ହୋମ / କୃଷି / ମତ୍ସ୍ୟପାଳନ / ମଧୁର ଜଳ ମାଛ ଚାଷର ବିବିଧତା
ସେଆର କରନ୍ତୁ

ମଧୁର ଜଳ ମାଛ ଚାଷର ବିବିଧତା

ଆମ ରାଜ୍ୟ ମାଛ ଚାଷ ଅଧିକ ଉତ୍ପାଦନ କରିବା ପାଇଁ ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାମାନ କରିଅଛନ୍ତି । ସେଥି ମଧ୍ୟରୁ ବିବିଧ ମାଛ ଚାଷ ଅନ୍ୟତମ ଅଟେ ।

ବିବିଧ ମାଛ ଚାଷ

ଆମ ରାଜ୍ୟ ମାଛ ଚାଷରୁ ଅଧିକ ଉତ୍ପାଦନ କରିବା ପାଇଁ ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାମାନ କରିଅଛନ୍ତି । ସେଥି ମଧ୍ୟରୁ ବିବିଧ ମାଛ ଚାଷ ( Diversification) ଅନ୍ୟତମ ଅଟେ ।

ଅର୍ଥାତ କେବଳ ରୋହି, ଭାକୁର, ମିରିକାଳି ସିଲଭର, ଚିଙ୍ଗୁଡି । ସାଧାରଣ ମାଛ, ଚିଙ୍ଗୁଡି ସହିତ ବିବିଧ ମାଛ ଚାଷ କଲେ  ପୋଖରୀକୁ ଯଥା – ସଦୁପଯୋଗ କରାଯାଇ ପାରିବ । ଏହି ପରିପ୍ରେଖିରେ ଛୋଟ ଓ ମଧ୍ୟମ ଧରଣର କାର୍ପ ମାଛ ଚାଷ ପାଇଁ ଆମ ରାଜ୍ୟରେ କୌଶଲ୍ୟାଗଙ୍ଗ ଠାରେ ଅବସ୍ଥିତ CIFA ( Central Institute of Freshwater Aquaculture ) ଠାରେ  ଏହି ଧରଣର ମାଛମାନଙ୍କ କୃତ୍ରିମ ପ୍ରଜନନ କରଯାଇ ଏହାକୁ ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଉଦ୍ୟମ ହୋଇଛି  ଏହି ପ୍ରଚେଷ୍ଟାରେ ସହଯୋଗ କରି ବର୍ତ୍ତମାନ ଓଡ଼ିଶା ସରକାର ମଧ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯାହାଦ୍ୱାରା ଆମକୁ କୌଶଲ୍ୟାଗଙ୍ଗ  ଠାରେ ଥିବା ଫାର୍ମରେ ଏହି ମାଛମାନଙ୍କର ପ୍ରଜନନ କାର୍ଯ୍ୟ ହାତକୁ ନିଆ ହୋଇଅଛି ।

କେଉଁ ପ୍ରଜାତିର ମାଛର ଚାଷ  ଓ କାହିଁକି କରିବା ଉଚିତ୍ ?

ସାଧାରଣତଃ ଆମ ରାଜ୍ୟରେ ଚାଷୀ ୧ହେକ୍ଟର ଆୟତନ ବିଶିଷ୍ଟ ଏକ ପୋଖରୀରେ ୫୦୦୦ ଅଙ୍ଗୁଳିକା ଗଚ୍ଛିତ କରିଥାଏ । ପ୍ରାୟ ୯ -୧୦ ମାସ ଚାଷ ଅବଧ ପରେ  ସେହି ପୋଖରୀକୁ ୩୦୦୦ କି.ଗ୍ରା. ମାଛ ପାଇଥାଏ । ଅର୍ଥାତ୍ ସେହି ପୋଖରୀର ମାଛ ଧରଣ ଶକ୍ତି ନିଶ୍ଚିତ ଭାବରେ ୨୫୦୦ – ୩୦୦୦ କି.ଗ୍ରା. ଅଟେ । ଯାହାକୁ ଆମେ ଚାଷର ପ୍ରଥମ ମାସ ପର୍ଯ୍ୟନ୍ତ ବ୍ୟବହାର ବା ସଦୁପଯୋଗ କରିପାରିନଥାଉ ।

ତେଣୁ ସେହି ଅନୁପାତର ମାଛ ଧାରଣ ଶକ୍ତିକୁ ଆଖି ଆଗରେରଖି ଯଦି ଚାଷୀ କିଛି ସଂଖ୍ୟକ ରୋହି ଭାକୁର ଓ ମିର ମାଛ କମାଇ ତାର ଠିକ ଦୁଇଗୁଣ ପରିମାଣର ଏହି ପ୍ରଜାତିର ମାଛ    (ଯାହାର ପ୍ରାଥମିକ ଶରୀର ବୃଦ୍ଧିହାର ଖୁବ୍ ଅଧିକ ) ଗଚ୍ଛିତ କରେ ତେବେ ଠିକ୍ ୫-୬ ମାସ ମଧ୍ୟରେ ସେ ଆବଶ୍ୟକ ମୁତାବକ ମାଛ ଉତ୍ପାଦନ କରିପାରିବ ଓ ପରିଶେଷରେ ଅଧିକ ଅମଳ ମଧ୍ୟ କରିପାରିବ। ସେହି ମଧ୍ୟମ ଓ ଛୋଟ କାର୍ପ ମାଛ ବିଷୟରେ  ସମ୍ୟକ ଧାରଣ ନିମ୍ନରେ ପ୍ରଦତ୍ତ ହେଲା ।

ଖୁରସିଆ ( Labeo Fimbriatus)

  • ଏହା ଏକ ମଝି ଓ  ତଳସ୍ତରର ମାଛ ହୋଇଥିବାରୁ ରୋହି ଠାରୁ ଅଧିକ ଚାଷ ଉପଯୋଗୀ ଅଟେ ।
  • ଏହା ସାଧାରଣତଃ ଦକ୍ଷିଣ ଭାରତରେ ଦେଖାଯାଏ ।
  • ଏହାର ପ୍ରଜନନ ପ୍ରଣାଳୀ ରୋହି ମାଛ ସଦୃଶ ।
  • ପ୍ରଥମ ୬-୭ ମାସର ୫୦୦ ଗ୍ରାମ ଓ ପ୍ରଥମ ବର୍ଷ ୬୦୦ -୭୦୦ ଗ୍ରାମ ପର୍ଯ୍ୟନ୍ତ ବଢିଥାଏ ।
  • ଏହା ରୋହି ମାଛ ପରି ସୁସ୍ଵାଦୁ ହୋଇଥିବାରୁ ଏହାର ଚାହିଦା ଅନେକ ବେଶୀ । ୩୩ – ୭୪ ସେ.ମି ଲମ୍ବା ବିଶିଷ୍ଟ ଖୁରସିଆ ମାଛ ୬୪,୦୦୦ – ୫,୦୦୦୦ ଅଣ୍ଡା ଦେଇଥାଏ ।

କୁରିଆ ରୋହି (Labeo gonius)

  • ଏହା ଏକ ତଳସ୍ତରର ମାଛ ହୋଇଥିବାରୁ ରୋହିଠାରୁ ଅଧିକ ଚାଷ ଉପଯୋଗୀ ଅଟେ । ଏହା ସାଧରଣତଃ ଦକ୍ଷିଣ ଭାରତରେ ଦେଖାଯାଏ ।
  • ପ୍ରଥମ ବର୍ଷ ୬୦୦ -୭୦୦ ଗ୍ରାମ ଓ ପ୍ରଥମ ୬-୭ ମାସରେ ୫୦୦ ଗ୍ରାମ ପର୍ଯ୍ୟନ୍ତ ବଢିଥାଏ ।
  • ଏହି ମାଛ କିଲୋ ପ୍ରତି ୨,୫,୦୦୦ – ୩, ୦୦,୦୦୦ ଅଣ୍ଡା ଧାରଣ କରିଥାଆନ୍ତି ।

ଜାଭା ପୁଣ୍ଟି  ( Puntius gonionotus)

  • ଏହା ଏକ ଉପରସ୍ତରର ମାଛ, ଏହା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ମିଳିଥାଏ ।
  • ଏହା ଏକ ସ୍ଵପ୍ରଜନନ କ୍ଷମ ମାଛ ଅଟେ ।
  • ଏହାକୁ ଆମେ କାର୍ପ ମାଛ ସହିତ ଚାଷ କରିପାରିବା ।
  • ପ୍ରଥମ ୫-୬ ମାସର ଚାଷ ମଧ୍ୟରେ ଏହା  ୫୦୦ ରୁ ୬୦୦ ଗ୍ରାମ ପର୍ଯ୍ୟନ୍ତ ବଢିଥାନ୍ତି ।
  • ଏହା କାର୍ପ ମାଛର ଦୁଇଗୁଣ ପରିମାଣରେ ଗଚ୍ଛିତ କରାଯାଇ ଚାଷ କରାଯାଏ ।
  • ଏହି ମାଛ ଉତ୍ପାଦନ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଉତ୍ପାଦନ ଖର୍ଚ୍ଚ କମ୍ ଅଟେ ।
  • ଏହି ମାଛ ଅଣ୍ଡାଧାରଣ କ୍ଷମତା ୩୦,୦୦୦ ଠାରୁ ୨୫୦,୦୦୦ ଅଟେ ।

ଛେନକା କେରାଣ୍ଡି ( Puntius Sarana )

  • ଏହା ତଳସ୍ତରର ମାଛ ଅଟେ ।
  • ଏହା ସର୍ବାଧିକ ୪୦୦ଗ୍ରାମ ପର୍ଯ୍ୟନ୍ତ ବଢିଥାଏ ।
  • ପ୍ରଥମ ୪ – ୫ ମାସରେ ଏହା ୩୦୦ ଗ୍ରାମ ପର୍ଯ୍ୟନ୍ତ ବଢିଥାଏ ।
  • ଏହା ତଳସ୍ତରର ମାଛ ହୋଇଥିବା ହେତୁ କିଛି ପାଣି ପୋଖରୀରୁ ନିଷ୍କାସନ କରି ଅମଳ କରିବା ସହଜ ହୋଇଥାଏ ।
  • ଏହି ମାଛ ଋତୁକାଳୀନ ପୋଖରୀରେ ଖୁବ୍ ଲାଭଜନକ ହୋଇଥାଏ ।

ଭିନ୍ନ ପ୍ରଜାତିର ଛୋଟ ଓ ମଧ୍ୟକ କାର୍ପ

  • ଭିନ୍ନ ପ୍ରଜାତିର ଛୋଟ ଓ ମଧ୍ୟକ କାର୍ପ ଜାତୀୟ ମାଛକୁ ୫ -୬ ମାସର ଅମଳ କରିବା ଉଚିତ୍ କାରଣ ପ୍ରଥମ ୫ -୬ ମାସ ପରେ ଏହାର ବୃଦ୍ଧି ହାର ଶିଥିଳ ହୋଇଥାଏ ।
  • ଏହି ମାଛକୁ ଅମଳ କରିବା ପରେ କାର୍ପ ମାଛ ଅପେକ୍ଷାକୃତ ଅଧିକ ଭଲ ଭାବରେ ବଢିପାରିଥାନ୍ତି ଓ ଯାହା ଦ୍ଵାରା ମାଛର ହାରାହାରି ଶରୀର ଓଜନ ମଧ୍ୟ ଅଧିକ ହୋଇଥାଏ ।
  • ଏହି ପ୍ରଜାତି ମାଛ ଅନ୍ତଃଚାଷ କରିବା ଦ୍ଵାରା ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଖରୀର ସର୍ବାଧିକ ମାଛ ଧାରଣ ଶକ୍ତି ସଦୁପଯୋଗ ହୋଇପାରିଥାଏ ।

ଆଧାର – ଜିଲ୍ଲା ମତ୍ସ୍ୟ ଅଧିକାରୀ, ମତ୍ସ୍ୟ ଚାଷୀ ଉନ୍ନୟନ ସଂସ୍ଥା, ଫୋନ୍ ନଂ – ୦୬୭୬୬ – ୨୫୫୫୫୩, କେନ୍ଦୁଝର

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top