ହୋମ / କୃଷି / ମତ୍ସ୍ୟପାଳନ / ବର୍ଷାଦିନେ ମାଛ ପୋଖରୀର ଯତ୍ନ
ସେଆର କରନ୍ତୁ

ବର୍ଷାଦିନେ ମାଛ ପୋଖରୀର ଯତ୍ନ

ମାଛ ଚାଷ ଏକା ଲାଭଜନକ ଧନ୍ଦା । ବର୍ଷାଦିନେ ମାଛ ଓ ପୋଖରୀର ଯତ୍ନ ।

ମାଛ ଚାଷ

ମାଛ ଚାଷ ଏକା ଲାଭଜନକ ଧନ୍ଦା । ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କପୋଲ ଏକା ଏକ ର ପରିମିତ ପୋଖରୀରୁ ଜଣେ ଚାଷୀ ବର୍ଷକୁ ପ୍ରାୟ ୨୦ କ୍ଲିଣ୍ଟାଲରୁ ଉଦ୍ଧି ମାଛ ପାଇପାରିବ । ବର୍ଷାଦିନ ହେଉଛି ମାଛ ଯାଆଁଳ ଉତ୍ପାଦନର ପ୍ରକୃଷ୍ଟ ସମୟ । ଏହି ଋତୁରେ ମାଛ ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ଯାଆଁଳ ଛାଡିବା ସମୟରେ ବିଶେଷ ସତର୍କତା ଅବଲମ୍ବନ ସହ ପୋଖରୀର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ।

ଓଡିଶାରେ ମଧୁର ଜଳ ମାଛର ଚାହିଦା ଅଧିକ ଥିବାରୁ ଆମକୁ ପଢ଼େଶୀ ରାଜ୍ୟରୁ ମାଛ ଆମଦାନୀ କରିବାକୁ ପଡୁଛି । ଓଡିଶାରେ ମଧୁର ମାଛର ଉତ୍ପାଦନ ଅପେକ୍ଷା ଏହାର ଚାହିଦା ଅଧିକ ରହିଛି । ପୁଣି ଏହି ଚାଷରୁ ଅଧିକ ଲାଭ ମିଳୁଥିବାରୁ ଅଧିକାଂଶ ଲୋକ ମାଛ ଚାଷକୁ ନିଜର ଜୀବିକା ଭାବେ ଆପଣାଇ ନେଉଛନ୍ତି । ଦେଖାଯାଉଛି ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ଆମେ ଏକ ଏକର ପୋଖରୀରୁ ବର୍ଷକୁ ପାଖାପାଖୁ ୧ ଲକ୍ଷ ଟଙ୍କା ଲାଭବାନ ହୋଇପାରିବା । ବର୍ଷା ଦିନେ ମାଛର ଅଣ୍ଡା ଉତ୍ପାଦନ ଠାରୁ ତା’ର ଯାଆଁଳ ପ୍ରସ୍ତୁତି ହୋଇଥାଏ । ସାଧାରଣତଃ ରୋହି, ଭାକୁଡ଼ା ଓ ମିରିକାଳୀ ଓ ଅନ୍ୟାନ୍ୟ କାର୍ପ ଜାତୀୟ ମାଛ ବର୍ଷା ଋତୁରେ ପ୍ରଜନନକ୍ଷମ ହୋଇଥାନ୍ତି । ଏମାନେ ପୋଖରୀରେ ସ୍ବତଃ ପ୍ରବୃତ୍ତଭାବେ ଅଣ୍ଡା ଦେଇ ନଥାଆନ୍ତି । ଏମାନଙ୍କୁ କୃତ୍ରିମ ପ୍ରଜନନ ଦ୍ଵାରା ହତ୍ୟାଚେରୀରେ ପ୍ରଜନନ କରାଯାଇଥାଏ । ଏହି ଦିନରେ ମାଛ ଯାଆଁଳର ବ୍ୟବସାୟ ଅଧିକ ପରିମାଣରେ ହୋଇଥାଏ ଓ ଚାଷୀମାନେ ମଧ ପୋଖରୀ ପ୍ରସ୍ତୁତ କରିଥା'ନ୍ତି ଓ ଯାଆଁଳ ନେଇ ଏଥିରେ ଛାଡ଼ିଥାନ୍ତି । ତେବେ ବର୍ଷାଦିନେ ଅଧିକ ମାଛ ଉତ୍ପାଦନ ପାଇଁ କେତେକ ସାଧାରଣ ବିଷୟ ପ୍ରତି ଚାଷୀ ଧାନ ଦେବା ଉଚିତ ।

  1. ଉପଯୁକ୍ତ ପୋଖରୀ ପ୍ରସ୍ତୁତି ଓ ଉନ୍ନତମାନର ଯାଆଁଳ ଛାଡିବା ।
  2. ପୋଖରୀରେ ଭାଷମାନ ଖାଦ୍ୟ ପ୍ରୟୋଗ ।
  3. ଉନ୍ନତ ପୋଖରୀ ପରିଚାଳନା ଓ ଜୋରା ଗଜୋପାକ ଦମନ

ଉପଯୁକ୍ତ ପୋଖରୀ ପ୍ରସ୍ତୁତି

ବଡ ମାଛ ଚାଷ କରୁଥିଲେ ପ୍ରଥମେ ପୋଖରୀକୁ ଦଳମୁକ୍ତ ଓ ଶିକାରୀ ମାଛ ମୁକ୍ତ କରି ଉପଯୁକ୍ତ ପୋଖରୀ ପ୍ରସ୍ତୁତ କରନ୍ତୁ । ସେଥିରେ ମିଶ୍ରିତ ମାଛ ଚାଷ କରନ୍ତୁ । ସାଧାରଣତଃ ଚାଷୀ ରୋହି, ଭାକୁଡ଼, ମିରି କାଳୀକୁ ଶତକଡ଼। ୪୦:୩୦:୩୦ କିମ୍ବା ୩୦:୪୦:୩୦ ରେ ଏକର ପିଛା ୨୦୦୦ ରୁ ୨୫୦୦ ଯାଆଁଳ ଛାଡ଼ିଥାନ୍ତି । ଚାଷୀମାନେ ବ୍ୟବସାୟିକ ଉପାୟରେ ମାଛ ଚାଷ କରୁଥିବାରୁ ସେମାନେ ରୋହି ଓ ଭାକୁରର ଅନୁପାତ ଶତକଡ଼ା ୯୦ ଓ ୧୦୦ ରଖିଥାନ୍ତି । କାରଣ ସେମାନଙ୍କର ପୋଖରୀର ଆୟତନ ବହୁତ ଅଧିକ ଥାଏ । ଓ ମିରିକାଳୀ ମାଛ ପୋଖରୀର ତଳ ସ୍ତରରେ ରହୁଥିବାରୁ ଧରିବାକୁ ଅସୁବିଧା ହୋଇଥାଏ । ଯାଆଁଳ ଛାଡ଼ିବା ପୂର୍ବରୁ ପାଣି ପରୀକ୍ଷା କରିନେବା ଉଚିତ ।

ପାଣିର ମାନ ଅନୁଯାୟୀ, ସେଥିରେ ଚୂନ କିମ୍ବା ଗୋବର ପକାଇବା ଉଚିତ । ଆଜିକାଲି ଚାଷୀମାନେ ଗୋବର ପାଇ ପାରୁନାହାନ୍ତି ତେଣୁ ତା ବଦଳରେ ବିଭିନ୍ନ ପ୍ରକାରର ପ୍ଲାବକ ଉତ୍ପାଦନକାରୀ ପଦାର୍ଥର ବ୍ୟବହାର କରିପାରିବେ । ସାଧାରଣତଃ ମାଛ ପୋଖରୀର ଅମ୍ଳତ୍ଵ ୭ - ୮ ମଧ୍ୟରେ ରହିବା ଉଚିତ । ବଡ଼ ମାଛ ପୋଖରୀରେ କ୍ଷାରତ୍ଵ ୯୦ ରୁ ୧୪୦ ମଧ୍ୟରେ ରହିବା ଉଚିତ । ପୋଖରୀରେ ସାଧାରଣତଃ ଅତିକମରେ ୪-୫ ଫୁଟ ପାଣି ରହୁଥିବା ଆବଶ୍ୟକ । ପୋଖରୀରେ ମାଛ ଛାଡ଼ିବା ପୂର୍ବରୁ ସେମାନଙ୍କୁ ପଟାସିୟମ ପରମାଙ୍ଗାନେଟରେ ଗାଧୋଇ ଦେବା ଦରକାର ।

ପୋଖରୀରେ ଅମ୍ଳଜାନ ବୃଦ୍ଧି:

ଯେଉଁ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଆସେ, ସେଠାରେ ବନ୍ୟା ପରେ ପୋଖରୀରେ ମାଛ ଛାଡ଼ିବା ଉଚିତ ଓ ଯଦି ମାଛ ଛାଡ଼ି ଦେଇଥିବେ ତାହେଲେ ପୋଖରୀ ହୁଡ଼ାରେ ମାଛ ନଯିବା ପାଇଁ ଜାଲର ବ୍ୟବସ୍ଥା କରିବା ଦରକାର । ଏହାଛଡ଼ା ପୋଖରୀରେ ବର୍ଷା ପାଣି ବହୁତ ଦିନ ଧରି ଲାଗି ରହିଲେ ମାଛ ବଉଳିବା ଆରମ୍ଭ କରିଦେଇଥାନ୍ତି । କାରଣ ଏହି ସମୟରେ ପୋଖରୀରେ ଦ୍ରବୀଭୂତ ଅମ୍ଳଜାନ କମ୍ ହୋଇଥାଏ। ଓ ମାଛମାନେ ଜଳର ଉପର ସ୍ତରକୁ ଆସି ଅମ୍ଳଜାନ ନେବାକୁ ଚେଷ୍ଟା କରିଥାନ୍ତି । ଏହି ଅବସ୍ଥାରେ ପୋଖରୀର ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ାଇବା ପାଇଁ ବ୍ୟବସ୍ଥା କରିବା ଦରକାର । ଏଥିପାଇଁ କେତେକ ଅମ୍ଳଜାନ ବୃଦ୍ଧି ପଦାର୍ଥ ବ୍ୟବହାର କରିପାରିବେ । ଏହା ସହିତ ଯଦି କଦଳୀ ଗଛ ଉପଲବ୍ଧ ହୁଏ ତା’ର ବିଭିନ୍ନ ଅଂଶ କାଟି ତୁରନ୍ତ ପୋଖରୀ ମଧ୍ୟରେ ପକାଇ ଦେବେ। ନିଜେ ମଧ୍ୟ ପୋଖରୀ ମଧ୍ୟକୁ ଯାଇ ଏକ ବାଡ଼ି ଦ୍ଵାରା ପୋଖରୀର ଜଳରାଶିକୁ ବାଡ଼େଇଲେ ପୋଖରୀର ଅମ୍ଳଜାନ ବୃଦ୍ଧି ହୋଇଥାଏ ।

ପୋଖରୀ ପରିଚାଳନା ଓ ରୋଗ ପୋକ ଦମନ

ପୋଖରୀର ତଳସ୍ତରର ମାନ ବୃଦ୍ଧି କରିବାକୁ ହେଲେ ଏଥିରେ ଜିଓଲାଇଟ୍ ଏକର ପିଛା ୩୦୪୦ କେ.ଜି ସହିତ ୧୦ କେ.ଜି ବାଲି ମିଶାଇ ପ୍ରୟୋଗ କରିପାରିବେ । ନର୍ସରୀ ପୋଖରୀରେ ବର୍ଷାଦିନେ ସାଧାରଣତଃ ପରଜୀବି ସଂକ୍ରମଣ ବେଶି ହୋଇଥାଏ । ପରଜୀବିମାନେ ମାଛର ଗାଲିରେ ସଂକ୍ରମଣ କରିଥା'ନ୍ତି । ପୋଖରୀରୁ ଯାଆଁଳ ଏକାଠି କରି ଧରିବା ସମୟରେ, ଯାଆଁଳ ମାନେ ଅଧିକ ମରିଯାଇଥାନ୍ତି । ତେଣୁ ଏହାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରଜୀବି ଦମନ କରିବାର ଔଷଧ ଓ ବଗଡ଼ା ଲୁଣ ୩୦୪୦ କେଜି ଏକର ପିଛା ପ୍ରୟୋଗ କଲେ ପରଜୀବିଙ୍କଠାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ପୋଖରୀରେ ଗୋଳି ପାଣିକୁ ପରିଷ୍କାର କରିବାକୁ ହେଲେ ପୋଖରୀରେ ଚୂନ, ଜିଓଲାଇଟ, ଫିଟିକିରି ଇତ୍ୟାଦି ପ୍ରୟୋଗ କଲେ ପୋଖରୀର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ ।

ଆଧାର -"ଦୈନିକ ପ୍ରମେୟ"

1.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top