ହୋମ / କୃଷି / ମତ୍ସ୍ୟପାଳନ / ମଧୁର ଜଳୀୟ ମାଛର ରୋଗ
ସେଆର କରନ୍ତୁ

ମଧୁର ଜଳୀୟ ମାଛର ରୋଗ

ମଧୁର ଜଳୀୟ ମାଛର ରୋଗ ର ସୂଚନା

ଅନ୍ୟାନ୍ୟ ଜଳଜୀବ ପରି ମାଛରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସ୍ଥଳ ବିଶେଷରେ ଓ ସମୟ ସମୟରେ ଏହା ଖୁବ୍ ଗୁରୁତର ହୋଇ ମାଛଚାଷର । ବିଶେଷ କ୍ଷତି ଘଟାଇଥାଏ । ମାଛ ଚାଷକୁ ଲାଭଜନକ କରିବାକୁ ହେଲେ ମାଛର ରୋଗ ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ । ମାଛକୁ କେଉଁ  ପରିସ୍ଥିତିରେ ରୋଗ ହୋଇଥାଏ, କାହାଦ୍ଵାରା ହୋଇଥାଏ, କେଉଁ ପ୍ରକାର ହୋଇଥାଏ, ଏହାର ଲକ୍ଷଣ କ’ଣ ତାହାର ପ୍ରତିକାର କିପରି ହେବ ଇତ୍ୟାଦି ବିଷୟରେ କିଛି ଆଲୋକପାତ କଲେ ମାଛ ଚାଷୀମାନେ ଉପକୃତ ହେବେ ।

ମାଛକୁ କେଉଁ ପରିସ୍ଥିତିରେ ରୋଗ ହୋଇଥାଏ -

ମାଛରେ ଯେଉଁସବୁ କାରଣରୁ ରୋଗ ହୋଇଥାଏ, ମୁଖ୍ୟତଃ ସେଗୁଡ଼ିକ ହେଲା –

  1. ପୂର୍ବରୁ ରୋଗାକ୍ରାନ୍ତ ହୋଇଥିବା ଯାଆଁଳ ପୋଖରୀରେ ଛାଡ଼ିଲେ ।
  2. ମାଛଚାଷରେ ବ୍ୟବହୃତ ଉପକରଣ ଯଥା ଜାଲ, ବାଲଟି ଇତ୍ୟାଦିକୁ ପୂର୍ବରୁ । କୌଣସି ରୋଗାକ୍ରାନ୍ତ ମାଛ ପୋଖରୀରେ ବ୍ୟବହାର କରି ପୁଣି ମାଛ ପୋଖରୀରେ ବ୍ୟବହାର କଲେ।
  3. ପୋଖରୀର ଜଳର ପରିମାଣ ଓ ଗୁଣକୁ ବିଚାର ନ କରି ଅଧିକ ସଂଖ୍ୟାରେ ଯାଆଁଳ ଛାଡ଼ିଥିଲେ ।
  4. ମାଛମାନେ ଉଚିତ୍ ପରିମାଣରେ ଓ ଉତ୍ତମମାନର ପ୍ରାକୃତିକ ଖାଦ୍ୟ ଖାଇବାକୁ  ପାଇ ନପାରିଲେ କିମ୍ବା ମାଛକୁ ଉଚିତ୍ର ପରିମାଣର କୃତ୍ରିମ ସୁଷମ ଖାଦ୍ୟ ଯୋଗାଇ ଦିଆ ନଗଲେ ।
  5. ମାଛ ପୋଖରୀରେ ଦୁର୍ଗନ୍ଧ, ନାଳୀ, ନର୍ଦ୍ଦମା ପାଣି ପଶୁଥିଲେ ।
  6. ମାଛ ପୋଖରୀରେ ଆବଶ୍ୟକ ପରିମାଣରୁ ଅଧିକ ଜୈବ ଅଥବା ରାସାୟନିକ ସାର ପ୍ରୟୋଗ କରୁଥିଲେ ।
  7. ମାଛ ପୋଖରୀ ଜଳରେ ଉତ୍ତାପ, ଅମ୍ଳଜାନ, ଅଙ୍ଗାରକାମ୍ଳଜାନ, ଅମ୍ମତ୍ଵ, କ୍ଷାରତ୍ୱ  ଓ ଜଳସ୍ତରରେ ଅସ୍ଵାଭାବିକ ପରିବର୍ତ୍ତନ ହେଲେ ।
  8. ମାଛ ଶରୀରରେ ଯେ ପର୍ଯ୍ୟନ୍ତ ପ୍ରତିରୋଧ ଶକ୍ତି ଯଥେଷ୍ଟ ଥାଏ, ସେ ପର୍ଯ୍ୟନ୍ତ ରୋଗ ଜାତ କରୁଥିବା ଜୀବାଣୁ ରୋଗ ସୃଷ୍ଟି କରି ପାରିବାରେ ଅସମର୍ଥ ହୋଇଥାନ୍ତି ।
  9. ମାତ୍ର ଯେଉଁ ମୂହୁର୍ତ୍ତରେ ଖାଦ୍ୟାଭାବ ବା ପ୍ରତିକୂଳ ପରିବେଶ ଯୋଗୁଁ ମାଛର ଶରୀର ଦୁର୍ବଳ ହୋଇପଡ଼େ ଓ ଏହି ପ୍ରତିରୋଧ ଶକ୍ତି କମିଆସେ ସେହି ମୂହୁର୍ତ୍ତରେ ଜୀବାଣୁମାନେ ମାଛ ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି ।

ପୋଖରୀରେ ମାଛରୋଗ ନେଇ କିପରି ସନ୍ଦେହ କରାଯାଏ -

କାର୍ପମାଛ ଗୁଡ଼ିକ ରୋଗାକ୍ରାନ୍ତ ହୋଇ ପଡ଼ିଲେ ଦୁର୍ବଳ ହୋଇପଡ଼ନ୍ତି । ଖାଦ୍ୟ ଖାଇବାରେ ଅନିଚ୍ଛା ପ୍ରକାଶ କରିଥାନ୍ତି । ବହୁଗୁଡ଼ିଏ ମାଛ ଯଦି ଏକ ସମୟରେ ରୋଗାକ୍ରାନ୍ତ ହୋଇପଡ଼ନ୍ତି, ତେବେ ଦିଆ ହେଉଥିବା କୃତ୍ରିମ ଖାଦ୍ୟ ବଳକା ହୋଇ ରହିଥାଏ । ତେଣୁ ଯଦି ଆଗରୁ ଏହି ଦିଆ ହୋଇଥିବା ଖାଦ୍ୟ ଶେଷ ହୋଇଯାଉଥିବା ଓ ପରେ ସେହି ଖାଦ୍ୟ ଅବ୍ୟବହୃତ ହୋଇ ରହୁଥିବ ତେବେ ମାଛମାନଙ୍କୁ ରୋଗ। ହେଉଥିବା ନେଇ ସନ୍ଦେହ କରାଯାଏ । ଏହି ବଳକା ଖାଦ୍ୟ ସମୟ ସମୟରେ ଅତ୍ୟଧୁକ ଉତ୍ତାପ ବା କମ୍ ଉତ୍ତାପ ନେଇ ମଧ୍ୟ ହୋଇଥାଏ । ଏଣୁ ଏହି ସନ୍ଦେହ ସମୟରେ ଏହାକୁ ମଧ୍ୟ ବିଚାରକୁ ନିଆଯାଏ । ଏହା ବ୍ୟତୀତ ମାଛର ଗାଲିସି । ଆକ୍ରାନ୍ତ ହୋଇଥିଲେ ମାଛ ଅଣ ନିଶ୍ଵାସୀ ହୋଇ ପାଣି ଉପର ସ୍ତରକୁ ଆସି ମୁହଁ ଓ । ଗାଲିସିକୁ ଓସାରିଆ କରି ନିଶ୍ଵାସ ପ୍ରଶ୍ବାସ କରୁଥାଏ । ଏଗୁଡ଼ିକ ସମୟ ସମୟରେ । ଗତିହୀନ ହୋଇ ରହିଥାନ୍ତି ଓ ଅନେକ ସମୟରେ ଦିଗଶୂନ୍ୟ ହୋଇ ପହଁରି ବୁଲୁଥାନ୍ତି ।

ଏମାନଙ୍କୁ ଗୋଡ଼ି ଫିଙ୍ଗିଲେ ବା ଶବ୍ଦ କଲେ ମଧ୍ୟ ଚଞ୍ଚଳ ହୋଇ ପାଣି ଭିତରକୁ ଚାଲିଯାନ୍ତି ନାହିଁ । ମାଛ ଦେହରେ ଉଙ୍କୁଣୀ, ପୋକ ଆଦି ଲାଗିଥିଲେ ସେମାନେ ଘସି ହେବାପାଇଁ ପୋଖରୀରେ ଯଦି ବାଉଁଶ, ଡାଙ୍ଗ ବା ସେପରି କୌଣସି ବସ୍ତୁ । ଥାଏ ତା ପାଖକୁ ଆସି ଘସି ହେଉଥାନ୍ତି । ପୋଖରୀରେ ମାଛମାନଙ୍କର ଶରୀରରେ କଳା କିମ୍ବା ଧୂସର ନୀଳରଙ୍ଗ ଓ ମେରୁଦଣ୍ଡ ହାଡ଼ ବଙ୍କା ହୋଇଥିଲେ ମଧ୍ୟ ରୋଗ ନେଇ ସନ୍ଦେହ କରାଯାଇଥାଏ । ସଦେହ ସମୟରେ ପୋଖରୀ ପାଣିରେ ଯଦି ମରି ଭାସୁଥାଏ କିମ୍ବା ଫିଙ୍ଗା ଜାଲ ଦ୍ଵାରା ମାଛ ଧରି ଯଦି ମାଛମାନଙ୍କରେ ଘା, ବ୍ରଣ, ଫୋଟକା, ଗାଲିସି ପଚା, ପକ୍ଷପଚା ଆଦି କିଛି ଦେଖାଯାଏ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଥାଏ । ଏହାର ପ୍ରତିକାର ପାଇଁ ଆଶୁ ପଦକ୍ଷେପ ନେବା ଉଚିତ୍ । ମାଛରେ କୌଣସି ମହାମାରୀ ରୋଗ ହୋଇଥିଲେ ଓ ଏହାର ପ୍ରତିକର ପାଇଁ ଅଳ୍ପ କିଛି ବିଳମ୍ବ ହେଲେ ବହୁତ ମାଛ ମରିଯାନ୍ତି ।

ମାଛର ରୋଗ ଓ ତା’ର ନିରାକରଣ

ମାଛଚାଷକୁ ଫଳପ୍ରଦ ଓ ଲାଭଜନକ କରିବାକୁ ହେଲେ ପ୍ରତ୍ୟେକ ମାଛଚାଷୀଙ୍କୁ ମାଛର ବିଭିନ୍ନ ରୋଗ, ତା’ର କାରଣ, ପ୍ରତିଷେଧକ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ବନ୍ଧରେ ନିଶ୍ଚିତ ଭାବେ ଅବଗତ ହେବାକୁ ପଡ଼ିବ ।

ମାଛରୋଗର କାରଣ :

  • ଦୂଷିତ ଜଳ ପରିବେଶ ଯଥା : ଦଳପୂର୍ଣ୍ଣ ପୋଖରୀ ହୁଡ଼ାରେ ଥିବା ଛାୟା । ପ୍ରଦାନକାରୀ ବଡ଼ ବଡ଼ ବୃକ୍ଷରାଜି, ନାଳ ନର୍ଦ୍ଦମା ବା ଆବର୍ଜନାମୟ ପାଣି ପୋଖରୀ ମଧ୍ୟକୁ ନିଷ୍କାସନ ପ୍ରଭୃତି ।
  • ଆବଶ୍ୟକ ପରିମାଣଠାରୁ ଅତ୍ୟକ ଜୈବିକ ଖତ, ରାସାୟନିକ ସାର ଏବଂ କୃତ୍ରିମ ମାଛଖାଦ୍ୟର ପ୍ରୟୋଗ ।
  • ମାଛର ପୁଷ୍ଟିଜନିତ ଖାଦ୍ୟାଭାବ ।
  • ପୋଖରୀରେ ଆବଶ୍ୟକ ପରିମାଣଠାରୁ ଅଧିକ ଯାଆଁଳ ଛଡ଼ାଯିବା ।
  • ଦୁର୍ବଳ ବା ରୋଗୀଣା ମାଛ ଯାଆଁଳର ବ୍ୟବହାର ।
  • ସଂକ୍ରମଣଯୁକ୍ତ ଉପକରଣ ଯଥା :- ଜାଲ, ହାପା, ବାଟି ପ୍ରଭୃତିର ବ୍ୟବହାର
  • ପୋଖରୀ ଜଳର ଭୌତିକ ଗୁଣ (ଜଳସ୍ତର, ଜଳ ଉତ୍ତାପ), ରସାୟନିକ ଗୁଣ
  • ଏହି ବଳକା ଖାଦ୍ୟ ସମୟ ସମୟରେ ଅତ୍ୟଧୁକ ଉତ୍ତାପ ବା କମ୍ ଉତ୍ତାପ ନେଇ ମଧ୍ୟ ହୋଇଥାଏ ।
  • ଏଣୁ ଏହି ସନ୍ଦେହ ସମୟରେ ଏହାକୁ ମଧ୍ୟ ବିଚାରକୁ ନିଆଯାଏ ।
  • ଏହା ବ୍ୟତୀତ ମାଛର ଗାଲିସି ।
  • ଆକ୍ରାନ୍ତ ହୋଇଥିଲେ ମାଛ ଅଣ ନିଶ୍ଵାସୀ ହୋଇ ପାଣି ଉପର ସ୍ତରକୁ ଆସି ମୁହଁ ଓ ।
  • ଗାଲିସିକୁ ଓସାରିଆ କରି ନିଶ୍ଵାସ ପ୍ରଶ୍ବାସ କରୁଥାଏ ।
  • ଏଗୁଡ଼ିକ ସମୟ ସମୟରେ ।
  • ଗତିହୀନ ହୋଇ ରହିଥାନ୍ତି ଓ ଅନେକ ସମୟରେ ଦିଗଶୂନ୍ୟ ହୋଇ ପହଁରି ବୁଲୁଥାନ୍ତି ।
  • ଏମାନଙ୍କୁ ଗୋଡ଼ି ଫିଙ୍ଗିଲେ ବା ଶବ୍ଦ କଲେ ମଧ୍ୟ ଚଞ୍ଚଳ ହୋଇ ପାଣି ଭିତରକୁ ଚାଲିଯାନ୍ତି ନାହିଁ ।
  • ମାଛ ଦେହରେ ଉଙ୍କୁଣୀ, ପୋକ ଆଦି ଲାଗିଥିଲେ ସେମାନେ ଘସି ହେବାପାଇଁ ପୋଖରୀରେ ଯଦି ବାଉଁଶ, ଡାଙ୍ଗ ବା ସେପରି କୌଣସି ବସ୍ତୁ ।
  • ଥାଏ ତା ପାଖକୁ ଆସି ଘସି ହେଉଥାନ୍ତି ।
  • ପୋଖରୀରେ ମାଛମାନଙ୍କର ଶରୀରରେ କଳା କିମ୍ବା ଧୂସର ନୀଳରଙ୍ଗ ଓ ମେରୁଦଣ୍ଡ ହାଡ଼ ବଙ୍କା ହୋଇଥିଲେ ମଧ୍ୟ ରୋଗ ନେଇ ସନ୍ଦେହ କରାଯାଇଥାଏ ।

(ଦ୍ରବୀଭୂତ ଅମ୍ଳଜାନ / ଅଙ୍ଗାରକାମ୍ଳ, ଅମ୍ଳତ୍ଵ/କ୍ଷାରତ୍ଵ ଇତ୍ୟାଦି) ଏବଂ ଜୈବିକ ଗୁଣ (ଜଳରେ ପ୍ରାଣୀ/ଉଦ୍ଭିଦ ଜାତୀୟ ପ୍ଲବକ ବା ମାଛର ପ୍ରାକୃତିକ ଖାଦ୍ୟର ପରିମାଣ) ପ୍ରଭୃତିର ହଠାତ୍ କମ୍ ବେଶୀ ହେଲେ ବା ଏଥିରେ ଅସ୍ଵାଭାବିକ ପରିବର୍ତ୍ତନ ଘଟିଲେ ମାଛ ପାରିପାର୍ଶ୍ଵକ ଚାପର ବଶବର୍ତ୍ତୀ ହୋଇ ଦୁର୍ବଳ ହୋଇପଡ଼େ ଏବଂ ସହଜରେ ରୋଗଗ୍ରସ୍ତ ହୋଇଥାଏ ।

ମାଛରୋଗର ପ୍ରାରମ୍ଭିକ ଲକ୍ଷଣ

ବିଭିନ୍ନ ପ୍ରକାର ରୋଗର ଭିନ୍ନ ଭିନ୍ନ ଲକ୍ଷଣ ଥାଏ । ତେବେ ଯେ କୌଣସି । ରୋଗ ଆକ୍ରମଣ କଲେ ମାଛମାନଙ୍କ ମଧ୍ୟରେ କିଛି ପ୍ରାରମ୍ଭିକ ଲକ୍ଷଣ ପରିଲକ୍ଷିତ  ହୁଏ । ଏହି ସମୟରେ ଚାଷୀ ଯଦି ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରେ । ତେବେ ସ୍ଵଳ୍ପ ଖର୍ଚ୍ଚରେ ମାଛଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବପର ହୋଇପାରିବ । ପୋଖରୀରେ ମାଛ ରୋଗର ପ୍ରାରମ୍ଭିକ ଲକ୍ଷଣମାନ ହେଲା:-

  • ମାଛ ଭାରସାମ୍ୟ ହରାଇ ପହଁରିବା ବେଳେ ଗୋଟିଏ ପାଖକୁ ଢ଼ଳିଲା ଭଳି ଦିଶେ ।
  • ମାଛ ଇତସ୍ତତଃ ଭାବେ ପାଣି ଉପରିଭାଗରେ ଚକ୍ରାକାରରେ ପହଁରିଥାଏ କିମ୍ବା କୂଳକୁ ଆସି ହୁଡ଼ା ବା କଠିନ ବସ୍ତୁ ଦେହରେ ଘଷି ହୋଇଥାଏ । ଏହି ସମୟରେ କେହି ମାଛକୁ ହୁରୁଡ଼େଇ ଦେଲେ ବି କ୍ଷିପ୍ର ବେଗରେ ଯାଇପାରେ ନାହିଁ ଏବଂ ଆସ୍ତେ ଆସ୍ତେ ପୋଖରୀର ତଳଭାଗକୁ ଭାବେ ମୃତବତ୍ ପଡ଼ିରହେ ।
  • ମାଛର ପକ୍ଷ ଏବଂ ଲାଞ୍ଜ ସ୍ଵାଭାବିକ ଭାବେ କାମ କରେ ନାହିଁ ।
  • ମାଛ ତାର ଉଜ୍ଜଳତା ହରାଏ ଏବଂ ରଙ୍ଗ ଫିକା ପଡ଼ିଯାଏ ।
  • ମାଛର ଗାଲିସି ତାର ସ୍ଵଭାବିକ ଗାଢ଼ ଲାଲ ରଙ୍ଗ ହରାଇ ଧୂସର ଦିଶେ ।
  • ମାଛ ହାତକୁ ଅଧିକ ଲାଳୁଆ ଲାଗେ ।
  • ମାଛ ସହଜରେ ଫିଙ୍ଗା ଜାଲରେ ଧରାପଡ଼େ ଏବଂ ଖସିଯିବାକୁ ଚେଷ୍ଟାକରେ ନାହିଁ ।
  • ରୋଗୀଣା ମାଛି ତାର କ୍ଷୁଧା ଶକ୍ତି ହରାଇ ବସେ । ତେଣୁ ଯେଉଁ ଚାଷୀଭାଇମାନେ ପ୍ରତ୍ୟହ ଚାଷ ପୋଖରୀରେ ଖାଦ୍ୟମୁଣା ବା ପାଉଁଶ ପଲା ସାହାଯ୍ୟରେ କୃତ୍ରିମ ଖାଦ୍ୟ ମାଛଙ୍କୁ ଖାଇବାକୁ ଦେଉଥିବେ ସେମାନେ ଦେବେ ଯେ, ଆଗରୁ ଯେତିକି ଖାଦ୍ୟ ଦେଲେ ସୁସ୍ଥ ମାଛମାନେ ସବୁ ଖାଇ ଦେଉଥିଲେ, ସେତିକି ମାଛ ରୋଗୀଣା ମାଛ ଖାଇ ପାରିବେନି ଓ ହଠାତ୍ ଖାଦ୍ୟ ବଳକା ରହିଯିବ ।
  • ଅସୁସ୍ଥ ମାଛ ନିଜର ଆଡୋଳାକୁ ନିଜ ଆୟତ୍ତରେ ସଞ୍ଚାଳନ କରିପାରେ ନାହିଁ । ଯଦି ମାଛକୁ ଚକ୍ରାକାରରେ ଥରେ ବୁଲାଇ ଦିଆଯାଏ, ତେବେ ତାର ଆଖି । ଡୋଳା ମଧ୍ୟ ଶରୀର ସଙ୍ଗେ ତଳେ ତାଳ ଦେଇ ବୁଲିଯିବ, ଯାହା ପ୍ରାୟ ସୁସ୍ଥ । ମାଛି କ୍ଷେତ୍ରରେ ଦେଖାଯାଇ ନଥାଏ ।
  • କାର୍ପମାଛ ଗୁଡ଼ିକ ରୋଗାକ୍ରାନ୍ତ ହୋଇ ପଡ଼ିଲେ ଦୁର୍ବଳ ହୋଇପଡ଼ନ୍ତି । ଖାଦ୍ୟ ଖାଇବାରେ ଅନିଚ୍ଛା ପ୍ରକାଶ କରିଥାନ୍ତି ।
  • ବହୁଗୁଡ଼ିଏ ମାଛ ଯଦି ଏକ ସମୟରେ ରୋଗାକ୍ରାନ୍ତ ହୋଇପଡ଼ନ୍ତି, ତେବେ ଦିଆ ହେଉଥିବା କୃତ୍ରିମ ଖାଦ୍ୟ ବଳକା ହୋଇ ରହିଥାଏ ।
  • ତେଣୁ ଯଦି ଆଗରୁ ଏହି ଦିଆ ହୋଇଥିବା ଖାଦ୍ୟ ଶେଷ ହୋଇଯାଉଥିବା ଓ ପରେ ସେହି ଖାଦ୍ୟ ଅବ୍ୟବହୃତ ହୋଇ ରହୁଥିବ ତେବେ ମାଛମାନଙ୍କୁ ରୋଗ। ହେଉଥିବା ନେଇ ସନ୍ଦେହ କରାଯାଏ ।
  • ଏହି ବଳକା ଖାଦ୍ୟ ସମୟ ସମୟରେ ଅତ୍ୟଧୁକ ଉତ୍ତାପ ବା କମ୍ ଉତ୍ତାପ ନେଇ ମଧ୍ୟ ହୋଇଥାଏ ।
  • ଏଣୁ ଏହି ସନ୍ଦେହ ସମୟରେ ଏହାକୁ ମଧ୍ୟ ବିଚାରକୁ ନିଆଯାଏ ।
  • ଏହା ବ୍ୟତୀତ ମାଛର ଗାଲିସି । ଆକ୍ରାନ୍ତ ହୋଇଥିଲେ ମାଛ ଅଣ ନିଶ୍ଵାସୀ ହୋଇ ପାଣି ଉପର ସ୍ତରକୁ ଆସି ମୁହଁ ଓ ।
  • ଗାଲିସିକୁ ଓସାରିଆ କରି ନିଶ୍ଵାସ ପ୍ରଶ୍ବାସ କରୁଥାଏ ।
  • ଏଗୁଡ଼ିକ ସମୟ ସମୟରେ । ଗତିହୀନ ହୋଇ ରହିଥାନ୍ତି ଓ ଅନେକ ସମୟରେ ଦିଗଶୂନ୍ୟ ହୋଇ ପହଁରି ବୁଲୁଥାନ୍ତି ।
  • ଏମାନଙ୍କୁ ଗୋଡ଼ି ଫିଙ୍ଗିଲେ ବା ଶବ୍ଦ କଲେ ମଧ୍ୟ ଚଞ୍ଚଳ ହୋଇ ପାଣି ଭିତରକୁ ଚାଲିଯାନ୍ତି ନାହିଁ ।
  • ମାଛ ଦେହରେ ଉଙ୍କୁଣୀ, ପୋକ ଆଦି ଲାଗିଥିଲେ ସେମାନେ ଘସି ହେବାପାଇଁ ପୋଖରୀରେ ଯଦି ବାଉଁଶ, ଡାଙ୍ଗ ବା ସେପରି କୌଣସି ବସ୍ତୁ ।
  • ଥାଏ ତା ପାଖକୁ ଆସି ଘସି ହେଉଥାନ୍ତି । ପୋଖରୀରେ ମାଛମାନଙ୍କର ଶରୀରରେ କଳା କିମ୍ବା ଧୂସର ନୀଳରଙ୍ଗ ଓ ମେରୁଦଣ୍ଡ ହାଡ଼ ବଙ୍କା ହୋଇଥିଲେ ମଧ୍ୟ ରୋଗ ନେଇ ସନ୍ଦେହ କରାଯାଇଥାଏ ।
  • ସଦେହ ସମୟରେ ପୋଖରୀ ପାଣିରେ ଯଦି ମରି ଭାସୁଥାଏ କିମ୍ବା ଫିଙ୍ଗା ଜାଲ ଦ୍ଵାରା ମାଛ ଧରି ଯଦି ମାଛମାନଙ୍କରେ ଘା, ବ୍ରଣ, ଫୋଟକା, ଗାଲିସି ପଚା, ପକ୍ଷପଚା ଆଦି କିଛି ଦେଖାଯାଏ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଥାଏ ।
  • ଏହାର ପ୍ରତିକାର ପାଇଁ ଆଶୁ ପଦକ୍ଷେପ ନେବା ଉଚିତ୍ । ମାଛରେ କୌଣସି ମହାମାରୀ ରୋଗ ହୋଇଥିଲେ ଓ ଏହାର ପ୍ରତିକର ପାଇଁ ଅଳ୍ପ କିଛି ବିଳମ୍ବ ହେଲେ ବହୁତ ମାଛ ମରିଯାନ୍ତି ।

ମାଛ ରୋଗର ପ୍ରକାର ଭେଦ

ମାଛ ମାନଙ୍କର ରୋଗକୁ ଆମେ ୩ଟି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିପାରିବା ଯଥା :-

  • ବିଭିନ୍ନ ପ୍ରକାର ପରାଙ୍ଗପୁଷ୍ଟ ଅଣୁଜୀବ ମାନଙ୍କ ଦ୍ଵାରା ସୃଷ୍ଟି ରୋଗ, ଯଥା – ଜୀବାଣୁ ଜନିତ ରୋଗ, ଫିର୍ମି ଜନିତ ରୋଗ, ପ୍ରୋଟୋଜୋଆ ବା ଏକକୋଷୀ ଜୀବ ଜନିତ ରୋଗ, କୃମି ଜନିତ ରୋଗ, ଉକୁଣିଆ ରୋଗ, ଭୂତାଣୁ ଜନିତ ରୋଗ ଇତ୍ୟାଦି । ଏହାଛଡ଼ା ମାଛର ଏକ ମହାମାରୀ ରୋଗ ରହିଛି, ଯାହାକୁ କି କ୍ଷତରୋଗ ବୋଲି କୁହାଯାଏ, ତାହା କୌଣସି ଏକ ନିର୍ଦ୍ଦିଷ୍ଟ ଅଣୁଜୀବମାନଙ୍କ ଦ୍ଵାରା ନ ହୋଇ ବିଭିନ୍ନ ପ୍ରକାରର ହାନିକାରକ ଜୀବାଣୁ, ଏକକୋଷୀ ଜୀବ, ଫି ଏବଂ ଭୂତାଣୁ ମାନଙ୍କର ମିଳିତ ପ୍ରଭାବ ଯୋଗୁଁ ସଂଘଠିତ ହୋଇଥାଏ ।
  • ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ  ବା ଏସବୁର ସାମୂହିକ ଅସ୍ଵାଭାବିକ ପରିବର୍ତ୍ତନ ଦ୍ଵାରା ସୃଷ୍ଟି ରୋଗ ।
  • ଖାଦ୍ୟାଭାବ ଜନିତ ରୋଗ ।

ଜୀବାଣୁ ଜନିତ ରୋଗ

ବିଭିନ୍ନ ଜୀବାଣୁ ଜନିତ ମାଛ ରୋଗମାନଙ୍କ ମଧ୍ୟରୁ ସାଧାରଣତଃ ୪ ଗୋଟି ରୋଗ ମୁଖ୍ୟ ଓ ମାରାତ୍ମକ ଅଟେ, ଯାହା ଉପଯୁକ୍ତ ସମୟରେ ଉପଚାର ନ କଲେ, ଚାଷୀମାନଙ୍କର ପ୍ରଭୂତ କ୍ଷତି ଘଟାଇଥାଏ । ସେହି ରୋଗ ଗୁଡ଼ିକ ହେଲା –

  1. ମାଛର ପକ୍ଷ ଓ ଲାଞ୍ଜ ସଢ଼ା ରୋଗ
  2. ଲକ୍ଷଣ : ଏହି ରୋଗ ଉଭୟ ଛୋଟ ଓ ବଡ଼ ମାଛରେ ଦେଖା ଦେଇଥାଏ । ପ୍ରଥମେ ଏକ ଧଳାଗାର ମାଛର ଡେଣା ଓ ଲାଞ୍ଜର ଧାରେ ଧାରେ ଦେଖାଦିଏ ଓ ଠିକ୍ ସମୟରେ ଉପଚାର କରା ନ ଗଲେ ଏହା କ୍ରମଶଃ ସମ୍ପୂର୍ଣ ପକ୍ଷ ଓ ଲାଞ୍ଚକୁ ବ୍ୟାପେ ପରେ ପକ୍ଷ ଏବଂ ଲାଞ୍ଜ ସଢ଼ିଯାଇ ଛିଣ୍ଡିଯାଏ ।

    ପ୍ରତିକାର : ୨୦୦ ଲିଟର ପାଣିରେ ୧୦୦ ଗ୍ରାମ୍ ତୁତିଆ (କପର୍ ସଫେଟ)ର ଦ୍ରବଣ ପ୍ରସ୍ତୁତ କରି ମାଛମାନଙ୍କୁ ସେଥିରେ ୧-୨ ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ିଲେ ଏହି ରୋଗ ଭଲ ହୁଏ।

  3. ମାଛର ଘା’ରୋଗ
  4. ଲକ୍ଷଣ : ଧଳା ଛଉ ଓ ବେଳେବେଳେ ନାଲି ଛଉ ଭଳି ଚିହ୍ନ ମାଛ ଶରୀରରେ । ଦେଖାଯାଏ ଓ କ୍ରମଶଃ ତାହା ଘା’ ଭଳି କ୍ଷତରେ ପରିଣତ ହୁଏ ।

    ପ୍ରତିକାର : ୨୦୦ ଲିଟର ପାଣିରେ ୧୦୦ ଗ୍ରାମ୍ ତୁତିଆ (କପର ସଫେଟ)ର ମିଶାଇ ଦ୍ରବଣ ପ୍ରସ୍ତୁତ କରି, ସେଥିରେ ଆକ୍ରାନ୍ତ ମାଛଙ୍କୁ ୧ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ । ଏହିଭଳି କ୍ରମାଗତଭାବେ ୩-୪ ଦିନ ପର୍ଯ୍ୟନ୍ତ ଏହି ଉପଚାର ଜାରି ରଖିଲେ, ମାଛଗୁଡ଼ିକ ରୋଗମୁକ୍ତ ହୋଇଥାନ୍ତି ।

  5. ମାଛର ଜଳୋଦରୀ ରୋଗ
  6. ଲକ୍ଷଣ : ଏହି ରୋଗରେ ଭାକୁର, ରୋହି, ମିରିକାଳୀ ପ୍ରଭୃତି ମାଛର ପେଟ ଅସମ୍ଭବ ଭାବେ ଫୁଲିଯାଏ । ପେଟ ଚିପିଲେ ପାଣି ଭଳିଆ ରସ ମଳଦ୍ଵାର ଦେଇ ବାହାରି ଆସେ । ମାଛ କାତିଗୁଡ଼ିକ ଚର୍ମରୁ ଉଠି ଠିଆ ହେଲାଭଳି ରୁହେ । ମାଛର ଆଖି ବେଙ୍ଗ ଆଖିଳି ପଦାକୁ ବାହାରି ଆସେ ।

    ପ୍ରତିକାର : ଏହି ରୋଗ ହେଲେ ୧ ଗ୍ରାମ୍ ପଟାସିୟମ୍ ପରମାଙ୍ଗାନେଟ୍କୁ ୨୦୦ ଲିଟର ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତି କରି ରୋଗିଣା ମାଛଗୁଡ଼ିକୁ ୨ ମିନିଟ୍ ପାଇଁ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ । ଏହାଛଡ଼ା ପୋଖରୀ ଜଳ ବିଶୋଧନ ନିମନ୍ତେ ଏକର ପିଛା ଏକ ମିଟର ଜଳ ଗଭୀରତା ପାଇଁ ୫୦ ରୁ ୮୦ କି.ଗ୍ରା. ପର୍ଯ୍ୟନ୍ତ ଚୂନକୁ ରାତିସାରା ବତୁରାଇ ସକାଳେ ପ୍ରୟୋଗ କରାଯିବା ବିଧେୟ । ଏହି ରୋଗଦ୍ଵାରା ସବୁମାଛି ଆକ୍ରାନ୍ତ ନ ହୋଇ କମ୍ ସଂଖ୍ୟାରେ ମାଛ ରୋଗଗ୍ରସ୍ତ ହୋଇଥାନ୍ତି । ଏଣୁ ଏହି କମ୍ ସଂଖ୍ୟକ ମାଛଙ୍କୁ ଧରି ମାଟିରେ ପୋତି ନଷ୍ଟ କରିଦେବା ସବୁଠାରୁ ଭଲ ।

  7. ମାଛର ଚକ୍ଷୁ ରୋଗ
  8. ଲକ୍ଷଣ : ଠିକ୍ ଶୀତ ପଡ଼ିବା ସମୟରେ ବା ଆଶ୍ଵିନ ମାସ ପ୍ରାରମ୍ଭରେ ଏହି ଚକ୍ଷୁରୋଗ ସାଧାରଣତଃ ମଧ୍ୟମରୁ ବଡ଼ ଆକାରରେ ଭାକୁର ମାଛଙ୍କୁ ସଂକ୍ରମଣ କରିଥାଏ । ଏହି ରୋଗଦ୍ଵାରା ମାଛର ଚକ୍ଷୁ ପିତୁଳି ସମ୍ପୂର୍ଣ୍ଣ ପଚିଯାଇ ମାଛ ଅନ୍ଧ ହୋଇଯାଏ । ଖାଦ୍ୟ ଗ୍ରହଣ କରେ ନାହିଁ । ସଂକ୍ରମଣର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସବୁ ଭାକୁର ମାଛଗୁଡ଼ିକ ମୃତ୍ୟୁମୁଖରେ ପଡ଼ିଥାନ୍ତି।

    ପ୍ରତିକାର : ଏହି ରୋଗ ଦେଖାଦେଲେ ୨ ଗ୍ରାମ କ୍ଲୋରୋମାଇସେଟିନ୍ ଔଷଧକୁ ୨୦୦ ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ଏଥିରେ ଆକ୍ରାନ୍ତ ମାଛଗୁଡ଼ିକୁ ୧ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ । ଏହିପରି ଲଗାତାର ୨ ରୁ ୩ ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛର ଚକ୍ଷୁରୋଗ ଭଲ ହୋଇଥାଏ ।

ଫିମ୍ପିଜନିତ ରୋଗ

ବିଭିନ୍ନ ଅଣୁଜୀବ ଜନିତ ରୋଗ ମଧ୍ୟରେ ଫିମ୍ପି ଜନିତ ରୋଗ ଅନ୍ୟତମ । ତନ୍ମଧ୍ୟରୁ ୨ଟି ରୋଗ ମୁଖ୍ୟ ଓ ମାରାତ୍ମକ ଅଟେ । ସେଗୁଡ଼ିକ ହେଲା –

  1. ମାଛର ପାଣି ଫିମ୍ପି ରୋଗ
  2. ଲକ୍ଷଣ : ମାଛର କାତି ଝଡ଼ିଯିବା ସଙ୍ଗେ ସଙ୍ଗେ ଚର୍ମ ବି ଶରୀର ଉପରୁ ଉଠି ଆସେ ଓ ପରେ ପରେ ଘା’ ମଧ୍ୟ ଶରୀରରେ ଦେଖାଯାଏ । ମାଛ ଦୃଷ୍ଟିଶକ୍ତି ହରାଏ । ମାଛର ଓ୦ ବା ମାଢ଼ିରୁ ଚମଡ଼ା ବାହାରି ଆସେ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗୁଚ୍ଛ ଗୁଚ୍ଛ ଆକାରରେ ଧଳା ଲୋମ ସବୁ ଦେଖାଯାଏ ।

    ପ୍ରତିକାର : ୨୦୦ ଲିଟର ପାଣିରେ ୨୦ ଗ୍ରାମ୍ ମାଲାଚାଇଟ୍ ଗ୍ରୀନ୍‌ର ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଙ୍କୁ ୩ ସେକେଣ୍ଡ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ କିମ୍ବା ୨୦୦ ଲିଟର ପାଣିରେ ୬୦୦ ଗ୍ରାମ୍ ସାଧାରଣ ଗୋଡ଼ା ଲୁଣ ଅଥବା ୧ ଗ୍ରାମ୍ ପଟାସିୟମ୍ ପରମାଙ୍ଗାନେର ଦ୍ରବଣ କରି ସେଥିରେ ଆକ୍ରାନ୍ତ । ମାଛଙ୍କୁ ୫-୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ରୋଗ ପ୍ରଶମିତ ହୋଇଥାଏ ।

  3. ମାଛର ଗାଲିସି ପଚନ ରୋଗ
  4. ଖରାଦିନେ ଯେତେବେଳେ ପୋଖରୀରେ ଜଳସ୍ତର କମିଯାଇ ଜୈବିକ ପଦାର୍ଥ ଅଧିକ ଜମିରହେ, ସେହି ସମୟରେ ମାଛମାନଙ୍କ ମଧ୍ୟରେ ଫିମିଜନିତ ଗାଲିସି ପଚନରୋଗ ବ୍ୟାପିଥାଏ ।

    ଲକ୍ଷଣ : ଏହି ରୋଗ ହେବାଦ୍ଵାରା ମାଛଗୁଡ଼ିକର ଗାଲିସି ତନ୍ତୁଗୁଡ଼ିକ ପଚିଯାଇ ଧଳା ପଡ଼ିଯାଏ । ମାଛର ନିଃଶ୍ଵାସ ପ୍ରଶ୍ଵାସ ନେବା ବାଧାପ୍ରାପ୍ତ ହୁଏ । ଦିନରେ ସବୁ ସମୟରେ ମାଛ ଗୁଡ଼ିକ ପୋଖରୀ ଉପର ସ୍ତରରେ ପାକୁ ପାକୁ ହୋଇ ଭାସି ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

    ପ୍ରତିକାର : ଏହି ରୋଗ ଦେଖାଦେଲେ ପ୍ରଦୂଷଣମୁକ୍ତ ଥଣ୍ଡା ନଳକୂପ ଜଳ ପୋଖରୀର ପୁରାଇବାକୁ ପଡ଼ିଥାଏ ଏବଂ ପୋଖରୀ ଜଳ ବିଶୋଧନ ପାଇଁ ଏକର ପିଛା ୨୦-୪୦ କି.ଗ୍ରା. ଅସାଇଡ଼ ଚୂନ ବା କ୍ଲିକ୍ ଲାଇକୁ ପାଣିରେ ୮ ରୁ ୧୦ ଘଣ୍ଟା । ବତୁରାଇ ପୋଖରୀରେ ପକାଇବାକୁ ପଡ଼ିଥାଏ । ଏହାଛଡ଼ା ଆକ୍ରାନ୍ତ ମାଛଗୁଡ଼ିକୁ ୨୦୦ ଲିଟର ପାଣିରେ ୧ କି.ଗ୍ରା. ସାଧାରଣ ଲୁଣ ବା ୧ ଗ୍ରାମ୍ ପଟାସିୟମ୍ ପରମାଙ୍ଗାନେଟ୍‌ର ଦ୍ରବଣ ପ୍ରସ୍ତୁତ କରି ସେଥିରେ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ମାଛ ରୋଗମୁକ୍ତ ହୋଇଥାନ୍ତି ।

ଏକକୋଷୀ ଜୀବ ଜନିତ ରୋଗ

ଏକକୋଷୀ ଜୀବମାନଙ୍କ ଦ୍ଵାରା ସୃଷ୍ଟି ରୋଗଗୁଡ଼ିକ ମଧ୍ୟରୁ ଧବଳ ଚିହ୍ନ ରୋଗ, ନୀଳଚର୍ମ ରୋଗ ଓ ବଥ ରୋଗ ପ୍ରଧାନ ଅଟେ ।

  1. ମାଛର ଧବଳ ରୋଗ
  2. ଲକ୍ଷଣ : ଏହି ରୋଗରେ ମାଛଙ୍କ ଉପରେ ୧ ମିଲିମିଟର ଚଉଡ଼ା ବିଶିଷ୍ଟ ଧଳା ଧଳା ଭାତୁଡ଼ି ଭଳି ଚିହ୍ନ ଦେଖାଯାଇଥାଏ।  ଏହା ହାତକୁ ଖଦଖଦଡ଼ିଆ ଲାଗେ ।

    ପ୍ରତିକାର : ଏହି ରୋଗ ଦେଖାଦେଲେ ୪୦୦ ଗ୍ରାମ୍ ଗୋଡ଼ାଲୁଣ ବା ସାଧାରଣ ଲୁଣକୁ ୨୦୦ ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗାକ୍ରାନ୍ତ ମାଛମାନଙ୍କୁ ଏକ ଘଣ୍ଟା ପର୍ଯନ୍ତ ବୁଡ଼ାଇ ପାଣିରେ ଛାଡ଼ିବାକୁ ପଡ଼ିଥାଏ । ଏହିଭଳି ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛ ରୋଗମୁକ୍ତ ହୋଇଥାନ୍ତି ।

  3. ମାଛର ନୀଳ ଚର୍ମ ରୋଗ
  4. ଲକ୍ଷଣ : ଏହି ରୋଗ ଯୋଗୁଁ ମାଛ ଅତ୍ୟଧିକ ଲାଳଯୁକ୍ତ ହୋଇଥାନ୍ତି ଏବଂ ଲାଳର ରଙ୍ଗ ନୀଳବର୍ଷ ହୋଇଥାଏ ।

    ପ୍ରତିକାର : ଏହି ନୀଳ ଚର୍ମରୋଗ ଦେଖାଦେଲେ ୨୦୦ ଲିଟର ପାଣି ରେ ୬୦୦ ଗ୍ରାମ୍ ସାଧାରଣ ଲୁଣ ଅଥବା ୮୦ ମିଲିଲିଟର ଫର୍ମାଲିକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ ୧୦ ମିନିଟ୍ ଯାଏଁ ବୁଡ଼ାଇ ଛାଡ଼ିଲେ ସୁଫଳ ମିଳିଥାଏ ।

  5. ମାଛର ବଥ ରୋଗ
  6. ଲକ୍ଷଣ : ଶରୀରରେ ବଡ଼ ବଡ଼ ଫୋଟକା ଭଳି ଚିହ୍ନ ଦେଖାଯାଏ । ଏହା ବେଳେବେଳେ କୁକୁଡ଼ା ଅଣ୍ଡା ପରି ମଧ୍ୟ ବଡ଼ ହୋଇଥାଏ ।

    ପ୍ରତିକାର : ୨୦୦ ଲିଟର ପାଣିରେ ୬୦୦ ଗ୍ରାମ୍ ସାଧାରଣ ଲୁଣ ଅଥବା ୮୦ ମି.ଲି. ଫର୍ମାଲିନକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ । ୧୦ ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ି ଲେ, ମାଛର ଏହି ବଥ ରୋଗ ଭଲ ହୋଇଥାଏ ।

    ପୋଖରୀରେ ଏହି ହାନିକାରକ ଏକକୋଷୀ ଜୀବମାନଙ୍କର ସଂଖ୍ୟା ନିୟନ୍ତ୍ରଣ ପାଇଁ ଏକର ପିଛା ୨୦-୪୦ କି.ଗ୍ରା. ଅକ୍ସାଇଡ଼ ଚୂନ ବା କ୍ଵିକ୍ ଲାଇକୁ ୮ ରୁ ୧୦ ଘଣ୍ଟା ପାଣିରେ ବତୁରାଇ ପୋଖରୀରେ ପ୍ରୟୋଗ କରିବାକୁ ପଡ଼ିଥାଏ ।

ମାଛର କୃମି ଜନିତ ରୋଗ

ପୋଖରୀ ଚତୁଃପାର୍ଶ୍ଵରେ ଯଦି ବଡ଼ ବଡ଼ ଛାୟା ପ୍ରଦାନକାରୀ ଗଛ ରହିଥାଏ, ତେବେ ସେଥିରେ ବଗ, ପାଣିକୁଆ ଆଦି ବସାବାନ୍ଧି ରୁହନ୍ତି । ସେମାନଙ୍କ ମଳରେ ଏହି ମାଛ ରୋଗ ସୃଷ୍ଟିକାରୀ କୃମିଗୁଡ଼ିକ ରହିଥାଆନ୍ତି । ଏଣୁ ପୋଖରୀର ଚାରିପଟେ ଥିବା ଏଭଳି ଗଛଗୁଡ଼ିକୁ କାଟି ସଫା କରିଦେବାଟା ସବୁଠାରୁ ଭଲ । ମାଛର କୃମିଜନିତ ରୋଗ ଗୁଡ଼ିକ ମଧ୍ୟରୁ ଚର୍ମ ଓ ଗାଲିସି ରୋଗ ଏବଂ କଳାଦାଗ ରୋଗ ମୁଖ୍ୟ ଅଟେ ।

  1. ମାଛର କୃମି ଜନିତ ଚର୍ମ ଓ ଗାଲିସି ରୋଗ
  2. ଲକ୍ଷଣ : ମାଛର କୃମିଜନିତ ଚର୍ମ ଓ ଗାଲିସି ରୋଗ ଏବଂ ଡାକ୍ତିଲୋଗାଈରସ୍ ନାମକ କୃମିଦ୍ଵାରା ବ୍ୟାପିଥାଏ । ଏମାନେ ମାଛର ଚର୍ମତଳୁ ଏବଂ ଗାଲିସିରେ ଥିବା ରକ୍ତପ୍ରବାହୀ ନଳୀରୁ ରକ୍ତ ଶୋଷି ଖାଇଥାନ୍ତି । ମାଛ ସ୍ଵଭାବିକ ରଙ୍ଗ ହରାଇ ଶେତା ପଡ଼ିଯାଏ । ଶରୀରରୁ କାତି ଝଡ଼ିପଡ଼େ । ମାଛର ଲାଞ୍ଜ ପାଖ ଓ ପକ୍ଷ ଗୁଡ଼ିକ ଅଧିକ ଲାଳଯୁକ୍ତ ହେବା ସଙ୍ଗେ ସଙ୍ଗେ ଗାଲିସିରୁ ମଧ୍ୟ ଅତ୍ୟକ ଲାଳ ନିର୍ଗତ ହୋଇଥାଏ । ମାଛି ପୋଖରୀ ହୁଡ଼ାକୁ ଆସି ଘସି ହୋଇଥାନ୍ତି ।

    ପ୍ରତିକାର : ଏହି ରୋଗ ନିରାକରଣ ପାଇଁ ୨୦୦ ଲିଟର ପାଣିରେ ୧ କି.ଗ୍ରା. ଲୁଣ କିମ୍ବା ୪୦ ମିଲିଲିଟର ଫର୍ମାଲିନନ୍ ନେଇ ଦ୍ରବଣ ପ୍ରସ୍ତତ କରି ସେଥିରେ ଆକ୍ରାନ୍ତ ମାଛଙ୍କୁ ୫ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ ।

  3. ମାଛର କୃମିଜନିତ କଳାଦାଗ ରୋଗ
  4. ଲକ୍ଷଣ : ଏହି ରୋଗ ଡିପ୍ଲୋଷ୍ଟୋମମ୍ କିମ୍ବା ଡିପ୍ଲୋଷ୍ଟୋମୁଲମ୍ ନାମକ କୃମିଦ୍ଵାରା ମାଛ ଦେହରେ ୧.୩ ମିଲିମିଟର ଆକାର ବିଶିଷ୍ଟ ଛୋଟ ଛୋଟ ଭାତୁଡ଼ି ଭଳି କଳାଦାଗ ସୃଷ୍ଟି ହୋଇଥାଏ ।

    ପ୍ରତିକାର : ଏହି ରୋଗ ନିରାକରଣ ପାଇଁ ୬ ମି.ଲି. ପାଇକ୍ରିକ୍ ଏସିଡ଼ କୁ ୨୦୦ ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତି କରି ସେଥିରେ ରୋଗାକ୍ରାନ୍ତ ମାଛକୁ ୧ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖି ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ ।

ମାଛର ଉଙ୍କୁଣିଆ ରୋଗ

ମାଛ ଏକ ଶୀତଳ ରକ୍ତଯୁକ୍ତ ଜୀବ । ଅର୍ଥାତ୍ – ଅନ୍ୟ ସ୍ଥଳଚର ପ୍ରାଣୀମାନଙ୍କ ଭଳି ସେମାନଙ୍କର ଶରୀର ଉଭାପ ସଦାସର୍ବଦା ନିର୍ଦ୍ଦିଷ୍ଟ ସମାନ ହୋଇ ରୁହେ ନାହିଁ ବରଂ ଏହା ଜଳଜ ପରିବେଶର ଉତ୍ତାପ ସହ ସିଧାସଳଖ ନିର୍ଭରଶୀଳ ଅଟେ । ବାହ୍ୟ ପରିବେଶର ଉତ୍ତାପ କମ୍ ବେଶୀ ହେଲେ ସେମାନଙ୍କ ଶରୀରର ଉତ୍ତାପ ମଧ୍ୟ ଅନୁରୂପ ଭାବେ କମ୍ ବେଶୀ ହୋଇଥାଏ । ଶୀତଦିନେ ଜଳର ଉତ୍ତାପ କମି ଯାଉଥିବାରୁ ସେମାନଙ୍କ ଶରୀର ଉତ୍ତାପ ମଧ୍ୟ କମିଯାଏ । ସେମାନେ ଆଉ ଆଗ ଭଳି ଚଳଚଞ୍ଚଳ ନ ରହି ଅଳସୁଆ ହୋଇଯାଆନ୍ତି । ଦୈନନ୍ଦିନ ଶାରୀରିକ କ୍ରିୟା ଯଥେଷ୍ଟ ଭାବେ ହେଉ ନଥିବାରୁ ସେମାନଙ୍କୁ ଆଉ ଭୋକ ହୁଏ ନାହିଁ ।

ପ୍ରାୟତଃ ଖାଦ୍ୟ ଗ୍ରହଣ ନ କରି ପୁଷ୍ଟିହୀନତାର ଶିକାର ହୋଇଥାନ୍ତି । ଏହି ସମୟରେ ଏକ ସନ୍ଧିପଦ ଜାତୀୟ ପରଜୀବୀ ଉକୁଣୀ ଆଙ୍ଗୁଲସ୍ ଦ୍ଵାରା ଏମାନେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି । ଏହାକୁ ମାଛର ଉକୁଣିଆ ରୋଗ ବା ଆଗୁଲୋସିସ୍ ବୋଲି କୁହାଯାଇଥାଏ ।

ବାହ୍ୟ ପରିବେଶର ଉତ୍ତାପ କମ୍ ବେଶୀ ହେଲେ ସେମାନଙ୍କ ଶରୀରର ଉତ୍ତାପ ମଧ୍ୟ ଅନୁରୂପ ଭାବେ କମ୍ ବେଶୀ ହୋଇଥାଏ । ଶୀତଦିନେ ଜଳର ଉତ୍ତାପ କମି ଯାଉଥିବାରୁ ସେମାନଙ୍କ ଶରୀର ଉତ୍ତାପ ମଧ୍ୟ କମିଯାଏ ।

  1. ଲକ୍ଷଣ :
  2. ଚାଷ ଉପଯୋଗୀ ସମସ୍ତ କାର୍ପଜାତୀୟ ମାଛଙ୍କଠାରେ ଏହି ରୋଗ ହେଉଥିଲେ ହେଁ ସିଭର କାର୍ପ ଏବଂ ରୋହିମାଛଙ୍କ ଠାରେ ଏହା ଅପେକ୍ଷାକୃତ ଅଧିକ ଦେଖାଯାଏ । ଛୋଟ ଆକାରର ମାଛଙ୍କଠାରୁ ବଡ଼ ଆକାରର ପ୍ରଜନନକ୍ଷମ ମାଛ ଏହି ରୋଗରେ ବେଶି ଆକ୍ରାନ୍ତ ହୋଇଥାଆନ୍ତି । ମାଛ ଉକୁଣି ଗୁଡ଼ିକ ମାଛର କାତି ତଳେ ଏହି ଚର୍ମତକୁ ରକ୍ତ ଶୋଷି ଖାଇଥାଆନ୍ତି । ଏହାଦ୍ଵାରା ମାଛ ଅତ୍ୟନ୍ତ ଭାବେ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥାଏ । ରକ୍ତଶୋଷଣ ସମୟରେ ଉକୁଣିର ଲାଳରୁ ଏକ ପ୍ରକାର ବିଷାକ୍ତ ପଦାର୍ଥ ବାହାରି ମାଛ ଶରୀରରୁ ପ୍ରବେଶ କରିଥାଏ । ଏହାଦ୍ଵାରା ମାଛଙ୍କୁ କୁଣ୍ଡାଇ ହୁଏ ଏବଂ ଆକ୍ରାନ୍ତ ସ୍ଥାନଟି ଫୁଲି ଅଧିକ ଲାଳଯୁକ୍ତ ଲାଲରଙ୍ଗର ଚକଡ଼ା ଚକଡ଼ା ଦାଗ ଗୁଡ଼ିକ ଦେଖାଯାଇଥାଏ । ମାଛଗୁଡ଼ିକ ବେଳେବେଳେ ଚକ୍ରାକାରରେ ପାଣି ଉପରେ ପହଁରିଥାନ୍ତି ଏବଂ ପୋଖରୀ କୂଳକୁ ଆସି ହୁଡ଼ା ବା ତୁଠ ପଥର ଇତ୍ୟାଦି କଠିନ ବସ୍ତୁ ଦେହରେ ଘଷି ହୋଇଥାନ୍ତି । ଘଷି ହେବା ଦ୍ଵାରା ଆକ୍ରାନ୍ତ ସ୍ଥାନରୁ କାତି ଝଡ଼ିଯାଇ କ୍ଷତ ବା ଘା’ ସୃଷ୍ଟି ହୋଇଥାଏ । ଦ୍ଵିତୀୟ ପର୍ଯ୍ୟାୟରେ ଏହି କ୍ଷତ ସ୍ଥାନରେ ଜୀବାଣୁ, ଫିର୍ମ ଓ ଏକକୋଷୀ ପରଜୀବୀ ପ୍ରଭୃତି ସଂକ୍ରମଣ କରି ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଥାନ୍ତି ଏବଂ ମାଛମାନଙ୍କ ସମୂହ ମୃତ୍ୟୁ ସଂଘଠିତ ହୋଇଥାଏ ।

  3. ମାଛ ଉକୁଣୀ ବିଷୟରେ କେତୋଟି ଜାଣିବା କଥା :
  4. ମାଛ ଉକୁଣି ବା ଆର୍ଗୁଲସକୁ ସାଧାରଣ ଭାବେ ଖାଲି ଆଖିରେ ଦେଖିହୁଏ । ଏଗୁଡ଼ିକ ଧଳା ରଙ୍ଗର ହୋଇଥିବା ସହ ଏମାନଙ୍କ ପିଠି ପଟ ଏକ ଟାଣ ଖୋଳପା ଦ୍ଵାରା ଆବୃତ ଅଟେ । ଏହାର ଚାରିହଳ ସନ୍ଧିପଦ ରହିଥିବା ସହ ରକ୍ତ ଶୋଷି ଖାଇବା ପାଇଁ ଏକ ହଳ ମୁନିଆଁ ଶୁଣ୍ଠ ରହିଛି । ଏହାଦ୍ଵାରା ଚମଡ଼ାକୁ ଫୋଡ଼ି ରକ୍ତ ଖାଇ ପେଟ ପୁରିଗଲା ପରେ ଉକୁଣୀଟି ମାଛ ଶରୀରରେ ଆଉ ଲାଗି ନ ରହି ଜଳରେ ମୁକ୍ତ ଭାବରେ ବୁଲେ I ତେଣୁ ଆଗୁଲକୁ ମାଛ ଶରୀରରୁ ଅଲଗା କରିଦେଲେ ମାଛଟି ରୋଗମୁକ୍ତ ହେଲା ବୋଲି କୁହାଯାଇ ପାରିବ ନାହିଁ । କାରଣ ଜଳରେ ମୁକ୍ତ ଭାବରେ ପହଁରି ବୁଲୁଥିବା ଆର୍ଗୁଲସସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ମାଛଙ୍କୁ ଆକ୍ରମଣ କରିଥାଏ । ଏହି ରୋଗର ନିରାକରଣ ନିମନ୍ତେ ଉଦ୍ଦିଷ୍ଟ ଔଷଧକୁ ଜଳଜ ପରିବେଶରେ ସିଧାସଳଖ ପ୍ରୟୋଗ କରାଯିବା ଉଚିତ୍ । ପ୍ରଜନନକ୍ଷମ ମାଈ ଉକୁଣି ଗୁଡ଼ିକ ପାଣିରେ ବୁଡ଼ି ରହୁଥିବା ପଥର, କାଠଖଣ୍ଡ ଗୁଡ଼ିକରେ ଡିମ୍ବ ଦେଇଥାଆନ୍ତି । ମାଈ ଉକୁଣିଟି ଡିମ୍ବ ଦେଲାପରେ ମରିଯାଇଥାଏ । ଡିମ୍ବ ଗୁଡ଼ିକରୁ ତିରିଶ ଦିନ । ପରେ ଛୁଆ ଫୁଟି ବାହାରିଥାଆନ୍ତି । ଏହି ଛୁଆଗୁଡ଼ିକ ୪ ରୁ ୫ ଥର ଖୋଳପା ଛଡ଼ାଇ ବା ମୋଲଟିଂ କରି ବଢ଼ିଲା ପରେ ମାଛଙ୍କୁ ସଂକ୍ରମଣ କରି ରକ୍ତ ଶୋଷି ଖାଇବାକୁ ସକ୍ଷମ ହୋଇଥାଆନ୍ତି ।

  5. ପ୍ରତିକାର ବ୍ୟବସ୍ଥା : ଏହି ରୋଗର ସ୍ଵଳ୍ପ ମୂଲ୍ୟରେ ନିରାକରଣ ପାଇଁ ପୋଖରୀରେ ଏକର – ମିଟର ପିଛା ୪୦ ମି.ଲି. ୧୦ ଶତାଂଶ ସାଇପରମେଥ୍ରିନ୍ କୀଟନାଶକ – ଯାହା ବଜାରରେ ଶକ୍ତି-୧୦, ଉସ୍ତାଦ୍-୧୦, ରିପ୍ରେକଡ଼–୧୦, ନାଗସାଇପର୍-୧୦, ସୁପର କିଲର୍-୧୦, ପ୍ରଭୃତି ନାମରେ ଉପଲବ୍ଧ, ତାକୁ ଅନ୍ୟୁନ ୧୦୦ ଲିଟର ବା ୧୦ ବାଲଟି ପାଣିରେ ମିଶାଇ ପୋଖରୀର ସର୍ବତ୍ର ଜଳରେ ପ୍ରୟୋଗ କରାଯାଇଥାଏ । ଏହି ପ୍ରୟୋଗ ବେଳେ ସର୍ବଦା କେବଳ ପ୍ଲାଷ୍ଟିକ୍ ବାଟି ଓ ପ୍ଲାଷ୍ଟିକ୍ ମଗ୍ ବ୍ୟବହାର କରାଯିବା ଉଚିତ୍ । ଏହି ପ୍ରୟୋଗ ମାତ୍ରାକୁ ଆଉ ଦୁଇଥର ୭ ଦିନ ଅନ୍ତରରେ ପୋଖରୀରେ କରିବା ବିଧେୟ ।
  6. ପ୍ରତିଷେଧକ ବ୍ୟବସ୍ଥା :
    • ଚାଷ ପୋଖରୀରେ ମାଛ ବାରମ୍ବାର ଆଗୁଲୋସିସ୍ ରୋଗରେ ଆକ୍ରାନ୍ତ ହେଉଥିଲେ ଖରାଦିନେ ପୋଖରୀରୁ ଜଳ ସମ୍ପୂର୍ଣ୍ଣ ଭବେ ନିଷ୍କାସିତ କରି ଟାଣ ଖରାରେ ୧୫ ରୁ ୨୦ ଦିନ ଶୁଖାଇ ଦେବା ଉଚିତ୍ ।
    • ପୋଖରୀ ଭିତରେ ଥିବା ବଡ଼ ପଥର ଖଣ୍ଡ, କାଠ ଗଣ୍ଡି ପ୍ରଭୃତିକୁ ବାହାର କରି ଦିଅନ୍ତୁ । ଅନ୍ୟଥା ଏହା ମାଛଧରା ସମୟରେ ଜାଲ ଟଣାରେ ଅବରୋଧ ସୃଷ୍ଟି । କରିବା ସହ ମାଛ ଉକୁଣିଗୁଡ଼ିକ ଅଣ୍ଡା ଦେବା ପାଇଁ ଏକ ପ୍ରକୃଷ୍ଟ ସ୍ଥଳ ଭାବରେ କାର୍ଯ୍ୟ କରିଥାଏ ।
    • ଯାଆଁଳ ଛଡ଼ାଯିବା ପୂର୍ବରୁ ପୋଖରୀ ଜଳ ରେ ଏକର-ମିଟର ପିଛା ୧୦୦ କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
    • ବଡ଼ ବା ମୁଣ୍ଡା ଯାଆଁଳ ପୋଖରୀରେ ଛଡ଼ାଯିବା ସମୟରେ ଗୋଟିଏ ପ୍ଲାଷ୍ଟିକ୍ । ବାଟି ପାଣି ବା ୧୦ ଲିଟର ପାଣିରେ ୨ ଗ୍ରାମ୍ ପଟାସିୟମ୍ ପରମାଙ୍ଗାନେଟ୍‌କୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ଏମାନଙ୍କ ଉପରେ ଭଲ ଭାବରେ ଗାଧୋଇ ଦେଲା । ଭଳି ପକାଇ ପୋଖରୀରେ ଛଡ଼ାଯିବା ବିଧେୟ ।
    • ପୋଖରୀର ବିଭିନ୍ନ ସ୍ଥାନରେ ଖାଦ୍ୟମୁଣା ଝୁଲାଇବା ପାଇଁ ମୋଟା ବାଉଁଶ ଖମ୍ବ । ସବୁ ପୋତାଗଲେ ପ୍ରାଥମିକ ସଂକ୍ରମଣ ଅବସ୍ଥାରେ ମାଛି ଏଗୁଡ଼ିକରେ ଘଷି ହୋଇ ନିଜକୁ ଆଗୁଲସ୍ ଠାରୁ ମୁକ୍ତ ରଖିଥାଏ ।
    • ମାସିକ କିସ୍ତିରେ ଖତ ସାର ପ୍ରୟୋଗ ୭ ଦିନ ପୂର୍ବରୁ ପୋଖରୀରେ ଏକର-ମିଟର ପିଛା ୨୦ ରୁ ୩୦ କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
    • ଶୀତଦିନେ ଅତ୍ୟଧିକ ମାତ୍ରାରେ ଜୈବିକ ଖତ ଯଥା – କଞ୍ଚା ଗୋବର ପ୍ରୟୋଗ କରାଯିବା ଅନୁଚିତ୍ ।
    • ଏହାଦ୍ଵାରା ଚମଡ଼ାକୁ ଫୋଡ଼ି ରକ୍ତ ଖାଇ ପେଟ ପୁରିଗଲା ପରେ ଉକୁଣୀଟି ମାଛ ଶରୀରରେ ଆଉ ଲାଗି ନ ରହି ଜଳରେ ମୁକ୍ତ ଭାବରେ ବୁଲେ ଇ
    • ତେଣୁ ଆଗୁଲକୁ ମାଛ ଶରୀରରୁ ଅଲଗା କରିଦେଲେ ମାଛଟି ରୋଗମୁକ୍ତ ହେଲା ବୋଲି କୁହାଯାଇ ପାରିବ ନାହିଁ ।
    • କାରଣ ଜଳରେ ମୁକ୍ତ ଭାବରେ ପହଁରି ବୁଲୁଥିବା ଆର୍ଗୁଲସସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ମାଛଙ୍କୁ ଆକ୍ରମଣ କରିଥାଏ ।
    • ଏହି ରୋଗର ନିରାକରଣ ନିମନ୍ତେ ଉଦ୍ଦିଷ୍ଟ ଔଷଧକୁ ଜଳଜ ପରିବେଶରେ ସିଧାସଳଖ ପ୍ରୟୋଗ କରାଯିବା ଉଚିତ୍ ।
    • ପ୍ରଜନନକ୍ଷମ ମାଈ ଉକୁଣି ଗୁଡ଼ିକ ପାଣିରେ ବୁଡ଼ି ରହୁଥିବା ପଥର, କାଠଖଣ୍ଡ ଗୁଡ଼ିକରେ ଡିମ୍ବ ଦେଇଥାଆନ୍ତି ।
    • ମାଈ ଉକୁଣିଟି ଡିମ୍ବ ଦେଲାପରେ ମରିଯାଇଥାଏ । ଡିମ୍ବ ଗୁଡ଼ିକରୁ ତିରିଶ ଦିନ । ପରେ ଛୁଆ ଫୁଟି ବାହାରିଥାଆନ୍ତି ।
    • ଏହି ଛୁଆଗୁଡ଼ିକ ୪ ରୁ ୫ ଥର ଖୋଳପା ଛଡ଼ାଇ ବା ମୋଲଟିଂ କରି ବଢ଼ିଲା ପରେ ମାଛଙ୍କୁ ସଂକ୍ରମଣ କରି ରକ୍ତ ଶୋଷି ଖାଇବାକୁ ସକ୍ଷମ ହୋଇଥାଆନ୍ତି ।
    • ମାଛ ଚାଷରେ ଯାଆଁଳ ଛଡ଼ାଯିବା ପରଠାରୁ ମାଛ ଅମଳ କରାଗଲା ପର୍ଯ୍ୟନ୍ତ ମାଛଙ୍କୁ ନୀରୋଗ ରଖାଯାଇ ପାରିଲେ ଆଶାନୁରୂପ ଉତ୍ପାଦନ ପାଇ ଚାଷୀଟିଏ ଲାଭବାନ ହୋଇପାରିବ ।
    • ଏଥିପାଇଁ ପୋଖରୀ ପରିଚାଳନା ସମୟରେ ସଦାସର୍ବଦା ମାଛମାନଙ୍କର ଗତିବିଧ ଓ ବ୍ୟବହାରକୁ ନିରୀକ୍ଷଣ କରିବାକୁ ହେବ ।
    • ଏଥିରେ କୌଣସି ଅସ୍ଵାଭାବିକତା ପରିଲକ୍ଷିତ ହେଲେ ତୁରନ୍ତ ଫିଙ୍ଗାଜାଲ ପକାଇ କିଛି ନମୂନା ମାଛଙ୍କୁ ଧରି ରୋଗ ଲକ୍ଷଣକୁ ଦେଖି ନିଶ୍ଚିତ ହେଲାପରେ ଠିକଣା ସମୟରେ କମ୍ ଖର୍ଚ୍ଚରେ ନିଦାନ ବ୍ୟବସ୍ଥା କରିହେବ ।
    • ଅନ୍ୟଥା- ପରବର୍ତ୍ତୀ ପର୍ଯ୍ୟାୟରେ ମାଛମାନଙ୍କ ସମୂହ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟୟସାପେକ୍ଷ ମଧ୍ୟ ହେବ ।

ମାଛି ମହାମାରୀ କ୍ଷତ ରୋଗ

ଏହି ରୋଗ ପ୍ରଥମେ ପୋଖରୀରେ ପଙ୍କ ସ୍ତରରେ ବାସ କରୁଥିବା ଶିଙ୍ଗି, ଚେଙ୍ଗ, ଗଡ଼ିଶା, ଶେଉଳ, ମାଗୁର ପ୍ରଭୃତି ଦେଶୀମାଛଙ୍କୁ ସଂକ୍ରମଣ କରିଥାଏ । ଏଣୁ ମାଛଚାଷ ପୋଖରୀରେ ଏହି ମାଛ ଗୁଡ଼ିକୁ ନ ରଖିବା ଭଲ । ପରେ ଏହି କ୍ଷତ ରୋଗ ଚାଷ ଉପଯୋଗୀ ଭାକୁର, ରୋହି, ମିରିକାଳୀ ପ୍ରଭୃତିଙ୍କ ମଧ୍ୟରେ ବ୍ୟାପିଥାଏ ।

ଲକ୍ଷଣ : ଏହି କ୍ଷତ ରୋଗ ହେବା ଦ୍ଵାରା ମାଛର ପୃଷ୍ଠଭାଗ ଏବଂ କଟିଦେଶ ବା। ଲାଞ୍ଜ ଉପରକୁ ଗଭୀର କ୍ଷତଯୁକ୍ତ ଘା ସୃଷ୍ଟିହେବା ସଙ୍ଗେ ସଙ୍ଗେ ମାଛର ଡେଣା ବା । ପକ୍ଷ ଏବଂ ଲାଞ୍ଜ ଛିଣ୍ଡି ଲାଲ ରଙ୍ଗର କ୍ଷତ ସୃଷ୍ଟି ହୋଇଥାଏ । ମାଛ ଖାଦ୍ୟ ଗ୍ରହଣ କରେ ନାହିଁ ଏବଂ ଖୁବ୍ ଅଳ୍ପ ଦିନ ମଧ୍ୟରେ ପୋଖରୀରେ ସବୁ ମାଛ ମୃତ୍ୟୁମୁଖରେ ପଡନ୍ତି ।

ପ୍ରତିକାର : ଏହିରୋଗ ପୋଖରୀରେ ଦେଖାଦେଲେ, ତୁରନ୍ତ ଏକର ପିଛା ଏକ ମିଟର ଜଳ ଗଭୀରତା ପାଇଁ ୪୦୦ ମି.ଲି. ସିଫାକ୍ସ ଔଷଧକୁ ୧୦୦ ଲିଟର ବା ୧୦ ବାଟି ପାଣିରେ ମିଶାଇ ପୋଖରୀରେ ସର୍ବତ୍ର ଜଳରେ ପ୍ରୟୋଗ କରାଯାଇଥାଏ । ଏହି ପ୍ରୟୋଗ କରିଲା ବେଳେ ସର୍ବଦା କେବଳ ପ୍ଲାଷ୍ଟିକ୍ ବାଟି ଏବଂ ମଗ୍ନ ବ୍ୟବହାର କରାଯିବା ଉଚିତ୍ ।

ଜଳ ପରିବେଶରେ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ରୋଗ

ଉପରୋକ୍ତ ଅଣୁଜୀବ ବ୍ୟତୀତ, ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ ବା ଏ ସବୁର ସାମୂହିକ ଅସ୍ଵାଭାବିକ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ପ୍ରତିକୂଳ ପ୍ରଭାବ ମାଛମାନଙ୍କ ଉପରେ ପଡ଼ିଥାଏ । ଫଳରେ ମାଛମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଏହି ପ୍ରତିକୂଳ ପରିସ୍ଥିତିମାନଙ୍କ ମଧ୍ୟରୁ ଦ୍ରବୀଭୂତ ଅମ୍ଳଜାନର ଅଭାବ ପ୍ରଧାନ ଅଟେ ।

ଲକ୍ଷଣ : ମାଛ ଦଳ ଦଳ ହୋଇ ପାଟି ପାକୁ ପାକୁ କରି ପୋଖରୀର ଉପର ସ୍ତରରେ ପହଁରିଥାନ୍ତି ଓ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକଲେ କିଛି ଘଣ୍ଟା ମଧ୍ୟରେ ମରିବା । ଆରମ୍ଭ କରନ୍ତି । ସାଧାରଣତଃ ଏହା ପାହାନ୍ତିଆ ପହରରେ ବା ଭୋର ସକାଳ ସମୟରେ ବେଶୀ ଦେଖାଯାଏ । ୩-୪ ଦିନ ଲଗାତାର ମେଘୁଆ ପାଗ ଲାଗି ରହିଲେ ଏହି ପରିସ୍ଥିତି ସୃଷ୍ଟି ହୋଇଥାଏ କିମ୍ବା ଅଳ୍ପ ସ୍ଥାନରେ ବେଶୀ ମାଛ ଛାଡ଼ିଲେ ମଧ୍ୟ ଏପରି ହୋଇଥାଏ ।

ପ୍ରତିକାର : ପୋଖରୀ ମଧ୍ୟକୁ କିଛି ନୂଆ ପାଣି ପୁରାଇବାର ସୁବିଧା ଥିଲେ ଛାଡ଼ନ୍ତୁ । କିମ୍ବା ଯଦି ପାଣି ପମ୍ଭ ଥାଏ, ତେବେ ସେହି ପୋଖରୀର ପାଣିକୁ ପୁଣି ସେହି ପୋଖରୀକୁ ଏପରି ଭାବରେ ଛାଡ଼ନ୍ତୁ ଯେପରି ବର୍ଷା ହେଲା ପରି ଉପରୁ ପାଣି ପଡ଼ିବ ।

ଏହାଛଡ଼ା ପାଣିର ଅମ୍ମଦ ବେଶି ବଢ଼ିଗଲେ ଏସିଡୋସିସ୍ ନାମକ ରୋଗ ମାଛଙ୍କୁ ହୋଇଥାଏ ।

ଲକ୍ଷଣ : ମାଛ ଖୁବ୍ ଅସ୍ଥିର ଭାବେ ପହଁରେ । କ୍ଷୁଧାଶକ୍ତି ସଂପୂର୍ଣ୍ଣଭାବେ କମିଯାଏ । ମାଛ ବେଳେ ବେ ଳେ ପୋଖରୀ ଡେଇଁ ପଳାଇଯିବାକୁ ଉଦ୍ୟମ କରେ । କେତେକାଂଶରେ ମାଛର ଗାଲିସିରେ ଗାଢ଼ ଧୂସର ରଙ୍ଗର ଦାଗ ମଧ୍ୟ ଦେଖାଯାଏ ।

ପ୍ରତିକାର : ପୋଖରୀ ପାଣିର ଅମ୍ଳତ୍ଵ ପରୀକ୍ଷା କରି ଏକର ପିଛା କ୍ୟାଲସିୟମ କାର୍ବୋନେଟ୍ (ଚୂନ) ୨୪୦ କି.ଗ୍ରା. ପ୍ରୟୋଗ କରିବାକୁ ପଡ଼ିଥାଏ । ଏହି ଚୂନ ପରିମାଣକୁ ସମାନ ତିନିଗୋଟି କିସ୍ତିରେ ସାପ୍ତାହିକ ଅନ୍ତରରେ ପୋଖରୀରେ ପକାଯାଇଥାଏ ।

ମାଛର ପୁଷ୍ଟିଜନିତ ଅଭାବ ରୋଗ

ଉପଯୁକ୍ତ ଖାଦ୍ୟାଭାବରୁ ଏହି ରୋଗ ମାଛଙ୍କୁ ହୋଇଥାଏ । ସାଧାରଣତଃ ଯେଉଁ ଚାଷୀଭାଇମାନେ ଅଳ୍ପଜାଗାରେ ବହୁତ ମାଛ ଛାଡ଼ିଥାଆନ୍ତି ଏବଂ ମାଛଙ୍କୁ ଖାଇବା ପାଇଁ ପୂରକ ଆହାର ବା କୃତ୍ରିମ ଖାଦ୍ୟ ଅନୁମୋଦିତ ମାତ୍ରାରେ ନ ଦେବା ସଙ୍ଗେ ସଙ୍ଗେ ପୋଖରୀ ପ୍ରାକୃତିକ ଖାଦ୍ୟ (ପ୍ଲବକ) ସୃଷ୍ଟି ନିମିତ୍ତ ବିଶେଷ ଧ୍ୟାନ ଦେଇ ନଥାନ୍ତି, ସେହି ପୋଖରୀରେ ମାଛ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।

ଲକ୍ଷଣ : ମାଛ ଶରୀର ବିକୃତ ହେବା ସଙ୍ଗେ ସଙ୍ଗେ ଦେହ ସରୁଆ ଓ ମୁଣ୍ଡ ବଡ଼ ଦେଖାଯାଏ । ମାଛ ବଢ଼େ ନାହିଁ ଓ ଅନ୍ୟାନ୍ୟ ରୋଗ ପରେ ପରେ ସହଜରେ ସଂକ୍ରମଣ କରିଥାଏ ।

ପ୍ରତିକାର : ପୋଖରୀରେ ଗୋବର ଓ ସାର ଦେଇ ପ୍ରାକୃତିକ ଖାଦ୍ୟ (ପ୍ଳବକ) ବଢ଼ାଇଦେଲେ ଏବଂ କୁଣ୍ଡା ପିଡ଼ିଆ ଇତ୍ୟାଦି ପୂରକ ଆହାର ଅନୁମୋଦିତ ମାତ୍ରାରେ ପ୍ରତ୍ୟହ ଖାଇବାକୁ ଦେଲେ ମାଛମାନେ ରୋଗମୁକ୍ତ ହୁଅନ୍ତି ।

ମାଛ ଏକ ଶୀତଳ ରକ୍ତଯୁକ୍ତ ଜୀବ । ଅର୍ଥାତ୍ – ଅନ୍ୟ ସ୍ଥଳଚର ପ୍ରାଣୀମାନଙ୍କ ଭଳି ସେମାନଙ୍କର ଶରୀର ଉଭାପ ସଦାସର୍ବଦା ନିର୍ଦ୍ଦିଷ୍ଟ ସମାନ ହୋଇ ରୁହେ ନାହିଁ ବରଂ ଏହା ଜଳଜ ପରିବେଶର ଉତ୍ତାପ ସହ ସିଧାସଳଖ ନିର୍ଭରଶୀଳ ଅଟେ । ବାହ୍ୟ ପରିବେଶର ଉତ୍ତାପ କମ୍ ବେଶୀ ହେଲେ ସେମାନଙ୍କ ଶରୀରର ଉତ୍ତାପ ମଧ୍ୟ ଅନୁରୂପ ଭାବେ କମ୍ ବେଶୀ ହୋଇଥାଏ । ଶୀତଦିନେ ଜଳର ଉତ୍ତାପ କମି ଯାଉଥିବାରୁ ସେମାନଙ୍କ ଶରୀର ଉତ୍ତାପ ମଧ୍ୟ କମିଯାଏ । ସେମାନେ ଆଉ ଆଗ ଭଳି ଚଳଚଞ୍ଚଳ ନ ରହି ଅଳସୁଆ ହୋଇଯାଆନ୍ତି । ଦୈନନ୍ଦିନ ଶାରୀରିକ କ୍ରିୟା ଯଥେଷ୍ଟ ଭାବେ ହେଉ ନଥିବାରୁ ସେମାନଙ୍କୁ ଆଉ ଭୋକ ହୁଏ ନାହିଁ ।

ପ୍ରାୟତଃ ଖାଦ୍ୟ ଗ୍ରହଣ ନ କରି ପୁଷ୍ଟିହୀନତାର ଶିକାର ହୋଇଥାନ୍ତି । ଏହି ସମୟରେ ଏକ ସନ୍ଧିପଦ ଜାତୀୟ ପରଜୀବୀ ଉକୁଣୀ ଆଙ୍ଗୁଲସ୍ ଦ୍ଵାରା ଏମାନେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି । ଏହାକୁ ମାଛର ଉକୁଣିଆ ରୋଗ ବା ଆଗୁଲୋସିସ୍ ବୋଲି କୁହାଯାଇଥାଏ ।

ବାହ୍ୟ ପରିବେଶର ଉତ୍ତାପ କମ୍ ବେଶୀ ହେଲେ ସେମାନଙ୍କ ଶରୀରର ଉତ୍ତାପ ମଧ୍ୟ ଅନୁରୂପ ଭାବେ କମ୍ ବେଶୀ ହୋଇଥାଏ । ଶୀତଦିନେ ଜଳର ଉତ୍ତାପ କମି ଯାଉଥିବାରୁ ସେମାନଙ୍କ ଶରୀର ଉତ୍ତାପ ମଧ୍ୟ କମିଯାଏ ।

ମାଛ ଚାଷ ପୋଖରୀରେ ରୋଗ ପ୍ରତିଷେଧକ ବ୍ୟବସ୍ଥା

  1. ମାଛ ଯାଆଁଳ ଛାଡ଼ିବାର ୧୫ ଦିନରୁ ୧ ମାସ ପୂର୍ବରୁ ପୋଖରୀ ପାଣିରେ ୧୦୦ କି.ଗ୍ରା. କାର୍ବୋନେଟ୍ ବା ପଥର ଚୂନକୁ ସଙ୍ଗେ ସଙ୍ଗେ ପାଣିରେ ବତୁରାଇ । ଗରମ ଥିବା ଅବସ୍ଥାରେ ପ୍ରୟୋଗ କରନ୍ତୁ । ଏହା ମାଛ ଚାଷର ପ୍ରଥମ ପ୍ରତିଷେଧକ ଟୀକା ଭଳି କାମ କରିଥାଏ ।
  2. ଏହାଛଡ଼ା ଶୀତ ପଡ଼ିବା ପୂର୍ବରୁ ଯଥା :- ଅକ୍ଟୋବର ମାସ ପ୍ରଥମ ସପ୍ତାହ (ଆଶ୍ୱିନ ମାସ) ଏବଂ ଅତ୍ୟଧୁକ ଶୀତ ସମୟରେ ଯଥା :- ଜାନୁଆରୀ ମାସ ପ୍ରଥମ ସପ୍ତାହ (ମାଘ ମାସ)ରେ ଏକର ପିଛା ପ୍ରତ୍ୟେକ ଥର ୫୦ କି.ଗ୍ରା. ଲେଖାଏଁ ପଥର ଚୂନ ପ୍ରୟୋଗ କରନ୍ତୁ ।
  3. ଏହାଛଡ଼ା ଅନ୍ୟ ମାସଗୁଡ଼ିକର ପ୍ରଥମ ସପ୍ତାହରେ ୨୦-୩୦ କି.ଗ୍ରା. ପଥର ଚୂନ ଜୈବିକ ଖତ ପ୍ରୟୋଗର ୭ ଦିନ ପୂର୍ବରୁ ପକାଇବା ଉଚିତ୍ । ପୋଖରୀରେ ମାଛଥିବା ଅବସ୍ଥାରେ ଚୂନକୁ ରାତିସାରା । ବତୁରାଇ ସକାଳେ ପ୍ରୟୋଗ କରାଯାଇଥାଏ ।
  4. ପୋଖରୀରେ ମାଛ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ଏକର ପିଛା  ୨୪୦ କି.ଗ୍ରା. ପଥର ଚୂନକୁ ୩ଟି ସମାନ କିସ୍ତିରେ ଅର୍ଥାତ୍ – ଥରକୁ ୮୦ କି.ଗ୍ରା. ହିସାବରେ ସପ୍ତାହ ଅନ୍ତରରେ ପୋଖରୀରେ ପ୍ରୟୋଗ କରାଯିବା ଆବଶ୍ୟକ ।
  5. ସେହିଭଳି ନଭେମ୍ବର ମାସ ପ୍ରଥମ ସପ୍ତାହ ଏବଂ ଫ୍ରେବୃୟାରି ମାସ ପ୍ରଥମ ସପ୍ତାହରେ ପ୍ରତ୍ୟେକ ଥର ଏକର ପିଛା ୪୦୦ ମି.ଲି. ସିଫାକ୍ସ ଔଷଧକୁ  ୧୦୦ ଲିଟର ପାଣିରେ ମିଶାଇ କ୍ଷତରୋଗର ପ୍ରତିଷେଧକ ଭାବେ ପୋଖରୀରେ ପକାନ୍ତୁ ।
  6. ସର୍ବୋପରି ପୋଖରୀକୁ ଦଳମୁକ୍ତ ତଥା ଛାୟା ବିହୀନ ରଖନ୍ତୁ । ବାହାରର ଆବର୍ଜନାମୟ ପାଣି ପୋଖରୀକୁ ପଶିବାକୁ ଦିଅନ୍ତୁ ନାହିଁ ।
  7. ଆବଶ୍ୟକ ମୁତାବକ କୃତ୍ରିମ ଖାଦ୍ୟ ଏବଂ ଅନୁମୋଦିତ ମାତ୍ରାରେ ପୋଖରୀରେ । ଖତସାର ପ୍ରୟୋଗ କରନ୍ତୁ ।
  8. ପୋଖରୀରେ ହାରାହାରି ଜଳ ଗଭୀରତା ୫ ଫୁଟରୁ କମ୍ ହେବାକୁ ଦିଅନ୍ତୁ ନାହିଁ ।
  9. ପ୍ରତ୍ୟେକ ୧୫ ଦିନ ଅନ୍ତରରେ ଫିଙ୍ଗାଜାଲ ପକାଇ କିଛି ମାଛଙ୍କୁ ଧରି ସେମାନଙ୍କର ସ୍ଵାସ୍ଥ୍ୟ ଏବଂ ଶରୀର ବୃଦ୍ଧି ବିଷୟରେ ଯାଞ୍ଚ କରିନିଅନ୍ତୁ ।

ଏହିଭଳି ଯତ୍ନ ନିଆଗଲେ ପୋଖରୀରୁ ମାଛରୋଗ ବିହୀନ ଉତ୍ତମ ଫସଲଟିଏ ସହଜରେ ଅମଳ କରି ଚାଷୀଟିଏ ଲାଭବାନ୍ ହୋଇପାରିବ ।

ପୋଖରୀ ପ୍ରସ୍ତୁତି

ମାଛ ବା ଚିଙ୍ଗୁଡ଼ି ଚାଷ ପାଇଁ ସଠିକ୍ ପୋଖରୀ ପ୍ରସ୍ତୁତି କରିବା ନିହାତି ଜରୁରୀ । ପ୍ରଥମେ ପୋଖରୀକୁ ଶୁଖାଇ ଦୁଇ ଥର ହଳ କରିବାକୁ ପଡ଼ିଥାଏ । ଏହାଦ୍ୱାରା ମାଟି ଭିତରେ ଥିବା ବିଷାକ୍ତ ଅଦରକାରୀ ଗ୍ୟାସ ବାହାରିଯାଏ । ଏହାପରେ ପୋଖରୀରେ ୪ ଫୁଟର ପାଣି ଛାଡ଼ିବା ପରେ ଏକର ପିଛା ୫୦ କିଲୋଗ୍ରାମ ବ୍ଳିଚିଂ ପାଉଡର ପ୍ରୟୋଗ କରିବାକୁ ହେବ । ବ୍ଳିଚିଂ ପାଉଡର ପ୍ରୟୋଗ କରିବାର ୭ ଦିନ ପରେ ଏକର ପିଛା ୫୦ କିଲୋଗ୍ରାମ ଅକ୍ସାଇଡ୍ ଚୂନ ପକାଇବେ ।

ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଏକର ପିଛା ୨୦ କିଲୋଗ୍ରାମ ଡୋଲୋମାଇଟ୍ ବ୍ୟବହାର କରିବେ । ତା’ପର ଦିନ ସକାଳୁ ୟୁରିଆ ସାର ୫ କିଲୋଗ୍ରାମ ଏବଂ ସୁପର ସାର ୧୦ କିଲୋଗ୍ରାମ ପାଣିରେ ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ । ଏହିଭଳି ଉପାୟରେ ଡୋଲୋମାଇଟ୍ ଓ ରାସାୟନିକ ସାର ଥରେ ବା ଦୁଇଥର ପକାଇ ସାରିଲା ପରେ ପୋଖରୀ ପାଣିରେ ଯଥେଷ୍ଟ ପରିମାଣର ପ୍ଳାବକ ସୃଷ୍ଟି ହୋଇ ପାଣି ରଙ୍ଗ ଇଷତ୍ ସବୁଜ ଦେଖାଯାଏ । ଏହାପରେ ପୋଖରୀରେ ଜାଆଁଳ ଛଡ଼ାଯାଇଥାଏ ।

ଖାଦ୍ୟ ପରିଚାଳନା

ମାଛ ଚାଷରେ ଖାଦ୍ୟ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚିଙ୍ଗୁଡ଼ି ଚାଷରେ ଏହା ସମୁଦାୟ ଖର୍ଚ୍ଚର ଶତକଡ଼ା ୫୦-୬୦ ଭାଗ ଅର୍ଥ ବିନିଯୋଗ ଆବଶ୍ୟକ କରେ । ଚିଙ୍ଗୁଡ଼ି ସାଧାରଣତଃ ରାତ୍ରିଚର ହୋଇଥିବାରୁ ସେମାନଙ୍କ ଖାଦ୍ୟ ପରିଚାଳନାକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦ ପ୍ରତିଶତ ଏବଂ ସନ୍ଧ୍ୟା ସମୟରେ ୬୦ ପ୍ରତିଶତ ଦିଆଯିବା ଦରକାର । ୨ କିଲୋଗ୍ରାମ ଲେଖାଏଁ ବାଦାମ ପିଡ଼ିଆ, ସୋୟାବିନ୍ ଗୁଣ୍ଡ, ମାଛ ବା ଚିଙ୍ଗୁଡ଼ ଗୁଣ୍ଡ, କାଣ୍ଡିଆ କୁଣ୍ଡା ୪ କିଲୋଗ୍ରାମ, କଡ୍ ମାଛର ତେଲ ୧୦୦ ଗ୍ରାମ, ଭିଟାମିନ୍ ମିନେରାଲ ମିକ୍ସ ୨୦ ଗ୍ରାମ ଆଦିକୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଚିଙ୍ଗୁଡ଼ି ଖାଦ୍ୟ ଭାବେ ବ୍ୟବହାର କରାଯାଏ।

ମାଛ ଚାଷ ପାଇଁ ପୋଖରୀରୁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲ ପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରତି ୧୫ ଦିନ ବ୍ୟବଧାନରେ ପ୍ରାୟ ୨୦-୩୦ ଭାଗ ପାଣି ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଦ୍ୱାରା ପୋଖରୀର ତଳଭାଗ ପରିଷ୍କାର ରହିଥାଏ । ବିଷାକ୍ତ ଗ୍ୟାସ ଏବଂ ଅନ୍ୟାନ୍ୟ ମଇଳା ନିଷ୍କାସନ ହୋଇଥାଏ । ଫଳରେ ଚିଙ୍ଗୁଡ଼ି ସୁସ୍ଥ ରୁହନ୍ତି ଓ ଭଲ ବଢ଼ନ୍ତି ।

ଚାଷ ଉପଯୋଗୀ ପୋଖରୀର ମାନ

  • ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମଟାଳି ମିଶା ହୋଇଥିବା ଆବଶ୍ୟକ ।
  • ପାଣିର ଗୁଣ-ଉତ୍ତାପ ୨୪ ରୁ ୩୪ ଡିଗ୍ରୀ ରହିବା ଜରୁରୀ ।
  • ଅମ୍ଳତା ୭-୮.୫ ପିଏଚ୍
  • ସ୍ୱଚ୍ଛତା ୭୦ ରୁ ୩୫ ସେ.ମି
  • ଦ୍ରବିଭୂତ ଅମ୍ଳଜାନ ୪ ପିପିଏମ୍ ରୁ ଅଧିକ
  • ପୋଖରୀର ଗଭୀରତା ୧.୨ ରୁ ୧.୫ ମି.
  • ପୋଖରୀରେ ଇନ୍ଲେଟ୍ ଏବଂ ଆଉଟ୍ଲେଟ୍ ସୁବିଧା ଥିବା ଦରକାର ।
  • ପୋଖରୀରେ ବର୍ଷ ତମାମ ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ଥିଲେ ଭଲ ।

ଚାଷ ସମୟରେ ଆବଶ୍ୟକ ପରିଚାଳନା

  • ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ।
  • ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇଦେବା ଉଚିତ ।
  • ଚିଙ୍ଗୁଡିମାନେ ମୁଖ୍ୟତଃ ପୂର୍ଣ୍ଣିମା ଏବଂ ଅମାବାସ୍ୟା ସମୟରେ ଖୋଳପା ଛାଡ଼ନ୍ତି । ଏହି ସମୟରେ ଏକର ପିଛା ୨୦ କେ.ଜି. ଚୂନ ପ୍ରୟୋଗ କରାଯିବା ଆବଶ୍ୟକ ।
  • ପ୍ରତି ୧୫ ଦିନରେ ଥରେ ଫିଙ୍ଗାଜାଲ ଦ୍ୱାରା ସ୍ୟାପଲିଙ୍ଗ କରି ଚିଙ୍ଗୁଡ଼ିଙ୍କର ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା କରିବା ଆବଶ୍ୟକ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ –

ମୂଳ ବିଷୟ ବସ୍ତୁ :

  • ଘାସିଆନନ୍ଦ ପଟେଲ, ପ୍ରାଧ୍ୟାପକ, ମତ୍ସ୍ୟବିଜ୍ଞାନ ବିଭାଗ

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ,  ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
3.05263157895
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top