ହୋମ / କୃଷି / ମତ୍ସ୍ୟପାଳନ / ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ (ବିଭାଗ – ୧)
ସେଆର କରନ୍ତୁ

ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ (ବିଭାଗ – ୧)

ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ ସମ୍ବନ୍ଧରେ ସୂଚନା ।

ମାଛଚାଷ ଗୋଟିଏ ନୂଆ କଥା ନୁହେଁ ବା ତତ୍ ସଂକ୍ରାନ୍ତୀୟ ନିର୍ମାଣଜ୍ଞାନ କୌଶଳ ମଧ୍ୟ ନୂଆ ନୁହେଁ । ଦୀର୍ଘ ଦୁଇ ହଜାର ବର୍ଷ ପୂର୍ବରୁ ପ୍ରଥମ ମାଛଚାଷ ପୋଖରୀ ନିର୍ମିତ ହୋଇଥିବାର ପ୍ରମାଣ ରହିଛି । ବସ୍ତୁତଃ ବିଗତ କେତେ ବର୍ଷ ମଧ୍ୟରେ କୃଷି ତୁଳନାରେ ମାଛଚାଷ ସେତେଟା ଅଗ୍ରଗତି କରିପାରି ନାହିଁ । ମାତ୍ର ଗତ ତିନି ଦଶନ୍ଧି ମଧ୍ୟରେ ମାଛଚାଷ କ୍ଷେତ୍ରରେ ଯେଉଁ ଅଦ୍ଭୁତପୂର୍ବ ଗବେଷଣା, ଉପଯୋଗ ଓ ପ୍ରସାର ଇତ୍ୟାଦି କାର୍ଯ୍ୟ କରାଗଲା ତାହା ବାସ୍ତବିକ୍ ଉଲ୍ଲେଖନୀୟ । ମତ୍ସ୍ୟ ବୈଜ୍ଞାନିକମାନେ ଅଧିକ ଉତ୍ପାଦନ ଭିଭିକ ମାଛଚାଷରେ ଯେଉଁ କେତୋଟି ଉନ୍ନତ ପ୍ରୟୋଗ ପ୍ରଣାଳୀ ବାହାର କଲେ ତାହା ପ୍ରମାଣିତ କରିଦେଲା ଯେ ମାଛଚାଷ ଅନ୍ୟ ସବୁ ଚାଷଠାରୁ ଲାଭଦାୟକ । ଏହାକୁ ଭିତ୍ତିକରି ମାଛଚାଷ ଯେ ଏକ ମୁଖ୍ୟ ଗ୍ରାମ୍ୟ ଶିଳ୍ପରୂପେ ଏବେ ମୁଣ୍ଡ ଟେକିବାକୁ ଯାଉଛି ଏହା ନିଃସନ୍ଦେହରେ କୁହାଯାଇପାରେ । କିନ୍ତୁ ପ୍ରଶ୍ନ ଉଠେ ବିନା ବୈଷୟିକ କୌଶଳରେ ନିର୍ମିତ ଆମ ଦେଶର ଗାଁ ଗହଳିରେ ଥିବା ଲକ୍ଷ ଲକ୍ଷ ହେକ୍ଟର ପରିତ୍ୟକ୍ତ ଗାଡ଼ିଆ, ପୋଖରୀ ଓ ଜଳକ୍ଷେତ୍ରକୁ ନେଇ କଣ ଆମେ ଏ ମୂଲ୍ୟବାନ ଯୋଜନା ଗୁଡ଼ିକୁ ଶିଳ୍ପରୂପେ ଦେଇପାରିବା ? ବୈଷୟିକ ପରାମର୍ଶ ସହିତ ଇଂଜିନିୟରିଂ କୌଶଳର ଅବଲମ୍ବନ ଏହାର ଏକମାତ୍ର ମାଧ୍ୟମ ଯାହା ଦ୍ଵାରାକି ଏଗୁଡ଼ିକର ନବୀକରଣ କରିବା ସଙ୍ଗେ ସଙ୍ଗେ ନୂତନ ପ୍ରକାରର ପୋଖରୀ ନିର୍ମାଣକରି ମସ୍ୟଚାଷୀମାନଙ୍କର ଉନ୍ନତି ସହିତ ଦେଶର ଅର୍ଥନୈତିକ ମାନଦଣ୍ଡ ସୁଦୃଢ଼ କରାଯାଇପାରିବ । ଅବଶ୍ୟ ଏ ପ୍ରଣାଳୀ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ମସ୍ୟଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ଏବଂ ପାଣ୍ଡିର ଆବଶ୍ୟକ ରହିଛି । ତେଣୁ ଦେଶର ବିଭିନ୍ନ ସଂସ୍ଥା ପୁଷ୍ଟିସାର ଖାଦ୍ୟର ଅଭାବକୁ ଲକ୍ଷ୍ୟ କରି ମାଛ ଶିଳ୍ପର ବିକାଶ ନିମିତ୍ତ ବୈଷୟିକ ସାହାଯ୍ୟ ସହଯୋଗ ଓ ସୁଲଭ ଋଣ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି ।

ତେବେ ଆସନ୍ତୁ ଆଲୋଚନା କରିବା ଜଳଜୀବମାନଙ୍କର ବାସସ୍ଥଳୀ ନିମିତ୍ତ କେଉଁ କେଉଁ ବିଷୟ ଉପରେ ଧ୍ୟାନ ଦେଇ ଓ କେଉଁ ପ୍ରକାରର କାରିଗରୀ କୌଶଳ । ଅବଲମ୍ବନ କରି ଆମେ ମାଛଚାଷ ସମ୍ବନ୍ଧୀୟ ଏ ବୈଜ୍ଞାନିକ ତତ୍ତ୍ଵଗୁଡ଼ିକର ସଦୁପଯୋଗ କରିବା ଓ ଆମର ଜଳକ୍ଷେତ୍ରଗୁଡ଼ିକର ଫାଇଦା ଉଠାଇପାରିବା ।

ବିଭିନ୍ନ ପ୍ରକାରର ମାଛ ପୋଖରୀ

ମାଛଚାଷ ପୋଖରୀ ଗୁଡ଼ିକ ସାଧାରଣତଃ ଦୁଇଟି ଉପାୟରେ କରାଯାଏ । ଗୋଟିଏ ହେଲା ମାଟି ଖୋଳି ଓ ଅନ୍ୟଟି ଭୂମି ଉପରେ ବନ୍ଧ ନିର୍ମାଣ କରି କରାଯାଏ । କେତେକ କ୍ଷେତ୍ରରେ ଉଭୟ ବନ୍ଧ ପକା ଓ ମାଟି ଖୋଳା କାମ ମଧ୍ୟ କରାଯାଇଥାଏ । ଏ ସବୁର ମୁଖ୍ୟତଃ ଭୂମିର ପତନ ତଥା ପୋଖରୀ ଖୋଳିବା ସ୍ଥାନଟିର ପ୍ରାକୃତିକ  ପରିବେଶ ଉପରେ ନିର୍ଭର କରେ । ପୋଖରୀ ଗୁଡ଼ିକ ଭୂମି ପତନର ଉପରେ କରାଯାଇ ପାରିଲେ ଭଲ । ଏହାଦ୍ଵାରା ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା ସୁବିଧାରେ  କରାଯାଇପାରେ । ଏହି ପ୍ରକାରର ଜଳାଶୟର ମାଛ ଉତ୍ପାଦନ କ୍ଷମତା ସାଧାରଣ ଠାରୁ ପାଞ୍ଚ ଦଶ ଗୁଣ ବୃଦ୍ଧି ପାଇଥାଏ । ଉତ୍ପାଦନ ବୃଦ୍ଧି ଓ ଜଳର ସଦୁପଯୋଗ ନିମିତ୍ତ ମାଟିବନ୍ଧ ଘେରା ପୋଖରୀ ବ୍ୟତୀତ ଇଟା, ଗୋଡ଼ି, ବାଲି, ପଥର, ସିମେଣ୍ଟ ଦ୍ଵାରା ବିଭିନ୍ନ ପ୍ରକାରର ପକା ପୋଖରୀ ଓ କୃତ୍ରିମ ଉପାୟରେ ସ୍ରୋତ ସୃଷ୍ଟିକାର ପୋଖରୀ ତିଆରି ହେଉଛି । ଏ ପ୍ରକାରର ପୋଖରୀ ଗୁଡ଼ିକ ପ୍ରାରମ୍ଭିକ ସମୟରେ ବ୍ୟୟସାପେକ୍ଷ ହେଲେ ମଧ୍ୟ ଆଜିର ଶିଳ୍ପଭିତ୍ତିକ ମାଛ ଚାଷ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ପାଇଁ ବିଶେଷ ଉପଯୋଗୀ ଓ ଲାଭଦାୟକ ।

ସ୍ଥାନ ନିରୂପଣ

ମାଛଚାଷ ପାଇଁ ଏକ ପୋଖରୀ କିମ୍ବା ଅନେକ ପ୍ରକାରର ପୋଖରୀ ଥିବା ଏକ ଫାର୍ମ ଆବଶ୍ୟକ । ଏଥିପାଇଁ ଏକ ସୁବିଧାଜନକ ସ୍ଥାନ ପ୍ରଥମରୁ ବାଛିନେବା ହେଉଛି ଏକ ବୃଦ୍ଧିମାନର କାମ । କାରଣ ଏହାରି ଉପରେ ପୋଖରୀଗୁଡ଼ିକର ନିର୍ମାଣ ଅଟକଳ ଓ ଫାର୍ମଟିର ଆର୍ଥିକସ୍ଥିତି ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ । ମାଛପୋଖରୀ ପାଇଁ ଉପଯୋଗୀ ସ୍ଥାନ ବାଛିଲା ବେଳେ ମୁଖ୍ୟତଃ ତିନୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ । ସେଗୁଡ଼ିକ ହେଲା –

  • ସ୍ଥାନଟିର ପ୍ରାକୃତିକ ବିବରଣ (ଭୂବୃତ୍ତାନ୍ତ),
  • ମାଟି ଓ
  • ଜଳ
  • ପ୍ରାକୃତିକ ବିବରଣ
  • ପ୍ରଥମେ ସ୍ଥାନଟିର ଭୂ-ବିବରଣୀ କଥା ଚିନ୍ତା କରାଯାଉ । ଯାଗାଟି ଗଡାଣିଆ ହୋଇଥିଲେ ଭୂମି ଉପରେ ବନ୍ଦକରି ପୋଖରୀ କରାଯାଏ । ଯାହା ଫଳରେ ଗୋଟିଏ ପୋଖରୀରୁ ଆର ପାଖ ପୋଖରୀକୁ ଜଳ ସୁବିଧାରେ ଯାତାୟତ କରିଥାଏ । ଏହା ଫଳରେ ଜଳ ନିଷ୍କାସନ ପାଇଁ ପାଣିପ ଇତ୍ୟାଦିର ବ୍ୟବସ୍ଥା ଦରକାର ପଡ଼େ ନାହିଁ । ଯେହେତୁ ପୋଖରୀର ବନ୍ଧ ତିଆରି ପାଇଁ ଦରକାର ମାଟିର ପରିମାଣ ଠାରୁ ପୋଖରୀ । ଖୋଳାରୁ ଅଧିକ ମାଟି ବାହାରେ ସେହି ହେତୁ ଏପରି ଗଡ଼ାଣିଆ ଯାଗାଗୁଡ଼ିକ ଅନେକ ଦୃଷ୍ଟିରୁ ସୁବିଧାଜନକ । କିନ୍ତୁ ଗଡ଼ାଣିର ହାର ଶତକଡ଼ା ଏକରୁ ପାଞ୍ଚ ମଧ୍ୟରେ ହେଲେ ଭଲ । ଗଡ଼ାଣିର ହାର ଅଧିକ ହେଲେ ବଡ଼ ପୋଖରୀ କରିବାରେ ସୁବିଧା ହୁଏ ନାହିଁ । ପୋଖରୀର ଗଭୀରତା ଆବଶ୍ୟକ ଠାରୁ ବଢ଼ିଯାଏ । ସମତଳ ଅଞ୍ଚଳର ଖାଲୁଆ ଯାଗାଗୁଡ଼ିକ ମାଟିଖୋଳି ପୋଖରୀ କରିବା ପାଇଁ କମ୍ ଖର୍ଚ୍ଚ ପଡ଼େ । ଦେଶର ବିଭିନ୍ନ ପ୍ରାନ୍ତରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ଲକ୍ଷ ଲକ୍ଷ ହେକ୍ଟର ସନ୍ତସନ୍ତିଆ ଅନାବାଦୀ । ଭୂମି ଓ ଜଳକ୍ଷେତ୍ର ଗୁଡ଼ିକୁ ବିଶେଷ ଭାବେ ଅନୁଧ୍ୟାନ ପୂର୍ବକ ବିଭିନ୍ନ ଇଞ୍ଜିନିୟରିଂ କୌଶଳର ଅବଲମ୍ବନରେ ଶସ୍ତା ଓ ସୁବିଧା ଜନକ ମାଛ ପୋଖରୀରେ ପରିଣତ କରାଯାଇପାରେ। ଅନେକଗୁଡ଼ିଏ ପୋଖରୀ ସମ୍ବଳିତ ଫାର୍ମଟିଏ କରିବାର ଥିଲେ ପର୍ଯ୍ୟବେକ୍ଷଣ ପଦ୍ଧତିର ଅବଲମ୍ବନରେ ଭୂବୃତ୍ତାନ୍ତ ନିୟ କରିବାକୁ ପଡ଼ିଥାଏ ।

  • ମାଟି
  • ଅନୁସନ୍ଧାନରୁ ଜଣାଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ଖୋଦିତ ହୋଇଥିବା ଅଧୁକାଂଶ ପୋଖରୀ ଗୁଡ଼ିକରେ ପାଣି ନ ରହିବାର ମୁଖ୍ୟ କାରଣ ହେଲା ପୋଖରୀର ତଳ ଓ ପାଖମାଟି ପାଣି ଧରି ରଖିପାରୁନାହିଁ । ଖୁବ୍ କମ୍ ସମୟରେ ପାଣି ମାଟି ମଧ୍ୟରେ ଅନ୍ୟ ପଟକୁ ଝରି ଯାଉଛି । ଏହାଦ୍ଵାରା ପୋଖରୀରେ ବର୍ଷସାରା ଜଳଯୋଗାଣ କିମ୍ବା ପୋଖରୀର ତଳ ଓ ପାଖମାଟିରେ ବିଭିନ୍ନ ପ୍ରକାରର ଜଳ ନିରୋଧକ ବ୍ୟବସ୍ଥା ବିଶେଷ ବ୍ୟୟସାପେକ୍ଷ । ତେଣୁ ପ୍ରଥମରୁ ନିର୍ଦ୍ଦିଷ୍ଟ ଜାଗାଗୁଡ଼ିକର ମାଟି ପରୀକ୍ଷାଗାରରେ ପରୀକ୍ଷା କରାଇନେବା ଭଲ । ଉପରସ୍ତରରୁ ମାଟି ନେଇ ପରୀକ୍ଷା କରିଦେଲେ କିଛି ଲାଭ ହେବନାହିଁ । କାରଣ ପୋଖରୀଟିକୁ ଏକ ବା ଦୁଇମିଟର ଖୋଳିବାକୁ ପଡ଼ିଥାଏ । ତେଣୁ । ଜାଗାଟିର ଆୟତନକୁ ଦୃଷ୍ଟିରେ ରଖି କେତୋଟି ସ୍ଥାନରୁ ଦୁଇରୁ ଚାରି ମିଟର ଗଭୀରରେ ଥିବା ମାଟି ନମୂନା ନେଇ ପରୀକ୍ଷା କରିନେବା ଉଚିତ୍ । ଯେଉଁ ମାଟିର ପାଣି ଝରିଯିବା ହାର କମ୍ ସେହି ମାଟି ଉପରେ ପୋଖରୀଟି କରିବା ଭଲ ।

    କେଉଁ ମାଟିର ପାଣି ଝରେଇବା ହାର କେତେ, ତାହା ନିମ୍ନଲିଖିତ ତାଲିକାରୁ ଜଣାପଡ଼େ ।

    ମାଟିର ପ୍ରକାର

    ଝରିଯିବା ହାର (ମି.ମି./ଘଣ୍ଟା)

    ଚିକିଟା ମାଟି

    ୧-୫

    କାଦୁଆ ମାଟି

    ୫– ୧୦

    ପଟୁମାଟି

    ୧୦-୨୦

    ବାଲିଆ ମାଟି

    ୨୦-୩୦

    ବାଲି

    ୩୦-୧୦୦

    ଏଥିରୁ ଜଣାଗଲା ବାଲିଆ କିମ୍ବା ଅକ୍ସ ବାଲିଆ ମାଟି ମାଛପୋଖରୀ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ । କାଦୁଆ ବା ଚିକ୍କଣ କାଦୁଆ ମାଟି ପାଣି ଧରି ରଖେ ଓ ବାହାରକୁ ପାଣି ଝରିଯିବାର ପରିଲକ୍ଷିତ ହୁଏ ନାହିଁ । ତେଣୁ ଏହି ପ୍ରକାର ମାଟିଥିବା ସ୍ଥାନ ମାଛ ପୋଖରୀ ପାଇଁ ସର୍ବୋତ୍କୃଷ୍ଟ ।

  • ଜଳ
  • ମାଛଚାଷ ପାଇଁ ଜଳର ଆବଶ୍ୟକତା ଅତୀବ ଗୁରୁତ୍ଵପୂର୍ଣ୍ଣ । କାରଣ ପ୍ରତ୍ୟେକ ଜଳଜୀବନର ମାଧ୍ୟମ ହିଁ କେବଳ ଜଳ, ମତ୍ସ୍ୟ ଉତ୍ପାଦନ ସଂସ୍ଥା ଗୁଡ଼ିକର ଆର୍ଥିକ । ମାନଦଣ୍ଡ ଜଳ, ତା’ର ମାଧ୍ୟମ ଓ ଯୋଗାଣ ପଦ୍ଧତି ଉପରେ ପର୍ଯ୍ୟବେଷିତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମତ୍ସ୍ୟ ଚାଷୀମାନେ ପ୍ରାରମ୍ଭରୁ ଜଳର ଅଟକଳ ଠିକ୍‌ଭାବରେ ନ କରି ପରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗୋଟିଏ ମାଛ ଓ ଯାଆଁଳ ଉତ୍ପାଦନକାରୀ ସଂସ୍ଥା ଜଳର ଉପଯୋଗ ବିଭିନ୍ନ ଭାବରେ କରିଥାଏ ।

    1. ମାଛଙ୍କ ପାଇଁ ଉର୍ଦ୍ଧିଷ୍ଟ ପୋଖରୀ ବା କୁଣ୍ଡଗୁଡ଼ିକ ସାଧାରଣତଃ ଅଗଭୀର ବା ସ୍ୱଳ୍ପ ଜଳ ବିଶିଷ୍ଟ । ବାୟୁର ତାପ ଓ ଗତି ପ୍ରଭାବରେ ବାଷ୍ପୀକରଣ ପ୍ରକ୍ରିୟା ଦ୍ଵାରା ପୋଖରୀର ଜଳସ୍ତର ହ୍ରାସ କରାଇଥାଏ ।
    2. ଜଳଜୀବ ସହାୟକ କ୍ଷେତ୍ରଗୁଡ଼ିକ ପ୍ରାୟ ମାଟିରେ ଗଢ଼ା । ମାଟି ଯେ କୌଣସି ପ୍ରକାରର ହେଉ ବା ଯେତେ ଚିକିଟା ହେଉ କିଛି ପରିମାଣର ପାଣି ଏହାର ସୂକ୍ଷ୍ମ ଛିଦ୍ର ମଧ୍ୟଦେଇ ଝରି ଯାଇଥାଏ । ତେଣୁ ପୋଖରୀର ଆପେକ୍ଷିକ ଜଳମାତ୍ରା ସମାନ ରଖିବା ପାଇଁ ନିୟମିତ ଜଳଯୋଗାଣର ଆବଶ୍ୟକତା ପଡ଼ିଥାଏ ।
    3. ସାଧାରଣତଃ ଦୃଷ୍ଟି ଦିଆଯାଉ ନ ଥିବା କିନ୍ତୁ ଜଳଯୋଗାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ପୋଖରୀ ମଧ୍ୟରେ ଅମ୍ଳଜାନର ସୃଷ୍ଟି ଓ ଅଭାବ ପୂରଣ । ବୈଜ୍ଞାନିକ ପ୍ରଣାଳୀରେ ଅଧିକ ମାଛ ଉତ୍ପାଦନ ପ୍ରକ୍ରିୟା ଜନିତ କାରଣରୁ । ପୋଖରୀରେ ଅମ୍ଳଜାନ ପରିମାଣ ହ୍ରାସ ପାଇଥାଏ । ଏହି କାରଣରୁ ଅନେକ ସମୟରେ ପୋଖରୀରେ ମାଛ ଅପମୃତ୍ୟୁର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତି ସୁଧାରିବାକୁ ହେଲେ ତତ୍‌କ୍ଷଣାତ୍ ଅମ୍ଳଜାନ ପରିପୃକ୍ତ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ପଡ଼େ ।
    4. ଜଳର ଚତୁର୍ଥ ଉପଯୋଗ ହେଲା ପୋଖରୀର ଆବର୍ଜନା ନିଷ୍କାସନ :- ପ୍ରତ୍ୟେକ ଜଳଜୀବ ବିଷାକ୍ତ ବର୍ଜ୍ୟବସ୍ତୁ ତ୍ୟାଗ କରିଥାନ୍ତି । ପୁଞ୍ଜିଭୁତ ହୋଇ ପୋଖରୀ ମଧ୍ୟରେ ରହୁଥିବା ଏଭଳି ବର୍ଜ୍ୟବସ୍ତୁ ଗୁଡ଼ିକ କାଳକ୍ରମେ ମାଛଚାଷର ହାନିକାରକ ହୋଇ ଅନିଷ୍ଟ ଘଟାଇଥାଏ । ଯେହେତୁ ଏ ମଇଳା ପଦାର୍ଥ ଗୁଡ଼ିକ ଜଳରେ ଦ୍ରବୀଭୂତ ହୋଇଯାଏ, ତେଣୁ ନିୟମିତ ପରିଷ୍କାର ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା ଦ୍ଵାରା ଏଗୁଡ଼ିକୁ ବାହାର କରାଯାଇଥାଏ ।

    ଉପରୋକ୍ତ ଚାରିଗୋଟି ମୁଖ୍ୟ କାରଣ ବ୍ୟତୀତ ଗୋଟିଏ ମାଛଶିଳ୍ପ ସଂସ୍ଥାର ଅନ୍ୟାନ୍ୟ ଆନୁସଙ୍ଗିକ ଅନୁଷ୍ଠାନ ନିମିତ୍ତ ଅଧିକ ଜଳର ଆବଶ୍ୟକତା ହୋଇଥାଏ ।

    ଯଥା – ମାଛ ପ୍ରଜନନ କେନ୍ଦ୍ର ଏବଂ ପ୍ରଜନନକ୍ଷମ ମାଛମାନଙ୍କର ମହଜୁଦ୍ ଭଣ୍ଡାର ଗୁଡ଼ିକରେ ପ୍ରଚୁର ପରିମାଣରେ  ଜଳ ଦରକାର ପଡ଼େ । ମାଛ ଫାର୍ମଟିର ଘରୋଇ ଜଳ ଯୋଗାଣ, ଜୀବଜନ୍ତୁ ଓ ବୃକ୍ଷଲତା ଇତ୍ୟାଦି ପାଇଁ ମଧ୍ୟ ଜଳର ଅଟକଳ କରିବାକୁ ହୋଇଥାଏ ।

    ଏଥିରୁ ସହଜରେ ଅନୁମେୟ ଯେ, ଆବଶ୍ୟକତା ମୁତାବକ ପ୍ରଚୁର ଜଳ ବର୍ଷସାରା ମିଳିପାରୁଥିବା ସ୍ଥାନ ମାଛପୋଖରୀ ବା ମାଛ ଫାର୍ମ ପାଇଁ ଉପଯୁକ୍ତ । ପୋଖରୀ  ଗୁଡ଼ିକୁ ବର୍ଷସାରା ଜଳପୂର୍ଣ୍ଣ ରବା ସହିତ ପ୍ରତ୍ୟହ ପୋଖରୀର ଅପସାରିତ ଜଳ (ପ୍ରାୟ ପୋଖରୀ ଜଳର ପରିମାଣର ଏକ ଚତୁର୍ଥୀଶରୁ ଏକ ଦଶମାଂଶ)ର ଭରଣା  କରିପାରୁଥିବା ଜଳର ଉତ୍ସ ବା ମାଧ୍ୟମଗୁଡ଼ିକ ପ୍ରତି ଭଲ ଭାବରେ ଧ୍ୟାନ ଦେବା ବିଧେୟ । ଏଣୁ ମାଛପୋଖରୀ ଗୁଡ଼ିକ ଜଳସେଚିତ କେନାଲ, ଝରଣା, ନାଳ, ହ୍ରଦ ବା ଜଳାଶୟ ଇତ୍ୟାଦି ପାଖାପାଖି କରିପାରିଲେ ବର୍ଷସାରା ଦରକାର ମୁତାବକ ଜଳ ମିଳିଥାଏ ।

    ଗ୍ରାମାଞ୍ଚଳର ପୋଖରୀ ଗୁଡ଼ିକ ପ୍ରାୟତଃ ବର୍ଷାଦିନିଆ ପୋଖରୀ । ଏ ପୋଖରୀ ଗୁଡ଼ିକ କେବଳ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ଅଧିକାଂଶ ପୋଖରୀରେ ଖୁବ୍ କମ୍ ସମୟ ପାଇଁ ଜଳ ରହିଥାଏ । ଏଗୁଡ଼ିକ ମଧ୍ୟ କୌଣସି ଜଳ ଯୋଗାଣ ମାଧ୍ୟମର ନିକଟବର୍ତ୍ତୀ ହୋଇ ନ ଥିବାରୁ ଅଳ୍ପ ଖର୍ଚ୍ଚରେ ଜଳ ଭରିବା ସମ୍ଭବପର ହୁଏ ନାହିଁ । ତେଣୁ ପୋଖରୀ ଖୋଳିବା ପୂର୍ବରୁ ଏ ସବୁ ଦିଗ ପ୍ରତି ନଜର ଦେବା ଦରକାର । ଅବଶ୍ୟ ଏ ସ୍ଥଳରେ ଭୂମିତଳ ଜଳର ସାହାଯ୍ୟ ନିଆଯାଇଥାଏ । ବଡ଼ ଧରଣର କୂପ ବା ବା ଖନନ କରି ପାଣି ପମ୍ପ ଯୋଗେ ପୋଖରୀଗୁଡ଼ିକର ଆବଶ୍ୟକତା ମୁତାବକ ଜଳ ଯୋଗାଇ ଦିଆଯାଇଥାଏ ।

ପୋଖରୀର ଗଠନ ପ୍ରଣାଳୀ

ପୋଖରୀର ଆକାର

ପ୍ରାକୃତିକ ଭୂମିର ଆକାର ଉପରେ ଭିତ୍ତିକରି ପୋଖରୀ ଯେ କୌଣସି ଆକାର ହୋଇ ପାରେ । କିନ୍ତୁ ଅଗଭୀର ଆକର ର ଛୋଟ ସ୍ଥିର ଜଳ ବିଶିଷ୍ଟ ପୋଖରୀଗୁଡ଼ିକରେ ବାୟୁ ପ୍ରବାହର ସୀମିତତା ନେଇ ଜଳଜ ଉଦ୍ଭିଦ ଜନିତ ସମସ୍ୟାମାନ ଉପୁଜେ । ତେଣୁ ଛୋଟ ପୋଖରୀ ଗୁଡ଼ିକ ମାଛଚାଷ ପାଇଁ ସେତେଟା ସୁବିଧା ଜନକ ନୁହେଁ । ଏହି ପ୍ରକାରର ପୋଖରୀ କେବଳ ଯାଆଁଳ ପାଳନ ଓ ସଂରକ୍ଷଣ ପାଇଁ ଦରକାରୀ । ବଡ଼ ଧରଣର ବର୍ଗାକାର ବା ବୃତ୍ତାକାର ପୋଖରୀଗୁଡ଼ିକ ପରିଚାଳନାଗତ ଦୃଷ୍ଟିକୋଣରୁ ଅସୁବିଧାଜନକ ଓ ବ୍ୟୟବହୁଳ । ତେଣୁ ବୃହତ୍ ଆୟତାକାର ପୋଖରୀ ମାଛଚାଷ ପାଇଁ ପରିକଳ୍ପନା କରିବା ଆବଶ୍ୟକ। ବିସ୍ତୀର୍ଣ୍ଣ ଜଳପୃଷ୍ଠରେ ବାୟୁର ପ୍ରଭାବ ଜଳକୁ ଚହଲାଇ ତଳ ଉପର ଜଳକୁ ମିଶାଇବାରେ ସାହାଯ୍ୟ କରିଥାଏ । ଯାହାଫଳରେ ଜଳରେ ଦ୍ରବୀଭୂତ ଅମ୍ଳଜାନର ମାନ ବଜାୟ ରଖିଥାଏ । ପୋଖରୀଟିର ଲମ୍ବ ଯାହା ହେଉନା କାହିଁକି ଓସାର ସର୍ବାଧିକ ୪୦ ରୁ ୫୦ ମିଟର ମଧ୍ୟରେ ରଖାଗଲେ ପରିଚାଳନାରେ ସୁବିଧା ହୋଇଥାଏ । ଦିନସାରା ସୂର୍ଯ୍ୟକିରଣର ଫାଇଦା ନେବାପାଇଁ ପୋଖରୀ ଗୁଡ଼ିକର ଅବସ୍ଥିତି ଲମ୍ବ ଅନୁଯାୟୀ ପୂର୍ବ ପଶ୍ଚିମ ଦିଗରେ କରିବା ଉଚିତ୍ । ପୋଖରୀର ନିମ୍ନଶଯ୍ୟା ଗୋଟିଏ ପାଖରୁ ଜଳ ନିଷ୍କାସନ ପଥ ପର୍ଯ୍ୟନ୍ତ ଅତି କରେ ୧୦୦୦:୧ ଅନୁପାତରେ ଗଡ଼ାଣିଆ ରଖାଯାଇଥାଏ । କ୍ରମାବନତି ୧୦୦୦: ୩ରୁ ୧୦୦୦: ୬ ମଧ୍ୟରେ ରଖିବା ସୁବିଧାଜନକ । ଏହାଦ୍ଵାରା ପୋଖରୀର ଜଳ ନି ଵା ସନ ସୁବିଧାରେ ହୋଇପାରିଥାଏ । ମାଛ ପୋଖରୀଗୁଡ଼ିକର ଆକୃତି ଓ ଆୟତନକୁ ଦୃଷ୍ଟିରେ ରଖି ପରିଚାଳନାଗତ ସୁବିଧା ନିମିତ୍ତ ପୋଖରୀ ଗୁଡ଼ିକ ନାମିତ କରାଯାଇଥାଏ। ସେଗୁଡ଼ିକ ହେଲା :

ପୋଖରୀର ନାମ

ଜଳରେ ପୋଖରୀର ଆକାର

ଛୋଟ ଆକାର ପୋଖରୀ (ଯାଆଁଳ ମାଛଙ୍କ ପାଳନ ପାଇଁ)

ଯାଆଁଳ ପୋଖରୀ ବା ନର୍ସରୀ ପୋଖରୀ

୨୦ମି. x ୧୦ମି.

ଆପାତତଃ ବଡ଼ ପୋଖରୀ (ଛୋଟ ମାଛଙ୍କର ପାଳନ ନିମିତ୍ତ)

ପାଳନ ପୋଖରୀ ବା ରିଅରିଂ ପୋଖରୀ

୨୦ମି. x ୨୦ମି.

୫୦ମି. x ୨୦ମି.

ବଡ଼ ପୋଖରୀ (ମଧ୍ୟମରୁ ବଡ଼ମାଛ ପାଳନ ପାଇଁ ଓ ମହଜୁଦ ନିମିତ୍ତ)

 

୪୦ମି. x ୨୦ମି.

 

୬୦ମି. x ୨୫ମି.

 

୮୦ମି. x ୨୫ ମି.

 

୧୦୦ମି. x ୩୦ମି.

 

୧୦୦ମି. x ୪୦ମି.

ପାଳନ ତଥା ମହଜୁଦ୍ ପୋଖରୀ ବା ଷ୍ଟକିଂ ପୋଖରୀ

 

୨୦୦ମି. x ୪୦ମି.

 

୨୦୦ମି. x ୫୦ ମି.

 

୨୫୦ମି. x ୪୦ମି.

ପୋଖରୀ ଗୁଡ଼ିକରେ ଜଳର ଗଭୀରତା

ପୋଖରୀରେ ଜଳସ୍ତର ନିର୍ଦ୍ଧାରଣ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଜଳରେ ଅମ୍ଳଜାନ ଓ ପ୍ରାକୃତିକ ଖାଦ୍ୟର ଉପଯୋଗ ପ୍ରକ୍ରିୟାକୁ ଆଧାର କରି ମାଛ ପୋଖରୀର ଗଭୀରତା ନିର୍ଦ୍ଧାରିତ କରାଯାଇଥାଏ ପୋଖରୀରେ ଜଳରାଶିରେ ସୂର୍ଯ୍ୟକିରଣର ପ୍ରଭାବରୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଜଳରେ ଅମ୍ଳଜାନର ଉପୂଭି ହୁଏ । ବୈଜ୍ଞାନିକ ସିଦ୍ଧାନ୍ତ ଅନୁଯାୟୀ ଜଣାଯାଇଛି ଯେ ୨/୩ ମିଟର ଜଳ ତଳେ ଏହି ପ୍ରକ୍ରିୟା ବିଶେଷ କାମ କରେ ନାହିଁ । ଆଲୋକର ପ୍ରବେଶର ସ୍ଵତା ଯୋଗୁ, ଏହା ଫଳରେ ଗଭୀର ଦ୍ରବୀଭୂତ ଅମ୍ଳଜାନ, ଜଳର ତାପ ଓ ପ୍ରାକୃତିକ ଖାଦ୍ୟର ପରିମାଣ କ୍ରମଶଃ ହ୍ରାସ ହୁଏ ।

ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଜଳର ଉପର ସ୍ତରରେ ଅଧିକ ଅମ୍ଳଜାନ ଉତ୍ପନ୍ନ କରିଥାଏ । କିନ୍ତୁ ଜଳର ନିମ୍ନସ୍ତରରେ ଅମ୍ଳଜାନ ଉତ୍ପନ୍ନ କମ୍ ହୋଇଥିବା ସ୍ଥଳେ ଜଳଜୀବଙ୍କ ଦ୍ଵାରା ଅପଚୟର ହାର ଅଧିକ ହୋଇଥାଏ । ଅତଏବ ପୋଖରୀକୁ ଗହିରିଆ କରି ଖର୍ଚ୍ଚ ଅଟକଳ ବଢ଼ାଇ କିଛି ଲାଭ ନାହିଁ । ତେଣୁ ପୋଖରୀରେ ଜଳର ଗଭୀରତା ଏକ ମିଟରରୁ ଦୁଇ ମିଟର ମଧ୍ୟରେ ରଖିବା ଉଚିତ୍ । ଜଳର ଗଭୀରତା ଏକ ମିଟରରୁ କମିଲେ ଅନେକ ସମସ୍ୟା ଦେଖା ଦେଇପାରେ । କେଉଁ ସ୍ତରରେ ଜଳର ଗଭୀରତା କେତେ ରଖାଗଲେ ମାଛ ପୋଖରୀରେ ଜଳର ଆପେକ୍ଷିକ ମାନ ବଜାୟ ରଖିବା ସହିତ ଜଳଯୋଗାଣ ବ୍ୟବସ୍ଥା ବ୍ୟୟବହୁଳ ହେବ ନାହିଁ ସେହି ବିଷୟମାନ ଏଠାରେ ଆଲୋଚନା କରାଗଲା ।

ଉପକୂଳବର୍ତ୍ତୀ ଜଳସେଚିତ ଅଞ୍ଚଳରେ ସାଧାରଣତଃ ମାଟିତଳ ଜଳସ୍ତର ଭୂ-ପତନର ପାଖାପାଖି ରହେ ଓ ପୋଖରୀର ଜଳ ଝରିଯାଏ ନାହିଁ । ତେଣୁ ଏ ଅଞ୍ଚଳର ଛୋଟ ପୋଖରୀରେ ଜଳର ଗଭୀରତା ୯୦ ସେ.ମି. ଓ ବଡ଼ ପୋଖରୀର ୧.୨ ମିଟର ରଖାଯାଇପାରେ । କିନ୍ତୁ ଉପକୂଳବର୍ତ୍ତୀ ଅଣଜଳସେଚିତ ଇଲାକାର ସିପେଜ୍ (ଝରିଯିବା) ସମ୍ଭାବନା ଦୃଷ୍ଟିରୁ ଅଧିକ ୩୦ ସେ.ମି. ଗଭୀରତା ନିଆଯାଇ ପାରେ । ଅନ୍ୟାନ୍ୟ ଜଳସେଚିତ ଅଞ୍ଚଳର ଛୋଟ ପୋଖରୀ ଗୁଡ଼ିକରେ ଜଳର ଗଭୀରତା ୧ ମିଟରରୁ ୧.୫ ମିଟର ଓ ବଡ଼ ପୋଖରୀରେ ଜଳର ଗଭୀରତା ୧.୫ ମିଟର ସୁବିଧାଜନକ । ସେହିପରି ଅଣଜଳସେଚିତ ଅଞ୍ଚଳରେ ୧.୫ ମି. ଓ ୨.୫ ମି. ଯଥାକ୍ରମେ ସାନ ଓ ବଡ଼ ପୋଖରୀରେ ରଖାଯାଇପାରେ । ଜଳପାଟ ଗୁଡ଼ିକରେ ବର୍ଷସାରା ଜଳ ରହୁଥିବାରୁ ସେଥିରେ ପୋଖରୀ କଲେ ୧ ମି. ଗଭୀରତାରୁ ଅଧିକ ଜଳ ରଖିବା ଭଲ ନୁହେଁ । ଏ ହେଲା ଯେଉଁ କ୍ଷେତ୍ରରେ ଜଳଯୋଗାଣ ଓ ଅପସାରଣ ବ୍ୟବସ୍ଥା ଥିବ । କିନ୍ତୁ ଯେଉଁ ମତ୍ସ୍ୟଚାଷୀ ବର୍ଷସାରା ବର୍ଷାଜଳକୁ ଭରଷା କରି ପୋଖରୀ କରିବାକୁ ଚାହାନ୍ତି, ସେହି କ୍ଷେତ୍ରରେ ପୋଖରୀର ଗଭୀରତା ସ୍ଵାଭାବିକ ଅଧିକ ରଖିବାକୁ ପଡ଼ିବ । ଏହା ସ୍ଥାନ ବିଶେଷରେ ଛୋଟ ପୋଖରୀ ପାଇଁ ୧.୫ ମି.-୨ ମି. ଓ ବଡ଼ ପୋଖରୀ ପାଇଁ ୨ ମି.-୩ମି. ରଖାଯିବା ଉଚିତ୍ ।

ସିମେଣ୍ଟ କଙ୍କ୍ରିଟ୍ ର ପକ୍କା ପୋଖରୀ ବା କୁଣ୍ଡଗୁଡ଼ିକରେ ଜଳର ଗଭୀରତା ୮୦ ସେ.ମି.ରୁ ୧୦୦ ସେ.ମି. ମଧ୍ୟରେ ରଖିବା ଆବଶ୍ୟକ ।

ବନ୍ଧ

ବନ୍ଧ ହିଁ ପୋଖରୀର ପ୍ରଧାନ ଅଙ୍ଗ । ଯେ କୌଣସି ପ୍ରକାରର ପୋଖରୀ ହେଉନା କାହିଁକି ଅଳ୍ପ ବହୁତେ ବନ୍ଧ କରିବାକୁ ପଡ଼ିଥାଏ । ତେଣୁ ବନ୍ଧଟି ଏପରି ମଜବୁତ କରିବାକୁ ପଡ଼ିବ, ଯାହାଦ୍ଵାରା କି ଏହା ବର୍ଷାରେ ଧୋଇଯିବନି ବା ପୋଖରୀର ପାଣି ଚାପରେ ଭୁଷୁଡ଼ି ଯିବନି । ତେଣୁ ଏଠାରେ ବନ୍ଧର ନିର୍ମାଣ କୌଶଳ ବିଷ ଭାବରେ ଆଲୋଚନା  କରାଗଲା ।

  • ବନ୍ଧର ମେଜିଆ
  • ବନ୍ଧର ମେଜିଆ କଥା ବିଚାରକୁ ନେଲାବେଳେ ମୁଖ୍ୟତଃ ଯେଉଁମାଟି ଉପରେ ବନ୍ଧ ନିର୍ମାଣ କରିବାକୁ ହେବ ତାର ସାମର୍ଥ୍ୟ ଓ ବ୍ୟବସ୍ଥା ଅନୁଶୀଳନ କରିବା ଆବଶ୍ୟକ । ଏହି ମାଟି ଏଭଳି ହେବା ଉଚିତ୍ ଯାହା କି ବନ୍ଧର ଓଜନ ବହନ କରିବାକୁ ସକ୍ଷମ ହେବ । ଅଧିକାଂଶ ଦୃଢ଼ୀଭୂତ ମାଟି ଉପରେ ଛୋଟ ବନ୍ଧ ନିର୍ବିଘ୍ନରେ କରାଯାଇପାରେ । ଜଳପାଟ କାଦୁଆ ମାଟି ଉପରେ ବନ୍ଧ ଦାୟିତ୍ଵର ସହିତ କରିବାକୁ ପଡ଼ିଥାଏ । ଏପରି କ୍ଷେତ୍ରରେ ଉପରମାଟି ବାହାର କରି ତାର ନିମ୍ନଭାଗରେ ଥିବା ଘନୀଭୂତ ମାଟି ଉପରେ ବନ୍ଧ କରିବା ସବୁଠାରୁ ଭଲ । ଜୈବ ପଦାର୍ଥ ଜନିତ ମାଟି ଉପରେ ବନ୍ଧ କରିବା ଅନୁଚିତ କାରଣ ଏହା ସମୟକ୍ରମେ ପଚିସଢ଼ି ବନ୍ଧକୁ ଦବାଇଦିଏ ଓ ଛିଦ୍ର ସୃଷ୍ଟି କରିଥାଏ ।

    ଦ୍ଵିତୀୟରେ ମେଜିଆରେ ଥିବା ମାଟିର ଭେଦ୍ୟତା ହାର କମ୍ ହୋଇଥିଲେ ଜଳ କ୍ଷରଣକୁ ନିୟନ୍ତ୍ରଣ କରିଥାଏ । ଯଦ୍ୟପି କୌଣସି ପରିସ୍ଥିତିରେ ଭେଦ୍ୟମାଟି ଉପରେ ବନ୍ଧ କରିବାକୁ ହୁଏ ତେବେ ସେ କ୍ଷେତ୍ରରେ ନିମ୍ନ ଅଭଦ୍ୟ ମାଟିର ସ୍ତର ପର୍ଯ୍ୟନ୍ତ ମେଜିଆ ଖୋଳି ଅଭେଦ୍ୟ ମାଟି ସାହାଯ୍ୟରେ ଖୋଳା ଜାଗାକୁ ଦୃଢ଼ିଭୂତ କରିନେବା ପରେ ବନ୍ଧ ନିର୍ମାଣ କରାଯିବ ଉଚିତ୍ । ଦେଖିବାକୁ ହେବ ଖାଲର ନିମାଂଶର ଓସାର ଅତିକରେ ୧୨୫ ମି. ଓ ପାର୍ଶ୍ଵଧାରର । ଗଡ଼ାଣିଆ ଅନୁପାତ ୧:୧ ରହୁଥିବ ।

  • ବନ୍ଧ ଉପରିଭାଗ ଚଉଡ଼ା
  • ବନ୍ଧର ବ୍ୟବହାରକୁ ନେଇ ଚଉଡ଼ା କେତେ ହେବ ବିଚାର କରାଯାଇଥାଏ । ସାଧାରଣତଃ  ମାଛ ପୋଖରୀ କ୍ଷେତ୍ରରେ ୧.୫ ମି. ରୁ ୨ ମି. ରଖାଯାଏ । ଅବଶ୍ୟ ବନ୍ଧର ଉଚ୍ଚତା  ଭିତ୍ତିରେ ଉପର ଓସାର ନିର୍ଦ୍ଧାରଣ କରାଯାଇଥାଏ । ଏହାର ଏକ ନମୂନା ନିମ୍ନରେ ପ୍ରଦାନ କରାଗଲା ।

    ବନ୍ଧର ଉଚ୍ଚତା (ମି.)

    ଉପର ଚଉଡା (ମି.)

    ୩ ମି. ମଧ୍ୟରେ

    ୨.୪

    ୩ ରୁ ୪.୫

    ୩.୦

    ୪.୫ ରୁ ୬

    ୩.୭

    ୬ ରୁ ୭.୫

    ୪.୩

    ବନ୍ଧ ଉପରକୁ ରାସ୍ତା ଆକାରରେ ବ୍ୟବହାର କରିବାର ଯୋଜନା ଥିଲେ ୪.୩ ମି. ଓସାର ରଖିବା ଉଚିତ୍ । ମନେ ରଖିବାକୁ ହେବ ଅନ୍ଧାର ଉପର ଓସାର ଯେତେ ଅଧିକ ହେବ ବନ୍ଧର କଳେବର ସେତେ ବୃଦ୍ଧି ପାଇଁ ନିର୍ମାଣ ଖର୍ଚ୍ଚ ବଢ଼େଇବ ଏବଂ ପୋଖରୀର ପାଣି ଆୟତନ ହ୍ରାସ କରିବ ।

    ଗୋଟିଏ ଗହିରିଆ ପୋଖରୀ ଖୋଳିଲେ ଯେତିକି ମାଟି ବାହାରେ ତାହା ପାଖ ବନ୍ଧ ନିର୍ମାଣ ପାଇଁ ଦରକାର ପଡ଼ିଥିବା ମାଟିର ପରିମାଣ ଠାଣୁ ଯଥେଷ୍ଟ ଅଧିକ । ଏ କ୍ଷେତ୍ରରେ  ବନ୍ଧ ନିର୍ମାଣରୁ ବଳକା ମାଟି ଅନ୍ୟ କାମରେ ଲଗାଇବା ପାଇଁ ଯୋଜନା କରିବା ଉଚିତ ।

  • ବନ୍ଧ ପାର୍ଶ୍ଵଧାରର ଗଡ଼ାଣିଆ ଅନୁପାତ
  • ବନ୍ଧଟିର ପାର୍ଶ୍ଵଧାରର ଅନୁପାତ ବ୍ୟବହାର ହେଉଥିବା ମାଟିର ପ୍ରକାର ଉପରେ ନିର୍ଭର କରିଥାଏ । ସାଧାରଣତଃ ମାଛ ପୋଖରୀ ବନ୍ଧର ପାର୍ଶ୍ଵଧାର ଅନୁପାତ ୨:୧ (ତଳ : ଲମ୍ବ) ରଖାଯାଇଥାଏ । ଏହାଠାରୁ କମ୍ ଅନୁପାତ ରଖାଗଲେ ବନ୍ଧରୁ ମାଟି ଭୁଷୁଡ଼ିପଡ଼ି ବନ୍ଧ ଭାଙ୍ଗିଯିବାର ସମ୍ଭାବନା ଅଧିକ । ସୁଦୃଢ଼ ମାଟି ହୋଇଥିଲେ ଏହାଠାରୁ କମ୍ ଅନୁପାତରେ (୧:୧ ବା ୧.୫:୧) ତୀଖ ବନ୍ଧ କରାଯାଇପାରେ । ମାଟିର ପ୍ରକାର ଭେଦରୁ ନେଉ କି ପ୍ରକାରର ପାର୍ଶ୍ଵଧାର ରଖାଯାଇପାରେ, ତାହାର ଏକ ତାଲିକା ନିମ୍ନରେ ଦିଆଗଲା ।

    ମାଟିର ପ୍ରକାର

    ପାର୍ଶ୍ଵଧାର (ଜଳ / ଲମ୍ବ କ୍ରମରେ)

    ଚିକିଟା ମାଟି

    ୨:୧ ରୁ ୧:୧

    କାଦୁଆ ମାଟି

    ୨:୧ ରୁ ୧.୫:୧

    ପଟୁମାଟି

    ୨.୫:୧ ରୁ ୨:୧

    ବାଲିଆ ଦୋରସା

    ୩:୧ ରୁ ୨:୧

    ବାଲିଆ

    ୪:୧ ରୁ ୩:୧

    ଗ୍ରାଭେଲ

    ୧.୫:୧ ରୁ ୧:୧

    ପଥୁରିଆ

    ୧:୧ ରୁ ୦.୨୫:୧

    ପଥର କିମ୍ବା ବନ୍ଧର ଗୋଟିଏ ପାଖରେ ଜଳ ରହୁଥିଲେ ଜଳପାଖ ବନ୍ଧର ପାଏଁ । ବିପରୀତ ଚକଟା ଧାର ହୋଇଥାଏ କାରଣ ଏହା ସବୁହେଲେ ଓଦା ହୋଇଥାଏ ଏବଂ ପାଣି ଢେଉର ସମ୍ମୁଖୀନ ହୋଇଥାଏ ।

  • ବନ୍ଧର ନିରାପଦ ଉଚ୍ଚତା
  • ବନ୍ଧର ନିରାପତ୍ତା ଦୃଷ୍ଟି ପୋଖରୀର ସର୍ବାଧିକ ଜଳସ୍ତରର ବନ୍ଧକୁ କିଛି ଅଧିକ ଉଚ୍ଚା କରାଯାଇଥାଏ । ଏହାଦ୍ଵାରା ଜଳସ୍ତରରେ ଥିବା ନିର୍ଗମ ପଥ ଦ୍ଵାରା ଅଧିକ ଜଳ ବାହାରିଯାଏ। ତେଣୁ ପୋଖରୀ ପୂର୍ଣ୍ଣ ହେଇ ବନ୍ଧ ଉପରେ ପାଣି ଅତିକ୍ରମ କରିଯାଏ ନାହିଁ କିମ୍ବା ବନ୍ଧ । ଭୁଷୁଡ଼ି ପଡ଼ିବାର ସମ୍ଭାବନା ନଥାଏ । ଏହି ଉଚ୍ଚତା ଅତିକରେ ୩୦ ସେ.ମି. ରହିବା ବିଧେୟ । ପୋଖରୀର ବନ୍ଧର ଲମ୍ବ ୧୦୦ ରୁ ୪୦୦ ମିଟର ମଧ୍ୟରେ ହେଲେ ୫୦ ସେ.ମି. ଓ ୪୦୦ ରୁ ୮୦୦ ମି. ମଧ୍ୟରେ ହେଲେ ୬୦ ସେ.ମି. ଅଧିକ ଉଚ୍ଚତା ରଖିବା ଦରକାର ।

  • ବନ୍ଧ ବସିଯିବା
  • ବନ୍ଧର ଦୃଢ଼ତା ବୃଷ୍ଟିରୁ ମାଟିକୁ ୧୫ ରୁ ୨୦ ସେ.ମି.ର ସ୍ତର ସ୍ତର କରି ପକାଯାଇଥାଏ । ପ୍ରତି ସ୍ତରକୁ ଭଲ ଭାବରେ ଚାପି ଦିଆଯାଇ ତା ଉପର ସ୍ତରକୁ ଭଲ ଭାବରେ ଚାପିଦିଆଯାଇ ତା ଉପର ସ୍ତର ମାଟିକୁ ପକାଯାଏ । ଏହା କରିବା ସତ୍ତ୍ୱେ ମଧ୍ୟ ବନ୍ଧର ମାଟି ରେ ରେ ଅଧିକ ଘନୀଭୂତ ହୋଇ ବନ୍ଧ ଉଚ୍ଚତାର କିଛିଟା ହ୍ରାସ କରାଇଥାଏ । ଏହା ବନ୍ଧ ନିର୍ମାଣର ପରେ ଦେଖାଯାଇ ଥିବାରୁ ବନ୍ଧ ତିଆରି ସମୟରେ ବନ୍ଧ ଉଚ୍ଚତାର ଶତକଡ଼ା ୫ ଭାଗ ଅଧିକ ରଖାଯାଇଥାଏ । ଯେଉଁ ବନ୍ଧର ମାଟି ରୋଲର ସାହାଯ୍ୟରେ ଚପାଯାଇ ନଥାଏ। କିମ୍ବା ବ୍ୟବହୃତ ମାଟି ଢିଲା ଥାଏ, ସେ କ୍ଷେତ୍ରରେ ଶତକଡ଼ା ୧୦ ଭାଗ ଅଧିକ ଉଚ୍ଚତା ରଖାଯାଇଥାଏ ।

ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା

ଜଳ ପ୍ରବେଶ ପଥ

ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ ପାଇଁ ପୋଖରୀରେ ଜଳ ଯୋଗାଣ ଓ ଅପସାରଣ ପ୍ରକ୍ରିୟା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ପୂର୍ବରୁ ଆଲୋଚନା ହୋଇଛି । ତେଣୁ ପ୍ରତ୍ୟେକ ମାଛଚାଷୀ ଓ ସଂସ୍ଥା ନିର୍ଦ୍ଦିଷ୍ଟ ଜଳର ବନ୍ଦୋବସ୍ତ କରି ଖୋଲା ନାଳୀ ବା ପାଇପ୍ ସାହାଯ୍ୟରେ ପୋଖରୀ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟବସ୍ଥା କରିବା ଦରକାର । ଯେଉଁଠାରେ ପ୍ରାକୃତିକ ଜଳ ଉସ କିମ୍ବା ସରକାରୀ ଜଳସେଚନର ବ୍ୟବସ୍ଥା ନଥାଏ, ସେ କ୍ଷେତ୍ରରେ କୂପ, ବାମ୍ପି, ଗଣ୍ଡ ଇତ୍ୟାଦି ପାଖରେ ପାଣି ପମ୍ଭ ବସାଇ ଜଳ ଅପସାରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଆଜିକାଲି ଏଥିପାଇଁ ପବନ ଚାଳିତ କଳ ଓ ସୋଲାର ପମ୍ପ ମଧ୍ୟ ବ୍ୟବହାର କରାଗଲାଣି । ମାଟି ଉପରେ ଖୋଲା ନାଳୀଦ୍ଵାରା କମ୍ ଖର୍ଚ୍ଚରେ ପାଣି ନିଆଯାଇପାରେ କିନ୍ତୁ ବନ୍ଧ ବାଡ଼ ଇତ୍ୟାଦିର ସୁରକ୍ଷା ଦୃଷ୍ଟିରୁ ଓ ପାଣିର ସଦୁପଯୋଗ ନିମିତ୍ତ ମାଟି, ସିମେଣ୍ଟ କଂକ୍ରିଟ୍ ପ୍ଲାଷ୍ଟିକ୍, ପି.ଭି.ସି. ଓ ଲୁହା ପ୍ରଭୃତି ବ୍ୟବହାର କରାଯାଇପାରେ ।

ଏହି ପ୍ରବେଶ ପଥରେ ଗଠନ ସାଧାରଣ ଓ କମ୍ ଖର୍ଚ୍ଚରେ ନିର୍ମାଣ କରାଯାଇପାରେ, ଯାହାଦ୍ଵାରା କି ପୋଖରୀ ବାହାରର ଅନାବଶ୍ୟକ ଜୀବମାନଙ୍କୁ ଅଲଗା କରିବା ସହିତ ଜଳଗତିପଥ ମଧ୍ୟ ନିୟନ୍ତ୍ରଣ କରାଯାଏ ।

ଜଳ ନିର୍ଗମ ପଥ

ପୋଖରୀ ମଧ୍ୟରୁ ଜଳ ନିଷ୍କାସନ ପାଇଁ ଦୁଇଟି ବାଟ ରହିବା ଦରକାର । ଗୋଟିଏ ବାଟ ପୋଖରୀ ଜଳର ଉପର ସ୍ତରରେ ଓ ଅନ୍ୟଟି ପୋଖରୀର ଜଳ ପତ୍ତନରେ । ଉପର ବାଟର କାମହେଲା ସର୍ବାଧିକ ଜଳସ୍ତରରୁ ଯେତିକି ଅଧିକ ପାଣି ହେବ ତାହା ସଙ୍ଗେ ସଙ୍ଗେ ବାହାର କରିଦେବା । ପୋଖରୀ ଜଳସ୍ତରରେ ଥିବା ବାଟ ଦ୍ଵାରା ପୋଖରୀରେ ଜଳସ୍ତରକୁ ଉପର ତଳ କରିବା ସହିତ ପୁରାପୁରି ନିଷ୍କାସନ କରାଯାଇପାରେ । ବ୍ୟବସ୍ଥା ଏପରି କରିବାକୁ ହେବ ଯେପରି କି ପୋଖରୀ ତଳସ୍ତରର ବା ତଳବାଟ ଦେଇଯିବ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀ ଚକ୍ରଧର ସାହୁ, ଏସ୍, ଆୟାପାନ, ସି.ଏସ୍, ପୁରୁଷୋତ୍ତମ୍, ଏ.କେ. ମହାନ୍ତି, କେନ୍ଦ୍ରୀୟ ମଧୁର ଜଳଜ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top