ହୋମ / କୃଷି / ମତ୍ସ୍ୟପାଳନ / ଗଭୀର ଜଳରୁ ମାଛ ଧରିବା ପାଇଁ ଆନୁସଙ୍ଗିକ ଉପକରଣ, ସଂରକ୍ଷଣ ପଦ୍ଧତି, ମତ୍ସ୍ୟଜାତ ଦ୍ରବ୍ୟ ଓ ବିକ୍ରୟ
ସେଆର କରନ୍ତୁ

ଗଭୀର ଜଳରୁ ମାଛ ଧରିବା ପାଇଁ ଆନୁସଙ୍ଗିକ ଉପକରଣ, ସଂରକ୍ଷଣ ପଦ୍ଧତି, ମତ୍ସ୍ୟଜାତ ଦ୍ରବ୍ୟ ଓ ବିକ୍ରୟ

ଗଭୀର ଜଳରୁ ମାଛ ଧରିବା ପାଇଁ ଆନୁସଙ୍ଗିକ ଉପକରଣ, ସଂରକ୍ଷଣ ପଦ୍ଧତି, ମତ୍ସ୍ୟଜାତ ଦ୍ରବ୍ୟ ଓ ବିକ୍ରୟ ସମ୍ବନ୍ଧରେ ସୂଚନା ।

ସାଧାରଣତଃ ହ୍ରଦ, ଜଳଭଣ୍ଡାର, ନଦୀ ଓ ସମୁଦ୍ରରେ ଗଭୀର ଜଳରୁ ମାଛ ଧରିବା ପୋଖରୀ ଅପେକ୍ଷା କଷ୍ଟଦାୟକ । ଗଭୀର ଜଳରେ ମାଛ ଧରିବା ନିମନ୍ତେ ଡଙ୍ଗା ଓ ଜାଲର ବ୍ୟବହାର ବହୁ ପୁରାତନ କାଳରୁ ପ୍ରଚଳିତ ।

ହ୍ରଦ ଓ ଜଳଭଣ୍ଡାରରୁ ମାଛ ଧରିବା ପାଇଁ କଦଳୀ ଗଣ୍ଡିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯତ୍ନଚାଳିତ ଡଙ୍ଗାର ବ୍ୟବହାର କରାଯାଇଥାଏ । ଏମାନଙ୍କ ମଧ୍ୟରେ ଡିଙ୍ଗି, କାଠଭେଳା, ଟିଣଭେଳା, ଦ୍ରମ୍ ଭେଳା, ବାଉଁଶ ଭେଳା, ଘାସ ଭେଳା, ପବନପୂର୍ଣ୍ଣ ରବର ଝୁକ୍ ଓ ପାଲଟଣା ଡଙ୍ଗା ଅନ୍ୟତମ । ଏଗୁଡ଼ିକ ସାହାଯ୍ୟରେ ମତ୍ସ୍ୟଜୀବୀମାନେ ହ୍ରଦ ଓ ଜଳଭଣ୍ଡାରରୁ ଜାଲ ଦ୍ଵାରା ମାଛ ସଂଗ୍ରହ କରିଥାନ୍ତି ।

ମାଛ ସଂଗ୍ରହ କରିବା ନିମନ୍ତେ ଉକ୍ତ ଜଳରାଶିର ସୁପରିଚାଳନା

ହ୍ରଦ ଓ ଜଳଭଣ୍ଡାରରେ ବିଭିନ୍ନ ପ୍ରକାର ଜାଲ ବ୍ୟବହାର କରାଯାଇଥାଏ । ଯଦିଓ ଜାଲର ନାମକରଣ ବିଭିନ୍ନ ଅଞ୍ଚଳରେ ଭିନ୍ନ ତଥାପି ଏହାର ଗଠନ ପ୍ରଣାଳୀ ଓ ବ୍ୟବହାର ସମାନ । ଜାଲମାନଙ୍କ ମଧ୍ୟରେ ଫାସିଜାଲ, ଖେପାଜାଲ ଓ ବନସି କାଡ଼ି ଅନ୍ୟତମ । ଏହି ବିସ୍ତୃତ ଜଳରାଶି ଗୁଡ଼ିକରେ ଟ୍ରଲ୍ ଜାଲ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଗଲାଣି । ତଥାପି ଏହା ସମସ୍ତ ଜଳଭଣ୍ଡାର ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ତେଣୁ ଜଳଭଣ୍ଡାରର ପ୍ରାକୃତିକ ଅବସ୍ଥା ଓ ମୃତ୍ତିକା ଅବସ୍ଥା ଉପରେ ଟ୍ରଲ୍ ଜାଲ ପ୍ରୟୋଗ କରାଯାଏ । ସାଧାରଣତଃ ଜଳଭଣ୍ଡାରର ସମତଳ ଭାଗରେ ଟ୍ରଲ୍ ଜାଲ ପ୍ରୟୋଗ କରାଯାଇଥାଏ । ସୋର୍ସିର ବ୍ୟବହାର ହ୍ରଦ ଓ ଜଳଭଣ୍ଡାରରେ  ମଧ୍ୟ ପରୀକ୍ଷା ମୂଳକ ଭାବେ ପ୍ରୟୋଗ କରାଯାଉଅଛି । ମାତ୍ର ହ୍ରଦ ଓ ଜଳଭଣ୍ଡାର ନିମନ୍ତେ ଫାସି, ଖେପା ଓ ବସୀ ଖାଡ଼ିର ଆବଶ୍ୟକତା ଅନ୍ୟ ଜାଲ ଅପେକ୍ଷା ବହୁତ ବେଶୀ । ବସୀ ଖାଡ଼ିରେ ସାଧାରଣତଃ ଶିକାରୀ ମାଛଗୁଡ଼ିକୁ ସଂଗ୍ରହ କରାଯାଇଥାଏ । ଖେପା ଓ ଫାସି ଜାଲରେ ବିଭିନ୍ନ କିସମର ମାଛ ଧରାଯାଇଥାଏ । ଫାସି ଜାଲରେ ନିର୍ଦ୍ଦିଷ୍ଟ ଆକାରର ବିଭିନ୍ନ ପ୍ରକାର ମାଛ ଧରାଯାଇପାରେ ।

ପୁରାତନ କାଳରୁ ହ୍ରଦ ଓ ଜଳଭଣ୍ଡାରଗୁଡ଼ିକରୁ ମତ୍ସ୍ୟଜୀବୀମାନେ ମାଛ ସଂଗ୍ରହ କରି ଜୀବନଧାରଣ କରୁଥିଲେ । ସେମାନେ ମାଛ ଧରିବା ନିମିତ୍ତ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଅନେକ ସମୟରେ ବିଫଳ ହେଉଥିଲେ । ଏତଦ୍‌ବ୍ୟତୀତ ସେମାନେ  ମାଛ ଧରିବା ପ୍ରଣାଳୀର ତତ୍ପରତା ଦୃଷ୍ଟିରୁ ମାଛମାନଙ୍କର ବଂଶବୃଦ୍ଧି ପ୍ରତି ଆଦୌ  ଯତ୍ନଶୀଳ ହେଉ ନଥିଲେ । ଏହାକୁ ଅତ୍ୟଧିକ ଆଦାୟ କୁହାଯାଏ । ତେଣୁ ହ୍ରଦ ଓ  ଜଳଭଣ୍ଡାରରେ ଥିବା ପ୍ରତ୍ୟେକ ଶ୍ରେଣୀ ମାଛର ଶତକଡ଼ା ୬୦ ଭାଗ ସଂଗ୍ରହ କରି ଆଉ ୪୦ ଭାଗ ସେମାନଙ୍କର ପ୍ରାକୃତିକ ବଂଶବୃଦ୍ଧି କରିବା ନିମନ୍ତେ ଛାଡ଼ିଦେବା ଦରକାର । ତେଣୁ ହ୍ରଦ ଓ ଜଳଭଣ୍ଡାରୁ ଉପଯୁକ୍ତ ପରିମାଣର ମାଛ ସଂଗ୍ରହ କରିବା ନିମନ୍ତେ ଉକ୍ତ ଜଳରାଶିର ସୁପରିଚାଳନା କରିବା ଦରକାର ଓ ଏହି ପଦ୍ଧତି ସମ୍ବନ୍ଧରେ ନିମ୍ନରେ ଉଲ୍ଲେଖ କରାଯାଇଅଛି ।

  1. ଜଳଭଣ୍ଡାରରେ କ୍ରମାନ୍ଵୟରେ ଚାଷପୋଯୋଗୀ ମାଛ ଜମାକରଣ ବ୍ୟବସ୍ଥା ରହିବା ଉଚିତ୍। ତଦ୍ଵାରା ମତ୍ସ୍ୟଜୀବୀମାନେ ଉପଯୁକ୍ତ ମାଛ ସଂଗ୍ରହ କରିପାରିଥାନ୍ତି ।
  2. ମାଛମାନଙ୍କର ସମୁଦାୟ ଅଟକଳ ମୋଟାମୋଟି ଭାବରେ ମତ୍ସ୍ୟଜୀବୀମାନଙ୍କୁ ଅବଗତ କରାଇବା ଦରକାର । ସେହି ସମୁଦାୟ ଅଟକଳରୁ ଶତକଡ଼ା ୬୦ । ଭାଗ ସଂଗ୍ରହ କରି ଅବଶିଷ୍ଟ ମାଛମାନଙ୍କୁ ନ ଧରିବା ନିମନ୍ତେ ପଦକ୍ଷେପ ନେବା ଉଚିତ୍ ।
  3. ନିର୍ଦ୍ଦିଷ୍ଟ ଫାସ ଆକାରର ଫାସିଜାଲ ବ୍ୟବହାର କରିବା ଉଚିତ୍ । ଏହାଦ୍ଵାରା ପ୍ରତ୍ୟେକ ମାଛ ଥରେ ଲେଖାଏଁ ଉକ୍ତ ଜଳଭଣ୍ଡାରରେ ପ୍ରଜନନକ୍ଷମ ହୋଇ ବଂଶବିସ୍ତାର କରିବାର ସୁଯୋଗ ପାଇପାରିବେ ।
  4. ଲୋପ ପାଇଯାଉଥିବା ମାଛମାନଙ୍କର ବଂଶ ସୁରକ୍ଷା ନିମନ୍ତେ ସେହି ମାଛଗୁଡ଼ିକୁ ଧରିବା ଉଚିତ୍ ନୁହେଁ ।
  5. ମାଛମାନଙ୍କର ପ୍ରାକୃତିକ ପ୍ରଜନନ ଘୂଳ ସଂରକ୍ଷିତ ଓ ସୁରକ୍ଷା ରଖାଯାଇପାରୁଥିବା ଉଚିତ୍ ।
  6. ଶିକାରୀ ମାଛମାନଙ୍କୁ କ୍ରମେ କ୍ରମେ ଧରାଯିବା ଉଚିତ୍ । ଏହାଦ୍ଵାରା ଜାତିଆ ମାଛମାନେ ଉପଯୁକ୍ତ ସ୍ଥାନ ପାଇପାରିବେ ଓ ଖାଦ୍ୟ ଖାଇ ଖୁବ୍ ଶୀଘ୍ର ବଢ଼ିପାରିବେ ।
  7. ଜଳଭଣ୍ଡାରରୁ ନିର୍ଦ୍ଦିଷ୍ଟ ମାଛ ପ୍ରଜନନ ସମୟରେ ମାଛ ଧରିବା ନିଷିଦ୍ଧ କରିବା ଉଚିତ୍ । ଏହାଦ୍ଵାରା ପ୍ରଜନନକ୍ଷମ ମାଛଗୁଡ଼ିକ ବଂଶବିସ୍ତାର କରିବାର ସୁଯୋଗ ପାଇପାରିବେ ।
  8. ଦୈନିକ ମାଛ ଧରିବା ନିମନ୍ତେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଡଙ୍ଗା ଓ ଜାଲ ବ୍ୟବହାର ନିମନ୍ତେ ମତ୍ସ୍ୟଜୀବୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ଉଚିତ୍ ।
  9. ବିଭିନ୍ନ କିସମର ମାଛ ଓ ସେମାନଙ୍କର ଆକାର ଅନୁଯାୟୀ ମାଛ ଧରିବା । ନିମନ୍ତେ ମତ୍ସ୍ୟ ସମବାୟ ସମିତି ଜରିଆରେ ଉପଯୁକ୍ତ ମୂଲ୍ୟ ଦିଆଯାଇ ଆଗ୍ରହ ସୃଷ୍ଟି କରିବା ଉଚିତ୍ । ସାଧାରଣତଃ ଶିକାରୀ ମାଛ ଧରିବା ନିମନ୍ତେ ମତ୍ସ୍ୟଜୀବୀମାନଙ୍କର ଆଗ୍ରହ ସୃଷ୍ଟି କରିବା ଉଚିତ୍ ଓ ଏଥିନିମନ୍ତେ ଅକା ମୂଲ୍ୟ ଦେବା ଉଚିତ୍ ।
  10. ପ୍ରଜନନକ୍ଷମ ଜାତିଆ ମାଛକୁ ମାରିବା ଉଚିତ ନୁହେଁ । ଏହି ମାଛମାନଙ୍କୁ ନ ଧରିବା ନିମନ୍ତେ ଉପଯୁକ୍ତ ଫାଶଥିବା ଫାସିଜାଲ ବ୍ୟବହାର କରାଯାଇଥାଏ ।
  11. ସମବାୟ ସମିତି ଜରିଆରେ ମାଛଗୁଡ଼ିକୁ ବିକ୍ରୟ କରିବାରେ ଯୋଜନା କାର୍ଯ୍ୟକାରୀ କରିବା ଉଚିତ୍ ।
  12. ଜଳଭଣ୍ଡାରରୁ ଅଧ୍ୟକ ମାଛ ଲାଭଜନକ ଉପାୟରେ ଆଦାୟ ନିମନ୍ତେ ଜାଲିଘେର ବା ବାଉଁଶଘେର ଚାଷ କରିବା ଉଚିତ୍ ।
  13. ସମୟ ମୁତାବକ ଯାଆଁଳ ଜଳଭଣ୍ଡାରରେ ଛାଡ଼ିବା ନିମନ୍ତେ, ନିକଟରେ ମାଛଯାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ଦରକାର ।
  14. ନିର୍ଦ୍ଦିଷ୍ଟ ସଂଖ୍ୟାର ଜାଲ, ଜଳଭଣ୍ଡାରରେ ପ୍ରୟୋଗ କରି ଅଟକଳ ମାଛି ପରିମାଣରୁ ବର୍ଷକୁ ହାରାହାରି ୬୦ ଭାଗ ଆମଦାନୀ କରିବା ଦରକାର ।

ଓଡ଼ିଶାରେ ହିରାକୁଦ ଜଳଭଣ୍ଡାରରୁ ହେକ୍ଟର ପିଛା ମାତ୍ର ୧୨ କି.ଗ୍ରା. ମାଛ ସଂଗ୍ରହ କରାଯାଉଥିବା ବେଳେ ଉତ୍ତର ପ୍ରଦେଶର କିଥମ୍ ଜଳଭଣ୍ଡାରରୁ ୩୦୦-୪୦୦ କି.ଗ୍ରା. ମାଛ ସଂଗ୍ରହ କରାଯାଇ ପାରିଥାଏ । ତେଣୁ ପ୍ରତ୍ୟେକ ଜଳଭଣ୍ଡାରୁ ହେକ୍ଟର ପିଛା ଅଧିକ ମାଛ ଉତ୍ପାଦନ କରିବାକୁ ହେଲେ ଜଳଭଣ୍ଡାରର ସୁପରିଚାଳନା ପଦ୍ଧତି ଉପରେ ଦୃଷ୍ଟି ଦେବା ଆବଶ୍ୟକ ।

ନଦୀର ଉତ୍ପତିସ୍ଥଳ ଠାରୁ ଆରମ୍ଭ କରି ସମୁଦ୍ରରେ ପଡ଼ିବା ପର୍ଯ୍ୟନ୍ତ ଏହାର ସମସ୍ତ ଅଞ୍ଚଳରୁ ମତ୍ସ୍ୟଜୀବୀମାନେ ମାଛ ସଂଗ୍ରହ କରିଥାନ୍ତି । ମତ୍ସ୍ୟ ସଂଗ୍ରହ ନିମନ୍ତେ ବିଭିନ୍ନ ଡଙ୍ଗା ଓ ଜାଲର ବ୍ୟବହାର କରାଯାଇଥାଏ । ଡଙ୍ଗା ମଧ୍ୟରେ ନାଆ, କାଠ ଓ ଡ୍ରମ୍ ଭେଳାର ବହୁଳ ବ୍ୟବହାର କରାଯାଏ । ଖେପାଜାଲ, କାଡ଼ିଜାଲ, ଟ୍ରାପ (ମୁଗୁରା), ବୁଡ଼ାଜାଲ, ଫାସିଜାଲ, ନୋଳାଜାଲ ଓ ବନିସୀ ଖାଡ଼ି ସାହାଯ୍ୟରେ ମାଛ ସଂଗ୍ରହ କରାଯାଇଥାଏ । ପୋଖରୀରେ ସାଧାରଣତଃ ଟଣାଜାଲ, ଭିଡ଼ାଜାଲ, ଖେପାଜାଲ, ନୋଳିଜାଲ, ବୁଡ଼ାଜାଲ, କାଡ଼ିଜାଲ ବା ବନିସୀ ଖାଡ଼ି ଦ୍ଵାରା ମାଛ ଧରାଯାଇଥାଏ । ପୋଖରୀ ଶୁଖାଇ ଦେଇ ହାତଦ୍ଵାରା, ପୋଳୁଅ ବା ମୁଗୁରା ଦ୍ଵାରା ମାଛ ଧରାଯାଇଥାଏ । ନଦୀର ଉତ୍ପତ୍ତି ସ୍ଥଳରେ ସାଧାରଣତଃ ଥଣ୍ଡାଜଳରେ ଭଲ ପାଉଥିବା ମାଛମାନେ ବାସ କରିଥାଆନ୍ତି । ସେମାନଙ୍କ ମଧ୍ୟରେ ଟ୍ରାଉଟ୍ ଅନ୍ୟତମ । ଏମାନଙ୍କୁ ମଧ୍ୟ ଖେଳାଳୀ ମାଛ କୁହାଯାଏ, କାରଣ ଏଗୁଡ଼ିକୁ ବନିସୀ ଖାଡ଼ିରେ ଧରି ପର୍ଯ୍ୟଟକ ମାନେ ଆନନ୍ଦ ଉପଭୋଗ କରିଥାନ୍ତି । ନଦୀର ମଧ୍ୟଭାଗରେ ସାଧାରଣତଃ ଜାତିଆ ମାଛ ତଥା ରୋହି, ଭାକୁର, ମିରିକାଳି ଓ ଅନ୍ୟାନ୍ୟ ମାଛ ଦେଖାଯାଇଥାଏ । ନଦୀର ଶେଷରେ ସମୁଦ୍ରରେ ପଡ଼ିଥାଏ ଓ ଏହିଭାଗରେ କ୍ଷାରୀୟ ଜଳ ମାଛ ତଥା ଖଇଙ୍ଗା, ସେବା ଖଇଙ୍ଗା ପ୍ରଭୃତି ମାଛ ଦେଖାଯାଇଥାଏ । ।

ନଦୀଗୁଡ଼ିକରୁ କ୍ରମେ କ୍ରମେ ବହୁ ସଂଖ୍ୟାର ନିର୍ଦ୍ଦିଷ୍ଟ ମାଛ ଲୋପ ପାଇବାକୁ ବସିଲାଣି । ଉଦାହରଣ ସ୍ୱରୂପ ଇଲିସି ମାଛ କ୍ଷାରୀୟ ଜଳରୁ ଆସି ନଦୀର ଉପରି ଭାଗରେ ମଧ୍ୟ ଦେଖୁବାକୁ ମିଳିଥାଏ । ମାତ୍ର ଏବେ ଏମାନଙ୍କର ସଂଖ୍ୟା ବହୁତ କମିଗଲାଣି । ଏହାର ଅନେକ ଗୁଡ଼ିଏ କାରଣ ଅଛି । ସେଥିମଧ୍ୟରୁ ନଦୀବନ୍ଧ ପରି ଜଳଭଣ୍ଡାର ତିଆରି ହେବାଦ୍ଵାରା ସେମାନେ ନଦୀର ମଧ୍ୟ ଭାଗକୁ ଯାଇପାରନ୍ତି ନାହିଁ । ଏହାଛଡ଼ା ସାଧାରଣତଃ କଳ କାରଖାନାରୁ ନିର୍ଗତ ବିଷାକ୍ତ ଦ୍ରବ୍ଯ ଓ ଆବର୍ଜନା । ଦ୍ଵାରା ପରିବେଶ ପ୍ରଦୂଷଣ ହୋଇଥାଏ । ଏତଦ୍ ବ୍ୟତୀତ ସୁପରିଚାଳନା ପଦ୍ଧତିକୁ ମଧ୍ୟ ମତ୍ସ୍ୟଜୀବୀମାନେ ଅନୁସରଣ କରୁ ନଥିବାରୁ ମାଛ ସଂଖ୍ୟା ହ୍ରାସ ପାଉଛି । ତେଣୁ ପ୍ରଦୂଷଣରୁ ନଦୀକୁ ସୁରକ୍ଷା, ନିର୍ଦ୍ଦିଷ୍ଟ ସଂଖ୍ୟାର ଜାଲ ବ୍ୟବହାର କରିବା ଓ ମାଛ ଯାଆଁଳ କ୍ରମାନ୍ୱୟ ଭାବେ ଛାଡ଼ିବା ଦ୍ଵାରା ନଦୀଗୁଡ଼ିକରେ ମତ୍ସ୍ୟ ସମ୍ପଦର ସୁରକ୍ଷା କରାଯାଇପାରିବ ।

ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରକାର ଡଙ୍ଗା ଓ ଜାଲ ସାହାଯ୍ୟରେ ମାଛ ସଂଗ୍ରହ କରାଯାଉଅଛି । ଉକ୍ତ ଡଙ୍ଗାଗୁଡ଼ିକ ମଧ୍ୟରେ କାଟାମାରାନ୍ । ନାଆ, ଡିଙ୍ଗି, ପାଲଟଣା ବୋଇତ, ସ୍ୱୟଂଚାଳିତ ଡଙ୍ଗା ଓ ଜାହାଜ ଅନ୍ୟତମ । କାଟାମାରାନ୍ ସାଧାରଣତଃ ୩ ରୁ ୪ ଟି କାଠଗଣ୍ଡିକୁ ଯୋଡ଼ାଯାଇ ଡଙ୍ଗା ଆକାରର ହୋଇଥାଏ । ବହୁଳ ଭାବରେ ସମୁଦ୍ର ଉପକୂଳବର୍ତ୍ତୀ ମତ୍ସ୍ୟ ସମ୍ପଦ ୦ ରୁ ୧୦ ଫାଦମ୍ ମଧ୍ୟରେ ଥାଏ । ଏହା ମଧ୍ୟବର୍ତ୍ତୀ ମତ୍ସ୍ୟ ସମ୍ପଦ ଜଳଠାରୁ ଅପେକ୍ଷାକୃତ କମ୍ ଗଭୀର  ମଧ୍ୟବର୍ତ୍ତୀ ମତ୍ସ୍ୟ ସମ୍ପଦ ୧୧ ରୁ ୪୦ ଫାଦମ୍ ମଧ୍ୟରେ ଥାଏ । ମାତ୍ର ଅଗଭୀର ମତ୍ସ୍ୟ ସମ୍ପଦ ୪୧ ଫାଦରୁ ଉଦ୍ଧରେ ଥାଏ ଓ ଅପେକ୍ଷାକୃତ ଗଭୀରତମ । ତେଣୁ ଦେଶୀ ଡଙ୍ଗା, କାଟାମାରାନ ନାଆ ବା ଡିଙ୍ଗି କୂଳବର୍ତ୍ତୀ ମାଛ ଧରିବା ନିମନ୍ତେ ଉଦ୍ଧିଷ୍ଟ । ଏହା ସାଧାରଣତଃ କୂଳଠାରୁ ୬-୮ କିଲୋମିଟର ଯାଏ ବ୍ୟାପିଥାଏ । ମାତ୍ର ସ୍ୱୟଂଚାଳିତ ଡଙ୍ଗା ମଧ୍ୟବର୍ତ୍ତୀ ମତ୍ସ୍ୟ ସମ୍ପଦ ଧରିବା ନିମନ୍ତେ ଉଦ୍ଦିଷ୍ଟ । ଏହା ୧୦ ରୁ ୨୦ କିଲୋମିଟର ଯାଏ ବ୍ୟାପିଥାଏ । ଏହି ପ୍ରକାର ସ୍ୱୟଂଚାଳିତ ଡଙ୍ଗା ୨ ଦିନରୁ ୭ ଦିନ ପର୍ଯ୍ୟନ୍ତ ମାଛ ଧରି କୂଳକୁ ଫେରିଆସେ । ସ୍ୱୟଂଚାଳିତ ଜାହାଜ ଅଗଭୀର ମତ୍ସ୍ୟ ସମ୍ପଦ ଧରିବା ନିମନ୍ତେ ଉଦ୍ଦିଷ୍ଟ । ଏଥିରେ ଜାଲ ଉପକରଣ ଜଳଜ ଚାପ ବା ଆଧୁନିକ ଯତ୍ନପାତି ସାହାଯ୍ୟରେ ପ୍ରୟୋଗ କରାଯାଇ ଅନାୟାସରେ ମାଛି । ସଂଗ୍ରହ କରାଯାଇପାରିଥାଏ ।

ସମୁଦ୍ରରେ ବିଭିନ୍ନ ପ୍ରକାର ଜାଲର ବ୍ୟବହାର ଦେଖାଦେଇଥାଏ । ଜାଲ ମଧ୍ୟରେ ଟ୍ର ଜାଲ, ଟ୍ରାମେଲ୍ ଜାଲ, ଭସା ଫାସି ଜାଲ, ମଧ ଫାସି ଜାଲ, ନିମ୍ନ ଫାସିଜାଲ, ପରସି, ଲାଇନ୍ ଫିସିଙ୍ଗ୍ ଓ ବିଦ୍ୟୁତ ଦ୍ଵାରା ଗଭୀର ଜଳରୁ ମାଛ ସଂଗ୍ରହ କରିବା ମୁଖ୍ୟ । ଓଡ଼ିଶାର ସାମୁଦ୍ରିକ ଅଞ୍ଚଳରେ ଟ୍ରଲର ଜାଲ ଓ ଫାସିଜାଲର ବ୍ୟବହାର ବହୁଳ ଭାବେ ହୋଇଥାଏ ।

ସମୁଦ୍ରରେ ମାଛ ସଂଗ୍ରହ କରୁଥିବା ଡଙ୍ଗା ଗୁଡ଼ିକର ଆକାର ବିଭିନ୍ନ ପ୍ରକାରର । ଏଥିପାଇଁ ଆହୁଲା ମରା ଛୋଟ ଡଙ୍ଗା ଠାରୁ ଆରମ୍ଭ କରି ବଡ଼ ସ୍ୱୟଂଚାଳିତ ଡଙ୍ଗାର ବ୍ୟବହାର କରାଯାଇଥାଏ । ଡଙ୍ଗାର ନିମ୍ନ ଭାଗ ଗୋଲାକାର ( U ) ଥିଲେ ଏହି ପ୍ରକାର ଡଙ୍ଗାକୁ ନିମ୍ନଗୋଲାକାର ବା U ବଟମ ଡଙ୍ଗା କୁହାଯାଏ । ଯଦି ତଳଭାଗ ( V) ଆକାରର ହୋଇଥାଏ, ଏହାକୁ V ବଟମ ଡଙ୍ଗା କୁହାଯାଏ ।

ଡଙ୍ଗାଗୁଡ଼ିକ ବିଭିନ୍ନ ପଦାର୍ଥ ତିଆରି ହୋଇ ବ୍ୟବହାର ହେବାର ଦୃଷ୍ଟାନ୍ତ ରହିଛି । କାଠ, ସିମେଣ୍ଟ, ଆଲୁମିନିୟମ୍, ଲୌହ ଓ ପ୍ଲାଷ୍ଟିକ୍ ପଦାର୍ଥ ସାହାଯ୍ୟରେ ଡଙ୍ଗା ନିର୍ମିତ ହୋଇ ବ୍ୟବହାର ହୋଇଥାଏ । ଡଙ୍ଗା ନିର୍ମିତ ହେଉଥିବା କାରଖାନାକୁ ଡଙ୍ଗା ନିର୍ମାଣ ଶାଳା କୁହାଯାଏ । ଏ ପ୍ରକାର ନିର୍ମାଣଶାଳା ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ଦେଖୁବାକୁ ମିଳେ । ଡଙ୍ଗା ନିର୍ମାଣଠାରୁ ଆରମ୍ଭ କରି ଗଭୀର ଜଳରୁ ମତ୍ସ୍ୟ ସଂଗ୍ରହ ସମୟରେ ମଧ୍ୟ ଡଙ୍ଗାର କାର୍ଯ୍ୟଦକ୍ଷତାକୁ ତନଖ କରାଯାଇଥାଏ । ଏହାଦ୍ଵାରା ଡଙ୍ଗାର କାର୍ଯ୍ୟଦକ୍ଷତା ବୃଦ୍ଧି ହେବା ସହିତ ଏହା ଅନେକ ବର୍ଷ କାର୍ଯ୍ୟକ୍ଷମ ହୋଇପାରିଥାଏ ।

ମାଛ ସଂଗ୍ରହ କରି ଡଙ୍ଗା କୂଳକୁ ଫେରିଆସିଲା ପରେ ଏହାକୁ ପୁନର୍ବାର ତନଖୁ କରାଯାଇଥାଏ । ଭାଙ୍ଗି ଯାଇଥିବା ଅଂଶକୁ ସଜାଡ଼ି ସମୟ ମୁତାବକ ମରାମତି କରାଯାଇଥାଏ । ଡଙ୍ଗାର ନିମ୍ନପାର୍ଶ୍ୱରେ ଲାଗିଥିବା ଶୈବାଳ, ଗେଣ୍ଡା, ଶାମୁକାକୁ ବାହାର କରି ସଫା କରି ଦିଆଯାଏ । ଡଙ୍ଗାର କଳଙ୍କିତ କଣ୍ଟାଗୁଡ଼ିକୁ ବାହାର କରି ସେ ସ୍ଥାନରେ ଭଲ କଣ୍ଟା ବାଡ଼େଇ ଦିଆଯାଏ । ଡଙ୍ଗା ବହୁତ ବର୍ଷଯାଏ କାର୍ଯ୍ୟକ୍ଷମ ହୋଇପାରିବା ପାଇଁ ପାଣିକୁ ନେବା ପୂର୍ବରୁ ଡଙ୍ଗାର ତଳଭାଗରେ ରଙ୍ଗ ବୋଳି ଦିଆଯାଏ । ଏହି ରଙ୍ଗ ବୋଳିବା ଦ୍ଵାରା କାଠକୁ କୀଟ ବା ଅନ୍ୟ ଗର୍ଭ ସୃଷ୍ଟି କରିବା ଜୀବ ନଷ୍ଟ କରିପାରନ୍ତି ନାହିଁ ।

ସାଧାରଣତଃ କାଠ ଡଙ୍ଗାଗୁଡ଼ିକ କିଛି ବର୍ଷ ପରେ ନଷ୍ଟ ହେବାର ଆଶଙ୍କା ଥାଏ । ତେଣୁ ସେଗୁଡ଼ିକର ସମୟ ମୁତାବକ ଯତ୍ନ ନେବା ଦରକାର । କାଠ ଡଙ୍ଗା ନିର୍ମାଣ ସମୟରେ କାଠର ମାନ, ଅଭିଜ୍ଞ କାଠ ଡଙ୍ଗା କାରିଗର, କାଠପଟା ଯୋଡ଼ିବାର କୌଶଳ, କଣ୍ଟାଗୁଡ଼ିକର ଯୋଡ଼ିବା କୌଶଳ, ରଙ୍ଗ ବୋଳିବା ଓ ଯେପରି ବିଭିନ୍ନ ପୋକ, ଗେଣ୍ଡା, ଶାମୁକାଗୁଡ଼ିକ କାଠକୁ ନଷ୍ଟ କରି ନ ପାରିବେ ସେଥିନିମନ୍ତେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ସମୁଦ୍ରରୁ ମାଛ ସଂଗ୍ରହ ନିମନ୍ତେ ସୁପରିଚାଳନା ପଦ୍ଧତି ଉପରେ ଗୁରୁତ୍ଵ ଆରୋପ କରିବା ଉଚିତ୍ । ମାଛମାନଙ୍କର ସମୁଦାୟ ଅଟକଳ, ନିର୍ଦ୍ଦିଷ୍ଟ ଜାଲ, ଲାଇସେନ୍ସ ପ୍ରାପ୍ତ ମତ୍ସ୍ୟଜୀବୀମାନଙ୍କ ଦୈନିକ ମାଛ ସଂଗ୍ରହର ପରିମାଣ ଓ ସାମୁଦ୍ରିକ ସମ୍ପଦ ବୃଦ୍ଧିକରଣ ନିମନ୍ତେ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଦ୍ଵାରା କୃତ୍ରିମ ଉପାୟରେ ଗେଣ୍ଡା, ଶାମୁକା ତଥା ଅନ୍ୟାନ୍ୟ ମାଛଙ୍କୁ ସମୁଦ୍ର ଉପକୂଳରେ ଛଡ଼ାଯାଇଥାଏ ।

ମାଛ ସଂଗ୍ରହ ସହିତ ମାଛଗୁଡ଼ିକୁ ଗ୍ରେଡ଼ିଙ୍ଗ୍ (ଶ୍ରେଣୀଭୁକ୍ତ) ସଂରକ୍ଷଣ ଓ ତହିଁରୁ ବିଭିନ୍ନ ମତ୍ସ୍ୟଜାତ ଉପାଦାନ ପ୍ରସ୍ତୁତ ନିମନ୍ତେ ସ୍ଵୟଂଚାଳିତ ଜାହାଜରେ ବ୍ୟବସ୍ଥା ଥାଏ । ସେହି ଜାହାଜଗୁଡ଼ିକ ମାସ ମାସ ଧରି ଅଗଭୀର ଜଳରୁ ମାଛ ସଂଗ୍ରହ କରି ତହିଁରୁ ନୂତନ ଉପଯୋଗୀ ବସ୍ତୁ ତିଆରି କରିପାରୁଥାଏ । ମାଛଗୁଡ଼ିକୁ ସଂଗ୍ରହ କରିସାରିବା ପରେ ସେହି ଗୁଡ଼ିକୁ ପ୍ରକାର ଓ ଆକାର ଅନୁଯାୟୀ ପୃଥକ କରାଯାଏ । ବିଭିନ୍ନ ଆକାରର ମାଛି ପୃଥକୀକରଣକୁ ଗ୍ରେଡ଼ିଙ୍ଗ କୁହାଯାଏ । ଗ୍ରେଡ଼ିଙ୍ଗ କରାଯାଇଥିବା ମାଛଗୁଡ଼ିକୁ ସଂରକ୍ଷଣ କରିବା ନିମନ୍ତେ ବିଭିନ୍ନ ଉପାୟ ଓ ପ୍ରଣାଳୀ ଅବଲମ୍ବନ କରିବାକୁ ପଡ଼ିଥାଏ । ମାଛରୁ ମାଛଜାତ ଦ୍ରବ୍ୟ ପ୍ରସେସିଙ୍କୁ କୁହାଯାଏ ଓ ତହିଁରୁ ଉତ୍ପାଦିତ ଦ୍ରବ୍ୟକୁ ମତ୍ସ୍ୟଜାତ ଦ୍ରବ୍ୟରୂପେ ଅଭିହିତ କରାଯାଇଥାଏ ।

ସଂରକ୍ଷଣ

ସାଧାରଣତଃ ମାଛ ଅଳ୍ପ ସମୟ ମଧ୍ୟରେ ପଚିଯାଇଥାଏ । ଏହାକୁ ଅଧିକ ଦିନ ରଖାଯାଇ ଖାଦ୍ୟ ଉପଯୋଗୀ ହୋଇପାରିବା ପ୍ରଣାଳୀକୁ ସଂରକ୍ଷଣ କୁହାଯାଏ । ଏହି ସଂରକ୍ଷଣ ପ୍ରଣାଳୀ  -

  1. ଶୁଖାଇ ରଖିବା,
  2. ଲୁଣ ପ୍ରୟୋଗ କରିବା,
  3. ଧୂମ ପ୍ରୟୋଗ,
  4. ବରଫ କରଣ,
  5. ହିମୀକରଣ,
  6. ଶିତଳୀ କରଣ ଓ
  7. ଡବୀକରଣ ଅନ୍ୟତମ ।

ପ୍ରତି ସଂରକ୍ଷଣ ପ୍ରଣାଳୀ ଭିନ୍ନ ପ୍ରକାରର । ମାତ୍ର ସରଳ ଓ ସୁବିଧା ଉପାୟ ହେଉଛି ଶୁଖାଇବା, ଲୁଣ ପ୍ରୟୋଗ, ଧୂମ ପ୍ରୟୋଗ ଓ ବରପୀକରଣ । ତାଜା ମାଛକୁ ଅଧିକ ଦିନ ଧରି ଖାଦ୍ୟ ଉପଯୋଗୀ କରିବା ନିମନ୍ତେ ହିମୀକରଣ, ଶିତଳୀକରଣ ଓ ଡବୀକରଣ ପ୍ରଣାଳୀ ପ୍ରୟୋଗ କରାଯାଇଥାଏ ।

ବରଫୀକରଣ ଦ୍ଵାରା ଯଦିଓ ମାଛକୁ ୨/୩ ଦିନ ପର୍ଯ୍ୟନ୍ତ ଥଣ୍ଡା ପରିବେଶରେ ରଖାଯାଇ ବିକ୍ରୟ କରାଯାଇପାରିଥାଏ, ତଥାପି ହିମୀକରଣ ଦ୍ଵାରା ମାଛ ବା ମାଛଜାତ ଦ୍ରବ୍ୟକୁ ମାସ ମାସ ମାସ ଧରି ଥଣ୍ଡା ପରିବେଶରେ ରଖାଯାଇ ବିଦେଶକୁ ରପ୍ତାନୀ କରାଯାଇ ପାରିଥାଏ । ଉକ୍ତ ହିମୀକରଣ ପ୍ରଣାଳୀ ଦ୍ଵାରା ଅପେକ୍ଷାକୃତ କମ୍ ଉତ୍ତାପରେ ଉତ୍ପାଦନ ଓ ବିନିଯୋଗ କରାଯାଇ ପାରିଥାଏ । ଏହି ପ୍ରଣାଳୀକୁ ଫ୍ରିଜିଙ୍ଗ୍ କୁହାଯାଏ । ଏହି ଲକ୍ଷ୍ୟ ସାଧିତ କରୁଥିବା ଯତ୍ନ ସମୁହକୁ ଫ୍ରିଜର କୁହାଯାଏ । ଫ୍ରିଜର ସାହାଯ୍ୟରେ ଏକ ସମୟରେ ଏକ ଟନ୍ ମାଛ ବା ମାଛଜାତ ଦ୍ରବ୍ୟକୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ହିମୀକରଣ କରାଯାଇ ପାରିଥାଏ । ଏଥିରେ ଶୀତଳ ଉତ୍ତାପ ୧୦° ରୁ ୪୦° ସେଲ୍‌ସିୟସ୍ ପର୍ଯ୍ୟନ୍ତ ହୋଇଥାଏ । ଉକ୍ତ ଶୀତଳ ପରିବେଶ (୧) ଥଣ୍ଡାବାୟୁ ପ୍ରୟୋଗ ଓ (୨) ତରଳ ଦ୍ରବଣ ଗୁଡ଼ିକୁ ସାଧାରଣତଃ ହିମକାରକ କୁହାଯାଏ । ହିମକାରକ ମାନଙ୍କ ମଧ୍ୟରେ ଫ୍ରିଅନ୍–୧୨, ଫ୍ରିଅନ୍– ୨୨, ତରଳ ଯବକ୍ଷାରଜାନ ଓ ଅନ୍ୟାନ୍ୟ ହାଲୋକାରବନ ଅନ୍ତର୍ଭୁକ୍ତ । ସାଧାରଣତଃ ତରଳ ଯବକ୍ଷାରଜାନ ଏଥିପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ଓଡ଼ିଶାରେ ଫ୍ରିଅର ବ୍ୟବହାର ଅଧିକ ମାତ୍ରରେ କରାଯାଉଛି ।

ହିମୀକରଣ ପ୍ରଣାଳୀ, ଫ୍ରିଜରର ପ୍ରକାର ଭେଦ ଉପରେ ପର୍ଯ୍ୟବେସିତ । ତେଣୁ ହିମୀକରଣ ପ୍ରଣାଳୀ, ଫ୍ରିଜରର ପ୍ରକାର ଭେଦ ଉପରେ ପର୍ଯ୍ୟବେସିତ । ତେଣୁ ହିମୀକରଣ ଅନେକ ଗୁଡ଼ିଏ ଅବସ୍ଥା ଉପରେ ନିର୍ଭର କରିଥାଏ ।

  1. ଫ୍ରିଜରର ପ୍ରକାର ଭେଦ – ବାୟୁ ପ୍ରବାହିତ ଫ୍ରିଜର, ପ୍ଲେଟ୍ ଫ୍ରିଜର, ତରଳ  ଦ୍ରବୀଭୂତ ଫ୍ରିଜର ଓ ଅନ୍ୟାନ୍ୟ ।
  2. ଫ୍ରିଜରର ଶିତଳୀକରଣ ଉତ୍ତାପ ଯଥା ବାୟୁ ପ୍ରବାହିତ ଫ୍ରିଜରରେ ୩୫° ରୁ ୩୭୦ ସେଲ୍ ସିୟସ, ପ୍ଲେଟ୍ ଫ୍ରିଜରରେ ୪୦° ସେଲ୍ ସିୟସ୍, ତରଳ  ଯବକ୍ଷାରଜାନ ୫୦° ରୁ ୧୯୬°, ତରଳ ଅଙ୍ଗାରକାମ୍ଳ ୫୦° ରୁ ୯୦°, ଫ୍ରିଅନ୍ ୩୦°, ତରଳ ଦ୍ରବଣ ୨୧° ଇତ୍ୟାଦି ।
  3. ବାୟୁର ଗତିଶୀଳ ବେଗ । ଏହା ବାୟୁ ପ୍ରବାହିତ ଫ୍ରିଜର ନିମନ୍ତେ ଉଦ୍ଦିଷ୍ଟ ।
  4. ମାଛ କିମ୍ବା ମାଛଜାତ ଦ୍ରବ୍ୟର ଆଭ୍ୟନ୍ତରୀଣ ଉତ୍ତାପ ।
  5. ମାଛଜାତ ଦ୍ରବ୍ୟ ବା ମାଛି ଆକାର ତଥା ଘନଫଳ ।
  6. ମାଛଜାତ ଦ୍ରବ୍ୟର ଲୁହା ପାତିଆ ସହିତ ସଂଯୁକ୍ତ ସମୟ । ଏହା କେବଳ ପ୍ଲେଟ ଫ୍ରିଜର ନିମନ୍ତେ ଉଦ୍ଦିଷ୍ଟ ।
  7. ମାଛ ରଖିବା ନିମନ୍ତେ ବ୍ୟବହୃତ ଡବାର ମୋଟେଇ ।
  8. ମାଛର ପ୍ରକାର ଭେଦ – ଚର୍ବିଥିବା ମାଛ ଖୁବ୍ ଶୀଘ୍ର ଶିତଳୀକରଣ କରାଯାଇପାରେ । ମାତ୍ର ଚର୍ବିହୀନ ମାଛରେ ଅଧିକ ଜଳୀୟ ଅଂଶ ଥିବାରୁ ଶିତଳୀକରଣ ନିମନ୍ତେ ଅଧିକ ସମୟ ନେଇଥାଏ।

ସେହିପରି ଡବୀକରଣ ମାଛକୁ ବର୍ଷ ବର୍ଷ ଧରି ସଂରକ୍ଷଣ କରାଯାଇ ବିକ୍ରୟ ନିମନ୍ତେ ଦେଶର ବିଭିନ୍ନ ସ୍ଥାନ ଓ ବିଦେଶକୁ ରପ୍ତାନି କରାଯାଏ । ଡବୀକରଣ ପଦ୍ଧତି ସାହାଯ୍ୟରେ ମାଛଗୁଡ଼ିକୁ ଡବାରେ ଧରିଲା ପରି ଆକାରରେ କଟାଯାଏ । ଜୀବାଣୁ ନଷ୍ଟ ପଦ୍ଧତି ପ୍ରୟୋଗ ଓ ଗୁଣାତ୍ମକ ମାନକୁ ଆଖି ଆଗରେ ରଖି ଲୁଣପାଣି ବା ତେଲ ଦିଆଯାଏ । ବାୟୁ ନିଷ୍କାସିତ ଯତ୍ନ ସାହାଯ୍ୟରେ ଡବାରୁ ବାୟୁ ନିଷ୍କାସନ କରି ସେହି ଡବାକୁ ସିଲ୍ ବା ମୁଦ କରି ଦିଆଯାଏ । ଏହି ପଦ୍ଧତିକୁ ଡବୀକରଣ ପଦ୍ଧତି କୁହାଯାଏ । ଏହା ବ୍ୟୟବହୁଳ ହୋଇଥିବାରୁ ମାଛ ଚାଷୀମାନେ ବରଫିକରଣ ଉପାୟ ଅବଲମ୍ବନ କରିଥାନ୍ତି । ଶୁଖୁଆ ପ୍ରସ୍ତୁତି ନିମନ୍ତେ, ଉପଯୁକ୍ତ ମାଛଗୁଡ଼ିକୁ ଖରାରେ ଶୁଖାଇବା ବା ବିଦ୍ୟୁତ ଶକ୍ତି ସାହାଯ୍ୟରେ ଶୁଖାଯାଇ ଶୁଖୁଆ ପ୍ରସ୍ତୁତ କରାଯାଇଥାଏ । ଧୂମ ପ୍ରୟୋଗ ଓ ଲୁଣ ପ୍ରୟୋଗ ଦ୍ଵାରା ମଧ୍ୟ ଖାଦ୍ୟ ସଂରକ୍ଷଣ କରାଯାଇଥାଏ ।

ମତ୍ସ୍ୟଜାତ ପଦାର୍ଥ

ବିଗତ ଦୁଇ ଦଶନ୍ଧି ସମୟ ଭିତରେ, ମତ୍ସ୍ୟ ବିଜ୍ଞାନ ବୈଷୟିକ ଜ୍ଞାନ ଓ ମତ୍ସ୍ୟଜାତ ପଦାର୍ଥ ବ୍ୟବହାର ସମ୍ବନ୍ଧୀୟ ଅନେକ ତଥ୍ୟ ଦୃଷ୍ଟିଗୋଚର ହୋଇଅଛି । ମାଛ ଧରିବା ଠାରୁ ଆରମ୍ଭ କରି ବ୍ୟବହାର ପର୍ଯ୍ୟନ୍ତ ଉପଯୁକ୍ତ ସଂରକ୍ଷଣ ପଛା, ମାନ ନିର୍ଦ୍ଧାରଣ ଓ ଗୁଣାତ୍ମକମାନ ନିୟନ୍ତ୍ରଣ ବିଷୟରେ ଅନେକ ତଥ୍ୟ ଜଣାପଡ଼ିଛି । ମତ୍ସ୍ୟ ଉତ୍ପାଦନ ଓ ତହିଁର ବ୍ୟବହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ବିଶ୍ଵ ଖାଦ୍ୟ ଓ କୃଷି ସଂସ୍ଥା ବିଭିନ୍ନ ମତ୍ସ୍ୟଜାତ ପଦାର୍ଥକୁ ନିମ୍ନଲିଖିତ ଛଅ ଭାଗରେ ବିଭକ୍ତ କରିଅଛି । ଯଥା :

  1. ସଜମାଛ
  2. ବରଫକୃତ
  3. ଡବୀକରଣ ମାଛ
  4. କ୍ୟୁଓରୋଡ଼ ମାଛ-ଶୁଖୁଆ

ଧୂମ ପ୍ରୟୋଗ ଏବଂ ଲବଣ କରଣ ଏଥିରେ ଅନ୍ତର୍ଭୁକ୍ତ

  1. ଶୁଖୁଆ ଗୁଣ୍ଡ ଓ ମାଛ ତେଲ
  2. ଅନ୍ୟାନ୍ୟ ମାଛଜାତ ଦ୍ରବ୍ୟ ଯଥା – ସାର୍କ ଚମଡ଼ା, ପର ଇସେନ୍ସ, । ଇସିଙ୍ଗ୍ ସ୍ଲାସ୍, ଔଷଧ ଦ୍ରବ୍ୟ, ମାଛ ଅଠା, ମାଛ ସିଲେଜ, ମାଛ କିମ୍ବା ଓ ଫିସ୍ ପ୍ରୋଟିନ୍ କସେଟ୍ରିଟ୍ ମାଛରୁ ପ୍ରସ୍ତୁତ ହୋଇଥାଏ।

ଏଥିରୁ ପ୍ରଥମ ଚାରିଗୋଟି ମତ୍ସ୍ୟଜାତ ପଦାର୍ଥକୁ ମଣିଷ ପ୍ରତ୍ୟକ୍ଷ ଭାବେ ନିଜର ଖାଦ୍ୟ ରୂପେ ବ୍ୟବହାର କରିପାରୁଥିବା ବେଳେ ଅନ୍ୟ ମତ୍ସ୍ୟଜାତ ଦ୍ରବ୍ୟକୁ ପରୋକ୍ଷ ଭାବରେ ବ୍ୟବହାର କରିଥାଏ । ଉଦାହରଣ ସ୍ବରୂପ ଶୁଖୁଆ ଗୁଣ୍ଡକୁ ଗୋଖାଦ୍ୟ, କୁକୁଡ଼ା ଓ ମତ୍ସ୍ୟ ଖାଦ୍ୟ ଆକାରରେ ବ୍ୟବହାର କରାଯାଇଥାଏ । ଅନାବଶ୍ୟକୀୟ ଛୋଟ ବିଭିନ୍ନ କିସମର ମାଛଗୁଡ଼ିକ ସାଧାରଣତଃ ଗୁଣ୍ଡକରି ପ୍ରସ୍ତୁତ କରାଯାଇଥାଏ । ଜାପାନ, ଚୀନ, ରୁଷିଆ, ପେରୁ ଓ ଆମେରିକା ରାଷ୍ଟ୍ର ଗୁଡ଼ିକ ଶୁଖୁଆ ଗୁଣ୍ଡ ପ୍ରସ୍ତୁତ କରିବାରେ ଆଗୁଆ ରାଷ୍ଟ୍ର ରୂପେ ପରିଗଣିତ ।

ଅନ୍ୟାନ୍ୟ ମତ୍ସ୍ୟଜାତ ଦ୍ରବ୍ୟଗୁଡ଼ିକ ମଧ୍ୟରେ ମାଛକିମା ଅନ୍ୟତମ । ଏହାର ପ୍ରସ୍ତୁତି ସମୟରେ ମାଛ ଶରୀରର ସମସ୍ତ କଣ୍ଟାଗୁଡ଼ିକୁ କଣ୍ଟା ନିଷ୍କାସିତ ଯତ୍ନ ସାହାଯ୍ୟରେ । ବାହାର କରିନିଆଯାଏ । ଏହା ମତ୍ସ୍ୟଜାତ ପଦାର୍ଥ ମଧ୍ୟରେ ଏକ ଉତ୍ତମ ମତ୍ସ୍ୟଜାତ ଉପାଦାନ । ଏହାର ଚାହିଦା ବେଶ୍ଵ ଅଧିକ । ଫିକିମାକୁ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ । ଅନ୍ୟାନ୍ୟ ମତ୍ସ୍ୟଜାତ ପଦାର୍ଥ ବାହାର କରି ତାହାର ଚାହିଦା ବୃଦ୍ଧି କରାଯାଇପାରିଛି ।

ବିକ୍ରୟ

ସାଧାରଣତଃ ଗରିବ ମତ୍ସ୍ୟଜୀବୀମାନେ ପ୍ରତ୍ୟକ୍ଷ ଭାବେ ଗଭୀର ଜଳରୁ ମାଛ ସଂଗ୍ରହ କରିଥାନ୍ତି । ମାତ୍ର ବ୍ୟବସାୟୀମାନଙ୍କ ସାହାଯ୍ୟରେ ମାଛ ବିକ୍ରୟ କରିଥାନ୍ତି ।

ତେଣୁ ଅଧିକ ପରିଶ୍ରମ କରି ମାଛ ସଂଗ୍ରହ କରିଥିଲେ ମଧ୍ୟ ତହିଁର ଉଚିତ୍ ମୂଲ୍ୟ ପାଇପାରି ନଥାନ୍ତି । ଏହାର ମୁଖ୍ୟ କାରଣ ଏହିକି ଯେ, ବର୍ଷା ଦିନେ ପ୍ରାକୃତିକ । ବିପଦର ଆଶଙ୍କା ହେତୁ ଏମାନେ ମାଛମାରିବା ପାଇଁ ଗଭୀର ଜଳକୁ ଯାଇ ନଥାନ୍ତି । ତେଣୁ ସେମାନଙ୍କର ଦୈନିକ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସାହୁକାରଙ୍କଠାରୁ ଋଣ ନେଇ ଚଳିଥାଆନ୍ତି । ଏହି ଋଣ ବଦଳରେ, ସଂଗ୍ରହ କରୁଥିବା ମାଛ ଓ ଅନ୍ୟାନ୍ୟ ଦାମୀ ଚିଙ୍ଗୁଡ଼ି ଇତ୍ୟାଦିକୁ ସେମାନଙ୍କୁ ଅଳ୍ପ ମୂଲ୍ୟରେ ବିକ୍ରି କରିବା ନିମନ୍ତେ ଚୁକ୍ତି କରିଥାନ୍ତି । ତେଣୁ ସାହୁକାର, ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ସେମାନଙ୍କ ମାଛର ଉଚିତ୍ ମୂଲ୍ୟ ଦେଇ ନଥାନ୍ତି । ସାହୁକାର ସେଗୁଡ଼ିକୁ ନିକଟସ୍ଥ ବଜାରକୁ ପଠାଇ ଦେଇ ଅଧ୍ୟକ ଅର୍ଥ ଉପାର୍ଜନ କରିଥାନ୍ତି । ତେଣୁ ମତ୍ସ୍ୟଜୀବୀମାନେ ସମବାୟ ସମିତି ଗଢ଼ି ତାହାରି ଜରିଆରେ ବିକ୍ରୟ କଲେ ଆଶନୁରୂପ ଅର୍ଥ ଉପାର୍ଜନ କରିପାରିବେ ।

ସାଧାରଣତଃ ତାଜାମାଛର ବିକ୍ରୟ ମୂଲ୍ୟ ପଚା ମାଛଠାରୁ ଅଧିକ । କିନ୍ତୁ ଅଳ୍ପ ପରିମାଣର ତାଜାମାଛ ବଜାରକୁ ଆସୁଥିବାରୁ, ସଂରକ୍ଷିତ ମାଛର ଚାହିଦା ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇଛି । ମତ୍ସ୍ୟ ବିଜ୍ଞାନ ସମ୍ବନ୍ଧୀୟ ବୈଷୟିକ ଜ୍ଞାନର ବ୍ୟବହାର, ମାଛ ସଂରକ୍ଷଣ ପନ୍ଥା ଓ କୌଶଳ ପ୍ରୟୋଗ ହେତୁ ଏବେ ସଜମାଛର ପ୍ରତ୍ୟକ୍ଷ ବ୍ୟବହାର ହ୍ରାସ ପାଇଅଛି ।

ମାଛକୁ ବରଫ ଦ୍ଵାରା ତାଜା ରଖିବାକୁ ବରଫିକୃତ ମାଛରୂପେ ଅଭିହିତ କରାଯାଇଥାଏ । ବରଫିକୃତ ମାଛଗୁଡ଼ିକ ଦେଶର ଆଭ୍ୟନ୍ତରରେ ସାଧାରଣ ଗ୍ରାହକ ନିକଟକୁ ବିକ୍ରୟ ନିମନ୍ତେ ପଠାଯାଇଥାଏ । ଦୂରଦେଶକୁ ପଠାଇବା ନିମନ୍ତେ ଯାନ୍ତ୍ରକ ଉପାୟରେ ବରପୀକରଣ କରାଯାଉଛି । ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ବରଫିକୃତ ମାଛ ଓ ମାଛଜାତ ଖାଦ୍ୟର ଚାହିଦା ବୃଦ୍ଧି ପାଇଲାଣି । ସଜମାଛ ଅପେକ୍ଷା ବରଫିକୃତ ମାଛର ଚାହିଦା ବିକାଶଶୀଳ ରାଷ୍ଟ୍ରମାନଙ୍କ ରେ ଅଧିକ ଆଦୃତ । ବରଫିକୃତ ମାଛ କିଛିଦିନ ନିମନ୍ତେ ବିକ୍ରୟଯୋଗ୍ୟ ହେଲେ ମଧ୍ୟ ଏହାର ଗଚ୍ଛିତ ପଦ୍ଧତି ବ୍ୟୟ ବହୁଳ । ତେଣୁ ମାଛଜାତ ପଦାର୍ଥକୁ ବାୟୁ ନିଷ୍କାସିତ ମୁଦ ଦିଆ ଡବାରେ ସଂରକ୍ଷିତ କରି ରଖିବାର କୌଶଳ ଆଦୃତ ହେଲାଣି । ଉକ୍ତ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଯଦିଓ ଅଳ୍ପ ତଥାପି ଏହାର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଅଛି । ଯଦିଓ ଅର୍ଥ ବହୁଳ, ତଥାପି ଡବୀକରଣ ମତ୍ସ୍ୟଜାତ ଦ୍ରବ୍ୟର ଉତ୍ପାଦନ ନିମନ୍ତେ ବିକାଶମୁଖୀ ରାଷ୍ଟ୍ରମାନେ ସର୍ବଦା ଚେଷ୍ଟିତ । ଏହାକୁ ରପ୍ତାନୀ କରି ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ନିମନ୍ତେ ଭାରତ ପ୍ରୟାସୀ । ବର୍ତ୍ତମାନ କ୍ଷେତ୍ରରେ ଭାରତ ଉକ୍ତ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନୀରେ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିପାରି ନାହିଁ । କାରଣ ମତ୍ସ୍ୟଜାତ ଖାଦ୍ୟ ପଦାର୍ଥ ନିମନ୍ତେ ଜଟିଳ ବୈଷୟିକ ଜ୍ଞାନକୌଶଳ ଓ ଅର୍ଥ ବିନିଯୋଗ ଅଧକ ଯୁବାରୁ, ଭାରତ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରି ନାହିଁ ।

ଶୀତଳୀକରଣ, ବରଫିକରଣ ଓ ହିମୀକରଣ ପ୍ରଣାଳୀରେ ଟ୍ରକଦ୍ଵାରା ମାଛଗୁଡ଼ିକୁ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଠାଯାଇ ବିକ୍ରୟ ହୋଇଥାଏ । ବରଫିକୃତ ମାଛଗୁଡ଼ିକୁ । ମଧ୍ୟ ରେଳ ଦ୍ଵାରା ଅନ୍ୟ ରାଜ୍ୟକୁ ପଠାଯାଇଥାଏ । ମାଛଗୁଡ଼ିକୁ ବିଭିନ୍ନ ବିକ୍ରୟ କେନ୍ଦ୍ରରେ କରାଯାଏ ।

ଅନାଦି କାଳରୁ ଆମ ଦେଶରେ ମାଛକୁ ଶୁଖାଇ ରଖିବା ବ୍ୟବସ୍ଥା ପ୍ରଚଳିତ । ଲୁଣ ଦେଇ ଶୁଖାଇବା, ଧୂମ ପ୍ରୟୋଗ କରିବା ପ୍ରଭୃତି ସରଳ ଉପାୟମାନ ଅଳ୍ପ ଖର୍ଚ୍ଚରେ ସଂରକ୍ଷଣ ପାଇଁ ପଛା ରୂପେ ଗୃହୀତ ହୋଇଅଛି । ତେଣୁ ବିକାଶମୁଖୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଏ ପ୍ରକାର ବ୍ୟୁରିଙ୍ଗ ପ୍ରଣାଳୀ ମାଛଜାତ ଦ୍ରବ୍ୟର ଚାହିଦା ଆଦୃତ ହୋଇଛି । ଗାଁ ଗଣ୍ଡାରେ ଶୁଖୁଆ, ଲୁଣ ପ୍ରୟୋଗ ଓ ଧୂମ ପ୍ରୟୋଗ ମାଛର ଚାହିଦା ଅଧିକ ଥିବାର ଜଣାଯାଏ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଡଃ ରାଜେନ୍ଦ୍ର କୁମାର ରଥ, ପ୍ରାଧ୍ୟାପକ ସ୍ନାତକୋତ୍ତର ମତ୍ସ୍ୟ ବିଜ୍ଞାନ ବିଭାଗ

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ,  ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
2.84615384615
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top