଭିତରେ ଦେଖାଯାଆନ୍ତି । ଏଗୁଡ଼ିକ ଯୋଗୁଁ ପୋଖରୀ ପାଣିର ରଙ୍ଗ ସବୁଜ, ନୀଳ-ସବୁଜ, ବାଦାମୀ, ଲାଲ୍-ବାଦାମୀ ଆଦି ହୋଇଥାଏ । ବିଭିନ୍ନ  ପ୍ରକାରର ଶୈବାଳ ଏହି ଶ୍ରେଣୀର ଅନ୍ତର୍ଗତ।

ଘାସ ଦମନ

ମୁଖ୍ୟତଃ ପାଞ୍ଚଟି ଉପାୟରେ ଅନାବନା ଘାସ ଦମନ କରାଯାଇପାରେ । ସେଗୁଡ଼ିକ ହେଲା – ଚାଷକରି, ହାତରେ ଉପାଡ଼ି, ଯନ୍ତ୍ର ବ୍ୟବହାର କରି, ଜୈବିକ ପଦ୍ଧତି ଏବଂ ରାସାୟନିକ ପଦ୍ଧତି ।

ଚାଷ ଦ୍ଵାରା ଅନାବନା ଘାସ ନିୟନ୍ତ୍ରଣ କରିବାକୁ ହେଲେ ପୋଖରୀ କୂଳକୁ ହଳ କରିବାକୁ ହୁଏ । ଏଥ ସହିତ ପୋଖରୀ କୂଳକୁ ପଟୁମାଟି ବାହାର କରି ଏହାକୁ ଗହୀର କରିବା ଉଚିତ୍ । ତା ଛଡ଼ା ପୋଖରୀରେ ନୂଆ ଘାସ ପ୍ରବେଶକୁ ମଧ୍ୟ ରୋକାଯିବା ଆବଶ୍ୟକ ।

ପୋଖରୀ କୂଳର ଘାସକୁ ହାତରେ ଉପାଡ଼ି ବା ଦାଆରେ କାଟି ଦେଲେ ମଧ୍ୟ ଘାସ ଦମନ ହୋଇଥାଏ । ଏହାଛଡ଼ା ବିଦା ଚଳାଇ ବା ରେକ୍ ୱିଡର ବ୍ୟବହାର କରି ମଧ୍ୟ ପୋଖରୀ କୂଳର ଘାସ ଦମନ କରାଯାଇପାରିବ ।

ଘାସ ଦମନ ପାଇଁ ବିଭିନ୍ନ ପ୍ରକାରର ଘାସକଟା ଯନ୍ତ୍ର ବ୍ୟବହାର କରାଯାଇଥାଏ। ଏହାଦ୍ଵାରା ଘାସ ମରିଯାଇଥାଏ । ଏ ସବୁ ଉପାୟ ବାରମ୍ବାର ଅନୁସରଣ କଲେ ସମ୍ପୂର୍ଣ୍ଣ ଭାବେ ଘାସ ଦମନ କରାଯାଇପାରିବ । କିନ୍ତୁ ଏହା ବ୍ୟୟବହୁଳ ଓ ଶ୍ରମ ସାପେକ୍ଷ ଉପାୟ ଅଟେ ।

ଜୈବିକ ଉପାୟରେ ଘାସ ଦମନ କରିବା ସହଜ ଓ ଏଥିପାଇଁ ଅଳ୍ପ ଖର୍ଚ୍ଚାନ୍ତ  ହେବାକୁ ପଡ଼ିଥାଏ । ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ପୋଖରୀରେ ଦେଖାଯାଉଥିବା ଘାସ ଖାଇଥାଆନ୍ତି । ଏମାନଙ୍କ ମଧ୍ୟରେ କେତେକ ମାଛ, ବତକ, କେତେକ କୀଟର ସଂବାଳୁଆ ଆଦି ପ୍ରଧାନ । ଆଜିକାଲି ଗ୍ରାସକାର୍ପ ଜାତୀୟ ମାଛ ଚାଷ କରି ପୋଖରୀରୁ ଅନାବନା ଘାସ ଦମନ କରାଯାଇପାରୁଛି । ଏହି ମାଛ ଅନେକ ପ୍ରକାରର ଭାସମାନ ଘାସକୁ ଖାଇ ଦେଇଥାନ୍ତି । ଅତି ବହଳିଆ ଘାସ ହୋଇଥିବା ଅଞ୍ଚଳରେ ୩୦୦ ରୁ  ୫୦୦ ଗ୍ରାମ୍ ଓଜନ ପର୍ଯ୍ୟନ୍ତ ଗ୍ରାସ୍‌କାର୍ପ ଛାଡ଼ିବା ଉଚିତ୍ । ଘାସର ପରିମାଣ ଓ କିସମ ଉପରେ ନିର୍ଭର କରି ମାଛର ପରିମାଣ ନିର୍ଣ୍ଣୟ କରାଯାଇଥାଏ ।

ଘାସ ଦମନ ପାଇଁ ରାସାୟନିକ ପଦ୍ଧତି ଅନୁସରଣ କଲେ ଅଧିକ ସଫଳତା ମିଳିଥାଏ । ବିଭିନ୍ନ ପ୍ରକାରର ଘାସ ଦମନ କରିବା ପାଇଁ ଭିନ୍ନ ଭିନ୍ନ ଔଷଧ ଆବଶ୍ୟକ ହୋଇଥାଏ । ତେଣୁ ଉପରୋକ୍ତ ଭାବେ ଔଷଧ ନିୟ କରିବା ଉଚିତ୍ । ଏଥିପାଇଁ ଆମକୁ ଘାସର ପ୍ରକାର, ଉପଯୁକ୍ତ ଔଷଧ, ପ୍ରୟୋଗ ପରିମାଣ, ପ୍ରୟୋଗ ସମୟ ଆଦି ବିଷୟରେ ଜାଣିବାକୁ ପଡ଼ିବ ।

ମାଛ ପୋଖରୀରେ ବିଲାତି ଦଳ ସବୁଠାରୁ କ୍ଷତିକାରକ ଘାସ । ୨.୪-ଡି ନାମକ ଔଷଧ ପ୍ରୟୋଗ କଲେ ବିଲାତି ଦଳକୁ ନଷ୍ଟ କରାଯାଇପାରିବ । ଦଳ ଛୋଟ ହୋଇଥିଲେ ହେକ୍ଟର ପିଛା ୪ କିଲୋଗ୍ରାମ୍, ମଝାଳିଆ ହୋଇଥିଲେ ହେକ୍ଟର ପିଛା ୬ କିଲୋଗ୍ରାମ୍ ଓ ବଡ଼ ହୋଇଥିଲେ ୧୦ କିଲୋଗ୍ରାମ୍ ହିସାବରେ ପ୍ରୟୋଗ କରିବା ଉଚିତ୍ । ଏହି ଔଷଧକୁ ଫୁଟ୍ ପମ୍ପ ସ୍ପ୍ରେୟର ଦ୍ଵାରା ଦଳ ଉପରେ ସମାନ ଭାବେ । ପ୍ରୟୋଗ କରିବା ଦରକାର । ଏଥିପାଇଁ ପୋଖରୀ ଉପରେ ଦୁଇଖଣ୍ଡ ବାଉଁଶ ରସ୍ ତା ଉପରେ ଚାଲି ଚାଲି ସ୍ର କରିବାକୁ ହୋଇଥାଏ । ଏକ ହେକ୍ଟର ଆକାରର ପୋଖରୀରେ ସ୍ପ୍ରେ କରିବା ପାଇଁ ୪୦୦ ଲିଟର ପାଣି ଦରକାର ହୋଇଥାଏ । ଏଥି ସହିତ ଶତକଡ଼ା ୦.୧ ଭାଗ ଡିଟରଜେଣ୍ଟ୍ ପାଉଡର ମିଶାଇବା ଉଚିତ୍ । ସ୍ପ୍ରେ କରିବାର ତିନିମାସ ପରେ ଘାସ ଦମନ ହୋଇଥାଏ । ପିଷ୍ଟିଆ ନାମକ ଘାସ ଦମନ ପାଇଁ ହେକ୍ଟର ପିଛା ଦୁଇ ଲିଟର ଗ୍ରାମ୍କସୋନକୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ  କରିବା ଦରକାର । ସାଲଭାନିଆ ଦମନ କରିବା ପାଇଁ ହେକ୍ଟର ପିଛା ୫ ଲିଟର ହିସାବରେ ଗ୍ରାମ୍କସୋନ ସ୍ପ୍ରେ କରିବା ଉଚିତ୍।

ପୋଖରୀରେ କଇଁ, ପଦ୍ମ ଆଦିଥିଲେ ଏହାକୁ ମାରିବା ପାଇଁ ହେକ୍ଟର ପିଛା ୮ ରୁ ୧୦ କିଲୋଗ୍ରାମ୍ ୨.୪-ଡି ଔଷଧ ପ୍ରୟୋଗ କରନ୍ତୁ । ଏହି ପରିମାଣର ଔଷଧକୁ ୩୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ଏଥି ସହିତ ଶତକଡ଼ା ୦.୨ ଭାଗ ଲୁଗାଧୁଆ ପାଉଡର ମିଶାଇ ଦେବା ଉଚିତ୍ ।

ପାଣିରେ ସଂପୂର୍ଣ୍ଣ ଭାବେ ବୁଡ଼ି ରହିଥିବା ଘାସ ଦମନ କରିବା ପାଇଁ ଆନହାଇଟସ ଆମୋନିଆ ବ୍ୟବହାର କରିବା ଉଚିତ୍ । ପୋଖରୀ କୂଳରେ ଦେଖାଯାଇଥିବା ଘାସ ଦମନ ପାଇଁ ହେକ୍ଟର ପିଛା ଆଠ କିଲୋଗ୍ରାମ୍ ୨.୪-ଡି କୁ ୨୦୦ ଲିଟର ପାଣିରେ ଗୋଳାଇ ସ୍ପ୍ରେ କରନ୍ତୁ । ମୁଥା ଦମନ ପାଇଁ ଏହି ଔଷଧକୁ ହେକ୍ଟର ପିଛା ୧୦ କିଲୋଗ୍ରାମ୍ ହିସାବରେ ପ୍ରୟୋଗ କରିବା ଆବଶ୍ୟକ।

ଶୈବାଳ ଜାତୀୟ କେତେକ ଘାସ ଦମନ ପାଇଁ ସିମାଜିନ୍ ବା ଡାଇୟୁରନ୍ ଔଷଧକୁ ପ୍ରତି ଲିଟର ପାଣି ପିଛା ୦.୩ ରୁ ୦.୫ ମିଲିଗ୍ରାମ୍ ହିସାବରେ ଗୋଳାଇ ସ୍ପ୍ରେ କରନ୍ତୁ । ଏହି ଔଷଧ ମାଛ ମାନଙ୍କର କୌଣସି କ୍ଷତି କରି ନଥାଏ । କିନ୍ତୁ ଶୈବାଳ ମରିଯାଉଥିବାରୁ ଜଳରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ କମିଯିବାର ସମ୍ଭାବନା ରହିଛି । ତେଣୁ ଏ ସମସ୍ୟାର ସମାଧାନ ପାଇଁ ପୋଖରୀର ପାଣିକୁ ଅମ୍ଳଜାନୀକରଣ କରିବା ଉଚିତ୍ ।

ଯଦି ଉପରୋକ୍ତ ଭାବେ ରାସାୟନିକ ପଦ୍ଧତି ଅନୁସରଣ କରାଯାଏ ତେବେ ପୋଖରୀରେ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ମାରି ସାରିବା ପରେ ରହିଯାଉଥିବା ଅବଶିଷ୍ଟ ଘାସକୁ ପାଣିରୁ ବାହାର କରିଦେବା ଉଚିତ୍। ଏହାପରେ ମାଛଚାଷ କରାଗଲେ ଜାଲ ପକାଇବା ତଥା ଅନ୍ୟାନ୍ୟ କାର୍ଯ୍ୟ ଦ୍ଵାରା ଘାସ ନିୟନ୍ତ୍ରଣ କରାଯାଇପାରିବ ।

ଘାସର ବିନିଯୋଗ

ପୋଖରୀରେ ଦେଖାଯାଉଥିବା କେତେକ ଘାସକୁ ମଧ୍ୟ ଆମ ଦରକାରରେ ଲଗାଯାଇପାରିବ । ଏହି ଘାସ ଗୁଡ଼ିକରୁ କମ୍ପାଷ୍ଟ, ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ, ମାଛମାନଙ୍କ ଖାଦ୍ୟ, କବକମାନଙ୍କ ଖାଦ୍ୟ, କାଗଜ ତିଆରି ପାଇଁ ଦରକାର ହେଉଥିବା ମଣ୍ଡ ଆଦି ପ୍ରସ୍ତୁତ କରାଯାଇପାରିବ । ତେବେ ପୋଖରୀରେ ଦେଖାଯାଉଥିବା ଘାସ ଗୁଡ଼ିକରେ ଜଳୀୟ ଅଂଶ ଅଧିକ ରହୁଥିବାରୁ ପରିବହନରେ ଅସୁବିଧା ଘଟିଥାଏ । ତେଣୁ ଏହି ଘାସୁଗଡ଼ିକୁ ପରିବହନ କରିବାକୁ ହେଲେ ପ୍ରଥମେ ପାଣିରୁ ବାହାର କରି ଶୁଖାଇ ଦେବା ଆବଶ୍ୟକ । ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ଜଳଜ ଘାସ । ଗୁଡ଼ିକର ବିନିଯୋଗ ବେଶ୍ ଗୁରୁତ୍ଵପୂର୍ଣ୍ଣ । ଏହାଦ୍ଵାରା ଜଳସ୍ତରକୁ ପରିଷ୍କାର କରାଯିବା । ସହିତ ଗାଁ ଗହଳିରେ ଲୋକମାନଙ୍କ ପାଇଁ ଶ୍ରମଦିବସ ସୃଷ୍ଟି କରାଯାଇପାରିବ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଡଃ ସତ୍ୟେନ୍ଦ୍ର ନାଥ ମହାନ୍ତି, ଶ୍ରୀମତୀ କୁଳଜୀତ କଭର ଭାନଟ୍, ଶ୍ରୀ ଦୁରାଇ ସ୍ଵାମୀ ନାରାୟଣ ସ୍ଵାମୀ, ଏସ୍, ପଟ୍ଟନାୟକ କେନ୍ଦ୍ରୀୟ ମଧୁର ଜଳଜ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ, ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
2.86363636364
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top