ସେଆର କରନ୍ତୁ

ମାଛ ଚାଷ

ବର୍ଷା ଦିନେ ପୋଖରୀ ହୁଡ଼ାଭଙ୍ଗି ଯାଇଥିଲେ ତୁରନ୍ତ ମରାମତି ଓ ମାଛ ମାନଙ୍କୁ ଜୀବାଣୁ ଜନିତ ରୋଗରୁ ରକ୍ଷା କରିବା ଆବଶ୍ୟକ ।

ବର୍ଷା ଦିନରେ ମାଛ ଥିବା ପୋଖରୀର ଧ୍ୟାନ ରଖିବା ଆବଶ୍ୟକ । ଯଦି ପୋଖରୀର ଧ୍ୟାନ ନରଖା ଯାଏ ଏହା ଦ୍ଵାରା ବହୁତ କ୍ଷତି ଓ ମାଛ ମାନଙ୍କୁ ବିଭିନ୍ନ ରୋଗ ହୋଇଥାଏ । ତେଣୁ ବର୍ଷା ଦିନେ  ପୋଖରୀ ହୁଡ଼ାଭଙ୍ଗି ଯାଇଥିଲେ ତୁରନ୍ତ ମରାମତି ଓ ମାଛ ମାନଙ୍କୁ  ଜୀବାଣୁ ଜନିତ ରୋଗରୁ ରକ୍ଷା କରିବା ପାଇଁ ପୋଖରୀର ଯତ୍ନ ନେବା ଆବଶ୍ୟକ ।

ବର୍ଷାରେ ମାଛ ପୋଖରୀ ହୁଡ଼ାଭଙ୍ଗି ଯାଇଥିଲେ ତୁରନ୍ତ ମରାମତି

  • ଏକ ହେକ୍ଟର ବିଶିଷ୍ଟ ମାଛ ପୋଖରୀର ୧୨୫୦୦ ଜାଆଁଳ ପାଇଁ ପ୍ରତିଦିନ ୩ କି.ଗ୍ରା., ୭୫୦ ଗ୍ରାମ୍ କାଣ୍ଡିଆ କୁଣ୍ଡା ଓ ୩ କି.ଗ୍ରା. ୭୫୦ ଗ୍ରାମ୍ ବାଦାମ ପିଡ଼ିଆ ମିଶାଇ ସମୁଦାୟ ଦୈନିକ ୭ କି.ଗ୍ରା. ୫୦୦ ଗ୍ରାମ୍ ଦାନା ଖାଇବାକୁ ଦିଅନ୍ତୁ ।
  • ପୋଖରୀର ନିମ୍ନ ସ୍ତରରେ ଥିବା ମିରିକାଳୀ ଓ ବିଲାତୀ ରୋହି ଉପରସ୍ତରକୁ ଉଠିଲେ ଓ ପୋଖରୀ ତଳ ମାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପ୍ରତି ହେକ୍ଟର ମିଟର ପାଣିରେ ୫୦ କି.ଗ୍ରା, ଜିଓଲାଇଟ୍ ବ୍ୟବହାର କରନ୍ତୁ ।
  • ଶୀତଦିନ ପ୍ରାରମ୍ଭରୁ ପୋଖରୀରେ ୪୦ କି.ଗ୍ରା.। ଚୂନ ସହିତ ୪ କି.ଗ୍ରା, ହଳଦୀଗୁଣ୍ଡ ମିଶାଇ ଦୁଇଟି କିସ୍ଥିରେ ୧ ମାସ ଅନ୍ତରରେ ପକାଇଲେ ମାଛଙ୍କୁ ରୋଗ ହେବାର ଆଶଙ୍କା ନଥାଏ ।

ଜୀବାଣୁ ଜନିତ ରୋଗ

  • ପକ୍ଷ ଓ ଲାଞ୍ଜ ପଚା ରୋଗ ହେଲେ ଲିଟର ପିଛା ୧.୫ ମି.ଗ୍ରା. ତୃତିଆକୁ ଜଳରେ ମିଶାଇ ମାଛକୁ
  • ଆଖପଚା ରୋଗ ହେଲେ ଲିଟର ପିଛା ୮ ରୁ ୧୦ ମି.ଗ୍ରା. କ୍ଳୋରୋମାଇସେଟିନ୍ ଜଳରେ ଦ୍ରବୀଭୂତ କରି ମାଛକୁ ଦିନକୁ ୨ ଘଣ୍ଟା ଯାଏଁ ରଖନ୍ତୁ । ଏପରି ଦୁଇରୁ ତିନିଦିନ କରିବେ ।
  • ପଚା ଘା' ରୋଗ ହେଲେ ୨ ଲିଟର ପାଣିରେ ୧ ଗ୍ରାମ୍ ତୁତିଆ ମିଶାଇ ମାଛକୁ ପ୍ରତିଦିନ ୧ ମିନିଟ୍ ପାଇଁ ୩ ରୁ ୪ ଦିନ ରଖନ୍ତୁ । ଏଥି ସହ ମାଛକୁ ଲିଟର ପ୍ରତି ୩୦ ଗ୍ରାମ୍ ଲୁଣ ମିଶାଇ ସେଥିରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ରଖଲେ ମଧ୍ୟ ଭଲ ହୁଏ ।

ଆଧାର -"ଦୈନିକ ଧରିତ୍ରୀ"

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top