ହୋମ / କୃଷି / ମତ୍ସ୍ୟପାଳନ / ମତ୍ସ୍ୟ ଉତ୍ପାଦନ ନିମିତ୍ତ ଆଦର୍ଶ ମୃତ୍ତିକା, ଜଳ ଓ ପରିବେଶ
ସେଆର କରନ୍ତୁ

ମତ୍ସ୍ୟ ଉତ୍ପାଦନ ନିମିତ୍ତ ଆଦର୍ଶ ମୃତ୍ତିକା, ଜଳ ଓ ପରିବେଶ

ମତ୍ସ୍ୟ ଉତ୍ପାଦନ ନିମିତ୍ତ ଆଦର୍ଶ ମୃତ୍ତିକା, ଜଳ ଓ ପରିବେଶ ସମ୍ବନ୍ଧରେ ସୂଚନା ।

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ପୁଷ୍କରିଣୀର ମୃତ୍ତିକା ଏବଂ ଜଳର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

ପୁଷ୍କରିଣୀ ଜଳର ଭୌତିକ ଓ ରାସାୟନିକ ଧର୍ମ ଏବଂ ପୁଷ୍କରିଣୀରେ ଚାଷ କରାଯାଉଥିବା ମତ୍ସ୍ୟ ସମ୍ବଳର ଗୁଣ ମୁଖ୍ୟତଃ ଏହାର ମୃତ୍ତିକା ତଥା ପାରିପାର୍ଶ୍ଵିକ ଜଳବାୟୁ ଦ୍ଵାରା ପ୍ରଭାବିତ ହୋଇଥାଏ ।

ଏଗୁଡ଼ିକ ସାମଗ୍ରିକ ରୂପେ ମତ୍ସ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଆନ୍ତି ।

ଏଣୁ ମତ୍ସ୍ୟଚାଷ ପାଇଁ ମୃତ୍ତିକାର ଭେଦ ଓ ଜଳର ଗୁଣାତ୍ମକମାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପରିବେଶର ପ୍ରଭାବ ଏବଂ ଏଗୁଡ଼ିକର ଉପଯୁକ୍ତ ଅବସ୍ଥା ବିଷୟରେ ଜ୍ଞାନ ମତ୍ସ୍ୟଚାଷ ନିମିତ୍ତ ଏକାନ୍ତ ଆବଶ୍ୟକ ।

ମୃତ୍ତିକାର ଅବସ୍ଥା

ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମୃତ୍ତିକାର ଭୌତିକ ଓ ରାସାୟନିକ ଧର୍ମ ମଧ୍ୟରୁ ମୁଖ୍ୟତଃ ଏହାର ବିନ୍ୟାସ, ଅମ୍ଳତ୍ଵ ବା କ୍ଷାରତ୍ଵ, ଜୈବିକ ଅଙ୍ଗାର ଏବଂ ସହଜରେ ମିଳୁଥିବା ଯବକ୍ଷାରଜାନ ଓ ଫସଫରସ ପରିମାଣ ଦ୍ଵାରା ମୃତ୍ତିକାର ଜଳଧାରଣ । ଶକ୍ତି ଓ ଜୈବ ଉତ୍ପାଦନ କ୍ଷମତା ନିର୍ଭର କରେ । ତେଣୁ ମୃତ୍ତିକାର ଏହି କାରଣ  ଗୁଡ଼ିକ ବିଷୟରେ ନିମ୍ନରେ ବିଶଦଭାବେ ଆଲୋଚନା କରାଯାଇଅଛି ।

ମୃତ୍ତିକାର ବିନ୍ୟାସ (Soil texture)

ଜୈବିକ ଓ ଅଜୈବ ପଦାର୍ଥଗୁଡ଼ିକ ଦ୍ଵାରା ସାଧାରଣତଃ ମୃତ୍ତିକା ଗଠିତ ହୋଇଥାଏ। ଜୈବିକ ଅଂଶ ମଧ୍ୟରେ ବ୍ୟାଙ୍କେରିଆ ଓ ଜୈବିକ ଅଙ୍ଗାର ଏବଂ ମୃତ୍ତିକାରେ ଥିବା ବାଲି, ପଟୁ ଓ ପଙ୍କର ଅନୁପାତ ଦ୍ଵାରା ନିଦ୍ଧାରିତ ହୋଇଥାଏ । ଏହି ତିନୋଟି ଉପାଦାନ ମଧ୍ୟରୁ ପଙ୍କର ଆକୃତି ସବୁଠାରୁ କ୍ଷୁଦ୍ରତମ (୦.୦୦୨ ମିଲିମିଟରରୁ କମ୍) ଏବଂ ଏହା ମୃତ୍ତିକାର ମୁଖ୍ୟ ଅଂଶ ରୂପେ ପରିଗଣିତ । କାରଣ ମୃତ୍ତିକାର ରାସାୟନିକ ଧର୍ମ ଓ ଖାଦ୍ୟସାର ଲତା ଅନେକ ପରିମାଣରେ ଏହା ଉପରେ ନିର୍ଭର କରେ । ମୃତ୍ତିକାରେ ବାଲି ଅଂଶ ଅତ୍ୟଧିକ ହେଲେ ( ଶତକଡ଼ା ୮୫ ଭାଗ) ପୋଖରୀର ଜଳଧାରଣ କରି ରଖୁବାର ଶକ୍ତି ହ୍ରାସ ପାଇଥାଏ ଏବଂ ଖାଦ୍ୟସାରର ଅଭାବ ହୋଇଥାଏ । ଅପର ପକ୍ଷରେ ପଙ୍କର ମାତ୍ରା ଅଧିକ ହେଲେ ( ଶତକଡ଼ା ୪୦ ଭାଗ) । ଖାଦ୍ୟସାର ବାନ୍ଧି ରଖୁବା ଶକ୍ତି ଅଧିକ ହେବା ଦ୍ଵାରା ଜଳରେ ଖାଦ୍ୟସାର ଅଭାବ ହୋଇଥାଏ । ତେଣୁ ଏ ପ୍ରକାର ମୃତ୍ତିକା ପୋଖରୀ ନିମିତ୍ତ ଉପଯୁକ୍ତ ବିବେଚିତ ହୁଏ  ନାହିଁ । ପୋଖରୀ ମୃତ୍ତିକାରେ ଶତକଡ଼ା ୨୩-୫୨ ଭାଗ ବାଲି, ୨୮-୫୦ ଭାଗ । ପଟୁ ଓ ୭-୨୭ ଭାଗ ପଙ୍କ ରହିଲେ ମତ୍ସ୍ୟଚାଷ ନିମନ୍ତେ ଏହା ଉପଯୁକ୍ତ ବୋଲି ବିବେଚନା କରାଯାଏ ।

ମୃତ୍ତିକାର ଅମ୍ଳତ୍ଵ ବା କ୍ଷାରତ୍ଵ (pH)
ମୃତ୍ତିକାର ଅମ୍ଳତ୍ଵ ବା କ୍ଷାରତ୍ଵର ପରିମାଣ ୦-୧୪ ସ୍କେଲ୍ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଏହି ସ୍କେଲ୍ ସଂଖ୍ୟା ୭, ୭ ରୁ ତଳକୁ ଓ ୭ ରୁ ଊର୍ଦ୍ଧ୍ଵକୁ ହେଲେ  ଯଥାକ୍ରମେ ନିରପେକ୍ଷ, ଅମ୍ଳ ଓ କ୍ଷାର ମୃତ୍ତିକା ରୂପେ ବିବେଚନା କରାଯାଏ । ମୃତ୍ତିକାର ଅମ୍ଳତ୍ଵର ପରିମାଣ ୫.୫ ରୁ କମ୍ ଓ କ୍ଷାରତ୍ଵ ୯.୦ ରୁ ଅଧିକ ହେଲେ ମତ୍ସ୍ୟଚାଷ ନିମିତ୍ତ ଅନୁପଯୁକ୍ତ ହୋଇଥାଏ । କାରଣ ଆବଶ୍ୟକୀୟ ଖାଦ୍ୟସାର ଓ ଉପକାରୀ । ଜୀବାଣୁମାନଙ୍କର କାର୍ଯ୍ୟଦକ୍ଷତା ଏପରି ସ୍ଥଳରେ ଅନେକାଂଶରେ ହ୍ରାସ ପାଇଥାଏ । ଏବଂ ନିରପେକ୍ଷ (୭.୦) ଅବସ୍ଥାରେ ସର୍ବାଧିକ ହୋଇଥାଏ । ସାଧାରଣତଃ ମତ୍ସ୍ୟଚାଷ ପୋଖରୀ ମୃତ୍ତିକାରେ ଅମ୍ଳତ୍ଵ ବା କ୍ଷାରତ୍ଵର ମାନ ୫.୫ ରୁ ୮.୬ ମଧ୍ୟରେ ଦେଖାଯାଇଥାଏ । କିନ୍ତୁ ଏହାର ମାନ ୬.୫ ରୁ ୭.୫ ମଧ୍ୟରେ ହେଲେ ମତ୍ସ୍ୟଚାଷ ନିମିତ୍ତ ଆଦର୍ଶ ମୃତ୍ତିକା ବୋଲି ବିବେଚିତ ହୋଇଥାଏ ।

ଜୈବିକ ପଦାର୍ଥ

ମୃତ୍ତିକାରେ ଥିବା ଜୈବିକ ପଦାର୍ଥ ଦ୍ଵାରା ପୋଖରୀର ମତ୍ସ୍ୟ ଉତ୍ପାଦନ କ୍ଷମତା ବହୁ ପରିମାଣରେ ପ୍ରଭାବିତ ହୋଇଥାଏ । ଏତଦ୍‌ବ୍ୟତୀତ ପୋଖରୀ ମୃତ୍ତିକାର ଜଳଧାରଣ କରି ରଖୁବାର ଶକ୍ତି ଓ ବ୍ୟାକ୍ଟେରିଆମାନଙ୍କର କାର୍ଯ୍ୟଦକ୍ଷତା ଜୈବିକ ପଦାର୍ଥ ଉପରେ ଅନେକାଂଶରେ ନିର୍ଭର କରେ । ମତ୍ସ୍ୟ ଉତ୍ପାଦନ ନିମିତ୍ତ ବ୍ୟବହୃତ ହେଉଥିବା ରାସାୟନିକ ଓ ଜୈବିକ ସାର, କୃତ୍ରିମ ଖାଦ୍ୟ ବ୍ୟବହାର ଏବଂ ମୃତ ପ୍ଲାଙ୍କଟନ୍ ମାନଙ୍କର ଅବକ୍ଷେପଣ ଦ୍ଵାରା ପୋଖରୀରେ ଜୈବିକ ଅଙ୍ଗାରର ପରିମାଣରେ ବୃଦ୍ଧି ଘଟିଥାଏ । ତେଣୁ ଅତ୍ୟନ୍ତ ପୁରାତନ ପୋଖରୀର ମୃତ୍ତିକାରେ ଏହାର ପରିମାଣ ଶତକଡ଼ା ୨.୫ ଭାଗରୁ ଅଧିକ ପରିଲକ୍ଷିତ ହୁଏ ଏବଂ ନୂତନ ଖୋଦିତ ପୋଖରୀ ମୃତ୍ତିକାରେ ଏହାର ପରିମାଣ ଶତକଡ଼ା ୦.୫ ଭାଗରୁ ମଧ୍ୟ କମ୍ ହୋଇଥାଏ । ମତ୍ସ୍ୟ ଉତ୍ପାଦନ ନିମନ୍ତେ ବ୍ୟବହୃତ ପୋଖରୀ ମୃତ୍ତିକାରେ ଜୈବିକ ଅଙ୍ଗାରର ପରିମାଣ ଶତକଡ଼ା ୦.୫ ଭାଗରୁ କମ୍ ଓ ୨.୫ ଭାଗରୁ ଅଧିକ ହେଲେ ମତ୍ସ୍ୟ ଉତ୍ପାଦନ ହ୍ରାସ ହୋଇଥାଏ । ତେଣୁ ଅନୁକୂଳ ପରିବେଶରେ ମତ୍ସ୍ୟ ଉତ୍ପାଦନ ନିମିତ୍ତ ମୃତ୍ତିକାରେ ଜୈବିକ ଅଙ୍ଗାରର ପରିମାଣ ଶତକଡ଼ା ୦.୫ ରୁ ୧.୫ ମଧ୍ୟରେ ରହିବା ଶ୍ରେୟସ୍କର ।

ଯବକ୍ଷାରଜାନ

ପୁଷ୍ଟିସାରର ବିପାଚନ ନିମନ୍ତେ ଯବକ୍ଷାରଜାନ ନିତାନ୍ତ ଅପରିହାର୍ଯ୍ୟ । ପୋଖରୀର ମୃତ୍ତିକା ହିଁ ଏହାର ଏକମାତ୍ର ଉସ ଓ ମୁଖ୍ୟତଃ ଏହା ଜୈବିକ ଅବସ୍ଥାରେ ମୃତ୍ତିକାରେ ଥାଏ । ମୃତ୍ତିକାରେ ଥିବା ଜୈବିକ ବସ୍ତୁଗୁଡ଼ିକ ବ୍ୟାକ୍ଟେରିଆ ବୀଜାଣୁ (Bacteria) ମାନଙ୍କ ଦ୍ଵାରା ଅପଘଟିତ ହୋଇ ଉତ୍ପାଦିତ ହେଉଥିବା ଅଜୈବିକ ଯବକ୍ଷାରଜାନର ଉପାଦାନଗୁଡ଼ିକ ଫାଇଟୋ ପ୍ଲାଙ୍କଟନ ମାନଙ୍କ ଦ୍ଵାରା ବ୍ୟବହୃତ ହୋଇଥାଏ । ତେଣୁ ଅତ୍ୟଧିକ ଜୈବିକ ପଦାର୍ଥ ଥିବା ପୋଖରୀ ମୃତ୍ତିକାରେ କମ୍ ଜୈବିକ ପଦାର୍ଥ ଯୁବା ମୃତ୍ତିକା ଅପେକ୍ଷା ଯବକ୍ଷାରଜାନର ପରିମାଣ ଅଧିକ ହୋଇଥାଏ । ପୁରାତନ ଏବଂ ନୂତନ ଖୋଦିତ ହୋଇଥିବା ପୋଖରୀ ମୃତ୍ତିକାରେ ସହଜରେ ମିଳୁଥିବା ଯବକ୍ଷାରଜାନ ପରିମାଣ ଯଥାକ୍ରମେ ଶତକଡ଼ା ୦.୦୭୫ ରୁ ଅଧିକ ଓ ଶତକଡ଼ା ୦.୦୧୫ରୁ କମ୍ ଦେଖାଯାଇଥାଏ । କିନ୍ତୁ ମତ୍ସ୍ୟଚାଷ ନିମନ୍ତେ ଆଦର୍ଶ ମୃତ୍ତିକାରେ ଏହାର ପରିମାଣ ଶତକଡ଼ା ୦.୦୨୫ରୁ ୦.୦୫ ମଧ୍ୟରେ ରହିବା ଉଚିତ ।

ଫସ୍‌ଫରସ୍

ମୃତ୍ତିକାରେ ସାଧାରଣତଃ ଫସଫରସ ପରିମାଣ ଯବକ୍ଷାରଜାନର ପରିମାଣ ଠାରୁ ଅତ୍ୟନ୍ତ କମ୍ ହୋଇଥାଏ । ଯବକ୍ଷାରଜାନର ସଦୁପଯୋଗ ନିମନ୍ତେ ଫସଫରସ ଏକାନ୍ତ ଆବଶ୍ୟକ । ମୃତ୍ତିକାରେ ଫସଫରସର ପରିମାଣରେ ସ୍ଵଳ୍ପତା ଏବଂ ଉଭୟ ଅମ୍ଳ ଓ କ୍ଷାରଯୁକ୍ତ ମୃତ୍ତିକା ଏହାର ଲବ୍ଧତାରେ ଅନ୍ତରାୟ ସୃଷ୍ଟି କରିବା ହେତୁ ଜଳଜ ଜୀବ ଉତ୍ପାଦନ କ୍ଷେତ୍ରରେ ଫସଫରସ ଏକ ସୀମିତ କାରକ ରୂପେ କାର୍ଯ୍ୟ କରିଥାଏ । ସାଧାରଣତଃ ପୋଖରୀ ମୃତ୍ତିକାରେ ସହଜରେ ମିଳୁଥିବା ଫସଫରସ ପରିମାଣ। ଶତକଡ଼ା ୦.୦୦୩ରୁ ମଧ୍ୟ କମ୍ ହୋଇଥାଏ ଏବଂ ଶତକଡ଼ା ୦.୦୦୬ରୁ ଅଧିକ । ଫସଫରସ ଯୁବା ପୋଖରୀ ମୃତ୍ତିକା କ୍ଵଚିତ ଦେଖାଯାଇଥାଏ । ମତ୍ସ୍ୟ ଉତ୍ପାଦନ ନିମିତ୍ତ ପୋଖରୀ ମୃତ୍ତିକାରେ ସହଜରେ ମିଳୁଥିବା ଫସଫରସର ପରିମାଣ ଶତକଡ଼ା ୦.୦୦୩ ରୁ ୦.୦୦୬ ମଧ୍ୟରେ ଥିଲେ ଏହାକୁ ଉପଯୁକ୍ତ ମୃତ୍ତିକା ରୂପେ ବିବେଚନା କରାଯାଇଥାଏ ।

ଜଳର ଗୁଣାତ୍ମକ ମାନ

ଆବଶ୍ୟକୀୟ ଗୁଣାତ୍ମକ ମାନ ଥିବା ପୁଷ୍କରିଣୀ ଜଳ ମତ୍ସ୍ୟ ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ମୃତ୍ତିକାର ଗୁଣାତ୍ମକମାନରେ ପ୍ରଭେଦ, ବୃଷ୍ଟିପାତ, ଉତ୍ତାପ । ଏବଂ ଅନ୍ୟାନ୍ୟ ପାରିପାଶ୍ୱିକ ଅବସ୍ଥା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ଜଳର ଗୁଣାତ୍ମକ ମାନର ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଉତ୍ତମ ମତ୍ସ୍ୟ ଉତ୍ପାଦନ ନିମିତ୍ତ ଜଳରେ ଆବଶ୍ୟକୀୟ ଖାଦ୍ୟସାର ରହିବା ଆବଶ୍ୟକ, ଯଦ୍ଵାରା ପ୍ରାକୃତିକ ମତ୍ସ୍ୟ ଖାଦ୍ୟ ଉତ୍ପାଦନ ହୋଇପାରିବ । ବିଭିନ୍ନ ମୌଳିକ ଉପାଦାନ ଗୁଡ଼ିକ ଯଥା – ଅଙ୍ଗାର, ଯବକ୍ଷାରଜାନ, ଉଦଜାନ, ଫସଫରସ, ପୋଟାସିୟମ୍, କ୍ୟାଲ୍‌ସିୟମ୍, ମ୍ୟାଗନେସିୟମ, ସୋଡ଼ିୟମ୍, ସିଲିକନ୍, ମାଙ୍ଗାନିଜ, ଅମ୍ଳଜାନ, ବୋରନ, ଲୌହ, ତମ୍ବା, ଆୟୋଡ଼ିନ୍, ମଲିବଡେନମ୍ ଇତ୍ୟାଦି ଜଳରେ ସାଧାରଣତଃ ରହିଥାଏ । ତନ୍ମଧ୍ୟରୁ କେତେକ ବାଷ୍ପ ବାୟୁମଣ୍ଡଳ ଓ  ଅନ୍ୟ କେତେକ ମୃତ୍ତିକାରୁ ବିଭିନ୍ନ ପରିମାଣରେ ଜଳରେ ଦ୍ରବୀଭୂତ ଅବସ୍ଥାରେ ଥାଏ। ଏହିପରି ଭାବରେ ଜଳରେ ଥିବା ବିଭିନ୍ନ ଉପାଦାନ ଗୁଡ଼ିକ ମଧ୍ୟରୁ କେତେକ ଉପାଦାନ ପ୍ରାକୃତିକ ମତ୍ସ୍ୟ ଖାଦ୍ୟ ଉତ୍ପାଦନ ପାଇଁ ଅଧିକ ପରିମାଣରେ ଆବଶ୍ୟକ ହୁଏ ଏବଂ ସେଗୁଡ଼ିକୁ ମୁଖ୍ୟ ଉପାଦାନ ବୋଲି ବିବେଚନା କରାଯାଏ । ତେଣୁ ମୁଖ୍ୟତଃ ଜଳର ଯେଉଁ ଭୌତିକ ଓ ରାସାୟନିକ ଗୁଣ ଦ୍ଵାରା ପ୍ରାକୃତିକ ମତ୍ସ୍ୟ ଖାଦ୍ୟ ଉତ୍ପାଦନ ନିୟନ୍ତ୍ରିତ ହୋଇଥାଏ, ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଅଛି ।

ଭୌତିକ ଅବସ୍ଥା

ପୋଖରୀରେ ଜଳର ଗଭୀରତା, ଉତ୍ତାପ, ଆବିଳତା ଓ ରଙ୍ଗ ଇତ୍ୟାଦି ଜଳର ଭୌତିକ ଅବସ୍ଥା ବୋଲି ବିବେଚିତ ହୋଇଥାଏ ଏବଂ ଏହାଦ୍ଵାରା ଜଳର ଗୁଣାତ୍ମକ ମାନ ଅନେକାଂଶରେ ପ୍ରଭାବିତ ହୋଇ ମତ୍ସ୍ୟ ଉତ୍ପାଦନରେ ସହାୟକ ହୋଇଥାଏ ।

ଗଭୀରତା (Depth of water)

ଜଳର ଭୌତିକ ଓ ରାସାୟନିକ ଗୁଣାତ୍ମକ ମାନ ଯଥା – ଉତ୍ତାପ ଓ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଜଳର ଗଭୀରତା ନିମ୍ନଭାଗ ପର୍ଯ୍ୟନ୍ତ ପ୍ରବେଶ କରିବା ଦ୍ଵାରା ଜଳର ତାପମାତ୍ରାରେ ବୃଦ୍ଧି ଘଟିଥାଏ ଏବଂ ତଦ୍ଵାରା ଅଧିକ ପ୍ରାକୃତିକ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତ ହେବା ଦ୍ଵାରା ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ । କିନ୍ତୁ ଏକ ମିଟରରୁ କମ୍ ଗଭୀର ଜଳଥିବା ପୋଖରୀ ଗ୍ରୀଷ୍ମକାଳରେ ଅତ୍ୟଧିକ ଉତ୍ତପ୍ତ ହେବା ଦ୍ଵାରା ମାଛ ଏବଂ ଅନ୍ୟାନ୍ୟ ଜଳଜୀବମାନଙ୍କର ବଞ୍ଚିରହିବାର ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ । ଅପର ପକ୍ଷରେ ଗଭୀର ଜଳରେ ନିମ୍ନସ୍ତରର ତାପମାତ୍ରା ଉପରସ୍ତର ଅପେକ୍ଷା ଅପେକ୍ଷାକୃତ କମ୍ ହୋଇଥାଏ ଏବଂ ଆବଶ୍ୟକୀୟ ଉତ୍ତାପର ଅଭାବ ଦ୍ଵାରା ଉତ୍ପାଦନ କ୍ଷମତା ହ୍ରାସ ହୋଇଥାଏ । ଏପରି ସ୍ଥଳରେ ମତ୍ସ୍ୟ ଉତ୍ପାଦନରେ ଅନ୍ତରାୟ ସୃଷ୍ଟି କରୁଥିବା କେତେକ କ୍ଷତିକାରକ ବାଷ୍ପଗୁଡ଼ିକର ମାତ୍ରା ଅଧିକ ହୋଇଥାଏ । ତେଣୁ ସାଧାରଣତଃ ଜଳର ଗଭୀରତା ହାରାହାରି ୨.୦ ରୁ ୨.୫ ମିଟର ମଧ୍ୟରେ ରହିବା ଆବଶ୍ୟକ ।

ତାପ (Temperature)

ଜଳୀୟ ପ୍ରାଣୀମାନଙ୍କର ଶାରୀରିକ କ୍ରିୟା ନିମିତ୍ତ ତାପଶକ୍ତି ଅପରିହାର୍ଯ୍ୟ, ଯାହା ସୂର୍ଯ୍ୟରଶ୍ମିର ବିକିରଣ ଦ୍ଵାରା ପ୍ରାପ୍ତ ହୋଇଥାଏ । ଜଳର ପରିମାଣ ଓ ସୂର୍ଯ୍ୟାଲୋକର ପ୍ରଖରତା ଦ୍ଵାରା ଜଳର ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ ଏବଂ ଜଳୀୟ ପ୍ରାଣୀମାନେ ସାଧାରଣତଃ ଏ ପ୍ରକାର ତାପମାତ୍ରାର ପରିବର୍ତ୍ତନ ସହ୍ୟ କରିଥାଆନ୍ତି । କାର୍ପ ଜାତୀୟ ମାଛ ୧୫ ଡିଗ୍ରୀରୁ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାର ତାରତମ୍ୟ ସହ୍ୟ କରିପାରନ୍ତି । ତାପମାତ୍ରା ଅନୁସାରେ ମାଛର ଶାରୀରିକ ବୃଦ୍ଧି ଓ ଖାଦ୍ୟ ଗ୍ରହଣ କରିବା ଶକ୍ତିରେ କେତେକ ତାରତମ୍ୟ ଦେଖାଦେଇଥାଏ । ସାଧାରଣତଃ ୨୫ ଡିଗ୍ରୀରୁ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ମାଛମାନଙ୍କ ପାଇଁ ଅନୁକୂଳ ଅଟେ ।

ଆବିଳତା (Turbidity)

ଆଲୋକର ଜଳ ମଧ୍ୟରେ ପ୍ରବେଶ କ୍ଷମତା ଜଳର ଆବିଳତା ଦ୍ଵାରା ପ୍ରଭାବିତ ହୋଇଥାଏ । ଭାସମାନ ଅବସ୍ଥାରେ ଜଳରେ ଥିବା ପଟୁ, ପଙ୍କ, ଜୈବିକ ବସ୍ତୁକଣିକା । ଏବଂ ଜୈବ ବସ୍ତୁ ମାନଙ୍କ ର ବିଘଟନ ଦ୍ଵାରା ସୃଷ୍ଟି ହେଉଥିବା କଣିକା (Pigments)ଗୁଡ଼ିକର ସମନ୍ଵୟ ଫଳରେ ଜଳରେ ଆବିଳତା ସୃଷ୍ଟି ହୋଇଥାଏ । ବୃଷ୍ଟିପାତ ବହିଃଜଳର ପ୍ରବେଶ ଓ ଜଳ ତରଙ୍ଗ ଦ୍ଵାରା ପୋଖରୀ ଜଳରେ କ୍ଷଣସ୍ଥାୟୀ । ଆବିଳତା ପୋଖରୀରେ ସୃଷ୍ଟି ହୋଇଥାଏ ଏବଂ ଏ ପ୍ରକାର କ୍ଷଣସ୍ଥାୟୀ ଆବିଳତା ମତ୍ସ୍ୟ ଉତ୍ପାଦନ ନିମିତ୍ତ କ୍ଷତିକାରକ ନୁହେଁ, କିନ୍ତୁ ଆବିଳତା ଦୀର୍ଘସ୍ଥାୟୀ ହେଲେ ମତ୍ସ୍ୟ । ଉତ୍ପାଦନରେ ବ୍ୟାଘାତ ସୃଷ୍ଟି କରିଥାଏ । ଦୀର୍ଘସ୍ଥାୟୀ ଆବିଳତା ମୃତ୍ତିକାର କ୍ଷୁଦ୍ରତମ । ଅଂଶ (Collidal clay) ଦ୍ଵାରା ସାଧାରଣତଃ ସୃଷ୍ଟି ହୋଇଥାଏ । ନୂତନ ଖୋଳା ହୋଇଥିବା ପୋଖରୀରେ ଆବିଳତା ଦୀର୍ଘସ୍ଥାୟୀ ହୋଇଥାଏ ଏବଂ କ୍ରମେ ପୋଖରୀ ପୁରୁଣା ହେବା ସଙ୍ଗେ ସଙ୍ଗେ ଏ ପ୍ରକାର ଆବିଳତାର ପରିମାଣ କମ୍ ହୋଇଥାଏ । ଆବିଳତା ଦୀର୍ଘସ୍ଥାୟୀ ହେବା ଦ୍ଵାରା ଆଲୋକର ଜଳ ମଧ୍ୟରେ ପ୍ରବେଶ ମାତ୍ରା ବାଧାପ୍ରାପ୍ତ ହୋଇଥାଏ ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ହ୍ରାସ ହୋଇ ପ୍ରାଥମିକ ଖାଦ୍ୟ । ଉତ୍ପାଦନରେ ବ୍ୟାଘାତ ଘଟେ । ତେଣୁ ମତ୍ସ୍ୟ ଉତ୍ପାଦନ ନିମିତ୍ତ ପୋଖରୀ ଜଳ । ମଧ୍ୟରେ ଆଲୋକର ପ୍ରବେଶ କରିବାର ଦୂରତ୍ଵ ଅନ୍ତତଃ ପକ୍ଷେ ୨୦ ସେଣ୍ଟିମିଟରରୁ କମ୍ ହେବା ଉଚିତ୍ ।

ରଙ୍ଗ (Colour)

ପୋଖରୀ ଜଳର ରଙ୍ଗ ଦ୍ଵାରା ମଧ୍ୟ ପୋଖରୀର ମତ୍ସ୍ୟ ଉତ୍ପାଦନ କ୍ଷମତା ଉପରେ ଧାରଣା ମିଳିଥାଏ । ବିଭିନ୍ନ ରାସାୟନିକ ଓ ଜୈବିକ ବସ୍ତୁଗୁଡ଼ିକର ଦ୍ରବୀଭୂତ ଅଥବା ଭାସମାନ ଅବସ୍ଥା ଦ୍ଵାରା ଜଳର ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ମୃତ୍ତିକାର ବିଭିନ୍ନ ପ୍ରକାର ଭେ ଦ ଏବଂ ମାଛର ପ୍ରାକୃତିକ ଖାଦ୍ୟ ପୁବ କ ଏବଂ ପୁବ ଜୀବ (Plankton)ମାନଙ୍କ ଦ୍ଵାରା ଜଳର ରଙ୍ଗ ବିଭିନ୍ନ ପ୍ରକାରର ଧାରଣ କରିଥାଏ । ତନ୍ମଧ୍ୟରୁ ଅତି ସ୍ଵଚ୍ଛ ଜଳରେ ଫାଇଟୋପ୍ଲାଙ୍କ ଟନ୍ ବା ପୁବକର ଅନୁପସ୍ଥିତି ଯୋଗୁଁ ପ୍ରାଥମିକ ମତ୍ସ୍ୟ ଖାଦ୍ୟ ଉପାଦାନ କମ୍ ହୋଇଥାଏ । ପୋଖରୀ ଜଳ ଈଷତ୍ ସବୁଜ ରଙ୍ଗ ହେଲେ ମତ୍ସ୍ୟ ଉତ୍ପାଦନ ପାଇଁ ଉପଯୁକ୍ତ, କାରଣ ଫାଇଟୋପ୍ଲାଙ୍କଟନର ଉପସ୍ଥିତି ଦ୍ଵାରା ଜଳର ରଙ୍ଗ ଈଷତ୍ ସବୁଜ ହୋଇଥାଏ, ଯଦ୍ଵାରା ପ୍ରାଥମିକ ଖାଦ୍ୟ ଉପାଦାନ ଅଧିକ ହୋଇଥାଏ । ସେହିଭଳି ପୋଖରୀ ଜଳରେ ପୁବଜୀବ(Zooplankton)ମାନଙ୍କ ସଂଖ୍ୟା ଅଧିକ ଥିଲେ ପାଣିର ରଙ୍ଗ ଈଷତ୍ ବାଦାମୀ ହୋଇଥାଏ । ତେଣୁ ମାଛଚାଷ ପୋଖରୀ ଜଳର ରଙ୍ଗ ଈଷତ୍ ବାଦାମୀ ମିଶା ସବୁଜ ରଙ୍ଗ ହେବା ଉଚିତ୍ ।

ଆଲୋକ ସଂଶ୍ଳେଷଣ ଏବଂ ଶ୍ଵେତସାରର ବିପାଚନ ପ୍ରକ୍ରିୟା ପାଇଁ ଆଲୋକ ରଶ୍ମି ଏକାନ୍ତ ଆବଶ୍ୟକ । ତେଣୁ ପୋଖରୀ ଜଳରେ ଆଲୋକର ଅଭାବ ହେଲେ ଉତ୍ପାଦନ କ୍ଷମତା ହ୍ରାସ ହୋଇଥାଏ । ପୋଖରୀର ଅବସ୍ଥିତି ଏବଂ ଚତୁଃପାର୍ଶ୍ଵରେ ଯୁବା ବୃକ୍ଷମାନଙ୍କ ଦ୍ଵାରା ଆଲୋକ ରଶ୍ମି ପୋଖରୀରେ ପର୍ଯ୍ୟାପ୍ତ ପରିମାଣରେ ପଡ଼ିପାରେ ନାହିଁ । ତେଣୁ ମତ୍ସ୍ୟ ଉତ୍ପାଦନ ପାଇଁ ପୋଖରୀରେ ଆଲୋକର ଅଭାବ ନ ହେବା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଜଳର ରାସାୟନିକ ଉପାଦାନ (Chemical constituents of water)

ଜଳର ରାସାୟନିକ ଉପାଦାନଗୁଡ଼ିକ ମଧ୍ୟରୁ ଅମ୍ଳତ୍ଵ ବା କ୍ଷାରତ୍ଵ(pH), ଦ୍ରବୀଭୂତ । ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଫସଫରସ ଓ ସମୂହ କ୍ଷାରତ୍ଵ ମୁଖ୍ୟତଃ ମତ୍ସ୍ୟ ଉତ୍ପାଦନ କ୍ଷମତାକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ ।

ଅମ୍ଳତ୍ଵ ବା କ୍ଷାରତ୍ଵ (ph)

ଜଳର ଅମ୍ଳତ୍ଵ ବା କ୍ଷାରତ୍ଵକୁ ଏକ ମୁଖ୍ୟ ଗୁଣ ରୂପେ ବିବେଚନା କରାଯାଏ । କାରଣ ଏହାଦ୍ଵାରା ଜଳର ଗୁଣାତ୍ମକ ମାନ ବିଷୟରେ କେତେକ ଧାରଣା ମିଳିଥାଏ । ଜଳର ଅମ୍ଳତ୍ଵ ବା କ୍ଷାରତ୍ଵର ପରିମାଣ ସାଧାରଣତଃ ମୃତ୍ତିକାର ଅମ୍ବତ୍ଵ ବା କ୍ଷାରତ୍ଵର ପରିମାଣ ନିର୍ଭର କରେ । ଅଳ୍ପ କ୍ଷାରଯୁକ୍ତ ଜଳ, ଅମ୍ଳଯୁକ୍ତ ଜଳ ଅପେକ୍ଷା ଅଧିକ ଉତ୍ପାଦନକ୍ଷମ । କାରଣ ଖାଦ୍ୟସାରର ଲବ୍ଧତା ବା ବ୍ୟାକ୍ଟେରିଆ ମାନଙ୍କର କାର୍ଯ୍ୟ ଦକ୍ଷତା ଅଳ୍ପ କ୍ଷାରଯୁକ୍ତ ଜଳରେ ଅଧିକ ହୋଇଥାଏ । ଜଳର ଅମ୍ଳତ୍ଵ ୪.୯-୬.୦ ଏବଂ କ୍ଷାରତ୍ଵ ୯.୦ ରୁ ଊର୍ଦ୍ଧ୍ଵ ହେଲେ ମତ୍ସ୍ୟମାନଙ୍କର ଶାରୀରିକ ବୃଦ୍ଧି ଏବଂ ବଂଶ ବିସ୍ତାର ପାଇଁ ଅନୁକୂଳ ନୁହେଁ । ମତ୍ସ୍ୟ ଚାଷ ପୋଖରୀ ଜଳର ଅମ୍ଳତ୍ଵ ବା କ୍ଷାରତ୍ଵ ସାଧାରଣତଃ ୬.୦ ରୁ ୯.୦ ମଧ୍ୟରେ ରହିଥାଏ ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଅମ୍ଳତ୍ଵ ବା କ୍ଷାରତ୍ଵର ପରିମାଣରେ ଦୈନିକ ପରିବର୍ତ୍ତନ ହୋଇଥାଏ । ସୂର୍ଯ୍ୟୋଦୟ ସମୟରେ ଜଳର କ୍ଷାରତ୍ଵ କମ୍ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଏହା ଅଧିକ ହୋଇଥାଏ । ଉପଯୁକ୍ତ ଉତ୍ପାଦନ ନିମିତ୍ତ ଏହାର ପରିମାଣ ୭.୫ ରୁ ୮.୫ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।

ଦ୍ରବୀଭୂତ ଅମ୍ଳଜାନ (Dissolve Oxygen )

ଅଧିକାଂଶ ଜଳଜ ପ୍ରାଣୀ ସେମାନଙ୍କର ଜୀବନ ଧାରଣ ନିମିତ୍ତ ଜଳରେ ଦ୍ରବୀଭୂତ । ଅବସ୍ଥାରେ ଥିବା ଅମ୍ଳଜାନ ଉପରେ ନିର୍ଭର କରିଥାଆନ୍ତି । ଏହାଦ୍ଵାରା ସେମାନଙ୍କର । ଜୀବନଚକ୍ର ଓ ଶାରୀରିକ ପ୍ରକ୍ରିୟା ନିୟନ୍ତ୍ରିତ ହୋଇଥାଏ । ତା’ଛଡ଼ା ପୋଖରୀ ଜଳର ପରିବେଶରେ ଘଟିତ ହେଉଥିବା ରାସାୟନିକ ପରିବର୍ତ୍ତନ ଏବଂ ଅମ୍ଳଜାନ ଜନିତ । ବିଘଟନ ପାଇଁ ଦ୍ରବୀଭୂତ ଅମ୍ଳଜାନ ଏକାନ୍ତ ଆବଶ୍ୟକ । ବାୟୁମଣ୍ଡଳ ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ପୋଖରୀ ଜଳ ଅମ୍ଳଜାନ ଦ୍ଵାରା ପରିପୁଷ୍ଟ ହୁଏ । ଅମ୍ଳଜାନର  ପରିପୁଷ୍ଟତା ସାଧାରଣତଃ ବାୟୁମଣ୍ଡଳର ଚାପ, ପୋଖରୀ ଜଳର ତାପମାତ୍ରା ଓ ଦ୍ରବୀଭୂତ ଲବଣର ପରିମାଣ ଉପରେ ନିର୍ଭର କରେ । ତା’ଛଡ଼ା ଜଳରେ ବିଶ୍ଳେଷଣ ପ୍ରକ୍ରିୟା, ଜୀବଜଗତର ଶ୍ଵାସକ୍ରିୟା ତଥା ଜଳର ମନ୍ଥର ବିକିରଣ (slow diffusion) ଦ୍ଵାରା ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣରେ ଦିବାରାତ୍ର ପରିବର୍ତ୍ତନ ହୋଇଥାଏ । ତେଣୁ ପ୍ରତ୍ୟୁଷରେ ଅମ୍ଳଜାନର ପରିମାଣ କମ୍ ଥାଏ ଏବଂ କ୍ରମେ କ୍ରମେ ବୃଦ୍ଧି ଲାଭ କରି ଅପରାହ୍ନରେ ସର୍ବାଧକ ହୋଇ ପୁନରାୟ କମିବାକୁ ଆରମ୍ଭ କରେ । ମଧ୍ୟରାତ୍ରରେ ଏହାର ପରିମାଣ ସର୍ବନିମ୍ନ ହୋଇଥାଏ । ଜଳରେ ଦ୍ରବୀଭୂତ ଅମ୍ଳଜାନର ଏ ପ୍ରକାର ପରିବର୍ତ୍ତନ ସାଧାରଣତଃ ଅଧିକାଂଶ କାର୍ପଜାତୀୟ ମାଛ ସହ୍ୟ କରିପାରନ୍ତି ଏବଂ ଲିଟର ପ୍ରତି ୩.୦ ମିଲିଗ୍ରାମ୍ ପର୍ଯ୍ୟନ୍ତ ଦ୍ରବୀଭୂତ ଅମ୍ଳଜାନରେ ବଞ୍ଚି ରହିପାରନ୍ତି, କିନ୍ତୁ ଏହି ପରିମାଣ ଦ୍ରବୀଭୂତ ଅମ୍ଳଜାନ ଜଳରେ ଦୀର୍ଘସ୍ଥାୟୀ ହେଲେ ମାଛର ଶାରୀରିକ ବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରକ୍ରିୟାରେ ମନ୍ଥରତା ପ୍ରକାଶ ପାଇଥାଏ । ତେଣୁ ମତ୍ସ୍ୟ  ଉତ୍ପାଦନ ପାଇଁ ପୋଖରୀ ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ଲିଟର ପ୍ରତି ୫.୦ ମିଲିଗ୍ରାମରୁ ଅଧିକ ରହିବା ଆବଶ୍ୟକ ଓ କୌଣସି କ୍ଷେତ୍ରରେ ଲିଟର ପ୍ରତି ୩.୦ ମିଲିଗ୍ରାମରୁ କମ୍ ହେବା ଉଚିତ୍ ନୁହେଁ ।

ଅଙ୍ଗାରକାମ୍ଳ (Carbon dioxide)

ଜଳଜ ଉଦ୍ଭିଦ ମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ନିମିତ୍ତ ଅଙ୍ଗାରକାମ୍ଳ ଏକାନ୍ତ ଆବଶ୍ୟକ କିନ୍ତୁ ଏହାର ମାତ୍ରା ଅଧିକ ହେଲେ ମତ୍ସ୍ୟମାନଙ୍କ ପାଇଁ କ୍ଷତିକାରକ । ବାୟୁମଣ୍ଡଳ, ଜୀବମାନଙ୍କର ଶ୍ଵାସକ୍ରିୟା ଏବଂ ଜୈବିକ ପଦାର୍ଥର ବିଘଟନ ଦ୍ଵାରା ଜଳରେ ଅଙ୍ଗାରକାମ୍ଳ ପ୍ରକ୍ରିୟା ଓ ରାତ୍ରରେ ଶ୍ଵାସକ୍ରିୟା ଦ୍ଵାରା ଅଙ୍ଗାରକାମ୍ଳର ପରିମାଣରେ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ହୋଇଥାଏ । ମେଘୁଆ ପାଗ ଏବଂ ଆକସ୍ମିକ ପ୍ଲାଙ୍କଟନ୍ ଗୁଡ଼ିକ ନଷ୍ଟ ହେବା ଦ୍ଵାରା ଜଳରେ ଅଙ୍ଗାରକାମ୍ଳର ପରିମାଣରେ ବୃଦ୍ଧି ହୋଇଥାଏ । ଏବଂ ଏପରି ଅବସ୍ଥାରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ କମ୍ ହୋଇଥାଏ । କମ୍ ପରିମାଣର ଅଙ୍ଗାରକାମ୍ଳ ମାଛମାନଙ୍କ ପାଇଁ କ୍ଷତିକାରକ ନୁହେଁ । ଏପରିକି ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ଯଥେଷ୍ଟ ରହିଲେ ଲିଟର ପ୍ରତି ୬୦ ମିଲିଗ୍ରାମ୍ ଅଙ୍ଗାରକାମ୍ଳ ଯୁବା ଜଳରେ ମାଛ ବଞ୍ଚି ରହିପାରନ୍ତି । କିନ୍ତୁ ଦ୍ରବୀଭୂତ ଅମ୍ଳଜାନର ପରିମାଣ ଅଭାବ ହେଲେ ଅତ୍ୟଧିକ ଅଙ୍ଗାରକାମ୍ଳ ଥିବା ଜଳରେ ମାଛମାନଙ୍କର ଅମ୍ଳଜାନ ଗ୍ରହଣ କରିବା ଶକ୍ତି ବାଧାପ୍ରାପ୍ତ ହୋଇଥାଏ । ସାଧାରଣତଃ ପୋଖରୀ ଜଳରେ ଅଙ୍ଗାରକାମ୍ଳର ପରିମାଣ ଜଳର ଅମ୍ମତ୍ ଓ କ୍ଷାରତ୍ଵ ଉପରେ ନିର୍ଭର କରେ। କ୍ଷାରତ୍ ୮.୩ ରୁ କମ୍ ଥିବା ପୋଖରୀ ଜଳରେ ଅଙ୍ଗାରକାମ୍ଳ ପରିଲକ୍ଷିତ ହୁଏ ଏବଂ ଏହାର ପରିମାଣ ସାଧାରଣତଃ ଲିଟର ପ୍ରତି ୧୦ ମିଲିଗ୍ରାମରୁ କମ୍ ରହିଥାଏ, ଯାହା ମାଛମାନଙ୍କ ପାଇଁ କ୍ଷତିକାରକ ନୁହେଁ ।

କ୍ଷାରତ୍ଵ ସମୂହ (Total alkalinity)

ଜଳରେ ସାଧାରଣତଃ କାର୍ବୋନେଟ୍, ବାଇକାର୍ବୋନେଟ୍ ଓ ହାଇଡ୍ରସାଇଡ଼ର ପରିସ୍ଥିତି ଯୋଗୁଁ ଜଳର କ୍ଷାରତ୍ଵ ସୃଷ୍ଟି ହୋଇଥାଏ ଏବଂ ସେମାନଙ୍କ ସମଷ୍ଟିର ପରିମାଣକୁ ଲିଟର ପ୍ରତି କ୍ୟାଲସିୟମ୍ କାର୍ବୋନେଟ୍ ଓ ବାଇକାର୍ବୋନେଟ୍ କ୍ଷାରତ୍ଵ ସାଧାରଣତଃ ଅଧିକାଂଶ ଜଳରେ ଦେଖାଯାଇଥାଏ କିନ୍ତୁ ହାଇଡ୍ରସାଇଡ଼ କ୍ଷାରତ୍ଵ ଜଳ କ୍ଵଚିତ୍ ଦେଖାଯାଇଥାଏ । କାର୍ବୋନେଟ, ବାଇକାର୍ବୋନେଟ୍ ଓ ଦ୍ରବୀଭୂତ । ଅଙ୍ଗାରକାମ୍ଳ ଦ୍ଵାରା ଜଳରେ ଏମାନଙ୍କ ମଧ୍ୟରେ ରାସାୟନିକ ଭାରସାମ୍ୟ ରହିବା ଯୋଗୁଁ କୌଣସି ଗୋଟିକର ପରିମାଣରେ ଅତ୍ୟଧିକ ପରିବର୍ତ୍ତନ ବାଧାପ୍ରାପ୍ତ । ହୋଇଥାଏ । ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଓ ଶ୍ଵାସକ୍ରିୟା ଦ୍ଵାରା ଅଙ୍ଗାରକାମ୍ଳର ପରିମାଣରେ ପରିବର୍ତ୍ତନ ହେଲେ କାର୍ବୋନେଟ୍ ଓ ବାଇକାର୍ବୋନେଟ୍ ମାତ୍ରାର ପରିବର୍ତ୍ତନ ହୋଇ ରାସାୟନିକ ଭାରସାମ୍ୟ ରହିଥାଏ । ପ୍ରାତଃକାଳରେ ଜଳରେ କେବଳ କାର୍ବୋନେଟ୍ ଓ ଅପରାହ୍ନରେ ଉଭୟ କାର୍ବୋନେଟ୍ ଓ ବାଇକାର୍ବୋନେଟ୍ କ୍ଷାରତ୍  ଦେଖାଯାଏ । ଅଧିକ କ୍ଷାରଯୁକ୍ତ ଜଳ (ପି.ଏଚ୍.-୯.୬ ରୁ ଅଧିକ)ରେ ହାଇଡ୍ରସାଇଡ୍ ଜନିତ କ୍ଷାରତ୍ଵ ପରିଲକ୍ଷିତ ହୋଇଥାଏ । ପୋଖରୀ ଜଳରେ ସାଧାରଣତଃ କ୍ଷାରତ୍ଵ ସମୂହର ପରିମାଣ ଲିଟର ପ୍ରତି ୨୦ ରୁ ୨୦୦ ମିଲିଗ୍ରାମ୍ ମଧ୍ୟରେ ସୀମିତ ଥାଏ ଏବଂ ନୂତନ ଖୋଦିତ ପୋଖରୀ ଜଳରେ ଏହାର ପରିମାଣ ସାଧାରଣତଃ କମ୍ ହୋଇଥାଏ । ଲିଟର ପ୍ରତି ୨୦ ମିଲିଗ୍ରାମରୁ କମ୍ କ୍ଷାରତ୍ ଜଳ ମତ୍ସ୍ୟଚାଷ ନିମନ୍ତେ ଅନୁପଯୁକ୍ତ ଏବଂ ଏହାର ପରିମାଣ ଲିଟର ପ୍ରତି ୫୦ ମିଲିଗ୍ରାମରୁ ଊର୍ଦ୍ଧ୍ଵ ହେବା  ଉଚିତ୍ । ନର୍ସରୀ ପୋଖରୀରେ ଏହାର ପରିମାଣ ଲିଟର ପ୍ରତି ୮୦ ରୁ ୧୦୦ ମିଲିଗ୍ରାମ୍ ମଧ୍ୟରେ ରହିବା ଉଚିତ୍ ।

ଦ୍ରବୀଭୂତ ଖାଦ୍ୟସାର (Dissolved nutrients)

ଜଳରେ ଦ୍ରବୀଭୂତ ଅବସ୍ଥାରେ ଥିବା ବିଭିନ୍ନ ଅଜୈବ ପଦାର୍ଥ ମଧ୍ୟରେ ଯବକ୍ଷାରଜାନ ଓ ଫସଫରସ ମୁଖ୍ୟ ଅଟେ । ଏହି ଉପାଦାନ ଗୁଡ଼ିକର ପ୍ରୟୋଜନ ମତ୍ସ୍ୟ ଉତ୍ପାଦନ ନିମିତ୍ତ ଜଳରେ ଥିବା ଅନ୍ୟାନ୍ୟ ଅଜୈବ ଉପାଦାନ ଯଥା – କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍ ଇତ୍ୟାଦି ଅପେକ୍ଷା ଅଧିକ ଏବଂ ଏମାନଙ୍କ ମଧ୍ୟରୁ ଯେ କୌଣସି ଉପାଦାନର ଅଭାବ ହେଲେ ମତ୍ସ୍ୟ ଉତ୍ପାଦନ ବହୁ ପରିମାଣରେ ହ୍ରାସ ହୋଇଥାଏ । ତେଣୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଯବକ୍ଷାରଜାନ ଓ ଫସଫରସ ସୀମିତ କାରକ ରୂପେ ବିବେଚିତ ହୋଇଥାଏ ।

ଯବକ୍ଷାରଜାନ

ଉଭୟ ଜୈବିକ ଓ ଅଜୈବିକ ଯବକ୍ଷାରଜାନ ଯୌଗିକ ପଦାର୍ଥ ଜଳରେ ଦ୍ରବୀଭୂତ ଅବସ୍ଥାରେ ରହିଥାଏ ଏବଂ ଜଳଜ ପ୍ରାଣୀ ଓ ଉଦ୍ଭିଦମାନେ ସେମାନଙ୍କର ଜୀବନ ଚକ୍ର ନିମିତ୍ତ ଆବଶ୍ୟକୀୟ ଯବକ୍ଷାରଜାନ ଅଜୈବ ଯବକ୍ଷାରଜାନ ରୂପେ ଗ୍ରହଣ କରିଥାନ୍ତି । ଜଳଜ ଉଦ୍ଭିଦମାନେ ସାଧାରଣତଃ ଅଜୈବ ଯବକ୍ଷାରଜାନ ବ୍ୟବହାର କରି ଥାଆନ୍ତି କିନ୍ତୁ ପ୍ରାଣୀମାନେ ପ୍ରାକୃତିକ ବା କୃତ୍ରିମ ଜୈବିକ ଯବକ୍ଷାରଜାନ ଗ୍ରହଣ କରିଥାଆନ୍ତି । ପୋଖରୀ ଜଳରେ ଅଜୈବ ଯବକ୍ଷାରଜାନ (ଏମୋନିୟମ୍ ଓ ନାଇଟ୍ରେଟ୍)ର ପରିମାଣରେ ଅନେକ ତାରତମ୍ୟ ଦେଖାଯାଇଥାଏ ଏବଂ ସାଧାରଣତଃ ଏହାର ପରିମାଣ ଲିଟର ପ୍ରତି ୧.୦ ମିଲିଗ୍ରାମରୁ କମ୍ ରହିଥାଏ । ନୂତନ ଖୋଦିତ ପୋଖରୀରେ ଏହାର ପରିମାଣ ଲିଟର ପ୍ରତି ୦.୧ ମିଲିଗ୍ରାମରୁ ମଧ୍ୟ କମ୍ ହୋଇଥାଏ । ଭଲ ଉତ୍ପାଦନ ପାଇଁ ପୋଖରୀ ଜଳରେ ଯବକ୍ଷାରଜାନର ପରିମାଣ ଲିଟର ପ୍ରତି ୦.୧ ମିଲିଗ୍ରାମରୁ ୦.୨ ମିଲିଗ୍ରାମ୍ ମଧ୍ୟରେ ରହିବା ଆବଶ୍ୟକ ।

ଯଦିଓ ଜୀବଜଗତର ଉତ୍ପାଦନ ପାଇଁ ଯବକ୍ଷାରଜାନ ଅପରିହାର୍ଯ୍ୟ ତଥାପି ଅଧିକ ପରିମାଣର ଅନଆୟୋନାଇଜଡ୍ ଏମୋନିଆ ଓ ଦ୍ରବୀଭୂତ ନାଇଟ୍ରାଇଟ୍ ମାଛମାନଙ୍କ ପାଇଁ କ୍ଷତିକାରକ । ଦୂଷିତ ଜଳ ଛଡ଼ା ମଧୁର ଜଳରେ ନାଇଟ୍ରାଇଟର ପରିମାଣ ସାଧାରଣତଃ ନଗଣ୍ୟ ଥାଏ ଏବଂ ସାଧାରଣ ଅବସ୍ଥାରେ ଅନଆଇଓନାଇଜ୍ଡ଼ ଏମୋନିଆର ପରିମାଣ କ୍ଷତିକାରକ ମାତ୍ରାରୁ ମଧ୍ୟ କମ୍ ରହିଥାଏ । କିନ୍ତୁ ଅଧିକ କ୍ଷାରଯୁକ୍ତ ଜଳ (pH - ୯.୦ ରୁ ଊର୍ଦ୍ଧ୍ଵ) ଏବଂ ୨୪ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାରୁ ଊର୍ଦ୍ଧ୍ଵ ଜଳରେ ଦ୍ରବୀଭୂତ ମୋଟ ଯବକ୍ଷାରଜାନର ପରିମାଣ ଲିଟର ପ୍ରତି ୩.୦ ମିଲିଗ୍ରାମ୍ବରୁ ଅଧିକ ହେଲେ ମାଛମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଫସଫରସ

ମୃତ୍ତିକାରେ ଫସଫରସର ପରିମାଣ କମ୍ ଥିବା ହେତୁ ପୋଖରୀ ଜଳରେ ଏହାର ପରିମାଣ ଅତ୍ୟନ୍ତ କମ୍ ଥାଏ ଏବଂ ଅଧିକାଂଶ ପୋଖରୀ ଜଳରେ ଏହା ମତ୍ସ୍ୟ ଉତ୍ପାଦନ ପାଇଁ ସୀମିତ କାରକ ରୂପେ କାର୍ଯ୍ୟ କରିଥାଏ । ଉଭୟ ଜୈବ ଓ ଅଜୈବ ଫସଫରସର । ଯୌଗିକ ବସ୍ତୁଗୁଡ଼ିକ ଜଳରେ ଦ୍ରବୀଭୂତ ଅବସ୍ଥାରେ ରହିଥାଏ କିନ୍ତୁ ଦ୍ରବୀଭୂତ ଅବସ୍ଥାରେ ଥିବା ଅରଥୋଫସଫେଟ ସହଜରେ ଉଦ୍ଭିଦମାନଙ୍କ ଦ୍ଵାରା ବ୍ୟବହୃତ ହୋଇଥାଏ । ଦ୍ରବୀଭୂତ ଫସଫରସର ପରିମାଣ ସାଧାରଣତଃ ପୋଖରୀ ଜଳରେ ନଗଣ୍ୟରୁ ଲିଟର ପ୍ରତି ୦.୨ ମିଲିଗ୍ରାମ୍ ପର୍ଯ୍ୟନ୍ତ ଦେଖାଯାଇଥାଏ କିନ୍ତୁ ଅନୁକୂଳ ମତ୍ସ୍ୟ ଉତ୍ପାଦନ ପାଇଁ ପୋଖରୀ ଜଳରେ ଏହାର ପରିମାଣ ଲିଟର ପ୍ରତି ୦.୦୫ ରୁ ୦.୧୦ ମିଲିଗ୍ରାମ୍ ରହିବା ଉଚିତ୍ ।

ପରିବେଶ ଅବସ୍ଥାର ଅତ୍ୟଧିକ ତାରତମ୍ୟ ହେତୁ ମତ୍ସ୍ୟ ଉତ୍ପାଦନ ନିମିତ୍ତ ଆଦର୍ଶ ମୃତ୍ତିକା ଓ ଗୁଣାତ୍ମକ ଜଳଥିବା ପୋଖରୀ ସାଧାରଣତଃ କ୍ଵଚିତ ଦେଖାଯାଇଥାଏ । ତଥାପି ମତ୍ସ୍ୟ ଉତ୍ପାଦନକୁ ପ୍ରଭାବିତ କରୁଥିବା ପରିବେଶର ମୃତ୍ତିକା ଓ ଜଳର କାରକଗୁଡ଼ିକୁ ନିୟମିତ ପର୍ଯ୍ୟବେକ୍ଷଣ କରି ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଦ୍ଵାରା ଆଶାନୁରୂପ ମତ୍ସ୍ୟ ଉତ୍ପାଦନ କରାଯାଇପାରିବ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ  :

  • ଡି.କେ. ଚାଟାର୍ଚ୍ଚା ଓ ପି.କେ. ଶାହା,କେନ୍ଦ୍ରୀୟ ମଧୁର ଜଳଜ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର

ସଂଶୋଧିତ ବିଷୟବସ୍ତୁ :

  • ଡଃ ଅମ୍ବିକା ପ୍ରସାଦ ନାୟକ ବିଷୟବସ୍ତୁ ବିଶେଷଜ୍ଞ (ମତ୍ସ୍ୟ ବିଜ୍ଞାନ), କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ
2.95454545455
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top