অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁର ଜଳ ଚିଙ୍ଗୁଡି

ମଧୁର ଜଳ ଚିଙ୍ଗୁଡିକୁ ସାଧାରଣତଃ ଗଜା ଚିଙ୍ଗୁଡି, ତାଟରା ବା ସ୍କାମ୍ପି ନାମରେ ପରିଚିତ । ଏହି ଚିଙ୍ଗୁଡିର ଅଧିକ ବୃଦ୍ଧି ହାର ଏବଂ ସ୍ଵାଦ ଯୋଗୁ ଦେଶ ବିଦେଶରେ ଚାହିଦା ମଧ୍ୟ ଅଧିକ । ଏହାକୁ କାର୍ପ ମାଛ ସହିତ ମିଶ୍ରିତ ଭାବେ କିମ୍ବା କମ୍ ଗଭୀର ପୋଖରୀ ରେ ଏକକ ଭାବେ ଚାଷ କରାଯାଇପାରିବ ।

ମଧୁର ଜଳ ଚିଙ୍ଗୁଡି ସାଧାରଣତଃ ନଦୀ, ନାଳ ମୁହାଓ ଓ ତଟବର୍ତ୍ତି ଆବଦ୍ଧ ଜଳ ଭାଗରେ ବାସ କରନ୍ତି । ମଧୁର ଜଳ ବ୍ୟତୀତ ଆକ୍ର ଲବଣାକ୍ତ ଜଳରେ ମଧ୍ୟ। ଏହା ଚାଷ କରାଯାଇପାରିବ ।

ଚାଷ ଉପଯୋଗୀ ମଧୁର ଚିଙ୍ଗୁଡି

ଆମର ଦୁଇଟି ମଧୁର ଜଳ ଚିଙ୍ଗୁଡି ଚାଷ କରାଯାଏ । ମାକ୍ରୋବାକିୟମ ରୋଜେନ ବର୍ଗ ତାଟରା ବା ଗଜା ଚିଙ୍ଗୁଡି, ମାକ୍ରୋବାଜିୟମ୍ ମାଲକମ୍ ସୋନୀ– ଧଳା, ନଈ ବା ଜଟା ଚିଙ୍ଗୁଡି । ଆମ ରାଜ୍ୟର ନଦୀମାନଙ୍କରେ ଗଜା ଚିଙ୍ଗୁଡି ବିଶେଷ ଭାବେ ମିଳିଥାଏ । ଏହା ବ୍ୟତୀତ ହ୍ୟାଚେରୀମାନଙ୍କରୁ ମଧ୍ୟ ଏହାର ଯାଆଁଳ ମିଳିଥାଏ।

ବିଭିନ୍ନ ପ୍ରଣାଳୀରେ ଚାଷ

ମିଶ୍ରିତ ଚାଷ

ଏହା ରୋହୀ, ମିରିକାଳି ଓ ବିଲାତି ରୋହି ସହିତ ଚାଷ କରାଯାଇଥାଏ । ଓଡିଶାର ଚାଷୀମାନେ ଏହି ମିଶ୍ରିତ ଚାଷ କରିଥାନ୍ତି । ଏହା ଦ୍ଵାରା ଚାଷୀ ମାଛରୁ ଯାହା ଲାଭ ପାଇଥାଏ। ତା' ସହିତ ଚିଙ୍ଗୁଡିର ଅତିରିକ୍ତ ରୋଜଗାର ଭାବରେ ଲାଭ ପାଇଥାଏ । ଏଥିରେ ଆମେ ଏକରକୁ ପ୍ରାୟ ୫୦୦୦ ଚିଙ୍ଗୁଡି ଯାଆଁଳ ସହିତ ୨୦୦୦ ମାଛ ଯାଆଁଳ ଛାଡିପାରିବା।

ଏକକ ଚାଷ

ଏହି ପଦ୍ଧତିରେ କେବଳ ଚିଙ୍ଗୁଡି ଚାଷ କରାଯାଏ । ଏଥିରେ ଚାଷୀ ଲାଭ ପାଇଥାଏ । ଏକର ପିଛା ବିଶୁଦ୍ଧ ଯାଆଁଳ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଛଡାଯାଇ ପାରିବ ।

ଯାଆଁଳ

୧.୫-୨.୦୦ ଇଞ୍ଚ ଲମ୍ବା ଓ ହାରାହାରି ୩.୫୦ ଗ୍ରାମ୍ ଓଜନ ବିଶିଷ୍ଟ ହେବା ଉଚିତ୍ । ସମସ୍ତ ଯାଆଁଳ ଏକା ଆକାରର ହୋଇଥିବା ଆବଶ୍ୟକ । ଭିନ୍ନ ଆକାରର ଯାଆଁଳ ହେଲେ ସେମାନେ ପରସ୍ପରକୁ ଖାଇଯିବାର ସମ୍ଭାବନା ଥାଏ । ତେଣୁ ସମାନ ଆକାରରେ ଯାଆଁଳ ଛାଡିବା ଏବଂ ଆବଶ୍ୟକ ପରିମାଣରେ ଖାଦ୍ୟ ଦେବା ଜରୁରି ।

ଏହା ଦ୍ଵାରା ଯାଆଁଳ ବଞ୍ଚିବାର ହାର ବୃଦ୍ଧି ପାଏ ଏବଂ ଉଚିତ ଲାଭ ମଧ୍ୟ ମିଳିଥାଏ । ପରେ ଯାଆଁଳ ଚିହ୍ନି ମାଈ ଓ ଅଣ୍ଡିରା ଯାଆଁଳ ଅଲଗା କରିବାକୁ ପଡିଥାଏ । ଯାଆଁଳର ପଞ୍ଚମ ୱାକିଙ୍ଗ ଲେଗ୍ ୨ଟା ଯଦି ଲାଗି କରିଥାଏ ତାହା ଅଣ୍ଡିରା ଓ ଛଡା ଛଡା ଅଲେ ତାହା ମାଈ ଯାଆଁଳ ହୋଇଥାଏ ।

ଏହି ପ୍ରକାରର ଚାଷରେ ନିଶ୍ଚିତ ଭାବେ ନର୍ସରୀ ପୋଖରୀ ଅବା ଆବଶ୍ୟକ ଏକ ଏକର ଚାଷ ପୋଖରୀ ପାଇଁ ୨୦ ଡିସିମିଲ ନର୍ସରୀ ପୋଖରୀ ଆବଶ୍ୟକ । ଏକ ୨୦ ଡିସିମିଲି। ନର୍ସରୀରେ ୨୫୦୦ ପୋଷ୍ଟ ଲାର୍ଭା ଗଚ୍ଛିତ କରି ଆମେ ପ୍ରାୟ ୧୫ରୁ ୨୦,୦୦୦ ପର୍ଯ୍ୟନ୍ତ ଯାଆଁଳ ପାଇପାରିବା ।

ପୋଖରୀ ପ୍ରସ୍ତୁତି

ଚାଷ ପୂର୍ବରୁ ପୋଖରୀକୁ ଶୁଖାଇ ମାଟିକୁ ଫାଟିବାକୁ ଦିଅନ୍ତୁ । ଅଦରକାରୀ ଘାସ ଓ ଦଳକୁ ସଫା କରନ୍ତୁ । ପୁରୁଣା ପୋଖରୀ ହୋଇଥୁଲେ ପୁରୁଣା କଳା ପଙ୍କ ୬ ଇଞ୍ଚ ପର୍ଯ୍ୟନ୍ତ କାଢି ଦିଅନ୍ତୁ । ପୋଖରୀରେ ପାଣି ୪ ଫୁଟ ପର୍ଯ୍ୟନ୍ତ ହେଲା ପରେ ଏକର ପିଛା ୫୦ କିଗ୍ରା ବିଚିଙ୍ଗ ପାଉଡର ପ୍ରୟୋଗ କରନ୍ତୁ । ଏହାର ୭ ଦିନ ପରେ ସଂନ୍ଧ୍ୟା ସମୟରେ ଡୋଲାମାଇଟ୍ ଏକର ପିଛା ୨୦ କିଗ୍ରା ପକାଯାଏ । ତା' ପରଦିନ ସକାଳୁ ୟୁରିଆ। ସାର ୫ କିଗ୍ରୀ ଏବଂ ସୁପର ସାର ୧୦ କିଗ୍ରା ପାଣିରେ ପ୍ରୟୋଗ କରନ୍ତୁ ।

ଖାଦ୍ୟ ପରିଚାଳନା

ବାଦାମପିଡିଆ ୨ କିଗ୍ରା, ସୋୟାବିନ୍ ଗୁଣ୍ଡ ୨କିଗ୍ରା, ମାଛ ବା ଚିଙ୍ଗୁଡି ଗୁଣ୍ଡା ୨ କିଗ୍ରା, କାଣ୍ଡିଆ କୁଣ୍ଡା ୪ କିଗ୍ରା, ଜଉ ବା ମାଛ ତେଲ ୧୦୦ ଗ୍ରାମ୍, ଭିଟାମିନ୍ ଓ ମିନେରାଲ, ୨୦ ଗ୍ରାମ୍ । ଏହି ଖାଦ୍ୟକୁ ଭଲ ଭାବରେ ମିଶାଇ ତାକୁ ୧ ଘଣ୍ଟା ରାନ୍ଧି ପୋଲେଟ୍ ବା ନାଡି ଖାଦ୍ୟ କରି କିମ୍ବା ଗୁଣ୍ଡ ଆକାରରେ ଦିଆଯାଇପାରିବ । ଚିଙ୍ଗୁଡି ରାତ୍ରିଚର ହୋଇଥିବାରୁ ଏହି ଖାଦ୍ୟକୁ ୨ ଭାଗରେ ବିଭିକ୍ତ କରି ସକାଳେ ୪୦ ପ୍ରତିଶତ ଓ ସନ୍ଧ୍ୟାରେ ୬୦ ପ୍ରତିଶତ ଦିଆଯିବା ଦରକାର । ଖାଦ୍ୟ ଦେବାର ୨ ଘଣ୍ଟା ପରେ ଚିଙ୍ଗୁଡି ଏହି ଖାଦ୍ୟକୁ ଖାଇଛି ନାହିଁ ଚାଷୀ ଏହାକୁ ଅନୁଧ୍ୟାନ କରିବା ଉଚିତ୍ । ଯଦି ଖାଦ୍ୟ ସରିଯାଇଛି ତା' ପରଦିନ ଖାଦ୍ୟାର ମାତ୍ରା ଅଧିକ ବଢାଇବା ଦରକାର ଅଥବା ଯଦି ଖାଦ୍ୟ ବଳିଯାଉଥିବ, ଖାଦ୍ୟର ପରିମାଣ କମାଇବା ଉଚିତ୍ ।

ମାସିକ ଖାଦ୍ୟସାର ପରିଚାଳନା

ପ୍ରତ୍ୟେକ ୧୫ ଦିନ ଅନ୍ତରରେ ଏକର ପିଛା ହୋଲାମାଇଟ୍ ୨୦ କେଜି ଏବଂ  ଏହାର ୧୨ଘଣ୍ଟା ପରେ ୟୁରିଆ, ୪ କିଲୋ ଓ ସୁପର ୮ କେଜି ପୋଖରୀରେ ପ୍ରୟୋଗ କରିବାକୁ ହୋଇଥାଏ । ଏହା ଛଡା ପୋଖରୀ ଜଳ ଯଦି ଦୁର୍ଗନ୍ଧଯୁକ୍ତ ହୁଏ ତାହେଲେ ଜିଓଲାଇଟ୍ ଏକର ପିଛା ୪୦-୮୦ କେଜି ପ୍ରୟୋଗ କରିବାକୁ ପଡିଥାଏ । ଚିଙ୍ଗୁଡି ଚାଷ ପାଇଁ ପୁରୁଣା ପାଣି ବାହାର କରି ଭଲ ପାଣି ଭର୍ତ୍ତି କରିବା ଜରୁରି । ଏକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରାୟ ୨୦ରୁ ୩୦ ଭାଗ ପାଣି ପରିବର୍ଜନ ପ୍ରତି ୧୫ ଦିନ ଅନ୍ତରରେ ଆବଶ୍ୟକ । ଏହା ଦ୍ଵାରା ପୋଖରୀ ତଳ ଭାଗ ପରିଷ୍କାର ରହିଥାଏ । ଯାଆଁଳ ଛାଡିବାର ୨୦୦ ଦିନ ପରେ ଏମାନେ ଅମଳ ଉପଯୋଗୀ ହୋଇଥାନ୍ତି ।

ସଂଗୃହିତ - ସତୀଶ ରଞ୍ଜନ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ (ଅବସରପ୍ରାପ୍ତ)

Last Modified : 1/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate