ହୋମ / କୃଷି / ମତ୍ସ୍ୟପାଳନ / ଖରାଦିନେ ମାଛ ପୋଖରୀର ପରିଚାଳନା
ସେଆର କରନ୍ତୁ

ଖରାଦିନେ ମାଛ ପୋଖରୀର ପରିଚାଳନା

ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରି । ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ ।

ବଢୁଛି ତାତି । ନଦୀ ପୋଖରୀର ଜଳସ୍ତର ମଧ୍ୟ କମିଲାଣି । ଏଭଳି ସ୍ଥିତିରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ। ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ  ଅନେକ କ୍ଷତି ସହିବାକୁ  ପଡେ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରି । ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ ।

ଜଳସ୍ତରର ମାତ୍ରା

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମ୍ରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିପାରିବେ । ଯେଉଁ ଚାଷା ଭାଇଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଦରକାର । ପର୍ଯ୍ୟାୟକ୍ରମେ ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ ହାନିରୁ ମୁକ୍ତି ପାଇଯିବେ ।

ଜଳାଶୟରେ ଅମ୍ଳଜାନକୁ ନିୟନ୍ତ୍ରଣ

ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ । ପରିବେଶର ଉତ୍ତାପ ବୁଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ବଢ଼ିଥାଏ । ଓ ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ । ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର ।

ଏଥିସହିତ ପାଖରେ  ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର । ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଓ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଏହାବ୍ୟତୀତ, ଅମ୍ଳଜାନ ପାଉଡ଼ର, ଟାବଲେଟ୍ ବା କ୍ୟାଲସିୟମ୍ ପେରଅକ୍ସାଇଡ ନିକଟସ୍ଥ ଆକ୍ଵାସପ୍ ଠାରୁ ଆଣି ପାଖରେ ରଖନ୍ତୁ ।

ଅମ୍ଳଜାନ ଅଭାବର ଲକ୍ଷଣ

ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ହେଲା, ମାଛମାନେ ପୋଖରୀର ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରନ୍ତି । ଏହା ବ୍ୟତୀତ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଦେଖାଯାଏ । ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରି, ନହେଲେ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ । ଏହି ସମୟରେ ଜଳର କେତେକ ରାସାୟନିକ କାରକ ତଥା ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ,  ଏମୋନିଆ, ନାଇଟ୍ରାଇଟ୍ ଜଳର ପ୍ଲବକ ପରୀକ୍ଷା କରିବା ଜରୁରି ।

ପାଣି ନୀଳ ପଡିଗଲେ

ପାଣି ପୋଖରୀ ଅତ୍ୟଧିକ, ନୀଳ ହୋଇଯାଇଥିଲେ  ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ  । ଏହା ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ । ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଏମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ ।

ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦-୩୦ କିଗ୍ରା ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର 'ପି.ଏଚ୍ ଆଣାଯାଇ ଏକର ପିଛା ୮୦ କି.ଗ୍ରା ଚୂନ ପ୍ରୟୋଗ କରିବା ଜରୁରି ।

ଲେଖା ଏବଂ ପ୍ରାପ୍ତ  - ବୈଜ୍ଞାନିକ ବସନ୍ତ କୁମାର ଦାସ, ମୋ – ୯୪୩୭୦୮୦୪୧୧

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top