ହୋମ / କୃଷି / ମତ୍ସ୍ୟପାଳନ / ଫିସଫେଡ ଚିଲିକାଫ୍ରେସ
ସେଆର କରନ୍ତୁ

ଫିସଫେଡ ଚିଲିକାଫ୍ରେସ

ରାଜ୍ୟ ସରକାରଙ୍କର ଫିସଫେଡ ପରିଚାଳିତ ଚିଲିକାଫ୍ରେସ

ଉପକ୍ରମ

ଫିସଫେଡ ପରିଚାଳିତ ଚିଲିକାଫ୍ରେସ ରାଜ୍ୟ ସରକାରଙ୍କର ଏକ ଅଭିନବ ଓ ଯୁଗେପୋଯୋଗୀ ପଦକ୍ଷେପ ।

ଚିଲିକାଫ୍ରେସ ମାଧ୍ୟମରେ ଲୋକମାନଙ୍କୁ ଏକ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ତାଜା ମାଛ ଓ ମାଛ ଜାତୀୟ ଦ୍ରବ୍ୟ ଯୋଗାଇ ଦିଆଯାଇଛି ।

ଫିସଫେଡ ଏହାର ସ୍ଵିକୃତି ପ୍ରାପ୍ତ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିରୁ ସେମାନଙ୍କର ଉତ୍ପାଦନକୁ ଯତ୍ନର ସହକାରେ ଆଣି ସୁଲଭ ମୂଲ୍ୟରେ ଖାଉଟି ମାନଙ୍କୁ ସେମାନଙ୍କର ଚାହିଦା ମୁତାବକ ଯୋଗାଇ ଦେଉଛୁ ।

ଚିଳିକାଫ୍ରେସରେ ବିଭିନ୍ନ ପ୍ରକାର ମାଛ

ଚିଳିକାଫ୍ରେସରେ ଚିଲିକା ମାଛ, ସାମୁଦ୍ରିକ ମାଛ ଓ ମଧୁର ଜଳ ମାଛ ଲୋକଙ୍କ ଚାହିଦା ଅନୁସାରେ ମିଳୁଅଛି । ଚିଲିକା ମାଛ ଓ ଚିଙ୍ଗୁଡି ସାମୁଦ୍ରିକ ମାଛ ମଧୁର ମାଛ ବାଗଦା ଚିଙ୍ଗୁଡି, କଣ୍ଟାଳ ପାନୁ, ମରଡା, ଇଲିଶି, ପମ୍ପରେଟ, ତେଲିଆ କଣି, ଲାଙ୍ଗୁଡମୁଣ୍ଡି, ଭାକୁର, ମିରକାଳି, ରୋହି, ମହୁରାଳି, ଖାଇଙ୍ଗା, ଡାଙ୍ଗଳା, କୁଣ୍ଡଳ, ଖୁରାଣ୍ଟ, ମରୁଆ, କୋକଲି, ବାଲି କୋକଲି ,ପାଣିଆଖିଆ ପୋହଳା ମେଞ୍ଜିଆ, ସାହାଳି, ପାତୁଆ, ଭେକ୍ଟି, କବଳା, କଙ୍କଡା

ଚିଲିକା ଫ୍ରେସ

ବର୍ତ୍ତମାନ ଫିସଫେଡ ଦ୍ଵାରା ଭୁବନେଶ୍ଵରରେ ଦୁଇଟି ଚିଲିକା ଫ୍ରେସ ଶିରିପୂର ଓ ସି.ଆର.ପି ଠାରେ ପରିଚାଳିତ ହେଉଅଛି । ଚିଲିକାଫ୍ରେସର ଲୋକପ୍ରିୟତା ଦେଖି ସରକାର ଭୁବନେଶ୍ଵରରେ ଆଉ ୨୬ଟି ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୧୦୦ଟି ଚିଲିକାଫ୍ରେସ ଭଳି ସ୍ଵାସ୍ଥ୍ୟକର ମାଛ ବିକ୍ରୟ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ।

ଅନଲାଇନରେ ମାଛ ବିକ୍ରି

ଚିଲିକାଫ୍ରେସ ମାଧ୍ୟମରେ ଅନଲାଇନରେ ମଧ୍ୟ ମାଛ ବିକ୍ରି ହୋଇପାରୁଛି chilikafresh.inମାଧ୍ୟମରେ ଘରେ ବସି ଲୋକ ମାଛ , ଚିଙ୍ଗୁଡି ଓ କଙ୍କଡା ପାଇପାରୁଛନ୍ତି । ବିଭିନ୍ନ ପାର୍ଟି ଓ ହୋଟେଲ ପାଇଁ ସ୍ଵତନ୍ତ୍ର ଅର୍ଡର କାଲେ ଚିଲିକାଫ୍ରେସ ମାଧ୍ୟମରେ ଦରକାର ମୁତାବକ ଚିଙ୍ଗୁଡି ଓ ମାଛ ଯୋଗାଇ ଦିଆଯାଇ ପାରିବ ।

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top